10th Class Geography(ଭୂଗୋଳ) - Chapter 1 ସମ୍ବଳ (ଦ୍ଵିତୀୟ ପାଠ -ଭୂ-ସମ୍ବଳ) All Question With Answer

↓ Question & Answer ↓

1. ନିମ୍ନଲିଖ୍‌ତ ପ୍ରଶ୍ନର ଉତ୍ତର ଦିଅ |

(କ) ଭୂ-ସମ୍ବଳ ବିନିଯୋଗ କିପରି କରାଯାଏ?
ଉ - ମନୁଷ୍ଯ ଭୂମିକୁ ବିଭିନ୍ନ ଭାବରେ ବ୍ୟବହାର କରିଥାଏ
(i) ଏହା ମନୁଷ୍ୟର ଖାଦ୍ୟ, ବସ୍ତ୍ର , ବାସଗୃହ ଇତ୍ୟାଦି ମୌଳିକ ଆବଶ୍ୟକତାପୂରଣ କରିଥାଏ ।
(ii) ଭୂମିରେ ବିଭିନ୍ନ ପ୍ରକାର କୃଷିକାର୍ଯ୍ୟ କରାଯାଇ ଖାଦ୍ୟଶସ୍ୟ ଉତ୍ପାଦନ କରାଯାଇଥାଏ ।
(iii) ଭୂମି ଉପରେ ଗ୍ରାମ, ସହର, ବିଭିନ୍ନ ଶିଳ୍ପକେନ୍ଦ୍ର , ଶିକ୍ଷାନୁଷ୍ଠାନ, ବଜାର, ପ୍ରଶାସନିକ ଅନୁଷ୍ଠାନ ଇତ୍ୟାଦି ସ୍ଥାପିତ
ହୋଇଥାଏ । ଭୂମି ଉପରେ ବିଭିନ୍ନ ପ୍ରକାର ରାସ୍ତାଘାଟ, ରେଳପଥ, ଉଡ଼ାଜାହାଜ ପଡ଼ିଆ, ସାମୁଦ୍ରିକ ବନ୍ଦର,
ନଦୀବନ୍ଧ, କେନାଲ ଇତ୍ୟାଦି ପରିବହନ ମାଧ୍ଯମ ନିର୍ମାଣ କରାଯାଇଥାଏ ।
(iv) ଭୂମିରଉପରିଭାଗରୁ ଓ ଅଭ୍ୟନ୍ତରରୁ ବିଭିନ୍ନ ପ୍ରକାରର ଖଣିଜ ଦ୍ରବ୍ୟ ଉତ୍ତୋଳନ କରି କଞ୍ଚାମାଲ ଭାବରେ
ଶିଳ୍ପକେନ୍ଦ୍ରମାନଙ୍କୁ ଯୋଗାଇ ଦିଆଯାଇଥାଏ । ଭୂ-ପୃଷ୍ଠରେ ଥିବାଅରଣ୍ୟ ଓ ତୃଣଭୂମି ମନୁଷ୍ୟର ବିଭିନ୍ନ ଆବଶ୍ଯକତା ପୂରଣ କରିଥାଏ |

(ଖ) ଭାରତରେ ଭୂ-ସମ୍ବଳ କିପରି ବ୍ୟବହୃତ ହେଉଛି ?

ଉ- (i) ଭାରତର କ୍ରାନ୍ତୀୟ ଅବସ୍ଥିତି ଓ ଅନୁକୂଳ ମୌସୁମୀ ଜଳବାୟୁର ପ୍ରଭାବ ଯୋଗୁଁ ଏହାର ଭୂ-ସମ୍ବଳ ଅତ୍ୟନ୍ତ
ଉପଯୋଗୀ । ଜାତୀୟ ଅରଣ୍ୟ ନୀତି ଅନୁସାରେ ଭାରତରେ ସମୁଦାୟ ଭୂମିର ଶତକଡ଼ା 33 ଭାଗ ଭୂମି ଅରଣ୍ୟ
ପାଇଁ ରହିବା ଆବଶ୍ୟକ | ମାତ୍ର ଆମ ଦେଶର ଶତକଡ଼ା 24.39 ଭାଗ ଅଞ୍ଚଳ ଅରଣ୍ୟ ଭୂମିର ଅନ୍ତର୍ଗତ |

(ii) ଦେଶର ସମୁଦାୟ କ୍ଷେତ୍ରଫଳରୁ 55 ଭାଗ ଭୂମି କୃଷିକାର୍ଯ୍ୟ ପାଇଁ ଉଦ୍ଦିଷ୍ଟ | ଭାରତସମୁଦାୟ ଜନସଂଖ୍ୟାର
. ପ୍ରାୟ ଶତକଡ଼ା 58 ଭାଗରୁ ଊର୍ଦ୍ଧ୍ୱ ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ କୃଷି ଓ କୃଷିଭିଭିକ ବିଭିନ୍ନ କାର୍ଯ୍ୟ
ଉପରେ ନିର୍ଭରଶୀଳ । “
(iii) ଭାରତର ସମୁଦାୟ କ୍ଷେତ୍ରଫଳର ଶତକଡ଼ା 3.3 ଭାଗ ଭୂମି ଚାରଣ ଓ ଗୋଚର ଭୂମି ଭାବରେ ବ୍ୟବହୃତ
ହେଉଛି | ଭାରତର ହିମାଚଳ ପ୍ରଦେଶରେ ସର୍ବାଧିକ ଚାରଣ ଭୂମି ଦେଖାଯାଏ ଓ ସେଠାରେ ମୁଖ୍ୟତଃ ପଶୁପାଳନ
କରାଯାଏ |
(iv) ଦେଶର ଅଣକୃଷି ସମ୍ବନ୍ଧୀୟଭୂ-ବ୍ୟବହାର ମଧ୍ଯରେ ଜନବସତି, ଯାତାୟାତ ପଥ, କେନାଲ, ଖଣି, ଖାଦାନ
ଇତ୍ୟାଦି ପାଇଁ ବ୍ୟବହୃତ ଭୂମି ଏବଂ ପାହାଡ଼, ମରୁଭୂମି, ଜଳଭୂମି, ନଦୀଗଣ୍ଡ ଆଦି ପତିତ ଭୂମି ଅନ୍ତର୍ଗତ |
(v) ପତିତ ଭୂମି ଆମ ଦେଶର ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ , ନାଗାଲାଣ୍ଡ, ମଣିପୁର, ମେଘାଳୟ, ରାଜସ୍ଥାନ
ଓ କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରେ ଦେଖାଯାଏ । ଅନ୍ୟାନ୍ୟ ଅଣକୃଷି ଭୂମିର ବ୍ୟବହାର ଦେଶର ବିଭିନ୍ନ ଅଞ୍ଚଳରେ
ଦେଖିବାକୁମିଳେ |


(ଗ) ଭୂ-କ୍ଷୟ ସମସ୍ଯାର ସମାଧାନ କିପରି କରାଯାଇପାରିବ ?
ଉ-- ଭୂ-କ୍ଷୟ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଉପାୟମାନ ଅନୁସୃତ ହେଉଅଛି । ସେଗୁଡ଼ିକ ହେଲା :
(i ) ପୁନଃ ବନୀକରଣ ଓ ନିୟନ୍ତ୍ରିତ ପଶୁଚାରଣ ।
(ii ) ପ୍ରତିରକ୍ଷା ବଳୟ ରୂପେ କୃଷି ଓ ଅରଣ୍ୟ ଭୂମିର ସଂରକ୍ଷଣ |
(iii) ପଶୁଚାରଣ, ବାଲୁକା ପାହାଡ଼ ଇତ୍ୟାଦି ବୂଦ୍ଧିର ସଙ୍କୋଚନ | ।
(iv ) ଶିଳ୍ପକେନ୍ଦ୍ରରୁ ନିର୍ଗତ ବର୍ଜ୍ୟବସ୍ତୁର ସୁପରିଚାଳନା । “
(v ) ନଦୀଦ୍ୱାରକିମ୍ବା ପବନଦ୍ବାରା ହେଉଥ୍‌ବା ଭୂ-କ୍ଷୟକୁ ପ୍ରତିରୋଧ କରିବା ଉପାୟ |
(vi) ଭୂ-ବ୍ୟବହାରର ଏକ ସୁଚିନ୍ତିତ ଯୋଜନା ପ୍ରଣୟନ |


🗨