10th Class Geography(ଭୂଗୋଳ) - Chapter 7 - ବିନିର୍ମାଣ ଉଦ୍ୟୋଗ All Question With Answer

↓ Question & Answer ↓

1. ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଚାରୋଟି ଲେଖାଁଏ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଠିକ୍ ଉତ୍ତରଟି ବାଛି ଲେଖ ।

(a) ବକ୍ସାଇଟ୍ କେଉଁ ଉଦ୍ୟୋଗର କଞ୍ଚାମାଲରୂପେ ବ୍ୟବହୃତ ହୁଏ ?
(i) ଲୁହା (ii) ଆଲୁମିନିୟମ୍ (iii) ତମ୍ବା (iv) ଶିଳ୍ପ


(b) କେଉଁ ସଂସ୍ଥାଟି ଲୌହଇସ୍ପାତ ଉତ୍ପାଦନ ସହ ସମ୍ପୃକ୍ତ ?
(i) SAIL (ii) NALCO (iii) OIL (iv) BALCO


(c) କେଉଁଟି ଏକ ରାଷ୍ଟ୍ରାୟତ୍ତ ସଂସ୍ଥା ନୁହେଁ ?
(i) SAIL (ii) TISCO (iii) NALCO (iv) IDCO


(d) କେଉଁ ସ୍ଥାନରେ ଯାତ୍ରୀବାହୀ ରେଳଡ଼ବା ତିଆରି ହୁଏ ?
(i) କପୁରଥାଲା (ii) ବାରାଣାସୀ (iii) ପେରାମ୍ବୁର (iv) କୋଲକାତା


(e) ମହେନ୍ଦ୍ରା ଓ ମହେନ୍ଦ୍ରା କାରଖାନା କେଉଁ ପ୍ରକାର ଯାନ ନିର୍ମାଣ କରିଥାଏ ?
(i) ଦୁଇଚକିଆ (ii) ତିନିଚକିଆ (iii) ଚାରିଚକିଆ (iv) ଆଠଚକିଆ


(f) କେଉଁ ଶିଳ୍ପରେ ମଜୁରୀଭୋଗୀ ଶ୍ରମିକ ନଥାନ୍ତି ?
(i) କ୍ଷୁଦ୍ରଶିଳ୍ପ (ii) କୁଟୀରଶିଳ୍ପ (iii) ମୌଳିକ ଶିଳ୍ପ (iv) ଖାଉଟି ଶିଳ୍ପ


ଉତ୍ତର
(a) (ii) ଆଲୁମିନିୟମ୍ (b) (i) SAIL (c) (ii) TISCO (d) (iii) ପେରାମ୍ବୁର(e) (iii) ଚାରିଚକିଆ (f) (ii) କୁଟୀର ଶିଳ୍ପ


🗨
2. ଭାରତରେ ରେଖାଙ୍କିତ ମାନଚିତ୍ରଟେ ରେ ନିମ୍ନଲିତ ସ୍ଥାନଗୁଡ଼ିକୁ ଦେଖାଅ ।


🗨
3. ନିମ୍ନଲିତଗୁଡ଼ିକର ପୂରାନାମ ଲେଖ ।

(i) IISCO (ii) SAIL (iii) TISCO (iv) NALCO (v) MNC
ଉ -
(i) IISCO - Indian Iron and Steel Company
(ii) SAIL – Steel Authority of India Limited
(iii) TISCO - Tata Iron and Steel Company
(iv) NALCO National Aluminium Company
(v) MNC - Multi-National Company


🗨
4. ନିମ୍ନଲିତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଦିଅ ।

(a) ବିନିର୍ମାଣ ଉଦ୍ୟୋଗ କହିଲେ କ’ଣ ବୁଝାଯାଏ ?
ଉ– (i) ହାତହତିଆର (Tools) ବା ଯନ୍ତ୍ର ବ୍ୟବହାର କରି ପ୍ରାଥମିକ ସମ୍ବଳଗୁଡ଼ିକରୁ ପ୍ରକ୍ରିୟାକରଣ ମାଧ୍ଯମରେ ବିଭିନ୍ନ ପକାର ଦ୍ରବ୍ୟ ବା ମାଲ ବହଳ ପରିମାଣରେ ଉତ୍ପାଦନ କରିବାକୁ ‘ବିନିର୍ମାଣ’ କୁହାଯାଏ ।
(ii) ସୁତରାଂ ବିନିର୍ମାଣ ଉଦ୍ୟୋଗ କହିଲେ ଶିଳ୍ପକ୍ଷେତ୍ରରେ ଯନ୍ତ୍ରାଦି ବ୍ୟବହାରଦ୍ଵାରା ଅନେକ ପ୍ରକାର ଦ୍ରବ୍ୟ ବହୁଳ ପରିମାଣରେ ଉତ୍ପାଦନ କରିବାକୁ ବୁଝାଏ ।


(b) ପ୍ରାଥମିକ ଉତ୍ପାଦ କ’ଣ ? ଏହାର ଉଦାହରଣ ଦିଅ ‌।
ଉ – ଯେଉଁ ଦ୍ରବ୍ୟଗୁଡ଼ିକ ପ୍ରତ୍ୟକ୍ଷ ଭାବରେ ପ୍ରକୃତିରୁ ମିଳିଥାଏ, ସେଗୁଡ଼ିକୁ ପ୍ରାଥମିକ ଉତ୍ପାଦ କୁହାଯାଏ ।
ଉଦାହରଣ :
(i) ଖାଦ୍ୟଶସ୍ୟ, ଫଳ, ଫୁଲ, ଶାକସବ୍‌ଜି ମାଟିରୁ ମିଳିଥାଏ ।
(ii) କାଠ, ଔଷଧୀୟ ଗଛ, ଅଠା, ଲାଖ ଆଦି ଜଙ୍ଗଲରୁ ମିଳେ ।
(iii) ଭୂ-ଅଭ୍ୟନ୍ତରରୁ ମିଳୁଥିବା ମନୁଷ୍ୟର ବ୍ୟବହାର ଉପଯୋଗୀ ବିଭିନ୍ନ ଖଣିଜ ପଦାର୍ଥ ।


(c) ମୌଳିକ ଶିଳ୍ପ କ'ଣ ? ଏହାର ଏକ ତାଲିକା ପ୍ରସ୍ତୁତ କର ।
ଉ – (i) ଯେଉଁ ଶିଳ୍ପର ସର୍ବଶେଷ ଉତ୍ପାଦ ଅନ୍ୟ ଗୋଟିଏ ଶିଳ୍ପର କଞ୍ଚାମାଲ ରୂପେ ବ୍ୟବହୃତ ହୁଏ, ତାହାକୁ ମୌଳିକ ଶିଳ୍ପ କୁହାଯାଏ ।
ଉଦାହରଣ : ଲୌହଇସ୍ପାତ ଶିଳ୍ପ । ଏହି ଶିଳ୍ପରୁ ଉତ୍ପାଦିତ ଲୌହଇସ୍ପାତ ମେସିନ୍ ବା କଳକବ୍‌ଜା ଉତ୍ପାଦନ ଶିଳ୍ପର କଞ୍ଚାମାଲ ରୂପେ ବ୍ୟବହୃତ ହୁଏ ।
(ii) ଝାଡ଼ଖଣ୍ଡର ରାଞ୍ଚୁଠାରେ ସ୍ଥାପିତ ଭାରୀ ଇଞ୍ଜିନିୟରିଂ ନିଗମ, ଭୋପାଳ ଓ ହରିଦ୍ଵାରରେ ସ୍ଥାପିତ BHEL ମୌଳିକ ଶିଳ୍ପ ପର୍ଯ୍ୟାୟଭୁକ୍ତ ।

(d) ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରାକୃତିକ ଉପାଦାନଗୁଡ଼ିକ କ'ଣ ?
ଉ- (i) ଶିଳ୍ପ ପ୍ରତିଷ୍ଠା ପାଇଁ ଯେତେଗୁଡ଼ିଏ ଉପାଦାନ ବା କାରକ ମୁଖ୍ୟ ଭୂମିକା ଗ୍ରହଣ କରିଥା’ନ୍ତି, ସେଗୁଡ଼ିକୁ ପ୍ରାକୃତିକ ଓ ସାଂସ୍କୃତିକ ଏହିପରି ଦୁଇ ଭାଗରେ ବିଭକ୍ତ କରାଯାଇପାରେ ।
(ii) ଜମି, କଞ୍ଚାମାଲ, ଶକ୍ତି, ଜଳ ଏବଂ ଉପଯୁକ୍ତ ଜଳବାୟୁ ଆଦି ପ୍ରାକୃତିକ ଉପାଦାନର ଅନ୍ତର୍ଭୁକ୍ତ ।


(e) ଯୌଥ ଶିଳ୍ପ କାହାକୁ କୁହାଯାଏ ?
ଉ- (i) ଯେଉଁ ଶିଳ୍ପ ଉଭୟ ସରକାର ( କେନ୍ଦ୍ର କିମ୍ବା ରାଜ୍ୟ ସରକାର ) ଓ ବେସରକାରୀ ସଂସ୍ଥା ବା ପୁଞ୍ଜି ବିନିଯୋଗ କରାଯାଇ ସ୍ଥାପିତ ଓ ପରିଚାଳିତ ହୁଏ, ଶିଳ୍ପକୁ ଯୌଥ ବା ମିଳିତ ଶିଳ୍ପ କୁହାଯାଏ ।
(ii) ଉଦାହରଣ : ମାରୁତି ଉଦ୍ୟୋଗ ଏବଂ ଅଏଲ ଇଣ୍ଡିଆ ।


(f) MNC ବା ବହୁରାଷ୍ଟ୍ରୀୟ କମ୍ପାନୀ କ’ଣ ?
ଉ - (i) ଏକ ଦେଶରେ ଅନ୍ୟ ବିଦେଶୀ ରାଷ୍ଟ୍ରର କମ୍ପାନୀ ବିଦେଶୀ ପୁଞ୍ଜି ଲଗାଇ ଉନ୍ନତ ବୈଷୟିକ ଜ୍ଞାନକୌଶଳଦ୍ୱାରା ଉଚ୍ଚ ମାନର ଉତ୍ପାଦ କମ୍ ଦାମ୍‌ରେ ଉତ୍ପାଦନ କରୁଥିଲେ, ତାହାକୁ MNC ବା ବହୁରାଷ୍ଟ୍ରୀୟ କମ୍ପାନୀ କୁହାଯାଏ ।
(ii) ଏହାଦ୍ଵାରା ଶିଳ୍ପକ୍ଷେତ୍ରରେ ପ୍ରତିଯୋଗିତା ତୀବ୍ର ହେବା ସଙ୍ଗେ ସଙ୍ଗେ ଉପଭୋକ୍ତାମାନେ ଲାଭାନ୍ବିତ ହୋଇଥା’ନ୍ତି ।


🗨
5. ନିମ୍ନୋକ୍ତ ପ୍ରଶ୍ନର ଉତ୍ତର ଦିଅ । (ପ୍ରାୟ 150ଟି ଶବ୍ଦରେ)

(a) ଭାରତର ଅର୍ଥ ବ୍ୟବସ୍ଥାକୁ ଶିଳ୍ପକ୍ଷେତ୍ରର ଅବଦାନ କ’ଣ ?
ଉ- (i) 1951 ମସିହାଠାରୁ ପଞ୍ଚବାର୍ଷିକ ଯୋଜନା ମାଧ୍ଯମରେ ଆରମ୍ଭ ହୋଇଥିବା ପ୍ରୟାସଦ୍ବାରା ଦେଶର ଆଖ୍ଦୃଷ୍ଟିଆ ବିକାଶ ସମ୍ଭବ ହୋଇପାରିଛି । ଖାଉଟି ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ଏଗୁଡ଼ିକୁ ରପ୍ତାନି କରିବାରେ ସମର୍ଥ ହୋଇଛି
(ii) ଶିଳ୍ପକ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆମର ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁଦୃଢ଼ କରିଛି ଏବଂ ଦେଶର ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି ।
(iii) ଶକ୍ତି, ପରିବହନ ଓ ଯୋଗାଯୋଗ ଭଳି ଆଧାରିକ ସଂରଚନା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଘଟିଛି ଏବଂ ଲୌହଇସ୍ପାତ ଶିଳ୍ପ କ୍ଷେତ୍ରରେ ବିକାଶ ପ୍ରଶଂସନୀୟ ହୋଇଛି ।
(iv) କୃଷିକ୍ଷେତ୍ରର ବଳକା ଶ୍ରମିକ ଶିଳ୍ପ କ୍ଷେତ୍ରରେ ନିୟୋଜିତ ହେବାଦ୍ଵାରା ଉତ୍ପାଦିକା ଶକ୍ତି ବୃଦ୍ଧି ପାଉଛି ।
(v) ଗତ ଦଶନ୍ଧିରେ ଦେଶର ଶିଳ୍ପ ଅଭିବୃଦ୍ଧି 7 ପ୍ରତିଶତ ଥିବାବେଳେ 2003 ମସିହାଠାରୁ ଏହା ୨ରୁ 10 ପ୍ରତିଶତକୁ ବୃଦ୍ଧି ପାଇଛି । ଆଗାମୀ ଦଶନ୍ଧିରେ ଏହା 12 ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।


(b) ସ୍ୱତ୍ୱାଧିକାର ଭିଭିରେ ଶିଳ୍ପର ବିଭାଗୀକରଣ କରି ଉଦାହରଣ ଦିଅ ।
ଉ – ସ୍ୱତ୍ୱାଧିକାର ଭିଭିରେ ଶିଳ୍ପକୁ ଚାରିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା –
(i) ରାଷ୍ଟ୍ରାୟତ୍ତ ଶିଳ୍ପ – କୌଣସି ଶିଳ୍ପ ସରକାର ସରକାରୀ ବିଭାଗଦ୍ବାରା ସ୍ଥାପିତ ଓ ପରିଚାଳିତ ହେଉଥିଲେ ତାହାକୁ ସରକାରୀ ବା ରାଷ୍ଟ୍ରାୟତ୍ତ ଶିଳ୍ପ କୁହାଯାଏ । ଉଦାହରଣ– ରାଉରକେଲା ଲୌହଇସ୍ପାତ ଶିଳ୍ପ, ଗୁରୁ ବୈଦ୍ୟୁତିକ କାରଖାନା (BHEL) ।
(ii) ବେସରକାରୀ ଶିଳ୍ପ – ଯେଉଁ ଶିଳ୍ପ କୌଣସି ବ୍ୟକ୍ତି, ପରିବାର କିମ୍ବା ଏକାଧିକ ବ୍ୟକ୍ତି ନିଗମ ଅଧିକାରୀଙ୍କ ମାଲିକାନାରେ ଥାଇ ନିଜସ୍ଵ ପୁଞ୍ଜି ଲଗାଣଦ୍ଵାରା ସ୍ଥାପିତ ଓ ପରିଚାଳିତ ହୋଇଥାଏ, ତାହାକୁ ବେସରକାରୀ ଶିଳ୍ପ କୁହାଯାଏ । ଉଦାହରଣ– ଟାଟା ଲୌହଇସ୍ପାତ କମ୍ପାନୀ, ରିଲାଏନ୍ସ, ବଜାଜ ଅଟୋ ଇତ୍ୟାଦି ।
(iii) ମିଳିତ ବା ଯୌଥ ଶିଳ୍ପ – ଯେଉଁ ଶିଳ୍ପ ଉଭୟ ସରକାର ( କେନ୍ଦ୍ର କିମ୍ବା ରାଜ୍ୟ ସରକାର) ଓ ବେସରକାରୀ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କଦ୍ଵାରା ପୁଞ୍ଜି ବିନିଯୋଗ କରାଯାଇ ସ୍ଥାପିତ ଓ ପରିଚାଳିତ ହୋଇଥାଏ, ତାହାକୁ ମିଳିତ ବା ଯୌଥ ଶିଳ୍ପ କୁହାଯାଏ । ଉଦାହରଣ – ମାରୁତି ଉଦ୍ୟୋଗ ଓ ଅଏଲ ଇଣ୍ଡିଆ ।
(iv) ସମବାୟ ଶିଳ୍ପ – କେତେକ ବ୍ୟକ୍ତିବିଶେଷଙ୍କଦ୍ୱାରା ଗଠିତ ସମବାୟ ସମିତିଦ୍ଵାରା ପରିଚାଳିତ ଶିଳ୍ପକୁ ସମବାୟ ଶିଳ୍ପ କୁହାଯାଏ । ଏହି ଶିଳ୍ପରେ ସ୍ୱତ୍ବାକାର ସାଧାରଣତଃ ଉତ୍ପାଦକ, କଞ୍ଚାମାଲ ଯୋଗାଣକାରୀ ଓ ଶ୍ରମିକଙ୍କ ଉପରେ ମିଳିତ ଭାବରେ ନ୍ୟସ୍ତ ହୋଇଥାଏ । ଉଦାହରଣ : ଗୁଜରାଟର ଅମୁଲ ଦୁଗ୍ଧଜାତ ପଦାର୍ଥ ଶିଳ୍ପ, ମହାରାଷ୍ଟ୍ରର ଚିନି ଶିଳ୍ପ, କେରଳର କଫି ଶିଳ୍ପ, ଲିଜ୍ଜତ ପାପଡ଼ ।


(c) ଶିଳ୍ପଜନିତ ପ୍ରଦୂଷଣ କ’ଣ ? ଏହାକୁ କିପରି ରୋକାଯାଇ ପାରିବ ?
ଉ – ଶିଳ୍ପଜନିତ ପ୍ରଦୂଷଣ : ଶିଳ୍ପଜନିତ ପ୍ରଦୂଷଣଗୁଡ଼ିକ ହେଲା – ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଭୂମି ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ।
(i) ଶିଳ୍ପାନୁଷ୍ଠାନରୁ ବାହାରୁଥିବା ଧୂଆଁ, ପାଉଁଶ, କାର୍ବନ୍ ମନୋକ୍‌ସାଇଡ୍, ସଲ୍‌ଫର୍ ଡାଇଅକ୍ସାଇଡ୍ ବାୟୁରେ ମିଶି ବାୟୁ ପ୍ରଦୂଷଣ କରେ ।
(ii) ରାସାୟନିକ ସାର କାରଖାନାରୁ ନିର୍ଗତ ରାସାୟନିକ ପଦାର୍ଥ, ତାପଜ ବିଦ୍ୟୁତ୍ କେନ୍ଦ୍ର, ଲୌହଇସ୍ପାତ ଶିଳ୍ପ ଓ ଆଲୁମିନିୟମ୍ ଶିଳ୍ପରୁ ନିର୍ଗତ ପାଉଁଶ ଓ ଧୂଆଁ ବାୟୁମଣ୍ଡଳକୁ ପ୍ରବେଶ କରି ଏହାକୁ ପ୍ରଦୂଷିତ କରୁଛି ।
(iii) କୋଇଲା, ରଙ୍ଗ, ସାବୁନ, କୀଟନାଶକ ଦ୍ରବ୍ୟ, ସାର, ପ୍ଲାଷ୍ଟିକ୍, ରବର, କାଗଜ ଶିଳ୍ପ, ବୟନ ଶିଳ୍ପ, ପେଟ୍ରୋରସାୟନ ଶିଳ୍ପ, ଚମଡ଼ା କାରଖାନାରୁ ବାହାରୁଥିବା ଜୈବ ଓ ଅଜୈବ ତରଳ ବର୍ଜ୍ୟବସ୍ତୁ ଭୂମି, ଜଳ ମୃତ୍ତିକା ଓ ଭୂଗର୍ଭ ଜଳକୁ ପ୍ରଦୂଷଣ କରେ ।
(iv) କାରଖାନାମାନଙ୍କର ଯନ୍ତ୍ରପାତିର ଶବ୍ଦ, ଡିନାମାଇଟ୍ ବିସ୍ଫୋଟ, ଯାନବାହନର ଶବ୍ଦ, କରତ, ବାୟବୀୟ ଖୋଦନ ଆଦି ଶବ୍ଦ ପ୍ରଦୂଷଣ କରିଥାଏ । ଶିଳ୍ପଜନିତ ପ୍ରଦୂଷଣର ନିରାକରଣ :
(i)ଯୋଜନାବଦ୍ଧ ଭାବେ ଶିଳ୍ପ ସ୍ଥାପନ, ଉପଯୁକ୍ତ ଯନ୍ତ୍ରପାତି ଚୟନ ଓ ଚାଳନାଦ୍ୱାରା ଅଧିକାଂଶ ପ୍ରଦୂଷଣ ରୋକାଯାଇ ପାରିବ ।
(ii) ଶିଳ୍ପରେ ଫିଲଟର, ଅବକ୍ଷେପକ ଆଦି ବ୍ୟବହାରଦ୍ଵାରା ପ୍ରଦୂଷଣ ରୋକାଯାଇ ପାରିବ ।
(iii) କଳକାରଖାନାରୁ ବାହାରୁଥିବା କଠିନ ଓ ତରଳ ବର୍ଜ୍ୟବସ୍ତୁଗୁଡ଼ିକୁ ସିଧାସଳଖ ନଈ, ନାଳକୁ ନ ଛାଡ଼ି ତା’ର ଉପଚାର ପରେ ଛାଡ଼ିଲେ ଜଳ ପ୍ରଦୂଷଣ କମ୍ ହେବ ।
(iv) ତରଳ ବର୍ଜ୍ୟବସ୍ତୁଗୁଡ଼ିକୁ ପ୍ରଥମେ ଯାନ୍ତ୍ରିକ, ଦ୍ବିତୀୟରେ ରାସାୟନିକ ଓ ତୃତୀୟରେ ଜୈବ ରାସାୟନିକ ପ୍ରକ୍ରିୟାଦ୍ୱାରା ବିଶୋଧନ କରାଯାଇପାରିବ ।
(v) ଶିଳ୍ପାନୁଷ୍ଠାନମାନଙ୍କରେ କୋଇଲା ପରିବର୍ତ୍ତେ ଖଣିଜ ତୈଳ ଓ ବିଦ୍ୟୁତ୍ ଶକ୍ତି ବ୍ୟବହାରଦ୍ୱାରା ଏବଂ ଯାନବାହନରେ ଜୈବ ଡିଜେଲ କିମ୍ବା ସୌର ରଶକ୍ତି ବ୍ୟବହାରଦ୍ୱାରା ପ୍ରଦୂଷଣକୁ ଏଡ଼ାଇ ଦିଆଯାଇପାରିବ ।
(vi) ମୃତ୍ତିକା ଓ ଭୂମି ପ୍ରଦୂଷଣକୁ ରୋକିବାପାଇଁ କଠିନ ବର୍ଜ୍ୟବସ୍ତୁର ଏକତ୍ରୀକରଣ, ଗର୍ଭପୂରଣ ନିମିତ୍ତ ସେଗୁଡ଼ିକର ବ୍ୟବହାର କିମ୍ବା ପୁନଃଚକ୍ରଣଦ୍ୱାରା ସେଗୁଡ଼ିକର ବ୍ୟବ‌ହାର ଉପରେ ଗୁରୁତ୍ଵ ଦିଆଯିବା ଆବଶ୍ୟକ ।


(d) NTPC କିପରି ପ୍ରଦୂଷଣକୁ ନିୟନ୍ତ୍ରଣ କରିପାରିଛି ବୁଝାଅ ।
ଉ - NTPC ପ୍ରଦୂଷଣକୁ ନିୟନ୍ତ୍ରଣ କରିବାପାଇଁ କେତେକ ବ୍ୟବସ୍ଥା ଗ୍ରହଣ କରିଛି । ସେଗୁଡ଼ିକ ହେଲା –
(i) ଆଧୁନିକ ପଦ୍ଧତିରେ ଯନ୍ତ୍ରାଂଶଗୁଡ଼ିକର ବ୍ୟବହାର ।
(ii) ପାଉଁଶର ଅଧିକ ବ୍ୟବହାରଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ।
(iii) ସବୁଜ ବଳୟ ସୃଷ୍ଟି କରି ପ୍ରାକୃତିକ ଭାରସାମ୍ୟ ରକ୍ଷା ।
(iv) ପୋଖରୀ ସୃଷ୍ଟି କରି ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ତଥା ପାଉଁଶମିଶ୍ରିତ ଜଳର ପୁନଃଚକ୍ରଣ ପଦ୍ଧତିରେ ତରଳ ବର୍ଜ୍ୟବସ୍ତୁ ପରିଚାଳନା ।
(v) ପ୍ରତ୍ୟେକ କାରଖାନାରେ ପରିବେଶ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ ବ୍ୟବସ୍ଥା । ଉପରୋକ୍ତ ବ୍ୟବସ୍ଥାଦ୍ୱାରା ପରିବେଶ ଅବକ୍ଷୟ ରୋକାଯାଇ ପାରିବ ଓ ସୁସ୍ଥ ପରିବେଶ ସୃଷ୍ଟି କରାଯାଇ ପାରିବ ।


(e) ଭାରତରେ ଜାହାଜ ନିର୍ମାଣ ପାଇଁ କ’ଣ ବ୍ୟବସ୍ଥା ରହିଛି ଲେଖ ।
ଉ– (i) ଜାହାଜ ନିର୍ମାଣ ଏକ ବୃହତ୍ ଶିଳ୍ପ ଏବଂ ଏଥି ନିମିତ୍ତ ଅଧିକ ପରିମାଣରେ ପୁଞ୍ଜି ଆବଶ୍ୟକ ହୋଇଥାଏ ।
(ii) ବର୍ତ୍ତମାନ ଭାରତରେ ପାଞ୍ଚଟି ଜାହାଜ ନିର୍ମାଣ କାରଖାନା ବିଶାଖାପାଟଣା, କୋଚି, ମୁମ୍ବାଇ, ମର୍ମାଗାଓ ଓ କୋଲ୍‌କାତାଠାରେ ପ୍ରତିଷ୍ଠିତ ହୋଇଅଛି ।
(iii) ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଏହି ପାଞ୍ଚଟି ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ହୋଇଅଛି । ଏଠାରେ ନୌବାହିନୀ ପାଇଁ ଯୁଦ୍ଧ ଜାହାଜ ଓ ଯାତ୍ରୀବାହୀ ଜାହାଜ ନିର୍ମିତ ହୋଇଥାଏ ।
(iv) ଏହାଛଡ଼ା ଷ୍ଟିମର, ବାର୍ଜ, ଡ୍ରେଜର ଏବଂ ଉପକୂଳବାହୀ ଜାହାଜ ଆଦି ମଧ୍ୟ ଏଠାରେ ନିର୍ମାଣ କରାଯାଏ ।
(v) ଜାପାନ ସହାୟତାରେ କୋଚିଠାରେ ପ୍ରତିଷ୍ଠିତ ଜାହାଜ ନିର୍ମାଣ କାରଖାନା ଏକ ଲକ୍ଷ DWT ଏବଂ ବିଶାଖାପାଟଣାଠାରେ 50,000 DWT ଓଜନର ଜାହାଜ ନିର୍ମାଣ କ୍ଷମତା ରହିଛି । ଭାରତରେ ଜାହାଜ ମରାମତି ପାଇଁ 16 ଗୋଟି ଶୁଷ୍କ ଡକ୍ (ପୋତ ନିର୍ମାଣ ଓ ମରାମତି କ୍ଷେତ୍ର) ରହିଛି ।


(f) ଭାରତର ଲୌହଇସ୍ପାତ ଶିଳ୍ପ ସମ୍ପର୍କରେ ସମ୍ୟକ୍ ଧାରଣା ଦିଅ ।
ଉ– (i) ଲୌହଇସ୍ପାତ ଶିଳ୍ପ ଆଧୁନିକ ସଭ୍ୟତାର ମେରୁଦଣ୍ଡ ସଦୃଶ । ଏହା ଅନ୍ୟ ସମସ୍ତ ଶିଳ୍ପର ଆଧାର । ସେଥିପାଇଁ ଏହାକୁ ମୌଳିକ ଶିଳ୍ପ କୁହାଯାଏ ।
(ii) ଭାରତର ସର୍ବପ୍ରଥମ ଲୌହଇସ୍ପାତ କାରଖାନା 1830 ମସିହାରେ ତାମିଲନାଡ଼ୁର ପୋର୍ଟେନୋଭାଠାରେ ସ୍ଥାପିତ ହୋଇଥିଲା । 1864 ମସିହାରେ ପଶ୍ଚିମବଙ୍ଗର କୁଲ୍‌ଟିଠାରେ ଆଧୁନିକ ଲୌହଇସ୍ପାତ ଶିଳ୍ପର ଭିଭିପ୍ରସ୍ତର ରଖାଗଲା ।
(iii) 1907 ମସିହାରେ ଟାଟା କମ୍ପାନୀଦ୍ୱାରା ଜାମସେଦ୍‌ପୁରଠାରେ ଟାଟା ଲୌହଇସ୍ପାତ କାରଖାନା ପ୍ରତିଷ୍ଠା ହେବା ସହିତ ଆଧୁନିକ ବୃହତ୍ ଲୌହଇସ୍ପାତ ଶିଳ୍ପର ଶୁଭାରମ୍ଭ ହେଲା । ପରେ ପରେ ଭାରତୀୟ ଲୌହଇସ୍ପାତ କମ୍ପାନୀଦ୍ୱାରା ପଶ୍ଚିମବଙ୍ଗରେ ବର୍ଣ୍ଣପୁରଠାରେ ଏବଂ କର୍ଣାଟକର ଭଦ୍ରାବତୀଠାରେ ଲୌହଇସ୍ପାତ କାରଖାନା ଗଢିଉଠିଲା ।
(iv) ସ୍ଵାଧୀନତା ପ୍ରାପ୍ତି ପରେ ଦେଶର ବିଭିନ୍ନ ସ୍ଥାନରେ ବିଦେଶୀ ରାଷ୍ଟ୍ରର ବୈଷୟିକ ଜ୍ଞାନ ସହାୟତାରେ ଲୌହଇସ୍ପାତ କାରଖାନାମାନ ସ୍ଥାପିତ ହେଲା ।


(e) ଭାରତରେ ଜାହାଜ ନିର୍ମାଣ ପାଇଁ କ’ଣ ବ୍ୟବସ୍ଥା ରହିଛି ଲେଖ ।
ଉ–(i) ଜାହାଜ ନିର୍ମାଣ ଏକ ବୃହତ୍ ଶିଳ୍ପ ଏବଂ ଏଥି ନିମିତ୍ତ ଅଧିକ ପରିମାଣରେ ପୁଞ୍ଜି ଆବଶ୍ୟକ ହୋଇଥାଏ ।
(ii) ବର୍ତ୍ତମାନ ଭାରତରେ ପାଞ୍ଚଟି ଜାହାଜ ନିର୍ମାଣ କାରଖାନା ବିଶାଖାପାଟଣା, କୋଚି, ମୁମ୍ବାଇ, ମର୍ମାଗାଓ ଓ କୋଲ୍‌କାତାଠାରେ ପ୍ରତିଷ୍ଠିତ ହୋଇଅଛି ।
(iii) ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଏହି ପାଞ୍ଚଟି ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ହୋଇଅଛି । ଏଠାରେ ନୌବାହିନୀ ପାଇଁ ଯୁଦ୍ଧ ଜାହାଜ ଓ ଯାତ୍ରୀବାହୀ ଜାହାଜ ନିର୍ମିତ ହୋଇଥାଏ ।
(iv) ଏହାଛଡ଼ା ଷ୍ଟିମର, ବାର୍ଜ, ଡ୍ରେଜର ଏବଂ ଉପକୂଳବାହୀ ଜାହାଜ ଆଦି ମଧ୍ୟ ଏଠାରେ ନିର୍ମାଣ କରାଯାଏ ।
(v) ଜାପାନ ସହାୟତାରେ କୋଚିଠାରେ ପ୍ରତିଷ୍ଠିତ ଜାହାଜ ନିର୍ମାଣ କାରଖାନା ଏକ ଲକ୍ଷ DWT ଏବଂ ବିଶାଖାପାଟଣାଠାରେ 50,000 DWT ଓଜନର ଜାହାଜ ନିର୍ମାଣ କ୍ଷମତା ରହିଛି । ଭାରତରେ ଜାହାଜ ମରାମତି ପାଇଁ 16 ଗୋଟି ଶୁଷ୍କ ଡକ୍ (ପୋତ ନିର୍ମାଣ ଓ ମରାମତି କ୍ଷେତ୍ର) ରହିଛି ।


(f) ଭାରତର ଲୌହଇସ୍ପାତ ଶିଳ୍ପ ସମ୍ପର୍କରେ ସମ୍ୟକ୍ ଧାରଣା ଦିଅ ।
ଉ– (i) ଲୌହଇସ୍ପାତ ଶିଳ୍ପ ଆଧୁନିକ ସଭ୍ୟତାର ମେରୁଦଣ୍ଡ ସଦୃଶ । ଏହା ଅନ୍ୟ ସମସ୍ତ ଶିଳ୍ପର ଆଧାର । ସେଥିପାଇଁ ଏହାକୁ ମୌଳିକ ଶିଳ୍ପ କୁହାଯାଏ ।
(ii) ଭାରତର ସର୍ବପ୍ରଥମ ଲୌହଇସ୍ପାତ କାରଖାନା 1830 ମସିହାରେ ତାମିଲନାଡ଼ୁର ପୋର୍ଟେନୋଭାଠାରେ ସ୍ଥାପିତ ହୋଇଥିଲା । 1864 ମସିହାରେ ପଶ୍ଚିମବଙ୍ଗର କୁଲ୍‌ଟିଠାରେ ଆଧୁନିକ ଲୌହଇସ୍ପାତ ଶିଳ୍ପର ଭିଭିପ୍ରସ୍ତର ରଖାଗଲା ।
(iii) 1907 ମସିହାରେ ଟାଟା କମ୍ପାନୀଦ୍ୱାରା ଜାମସେଦ୍‌ପୁରଠାରେ ଟାଟା ଲୌହଇସ୍ପାତ କାରଖାନା ପ୍ରତିଷ୍ଠା ହେବା ସହିତ ଆଧୁନିକ ବୃହତ୍ ଲୌହଇସ୍ପାତ ଶିଳ୍ପର ଶୁଭାରମ୍ଭ ହେଲା । ପରେ ପରେ ଭାରତୀୟ ଲୌହଇସ୍ପାତ କମ୍ପାନୀଦ୍ୱାରା ପଶ୍ଚିମବଙ୍ଗରେ ବର୍ଣ୍ଣପୁରଠାରେ ଏବଂ କର୍ଣାଟକର ଭଦ୍ରାବତୀଠାରେ ଲୌହଇସ୍ପାତ କାରଖାନା ଗଢିଉଠିଲା ।
(iv) ସ୍ଵାଧୀନତା ପ୍ରାପ୍ତି ପରେ ଦେଶର ବିଭିନ୍ନ ସ୍ଥାନରେ ବିଦେଶୀ ରାଷ୍ଟ୍ରର ବୈଷୟିକ ଜ୍ଞାନ ସହାୟତାରେ ଲୌହଇସ୍ପାତ କାରଖାନାମାନ ସ୍ଥାପିତ ହେଲା ।


🗨
6. ପାର୍ଥକ୍ୟ ଦର୍ଶାଅ :


🗨
7. କାରଣ ଦର୍ଶାଅ ।

(a) ଲୌହଇସ୍ପାତ କାରଖାନା କଞ୍ଚାମାଲ ମିଳୁଥିବା ସ୍ଥାନ ନିକଟରେ ସ୍ଥାପନ କରାଯାଏ ।
ଉ - (i) ଲୌହଇସ୍ପାତ କାରଖାନାରେ କଞ୍ଚାମାଲ ରୂପେ ଭାରୀ ଲୁହାପଥର, କୋଇଲା, ଚୂନପଥର, ମାଙ୍ଗାନିଜ୍ ଓ କ୍ରୋମାଇଟ୍ ଆଦି ବ୍ୟବହୃତ ହୋଇଥାଏ । ଏହି ଶିଳ୍ପର ଉତ୍ପାଦ ମଧ୍ଯ ଓଜନଦାର ହୋଇଥାଏ ।
(ii) କଞ୍ଚାମାଲ ଓ ଉତ୍ପାଦ ଉଭୟ ଭାରୀ ହୋଇଥିବାରୁ ପରିବହନ କଷ୍ଟସାଧ୍ଯ ହୋଇଥାଏ । ଏଣୁ ପରିବହନ ଖର୍ଚ୍ଚ କମାଇବାପାଇଁ ସାଧାରଣତଃ କଞ୍ଚାମାଲ ମିଳୁଥିବା ସ୍ଥାନ ନିକଟରେ ଲୌହଇସ୍ପାତ କାରଖାନା ସ୍ଥାପନ କରାଯାଏ ।


(b) ମଟର ନିର୍ମାଣ କାରଖାନାଗୁଡ଼ିକ ବଡ଼ ବଡ଼ ସହର ନିକଟରେ ସ୍ଥାପିତ ।
ଉ - (i) ଭାରତର ଦିଲ୍ଲୀ, ଗୁଡ୍‌ଗାଓଁ, କୋଲ୍‌କତା, ଲକ୍ଷ୍ନୌ, ଇନ୍ଦୋର, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ ଆଦି ବଡ଼ ବଡ଼ ସହରମାନଙ୍କରେ ସହଜରେ ଆବଶ୍ୟକୀୟ କାରିଗରୀ ଜ୍ଞାନକୌଶଳ ଓ ତାଲିମପ୍ରାପ୍ତ କୁଶଳୀ ଶ୍ରମିକ ମିଳିଥା’ନ୍ତି । ତେଣୁ ସେଠାରେ ମଟର ନିର୍ମାଣ କାରଖାନାଗୁଡ଼ିକ ଗଢ଼ିଉଠିଥାଏ ।
(ii) ସେଥିପାଇଁ ମାରୁତି ଉଦ୍ୟୋଗ, ହିନ୍ଦୁସ୍ଥାନ ମୋଟର୍ସ, ଟାଟା ମୋଟର୍ସ ଆଦି ବିଖ୍ୟାତ କମ୍ପାନୀମାନେ ଭାରତର ବଡ଼ ବଡ଼ ସହରମାନଙ୍କରେ ନିଜର ମଟର ତିଆରି କାରଖାନାମାନ ପ୍ରତିଷ୍ଠା କରିଛନ୍ତି ।


(c) ଲୌହଇସ୍ପାତ ଶିଳ୍ପକୁ ମୌଳିକ ଶିଳ୍ପ କୁହାଯାଏ ।
ଉ- (i) ଯେଉଁ ଶିଳ୍ପର ସର୍ବଶେଷ ଉତ୍ପାଦ ଅନ୍ୟ ଗୋଟିଏ ଶିଳ୍ପରେ କଞ୍ଚାମାଲ ରୂପେ ବ୍ୟବହୃତ ହୁଏ, ତାହାକୁ ମୌଳିକ ଶିଳ୍ପ କୁହାଯାଏ ।
(ii) ଲୌହଇସ୍ପାତ ଶିଳ୍ପରୁ ଉତ୍ପାଦିତ ଲୌହଇସ୍ପାତ ଅନ୍ୟ ମେସିନ୍ ବା କଳକବ୍‌ଜାର କଞ୍ଚାମାଲ ରୂପେ ବ୍ୟବହୃତ ହୁଏ । ତେଣୁ ଲୌହଇସ୍ପାତ ଶିଳ୍ପକୁ ମୌଳିକ ଶିଳ୍ପ କୁହାଯାଏ ।


(d) ବେଙ୍ଗାଲୁରୁକୁ ଭାରତର ଇଲେକ୍‌ଟ୍ରୋନିକ୍ସ ରାଜଧାନୀ କୁହାଯାଏ ।
ଉ- (i) ବର୍ତ୍ତମାନ କମ୍ପ୍ୟୁଟରରେ ବ୍ୟବହୃତ ପ୍ରୋଗାମ ଓ ଏହାର ଯାନ୍ତ୍ରିକ ଅଂଶ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ଵ ବଜାରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ।
(ii) ବେଙ୍ଗାଲୁରୁ କମ୍ପ୍ୟୁଟର ଯନ୍ତ୍ରାଂଶ ନିର୍ମାଣ ତଥା ସଫ୍ଟୱେୟାର ନିର୍ମାଣ କ୍ଷେତ୍ରରେ ବିଶେଷ ଖ୍ୟାତିଲାଭ କରିଛି । ଇଲେକ୍‌ଟ୍ରୋନିକ୍ସ ଦ୍ରବ୍ୟ ନିର୍ମାଣକାରୀ ଅଧିକାଂଶ ଶିଳ୍ପ ଏଠାରେ ସ୍ଥାପିତ ହୋଇଛି । ତେଣୁ ବେଙ୍ଗାଲୁରୁକୁ ଭାରତର ଇଲେକ୍‌ଟ୍ରୋନିକ୍ସ ରାଜଧାନୀ କହନ୍ତି ।


(e) ରାସାୟନିକ କାରଖାନା ଜନବସତି ପାଇଁ ଏକ ସମସ୍ୟା ।
ଉ- (i) ବିଭିନ୍ନ ପ୍ରକାର ଏସିଡ୍, କଷ୍ଟିକ୍ ସୋଡ଼ା, ଆମୋନିଆ, ବ୍ଲିଚିଙ୍ଗ ପାଉଡ଼ର, ରାସାୟନିକ ସାର, କୀଟନାଶକ ଔଷଧ, କୃତ୍ରିମ ତନ୍ତୁ କାରଖାନା ଇତ୍ୟାଦି ରାସାୟନିକ ଶିଳ୍ପ ଅନ୍ତର୍ଭୁକ୍ତ । ଏହିସବୁ ରାସାୟନିକ କାରଖାନାମାନଙ୍କରୁ ନିର୍ଗତ ହେଉଥୁବା ରାସାୟନିକ ପଦାର୍ଥ ଯୋଗୁଁ ଜଳ, ମୃଭିକା ଓ ବାୟୁମଣ୍ଡଳ ସଂକ୍ରମିତ ହେଉଅଛି ।
(ii) ରାସାୟନିକ ସାର କାରଖାନାରୁ ନିର୍ଗତ ରାସାୟନିକ ପଦାର୍ଥ ଯୋଗୁଁ ସ୍ଥାନୀୟ ଲୋକ ଓ କାର୍ଯ୍ୟରତ ଶ୍ରମିକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଅନେକ ପ୍ରକାର ଶାରୀରିକ ଓ ମାନସିକ ରୋଗର ଶିକାର ମଧ୍ୟ ହେଉଛନ୍ତି । ତେଣୁ ରାସାୟନିକ କାରଖାନା ଜନବସତି ପାଇଁ ଏକ ସମସ୍ୟା ।


(f) ଖାଉଟି ଶିଳ୍ପକୁ କାହିଁକି ହାଲୁକା ଶିଳ୍ପ ବୋଲି କୁହାଯାଏ ?
ଉ- (i) ଯେଉଁ ଶିଳ୍ପ ଉପଭୋକ୍ତାମାନଙ୍କର (Consumer) ପ୍ରତ୍ୟକ୍ଷ ବ୍ୟବହାର ପାଇଁ ଦ୍ରବ୍ୟ ଉତ୍ପାଦନ କରେ ସେଗୁଡ଼ିକୁ ଖାଉଟି ଶିଳ୍ପ କୁହାଯାଏ ।
(ii) ଏଥିରେ ବ୍ୟବହୃତ କଞ୍ଚାମାଲର ଓଜନ କମ୍ ହୋଇଥିବାରୁ ଉତ୍ପାଦଗୁଡ଼ିକର ଓଜନ ମଧ୍ୟ କମ୍ ହୋଇଥାଏ । ତେଣୁ ଏହାକୁ ହାଲୁକା ଶିଳ୍ପ (Light Industry) କୁହାଯାଇଥାଏ ।


🗨
8. ‘‘ପରିବେଶ ପ୍ରଦୂଷଣ ଏକ ଜାତୀୟ ସମସ୍ୟା’’ ଏହା ଉପରେ ନିଜର ବକ୍ତବ୍ୟ ରଖ ।

ଉ– ମନୁଷ୍ୟର ଚତୁଃପାର୍ଶ୍ବକୁ ଘେରିରହି ତାହାର ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉ ପୃଥ୍ବା ପ୍ରାକୃତିକ
ପରିବୃଦ୍ଧି ବୃଭିକୁ ପରିବେଶ କୁହାଯାଏ । ଜଳ, ସ୍ଥଳ, ବାୟୁ ସହିତ ସମସ୍ତ ଉଭିଦ ଓ ପ୍ରାଣୀଜଗତ ପ୍ରାକୃତିକ ପରିବେଶର ଅନ୍ତ ଅନ୍ତର୍ଗତ ।
ମନୁଷ୍ୟର ବିଭିନ୍ନ ଆର୍ଥନୀତିକ କାର୍ଯ୍ୟକଳାପଦ୍ୱାରା ସୃଷ୍ଟ ବିଭିନ୍ନ ବର୍ଜ୍ୟବସ୍ତୁ (କଠିନ, ତରଳ, ଗ୍ୟାସୀୟ ପଦାର୍ଥ) ପ୍ରାକୃ ପ୍ରାକୃତିକ
ପରିବେଶର ବିଭିନ୍ନ ଉପାଦାନ; ଯଥା— ଜଳ, ବାୟୁ ଓ ଭୂମିକୁ ଦୂଷିତ ଓ ସଂକ୍ରମିତ କରିବା ଅବସ୍ଥାକୁ ପରିବେଶ ପ୍ରଦୂଷଣ କୁହାଯାଏ ।
କଳକାରଖାନାରୁ ନିର୍ଗତ ଧୂଆଁ ଓ ପାଉଁଶଗୁଣ୍ଡ ବାୟୁମଣ୍ଡଳ ଓ ବାରିମଣ୍ଡଳକୁ ପ୍ରଦୂଷିତ କରୁଛି । ଏଥୁରୁ ନିର୍ଗତ କାର୍ବନ୍
ନୋକ୍ସାଇଡ୍, ସଲ୍‌ଫର୍ ଡାଇଅକ୍‌ସାଇଡ଼ଦ୍ୱାରା ବାୟୁ ପ୍ରଦୂଷିତ ହେଉଛି । ରାସାୟନିକ ସାର କାରଖାନାରୁ ନିର୍ଗତ ରାସାୟନିକ
ପଦାର୍ଥଦ୍ଵାରା ସ୍ଥାନୀୟ ଲୋକେ ମୃତ୍ୟୁମୁଖରେ ପଡ଼ୁଛନ୍ତି । 1984 ମସିହାରେ ଘଟିଥିବା ଭୋପାଳ ଗ୍ୟାସ୍ ଦୁର୍ଘଟଣା ଏହାର
ଏକ ଜ୍ଵଳନ୍ତ ଉଦାହରଣ । ଏଠାରେ ଥିବା ଇଉନିୟନ କାର୍ବାଇଡ୍ କାରଖାନାରୁ ନିର୍ଗତ ମିଥାଇଲ୍ ଆଇସୋସ୍ୟାନାଇଡ୍ ଗ୍ୟାସ୍‌ର
ବିଷକ୍ରିୟା ଯୋଗୁଁ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା ।
ଶିଳ୍ପ କାରଖାନାରୁ ନିର୍ଗତ ଉଭୟ ଜୈବ ଓ ଅଜୈବ ବର୍ଜ୍ୟବସ୍ତୁ ନଈ, ନାଳ, କେନାଲରେ ପ୍ରବେଶ କରି ଜଳ ପ୍ରଦୂଷଣ ଘଟାଉଛି। ଏହି ପ୍ରଦୂଷିତ ଜଳଦ୍ଵାରା ମନୁଷ୍ୟ, ଜୀବଜନ୍ତୁ ଓ ଉଦ୍ଭିଦ ପ୍ରଭାବିତ ହେବା ସହ କୃଷିକାର୍ଯ୍ୟ କ୍ଷତିଗ୍ରସ୍ତ ହେଉଛି ।

କୋଇଲା, ରଙ୍ଗ, ସାବୁନ, କୀଟନାଶକ ଦ୍ରବ୍ୟ, ସାର, ପ୍ଲାଷ୍ଟିକ୍, ରବର ଶିଳ୍ପ ଆଦି ପ୍ରଦୂଷଣକାରୀ କାରଖାନା ଏବଂ କାଗଜ ଶିଳ୍ପ, ବୟନ ଶିଳ୍ପ, ପେଟ୍ରୋ-ରସାୟନ ଶିଳ୍ପ, ଚମଡ଼ା କାରଖାନା, ବିଦ୍ୟୁତ୍ ପ୍ରଲେପନରୁ ବାହାରୁଥିବା ବିଷାକ୍ତ ପଦାର୍ଥଦ୍ୱାରା ଭୂମି, ଜଳ, ମୃତ୍ତିକା ତଥା ଭୂଗର୍ଭ ଜଳ ପ୍ରଦୂଷିତ ହୋଇଥାଏ । ବିଭିନ୍ନ କାରଖାନାଗୁଡ଼ିକରୁ ସୃଷ୍ଟ ଯନ୍ତ୍ରପାତିର ଶବ୍ଦ, ଡିନାମାଇଟ୍‌ ବିସ୍ଫୋଟ, ଯାନବାହନର ଶବ୍ଦ, ବାୟବୀୟ ଖୋଦନ ଆଦି ଶବ୍ଦ ପ୍ରଦୂଷଣ କରୁଅଛି । ଦ୍ରୁତ ଶିଳ୍ପାୟନଦ୍ୱାରା କୌଣସି ଦେଶ ବା ଜାତି ଶିଳ୍ପକ୍ଷେତ୍ରରେ ଯେତେ ଅଗ୍ରଗତି କଲେ ମଧ୍ୟ ଏହାଦ୍ୱାରା ମାନବ ସମ୍ବଳର ଅଶେଷ କ୍ଷତି ଘଟୁଅଛି । ତେଣୁ ପରିବେଶ ପ୍ରଦୂଷଣ ଏକ ଜାତୀୟ ସମସ୍ୟା, ଏହାର ସମାଧାନ
ନିତାନ୍ତ ଜରୁରୀ ।


🗨
9. ଭାରତର ଏକ ରେଖାଙ୍କିତ ମାନଚିତ୍ର ଅଙ୍କନ କରି ସେଥିରେ ନିମ୍ନଲିଖିତ ସ୍ଥାନଗୁଡ଼ିକୁ ଦର୍ଶାଅ :

(a) ଦୁର୍ଗାପୁର, (b) ନାଲ୍‌କୋ, (c) ହୋସଙ୍ଗାବାଦ,
(d) ଭାରି ଇଞ୍ଜିନିୟରିଂ ନିଗମ, (e) ଗୁଡ଼ଗାଓଁ,
(f) ନାସିକ, (g) ସାଲେମ୍, (h) ବିକାନିର,
(i) ବେଙ୍ଗାଲୁରୁ


🗨