10th Class Geography(ଭୂଗୋଳ) - Chapter 4 ଶକ୍ତି ସମ୍ବଳ All Question With Answer
↓ Question & Answer ↓
(a) ନିମ୍ନୋକ୍ତ ମଧ୍ଯରୁ କେଉଁଟି ଏକ ପାରମ୍ପରିକ ଶକ୍ତି ସମ୍ବଳ ?
(i) ପବନ (ii) କୋଇଲା (iii) ସୌରତାପ (iv) ଜୁଆର
(b) କେଉଁ ରାଜ୍ୟଟି ପେଟ୍ରୋଲିୟମ୍ ଉତ୍ପାଦନ କ୍ଷେତ୍ରରେ ସର୍ବପୁରାତନ ?
(i) ମହାରାଷ୍ଟ୍ର (ii) ଗୁଜରାଟ (iii)ଆସାମ (iv) ଆନ୍ଧ୍ରପ୍ରଦେଶ
(c) ନିମ୍ନୋକ୍ତ କେଉଁ ଖଣିଜଟି ମୋନାଜାଇଟ୍ ବାଲିରୁ ମିଳିଥାଏ ?
(i) କୋଇଲା (ii) ୟୁରାନିୟମ୍ (iii) ଖଣିଜତେଲ (iv) ଥୋରିୟମ୍
(d) ବାଣିଜ୍ୟିକ କ୍ଷେତ୍ରରେ ନିମ୍ନୋକ୍ତ କେଉଁ କୋଇଲା ସବୁଠାରୁ ଅଧିକ ଲୋକପ୍ରିୟ ?
(i)ପିଟ(ii) ବିଟୁମିନସ୍ (iii) ଲିଗ୍ନାଇଟ୍ (iv) ସାଇଟ୍
ଉତ୍ତର
(a) (ii) କୋଇଲା (b) (iii) ଆସାମ (c) (iv) ଥୋରିୟମ୍ (d) (ii) ବିଟୁମିନସ୍
(a) ନିମ୍ନୋକ୍ତ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
(i) ପାରିମ୍ପରିକ ଓ ଅଣପାରମ୍ପରିକ ଶକ୍ତି ସମ୍ବଳ
| ପାରମ୍ପରିକ ଶକ୍ତି ସମ୍ବଳ | ଅଣପାରମ୍ପରିକ ଶକ୍ତି ସମ୍ବଳ |
|---|---|
| (a) ବହୁ ପୁରାତନ କାଳରୁ ଶକ୍ତିର ଉତ୍ସ ଭାବେ ବ୍ୟବହୃତ ଜାଳେଣି କାଠ, ଗୋବର ଘସି, କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଆଦି ପାରମ୍ପରିକ ଶକ୍ତି ସମ୍ବଳର ଅନ୍ତର୍ଭୁକ୍ତ । (b) ଏଗୁଡ଼ିକ ସୀମିତ ହୋଇଥିବାରୁ ଭବିଷ୍ୟତରେ ଶକ୍ତି ସଙ୍କଟର ସମ୍ଭାବନା ରହିଛି। |
(a) ଅଳ୍ପ କେତେବର୍ଷ ହେବ ନୂତନ କରି ବ୍ୟବହାର ହୋଇଥିବା ଶକ୍ତି ଉତ୍ସ ; ଯଥା – ସୌରତାପ, ପବନ, ଭୂ-ତାପଜ ଓ ଜୈବବାଷ୍ପରୁ ଉତ୍ପାଦିତ ଶକ୍ତି କୁ ଅଣପାରମ୍ପରିକ ଶକ୍ତି କୁହାଯାଏ । ଏହା ଅକ୍ଷୟ ସମ୍ବଳର ଅନ୍ତର୍ଭୁକ୍ତ । (b) ଏହି ଶକ୍ତି ସମ୍ବଳର ଉତ୍ସଗୁଡ଼ିକ ଅମାପ, ପୁନଃଚକ୍ରଣକ୍ଷମ ଓ ପ୍ରଦୂଷଣମୁକ୍ତ ହୋଇଥିବାରୁ ଏହାର ଭବିଷ୍ୟତ ସମ୍ଭାବନା ଉଜ୍ଜ୍ବଳ । |
(ii) ଜଳବିଦ୍ୟୁତ୍ ଶକ୍ତି ଓ ତାପଜ ବିଦ୍ୟୁତ୍ ଶକ୍ତି :
| ଜଳବିଦ୍ୟୁତ୍ ଶକ୍ତି | ତାପଜ ବିଦ୍ୟୁତ୍ ଶକ୍ତି |
|---|---|
| (a) ଜଳର ଗତିଜ ଶକ୍ତିକୁ ଉପଯୋଗ କରି ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ । ଏହା ଅକ୍ଷୟ ସମ୍ବଳ ଏବଂ. ଶସ୍ତା ଶକ୍ତି ସମ୍ବଳର ଉତ୍ସ । (b) ଏହା ପରିବେଶ ପ୍ରଦୂଷଣ କରାଏ ନାହିଁ । |
(a) କୋଇଲା, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍କୁ ଜାଳେଣି ଭାବେ ବ୍ୟବହାର କରି ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ । ଏଗୁଡ଼ିକ କ୍ଷୟଶୀଳ ସମ୍ବଳର ଅନ୍ତର୍ଗତ ଏବଂ ବ୍ୟୟସାପେକ୍ଷ । (b) ଏହା ପରିବେଶ ପ୍ରଦୂଷଣର କାରଣ ହୋଇଥାଏ । |
(b) ଶକ୍ତି ସଂରକ୍ଷଣ କାହିଁକି ଆବଶ୍ୟକ ?
ଉ- (ii). ଆର୍ଥନୀତିକ ବିକାଶ ପାଇଁ ଶକ୍ତି ଏକ ମୌଳିକ ଆବଶ୍ୟକତା ।
(ii) ଶିଳ୍ପ, କୃଷି ଓ ପରିବହନ, ବାଣିଜ୍ୟିକ ଏବଂ ପାରିବାରିକ କାର୍ଯ୍ୟରେ ଶକ୍ତି ନିବେଶର ଆବଶ୍ୟକତା ଅଛି ।
(iii) ସ୍ଵାଧୀନତା ପରଠାରୁ ଦେଶରେ ଆରମ୍ଭ କରାଯାଇଥିବା ସମସ୍ତ ଉନ୍ନତିମୂଳକ ଯୋଜନାକୁ କାର୍ଯ୍ୟକାରୀ ରଖୁବାକୁ ହେଲେ ସେଗୁଡ଼ିକର ବଦ୍ଧିଷ୍ଣୁ ଶକ୍ତି ଚାହିଦାକୁ ମେଣ୍ଟାଇବା ଆବଶ୍ୟକ ।
(iv) ଏଣୁ ଆଜିର ଜରୁରୀ ଆବଶ୍ୟକତା ଅବ୍ୟାହତ ରଖୁବାପାଇଁ ଶକ୍ତି ଉତ୍ପାଦନକୁ ପୋଷଣୀୟ କରିବା ଉଚିତ ।
(v) ଶକ୍ତି ସଂରକ୍ଷଣ ଓ ଅକ୍ଷୟ ଶକ୍ତିର ବହୁଳ ବ୍ୟବହାରଦ୍ୱାରା ଶକ୍ତି ଉତ୍ପାଦନକୁ ପୋଷଣୀୟ ବ୍ୟବହାର କରାଯାଇ ପାରିବ ।
(c) ଲୋକମାନଙ୍କୁ ଜାଳେଣି କାଠ ଓ ଗୋବର ଘସି ବ୍ଯବହାର ନ କରିବାକୁ କାହିଁକି ଉତ୍ସାହିତ କରାଯାଇଛି ?
ଉ- (i) ଗ୍ରାମାଞ୍ଚଳର ଶକ୍ତି ଚାହିଦାର 70 ପ୍ରତିଶତ ଜାଳେଣି କାଠ ଓ ଗୋବର ଘସିଦ୍ଵାରା ପୂରଣ ହୋଇଥାଏ । ଜଙ୍ଗଲର ଦ୍ରୁତ କ୍ଷୟହେତୁ ଜାଳେଣି କାଠ ବ୍ୟବହାର ନ କରିବାକୁ ଉତ୍ସାହିତ କରାଯାଉଛି ।
(ii) ଗୋବର ଘସିର ବ୍ୟବହାର ନ କରିବାକୁ ଉତ୍ସାହିତ କରାଯାଉଛି କାରଣ ଗୋବର ଘସି ବ୍ୟବହାର ଦ୍ୱାରା କୃଷିକ୍ଷେତ୍ର ଏକ ମୂଲ୍ୟବାନ୍ ଜୈବିକ ସାର ପାଇବାରୁ ବଞ୍ଚିତ ହୋଇଥାଏ ।
(d) ଭାରତରେ ପ୍ରାକୃତିକ ଗ୍ୟାସ୍ର ବିତରଣ ସମ୍ବନ୍ଧରେ ଏକ ବିବରଣୀ ଦିଅ ।
ଉ- (i) ଭାରତର କୃଷ୍ଣା-ଗୋଦାବରୀ ଉପତ୍ୟକାରେ ବହୁଳ ପରିମାଣରେ ଗ୍ୟାସ୍ ଭଣ୍ଡାର ଆବିଷ୍କୃତ ହୋଇଛି ।
(ii) ପଶ୍ଚିମ ଉପକୂଳରେ କାମ୍ବେ ଉପସାଗରରେ ମିଳିଥିବା ପ୍ରାକୃତିକ ଗ୍ୟାସ୍ ଭଣ୍ଡାର ପୂର୍ବରୁ ମିଳିଥିବା ବମ୍ବେ ହାଇ ଏବଂ ଅନ୍ୟାନ୍ୟ ତୈଳକ୍ଷେତ୍ରର ପରିପୂରକ ରୂପେ ପରିଗଣିତ ହେଉଛି ।
(iii) ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ମଧ୍ଯ ପ୍ରାକୃତିକ ଗ୍ୟାସ୍ ବହୁଳ ପରିମାଣରେ ଗଚ୍ଛିତ ଅଛି ।
(a) ଭାରତରେ ଜୁଆର ଓ ଭୂ-ତାପଜ ଶକ୍ତି ଉତ୍ପାଦନର ଏକ ବିବରଣୀ ଦିଅ ।
- (i) ଜୁଆରିଆ ନଦୀ କିମ୍ବା ସମୁଦ୍ର ମଧ୍ୟରେ ବନ୍ଧ ବାନ୍ଧି ଜୁଆର ଜଳକୁ ଭିତରକୁ ଆସିବାକୁ ଦିଆଯାଏ ଏବଂ ଭଟ୍ଟା ।ମୟରେ ଆବଦ୍ଧ ଜଳକୁ ପାଇପ୍ ସାହାଯ୍ୟରେ ଟର୍ବାଇନ୍ମଧ୍ୟଦେଇ ଛାଡ଼ି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।
(ii) ଭାରତରେ କଚ୍ଛ ଉପସାଗରରେ ଜୁଆର ଶକ୍ତି ଉତ୍ପାଦନ ପାଇଁ ଅନୁକୂଳ ପରିସ୍ଥିତି ରହିଛି । ଜାତୀୟ ଜଳଶକ୍ତି ନିଗମ ଏଠାରେ ଏକ ମେଗାୱାଟ୍ ଜୁଆର ଶକ୍ତି ଉତ୍ପାଦନ ପାଇଁ କେନ୍ଦ୍ର ସ୍ଥାପନ କରିଛି ।
(iii) ଭୂ-ଅଭ୍ୟନ୍ତରରୁ ମି ମିଳୁଥିବା ଯେଉଁ ତାପ ଏବଂ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଦନ ହୁଏ, ଭୂ-ତାପକୁ ବ୍ୟବହାର କରି ଯେ ତାହାକୁ ଭୂତାପଜ ଶକ୍ତି କୁହାଯାଏ ।
(iv) ଭାରତରେ ଥିବା ଶହ ଶହ ଉଷ୍ଣ ପ୍ରସ୍ରବଣକୁ ଶକ୍ତି ବ୍ୟବହାର କରାଯାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ ।
(v) ଭୂତାପଜ ଶକ୍ତିକୁ କାର୍ଯ୍ୟରେ ଲଗାଇବା ପାଇଁ ହିମାଚଳ ପ୍ରଦେଶର ମଣିକରଣଠାରେ ଓ ଲାଦାଖର ପୁଗା ଉପତ୍ୟକାରେ ଦୁଇଟି ଯୋଜନା କାର୍ଯ୍ୟକାରୀ କରାଯାଉଛି ।
(b) ତୁମେ କାହିଁକି ଭାବୁଛ ଯେ, ଭାରତରେ ସୌରଶକ୍ତି ବ୍ୟବହାରର ଭବିଷ୍ୟତ ଉଜ୍ଜ୍ଵଳ ?
- (i) ଏକ ଗ୍ରୀଷ୍ମପ୍ରଧାନ ଦେଶଭାବେ ଭାରତରେ ସୌରଶକ୍ତି ବ୍ୟବହାର କ୍ଷେତ୍ରରେ ଉଜ୍ଜ୍ଵଳ ସମ୍ଭାବନା ଅଛି । ଫଟୋ ଭୋଲ୍ଟାଇକ୍ କାରିଗରୀ କୌଶଳଦ୍ୱାରା ସୂର୍ଯ୍ୟକିରଣରୁ ପ୍ରତ୍ୟକ୍ଷଭାବେ ବିଜୁଳିଶକ୍ତି ସଂଗୃହୀତ ହୋଇଥାଏ ।
(ii) ସୌରଶକ୍ତି ଗ୍ରାମ ଓ ଦୁର୍ଗମ ସ୍ଥାନମାନଙ୍କରେ ମଧ୍ୟ ବେଶ୍ ଜନପ୍ରିୟ ହୋଇପାରିଛି । ରୋଷେଇ କରିବା, ପାଣି ଗରମ କରିବା, ସୌରଲଣ୍ଠନ, ଫ୍ରିଜ୍ ଚଳାଇବା ଏବଂ ରାସ୍ତାର ଆଲୋକ ବ୍ୟବସ୍ଥା ଆଦି କାର୍ଯ୍ୟ ସୌରଶକ୍ତିଦ୍ୱାରା ସମ୍ଭବ ହୋଇପାରୁଛି ।
(iii) ଏହି ସୌରଶକ୍ତି ଶୀତଦିନରେ ଗୃହକୁ ଉଷୁମ ରଖିବାପାଇଁ ବ୍ୟବହାର କରାଯାଇପାରିବ । । ସୌରଶକ୍ତି ଗ୍ରାମାଞ୍ଚଳରେ ବ୍ୟବହାର ହେବାଦ୍ୱାରା ଜାଳେଣି କାଠ ଏବଂ ଗୋବର ଘସି ଉପରେ ନିର୍ଭରଶୀଳତା କମିବ- ବୋଲି ଆଶା କରାଯାଉଛି ।
(iv) ଆମ ଦେଶର ମରୁଭୂମି ଅଞ୍ଚଳରେ ସୌରଶକ୍ତିରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି ।
(v) ଭାରତ ସର୍ବବୃହତ୍ ସୌରତାପ ଶକ୍ତି କେନ୍ଦ୍ର ଗୁଜରାଟର ମାଧପୁର ଓ ରାଜସ୍ଥାନର ଯୋଧପୁରଠାରେ ଅବସ୍ଥିତ । ଏହାଛଡ଼ା ଆଲିଗଡ଼ ( ( ଉତ୍ତରପ୍ରଦେଶ )ର କଲ୍ୟାଣପୁର ଓ ତାମିଲନାଡୁର କୋଏମ୍ବାଟୁରଠାରେ ମଧ୍ୟ ସୌରଶକ୍ତି କେନ୍ଦ୍ରମାନ ରହିଛି ।