10th Class History(ଇତିହାସ ) - Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ All Question With Answer
↓ Question & Answer ↓
(କ) ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଶ୍ୱେତାଙ୍ଗମାନଙ୍କଦ୍ୱାରା କିପରି ଅତ୍ୟାଚାରିତ ହେଉଥିଲେ ?
Answer:
- ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା କୃଷ୍ଣାଙ୍ଗ ଆଫ୍ରିକୀୟ ଓ ଭାରତୀୟମାନେ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ ।
- ସେଠାରେ ସେମାନଙ୍କର ଭୋଟଦାନ ଅଧିକାର ନଥିଲା । ସେମାନଙ୍କୁ ସେମାନଙ୍କର ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ପଡୁଥିଲା ।
- ଭାରତୀୟମାନଙ୍କ ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ଵାସ୍ଥ୍ୟକର ପରିବେଶ ଉଦ୍ଦିଷ୍ଟ କରାଯାଇଥିଲା ।
- ସେମାନେ ରାତି ନ’ଟା ପରେ ଘରୁ ବାହାରକୁ ଯାଇପାରୁ ନଥିଲେ କି ଜନସାଧାରଣଙ୍କ ପାଦଚଲା ରାସ୍ତା ବ୍ୟବହାର କରିପାରୁ ନଥିଲେ ।
- ସେମାନେ ରେଳଗାଡ଼ିର ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରିରେ ଯାତ୍ରା କରିପାରୁ ନଥିଲେ । ଭାରତୀୟମାନଙ୍କୁ ଶ୍ଵେତାଙ୍ଗମାନେ ‘କୁଲି’ ବୋଲି ସମ୍ବୋଧନ କରୁଥିଲେ ।
(ଖ) ‘ଚମ୍ପାରନ୍ ଆନ୍ଦୋଳନ’ରେ ମହାତ୍ମା ଗାନ୍ଧିଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର ।
Answer:
- ଚମ୍ପାରନ୍ ଆନ୍ଦୋଳନ ଗାନ୍ଧିଜୀଙ୍କଦ୍ବାରା ଭାରତରେ ସଙ୍ଗଠିତ ପ୍ରଥମ ଆନ୍ଦୋଳନ ଥିଲା । ବିହାରର ଚମ୍ପାରନ ଜିଲ୍ଲାରେ ପ୍ରଚଳିତ ତିନିକାଠିଆ ବ୍ୟବସ୍ଥା ଅନୁସାରେ ଚାଷୀମାନଙ୍କୁ ଜମିର କୋଡ଼ିଏ ଭାଗରୁ ତିନିଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବାପାଇଁ ଇଂରେଜ ବୃକ୍ଷରୋପଣକାରୀଙ୍କଦ୍ବାରା ବାଧ୍ୟ କରାଯାଇ ସେମାନଙ୍କଦ୍ୱାରା ନିର୍ଦ୍ଧାରିତ ଦରରେ ତାଙ୍କୁ ବିକ୍ରୟ କରିବାକୁ ପଡୁଥିଲା ।
- ପରବର୍ତ୍ତୀ କାଳରେ ନୀଳର ଚାହିଦା ହ୍ରାସ ପାଇବାରୁ ଚାଷୀମାନଙ୍କୁ ନୀଳ ଚାଷ ବାଧ୍ୟତାମୂଳକ ନ କରିବା ପାଇଁ ଜମିର ଭଡ଼ା ବଢ଼ାଇ ଦିଆଗଲା ଓ ଅନେକ ବେଆଇନ ଟିକସ ଆଦାୟ କରାଗଲା । ଏହା ବିରୋଧରେ ପ୍ରତିବାଦ କରୁଥିବା ଚାଷୀମାନେ ଅତ୍ୟାଚାର ଓ ଶୋଷଣର ଶିକାର ହେଲେ ।
- ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ନିମନ୍ତେ ମହାତ୍ମା ଗାନ୍ଧି ସ୍ଥାନୀୟ ବାସିନ୍ଦା ରାଜକୁମାର ଶୁକ୍ଳଙ୍କ ନିମନ୍ତ୍ରଣ କ୍ରମେ ୧୯୧୭ ଏପ୍ରିଲ୍ରେ ଚମ୍ପାରନ ଜିଲ୍ଲାର ସଦର ମହକୁମା ମୋତିହାରିରେ ପହଞ୍ଚିଲେ ।
- ସେଠାକାର ଜିଲ୍ଲା ଅଧିକାରୀ ଗାନ୍ଧିଜୀ ଓ ତାଙ୍କ ସହ ଯାଇଥିବା ରାଜେନ୍ଦ୍ର ପ୍ରସାଦ, ମୁଜାହର ଭଲ୍ ହକ୍, ମହାଦେବ ଦେଶାଇ, ନରହରି ପାରିଖ୍ ଓ ଜେ.ବି. କୃପାଳିନୀଙ୍କୁ ତୁରନ୍ତ ଉକ୍ତ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ । ଗାନ୍ଧିଜୀ ଏହି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ଯେକୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି ଘୋଷଣା କଲେ ।
- ଶେଷରେ ସରକାର ଗାନ୍ଧିଜୀଙ୍କୁ ଚାଷୀମାନଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ଅନୁମତି ଦେଇ ଗଠିତ କମିଟିରେ ସଦସ୍ୟ ରୂପେ ଅନ୍ତର୍ଭୁକ୍ତ କଲେ । ଫଳରେ ଗାନ୍ଧିଜୀଙ୍କ ଉଦ୍ୟମରେ ତିନିକାଠିଆ ବ୍ୟବସ୍ଥାର ଉଚ୍ଛେଦ ହେଲା ଓ ଇଂରେଜ ମାଲିକଙ୍କଦ୍ବାରା ବେଆଇନ ଭାବେ ଆଦାୟ ଅର୍ଥର ଶତକଡ଼ା ୨୫ ଭାଗ ଚାଷୀମାନଙ୍କୁ ଫେରସ୍ତ କରାଗଲା ।
(ଗ) ଖେଡ଼ାଠାରେ ଗାନ୍ଧିଜୀ କାହିଁକି ଆନ୍ଦୋଳନ କରିଥିଲେ ଏବଂ ଏହାର ଫଳ କ’ଣ ହୋଇଥିଲା ?
Answer:
- ୧୯୧୮ ମସିହାରେ ଦୁର୍ଭିକ୍ଷ ଯୋଗୁଁ ଗୁଜରାଟସ୍ଥିତ ଖେଡ଼ା ଜିଲ୍ଲାର ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା ରାଜସ୍ବ ବିଭାଗର ନିୟମ ଅନୁଯାୟୀ ଜମିର ସ୍ଵାଭାବିକ ଉତ୍ପାଦନ ଏକ ଚତୁର୍ଥାଂଶରୁ କମ୍ ହେଲେ ରାଜସ୍ବ ଦେୟ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ଥିଲା ।
- କିନ୍ତୁ ଇଂରେଜ କର୍ମଚାରୀମାନେ ଖେଡ଼ାର ଚାଷୀମାନଙ୍କୁ ସମ୍ପୂର୍ଣ ରାଜସ୍ଵ ଭରଣା କରିବାକୁ ବାଧ୍ୟ କରିବାରୁ ଗାନ୍ଧିଜୀ ଏହା ବିରୋଧରେ ସତ୍ୟାଗ୍ରହ କରିବାକୁ ଚାଷୀମାନଙ୍କୁ ସଙ୍ଗଠିତ କରିଥିଲେ ।
- ଚାଷୀମାନେ ଖଜଣା ଦେୟକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଏଥିପାଇଁ ଯେ କୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ ହେଲେ ।
- ଶେଷରେ ଇଂରେଜ ସରକାର ବାଧ୍ୟତାମୂଳକ ରାଜସ୍ବ ଆଦାୟରୁ ନିବୃତ୍ତ ହେଲେ ଏବଂ ଏକ ଗୁପ୍ତ ଜାରି କରି କେବଳ ସାମର୍ଥ୍ୟ ଥିବା ଚାଷୀମାନଙ୍କଠାରୁ ଖଜଣା ଆଦାୟ କରିଥିଲେ ।
- ଏହି ଆନ୍ଦୋଳନର ସଫଳତାରେ ଗଭୀର ଭାବେ ପ୍ରଭାବିତ ହୋଇ ଖେଡ଼ା ଜିଲ୍ଲାର ଅସ୍ଵାସୀ ତଥା ଅହମ୍ମଦାବାଦର ଆଇନଜୀବୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଥିଲା ।
(ଘ) ଅହମ୍ମଦାବାଦ୍ ଲୁଗା କାରଖାନା ଆନ୍ଦୋଳନରେ ମହାତ୍ମା ଗାନ୍ଧିଙ୍କ ଭୂମିକା କ’ଣ ଥିଲା ?
Answer:
- ଗୁଜରାଟର ଅହମ୍ମଦାବାଦ୍ୱାରେ ଲୁଗାକଳଗୁଡ଼ିକର ମାଲିକମାନେ ପ୍ଲେଗ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥିବା ସ୍ବତନ୍ତ୍ର ଭତ୍ତା ‘ପ୍ଲେଗ୍ ବୋନସ୍’ ପ୍ରତ୍ୟାହାର କରିନେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ ।
- ଇଂରେଜ ଜିଲ୍ଲାପାଳଙ୍କ ଅନୁରୋଧକ୍ରମେ ଗାନ୍ଧିଜୀ ଏହି କଳହରେ ହସ୍ତକ୍ଷେପ କଲେ ଏବଂ ଏଥିପାଇଁ ଏକ ଟ୍ରିବୁନାଲ୍ ଗଠନ କରି ତାହାର ନିଷ୍ପତ୍ତିକୁ ଉଭୟଙ୍କୁ ଗ୍ରହଣ କରିବାପାଇଁ ରାଜି କରାଇଥିଲେ ।
- କିନ୍ତୁ ମାଲିକମାନେ ଏଥରୁ ଓହରିଯାଇ ଶ୍ରମିକ ମଜୁରିର କୋଡ଼ିଏ ଭାଗ ବୃଦ୍ଧି ଘୋଷଣା କଲେ; କିନ୍ତୁ ଶ୍ରମିକମାନଙ୍କର ପଇଁତିରିଶ ଭାଗ ମଜୁରି ବୃଦ୍ଧି ଦାବିକୁ ପ୍ରତ୍ୟାଖ୍ୟାନ କଲେ ।
- ମାଲିକମାନଙ୍କ ବିରୋଧରେ ଗାନ୍ଧିଜୀ ଶ୍ରମିକମାନଙ୍କୁ ଏକ ଅହିଂସ ଆନ୍ଦୋଳନ କରିବାପାଇଁ ପ୍ରବର୍ତ୍ତାଇ ନିଜେ ଏହାର ନେତୃତ୍ଵ ନେଇଥିଲେ ।
- ଦାବି ପୂରଣ ପର୍ଯ୍ୟନ୍ତ ସେ ଶ୍ରମିକମାନଙ୍କ ସପକ୍ଷରେ ଅନଶନ ଆରମ୍ଭ କଲେ । ଏଥିରେ ଭୟଭୀତ ହୋଇ ମାଲିକମାନେ ଶ୍ରମିକମାନଙ୍କ ମଜୁରି ପଇଁତିରିଶ ଭାଗ ବୃଦ୍ଧି କରିଥିଲେ ।
ଏହି ଆନ୍ଦୋଳନଦ୍ୱାରା ଗାନ୍ଧିଜୀ ଜନସାଧାରଣଙ୍କ ମନରେ ‘ସତ୍ୟାଗ୍ରହ’ ପ୍ରତି ଆଗ୍ରହ, ଶ୍ରଦ୍ଧା ଓ ସମ୍ମାନ ଆଣିପାରିଥିଲେ ।
(ଙ) ରାଓଲାତ୍ ଆଇନ କ’ଣ ଏବଂ ଏହା ବିରୋଧରେ ଭାରତୀୟମାନଙ୍କର ପ୍ରତିକ୍ରିୟା କିପରି ପ୍ରତିଫଳିତ ହୋଇଥିଲା ?
Answer:
- ଭାରତରେ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁଦମନ କରିବା ନିମନ୍ତେ ଇଂରେଜ ସରକାର ବିଚାରପତି ରାଓଲାଡ଼ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ ଓ ସେହି କମିଟିର ସୁପାରିସ ଅନୁସାରେ ଯେଉଁ ଆଇନ ପ୍ରଣୀତ ହେଲା ତାହା ରାଓଲାତ୍ ଆଇନ ନାମରେ ପରିଚିତ ।
- ଏହି ଆଇନ ବଳରେ ଯେ କୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ଥିଲା । ଫଳରେ ଜନସାଧାରଣଙ୍କ ଅଧିକାର ଓ ସ୍ବାଧୀନତା କ୍ଷୁଣ୍ଣ ହେଲା ।
- ଗାନ୍ଧିଜୀ ୧୯୧୯ ଫେବୃୟାରୀରେ ଏକ ସତ୍ୟାଗ୍ରହ କମିଟି ଗଠନ କରି ଏହି ଆଇନକୁ ସତ୍ୟ ଓ ଅହିଂସାଭିଭିକ ଉପାୟରେ ବିରୋଧ କରିବାକୁ ଏହାର ସଭ୍ୟମାନଙ୍କୁ ପ୍ରବର୍ତ୍ତାଇଲେ ।
- ବ୍ରିଟିଶ୍ ବ୍ୟବସ୍ଥାପକ ସଭାରେ ଭାରତୀୟ ସଭ୍ୟମାନଙ୍କ ବିରୋଧ ସତ୍ତ୍ବେ ସଂଖ୍ୟାଗରିଷ୍ଠ ସରକାରୀ ସଭ୍ୟଙ୍କ ସମର୍ଥନରେ ୧୯୧୯ ମାର୍ଚ୍ଚ ୧୮ ତାରିଖରେ ରାଓଲାତ୍ ଆଇନ ଗୃହୀତ ହେଲା ।
- ଗାନ୍ଧିଜୀଙ୍କ ଆହ୍ୱାନରେ ୧୯୧୯ ମସିହା ଏପ୍ରିଲ୍ ୬ ତାରିଖ ଦିନ ଦେଶବାସୀ ସବୁ କାର୍ଯ୍ୟ ବନ୍ଦ କରି ଉପବାସ ଓ ପ୍ରାର୍ଥନାଦ୍ଵାରା ହରତାଳ ପାଳନ କରିଥିଲେ । ପରେ ୧୯୧୯ ମସିହା ଏପ୍ରିଲ୍ ୯ ତାରିଖରେ ଇଂରେଜ ସରକାର ଗାନ୍ଧିଜୀଙ୍କୁ ଗିରଫ କରି ଛାଡ଼ିଦେଇଥିଲେ ।
ଏହି ଆନ୍ଦୋଳନ ଥିଲା ଗାନ୍ଧିଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ।
(କ) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର କେଉଁ ସ୍ଥାନକୁ ଯାଇଥିଲେ ଓ କ’ଣ ପାଇଁ ଯାଇଥିଲେ ?
Answer:
- ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର ନାଟାଲ୍ ନାମକ ସ୍ଥାନକୁ ଯାଇଥିଲେ ।
- ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ଓକିଲ ରୂପେ ଏକ ମୋକଦ୍ଦମା ଲଢ଼ିବାପାଇଁ ସେ ସେଠାକୁ ଯାଇଥଲେ ।
(ଖ) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କୁ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ସଚେତନ କରିବାପାଇଁ କରିବାପାଇଁ କ’ଣ କରିଥିଲେ ?
Answer:
- ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କୁ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ସଚେତନ କରିବାପାଇଁ ୧୮୯୪ ମସିହାରେ ‘ନାଟାଲ୍ ଭାରତୀୟ କଂଗ୍ରେସ’ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ ।
- ଏହାଛଡ଼ା ସେ ଶ୍ୱେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବାପାଇଁ ‘ଇଣ୍ଡିଆନ୍ ଓପିନିଅନ୍’ ନାମକ ଏକ ସମ୍ବାଦପତ୍ରିକା ପ୍ରକାଶ କରିଥିଲେ ।
(ଗ) ଗାନ୍ଧିଜୀ କେଉଁ ଆନ୍ଦୋଳନରେ ପ୍ରଥମଥର ପାଇଁ ସତ୍ୟାଗ୍ରହର ପ୍ରୟୋଗ କରିଥିଲେ ?
Answer:
- ୧୯୦୬ ଖ୍ରୀ.ଅ.ରେ ଯେତେବେଳେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଅଙ୍ଗୁଳିଛାପ ଥିବା ପଞ୍ଜୀକୃତ ପ୍ରମାଣପତ୍ରକୁ ସବୁ ସମୟରେ ନିଜ ସହିତ ବହନ କରିବା ବାଧ୍ୟତାମୂଳକ କଲେ, ସେତେବେଳେ ଗାନ୍ଧିଜୀ ଉକ୍ତ ଆଇନ ବିରୋଧରେ ଆନ୍ଦୋଳନ କଲେ ।
- ଏହି ଆନ୍ଦୋଳନରେ ପ୍ରଥମ ଥର ପାଇଁ ଗାନ୍ଧିଜୀ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ ।
(ଘ) ତିନିକାଠିଆ ବ୍ୟବସ୍ଥା କ’ଣ ?
Answer:
- ବିହାରର ଚମ୍ପାରନ୍ ଜିଲ୍ଲାରେ ଚାଷୀମାନଙ୍କୁ ଜମିର କୋଡ଼ିଏ ଭାଗରୁ ତିନି ଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବାପାଇଁ ଇଂରେଜ ବୃକ୍ଷ ରୋପଣକାରୀମାନଙ୍କଦ୍ୱାରା ବାଧ୍ୟ କରାଯାଉଥିଲା ।
- ପୁନଶ୍ଚ ଇଂରେଜ ବୃକ୍ଷରୋପଣକାରୀମାନଙ୍କଦ୍ୱାରା ନିର୍ଦ୍ଧାରିତ ଦରରେ ଚାଷୀମାନଙ୍କୁ ଉତ୍ପାଦିତ ନୀଳ ସେମାନଙ୍କୁ ବିକ୍ରୟ କରିବାକୁ ପଡୁଥିଲା । ଏହି ବ୍ୟବସ୍ଥାକୁ ତିନିକାଠିଆ ବ୍ୟବସ୍ଥା କୁହାଯାଉଥିଲା ।
(ଙ) ନୀଳର ଚାହିଦା ହ୍ରାସ ପାଇବା ଫଳରେ ଚମ୍ପାରନ୍ରେ ଚାଷୀମାନଙ୍କୁ କିପରି ଶୋଷଣ କରାଗଲା ?
Answer:
- ନୀଳର ଚାହିଦା ହ୍ରାସ ପାଇବା ଫଳରେ ଚମ୍ପାରନ୍ର ଚାଷୀମାନଙ୍କୁ ନୀଳ ଚାଷ ବାଧ୍ୟତାମୂଳକ ଭାବେ ନ କରିବାପାଇଁ ଜମିର ଭଡ଼ା ବୃଦ୍ଧି କରିଦିଆଗଲା ।
- ଏତଦ୍ବ୍ୟତୀତ ଅନେକ ବେଆଇନ ଟିକସ ଆଦାୟ କରି ଚାଷୀମାନଙ୍କୁ ଶୋଷଣ କରାଗଲା ।
(ଚ) ଖେଡ଼ା ସତ୍ୟାଗ୍ରହ କ’ଣ ପାଇଁ ଆରମ୍ଭ ହୋଇଥିଲା ?
Answer:
- ୧୯୧୮ ମସିହାରେ ଗୁଜରାଟର ଖେଡ଼ା ଜିଲ୍ଲାରେ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେଲା । ତତ୍କାଳୀନ ନିୟମାନୁସାରେ ସ୍ଵାଭାବିକ ଉତ୍ପାଦନର ଏକ ଚତୁର୍ଥାଂଶରୁ କମ୍ ପରିମାଣର ଶସ୍ୟ ଉତ୍ପାଦିତ ହେଲେ ଚାଷୀମାନଙ୍କର ରାଜସ୍ୱ ଦେୟ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ଥିଲା ।
- କିନ୍ତୁ ଇଂରେଜ କର୍ମଚାରୀମାନେ ଚାଷୀମାନଙ୍କୁ ସମ୍ପୂର୍ଣ ରାଜସ୍ଵ ଭରଣା କରିବାକୁ ବାଧ୍ୟ କରିବାରୁ ଗାନ୍ଧିଜୀ ଏହା ବିରୋଧରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ ।
(ଛ) ଅହମ୍ମଦାବାଦ୍ ଲୁଗାକଳର ଶ୍ରମିକମାନଙ୍କର କାହିଁକି ମାଲିକମାନଙ୍କ ସହିତ କଳହ ଆରମ୍ଭ ହେଲା ?
Answer:
- ଗୁଜରାଟର ଅହମ୍ମଦାବାଦ୍ୱାରେ ଲୁଗାକଳଗୁଡ଼ିକର ମାଲିକମାନେ ପ୍ଲେଗ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ‘ପ୍ଲେଗ୍ ବୋନସ୍’ ନାମରେ ଏକ ସ୍ଵତନ୍ତ୍ର ଭତ୍ତା ଦେଉଥିଲେ ।
- କିନ୍ତୁ ମାଲିକମାନେ ଏହି ସ୍ଵତନ୍ତ୍ର ଭତ୍ତା ଦେବା ପ୍ରତ୍ୟାହାର କରିନେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା ।
(ଜ) ‘ରାଓଲାତ୍ ଆଇନ’ କ’ଣ ଥିଲା ?
Answer:
- ୧୯୧୯ ମସିହାରେ ଇଂରେଜ ସରକାର ଭାରତରେ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବିଚାରପତି ରାଓଲାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟିର ସୁପାରିସରେ ପ୍ରଣୀତ ଆଇନକୁ ରାଓଲାତ୍ ଆଇନ କୁହାଯାଏ ।
- ଏହି ଆଇନରେ ଯେ କୌଣସି ଭାରତୀୟଙ୍କୁ ଗିରଫ କରାଯାଇ ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ଥିଲା ।
(ଝ) ‘ରାଓଲାଡ୍ ଆଇନ’ ବିରୁଦ୍ଧରେ ଗାନ୍ଧିଜୀଙ୍କ ଗଣ ସତ୍ୟାଗ୍ରହକୁ ଆନିବେସାନ୍ତଙ୍କ ବ୍ୟତୀତ ଅନ୍ୟ କେଉଁ ନେତାମାନେ ବିରୋଧ କରିଥିଲେ ?
Answer:
‘ରାଓଲାତ୍ ଆଇନ’ ବିରୁଦ୍ଧରେ ଗାନ୍ଧିଜୀଙ୍କ ଗଣ ସତ୍ୟାଗ୍ରହକୁ ଶ୍ରୀମତୀ ଆନିବେସାନ୍ତଙ୍କ ବ୍ୟତୀତ ଦିସ ଏଦୁଲ୍ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜ ବାହାଦୂର ସାହୁ ଓ ଶ୍ରୀନିବାସ ଶାସ୍ତ୍ରୀଙ୍କ ଭଳି ନେତାଗଣ ବିରୋଧ କରିଥିଲେ ।
(ଞ) ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ କାହିଁକି ସଂଘଟିତ ହୋଇଥିଲା ?
Answer:
- ସମଗ୍ର ଦେଶରେ ରାଓଲାତ୍ ଆଇନ ବିରୋଧୀ ଆନ୍ଦୋଳନ ଚାଲିଥିବାବେଳେ ୧୯୧୯ ଏପ୍ରିଲ୍ ୧୦ ତାରିଖରେ ଅମୃତସରଠାରେ ଦୁଇ ସ୍ଥାନୀୟ ନେତା ଡ. ସତ୍ୟପାଲ ଓ ଡ. ସଇଫୁଦ୍ଦିନ୍ କିଚଲୁଙ୍କୁ ଗିରଫ କରାଗଲା । ସେମାନଙ୍କ ଗିରଫର ପ୍ରତିବାଦ ତଥା ବୈଶାଖୀ ଉତ୍ସବ ପାଳନ କରିବାପାଇଁ ଅମୃତସରର ଜାଲିଆନାୱାଲାବାଗ୍ଠାରେ ୧୯୧୯ ମସିହା ଏପ୍ରିଲ୍ ୧୩ ତାରିଖରେ ବହୁସଂଖ୍ୟକ ଲୋକ ଏକ ସଭାରେ ଏକତ୍ରିତ ହୋଇଥିଲେ ।
- ପୂର୍ବରୁ ସହରରେ ସଭାସମିତି ର୍ନ କରିବାପାଇଁ ଘୋଷିତ ନିଷେଧାଜ୍ଞା ସମ୍ବନ୍ଧରେ ଜନସାଧାରଣ ଅବଗତ ନଥିଲେ । ଠିକ୍ ସେହି ସମୟରେ ଅମୃତସରର ସାମରିକ ମୁଖ୍ୟ ଜେନେରାଲ ଡାୟାର୍ ସୈନ୍ୟଙ୍କ ସହ ସେଠାରେ ପହଞ୍ଚ୍ ନିରୀହ ଲୋକମାନଙ୍କ ଉପରକୁ ଗୁଳିବର୍ଷଣ କରିଥିଲେ । ଏଥିରେ ଅନେକ ଲୋକ ମୃତାହତ ହୋଇଥିଲେ ।
(କ) ୧୮୯୪ରେ ଗାନ୍ଧିଜୀଙ୍କଦ୍ଵାରା କେଉଁ ଅନୁଷ୍ଠାନ ଗଠିତ ହୋଇଥିଲା ?
Answer:୧୮୯୪ ମସିହାରେ ଗାନ୍ଧିଜୀଙ୍କଦ୍ବାରା ‘ନାଟାଲ୍ ଭାରତୀୟ କଂଗ୍ରେସ’ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠିତ ହୋଇଥିଲା ।
(ଖ) ‘ଇଣ୍ଡିଆନ୍ ଓପିନିଅନ୍’ ସମ୍ବାଦପତ୍ର କିଏ ପ୍ରକାଶ କରିଥିଲେ ?
Answer:ମହାତ୍ମା ଗାନ୍ଧି ‘ଇଣ୍ଡିଆନ୍ ଓପିନିଅନ୍’ ସମ୍ବାଦପତ୍ର ପ୍ରକାଶ କରିଥିଲେ ।
(ଗ) ମୋହନଦାସ କରମଚାନ୍ଦ ଗାନ୍ଧିଙ୍କୁ କିଏ ‘ମହାତ୍ମା’ ଆଖ୍ୟା ଦେଇଥିଲେ ?
Answer:ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ମୋହନଦାସ କରମଚାନ୍ଦ ଗାନ୍ଧିଙ୍କୁ ‘ମହାତ୍ମା’ ଆଖ୍ୟା ଦେଇଥିଲେ ।
(ଘ) କାହାର ନିମନ୍ତ୍ରଣକ୍ରମେ ଗାନ୍ଧିଜୀ ଚମ୍ପାରନ୍ ଯାଇଥିଲେ ?
Answer:ରାଜକୁମାର ଶୁକ୍ଳ ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ନିମନ୍ତ୍ରଣକ୍ରମେ ଗାନ୍ଧିଜୀ ଚମ୍ପାରନ୍ ଯାଇଥିଲେ ।
(ଙ) ଖେଡ଼ା ଆନ୍ଦୋଳନରେ କିଏ ମହାତ୍ମା ଗାନ୍ଧିଙ୍କ ମୁଖ୍ୟ ସହଯୋଗୀ ଥିଲେ ?
Answer:ଖେଡ଼ା ଆନ୍ଦୋଳନରେ ଇନ୍ଦୁଲାଲ ଯାଜ୍ଞକ୍ ମହାତ୍ମା ଗାନ୍ଧିଙ୍କ ମୁଖ୍ୟ ସହଯୋଗୀ ଥିଲେ ।
(ଚ) ‘ପ୍ଲେଗ ବୋନସ୍’ କ’ଣ ?
Answer:ଗୁଜରାଟର ଅହମ୍ମଦାବାଦ୍ୱାରେ ଲୁଗାକଳଗୁଡ଼ିକର ମାଲିକମାନେ ପ୍ଲେଟ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥିବା ସ୍ଵତନ୍ତ୍ର ଭତ୍ତାକୁ ‘ପ୍ଲେଗ୍ ବୋନସ୍’ କୁହାଯାଉଥିଲା ।
(ଛ) ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ କେବେ ସଂଘଟିତ ହୋଇଥିଲା ?
Answer:ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ ୧୯୧୯ ମସିହା ଏପ୍ରିଲ୍ ମାସ ୧୩ ତାରିଖରେ ସଂଘଟିତ ହୋଇଥିଲା ।
(ଜ) ଜେନେରାଲ ଡାୟାର୍ କିଏ ଥିଲେ ?
Answer:ଜେନେରାଲ ଡାୟାର୍ ଅମୃତସରର ସାମରିକ ମୁଖ୍ୟ ଥିଲେ ।
(ଝ) ‘କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ’’– ଏହା କିଏ କହିଥିଲେ ?
Answer:‘‘କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ’– ଏହା ଗାନ୍ଧିଜୀ କହିଥିଲେ ।
(ଞ) ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ଗାନ୍ଧିଜୀ କେଉଁ ଉପାଧ୍ ତ୍ୟାଗ କରିଥିଲେ ?
Answer:ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ପରେ ଗାନ୍ଧିଜୀ ‘କାଇଜର୍-ଇ-ହିନ୍ଦ୍’ ଉପାଧ୍ ତ୍ୟାଗ କରିଥିଲେ ।
(କ) ପ୍ରତ୍ୟେକ ଭାରତୀୟ ନିଜର ଅଙ୍ଗୁଳିଛାପ ଥିବା ପଞ୍ଜୀକରଣ ପ୍ରମାଣପତ୍ରକୁ ସବୁ ସମୟରେ ବହନ କରିବା ସଂକ୍ରାନ୍ତରେ ଦକ୍ଷିଣ ଆଫ୍ରିକା ସରକାର କେବେ ଆଇନ ପ୍ରଣୟନ କରିଥିଲେ ?
(i) ୧ ୮୯୪ (ii) ୧୯୦୬ (iii) ୧୯୦୮ (iv) ୧୯୧୩
Answer:(ii) ୧୯୦୬
(ଖ) ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ୧୯୧୭ ଏପ୍ରିଲ୍ରେ ଗାନ୍ଧିଜୀ କେଉଁଠାରେ ପହଞ୍ଚିଲେ ?
(i) ଖେଡ଼ା (ii) ମୋତିହାରି (iii) ଅହମ୍ମଦାବାଦ୍ (iv) ଅମୃତସର
Answer:(ii) ମୋତିହାରି
(ଗ) ଖେଡ଼ା ଆନ୍ଦୋଳନର ସଫଳତାରେ ପ୍ରଭାବିତ କିଏ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଥିଲେ ?
(i) ରାଜକୁମାର ଶୁକ୍ଳ (ii) ରାଜେନ୍ଦ୍ର ପ୍ରସାଦ (iii) ବଲ୍ଲଭଭାଇ ପଟେଲ (iv) ଇନ୍ଦୁଲାଲ୍ ଯାଞ୍ଜିକ୍
Answer:(iii) ବଲ୍ଲଭଭାଇ ପଟେଲ
(ଘ) ରାଓଲାତ୍ ଆଇନ କେବେ ଗୃହୀତ ହୋଇଥିଲା ?
(i) ୧୯୧୯ ମାର୍ଚ୍ଚ ୧୮ (ii) ୧୯୧୯ ଏପ୍ରିଲ୍ ୬ (iii) ୧୯୧୯ ଏପ୍ରିଲ୍ ୧୦ (iv) ୧୯୧୯ ଏପ୍ରିଲ୍ ୧୩
Answer:(i) ୧୯୧୯ ମାର୍ଚ୍ଚ ୧୮
(ଙ) ଜାଲିଆନାଓ୍ବାଲାବାଗ୍ କେଉଁଠାରେ ଅବସ୍ଥିତ ?
(i) ମୁମ୍ବାଇ (ii) ଅହମ୍ମଦାବାଦ୍ (iii) ଅମୃତସର (iv) ଲାହୋର
Answer:(iii) ଅମୃତସର