10th Class Geography(ଭୂଗୋଳ) - Chapter 2 ଜୈବ ସମ୍ବଳ (ପ୍ରଥମ ପାଠ -ଅରଣ୍ୟ ସମ୍ବଳ ) All Question With Answer
↓ Question & Answer ↓
(କ) ଆଶ୍ରୟ ବଳୟ କାହାକୁ କୁହାଯାଏ ?
ଉ- (i ) ଭାରତରେ ଥୁବା ଜୁଆରିଆ ଅରଣ୍ଯୟର ଗଛଗୁଡ଼ିକର ଉଚ୍ଚତା ପ୍ରାୟ 30 ମିଟର ପର୍ଯ୍ୟନ୍ତ ହୋଇଥାଏ ।
(ii ) ଏହି ଅରଣ୍ୟର କାଠ ବିଶେଷ ମୂଲ୍ୟବାନ ନ ହେଲେ ହେଁ ବାତାବର୍ତ୍ତଓ ଉଚ୍ଚ ଜୁଆର ପାଇଁ ଏହି ଅରଣ୍ୟ ଏକ ପ୍ରତିରୋଧକ ବଳୟ ବା ଆଶ୍ରୟ ବଳୟ ପରି କାର୍ଯ୍ୟ କରିଥାଏ |
(ଖ) ରତୁକାଳୀନ ସ୍ଥାନାନ୍ତରଣ କାର୍ଯ୍ୟ କ ' ଣ ?
ଉ- (i) ହିମାଳୟ ପର୍ବତର ଉତ୍ତର ଢାଲୁ ଅଞ୍ଚଳରେ ହିମରେଖାର ନିମ୍ନରେ ଶୁଷ୍କ କଣ୍ଟାଜାତୀୟ ଗୁଳ୍ମଉଦ୍ଭିଦ
ଦେଖାଯାଏ । ଏଠାରେ ଆଲ୍ପୀୟ ଚାରଣ ଭୂମି ମଧ୍ଯରେ ସରଳବର୍ଗୀୟ ବୃକ୍ଷ ଓ ହିମାଚ୍ଛାଦିତ ଭୂମି
ଦେଖାଯାଏ ।
(ii ) ବିଶେଷତଃ ପୀରପଞ୍ଜାଲ ପର୍ବତଶ୍ରେଣୀରେ ଏହା ବିଶେଷଭାବେ ଦେଖାଯାଏ । ଏଠାରେ ଗୁଜ୍ଜରମାନେ ଋତୁକାଳୀନ ସ୍ଥାନାନ୍ତରଣ କାର୍ଯ୍ୟ ମାଧ୍ୟମରେ ପଶୁଚାରଣ କରିଥାନ୍ତି ।
(ଗ) ପ୍ରାକୃତିକ ଅରଣ୍ୟ କାହାକୁ କୁହାଯାଏ?
ଉ-- କୌଣସି ଅଞ୍ଚଳରେ ମନୁଷ୍ୟର ବିନା ସାହାଯ୍ୟରେ ଭୂ- ପୃଷ୍ଠରେ ଆପେ ଆପେ ଜନ୍ମି , ବୃଦ୍ଧିପାଇ ମୃତ୍ୟୁ ଲାଭ
କରୁଥ୍ବା ବୃକ୍ଷ, ଲତା, ତୃଣ ଓ ଗୁଳ୍ମଇତ୍ୟାଦିକୁ ପ୍ରାକୃତିକଉଦ୍ଭିଦକହନ୍ତି । ଏହି ପ୍ରାକୃତିକ ଉଦ୍ଭିଦ ରେ ଭରପୂର ହୋଇ ରହିଥ୍ବା ଅରଣ୍ୟକୁ ପ୍ରାକୃତିକ ଅରଣ୍ୟ କୁହାଯାଏ ।
(ଘ) ବୋରିୟଲଉଦ୍ଭିଦକହିଲେ ତୁମେ କ'ଣ ବୁଝ ?
ଉ- (i ) ବିଦେଶଜ ଦ ମୁଖ୍ୟତଃ ଦୁଇ ପ୍ରକାର; ଯଥା - ବୋରିୟଲ ଉଦ୍ଭିଦଓ ଉଷ୍ଣ କ୍ରାନ୍ତୀୟଉଦ୍ଭିଦ।
(ii ) ବୋରିୟଲ ଉଭିଦ ବିଶେଷତଃ ସୂଚ୍ଯଗ୍ରପତ୍ରୀ ସରଳବର୍ଗୀୟ ବୃକ୍ଷ ଏବଂ ଏହା ହିମାଳୟ ଓ ଉଚ୍ଚ
ପର୍ବତଶ୍ରେଣୀରେ ଦେଖାଯାଏ ଯାହା ଚୀନ୍ ଓ ମଧ୍ଯଏସିଆ ଅଞ୍ଚଳରୁ ଆସିଛି ।
(ଙ) ୟିଉ (୪୪) କେଉଁଠାରେ ଦେଖାଯାଏ ?
ଉ- (i ) ହିମାଳୟ ପର୍ବତମାଳାରେ ୟିଉ ନାମକ ଉଦ୍ଭିଦ ଦେଖାଯାଏ । ଏଗୁଡ଼ିକ ବର୍ତମାନ ବିପଦଗ୍ରସ୍ତ । ଏହା ଏକ ଓଷଧୀୟ ଉଦ୍ଭିଦ |
(ii ) ୟିଉ ଶ୍ରେଣୀର ଉଦ୍ଭିଦ ହିମାଚଳ ପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ଦେଖାଯାଏ ।
(କ) ଜୈବ ମଣ୍ଡଳ ଓ ପରିସଂସ୍ଥା :.
Ans:
ଜୈବ ମଣ୍ଡଳ | ପରିସଂସ୍ଥା |
---|---|
ଭୂମଣ୍ଡଳର ତିନି ମୁଖ୍ୟ ମଣ୍ଡଳ( ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ) ର ମିଳନସ୍ଥଳରେ ଥୁବା ସଂକୀର୍ଣ୍ଣ ମଣ୍ଡଳ, ଯେଉଁଠାରେ ବିଭିନ୍ନ ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ, | ମନୁଷ୍ଯ ଓ ଅଣୁଜୀବ ପାରସ୍ପରିକ କ୍ରିୟା ସାଧନ କରିଥା'ନ୍ତି, ତାହାକୁ ଜୈବ ମଣ୍ଡଳ କୁହାଯାଏ । | ଜୈବ ମଣ୍ଡଳରେ ଥବା ସମସ୍ତ ଉଦ୍ଭିଦ, ପ୍ରାଣୀ ଓ ଅଣୁଜୀବ ବଞ୍ଚ୍ରହିବା ପାଇଁ ପରସ୍ପର ସମ୍ପୃକ୍ତ ଓ ନିର୍ଭରଶୀଳ ରହି ପାରସ୍ପରିକ ସହାବସ୍ଥାନ ବ୍ୟବସ୍ଥାକୁ ପରିସଂସ୍ଥା କୁହାଯାଏ । |
(ଖ) ସଂରକ୍ଷିତ ଅରଣ୍ୟ ଓ ସୁରକ୍ଷିତ ଅରଣ୍ୟ :
Ans:
ସଂରକ୍ଷିତ ଅରଣ୍ୟ | ସୁରକ୍ଷିତ ଅରଣ୍ୟ |
---|---|
(i) ସଂରକ୍ଷିତ ଅରଣ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରହି ଥାଏ । ଏଥରୁ କାଷ୍ଠ ସଂଗ୍ରହ ତଥା ପଶୁଚାରଣ ପାଇଁ ସାଧାରଣ ଜନତାଙ୍କୁ ଅନୁମତି ମିଳି ନଥାଏ । (ii ) ଏ ପ୍ରକାର ଅରଣ୍ଯର ଆୟତନ ସମୁଦାୟ ଅରଣ୍ୟ ଆୟତନର ପ୍ରାୟ 53 ଶତାଂଶ | | (i ) ସୁରକ୍ଷିତ ଅରଣ୍ଯ ସରକାରଙ୍କ ତତ୍ତ୍ଵାବଧାନରେ ଥିଲେ ମଧ୍ଯ ଏଥ୍ରୁ ସାଧାରଣ ଜନତାଙ୍କୁ କାଷ୍ଠ ସଂଗ୍ରହ । ଓ ପଶୁଚାରଣ ପାଇଁ ଅନୁମତି ମିଳିଥାଏ । (ii ) ସୁରକ୍ଷିତ ଅରଣ୍ୟର ଆୟତନ ସମୁଦାୟ ଅରଣ୍ୟ ଆୟତନର ପ୍ରାୟ 29 ଶତାଂଶ | |
(ଗ) ଚିରହରିତ୍ ଅରଣ୍ୟ ଓ ପର୍ଣ୍ରମୋଚୀ ଅରଣ୍ୟ :
Ans:
ଚିରହରିତ୍ ଅରଣ୍ୟ | ପୂର୍ଣ୍ଣମୋଚୀ ଅରଣ୍ୟ |
---|---|
(i ) ବାର୍ଷିକ ହାରାହାରି 250 ସେ.ମି.ରୁ ଅଧିକ ବୃଷ୍ଟିପାତ ହେଉଥ୍ବା ଅଞ୍ଚଳରେ ଚିରହରିତ୍ ଅରଣ୍ୟ ଦେଖାଯାଏ । | (ii ) ଏହି ଅରଣ୍ୟରେ ବୃକ୍ଷଗୁଡ଼ିକ ଅଧିକ ଉଚ୍ଚା ହୋଇ ଘଞ୍ଚ ଭାବରେ ବଢ଼ିଥା ' ନ୍ତି । ଏହି ଅରଣ୍ଯର ବୃକ୍ଷଗୁଡ଼ିକ ହେଲେ ଶ୍ଵେତସେଦାର, ରୋଜଉଡ୍ ଶିଶୁ, ଚନ୍ଦନ ଇତ୍ୟାଦି । | (i) ବାର୍ଷିକ ହାରାହାରି 100 ସେ.ମି. ରୁ 200 ସେ.ମି. ମଧ୍ଯରେ ବୃଷ୍ଟିପାତ ହେଉଥ୍ବା ଅଞ୍ଚଳରେ ପର୍ଣ୍ଣମୋଚୀ ଅରଣ୍ୟ ଦେଖାଯାଏ । : (ii) ପ୍ରକାର ଅରଣ୍ଯରେ ପତ୍ରଗୁଡ଼ିକ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ପତ୍ରଝଡ଼ା ଦିଅନ୍ତି । ତେଣୁ ଏହାକୁ ପଣ୍ଣ୍ରମୋଚୀ ଅରଣ୍ୟ କୁହାଯାଏ । ଶାଳ, ଚନ୍ଦନ, ଶାଗୁଆନ, କୁରୁମ, ଖଇର, ମହୁଲ ଆଦି ବୃକ୍ଷ ଏ ପ୍ରକାର ଅରଣ୍ୟରେ ଦେଖାଯାଏ । |
(ଘ) ସୁନ୍ଦରବନ ଓ କ୍ଷୁଦ୍ର ସୁନ୍ଦରବନ :
Ans:
ସୁନ୍ଦରବନ | କ୍ଷୁଦ୍ର ସୁନ୍ଦରବନ |
---|---|
ଗଙ୍ଗାନଦୀ ଓ ବ୍ରହ୍ମପୁତ୍ର ନଦୀର ଯୁଗ୍ମ ତ୍ରିକୋଣଭୂମିରେ ବହୁ ପରିମାଣରେ ସୁନ୍ଦରୀ ଗଛ ଥାଏ ଯୋଗୁଁ ଏହାକୁ ସୁନ୍ଦରବନ କୁହାଯାଏ । | ଓଡ଼ିଶାର ମହାନଦୀ-ବ୍ରାହ୍ମଣୀ-ବୈତରଣୀର ମିଶ୍ରିତ ତ୍ରିକୋଣଭୂମିରେ ସୁନ୍ଦରୀ ଗଛ ପରି ହେନ୍ତାଳ ବୃକ୍ଷର ଅରଣ୍ୟ ଦେଖାଯାଏ । ଏହାକୁ ହେନ୍ତାଳ ବନ ଚା କ୍ଷୁଦ୍ର ସୁନ୍ଦରବନ କୁହାଯାଏ |
(କ) ମୁକ୍ତ ଅରଣ୍ୟ : (ଖ) ଚିର୍ : (ଗ) ଶୋଲାସ୍ :
ଉ -
(କ) ମୁକ୍ତ ଅରଣ୍ୟ : କୌଣସି ପ୍ରତିବନ୍ଧକ ନଥିବାଅବର୍ଗୀକୃତ ଅରଣ୍ୟକୁ ମୁକ୍ତ ଅରଣ୍ୟ କୁହାଯାଏ |
(ଖ) ଚିର୍ : ଉପକ୍ରାନ୍ତୀୟ ଆଦ୍ରପାଇନ୍ ଅରଣ୍ୟର ପ୍ରଧାନ ବୃକ୍ଷ ହେଉଛି ଚିର୍ ।
(ଗ) ଶୋଲାସ୍ : ଦକ୍ଷିଣ ଭାରତରେ ନାତିଶୀତୋଷ୍ଠ ପାର୍ବତ୍ୟ ଅରଣ୍ୟକୁ ସ୍ଥାନୀୟ ଭାବେ ଶୋଲାସ୍ କୁହାଯାଏ ।