10th Class History(ଇତିହାସ ) - Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା All Question With Answer
↓ Question & Answer ↓
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ ।
(କ) ‘କ୍ରିପ୍ସ୍ ମିଶନ୍’ର ପ୍ରସ୍ତାବଗୁଡ଼ିକ ଆଲୋଚନା କର ।
Answer:
- ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଉଇନ୍ଉଇନ୍ଷ୍ଟନ୍ ଏସ୍. ଚର୍ଚ୍ଚିଲ୍ ୧୯୪୨ ମସିହା ମାର୍ଚ୍ଚ ମାସରେ ସାର୍ ଷ୍ଟାଫୋର୍ଡ଼ କ୍ରିପ୍ସ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭାରତକୁ ପଠାଇଥିଲେ । ତାହା ‘କ୍ରିପ୍ସ୍ ମିଶନ୍’ ନାମରେ ପରିଚିତ ।
- ଏହି ମିଶନ ପ୍ରସ୍ତାବ ଦେଲା ଯେ ଭାରତକୁ ବ୍ରିଟିଶ୍ ସାମ୍ରାଜ୍ୟର ଏକ ଅଂଶ ରୂପେ ସ୍ଵାୟର ଶାସନ ଅଧିକାର ଦିଆଯିବ ।
- ଭାରତବାସୀ ନିଜ ପାଇଁ ସମ୍ବିଧାନ ପ୍ରସ୍ତୁତ କରିବାର ଅଧିକାର ପାଇବେ ।
- କିନ୍ତୁ କୌଣସି ପ୍ରଦେଶ ଯଦି ସେ ସମ୍ବିଧାନ ଗ୍ରହଣ ନ କରେ; ତେବେ ସେହି ପ୍ରଦେଶ ନିଜ ପାଇଁ ଗୋଟିଏ ପୃଥକ୍ ସମ୍ବିଧାନ ପ୍ରସ୍ତୁତ କରିପାରିବ ।
- ଭାରତକୁ ଖଣ୍ଡବିଖଣ୍ଡ କରି ବ୍ରିଟିଶ୍ ସାମ୍ରାଜ୍ୟବାଦର ଦୃଢ଼ୀକରଣ ଉଦ୍ଦେଶ୍ୟ ବୁଝିପାରି ତାହା ‘କ୍ରିପ୍ସ୍ ମିଶନ୍’ ନାମରେ ପରିଚିତ| ଏହି ମିସନ ପ୍ରସ୍ତାବକୁ ସବୁ ଦଳ ପ୍ରତ୍ୟାଖ୍ୟାନ କରିଥିଲେ ।
(ଖ) ଭାରତ ଛାଡ଼ ପ୍ରସ୍ତାବ କିପରି ଗୃହୀତ ହୋଇଥିଲା ?
Answer:
- ୧୯୪୨ ମସିହା ଜୁଲାଇ ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିଲା ଏବଂ ଏଥିରେ ‘ଭାରତ ଛାଡ଼’ ପ୍ରସ୍ତାବ ଗୃହୀତ ହୋଇଥିଲା ।
- ୧୯୪୨ ମସିହା ଅଗଷ୍ଟ ୭ ତାରିଖ ଦିନ ମୁମ୍ବାଇଠାରେ କଂଗ୍ରେସର ସାଧାରଣ ଅଧିବେଶନରେ ସଭାପତି ମୌଲାନା ଆବୁଲ୍ କାଲାମ୍ ଆଜାଦ୍ ଭାରତ ଛାଡ଼ ଆନ୍ଦୋଳନର ଅର୍ଥ ବ୍ୟାଖ୍ୟା କରି ଶାନ୍ତିପୂର୍ଣ୍ଣ ଓ ଅହିଂସ ଉପାୟରେ ଆନ୍ଦୋଳନ କରିବାପାଇଁ ଆହ୍ବାନ ଦେଇଥିଲେ ।
- ଜବାହରଲାଲ ନେହେରୁ ‘ଭାରତଛାଡ଼’ ଆନ୍ଦୋଳନ ପ୍ରସ୍ତାବ ଆଗତ କଲେ ଏବଂ ସର୍ଦାର ବଲ୍ଲଭଭାଇ ପଟେଲ ଏହାକୁ ସମର୍ଥନ କରିଥିଲେ ।
- ଅଗଷ୍ଟ ୮ ତାରିଖ ଦିନ ବିପୁଳ ଉତ୍ସାହ ଓ ଉଦ୍ଦୀପନାରେ ‘ଭାରତ ଛାଡ଼’ ପ୍ରସ୍ତାବକୁ କଂଗ୍ରେସ ଅନୁମୋଦନ କଲା ।
- ଏହି ଅବସରରେ ଗାନ୍ଧିଜୀ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ‘ସ୍ଵାଧୀନତା ଆମର ପ୍ରାପ୍ୟ’ । ସେଥିପାଇଁ ଗୋଟିଏ ମନ୍ତ୍ର ଅଛି ‘କର ବା ମର’ । ‘ଆମ ମାତୃଭୂମିକୁ ଆମେ ସ୍ବାଧୀନ କରିବା କିମ୍ବା ସେଥିପାଇଁ ମରିବା ।’’
(ଗ) ଭାରତ ଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ?
Answer:
- ଶ୍ରମିକ ଓ କୃଷକମାନେ ଭୂରାଜସ୍ଵ ଦେବା ବନ୍ଦ କରିବେ ।
- ଇଂରେଜ କର୍ମଚାରୀମାନଙ୍କୁ କୌଣସି ଖାଦ୍ୟପଦାର୍ଥ ବିକ୍ରି କରାଯିବ ନାହିଁ କିମ୍ବା କାଗଜ ନୋଟ ଗ୍ରହଣ କରାଯିବ ନାହିଁ ।
- ରାସ୍ତାଘାଟ, ଯାନବାହନ, ଟେଲିଗ୍ରାଫ୍ ଓ ରେଳ ବିଭାଗକୁ ଅଚଳ କରାଯିବ ।
- ଥାନା, କୋର୍ଟ ଓ ଜେଲଖାନାକୁ ଭାରତୀୟମାନଙ୍କ ଆୟତ୍ତରେ ରଖାଯିବ ।
- ସାଧାରଣ ଜନତା ଅହିଂସ ମାର୍ଗ ଗ୍ରହଣ କରିବେ ।
(ଘ) ଭାରତ ଛାଡ଼ ଆନ୍ଦୋଳନର ଦମନ ପାଇଁ ବ୍ରିଟିଶ୍ ସରକାର କି କି ପଦକ୍ଷେପ ଗ୍ରହଣ କରିଥିଲେ ?
Answer:
- ଭାରତ ଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ବ୍ରିଟିଶ୍ ସରକାର ବହୁ ଅମାନୁଷିକ ପଦକ୍ଷେପ ଗ୍ରହଣ କରିଥିଲେ ।
- ସରକାର ସଭା ଓ ଶୋଭାଯାତ୍ରାକୁ ବେଆଇନ ଘୋଷଣା କଲେ ।
- ଲାଠିପ୍ରହାର ଓ ଗୁଳିଚାଳନା ଏକ ସାଧାରଣ ଘଟଣାରେ ପରିଣତ ହେଲା ।
- ସରକାରଙ୍କର ନିଷ୍ଠୁର ଆକ୍ରମଣ ଫଳରେ ଅସଂଖ୍ୟ ବିପ୍ଳବୀ ଆହତ ଓ ନିହତ ହେଲେ ଏବଂ ପାଖାପାଖୁ ଏକଲକ୍ଷ ସଂଖ୍ୟକ କର୍ମୀ ଗିରଫ ହେଲେ ।
- ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ଇଂରେଜ ସରକାର ସବୁ ପ୍ରକାର ଅସ୍ତ୍ରର ବ୍ୟବହାର କଲେ । ଏହି ଆନ୍ଦୋଳନ ଦମନ କରାଯାଇଛି ବୋଲି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍ ହାଉସ୍ ଅଫ୍ କମନ୍ସରେ ଘୋଷଣା କଲେ ।
(ଙ) ଭାରତ ଛାଡ଼ ଆନ୍ଦୋଳନରେ ଲକ୍ଷ୍ମୀ ନାୟକଙ୍କ ଅବଦାନ ସମ୍ପର୍କରେ ଆଲୋଚନା କର ।
Answer:
- ବୈପାରୀ ଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମର ଲକ୍ଷ୍ମଣ ନାୟକ କୋରାପୁଟ ଜିଲ୍ଲାରେ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।
- ୧୯୪୨ ମସିହା ଅଗଷ୍ଟ ୨୧ ତାରିଖରେ ସେ କଂଗ୍ରେସ ପତାକା ଓ ଲାଠି ଧରି ବହୁ ଲୋକଙ୍କ ସହ ମାତିଲି ଥାନା ଘେରାଉ କରିଥିଲେ ।
- ସେଠାରେ ପୋଲିସ୍ ଗୁଳିଚାଳନାରେ ୫ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
- ଜଣେ ଜଙ୍ଗଲରକ୍ଷୀକୁ ପିଟି ପିଟି ହତ୍ୟା କରିଥିବାର ମିଥ୍ୟା ଅଭିଯୋଗରେ ପୋଲିସ୍ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରି ବ୍ରହ୍ମପୁର ଜେଲକୁ ପଠାଇଥିଲା ଏବଂ ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ସେଠାରେ ତାଙ୍କୁ ଫାଶୀ ଦିଆଯାଇଥିଲା ।
- ସେ ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ଫାଶୀ ପାଇଥିବା ଓଡ଼ିଶାର ଏକମାତ୍ର ବ୍ୟକ୍ତି ଥିଲେ ଏବଂ ସେ ସହିଦ୍ ଲକ୍ଷ୍ମଣ ନାୟକ ରୂପେ ପରିଚିତ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।