10th Class Geography(ଭୂଗୋଳ) - Chapter 6 - କୃଷି All Question With Answer

↓ Question & Answer ↓

1. ନିମ୍ନଲିଖୁକ୍ତ ପ୍ରଶ୍ନବଳୀରେ କେତେକ ସମ୍ଭାବିତ ଉତ୍ତର ଦିଆଯାଇଛି । ପ୍ରକୃତ ଉତ୍ତରଟିକୁ ଚିହ୍ନଟ କର ।

(a) ନିମ୍ନଲିଖୂତ କେଉଁ କୃଷିରେ ଏକ ବିସ୍ତୃତ ଅଞ୍ଚଳରେ ବର୍ଷକେ ଥରେ ମାତ୍ର କୃଷି କରାଯାଏ ?
(i) ସ୍ଥାନାନ୍ତରିତ କୃଷି (ii) ରୋପଣ କୃଷି (iii) ଉଦ୍ୟାନ କୃଷି (iv) ବ୍ୟାପକ କୃଷି


(b) କେଉଁଟି ଏକ ରବି ଫସଲ ନୁହେଁ ?
(i) ଧାନ (ii) ଗୁଡ (iii) ହୁଏ (iv) ଗହମ


(c) ନିମ୍ନଲିଖୂତ କେଉଁଟି ସରକାରଙ୍କଦ୍ୱାରା ନିର୍ଦ୍ଧାରିତ ହୁଏ ?
(i) ଶସ୍ୟର ସର୍ବାକ ସଂଗ୍ରହ ମୂଲ୍ୟ (ii) ଶସ୍ୟର ସର୍ବନିମ୍ନ ସଂଗ୍ରହ ମୂଲ୍ୟ
(iii) ସମସ୍ତଙ୍କୁ ସୁହାଉଥିବା ସଂଗ୍ରହ ମୂଲ୍ୟ (iv) ଗୁରୁତ୍ୱପୂର୍ଣ୍ଣ ସଂଗ୍ରହ ମୂଲ୍ୟ


(d) ସ୍ଥାନାନ୍ତରିତ କୃଷିକୁ ଓଡ଼ିଶାରେ କ’ଣ କୁହାଯାଏ ?
(i) ରେକା (ii) ରେ (iii) ପୋଡୁ (iv) କୁରୁଓ୍ବା


(e) କେଉଁ ଫସଲଟି ଯେଦ୍ ଋତୁରେ ହୁଏ ନାହିଁ ?
(i) କାକୁଡ଼ି (ii) ତରଭୁଜ (iii) ଗହମ (iv) ଖରଭୁଜ


ଉତ୍ତର
(a) (iv) ବ୍ୟାପକ କୃଷି (b) (i) ଧାନ (c) (ii) ଶସ୍ୟର ସର୍ବନିମ୍ନ ସଂଗ୍ରହ ମୂଲ୍ୟ (d) (iii) ପୋଡୁ (e) (iii) ଗହମ


🗨
2. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରାୟ 30ଟି ଶବ୍ଦ ମଧ୍ଯରେ ଦିଅ ।

(i) ଦିନକୁ ଦିନ କୃଷିଭୂମିର ପରିମାଣ ହ୍ରାସ ପାଉଛି କାହିଁକି ?
ଉ – ନିମ୍ନଲିକ୍ତ କାରଣଗୁଡ଼ିକ ଯୋଗୁଁ କୃଷିଭୂମିର ପରିମାଣ ଦିନକୁ ଦିନ ହ୍ରାସ ପାଉଛି ।
(a) ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ହେତୁ ଚାଷ ଉପ‌ଯୋଗୀ ଜମିଗୁଡ଼ିକରେ ଜନବସତି ସ୍ଥାପନ, ରାସ୍ତାଘାଟ ନିର୍ମାଣ ଓ ବ୍ୟବସାୟ କେନ୍ଦ୍ର ଇତ୍ୟାଦି ପ୍ରତିଷ୍ଠା କରାଯାଇଛି ।
(b) ଦ୍ରୁତ ଶିଳ୍ପାୟନ ଯୋଗୁଁ ଚାଷ ଉପଯୋଗୀ ଜମିଗୁଡ଼ିକରେ କଳକାରଖାନା, ରେଳପଥ ଇତ୍ୟାଦି ସ୍ଥାପନ କରାଯାଇଛି ।


(ii) କୃଷକମାନଙ୍କ ସ୍ୱାର୍ଥ ପାଇଁ ସରକାରଙ୍କଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ସମ୍ପର୍କରେ ସୂଚନା ଦିଅ ।
ଉ – (a) ଶସ୍ୟବୀମା ଯୋଜନା ମାଧ୍ୟମରେ ବନ୍ୟା, ବାତ୍ୟା, ମରୁଡ଼ି, ରୋଗପୋକ ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷକଙ୍କୁ ସହାୟତା ପ୍ରଦାନ ଏବଂ ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ସଂସ୍ଥାରୁ କମ୍ ସୁଧରେ କୃଷି ଋଣ ପ୍ରଦାନ କରାଯାଉଛି ।
(b) ବ୍ୟାବସାୟିକ ବ୍ୟାଙ୍କ କୃଷକକୁ କୃଷିଋଣ ପ୍ରଦାନ କରିବା ସହିତ କୃଷିର ଉନ୍ନତି ପାଇଁ ଜାତୀୟ ସ୍ତରରେ ନାବାର୍ଡ଼ (NABARD) କାର୍ଯ୍ୟ କରୁଛି । ଏସବୁ ବ୍ୟବସ୍ଥା କୃଷକଙ୍କ ସ୍ୱାର୍ଥସାଧନ ନିମିତ୍ତ ଉଦ୍ଦିଷ୍ଟ ।


(iii) ରୋପଣ କୃଷି କ’ଣ ?
ଉ – (a) ଏହି କୃଷିରେ ଥରେ ବୃକ୍ଷରୋପଣ କରି ଅନେକ ବର୍ଷ ପର୍ଯ୍ୟନ୍ତ ଫସଲ ଉତ୍ପାଦନ କରାଯାଇଥାଏ । ଏହା ଏକ ପ୍ରକାର ବାଣିଜ୍ୟିକ କୃଷି ।
(b) ଭାରତରେ ଚା, କଫି, କଦଳୀ, ନଡ଼ିଆ ଓ ମସଲା ଆଦି ରୋପଣ କୃଷି ଅନ୍ତର୍ଗତ ।


(iv) ଚାଷ ପାଇଁ କେଉଁ ଭୌଗୋଳିକ ପରିସ୍ଥିତି ଆବଶ୍ୟକ ?
ଉ – (a) ଚାଷ ପାଇଁ ଅନେକ ଭୌଗୌଳିକ ପରିସ୍ଥିତି ଆବଶ୍ୟକ ହୋଇଥାଏ ।
(b) ମୁଖ୍ୟତଃ ଜଳବାୟୁ, ତାପମାତ୍ରା, ଆର୍ଦ୍ରତା ଓ ମୃଭିକା ଆଦି ଚାଷ ପାଇଁ ଦରକାର ହୋଇଥାଏ ।


(v) କେତେକ ତନ୍ତୁଜାତୀୟ କୃଷିଦ୍ରବ୍ୟର ନାମ ଲେଖ ।
ଉ – (a) କେତେକ ତନ୍ତୁଜାତୀୟ କୃଷିଦ୍ରବ୍ୟର ନାମ ହେଉଛି – କପା, ଝୋଟ, ଛଣ, ରେଶମ ।
(b) କପା, ଝୋଟ, ଛଣ ମୂଭିକାରେ ଚାଷ ହେଉଥିବାବେଳେ ଚତୁର୍ଥଟି ରେଶମ କୀଟ ପାଳନ କରି ତା’ର କୋଷାରୁ ଉତ୍ପାଦନ କରାଯାଏ ।


🗨
3. ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରାୟ 120 ଟି ଶବ୍ଦରେ ଦିଅ।

(i) ଭାରତୀୟ କୃଷିରେ ଜଗତୀକରଣର ପ୍ରଭାବ ସମ୍ପର୍କରେ ଆଲୋଚନା କର ।
ଉ - (a) 1990 ମସିହାରେ ଜଗତୀକରଣ ପ୍ରକ୍ରିୟାଦ୍ଵାରା ଭାରତୀୟ କୃଷକମାନେ ନୂତନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଆମ କୃଷିଜାତ ଦ୍ରବ୍ୟଗୁଡ଼ିକ ଉନ୍ନତ ରାଷ୍ଟ୍ରଗୁଡ଼ିକ ତୁଳନାରେ ପ୍ରଭାବଶାଳୀ ହୋଇପାରୁ ନାହିଁ ।
(b) ତେଣୁ କୃଷିକୁ ଷିକୁ ଲାଭଜନକ କରିବାପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ଉପଲବ୍‌ଧ୍ କରାଯାଇଛି ।
(c) ସବୁଜ ବିପ୍ଳବରେ ରାସାୟନିକ ସାର ଓ ଔଷଧର ବ୍ୟବହାର ଯୋଗୁଁ ଭୂମିର ଉତ୍ପାଦନ କ୍ଷମତା ହ୍ରାସପାଉଛି । ଏହାଦ୍ଵାରା ଜୈବ ବିବିଧତା ଉପରେ ମଧ୍ୟ କୁପ୍ରଭାବ ପଡୁଛି ।
(d) ଜୈବ କୃଷି ବର୍ତମାନ ମାନ ବିଶେଷ ଭାବେ ଆଦୃତ ଊଛି । କାରଣ ଏଥିରେ ରାସାୟନିକ କୀଟନାଶକ କିମ୍ବା ପୀଡ଼କନାଶୀ ନାହିଁ ଏବଂ ପରିବେଶ ଉପରେ ଏହାର କୌଣସି କୁପ୍ରଭାବ ନାହିଁ ।
(e) ଭାରତର କ୍ରମାଗତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜୋତ ବିଭାଜନ ହେଉଛି ଓ ଉତ୍ପାଦନ କ୍ଷେତ୍ରରେ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି ।
(f) ଦେଶର ଗ୍ରାମୀଣ ଜନସଂଖ୍ୟାରୁ ପ୍ରାୟ 600 ନିୟୁତ ମାତ୍ର 250 ନିୟୁତ ହେକ୍ଟର କୃଷିଭୂମି ଉପରେ ନିର୍ଭରଶୀଳ । ତେଣୁ କୃଷକମାନେ ଭିନ୍ନ ଭିନ୍ନ ଖାଦ୍ୟଶସ୍ୟ ଉତ୍ପାଦନ କରିବା ସହିତ ବିଭିନ ଅର୍ଥକରୀ ଫସଲ ଚାଷ କରି ନିଜର ଆୟବୃଦ୍ଧିସହିତ ପରିବେଶ ଅବକ୍ଷୟ ରୋକିବାର ଆବଶ୍ୟକ‌ତା ରହିଛି।


(ii) ଖାଦ୍ୟ ସୁରକ୍ଷା କ’ଣ ? ଏହାର ଆବଶ୍ୟକ‌ତା କାହିଁକି ରହିଛି ?
ଉ - (a) ଆମ ଦେଶରେ ସମାଜର ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ଖାଦ୍ୟ ଯୋଗାଣ ପ୍ରକ୍ରିୟାକୁ ଖାଦ୍ୟ ସୁରକ୍ଷା କୁହାଯାଏ । । ଏଥିପାଇଁ ସରକାର ନାର ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି । ଏହା ମୁଖ୍ୟତଃ ଦୁଇଟି ବ୍ୟବସ୍ଥା ଉପରେ ନିର୍ଭର କରେ; ଯଥା - ଖାଦ୍ୟଶସ୍ୟ ସଂଗ୍ରହ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ।
(b) ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରହୁଥ‌ିବା ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯାଏ । ଏହାଦ୍ଵାରା ସାଧାରଣ ବର୍ଗର ଜନସାଧାରଣଙ୍କୁ ସର୍ବନିମ୍ନ ମୂଲ୍ୟରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଇଥାଏ ।
(c) ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି କୃଷିଜାତ ପଦାର୍ଥର ଉତ୍ପାଦନ ବୃଦ୍ଧି କରିବା ଏବଂ ଧାନ, ଗହମ ସଂଗ୍ରହ କରିବା ତ‌ଥା ସେଗୁଡ଼ିକର ସମର୍ଥିତମୂଲ୍ୟ ନିର୍ଦ୍ଧାରଣ କରିବା ।
(d) ଭାରତୀୟ ଖାଦ୍ୟ ନିଗମ (FCI) କୃଷକମାନଙ୍କଠାରୁ ସରକାରଙ୍କଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ସଂଗ୍ରହ ମୂଲ୍ୟରେ ଖାଦ୍ୟଶସ୍ୟ ସଂଗ୍ରହ କରି ଗୋଦାମରେ ଜମା ରଖୁଥାଏ ।
(e) ଜନସଂଖ୍ୟା ଯେପରି ବୃଦ୍ଧି ପାଉଛି ସେହି ଅନୁସାରେ କୃଷିଭୂମିଗୁଡ଼ିକରୁ ଉତ୍ପାଦନ ବୃଦ୍ଧି ପାଉନାହିଁ ଓ ଦେଶର ଜନସାଧାରଣ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଖାଦ୍ୟ ସୁରକ୍ଷାର ଅଧିକ ଆବଶ୍ୟକତା ରହିଛି ।


(iii) ଭାରତରେ କୃଷିଜାତ ଦ୍ରବ୍ଯ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କାହିଁକି ?
ଉ - ଭାରତରେ କୃଷିଜାତ ଦ୍ରବ୍ଯ ଦିନକୁ ଦିନ ହ୍ରାସ ପାଇବାର ଅନେକଗୁଡ଼ିଏ କାରଣ ରହିଛି; ଯଥା –
(a) ବୃଷ୍ଟିପାତର ଅନିଶ୍ଚି ତତା : ଭାରତର କୃଷକମାନେ ବୃଷ୍ଟିଜଳ ଉପରେ ନିର୍ଭର କରନ୍ତି । ମୌସୁମୀ ବାୟୁ ପ୍ରତିବର୍ଷ ଠିକ୍ ସମୟରେ ଆସେ ନାହିଁ । ପୁନଶ୍ଚ ମୌସୁମୀ ବାୟୁଜନିତ ବୃଷ୍ଟିପାତ ଅନିଶ୍ଚିତ ଓ ଅନିୟମିତ ।
(b) ଜମିର ଉର୍ବରତା ହ୍ରାସ :ଜମିରେ ଅତ୍ୟଧିକ ସାର, କୀଟନାଶକ, ପୀଡ଼କନାଶୀ ବ୍ୟବହାର ଯୋଗୁଁ ପ୍ରଥମେ ଉତ୍ପାଦନ ବୃଦ୍ଧି ହେଉଛି; କିନ୍ତୁ ପରବର୍ତ୍ତୀ କାଳରେ ମୃତ୍ତିକାର ମାନ ହ୍ରାସ ହେବାରେ ଲାଗିଛି, ତେଣୁ କୃଷିଜାତ ଦ୍ରବ୍ୟର ଉତ୍ପାଦନ ହ୍ରାସ ଘଟୁଛି ।
(c) ଭୂତଳ ଜଳର ମାତ୍ରାଧିକ ବ୍ୟବହାର : ନିମ୍ନ ବୃଷ୍ଟିପାତ ଅଞ୍ଚଳ ପଞ୍ଜାବରେ ଧାନଚାଷ ଓ ମହାରାଷ୍ଟ୍ରରେ ଆଖୁ ଚାଷ ପାଇଁ ଭୂତଳ ଜଳ ଅଧିକ ମାତ୍ରାରେ ବ୍ୟବହାର ଯୋଗୁଁ କୂଅ, ନଳକୂପ ଆଦି ଦିନକୁ ଦିନ ଶୁଷ୍କ ହେବାରେ ଲାଗିଛି, ତେଣୁ କୃଷିଜାତ ଦ୍ରବ୍ୟର ଉତ୍ପାଦନ ହ୍ରାସ ପାଉଛି ।

(d) ତ୍ରୁଟିପୂର୍ଣ ବିକ୍ରୟ ବ୍ୟବସ୍ଥା : କୃଷକମାନଙ୍କର ଉତ୍ପାଦିତ ଦ୍ରବ୍ୟ ସାଇତି ରଖୂବାପାଇଁ ସରକାରଙ୍କ ତରଫରୁ ଉପଯୁକ୍ତ ବ୍ୟବସ୍ଥା ନାହିଁ । ତେଣୁ କୃଷକମାନେ ଫସଲ ସାଇତି ରଖୂପାରି ସ୍ଵଳ୍ପ ମୂଲ୍ୟରେ ବେପାରୀମାନଙ୍କୁ ବିକ୍ରି କରିବାକୁ ବାଧ୍ଯ ହେଉଛନ୍ତି ।
(e) ଏତଦ୍‌ଭିନ୍ନ କୃଷିଜାତ ଦ୍ରବ୍ୟ ହ୍ରାସ ପାଇବାର ଅନ୍ୟାନ୍ୟ କାରଣଗୁଡ଼ିକ ହେଉଛି – ମୃତ୍ତିକା କ୍ଷୟ, କ୍ଷୁଦ୍ର ଓ ବିଖଣ୍ଡିତ ଜୋତ, ଦକ୍ଷ କୃଷି ପ୍ରଣାଳୀର ଅଭାବ, ପୁଞ୍ଜିର ଅଭାବ, ଅଜ୍ଞତା ଓ ଜଳସେଚନ ଅଭାବ ଇତ୍ୟାଦି ।


(iv) ଧାନଚାଷ ପାଇଁ ଆବଶ୍ୟକ ଭୌଗୋଳିକ ଅବସ୍ଥାର ଏକ ବିବରଣୀ ଦିଅ ।
ଉ - (a) ଧାନଚାଷ ପାଇଁ ଅଧିକ ଆର୍ଦ୍ର ଜଳବାୟୁ, 25° ସେଲସିୟସ୍ ତାପମାତ୍ରା, 100 ସେ.ମି.ରୁ 200 ସେ.ମି. ବୃଷ୍ଟିପାତ ଓ 80 ଭାଗ ଆର୍ଦ୍ରତା ଆବଶ୍ୟକ ।
(b) ଭାରତର ଉର୍ବର ମୃତ୍ତିକା, ଆର୍ଦ୍ର ଜଳବାୟୁ, କ୍ରାନ୍ତୀଯ ଅବସ୍ଥିତି ଓ ଆବଶ୍ୟକୀୟ ତାପମାତ୍ରା ଧାନଚାଷ ପାଇଁ ଅନୁକୂଳ ହୋଇଥାଏ ।
(c) ମୁଖ୍ୟତଃ ଉତ୍ତର ଭାରତର ସମତଳ ଅଞ୍ଚଳ, ଉତ୍ତର-ପୂର୍ବ ଭାରତ, ଉପକୂଳବର୍ତ୍ତୀ ଅଞ୍ଚଳ ଓ ତ୍ରିକୋଣଭୂମି ଅଞ୍ଚଳରେ ଉର୍ବର ମୃତ୍ତିକା ହେତୁ ଅଧିକ ଧାନଚାଷ ହୁଏ ।
(d) ନିମ୍ନ ବୃଷ୍ଟିପାତ ଅଞ୍ଚଳରେ କେନାଲ ଜଳସେଚନ ଓ ନଳକୂପ ଖନନଦ୍ୱାରା ଜଳସେଚନ କରାଯାଇ ଧାନଚାଷ କରାଯାଏ ।
(e) ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ହରିୟାଣା ଆଦି ରାଜ୍ୟରେ ପ୍ରଚୁର ଧାନଚାଷ କରାଯାଏ ।
(f) ଧାନ ଭାରତୀୟମାନଙ୍କ ମୁଖ୍ୟ ଖାଦ୍ୟଶସ୍ୟ ହୋଇଥିବାରୁ ଅଧିକାଂଶ ଭାଗ ଘରୋଇ ବିନିଯୋଗରେ ବ୍ୟବହୃତ ହୋଇଥାଏ ।


(v) ସଘନ କୃଷି କ'ଣ ? ଏହାର ଆବଶ୍ୟକତା କାହିଁକି ?
ଉ - (a) ଜଳସେଚନର ସୁବିଧା ଥିବା ଅଞ୍ଚଳରେ ରାସାୟନିକ ସାର, କୀଟନାଶକ ଔଷଧ ପ୍ରୟୋଗ ଓ ଅଧିକ ଅମଳକ୍ଷମ ବିହନ ବ୍ୟବ‌ହାର କରି ଜମିର ଉତ୍ପାଦନ କ୍ଷମତା ବଢ଼ାଇବା ସହ ଜମିକୁ ପଡ଼ିଆ ନରଖ୍ ବର୍ଷକରେ ଏକାଧିକବାର ଯାନ୍ତ୍ରିକ ପଦ୍ଧତିରେ କୃଷିକାର୍ଯ୍ୟ କରିବାକୁ ସଘନ କୃଷି କୁହାଯାଏ ।
(b) ଏହି କୃଷି ପ୍ରଣାଳୀରେ ଗୋଟିଏ ଜୋତରେ ବର୍ଷକୁ ତିନି ଚାରୋଟି ଫସଲ ଚାଷ କରାଯାଏ ।
(c) ଏହା ମୁଖ୍ୟତଃ ଭାରତ, ଚୀନ୍, ଦକ୍ଷିଣ-ପୂର୍ବ-ଏସୀୟ ରାଷ୍ଟ୍ରସମୂହ ଓ ଅନ୍ୟାନ୍ୟ ଜନବହୁଳ ରାଷ୍ଟ୍ରମାନଙ୍କରେ କରାଯାଏ ।
(d) ସାଧାରଣତଃ ସମତଳ ଅଞ୍ଚଳ, ଉପକୂଳବର୍ତ୍ତୀ ଅଞ୍ଚଳ, ନଦୀ ଉପତ୍ୟକା ଓ ଜଳସେଚିତ ଅଞ୍ଚଳରେ ଏ ପ୍ରକାର କୃଷି କରାଯାଏ ।
(e) ଜନବହୁଳ ରାଷ୍ଟ୍ରରେ କମ୍ ଚାଷଜମିରୁ ଅକ ଖାଦ୍ୟଶସ୍ୟ ଉତ୍ପାଦନ କରି ଦେଶର ଖାଦ୍ୟ ଚାହିଦା ମେଣ୍ଟାଇବାପାଇଁ ସଘନ କୃଷି ପଦ୍ଧତିରେ ଚାଷ ନିତାନ୍ତ ଆବଶ୍ୟକ ।


(vi) ଗହମ ଚାଷ ପାଇଁ କେଉଁ ସମସ୍ତ ପ୍ରାକୃତିକ ଅବସ୍ଥା ଆବଶ୍ୟକ ? ଭାରତର କେଉଁ ଅଞ୍ଚଳରେ ଅକ ଗହମ
ଚାଷ ହୋଇଥାଏ ?

ଉ - (a) ଗହମ ଭାରତରେ ରବିଫସଲ ଭାବେ ଚାଷ କରାଯାଏ । ଏହା ଭାରତର 2ୟ ସର୍ବାଧ‌ିକ ଚାଷ କରାଯାଉଥିବା ଶସ୍ୟ । ନାତିଶୀତୋଷ୍ଣ ଅଞ୍ଚଳ ଗହମ ଚାଷ ପାଇଁ ବିଶେଷ ଉପଯୋଗୀ ।
(b) ଏହି ଚାଷ ପାଇଁ ବାର୍ଷିକ 50 ରୁ 75 ସେ.ମି. ବୃଷ୍ଟିପାତ ଆବଶ୍ୟକ ହୋଇଥାଏ ।
(c) ଏହା ଶୀତଳ ଜଳବାୟୁରେ ବଢ଼ିପାରେ ଏବଂ ଅମଳ ସମୟରେ ପ୍ରଖର ସୂର୍ଯ୍ୟକିରଣ ଆବଶ୍ୟକ ହୋଇଥାଏ ।
(d) ଦେଶର ପ୍ରାୟ ଏକ-ଷକ୍ଷାଂଶ ଜମିରେ ଗହମ ଚାଷ କରାଯାଏ । ପଞ୍ଜାବ, ହରିୟାଣା, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶରେ ଅଧୂକ ଗହମ ଚାଷ କରାଯାଏ ।
(e) ଭାରତର ଦୁଇଟି ମୁଖ୍ୟ ଗହମ ଚାଷ ଅଞ୍ଚଳ ହେଉଛି ଉତ୍ତର-ପଶ୍ଚିମ ଭାରତର ଗଙ୍ଗା-ସତ୍‌ଲେଜ୍ ସମତଳଭୂମି ଏବଂ ଦାକ୍ଷିଣାତ୍ୟ ମାଳଭୂମି ଅଞ୍ଚଳର କୃଷ୍ଣ ମୃତ୍ତିକା ।


(vii) ଅଳ୍ପ ବୃଷ୍ଟି ପାଉଥିବା ଅଞ୍ଚଳରେ କେଉଁ କୃଷି କରାଯାଇଥାଏ ? ଭାରତର କେଉଁ କେଉଁ ସ୍ଥାନରେ ଉକ୍ତ କୃଷି ଅଧିକ ହୁଏ ? ଏଥିପାଇଁ କେଉଁ ପ୍ରାକୃତିକ ଅବସ୍ଥ।
ଆବଶ୍ୟକ ?

ଉ - (a) ଅଳ୍ପ ବୃଷ୍ଟିପାତ ପାଉଥିବା ଅଞ୍ଚଳରେ ଶୁଷ୍କ ଓ ଅର୍ଦ୍ଧଶୁଷ୍କ କୃଷି କରାଯାଇଥାଏ । ଏହା ବାର୍ଷିକ 70 ସେ.ମି.ରୁ କମ୍ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ କରାଯାଏ ।
(b) ଏହି ଅଞ୍ଚଳରେ ଡାଲିଜାତୀୟ ଶସ୍ୟ, ମକା, ତୈଳବୀଜ ଆଦି ଚାଷ କରାଯାଏ । ଭାରତରେ ଉତ୍ପାଦିତ ଡାଲିଜାତୀୟ ଫସଲଗୁଡ଼ିକ ହେଉଛି – ମୁଗ, ବିରି, ମସୁର, ମଟର, ହରଡ଼ ଓ ବୁଟ ।
(c) ଡାଲିଜାତୀୟ ଫସଲ ପାଇଁ ପ୍ରସିଦ୍ଧିଲାଭ କରିଥିବା ରାଜ୍ୟଗୁଡ଼ିକ ହେଉଛି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ।
(d) ଡାଲିଜାତୀୟ ଫସଲ ଉତ୍ପାଦନ ତଥା ବ୍ୟବହାର ପାଇଁ ଭାରତ ପୃଥ‌ିବୀରେ ପ୍ରଥମ ସ୍ଥାନ ଅଧିକାର କରିଛି ।
(e) ବାଜରା, ରାଶି ଆଦି ଅଳ୍ପ ବୃଷ୍ଟିପାତ ପାଉଥିବା ଅଞ୍ଚଳରେ ଚାଷ କରାଯାଏ । ରାଶି ସାଧାରଣତଃ ଶୁଷ୍କ ଅଞ୍ଚଳରେ ଭଲ ଭାବରେ ବଢ଼ିପାରେ । ଏଥିପାଇଁ ଲୋହିତ, କୃଷ୍ଣ, ବାଲିଆ ମାଟି ଆବଶ୍ୟକ । ଭାରତର ଗୁଜରାଟ ରାଜ୍ୟରେ ସର୍ବାଧିକ ରାଶି ଉତ୍ପାଦିତ ହୁଏ ।
(f) ମକା ଖରିଫ୍ ଋତୁରେ ଚାଷ କରାଯାଏ । ମକା, ପଟୁ ମୃଭିକାରେ ଭଲ ରତରେ ମକା ଉତ୍ପାଦନକାରୀ ରାଜ୍ୟଗୁଡ଼ିକ ହେଉଛି କର୍ଣାଟକ, ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶ ।


🗨