10th Class Geography(ଭୂଗୋଳ) - Chapter 2 ଜୈବ ସମ୍ବଳ (ଦ୍ୱିତୀୟ ପାଠ -ବନ୍ୟପ୍ରାଣୀ ସମ୍ବଳ ) All Question With Answer
↓ Question & Answer ↓
(କ) ଜୈବ ବିବିଧତା କ'ଣ ?
ଉ- (i) ଭୂ-ପୃଷ୍ଠର କୌଣସି ଅଞ୍ଚଳର ପ୍ରାକୃତିକ ଉଭିଦ, ପ୍ରାଣୀ, ଅନ୍ୟାନ୍ୟ ଜୀବଜନ୍ତୁ ଓ ପରିସଂସ୍ଥାର ସମଷ୍ଟିକୁ ଜୈବ ବିବିଧତା କୁହାଯାଏ । ଏହା ତିନି ପ୍ରକାରର; ଯଥା – ଜିନୀୟ ଜୈବ ବିବିଧତା, ଜାତି ବିବିଧତା ଏବଂ ପରିସଂସ୍ଥାୟ ଜୈବ ବିବିଧତା ।
(ii) ସମଗ୍ର ପୃଥିବୀକୁ ଜୈବି ବିବିଧତା ଅନୁସାରେ 12 ଗୋଟି ବୃହତ୍ କେନ୍ଦ୍ର ଏବଂ 18 ଗୋଟି ତପ୍ତସ୍ଥଳରେ ବିଭକ୍ତ କରାଯାଇଛି । ଜନ୍ମଧ୍ୟରୁ ଭାରତ ଜୈବ ବିବିଧତାର ଏକ ବୃହତ୍ କେନ୍ଦ୍ର ଏବଂ ଏହାର 2 ଗୋଟି ତପ୍ତସ୍ଥଳ ( ଉତ୍ତର- ପୂର୍ବ ଭାରତ ଓ ପଶ୍ଚିମଘାଟ) ରହିଛି ।
(ଖ) ଲାଲ୍ ତଥ୍ୟ ପୁସ୍ତକ କ'ଣ ?
ଉ- (i) ବିଶ୍ଵ ସଂରକ୍ଷଣ ସଂଘ ସଙ୍କଟାପନ୍ନ ଜାତିର ଜୀବମାନଙ୍କ ଉପରେ ଏକ ପୁସ୍ତକ ପ୍ରକାଶ କରିଆସୁଛି । ଏହି ପୁସ୍ତକର ନାମ ଲାଲ୍ ତଥ୍ୟ ପୁସ୍ତକ ।
(ii) ଏହା ପ୍ରଥମେ 1966 ମସିହାରେ ପ୍ରକାଶ ପାଇଥିଲା ଏବଂ ଏଥିରେ 3000 ରୁ ଅଧିକ ପ୍ରାଣୀ ଓ 20,000 ରୁ ଊର୍ଦ୍ଧ୍ୱ ଉଭିଦମାନଙ୍କର ନାମ ସ୍ଥାନ ପାଇଥିଲା ।
(iii) ଏହି ଲାଲ୍ ତଥ୍ୟ ପୁସ୍ତକରେ ଭାରତର ସର୍ବାଧିକ ସଂଖ୍ୟା ର ସଙ୍କଟାପନ୍ନ ଜାତି ସ୍ଥାନ ପାଇଛନ୍ତି ।
(ଗ) ସଙ୍କଟାପନ୍ନ ପ୍ରାଣୀ କିଏ ?
ଉ- (i) ଜୈବ ବିବିଧତା ହ୍ରାସ ପାଇଲେ ଉପଯୁକ୍ତ ପ୍ରତିରୋଧକ ପଦକ୍ଷେପର ଅଭାବରୁ ଏକ ଜାତି ପୃଥିବୀରୁ ବା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ସମ୍ପୂର୍ଣ ବିଲୁପ୍ତ ହୋଇଯିବାର ଆଶଙ୍କା ଥିଲେ, ଏପରି ଜାତିକୁ ସଙ୍କଟାପନ୍ନ ପ୍ରାଣୀ କହନ୍ତି ।
(ii) ବିଗତ ଶତାବ୍ଦୀ ମଧ୍ୟରେ ଅଧିକରୁ ଅଧିକ ଜାତି ସଙ୍କଟାପନ୍ନ ଅବସ୍ଥାକୁ ଗତି କରୁଥିବାରୁ ବିଶ୍ୱ ସ୍ତରରେ ଏଥ୍ ନିମନ୍ତେ ଚିନ୍ତା ପ୍ରକଟ କରାଯିବା ସହିତ ସଚେତନତା ମଧ୍ୟ ବୃଦ୍ଧି ପାଇଛି ।
(ଘ) ବନ୍ୟପ୍ରାଣୀ ବୋର୍ଡର କାର୍ଯ୍ୟ କ’ଣ ?
ଉ- ଏହା ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ପାଇଁ ଗଠିତ ହୋଇଥିବା ଏକ ବୋର୍ଡ । ଏହି ବୋର୍ଡ ଭାରତରେ 1972 ମସିହାରେ ଗଠନ କରାଯାଇଥିଲା । ବନ୍ୟପ୍ରାଣୀମାନଙ୍କର ସଂରକ୍ଷଣ ଓ ସୁରକ୍ଷା ପାଇଁ ଏହି ବୋର୍ଡ଼ କାର୍ଯ୍ୟ କରୁଛି ।
(କ) ଅପଘଟକ ଓ ପରିପୋଷୀ :
ଉ-
| ଅପଘଟକ | ପରପୋଷୀ |
|---|---|
| (i) ମୃତ ଉଦ୍ଭିଦ ଓ ପ୍ରାଣୀମାନଙ୍କର ଶରୀରରୁ ଖାଦ୍ୟ ଶୋଷଣ କରି ବଞ୍ଚିରହୁଥିବା ଅନୁଜୀବମାନଙ୍କୁ ଅପଘଟକ କୁହାଯାଏ (ii) କବକ ଓ ବ୍ୟାକ୍ଟେରିଆ ଇତ୍ୟାଦି ଅପଘଟକ ଶ୍ରେଣୀର । |
(i) ସମସ୍ତ ପ୍ରାଣୀ ପରପୋଷୀ ଅଟନ୍ତି । ଏମାନଙ୍କୁ ମଧ୍ୟ
ଭକ୍ଷକ କୁହାଯାଏ । (ii) ଏମାନେ ଖାଦ୍ୟପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ସବୁଜ ଉଦ୍ଭିଦ ଉପରେ ନିର୍ଭର କରିଥା’ନ୍ତି । |
ନିମ୍ନଲିଖ୍ ଶବ୍ଦଗୁଡ଼ିକ ଗୋଟିଏ ଲେଖାଏଁ ବାକ୍ୟରେ ପ୍ରକାଶ କର ।
(କ) ଅଭୟାରଣ୍ୟ :
ଉ– ପଶୁପକ୍ଷୀମାନଙ୍କ ସୁରକ୍ଷିତ ବାସସ୍ଥଳୀ ରୂପେ ଘୋଷିତ ଅଞ୍ଚଳ ।
(ଖ) ଜାତୀୟ ଉଦ୍ୟାନ :
ଉ– ଅଭୟାରଣ୍ୟଠାରୁ ଜାତୀୟ ଉଦ୍ୟାନମାନଙ୍କରେ ପଶୁ ପକ୍ଷୀମାନଙ୍କର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଇଥାଏ ।
(ଗ) ବିଲୁପ୍ତ ଜାତି :
ଉ- ପ୍ରାୟ 50 ବର୍ଷ ଧରି ବା ତାହାଠାରୁ ଅଧିକ ସମୟ ଧରି କୌଣସି ଜାତି ଦୃଶ୍ୟମାନ ନ ହେଲେ ତାହାକୁ ବିଲୁପ୍ତ ଜାତି କୁହାଯାଏ ।
(ଘ) ବିପଦପ୍ରବଣ ଜାତି :
ଉ-ବର୍ତ୍ତମାନ ଉଦ୍ବେଗଜନକ ଅବସ୍ଥାରେ ନ ଥିବା ଏବଂ ଭବିଷ୍ୟତରେ ଲୋପ ପାଇଯିବାଗ ର ଆଶଙ୍କା ଥିବା ଜାତିର ପ୍ରାଣୀ ବିପଦପ୍ରବଣ ଜାତି ରୂପେ ପରିଗଣିତ ହୋଇଥା'ନ୍ତି ।