10th Class Geography(ଭୂଗୋଳ) - Chapter-4 - ଖଣିଜ ସମ୍ବଳ All Question With Answer
↓ Question & Answer ↓
(i) ନିମ୍ନଲିଖୂତ ଖଣିଜ ପଦାର୍ଥଗୁଡ଼ିକ ମଧ୍ୟରୁ କେଉଁଟି ଶିଳାର ଅବକ୍ଷୟ ପରେ ପଡ଼ିରହୁଥୁବା ଅବକ୍ଷୟିତ ପଦାର୍ଥରୁ ସୃଷ୍ଟି ହୋଇଥାଏ ?
(a) କୋଇଲା (b) ବକ୍ସାଇଟ୍ (c) ସୁନା (d) ଦସ୍ତା
(ii) ନିମ୍ନଲିଖିତ ଖଣିଜଗୁଡ଼ିକ ମଧ୍ୟରୁ କେଉଁଟି ଝାଡ଼ଖଣ୍ଡର କୋଦର୍ମାଠାରେ ଅଧିକ ଉତ୍ତୋଳିତ ହୋଇଥାଏ ?
(a) ବକ୍ସାଇଟ୍ (b) ଅଭ୍ର (c) ଲୁହାପଥର (d) ତମ୍ବା
(iii) ନିମ୍ନଲିଖୂତ କେଉଁ ଶିଳାରେ ଖଣିଜ ପଦାର୍ଥ ସ୍ତର ସ୍ତର ହୋଇ ସଞ୍ଚୟ ହୋଇଥାଏ ?
(a) ଅବକ୍ଷିପ୍ତ ଶିଳା (b) ଆଗ୍ନେୟ ଶିଳା (c) ରୂପାନ୍ତରିତ ଶିଳା (d) କୌଣସିଟିରେ ନୁହେଁ
(iv) କେଉଁ ଖଣିଜଟି ପ୍ଲାସର ନିକ୍ଷେପ ଭାବରେ ମିଳିଥାଏ ?
(a) ଦସ୍ତା (b) ରୁପା (c) ଜିପ୍ସମ୍ (d) ମ୍ୟାଗ୍ନେସିୟମ୍
ଉତ୍ତର
(i) (b) ବକ୍ସାଇଟ୍ (ii) (b) ଅଭ୍ର (iii) (a) ଅବକ୍ଷିପ୍ତ ଶିଳା (iv) (b) ରୁପା
(i) ଲୌହମିଶ୍ରିତ ଓ ଲୌହବିହୀନ ଖଣିଜ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ-
| ଲୌହମିଶ୍ରିତ ଖଣିଜ | ଲୌହବିହୀନ ଖଣିଜ |
|---|---|
| (a) ଦେଶରେ ଉତ୍ପାଦିତ ସମୁଦାୟ ଧାତବ ଖଣିଜ ମୂଲ୍ୟର ପ୍ରାୟ ତିନି-ଚତୁର୍ଥାଂଶ ଲୌହମିଶ୍ରିତ ଖଣିଜରୁ ମିଳିଥାଏ । (b) ଧାତବ ଶିଳ୍ପ ଧାତବ ଶିଳ୍ପ ବିକାଶ କ୍ଷେତ୍ରରେ ଲୌହମିଶ୍ରିତ ଖଣି ଜର ଭୂ ମିକା ଅତ୍ୟନ୍ତ ଗୁରୁ ତ୍ବପୂର୍ଣ । ଦେଶର ଚାହିଦା ପୂରଣ କରିବା ପରେ ଲୌହମିଶ୍ରିତ ଖଣିଜ ବହୁଳ ପରିମାଣରେ ବିଦେଶକୁ ରପ୍ତାନି କରାଯାଏ । |
(a) ଭାରତରେ ଲୌହବିହୀନ ଖଣିଜ ପଦାର୍ଥର ଉତ୍ପାଦନ ଉତ୍ସାହଜନକ ନୁହେଁ । (b) ତମ୍ବା, ସୀସା, ବକ୍ସାଇଟ୍, ଦସ୍ତା ଓ ସୁନା ଭଳି ଲୌହବିହୀନ ଖଣିଜ ପଦାର୍ଥଗୁଡ଼ିକ ଧାତୁ ନିଷ୍କାସନ ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ବୈଦ୍ୟୁତିକ ଶିଳ୍ପ କ୍ଷେତ୍ରରେ ଅତ୍ୟନ୍ତ ଅପରିହାର୍ଯ୍ୟ ଭୂମିକା ନିର୍ବାହ କ ରି ଥା'ନ୍ତି ।DDR |
(ii) ଖଣିଜ କାହାକୁ କୁହାଯାଏ ?
ଉ- (a) ଭୂତତ୍ତ୍ୱବିତ୍ମାନଙ୍କ ମତରେ ପ୍ରାକୃତିକ ପ୍ରକ୍ରିୟାରେ ସଂଘଟିତ ଏକ ନିର୍ଦ୍ଦିଷ୍ଟ ରାସାୟନିକ ଓ ଆଣବିକ ଗଠନ ଥିବାପଦାର୍ଥକୁ ଖଣିଜ କୁହାଯାଏ।
(b) ଖଣିଜ ପଦାର୍ଥଗୁଡ଼ିକ କଠିନତମ ହୀରାଠାରୁ ଆରମ୍ଭ କରି କୋମଳ ଟାଲକ୍ ରୂପରେ ପ୍ରକୃତିରେ ମିଳିଥା’ନ୍ତି ।
(iii) ଆଗ୍ନେୟ ଓ ରୂପାନ୍ତରିତ ଶିଳାରେ ଖଣିଜ ପଦାର୍ଥ କିପରି ସୃଷ୍ଟି ହୁଏ ?
ଉ- (a) ଆଗ୍ନେୟ ଓ ରୂପାନ୍ତରିତ ଶିଳାରେ ଖଣିଜ ପଦାର୍ଥ ଫାଟ, ଛିଦ୍ର, ଭୂଭ୍ରଂଶ ଏବଂ ଖଞ୍ଜା ବା ସନ୍ଧିମାନଙ୍କରେ ମିଳିଥାଏ ।
(b) ଖଣିଜ କମ୍ କମ୍ ପରିମାଣରେ ଥିଲେ ତାହାକୁ ଭେନ୍ ବା ଶିରା ଏବଂ ଅଧିକ ପରିମାଣରେ ଥିଲେ ତାହାକୁ ଲୋଡ଼୍ ବା
ଧାତୁ ସ୍ତର ବୋଲି କୁହାଯାଏ । ଭୂଗର୍ଭସ୍ଥ ଖଣିଜ ପଦାର୍ଥ ଯେତେବେଳେ ଗଳିତ ଏବଂ ଗ୍ୟାସ୍ ଅବସ୍ଥାରେ ଛିଦ୍ର ବାଟ ଦେଇ ଉପରକୁ ଆସେ, ସେତେବେଳେ ଏହାର ସୃଷ୍ଟି ହୋଇଥାଏ । ଉପରକୁ ଆସିବା ସମୟରେ ସେଗୁଡ଼ିକ କ୍ରମଶଃ ଥଣ୍ଡା ହୋଇ କଠିନ ହୋଇଥାଆନ୍ତି ।
(iv) ଖଣିଜ ପଦାର୍ଥଗୁଡ଼ିକର ସଂରକ୍ଷଣ କାହିଁକି ଆବଶ୍ୟକ ?
ଉ- (a) କୋଟି କୋଟି ବର୍ଷ ଧରି ସୃଷ୍ଟି ହେଉଥିବା ଖଣିଜ ସମ୍ବଳ ଯେଉଁ ହାରରେ ସୃଷ୍ଟି ହେଉଛି ତା’ର ବହୁ ଗୁଣରେ ଆଜି ଆମେ ତା’ର ଉପଯୋଗ କରି ଚାଲିଛୁ ।
(b) ଖଣିଜ ସମ୍ବଳଗୁଡ଼ିକ ସୀମିତ ଓ ସରନ୍ତି ସମ୍ବଳ । ଅହରହ ଏଗୁଡ଼ିକର ଉପଯୋଗ ଫଳରେ ଏହାର ଭଣ୍ଡାର ସରିଯିବାର ଆଶଙ୍କା ଉପୁଜୁଛି । ତେଣୁ ଖଣିଜ ପଦାର୍ଥର ସଂରକ୍ଷଣ
ଏକାନ୍ତ ଆବଶ୍ୟକ ।
(i) ଭାରତରେ ଲୁହାପଥରର ଆବଣ୍ଟନ ବର୍ଣ୍ଣନା କର ।
ଉ– ଭାରତର ମୁଖ୍ୟ ଲୁହାପଥର ବଳୟଗୁଡ଼ିକ ହେଲା –
(a) ଓଡ଼ିଶା-ଝାଡ଼ଖଣ୍ଡ ଅଞ୍ଚଳ – ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା, ବରସୁଆ ଓ କେନ୍ଦୁଝର ଜିଲ୍ଲାର ଯୋଡ଼ା,ଠାକୁରାଣୀ, ବାଂଶପାଣି ଖଣିରେ ଉନ୍ନତମାନର କୋଇଲା ମିଳେ । ଝାଡ଼ଖଣ୍ଡର ସିଂହଭୂମ ଜିଲ୍ଲାର ଚିରିଆ, ଗୁଆ ଓ ନୂଆମୁଣ୍ଡି ଖଣିରୁ ହେମାଟାଇଟ୍ ଲୁହାପଥର ଉତ୍ତୋଳନ କରାଯାଏ ।
(b) ଦୁର୍ଗ-ବସ୍ତର -ଚନ୍ଦ୍ରପୁର ଅଞ୍ଚଳ - ଏହି ବଳୟଟି ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ବିସ୍ତୃତ । ଛତିଶଗଡ଼ର ବଇ ଇଲାଡ଼ିଲା ପାହାଡ଼ ଶ୍ରେଣୀରେ ଥିବା ପ୍ରାୟ 14ଟି ଖଣିରେ ଉଚ୍ଚ ମାନର ଖୁବ୍ ଉତ୍କୃଷ୍ଟ ଧରଣର ହେମାଟାଇଟ୍ ଲୁହାପଥର ମିଳେ ।
(c ) ବେଲାରୀ – ଚିତ୍ରଦୁର୍ଗ-ଚିକ୍ମାଗାଲୁର-ଟୁମ୍କୁର ଅଞ୍ଚଳ – କର୍ଣାଟକ ରାଜ୍ୟର ଏହି ବଳୟରେ ସର୍ବାକ ଲୁହାପଥର ଗଚ୍ଛିତ ହୋଇ ରହିଛି । କୁଡ଼ୁମୁଖ ଖଣିରୁ ଉତ୍ତୋଳିତ ଶତ ପ୍ରତିଶତ ଲୁହାପଥର କେବଳ ରପ୍ତାନି ପାଇଁ ଉଦ୍ଦିଷ୍ଟ । ଏହା ପୃଥିବୀର ବୃହତ୍ ଖଣିମାନଙ୍କ ମଧ୍ୟରେ ଅନ୍ୟତମ ।
(d ) ମହାରାଷ୍ଟ୍ର-ଗୋଆ ଅଞ୍ଚଳ – ଗୋଆ ଏବଂ ମହାରାଷ୍ଟ୍ରର ରତ୍ନଗିରି ଏହି ବଳୟର ଅନ୍ତର୍ଗତମାର୍ମାଗାଓ ବନ୍ଦର ମାଧ୍ୟମରେ ଏଠାକାର ଲୁହାପଥର ରପ୍ତାନି କରାଯାଇଥାଏ ।
(ii) ଖଣିଜ ସଂରକ୍ଷଣର ଆବଶ୍ୟକତା ও ଉପାୟ ସମ୍ବନ୍ଧରେ ଆଲୋଚନା କର ।
ଉ - (a) ଖଣିଜ ସମ୍ବଳଗୁଡ଼ିକ ସୀମିତ ଓ ସରନ୍ତି ସମ୍ବଳ ଏଗୁଡ଼ିକର ସର୍ବଦା ଉପଯୋଗ ହେବା ଫଳରେ ଭଣ୍ଡାର ସରିଯିବାର ଆଶଙ୍କା ଉପୁଜୁଛି ।
ଖଣିଜ ସମ୍ବଳଗୁଡ଼ିକ ସୀମିତ ଓ ସରନ୍ତି ସମ୍ବଳ ତେଣୁ ପ୍ରତ୍ୟେକ ଦେଶ ଖଣିଜ ସଂରକ୍ଷଣ ଓ ସୁବିନିଯୋଗ କରିବା ଏକାନ୍ତ ଆବଶ୍ୟକ
(b) ଆବଶ୍ୟକତା ଅନୁଯାୟୀ ଖଣିରୁ ଖଣିଜ ପିଣ୍ଡ ଉତ୍ତୋଳନ ସମୟରେ ଏହାର ଅପଚୟ ରୋକିବା ଆବଶ୍ୟକ ।
(c) ଖଣିଜ ସମ୍ବଳର ସଂରକ୍ଷଣ ବିଭିନ୍ନ ଉପାୟରେ କରାଯାଇପାରେ । ଧାତୁର ପୁନଃଚକ୍ରଣ, ଭଙ୍ଗାଟୁକୁରା ଧାତୁ ନିର୍ମିତ ଦ୍ରବ୍ୟ ଏବଂ ବିକଳ୍ପ ସାଧନ ବ୍ୟବହାର କଲେ ଖଣିଜ ସମ୍ବଳ ଭବିଷ୍ୟତ ପାଇଁ ସଂରକ୍ଷଣ କରାଯାଇପାରିବ ।
(d) ସୁଚିନ୍ତିତ ଓ ଯୋଜନାବଦ୍ଧ ଭାବେ କିପରି ଖଣିଜ ପଦାର୍ଥର ସଂରକ୍ଷଣ ହୋଇପାରିବ, ନିମ୍ନ ମାନର ଖଣିଜ ଅଳ୍ପ ବ୍ୟୟରେ ବ୍ୟବହାର କରିହେବ ସେଥିପାଇଁ ଗବେଷଣା ଜାରି
ରହିବା ଆବଶ୍ୟକ ।