10th Class Geography(ଭୂଗୋଳ) - Chapter 3 ଜଳ ସମ୍ବଳ All Question With Answer

↓ Question & Answer ↓

1. ବହୁ ସମ୍ଭାବିତ ଉତ୍ତରମୂଳକ ପ୍ରଶ୍ନ :

(i) ନିମ୍ନରେ ଦିଆଯାଇଥିବା ତଥ୍ୟକୁ ଆଧାର କରି ପ୍ରତ୍ୟେକ ଅଞ୍ଚଳକୁ ‘ଜଳାଭାବ ଅଛି’ ଏବଂ ‘ଜଳାଭାବ ନାହିଁ’ ରୂପେ ଚିହ୍ନିତ କର ।
(a) ବାର୍ଷିକ ଅଧ‌ିକ ବୃଷ୍ଟି ପାଉଥବା ଅଞ୍ଚଳ ।
(b) ବାର୍ଷିକ ଅଧିକ ବୃଷ୍ଟି ପାଉଥିବା ଏକ ଜନାକୀର୍ଣ୍ଣ ଅଞ୍ଚଳ ।
(c) ବାର୍ଷିକ ବୃଷ୍ଟି ପରିମାଣ ଅଧିକ; ମାତ୍ର ଜଳ ବିଶେଷ ଭାବେ ପ୍ରଦୂଷିତ ।
(d) ଅଳ୍ପ ବୃଷ୍ଟି ପାଉଥିବା ଜଳବିରଳ ଅଞ୍ଚଳ ।

ଉ - (a) ଜଳାଭାବ ନାହିଁ (b) ଜଳାଭାବ ନାହିଁ (c) ଜଳାଭାବ ଅଛି (d) ଜଳାଭାବ ଅଛି ।

(ii) ନିମ୍ନଲିଖିତ କେଉଁ ଉକ୍ତିଟି ବହୁମୁଖୀ ନଦୀବନ୍ଧ ଯୋଜନା ସମ୍ବନ୍ଧରେ ଅନୁକୂଳ ମନ୍ତବ୍ୟ ନୁହେଁ ?
(a) ଜଳାଭାବ ପ୍ରପୀଡ଼ିତ ଅଞ୍ଚଳକୁ ବହୁମୁଖୀ ନଦୀବନ୍ଧ ଯୋଜନା ଜଳ ଯୋଗାଇଥାଏ ।
(b) ବହୁମୁଖୀ ନଦୀବନ୍ଧ ଯୋଜନାଗୁଡ଼ିକ ଜଳ ପ୍ରବାହର ସୁବ୍ୟବସ୍ଥା କରି ବନ୍ୟା ନିୟନ୍ତ୍ରଣ କରେ ।
(c) ବହୁମୁଖୀ ନଦୀବନ୍ଧ ଯୋଜନା ଅନେକ ଲୋକଙ୍କର ଭିଟାମାଟି ଓ ଜୀବିକାର୍ଜନ ପନ୍ଥା ହରାଇବାକୁ ବାଧ୍ଯକରେ ।
(d) ‘ବହୁମୁଖୀ ନଦୀବନ୍ଧ ଯୋଜନା’ ଶିଳ୍ପ ଓ ଘରୋଇ ବ୍ୟବହାର ନିମନ୍ତେ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିଥାଏ ।
ଉ - (c) ବହୁମୁଖୀ ନଦୀବନ୍ଧ ଯୋଜନା ଅନେକ ଲୋକଙ୍କର ଭିଟାମାଟି ଓ ଜୀବିକାର୍ଜନ ପନ୍ଥା ହରାଇବାକୁ ବାଧ୍ଯକରେ ।


(iii) ନିମ୍ନରେ କେତେକ ତଥ୍ୟ ବିଶିଷ୍ଟ ଉକ୍ତି ଦିଆଯାଇଛି । ଭୁଲଟିକୁ ବାଛ ଏବଂ ସେଗୁଡ଼ିକୁ ଠିକ୍ କରି ଲେଖ ।
(a) ଅଧିକ ଜନସଂଖ୍ୟା ଓ ଘନତ୍ଵ ବିଶିଷ୍ଟ ସହରଗୁଡ଼ିକର ସଂଖ୍ୟା ବହୁଗୁଣିତ ହେବା ଓ ସହରୀ ଜୀବନଧାରଣ ରୀତି ଜଳ ସମ୍ବଳର ସୁବିନିଯୋଗରେ ସାହାଯ୍ୟ କରୁଛି ।

ଉ - ଅଧିକ ଜନସଂଖ୍ୟା ଓ ଘନତ୍ଵ ବିଶିଷ୍ଟ ସହରଗୁଡ଼ିକର ସଂଖ୍ୟା ବହୁଗୁଣିତ ହେବା ଓ ସହରୀ ଜୀବନଧାରଣ ରୀତି ଜଳ ସମ୍ବଳର ସୁବିନିଯୋଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି ।

(b) ନଦୀ ଉପରେ ବନ୍ଧ ନିର୍ମାଣ କରି ଓ ଏହାର ଗତି ନିୟନ୍ତ୍ରଣ କରିବାଦ୍ଵାରା ଏହାର ପ୍ରାକୃତିକ ପ୍ରବାହ ଏବଂ ଅବକ୍ଷେପଣ ପ୍ରଭାବିତ ହୋଇ ନଥାଏ ।
ଉ- ନଦୀ ଉପରେ ବନ୍ଧ ନିର୍ମାଣ କରି ଓ ଏହାର ଗତି ନିୟନ୍ତ୍ରଣ କରିବାଦ୍ୱାରା ଏହାର ପ୍ରାକୃତିକ ପ୍ରବାହ ଏବଂ ଅବକ୍ଷେପଣ ପ୍ରଭାବିତ ହୋଇଥାଏ ।

(c) ଗୁଜରାଟର ସାବରମତି ନଦୀ ଅବବାହିକାରେ ବସବାସ କରୁଥିବା ଚାଷୀମାନେ ମରୁଡ଼ି ସମୟରେ ସହରକୁ ଜଳ ଯୋଗାଣର ଅଗ୍ରାଧିକାର ଦେବାଦ୍ଵାରା ଉତ୍ତେଜିତ ହୋଇନଥିଲେ ।
ଉ- ଗୁଜରାଟର ସାବରମତି ନଦୀ ଅବବାହିକାରେ ବସବାସ କରୁଥିବା ଚାଷୀମାନେ ମରୁଡ଼ି ସମୟରେ ସହରକୁ ଜଳ ଯୋଗାଣର ଅଗ୍ରାଧିକାର ଦେବାଦ୍ଵାରା ଉତ୍ତେଜିତ ହୋଇଥିଲେ ।
(d) ରାଜସ୍ଥାନ କେନାଲଦ୍ଵାରା ବହୁଳ ପରିମାଣରେ ଜଳ ଉପଲବ୍ଧ ହେଉଥିଲେ ମଧ୍ୟ ଜଳ ଅମଳ ବ୍ୟବସ୍ଥା ଜନାଦୃତ ହୋଇନାହିଁ ।
ଉ- ରାଜସ୍ଥାନ କେନାଲଦ୍ୱାରା ବହୁଳ ପରିମାଣରେ ଜଳ ଉପଲବ୍ଧ ହେଉଥିବାରୁ ଜଳ ଅମଳ ବ୍ୟବସ୍ଥା ଜନାଦୃତ ହୋଇନାହିଁ ।


🗨
2. ନିମ୍ନଲିଖୂତ ପ୍ରତ୍ୟେକର ଉତ୍ତର ପ୍ରାୟ 30ଟି ଶବ୍ଦରେ ଲେଖ ।

(i) ଜଳ କିପରି ଏକ ଅସରନ୍ତି ସମ୍ବଳ, ବୁଝାଅ ।
ଉ- (a) ଭୂପୃଷ୍ଠର ତିନି-ଚତୁର୍ଥାଂଶ ଜଳାଚ୍ଛାଦିତ; ମାତ୍ର ଆମର ପ୍ରତ୍ୟକ୍ଷ ବ୍ୟବହାରରେ ଲାଗୁଥିବା ମଧୁର ଜଳର ପରିମାଣ ସ୍ଵଳ୍ପ । ଏହା ମୁଖ୍ୟତଃ ଭୂପୃଷ୍ଠରେ ଥିବା ନଦୀ, ହ୍ରଦ ଓ ଭୂଗର୍ଭ ଜଳରୁ ମିଳିଥାଏ ।
(b) ସୌରତାପଦ୍ୱାରା ବାଷ୍ପୀଭୂତ ଜଳରାଶି ବୃଷ୍ଟିପାତ ମାଧ୍ଯମରେ ଭୂ-ପୃଷ୍ଠକୁ ପୁନଃ ଫେରିଆସିଥାଏ । ଜଳର ଅନ୍ତ ନହୋଇ ସର୍ବଦା ଏହା ପ୍ରବାହିତ ହୋଇଥାଏ ।
(c) ଜଳଚକ୍ରଦ୍ୱାରା ଏହାର ନିରନ୍ତର, ନବୀକରଣ ଓ ଭରଣା ହୋଇଥାଏ । ସମଗ୍ର ଜଳରାଶି ଜଳଚକ୍ର ଦେଇ ଗତି କରିଥାଏ ତେଣୁ ଜଳ ଏକ ଅସରନ୍ତି ସମ୍ବଳ ।


(ii) ଜଳାଭାବ କ’ଣ ଓ କେଉଁ କେଉଁ କାରଣଗୁଡ଼ିକ ଏପାଇଁ ଦାୟୀ ?
ଉ- (a) ଆବଶ୍ୟକତା ପୂରଣ ପାଇଁ ଜଳ ଉପଲବ୍‌ଧ ହୋଇ ନ ପାରିବାକୁ ଜଳାଭାବ କୁହାଯାଏ । ଋତୁ ଅନୁସାରେ ବୃଷ୍ଟିପାତରେ ଅନିଶ୍ଚିତତା ଏବଂ ଊଣାଅଧୂକ ହେତୁ ଜଳାଭାବ ଦେଖାଦିଏ; ମାତ୍ର ଜଳ ସମ୍ପଦର ଅତ୍ୟଧିକ ଶୋଷଣ ଓ ସମାଜରେ ବିଭିନ୍ନ ବର୍ଗର ଲୋକମାନଙ୍କଠାରୁ ଜଳ ଉତ୍ସର ଦୂରତ୍ଵ ଅଧିକାଂଶ କ୍ଷେତ୍ରରେ ଜଳାଭାବ ପାଇଁ ଦାୟୀ ହୋଇଥାଏ ।
(b) ଜଳର ଆବଶ୍ୟକ‌ତା ଜନସଂଖ୍ୟା ବଢ଼ିବା ସହିତ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅଧିକ ଖାଦ୍ୟ ଉତ୍ପାଦନ ପାଇଁ ଜଳ ସମ୍ବଳ ଉପରେ ପ୍ରବଳ ଚାପ ପଡ଼ୁଛି; ଫଳରେ ଜଳାଭାବ ଦେଖାଯାଉଛି ।
(c) ପୁନଶ୍ଚ ଶିଳ୍ପାୟନ, ସହରୀକରଣ, ସହରୀ ଜୀବନଶୈଳୀ ଓ ଜଳପ୍ରଦୂଷଣ ଯୋଗୁଁ ଜଳାଭାବ ଦେଖାଯାଉଛି ।


(iii) ବହୁମୁଖୀ ନଦୀବନ୍ଧ ଯୋଜନାର ଉପକାରିତା ଓ ଅପକାରିତା ସମ୍ବନ୍ଧରେ ଏକ ତୁଳନାତ୍ମକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
ଉ- (a) ଉପକାର : ବହୁମୁଖୀ ନଦୀବନ୍ଧ ଯୋଜନାଦ୍ୱାରା ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଶିଳ୍ପକ୍ଷେତ୍ରରେ ବ୍ୟବହାର, ବିଦ୍ୟୁତ୍‌ଶକ୍ତି ଉତ୍ପାଦନ ଓ ଯୋଗାଣ, ଅନ୍ତଃସ୍ଥଳୀୟ ଜଳ ପରିବହନ, ନୌବିହାର, ପର୍ଯ୍ୟଟନ ପାଇଁ ଦର୍ଶନୀୟ ସ୍ଥାନ ପ୍ରସ୍ତୁତି, ମତ୍ସ୍ୟ ପ୍ରଜନନ, ମନୋରଞ୍ଜନ ଇତ୍ୟାଦି ବହୁବିଧ କାର୍ଯ୍ୟ ସାତ ହେଉଛି ।
(b) ଅପକାର : ଏହାର ଅପକାରିତାଗୁଡ଼ିକ ହେଲା – ପ୍ରାକୃତିକ ଜଳ ପ୍ରବାହରେ ବାଧା, ପଟୁ ଜମା ହୋଇ ନ‌ଦୀର ଗଭୀରତା ହ୍ରାସ, ଜଳଜୀବମାନଙ୍କର ବାସସ୍ଥାନ ନଷ୍ଟ, ମୃଭିକା କ୍ଷୟ, ପରିବେଶ ନଷ୍ଟ ହେବା ଜଳବାହିତ ରୋଗ, ଅନିଷ୍ଟକାରୀ କୀଟ ସୃଷ୍ଟି ଇତ୍ୟାଦି ।


🗨
3. ନିମ୍ନଲିଖତ ପ୍ରତ୍ୟେକର ଉତ୍ତର ପ୍ରାୟ 120 ଟି ଶବ୍ଦରେ ଲେଖ |

(i) ରାଜସ୍ଥାନର ଅର୍ଦ୍ଧଶୁଷ୍କ ଅଞ୍ଚଳରେ କିପରି ବୃଷ୍ଟିଜଳ ଅମଳ କରାଯାଇଛି ,ଆଲୋଚନା କର ।
ଉ – (a) ରାଜସ୍ଥାନର ଶୁଷ୍କ ଓ ଅର୍ଦ୍ଧଶୁଷ୍କଅଞ୍ଚଳମାନଙ୍କରେ କୃଷିକ୍ଷେତ୍ରରେ ବୃଷ୍ଟିଜଳ ସଂଗ୍ରହ ପାଇଁ ଜୈସାଲମାର୍ ଅଞ୍ଚଳରେ 'ଖାଡ଼ିନ୍' ଏବଂ ରାଜସ୍ଥାନର ଅନ୍ୟାନ୍ୟ ସ୍ଥାନରେ 'ଜୋହାଦ୍' ନାମକ ସଂରଚନା ନିର୍ମାଣ କରାଯାଉଥୁଲା । ଜଳ ସେଠାରେ ସତ ହୋଇ ରହି ମୃତ୍ତିକାକୁ ବତର ରଖୁଥିଲା ।
(b) ରାଜସ୍ଥାନର ବିକାନିର, ଫାଲୋଡ଼ି ଓ ବାରମାର ଜିଲ୍ଲାମାନଙ୍କରେ ପାନୀୟ ଜଳ ଗଚ୍ଛିତ ରଖିବାପାଇଁ ଭୂଗର୍ଭ ଜଳାଶୟ ଥାଏ, ଏହାକୁ ଟନକା କୁହାଯାଏ । ଏଗୁଡ଼ିକ ଛାତ ଉପର ବୃଷ୍ଟିଜଳ ଅମଳ ବ୍ୟବସ୍ଥାର ଏକ ଅଂଶ ।
(c) ଗୋଟିଏ ପାଇପ୍ ଯୋଗେ ଏଗୁଡ଼ିକ ଗଡ଼ାଣିଆ ଛାତ ସହ ସଂଯୋଗ ହୋଇଥାଏ । ଛାତରେ ବର୍ଷୁଥୁବା ବର୍ଷାଜଳ ପାଇପ୍‌ଭିତର ଦେଇ ଭୂଗର୍ଭସ୍ଥ ଟନକାରେ ଗଚ୍ଛିତ ରହେ ।ସାଧାରଣତଃ ପ୍ରଥମ ଅସରା ପରବର୍ତ୍ତୀ ନିର୍ମଳ ଜଳ ସଂଗ୍ରହ କରାଯାଏ । ସାଧାରଣତଃ ଗ୍ରୀଷ୍ମଋତୁ ଏହି ସଂଗୃହୀତ ଜଳ ବ୍ୟବହାର ଲାଗିଥାଏ ।
(d) ଏ ଅଞ୍ଚଳରେ ସଂଗୃହୀତ ବୃଷ୍ଟିଜଳକୁ ପଲାରପାନି କୁହାଯାଏ, ଯାହାକି ସବୁଠାରୁ ଶୁଦ୍ଧ ଜଳରୂପେ ବିବେଚିତ ହୁଏ ।


(ii )ପାରମ୍ପରିକ ବୃଷ୍ଟିଜଳ ଅମଳ ପଦ୍ଧତିର ଆଧୁନିକୀକରଣ ଜଳ ସଂରକ୍ଷଣ ଣ ଓ ସଂଗ୍ରହରେ କିପରି ଉପ‌ଯୋଗୀ ହେଉଛି ?
- (a) ଛାତ ଉପରେ ବୃଷ୍ଟିଜଳ ଅମଳ ମୁଖ୍ୟତଃ ରାଜସ୍ଥାନରେ ପାନୀୟ ଜଳ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ଥିଲା ।
(b) ରାଜସ୍ଥାନର ବିକାନିର, ଫାଲୋଡ଼ି ଓ ବାରମାର୍ ଜିଲ୍ଲାମାନଙ୍କରେ ଘରେ ଘରେ ପାନୀୟ ଜଳ ରଖିବା ବାପାଇଁ ଟନକା ନାମକ ଭୂଗର୍ଭ ଜଳାଶୟ ଥିଲା । ଟନକାଗୁଡ଼ିକ ଛାତ ଉପର ବୃଷ୍ଟିଜଳ ଅମଳ ବ୍ୟବସ୍ଥାର ଏକ ଅଂଶ । ଏହି ଜଳାଶୟଗୁଡ଼ିକ ଘରର ସବୁଠାରୁ ବଡ଼ କୋଠରି ଭିତରେ କିମ୍ବା ଘର ଅଗଣାରେ ତିଆରି କରାଯାଉଥିଲା ।
ଗୋଟିଏ ପାଇପ୍ ଯୋଗେ ଏଗୁଡ଼ିକ ଗଡ଼ାଣିଆ ଛାତ୍ର ସହ ସଂଯୋଗ କରାଯାଇଥାଏ । ଛାତରେ ବର୍ଷୁଥୁବ ବର୍ଷାଜଳ ପାଇପ୍ ଭିତରଦେଇ ଭୂଗର୍ଭସ୍ଥ ଟନକାରେ ଗଚ୍ଛିତ ରହେ ।
(c) ଅନେକ ପରିବାରରେ ଟନକାକୁ ଲାଗି ଭୂତଳ କୋଠରି ନିର୍ମାଣ କରାଯାଏ, ଯାହା ଗ୍ରୀଷ୍ମଋତୁରେ ଖୁବ୍ ଥଣ୍ଡା ରହେ ।
(d) ଏହି ପାରମ୍ପରିକ ବୃଷ୍ଟିଜଳ ଅମଳ ପାରିବେଶିକ ଦୃଷ୍ଟିକୋଣରୁ ଉତ୍ତମ ଓ ଏହା ବହୁମୁଖୀ ଯୋଜନାର ବିକଳ୍ପ ସ୍ଥାନ ଗ୍ରହଣ କରିବ ।


🗨
4. ଭାରତର ଏକ ରେଖାଙ୍କିତ ମାନଚିତ୍ରରେ ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ମଧ୍ୟପ୍ରଦେଶରେ ଥିବା ବହୁମୁଖୀ ନଦୀବନ୍ଧ ଯୋଜନାଗୁଡ଼ିକ ଦର୍ଶାଅ ଏବଂ ନଦୀଗୁଡ଼ିକର ନାମ ଲେଖ ।


🗨