10th Class Geography(ଭୂଗୋଳ) - Chapter 1 ସମ୍ବଳ (ପ୍ରଥମ ପାଠ -ସମ୍ବଳ ଓ ତାହାର ବିକାଶ ) All Question With Answer

↓ Question & Answer ↓

୧. ନିମ୍ନଲିଖ୍ତଗୁଡ଼ିକର ଠିକ୍‌ ଉତ୍ତର ଲେଖ ।

(କ) କେଉଁଟି ଅପୂରଣୀୟ ସମ୍ବଳ ?
(i) ପବନ ଶକ୍ତି (ii) ଶିକ୍ଷାନୁଷ୍ଠାନ (iii) କୋଇଲା (iv) ଜଳ
Ans:(iii) କୋଇଲା


(ଖ) କେଉଁଟି ଗୋଷ୍ଠୀଗତ ସମ୍ବଳ ?
(i) ଗୂହ (ii) ଶ୍ମଶାନ (iii) ଚାଷ ଜମି (iv) ରୋପଣ କୃଷି ଭୂମି
Ans:(ii)ଶ୍ମଶାନ


🗨
2) ପାର୍ଥକ୍ୟ ଦର୍ଶାଅ |

(କ) ନବୀକରଣ ଯୋଗ୍ୟ ସମ୍ବଳ ଓ ନବୀକରଣ ଅଯୋଗ୍ୟ ସମ୍ବଳ |
Ans:

ନବୀକରଣ ଯୋଗ୍ୟ ସମ୍ବଳ ନବୀକରଣ ଅଯୋଗ୍ୟ ସମ୍ବଳ
(i) ଯେଉଁ ସମ୍ବଳ ମନୁଷ୍ଯ ଦ୍ଵାରା ବାରମ୍ବାର ବ୍ୟବହାର ସତ୍ତ୍ଵେ ସମ୍ପୂର୍ଣ୍ଣ କ୍ୟ ହୁଏ ନାହିଁ ଏବଂ ବିଭିନ୍ନ ଉପାୟ ଦ୍ଵାରା ସେଗୁଡ଼ିକୁ ପୁନଃଭରଣ କରାଯାଇପାରିଥାଏ, ସେଗୁଡ଼ିକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ । ଯେଉଁ ସମବଳ ମନୁଷ୍ଯର ଅନବରତ ବ୍ୟବହାର ଦ୍ଵାରା ବା ଅନ୍ୟାନ୍ୟ କାରଣ ଦ୍ଵାରା ହ୍ରାସ ପାଇଲେ ବା ନଷ୍ଟ ହୋଇଗଲେ ଆଉ ସେଗୁଡ଼ିକର ପୁନଃଭରଣ ସମ୍ଭବ ହୋଇ ନ ଥାଏ, ସେଗୁଡ଼ିକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ
ଜଳ, ମୂଭିକା, ବାୟୁ ଇତ୍ୟାଦି ନବୀକରଣ ଯୋଗ୍ୟ ସମ୍ବଳର ଉଦାହରଣ | କୋଇଲା, ପେଟ୍ରୋଲିୟମ୍‌ ଇତ୍ୟାଦି ନବୀକରଣ ଅଯୋଗ୍ୟ ସମ୍ବଳର ଉଦାହରଣ


(ଖ) ଅବିରାମ ସମ୍ବଳଓ ଅପୂରଣୀୟ ସମ୍ବଳ

Ans:

ଅବିରାମ ସମ୍ବଳ ଅପୂରଣୀୟ ସମ୍ବଳ
ଯେଉଁ ସମ୍ବଳ ମନୁଷ୍ଯର ବ୍ୟବହାର ଦ୍ଵାରା ସମ୍ପୂର୍ଣ୍ଣ ଶେଷ ହୋଇଯାଏ ଏବଂ ପୁନଃ ସୃଷ୍ଟି କରାଯାଇପାରେ ନାହିଁ, ତାକୁ ଅପୂରଣୀୟ ସମ୍ବଳ କୁହାଯାଏ । ମନୁଷ୍ଯର ବ୍ୟବହାର ଦ୍ଵାରା ଯେଉଁ ସମ୍ବଳର ପରିମାଣରେ କୌଣସି ହ୍ରାସ ପରିଲକ୍ଷିତ ହୋଇ ନଥାଏ, ତାକୁ ଅବିରାମ ବା ପୂରଣୀୟ ସମ୍ବଳ କୁହାଯାଏ |
ଯଥା : ଖଣିଜ ପଦାର୍ଥ, ଖଣିଜ ତୈଳ, କୋଇଲା ଇତ୍ୟାଦି । ଯଥା : ସୌରଶକ୍ତି, ଭୂ-ତାପଜ a9, ଜୁଆର ଶକ୍ତି, ପବନ ଶକ୍ତି ଇତ୍ୟାଦି ।


🗨
3) ନିମ୍ନ ଲିଖିତ ଦୁଇଟିକୁ ଗୋଟିଏ ଲେଖାଏଁ ବାକ୍ୟରେ ପ୍ରକାଶ କର |

(କ) ସମ୍ବଳ ଭଣ୍ଡାର
ଉ -ପରିବେଶରେ ଥିବା ପଦାର୍ଥ ଯେଉଁଗୁଡ଼ିକ ମନୁଷ୍ୟର ଆବଶ୍ୟକତା ପୂରଣ
କରିପାରିବ ମାତ୍ର ଆଜିର ଜ୍ଞାନକୌଶଳ ଅନୁସାରେ ସେଗୁଡ଼ିକର
ବ୍ୟବହାର ହୋଇ ପାରୁନାହିଁ; ଏଭଳି ପଦାର୍ଥ ସମ୍ବଳ ଭଣ୍ଡାର କୁହାଯାଏ


(ଖ)ଜାତୀୟ ସମ୍ବଳ
ଉ -ଦେଶର ଭୌଗୋଳିକ ସୀମାରେଖା ମଧ୍ଯରେ ଥୁବା ସମସ୍ତ
ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ ମାନବ ସମ୍ବଳ ଇତ୍ୟାଦିକୁ
ଜାତୀୟ ସମ୍ବଳ କୁହାଯାଏ ।


🗨
4. ନିମ୍ନଲିଖ୍‌ତ ପ୍ରଶ୍ନର ଭତ୍ତର ଦିଅ |

(କ ) କୌଣସି ପଦାର୍ଥ ସମ୍ବଳରେ କିପରି ପରିଣତ ହୁଏ ?
ଉଚ ମନୁଷ୍ୟ ପ୍ରାକୃତିକ ପରିବେଶରେ ଅବ୍ୟବହୃତ କିମ୍ବା ଅଜ୍ଞାତ ହୋଇ ରହିଥିବା ପଦାର୍ଥ ଗୁଡିକରସନ୍ଧାନ କରି
ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କଲେ ତାହା ସମ୍ବଳରୂପେ ବିବେଚିତ ହୋଇଥାଏ ।


(ଖ) ସମ୍ବଳର ବିଶେଷତ୍ସ କ”ଣ ?
ଭ- (i) ସମ୍ବଳଚାରିଗୋଟି ଵିଶେଷତ୍ୱରହିଛି; ଯଥା- (a) ଉପଯୋଗିତା, (b ) କାର୍ଯ୍ୟଦକ୍ଷତା, (c ) ସୁଲଭତା (d ) ପରିବର୍ତ୍ତନଶୀଳତା|
(ii) ପ୍ରଥମତଃ ସମ୍ବଳ ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ । ଦ୍ଵିତୀୟତଃ ଏହାର ସୁଲଭତା
ଥିବାଆବଶ୍ୟକ । ତୃତୀୟତଃ ସମ୍ବଳ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ
କରିବାରେ ସହାୟକ ହେବା ଆବଶ୍ୟକ | ଚତୁର୍ଥତଃ ବ୍ୟବହାର ଅନୁସାରେ ବୈଜ୍ଞାନିକ ଉପାୟରେ
ଏହାକୁ ପରିବର୍ଭନ କରାଯାଇ ପାରୁଥିବାଆବଶ୍ୟକ |


(ଗ) ସମ୍ବଳ ସଂରକ୍ଷଣ କହିଲେ କ'ଣ ବୁଝାଏ ?
ଉ- (i) ସମ୍ବଳର ସଂଯତନବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ
କୁହାଯାଏ ।
(ii) ସମ୍ବଳ ସଂରକ୍ଷଣର ବାସ୍ତବ ତଥା ମୌଳିକ ଉଦ୍ଦେଶ୍ୟ ହେଉଛି ପରିବେଶର ସୁରକ୍ଷା, ପରିସଂସ୍ଥାର
ଉଚିତ ବିନିଯୋଗ ଓ ଜୈବ ବିବିଧତାକୁ ସୁରକ୍ଷିତ ରଖିବାଇତ୍ୟାଦି ।
(iii) ସମ୍ବଳ ସଂରକ୍ଷଣ ପାଇଁ ବିଶେଷତଃ ତିନୋଟି ଉପାୟ ଅବଲମ୍ବନ କରଯାଏ; ଯଥା — (a) ସମ୍ବଳ
ବ୍ୟବହାରର ଯଥୋଚିତ ହ୍ରାସ, (୨) ସମ୍ବଳର ପୁନଃ ଚକ୍ରୀକରଣ କୌଶଳ ଅବଲମ୍ବନ, (୯) ସମ୍ବଳର
ପୁନଃ ବ୍ୟବହାର ମାଧ୍ଯମରେ ସମସ୍ତ ପ୍ରକାର ସମ୍ବଳ ସଂରକ୍ଷଣ ।


(ଘ) ଧରଣୀୟ ବିକାଶ କହିଲେ କ'ଣ ବୁଝ |
ଉ - ସମ୍ବଳ ବିନିଯୋଗରଆବଶ୍ୟକତା ତଥା ଆଗାମୀ ବଂଶ ଧରଙ୍କ ପାଇଁ ସେଗୁଡିକ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଧାରଣୀୟ ବିକାଶ କୁହାଯାଏ |


🗨