10th Class Geography(ଭୂଗୋଳ) - Chapter 1 ସମ୍ବଳ (ତୃତୀୟ ପାଠ - ମୂର୍ତ୍ତିକା -ସମ୍ବଳ) All Question With Answer
↓ Question & Answer ↓
(କ) ମୃତ୍ତିକା ଗଠନର ବିଭିନ୍ନ ନିୟାମକଗୁଡ଼ିକ କ'ଣ ?
ଉ- ଯେଉଁ ମୌଳିକ ବସ୍ତୁଗୁଡ଼ିକ ମୃତ୍ତିକା ଗଠନ ପ୍ରକ୍ରିୟାକୁ ପ୍ରଭାବିତ କରନ୍ତି, ସେଗୁଡ଼ିକୁ ମୃତ୍ତିକା ଗଠନର ନିୟାମକ
ବା କାରକ ବୋଲି କୁହନ୍ତି ।
(i) ମୃତ୍ତିକା ଗଠନର କାରକଗୁଡ଼ିକ ହେଲା - ଶିଳାରେଣୁ, ଜୈବାଂଶ, ଜଳବାୟୁ, ଭୁ-ପୃଷଠର ଉଚ୍ଚାବଚ ଇତ୍ୟାଦି |
(ii ) ମୃତ୍ତିକା ଯେଉଁ ପ୍ରାଥମିକ ଶିଳାରୁ ସୃଷ୍ଟି ହୁଏ, ସେହି ପ୍ରାଥମିକ ଶିଳା ମୃତ୍ତିକାର ରଙ୍ଗ, ବିନ୍ୟାସ, ରାସାୟନିକ
ଗୁଣ, ଖଣିଜ ପଦାର୍ଥ, ଜୈବାଂଶର ପରିମାଣ ଏବଂ ଭେଦ୍ୟତାକୁ ପ୍ରଭାବିତ କରିଥାଏ |
(iii) ମୃତ୍ତିକାର ଦୁଇଗୋଟି ବିଶେଷତ୍ୱପରିଲକ୍ଷିତ ହୋଇଥାଏ; ଯଥା- ପ୍ରାକୃତିକ ବିଶେଷତ୍ୱ ଓ ରାସାୟନିକ ବିଶେଷତ୍ୱ |
(iv) ପ୍ରାକୃତିକ ବିଶେଷତ୍ୱମୃତ୍ତିକାର୍ ଗଠନ, ସଂରଚନା, ରଙ୍ଗ, ଛିଦ୍ରତା ଉପରେ ନିର୍ଭରଶୀଳ | :
(v) ରାସାୟନିକ ବିଶେଷତ୍ୱ ସାଧାରଣତଃ ମୃତ୍ତିକାର ଅମ୍ଳ ଅଂଶ, ଲବଣତା ପ୍ରଭୂତି ଉପରେ ନିର୍ଭର କରେ।
(ଖ) ଦୋରସା ମୃତ୍ତିକା କାହାକୁ କହନ୍ତି ?
ଉ- (i) କ୍ଷୟଜାତ ଶିଳାରେଣୁର ଆକାର ଓ ପରିମାଣକୁ ବିଚାର କରି ମୃତ୍ତିକାକୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଏ;
ଯଥା - ପଟୁମାଟି, ବାଲିଆ ମାଟି, ଦୋରସା ମାଟି ଓ ମଟାଳ ମାଟି |
(ii) ବାଲିଆ, ପଟୁ ଓ ମଟାଳ ମାଟି ସମାନ ପରିମାଣରେ ମିଶିକରି ଯେଉଁ ମୃତ୍ତିକା ଗଠନ କରିଥାନ୍ତି, ତାହାକୁ
ଦୋରସା ମୃତ୍ତିକା କୁହାଯାଏ | .
(iii) ଦୋରସା ମୃତ୍ତିକା ଅଧୁକ ଉର୍ବର ଏବଂ ଆଖୁ ଚାଷ ପାଇଁ ଅଧୁକ ଉପାଦେୟ ।
(ଗ) ଅପସୃତ ମୃତ୍ତିକା କାହାକୁ କହନ୍ତି ? ।
ଉ- (i)ଚୂର୍ଣ୍ଣୀଭୁତଶିଳାରେଣୁଗୁଡ଼ିକ ବା ଅବଶିଷ୍ଟ ମୃତ୍ତିକା, ବିଭିନ୍ନ ପ୍ରାକୃତିକ କ୍ଷୟକାରୀ ବାହକ ( ଯଥା : ନଦୀ, ବାୟୁ,ହିମବାହ ଇତ୍ୟାଦି)
ଦ୍ଵାରା ପରିବାହିତ ହୋଇ ଅନ୍ୟ ସ୍ଥାନରେ ସଞ୍ଚିତହେବା ପ୍ରକ୍ରିୟାଦ୍ଵାରା ଯେଉଁ ମୃତ୍ତିକା ସୃଷ୍ଟି
କରେ। ତାହାକୁ ପରିବାହିତ ମୃତ୍ତିକା ବା ଅପସୃତ ମୃତ୍ତିକା କୁହାଯାଏ |
(ii) ଉଦାହରଣସ୍ବରୂପ ପଟୁମାଟି, ଲୋଏସ୍ ଇତ୍ୟାଦି ଅପସୃତ ମୃତ୍ତିକା |
(କ) ପେଡ଼ାଲଫର୍ ଓ ପେଡ଼ୋକାଲ :
ପେଡ଼ାଲଫର୍ | ପେଡ଼ୋକାଲ |
---|---|
(i) ଲବଣାମ୍ଳ ଯୁକ୍ତ ଓ ସ୍ଵଳ୍ପ ଜୈବାଂଶ ବିଶିଷ୍ଟ ମୃତ୍ତିକା କୁ ପେଡ଼ାଲଫର୍ ମୃତ୍ତିକା କୁହାଯାଏ | (ii) ଏହା ଏକ ଲାଲ ମୃତ୍ତିକା ଭାବରେ ଦକ୍ଷିଣ ଭାରତର ବିଭିନ୍ନ ଆଦ୍ର ଅଞ୍ଚଳରେ ଦେଖାଯାଏ । |
(i) ଅଧୁକ ପରିମାଣରେ ଚୂନ ଚୂନ ପଦାର୍ଥ ସଞ୍ଚିତ ହୋଇଥବା ଏକ କମ୍ ଅମ୍ଳୀୟ, ମାତ୍ର ଅଧିକ କ୍ଷାରୀୟ ମୃତ୍ତିକାକୁ
ପେଡ଼ୋକାଲ ମୃତ୍ତିକା କୁହାଯାଏ | (ii) ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ଶୁଷ୍କ ବା ଅର୍ଦ୍ଧଶୁଷ୍କ ଜଳବାୟୁ ଯୋଗୁଁ କମ୍ ବୃଷ୍ଟିପାତ ହେଉଥ୍ବା ଅଞ୍ଚଳରେ ପେଡ଼ୋକାଲ ମୃଭିକା ଦେଖାଯାଏ । |
(ଖ) ଖାଦର ଓ ଭାଙ୍ଗର :
ଖାଦର | ଭାଙ୍ଗର |
---|---|
(i) ଗାଙ୍ଗେୟ ସମତଳଭୂମିରେ ଦେଖାଯାଉଥ୍ବା ନୂତନ ପଟୁ ମୃତ୍ତିକାକୁ ଖାଦର କୁହାଯାଏ ।ଏହି ମୃତ୍ତିକା ନଦୀଶଯ୍ୟାର ପ୍ଲାବନ ଭୂମିରେ ଦେଖାଯାଏ । (ii)ଏଥରେ ଅଧିକ ବାଲୁକା, ପଟୁ, କର୍ଦ୍ଦମ ଅଂଶ ମିଶ୍ରିତ ଭାବେ ଥାଏ ।ଏହାର ରଙ୍ଗ ଅଳ୍ପ କଳା ହୋଇଥାଏ । |
ଗାଙ୍ଗେୟ ସମତଳଭୂମି ମିରେ ଦେଖାଯାଉଥିବା ପୁରାତନ ପଟୁ ମୃତ୍ତିକାକୁ ଭାଙ୍ଗର କୁହାଯାଏ । ଏହା ନଦୀର ପ୍ଲାବନ ଭୂମିଠାରୁ ଦୂରରେ ବନ୍ୟାଜଳ ପହଞ୍ଚୁ ନଦୀର ପ୍ଲାବନ ଭୂମିଠାରୁ ଦୂରରେ ବନ୍ୟାଜଳ ପହଞ୍ଚୁ ନଥିବା ଅଞ୍ଚଳରେ ଦେଖାଯାଏ | ( ii ) ଏହି ମୃତ୍ତିକାରେ ମାଟି ଅଂଶ ଅଧିକ ଥାଏ | ଏହାର ରଙ୍ଗ କଳା ହୋଇଥାଏ । |
(ଗ) କଙ୍କର ଓ ତରାଇ :
କଙ୍କର | ତରାଇ |
---|---|
(i ) ଗାଙ୍ଗେୟ ସମତଳଭୂମିର କେତେକ ସ୍ଥାନରେ ଭାଙ୍ଗର ମୃତ୍ତିକାରେ ଚୂନଗୋଡ଼ି ଅଧିକ ପରିମାଣରେ ଥୁଲେ ତାକୁ କଙ୍କର ମୃତ୍ତିକା କୁହାଯାଏ । | (i) ସିୱାଲିକ୍ ପର୍ବତମାଳାର ପାଦଦେଶରେ ପଟୁ ବ୍ୟଜନର ନିମ୍ନ ଅଞ୍ଚଳରେ ଅବସ୍ଥିତ ସନ୍ତସନ୍ତିଆ ସ୍ଥାନରେ ଦେଖାଯାଉଥ୍ବା ପତଳା ଓ ଜୈବାଂଶପୂର୍ଣ୍ଣ ମୃତ୍ତିକାକୁ ତରାଇ କୁହାଯାଏ । |
(ଘ) ରେଗୁର ମୃତ୍ତିକା ଓ ବରି ମୃତ୍ତିକା :
ରେଗୁର ମୃତ୍ତିକା | ବରି ମୃତ୍ତିକା |
---|---|
ଦାକ୍ଷିଣାତ୍ୟ ମାଳଭୂମିରେ ପରିଦୃଷ୍ଟ କୃଷ୍ଣ ମୃତ୍ତିକାକୁ ସ୍ଥାନୀୟ ଭାବେ ରେଗୁର କୁହାଯାଏ । | କେରଳ ରାଜ୍ୟର ପଶ୍ଚିମାଂଶରେ କୋଟାୟାମ୍ ଓ ଆଲାପୂଜା ଜିଲ୍ଲାରେ ଅଧିକ ଦେଖାଯାଉଥିବା ପିଟ୍ ଓ ଜଳାଭୂମି ମୃତ୍ତିକାକୁ ସ୍ଥାନୀୟଭାବେ ବରି କୁହାଯାଏ । |
(କ) ଅବଶିଷ୍ଟ ମୃତ୍ତିକା :
ଉ -- ଚୂର୍ଣ୍ରୀଭବନ ପ୍ରକ୍ରିୟାରେ ଶିଳା କ୍ଷୁଦ୍ର କ୍ଷୁଦ୍ର ରେଣୁରେ ପରିଣତ ହେବା ଫଳରେ ସେହି ସ୍ଥାନରେ ଜମା ହୋଇ ସୃଷ୍ଟି
କରୁଥିବା ମୃତ୍ତିକାକୁ ଅବଶିଷ୍ଟ ମୃତ୍ତିକା କୁହାଯାଏ ।
(ଖ) ଚେର୍ଣ୍ଣୋଜେମ୍ :
ଉ - କୃଷ୍ଣ ମୃତ୍ତିକାକୁ ଆନ୍ତର୍ଜାତୀୟ ସ୍ତରରେ କ୍ରାନ୍ତୀୟ ଚେର୍ଣ୍ଣୋଜେମ୍ ମୃତ୍ତିକା କୁହାଯାଏ |
(ଗ) ପୀତ ମୃଭିକା :
ଉ - ଲୋହିତ ମୃତ୍ତିକାରେ ଜଳୀୟ ଅଂଶ ଅଧିକଥିଲେ ଏହାର ରଙ୍ଗ ପୀତ ( ହଳଦିଆ ) ହୋଇଥାଏ ଏବଂ ତାକୁ
ପୀତ ମୃତ୍ତିକା କୁହାଯାଏ ।