10th Class Life Science (ଜୀବ ବିଜ୍ଞାନ) - Chapter 5 ନିୟନ୍ତ୍ରଣ ଓ ସମନ୍ଵୟ All Question With Answer
↓ Question & Answer ↓
ଫାଇଟୋହରମୋନ୍ କ’ଣ ? ସେଗୁଡ଼ିକର ପ୍ରକାରଭେଦ ଓ କାର୍ଯ୍ୟ ବର୍ଣ୍ଣନା କର ।
ଉ-
ଫାଇଟୋହରମୋନ୍ – ଉଦ୍ଭଦରେ ଥିବା ହରମୋନକୁ ଫାଇଟୋହରମୋନ୍ କୁହାଯାଏ ।
ଫାଇଟୋହରମୋନ୍ର ପ୍ରକାରଭେଦ – ଉଦ୍ଭଦରେ ଥିବା ଫାଇଟୋହରମୋନ୍ଗୁଡ଼ିକୁ ମୁଖ୍ୟତଃ 5 ଭାଗରେ ବିଭକ୍ତ କର।ଯ।ଇଛି: ଯଥା-ଅକ୍ସିନ୍(Auxin)
ଜିବରେଲିନ୍(gibberellin), ସାଇଟୋକାଇନିନ୍(cytokinin), ଏଥିଲିନ୍(ethylene), ଆବ୍ସିସିକ୍ ଅମ୍ଳ(Abscissic Acid)
ଫାଇଟୋହରମୋନ୍ କାର୍ଯ୍ୟ:-
(i) ଫାଇଟୋହରମୋନ୍ ଉଭିଦର ବିଭିନ୍ନ ଜୈବ ପ୍ରକ୍ରିୟାର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷାକରିବା ସହିତ ମୁଖ୍ୟତଃ ଦୁଇପ୍ରକାର କାର୍ଯ୍ୟ କରିଥାଏ, ଯଥା- ବୃଦ୍ଧି ନିୟନ୍ତ୍ରଣ ଓ ଚଳନଶକ୍ତିର ନିୟନ୍ତ୍ରଣ ।
ବୃଦ୍ଧି ନିୟନ୍ତ୍ରଣ – ଫାଇଟୋହରମୋନ୍ ଦୁଇ ପ୍ରକାରର; ଯଥା – ବୃଦ୍ଧିକାରକ ହର୍ମୋନ୍ ଓ ବୃଦ୍ଧିହ୍ରାସକ ହରମୋନ୍ ।
ବୃଦ୍ଧିକାରକ ହରମୋନ୍ :
(ii) ଫାଇଟୋହର୍ମୋନ୍ ମଧ୍ଯରୁ ଅକ୍ସିନ୍, ଜିବରେଲିନ୍ ଓ ସାଇଟୋକାଇନିନ୍ ପ୍ରଭୃତି ବୃଦ୍ଧିକାରକ ହରମୋନ ଅଟନ୍ତି ।
(iii) ଜିବରେଲିନ୍ ଓ ଅକ୍ସିନ୍ ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥା’ନ୍ତି ।
(iv) ସାଇଟୋକାଇନିନ୍ କୋଷ ବିଭାଜନର ହାର ବୃଦ୍ଧି କରିଥାଏ ଓ ଏହି ହରମୋନ୍ ସାଧାରଣତଃ କ୍ଷିପ୍ରଭାବେ-
(v) କାଣ୍ଡ ଓ ମୂଳର ଅଗ୍ରଭାଗରେ କୋଷ ବୃଦ୍ଧିକାରକ ହରମୋନ୍ ବହୁ ପରିମାଣରେ ଥବାରୁ ସେଠାରେ ବହୁଳ ତଥା ତ୍ବରାନ୍ବିତ କୋଷ ବିଭାଜନ ହୋଇ ଅଗ୍ରଭାଗ ବୃଦ୍ଧିପାଏ ।
ବୃଦ୍ଧିହ୍ରାସକ ହରମୋନ୍ :
(vi) ଅଗ୍ରଭାଗ ତଳକୁ ହର୍ମୋନ୍ର ପରିମାଣ କ୍ରମଶଃ ହ୍ରାସ ପାଉଥିବାରୁ ବୃଦ୍ଧି ପରିମାଣ ମଧ୍ଯ ତଦନୁସାରେ କମ୍ ହୋଇଥାଏ ।
(vii) ଉଭିଦମାନଙ୍କରେ କେତେକ ବୃଦ୍ଧିହ୍ରାସକ ହର୍ମୋନ୍ ରହିଥା’ନ୍ତି । ଆକ୍ସିସିକ୍ ଏସିଡ୍ ଓ ଏଥୁଲିନ୍ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।
(viii) ଏହି ହରମୋନ୍ଗୁଡ଼ିକ ସାଧାରଣତଃ ଉଭିଦର ବୃଦ୍ଧି ହ୍ରାସ କରିବା, ପତ୍ର, ଫୁଲ, ଫଳ ଝଡ଼ାଇବା ସହିତ ଉଭିଦର ବାର୍ଷକ୍ୟ ତ୍ବରାନ୍ବିତ କରିଥା’ନ୍ତି । ପାଚିଲା ଫଳ, ଫୁଲ ଓ ପତ୍ର ଝଡ଼ିବା ପୂର୍ବରୁ ସେଥିରେ ଏହି ବୃଦ୍ଧିହ୍ରାସକ
ଉ-
ବାହ୍ୟ ଉଦ୍ଦୀପନା :
(i) ଆଲୋକ, ମାଧ୍ୟାକର୍ଷଣ ବଳ, ଜଳ, ରାସାୟନିକ ପଦାର୍ଥ ପ୍ରଭୃତି ଉଭିଦର କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟି କରିଥା’ନ୍ତି । ଫଳରେ ସେଠାରେ ହର୍ମୋନ୍ କ୍ଷରଣ ବୃଦ୍ଧି ପାଉଥିବାରୁ ଏହାକୁ ବାହ୍ୟ ଉଦ୍ଦୀପନା କୁହାଯାଏ ।
ଜ୍ୟାନୁବର୍ତ୍ତନ –
(ii) ବା ଏହାର ଅଂଶବିଶେଷ ମାଟି ତଳକୁ ଗତି କରିଥାଏ । ଏହାକୁ ଜ୍ୟାନୁବର୍ତ୍ତନ ବା ମାଧ୍ୟାକର୍ଷଣ ଅନୁବର୍ତ୍ତନ କୁହାଯାଏ ।
(iii) ମାଧ୍ୟାକର୍ଷଣ ବଳ ପ୍ରଭାବରେ ଉଭିଦର ଚେର ଓ ମୂଳ ପୃଥିବୀର କେନ୍ଦ୍ରଆଡ଼କୁ ଆକର୍ଷିତ ହୋଇଥାଏ । ଏହାକୁ ଅନୁକୂଳ ଜ୍ୟାନୁବର୍ତ୍ତନ କୁହାଯାଏ ।
(iv) ଉଭିଦର କାଣ୍ଡ ଚେରର ବିପରୀତ ଦିଗକୁ ଗତିକରେ । ଏହାକୁ ପ୍ରତିକୂଳ ଜ୍ୟାନୁବର୍ତ୍ତନ କୁହାଯାଏ ।
(v) ମାଧ୍ୟାକର୍ଷଣ ବଳ, କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟିକରେ । ଫଳରେ ସେଠାରେ ହରମୋନ୍ କ୍ଷରଣ ବୃଦ୍ଧିପାଏ ଓ ସେଗୁଡ଼ିକର ବୃଦ୍ଧି ହରମୋନ୍ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

ଏକ ପରୀକ୍ଷାଦ୍ବାରା ଉଭିଦରେ ଅକ୍ସିର ପ୍ରଭାବ ଦର୍ଶାଅ ।
- ଗୋଟିଏ କୋନିକାଲ୍ ଫ୍ଲସ୍କରେ ପାଣି ଭର୍ତ୍ତି କରାଯାଉ ।
- ଫ୍ଲାସ୍କର ବେକକୁ ଏକ ତାରଜାଲିରେ ଆଚ୍ଛାଦନ କରାଯାଉ ।
- ତାର ଜାଲି ଉପରେ 2 ବା 3ଟି ସଦ୍ୟ ଅଙ୍କୁ ରୋଦ୍ ଗମ ହୋଇଥିବା ବିନ୍ ମଞ୍ଜି
- ଏକପାଖ ଖୋଲାଥିବା ଏକ ମୋଟା କାଗଜ ବାକ୍ସ ନିଆଯାଉ ।
- ଫ୍ଲାସ୍କଟିକୁ ବର୍ତ୍ତମାନ ଏହି ବାକ୍ସ ମଧ୍ଯରେ ଏପରିଭାବରେ ରଖାଯାଉ ଯେପରି ଝରକାରେ ଆସୁଥିବା ଆଲୋକ ବାକ୍ସର ଖୋଲାପାର୍ଶ୍ଵ ଦେଇ ସଦ୍ୟ ଅଙ୍କୁରିତ ଉଭିଦ ଉପରେ ପଡ଼ିବ ।

ପର୍ଯ୍ୟବେକ୍ଷଣ :
- ଦୁଇ ତିନିଦିନ ପରେ ସେଗୁଡ଼ିକୁ ଲକ୍ଷ୍ୟ କଲେ ଦେଖାଯିବଯେ ଉଦ୍ଭଦଟି କ୍ରମଶଃ ଆଲୋକୋନ୍ମୁ ଖୀ ହୋଇ ଆଲୋକ ଆଡ଼କୁ ବଙ୍କେଇ ଯାଇଛି ।
- ସିଦ୍ଧାନ୍ତ – ଯେତେବେଳେ କ୍ରମବର୍ଦ୍ଧିଷ୍ଣୁ ଉଭିଦଟି ଆଲୋକ ପାଏ, ସେତେବେଳେ ଏହାର ଅଗ୍ରଭାଗରେ ଅକ୍ସିନ୍ ସଂଶ୍ଳେଷିତ ହୁଏ । ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଦିଗରୁ ଆଲୋକ ଆସେ ଅକ୍ସିନ୍ ବିପରୀତ ଦିଗକୁ ପରିବାହିତ ହୁଏ । ଅକ୍ସିନ୍ ପରିମାଣ ବଢ଼ିବାରୁ ସେଠାରେ ଥିବା କୋଷଗୁଡ଼ିକର ବୃଦ୍ଧି ଘଟେ । ଫଳତଃ ଅନ୍ଧାରରେ ଥିବା “ପାର୍ଶ୍ଵ ଆଲୋକ ପଟକୁ ଥିବା ପାର୍ଶ୍ବ ଅପେକ୍ଷା ଅଧିକ ଲମ୍ବା ହୋଇଥାଏ । କ୍ରମଶଃ ଉଭିଦଟି ଆଲୋକ ଆଡ଼କୁ ବଙ୍କେଇଯାଏ ।
ମାନବ ମସ୍ତିଷ୍କର ବିଭିନ୍ନ ଅଂଶର ନାମ ଓ କାର୍ଯ୍ୟର ଏକ ବିବରଣୀ ଦିଅ ।
ଉ-
ମାନବ ମସ୍ତିଷ୍କ ତିନି ଭାଗରେ ବିଭକ୍ତ; ଯଥା-
(I) ଅଗ୍ରମସ୍ତିଷ୍କ,
(II) ମଧ୍ଯ ମସ୍ତିଷ୍କ,
(III) ପଶ୍ଚ ମସ୍ତିଷ୍କ
ମାନବ ମସ୍ତିଷ୍କର ବିଭିନ୍ନ ଅଂଶର କାର୍ଯ୍ୟ-
(I) ଅଗ୍ରମସ୍ତିଷ୍କ :
(i) ଅଗ୍ରମସ୍ତିଷ୍କରେ ଘ୍ରାଣପାଳି, ପ୍ରମସ୍ତିଷ୍କ ଓ ପଶ୍ଚଅଗ୍ରମସ୍ତିଷ୍କ ରହିଛି । ଅଗ୍ରମସ୍ତିଷ୍କରେ ଥିବା ଘ୍ରାଣପାଳି ମନୁଷ୍ୟଠାରେ ଅତି କ୍ଷୀଣଭାବେ ରହିଥାଏ । ତେଣୁ ମନୁଷ୍ୟର ଘ୍ରାଣଶକ୍ତି ଦୁର୍ବଳ । କିନ୍ତୁ କୁକୁର, ବିଲେଇ ଓ ବାଘ ଇତ୍ୟାଦି ପ୍ରାଣୀଙ୍କଠାରେ ଘ୍ରାଣପାଳି ଉନ୍ନତ ହୋଇଥିବାରୁ ସେମାନଙ୍କର ଘ୍ରାଣଶକ୍ତି ପ୍ରଖର ।
ପ୍ରମସ୍ତିଷ୍କ :
(ii) ପ୍ରମସ୍ତିଷ୍କ ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ ଏବଂ ଏହାର ଉପରିଭାଗ ବହୁଳଭାବେ ଭାଙ୍ଗଯୁକ୍ତ । ଆମର ସ୍ମରଣ ଶକ୍ତି ଏହି ଭାଙ୍ଗ ଉପରେ ନିର୍ଭର କରିଥାଏ ।
(iii) ପ୍ରମସ୍ତିଷ୍କ ତାପ, କଷ୍ଟ, ଚାପ, ସ୍ପର୍ଶ ପରି ଉଦ୍ଦୀପନାକୁ ଗ୍ରହଣକରି ପ୍ରତିକ୍ରିୟା ପ୍ରକାଶ କରିବାରେ ସାହାଯ୍ୟ କରେ ।
(iv) ଏଥୁସହିତ କୌଣସି ଘଟଣା ବିଷୟରେ ଶୁଣି, ଭାବି, କଥା ମାଧ୍ୟମରେ ମନର ଆବେଗ ପ୍ରକାଶ କରିବା କାର୍ଯ୍ୟ ମଧ୍ଯ ମସ୍ତିଷ୍କର ଏହି ଅଂଶ ନିୟନ୍ତ୍ରଣ କରେ ।
ପଶ୍ଚଅଗ୍ରମସ୍ତିଷ୍କ :
(v) ପଶ୍ଚଅଗ୍ରମସ୍ତିଷ୍କର ଉପରିଭାଗରେ ପିନିଆଲ ଗ୍ରନ୍ଥି ରହିଛି । ଏହାର ନିମ୍ନଭାଗରେ ଥିବା ହାଇପୋଥାଲାମସ୍ ଆମ ଶରୀରର ହୃନ୍ଦନ, ରକ୍ତଚାପ, ନିଦ୍ରା, ଭୟ, ରାଗ, ଆନନ୍ଦ ଇତ୍ୟାଦି ନିୟନ୍ତ୍ରଣ କରେ ।
(II) ମଧ୍ୟମସ୍ତିଷ୍କ :
- ମଧ୍ୟମସ୍ତିଷ୍କ ଦୁଇଯୋଡ଼ା ବର୍ତ୍ତୁଳ ନିଦାପିଣ୍ଡକୁ ନେଇ ଗଠିତ ।
- ଉପର ଦୁଇଟି ପିଣ୍ଡ, ଦୃଷ୍ଟି ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରୁଥିବାବେଳେ ନିମ୍ନଭାଗର ଦୁଇଟି ପିଣ୍ଡ ଶରୀରର ଶ୍ରବଣ ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରେ ।
(III) ପଶ୍ଚ ମସ୍ତିଷ୍କ :
- ପଶ୍ଚିମସ୍ତିଷ୍କର ଆଗ ଅଂଶରେ ରହିଛି ଅନୁମସ୍ତିଷ୍କ । ଏହା ମସ୍ତିଷ୍କର ଦ୍ଵିତୀୟ ବୃହତ୍ତମ ଭାଗ !
- ଏହା ଶରୀରର ସନ୍ତୁଳନ ଓ ଭାରସାମ୍ୟ ରକ୍ଷାକରେ ।
- କୌଣସି କାରଣରୁ ହଠାତ୍ ଗୋଡ଼ ଖସିଗଲେ ବା ଝୁଣ୍ଟି ପଡ଼ିଯିବା ଅବସ୍ଥାରେ ଶରୀରର ଭାରସାମ୍ୟ ରକ୍ଷାକରି ଠିକ୍ ଭାବରେ ଦୁଇ ଗୋଡ଼ରେ ଠିଆହେବା ପାଇଁ ଏହା ଦାୟୀ ଅଟେ ।
- ମସ୍ତିଷ୍କର ସୁଷୁମ୍ନାଶୀର୍ଷ ଅନୁମସ୍ତିଷ୍କର ପଛକୁ ରହିଛି । ଏହା ଆମ ଶରୀରର ଶ୍ଵାସକେନ୍ଦ୍ର ଓ ହୃତ୍କେନ୍ଦ୍ର । ରକ୍ତଚାପ, ଛିଙ୍କ, କାଶ, ବାନ୍ତି ଓ ଖାଦ୍ୟ ଗିଳିବା ପରି କାର୍ଯ୍ୟକୁ ସୁଷୁମ୍ନାଶୀର୍ଷକ ନିୟନ୍ତ୍ରଣ କରିଥାଏ ।