10th Class Life Science (ଜୀବ ବିଜ୍ଞାନ) - Chapter 1 ପୋଷଣ All Question With Answer

↓ Question & Answer ↓

Question 1. ଆଲୋକଶ୍ଳେଷଣ କ’ଣ ? ସବୁଜ ଉଦ୍ଭଦରେ ଏହି ପ୍ରକ୍ରିୟା କିପରି ହୋଇଥାଏ ବର୍ତ୍ତନ କର ।

Answer:
ଆଲୋକଶ୍ଳେଷଣ : ଆଲୋକଶ୍ଳେଷଣ ଏକ ଜୈବ ରାସାୟନିକ ପ୍ରକ୍ରିୟା ଯାହାଦ୍ୱାରା ପତ୍ରହରିତ୍ ଥ‌ିବା ସମସ୍ତ ଉଦ୍ଭଦ ଓ ନୀଳହରିତ୍ ଶୈବାଳ ଆଦି ସମସ୍ତ ଜୀବ ସୂର୍ଯ୍ୟର ଆଲୋକ ଶକ୍ତିକୁ ଉପଯୋଗ କରି କ୍ଲୋରୋଫିଲ୍‌ର ଉପସ୍ଥିତିରେ ଅଙ୍ଗାରକାମ୍ଳ ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥା’ନ୍ତି ।

ସବୁଜ ଉଭିଦରେ ଆଲୋକଶ୍ଳେଷଣ ପ୍ରକ୍ରିୟା :
(i) ଆଲୋକ ପ୍ରକ୍ରିୟା ବା ଆଲୋକ ରାସାୟନିକ ପ୍ରକ୍ରିୟା
(ii) ଅନ୍ଧକାର ପ୍ରକ୍ରିୟା ବା ଜୈବରାସାୟନିକ ପ୍ରକ୍ରିୟା
ଏହି ଦୁଇଟି ପ୍ରକ୍ରିୟା ପତ୍ରରେ ଥିବା ହରିତ୍‌ଲବକରେ ହୋଇଥାଏ । ଆଲୋକଶ୍ଳେଷଣରେ ଆଲୋକ ପ୍ରକ୍ରିୟା ଥାଇଲାକଏଡ୍ ଝିଲ୍ଲୀରେ ଓ ଅନ୍ଧକାର ପ୍ରକ୍ରିୟା କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ ସମ୍ପାଦିତ ହୁଏ ।

(i) ଆଲୋକ ପ୍ରକ୍ରିୟା (Light Reaction) :
ଆଲୋକ ପ୍ରକ୍ରିୟା ଏକ ଆଲୋକ ରାସାୟନିକ ପର୍ଯ୍ୟାୟ (Photochemical phase) ଅଟେ । ଏହି ପ୍ରକ୍ରିୟା ହରିତ୍‌ଲବକରେ ଥ‌ିବା ଗ୍ରାନାରେ ସମ୍ପାଦିତ ହୁଏ । ଏହି ପ୍ରକ୍ରିୟା ନିମ୍ନସ୍ଥ ଚାରୋଟି ସୋପାନଦେଇ ସମ୍ପୂର୍ଣ୍ଣ ହୁଏ ।


(a) ପ୍ରଥମ ସୋପାନ : କ୍ଲୋରୋଫିଲ୍‌ର ଉତ୍ତେଜିତକରଣ (Excitation of Chlorophyll) :
କ୍ଲୋରୋଫିଲ୍ ସୂର୍ଯ୍ୟର ଆଲୋକ ଶକ୍ତି ଶୋଷଣ କରି ଉତ୍ତେଜିତ ହୁଏ ଏବଂ ରାସାୟନିକ ଶକ୍ତିକୁ ରୂପାନ୍ତରିତ ହୁଏ ।

(b) ଦ୍ୱିତୀୟ ସୋପାନ : ADP ରୁ ATP ଗଠନ (Formation of ATP from ADP) :
ଆଡ଼େନୋସିନ୍ ଡାଇଫସ୍‌ଫେଟ୍ (ADP) ଓ ଅଜୈବ ଫସ୍‌ଫେଟ୍‌ରୁ ଆଡ଼େନୋସିନ୍ ଟ୍ରାଇଫସ୍‌ଫେଟ୍ (ATP) ସଂଶ୍ଳେଷିତ ହୁଏ । ଅନ୍ଧକାର ପ୍ରକ୍ରିୟାରେ ATP ବ୍ୟବହୃତ ହୁଏ ।
ADP + Pi + ଶକ୍ତି → ATP

(c) ତୃତୀୟ ସୋପାନ : ଜଳ ଅଣୁର ବିଭାଜନ (Splitting of water molecule) :
ଆଲୋକ ଶକ୍ତିଦ୍ୱାରା ଜଳ ଅଣୁ ବିଭାଜିତ ହୋଇ ଅମ୍ଳଜାନ ଗ୍ୟାସ୍ (02) ଓ ଉଚ୍ଚ କ୍ରିୟାଶୀଳ ଉଦ୍‌ଜାନ ଆୟନ (H+) ଉତ୍ପନ୍ନ ହୁଏ । ଏହାକୁ ଜଳର ଆଲୋକ ବିଶ୍ଳେଷଣ (Photolysis of water) କୁହାଯାଏ । ଅମ୍ଳଜାନ ଗ୍ୟାସ୍ ବାୟୁମଣ୍ଡଳକୁ ନିର୍ଗତ ହୁଏ ଓ ଉଦ୍‌ଜାନ ଆୟନ ଅନ୍ଧକାର ପ୍ରକ୍ରିୟାରେ ଗ୍ଲୁକୋଜ୍କୁ ବିଜାରିତ ହୁଏ ।


(d) ଚତୁର୍ଥ ସୋପାନ : NADP ର NADPHକୁ ବିଚ୍ଚାରଣ (Reduction of NADP to NADPH) :
ଜଳଅଣୁର ବିଭାଜନରେ ଉଦ୍‌ଜାନ ଆୟନ୍ (H+) ମୁକ୍ତ ହୋଇ NADP ଅଣୁକୁ NADPH ରେ ବିଜାରିତ କରିଥାଏ

(ii) ଅନ୍ଧକାର ପ୍ରକ୍ରିୟା
(a) ଅନ୍ଧକାର ପ୍ରକ୍ରିୟାକୁ ଏନ୍‌ଜାଇମ୍ ପ୍ରକ୍ରିୟା ମଧ୍ୟ କୁହାଯାଏ ।
(b) ମେଲ୍‌ଭିନ୍‌ କେନ୍‌ଭିନ୍ ଏହି ପ୍ରକ୍ରିୟାକୁ ଆବିଷ୍କାର କରିଥିବାରୁ ଏହାକୁ କେଭିନ୍ ଚକ୍ର ମଧ୍ୟ କୁହାଯାଏ ।
(c) ଆଲୋକ ପ୍ରକ୍ରିୟାରେ ଗଠିତ ଆଲୋକଶ୍ଳେଷଣ ଶକ୍ତି, ଅନ୍ଧକାର ପ୍ରକ୍ରିୟାରେ ବ୍ୟବହୃତ ହୋଇ CO2କୁ ଗ୍ଲୁକୋଜ ରୂପକ ଶର୍କରାରେ ପରିଣତ କରେ ।
(d) ଏଥ‌ିପାଇଁ ଅନ୍ଧକାର ପ୍ରକ୍ରିୟା ଆଲୋକ ପ୍ରକ୍ରିୟାରେ କିଛି ସମୟ ପରେ ଆରମ୍ଭ ହୋଇଥାଏ ଓ ତା’ପରେ ଆଲୋକ ପ୍ରକ୍ରିୟା ସହିତ ଚାଲିଥାଏ ।
(e) ଏହି ପ୍ରକ୍ରିୟାରେ ଅନେକଗୁଡ଼ିଏ ଏନ୍‌ଜାଇମ୍ ଅଂଶଗ୍ରହଣ କରିଥା’ନ୍ତି । ବିପାଚକ ବା ସନ୍ତ୍ରକ ବା ଏନ୍‌ଜାଇମ୍ ଏକ ଜୈବତ୍ଵରକ ଅଟେ ।
(f) ଏହା ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରେ କିନ୍ତୁ ନିଜେ ପରିବର୍ତ୍ତିତ ହୋଇନଥାଏ । ସେମାନଙ୍କ ମଧ୍ୟରେ ରୁବିସ୍କୋ
(g) ରୁବିସ୍କୋ ସାହାଯ୍ୟରେ ସର୍ବପ୍ରଥମେ CO2 ଜୈବପଦାର୍ଥରେ ବିବନ୍ଧିତ ହୋଇ କ୍ରମଶଃ ଗ୍ଲୁକୋଜରେ ପରିଣତ ହୁଏ ଓ ପରବର୍ତୀ ସମୟରେ ଗ୍ଲୁକୋଜ୍ ପତ୍ରର ସ୍ପଞ୍ଜି ପାରେନ୍‌କାଇମାରେ ମଣ୍ଡଦରେ ପରିଣତ ହୋଇ ଗଚ୍ଛିତ
ହୋଇ ରହେ ।
(h) ଆବଶ୍ୟକତା ଅନୁସାରେ ଏହା ପୁନର୍ବାର ଶର୍କରାରେ ପରିଣତ ହୋଇ ଫ୍ଲୋଏମ୍ବଦ୍ଵାରା ଉଭିଦର ବିଭିନ୍ନ ଅଂଶକୁ ପ୍ରବାହିତ ହୁଏ ।


🗨
Question 2. ଖାଦ୍ୟର ପ୍ରକାରଭେଦ ଉଦାହରଣ ସହ ଲେଖ ।

Answer:
ଖାଦ୍ୟର ପ୍ରକାରଭେଦ : ରାସାୟନିକ ଗଠନ, କାର୍ଯ୍ୟ ଓ ଶକ୍ତି ପ୍ରଦାନକାରୀ କ୍ଷମତା ଉପରେ ନିର୍ଭର କରି ଖାଦ୍ୟକୁ ମୁଖ୍ୟତଃ 6 ଭାଗରେ ବିଭକ୍ତ କରାଯାଇଛି; ଯଥା-ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଭିଟାମିନ୍ ଓ ଜଳ ।


I. ଶ୍ଵେତସାର :
(a) ଆମେ ଖାଉଥ‌ିବା ଖାଦ୍ୟର ପ୍ରଧାନ ଶ୍ଵେତସାର ହେଉଛି ଶର୍କରା ଓ ମଣ୍ଡଦ ।
(b) ଆଳୁ, ଭାତ, ରୁଟିରେ ପ୍ରଚୁର ପରିମାଣରେ ମଣ୍ଡଦ ଥାଏ । ଚିନି, ଗୁଡ଼ ଆଦିରେ ସୁକ୍ରୋଜ ରହିଥାଏ । ଫଳରସ, ପନିପରିବାରେ ଗ୍ଲୁକୋଜ ଜାତୀୟ ଶ୍ଵେତସାର ରହିଥାଏ ।
(c) ଶ୍ଵେତସାରରୁ ଆମେ ସହଜରେ ଶକ୍ତି ଆହରଣ କରିଥାଉ ।
(d) ଗ୍ଲା କୋଚ୍ଚ (C6H12O6), ଉଦ୍‌ଜାନ ଏବଂ ଅମ୍ଳଜାନକୁ ନେଇ ଗଠିତ ।
(e) କୋଷୀୟ ଶ୍ୱସନ ବେଳେ ଗ୍ଲା କୋଜର ଜାରଣ ଫଳରେ ଅଙ୍ଗାରକାମ୍ଳ ଓ ଜଳ ସୃଷ୍ଟି ହେବା ସହ ଶକ୍ତି ନିର୍ଗତ ହୋଇଥାଏ ।
(f) ଏକ ଗ୍ରାମ ଶ୍ଵେତସାରରୁ ପ୍ରାୟ 16 କିଲୋ ଜୁଲ (kJ) ଶକ୍ତି ନିର୍ଗତ ହୋଇଥାଏ ।


II. ପୁଷ୍ଟିସାର :
(a) ମୁଖ୍ୟତଃ ମାଛ, ମାଂସ, ଅଣ୍ଡାର ଧଳା ଅଂଶ, ଛେନା ଓ କ୍ଷୀର ପରି ପ୍ରାଣିଜ ଦ୍ରବ୍ୟ ସୋୟାବିନ୍ ଆଦିରୁ ଆମେ ଉଭିଦଜାତ ପୁଷ୍ଟିସାର ପାଇଥାଉ । ଡାଲି ଜାତୀୟ ଶସ୍ୟ,
(b) ଶରୀରର ବୃଦ୍ଧି ଏବଂ ନୂତନ କୋଷ ଓ ତନ୍ତୁ ଗଠନ ପାଇଁ ପୁଷ୍ଟିସାର ଖାଦ୍ୟ ଏକାନ୍ତ ଆବଶ୍ୟକ ।
(c) ଏମିନୋ ଅମ୍ଳ ଶୃଙ୍ଖଳଦ୍ଵାରା ପ୍ରୋଟିନ୍ ଗଠିତ ହୋଇଥିବାରୁ ପରିପାକ ହେଲେ ଏହା ଏମିନୋ ଅମ୍ଳରେ ପରିଣତ ହୋଇ ବିଭିନ୍ନ କୋଷ ନିକଟରେ ପହଞ୍ଚିଥାଏ ।


III. ସ୍ନେହସାର :
(a) ମାଂସ, କ୍ଷୀର, ଛେନା, ଲହୁଣୀ, ଅଣ୍ଡାର ହଳଦିଆ ଅଂଶ ଓ ତେଲ, ଘିଅରେ ସ୍ନେହସାର ଜାତୀୟ ଖାଦ୍ୟ ରହିଥାଏ ।
(b) କୋଷଝିଲ୍ଲୀ ତିଆରିରେ ଲିପିଡ୍‌ର ପ୍ରମୁଖ ଭୂମିକା ରହିଛି ।
(c): ଶରୀରରେ ସ୍ନେହସାର ଚର୍ବି ଭାବରେ ସଂଚିତ ହୋଇ ରହେ ଓ ଆବଶ୍ୟକ ସ୍ଥଳେ କୋଷୀୟ ଶ୍ଵାସନଦ୍ୱାରା ଏହାର ଜାରଣ ହୁଏ ଓ ଏହା ଶରୀରକୁ ଶକ୍ତି ଯୋଗାଇଥାଏ ।
(d) ଚର୍ମତଳେ ଚର୍ବିର ଏକ ଆସ୍ତରଣ ରହିଥାଏ । ତାପ ଅପରିବାହୀ ହୋଇଥିବାରୁ ଚର୍ବି ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରିଥାଏ ।


IV. ଧାତୁସାର :
(a) ଶରୀର ଗଠନପାଇଁ ବିଭିନ୍ନ ଧରଣର ଧାତୁସାର, ଯଥା-ଲୌହ, କ୍ୟାଲସିୟମ୍, ଆୟୋଡ଼ିନ୍, ଫସ୍‌ଫରସ୍, ସୋଡ଼ିୟମ୍, ପୋଟାସିୟମ୍ ଆଦି ଆବଶ୍ୟକ ।
(b) ଶରୀରରେ ଦାନ୍ତ ଓ ହାଡ଼ର ଗଠନପାଇଁ କ୍ୟାଲସିୟମ୍ ଓ ଲୋହିତ ରକ୍ତ କଣିକାରେ ଥ‌ିବା ହିମୋଗ୍ଲୋବିନ୍‌ର ଗଠନ
(c) ଶରୀରର ଆୟନ ସନ୍ତୁଳନ ରକ୍ଷା କରିବାରେ ଧାତୁସାରର ପ୍ରମୁଖ ଭୂମିକା ରହିଥାଏ ।


V. ଭିଟାମିନ୍ :
(a) କୋଷରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା ଏନଜାଇମ୍ ସାହାଯ୍ୟରେ ହୋଇଥାଏ ।
(b) ଭିଟାମିନ୍‌ର ଉପସ୍ଥିତିରେ ସେ ସମସ୍ତ ପ୍ରକ୍ରିୟା ସୁଚାରୁରୂପେ ସମ୍ପନ୍ନ ହୋଇଥାଏ ।
(c) ଭିଟାମିନ୍ ଅଭାବରୁ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ।
(d) ଜଳରେ ଦ୍ରବଣୀୟ ଭିଟାମିନ୍ ଶାଗ, ପନିପରିବା ଓ ଫଳ ଆଦିରୁ ମିଳିଥାଏ । ଚର୍ବିବା ତେଲରେ ଦ୍ରବଣୀୟ ଭିଟାମିନ୍ ପ୍ରାଣିଜ ଚର୍ବି ବା ଉଭିଦଜାତ ତେଲରୁ ମିଳିଥାଏ ।


VI. ଜଳ :
(a) କୋଷରେ ଥିବା କୋଷରସର ପ୍ରାୟ 70-90 ଭାଗ ଜଳ ଅଟେ ।
(b) କୋଷର ସ୍ଥିତି ଓ ଏଥ‌ିରେ ହେଉଥ‌ିବା ବିଭିନ୍ନ ପ୍ରକ୍ରିୟା ପାଇଁ ଜଳ ଏକାନ୍ତ ଆବଶ୍ୟକ ।
(c) ଝାଳ, ପରିସ୍ରା ଓ ନିଃଶ୍ଵାସରେ ଶରୀରରୁ ଜଳ କ୍ଷୟ ହୋଇଥାଏ, ତାହାର ଭରଣା ପାଇଁ ପ୍ରତିଦିନ ପ୍ରାୟ 3 ରୁ 4 ଲିଟର ପାଣି ପିଇବା ଉଚିତ ।
(d) ଶରୀରରେ ଜଳୀୟ ଅଂଶ କମିଗଲେ ଶରୀର ଅବଶ ହୋଇଯାଏ ଓ ବିଭିନ୍ନ ଅସୁସ୍ଥତା ପ୍ରକାଶ ପାଏ ।


🗨
Question 3. ପରଭୋଜୀ ପୋଷଣ କ’ଣ ? ପରଭୋଜୀ ପୋଷଣର ପ୍ରକାରଭେଦ ଉଦାହରଣ ସହ ବୁଝାଅ ।

Answer:
(a) ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିନପାରି ପୋଷଣ ପାଇଁ ଅନ୍ୟ ପ୍ରାଣୀ ବା ଉଦ୍ଭଦ୍ର ଉପରେ ନିର୍ଭର କରିଥା’ନ୍ତି, ସେମାନଙ୍କୁ ପରଭୋଜୀ କୁହାଯାଏ ।
(b) ସମସ୍ତ ପ୍ରାଣୀ, ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ ଆଦି ପରଜୀବୀ ଉଦ୍ଭିଦ, କବକ ଏବଂ ଅଧିକାଂଶ ବ୍ୟାକ୍ଟେରିଆ
(c) ଏହି ଜୀବମାନଙ୍କ ପୋଷଣ ପ୍ରଣାଳୀକୁ ପରଭୋଜୀ ପୋଷଣ କୁହାଯାଏ ।
(d) ପରଭୋଜୀ ପୋଷଣ ମୁଖ୍ୟତଃ ଚାରିପ୍ରକାରର; ଯଥା-


1.ପ୍ରାଣୀସମ ପୋଷଣ,
2.ମୃତୋପଜୀବୀୟ ପୋଷଣ,
3.ପରଜୀବୀୟ ପୋଷଣ
4.ସହଜୀବୀୟ ପୋଷଣ ।
(i) ପ୍ରାଣିସମ ପୋଷଣ :
(a) ଯେଉଁ ପୋଷଣରେ ପ୍ରାଣୀ କିମ୍ବା ଉଦ୍ଭଦର ସମୁଦାୟ ଶରୀର କିମ୍ବା ଆଂଶିକ ଶରୀର ଖାଦ୍ୟ ରୂପେ ଅନ୍ୟ ପ୍ରାଣୀଙ୍କଦ୍ୱାରା ବ୍ୟବହୃତ ହୁଏ, ତାହାକୁ ପ୍ରାଣିସମ ପୋଷଣ କୁହାଯାଏ ।
(b) ଉଦାହରଣ : ମଣିଷ, କୁକୁର, ବିଲେଇ, ଅସରପା, ଏମିବା ଇତ୍ୟାଦି ।


(ii) ମୃତୋପଜୀବୀୟ ପୋଷଣ :
(a) ଯେଉଁ ପୋଷଣଦ୍ୱାରା ପରଭୋଜୀ ମୃତ, ଗଳିତ, ପଚାସଢ଼ା ଉଦ୍ଭଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟିସାଧନ କରିଥା’ନ୍ତି, ତାହାକୁ ମୃତୋପଜୀବୀ ପୋଷଣ କୁହାଯାଏ ।
(b) ଏହି ଜୀବମାନେ କଠିନ ପଦାର୍ଥକୁ ଖାଦ୍ୟରୂପେ ଗ୍ରହଣ କରିପାରନ୍ତି ନାହିଁ ।
(c) ସାଧାରଣତଃ ଖାଦ୍ୟ ଗ୍ରହଣବେଳେ ଏମାନେ ନିଜ ଶରୀରରୁ ପାଚକ ରସ କ୍ଷରଣ କରି, ଶରୀର ବାହାରେ ହିଁ ଜଟିଳ ଖାଦ୍ୟକୁ ସରଳ ଖାଦ୍ୟରେ ପରିଣତ କରିଦିଅନ୍ତି ଓ ପରେ ସରଳୀକୃତ ଖାଦ୍ୟକୁ ଶରୀର ମଧ୍ୟକୁ ଶୋଷଣ କରି ଶରୀର ଗଠନରେ ବିନିଯୋଗ କରିଥା’ନ୍ତି ।
(d) ଛତୁ ଜାତୀୟ କବକ, ଇଷ୍ଟ୍, ବ୍ୟାକ୍ଟେରିଆ ଆଦି ଜୀବମାନଙ୍କଠାରେ ଏହି ପୋଷଣ ଦେଖାଯାଏ ।


🗨
Question 4. ମଣିଷ ଖାଦ୍ୟନଳୀର ବିଭିନ୍ନ ଅଂଶ ଲେଖ । ପାଟିରେ ଖାଦ୍ୟର ପରିବର୍ତ୍ତନ କିପରି ହୋଇଥାଏ ବୁଝାଅ ।

ମଣିଷ ଖାଦ୍ୟନଳୀର ବିଭିନ୍ନ ଅଂଶ ଲେଖ । ପାଟିରେ ଖାଦ୍ୟର ପରିବର୍ତ୍ତନ କିପରି ହୋଇଥାଏ ବୁଝାଅ ।
Answer:
ମଣିଷ ଖାଦ୍ୟନଳୀର ବିଭିନ୍ନ ଅଂଶଗୁଡ଼ିକ ହେଲା – ପାଟି, ମୁଖଗହ୍ଵର, ଗ୍ରସନୀ, ନିଗଳ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର, ମଳାଶୟ, ମଳଦ୍ଵାର ।

ପାଟିରେ ଖାଦ୍ୟର ପରିବର୍ତ୍ତନ :

i)ପାଟି ବାଟେ ଖାଦ୍ୟ ଗ୍ରହଣ କଲାପରେ ତାହା ପ୍ରଥମେ ଦାନ୍ତଦ୍ୱାରା ଚର୍ବିତ ଓ ପେଷିତ ହୋଇ ମଣ୍ଡରେ ପରିଣତ ହୁଏ ।
ii)ପାଟିରେ ଥ‌ିବା ଲାଳଗ୍ରନ୍ଥିରୁ ଲାଳ କ୍ଷରିତ ହୋଇ ଚର୍ବିତ ଖାଦ୍ୟ ସହିତ ମିଶେ । ଲାଳରେ ଜଳ, ଲବଣ, ମ୍ୟୁକସ୍ ଓ ସାଲାଇଭାରି ଆମାଇଲେଜ୍ ବା ଟାୟାଲିନ୍ ନାମକ ଏନ୍‌ଜାଇମ୍ ଥାଏ ।
iii)ଲାଳ ଚର୍ବିତ ଖାଦ୍ୟକୁ ପିଚ୍ଛିଳ ମଣ୍ଡପରି କରିଦିଏ ।
iv)ଲାଳ ମୁଖଗହ୍ଵର ଓ ଦାନ୍ତକୁ ସଫା ରଖୁବା ସଙ୍ଗେ ସଙ୍ଗେ ସେଥିରେ ଥ‌ିବା ଲାଇସୋଜାଇମ୍ ନାମକ ଏନ୍‌ଜାଇମ୍ ମୁଖଗହ୍ଵର ଓ ଖାଦ୍ୟରେ ଥ‌ିବା ବ୍ୟାକ୍ଟେରିଆମାନଙ୍କୁ ମାରିଦିଏ ।
v)ଲାଳରେ ଥିବା ସାଲାଇଭାରି ଆମାଇଲେଜ୍ ଜଟିଳ ଶ୍ଵେତସାରଜାତୀୟ ମଣ୍ଡଦ (Starch)କୁ ସରଳ ମାଲଟୋଜ୍‌ରେ ପରିଣତ କରେ ।


🗨
Question 5. ପାକସ୍ଥଳୀର ଗଠନ ଓ କାର୍ଯ୍ୟ ଲେଖ ।

Answer:
ପାକସ୍ଥଳୀର ଗଠନ :

a)ପାକସ୍ଥଳୀ ଇଂରାଜୀ ଅକ୍ଷର I ଆକୃତିର ଏକ ମାଂସଳ ଥଳୀ । ଏହାର ଉପର ଅଂଶ ଓସାରିଆ ଓ ତଳ ଅଂଶ କମ୍ ଓସାରିଆ ।
b)ଏହା ମଧ୍ୟଚ୍ଛଦା (Diaphragm) ତଳେ ଉଦର ଗହ୍ଵର (Abdomen)ର ବାମପାର୍ଶ୍ଵରେ ଅବସ୍ଥିତ ।
c)ଏହା ତିନି ଭାଗରେ ବିଭକ୍ତ; ଯଥା – କାର୍ଡିଆକ୍ (Cardiac), ଫଣ୍ଡିକ୍ (Fundic) ଓ ପାଇଲୋରିକ୍ (Pyloric) । ପାକସ୍ଥଳୀର ହୃତ୍‌ପିଣ୍ଡ ଆଡ଼କୁ ଥିବା ଅଂଶକୁ କାର୍ଡିଆକ୍ ଷ୍ଟୋମାକ୍ ଓ ତଳ ଅଂଶକୁ ପାଇଲୋରିକ୍ ଷ୍ଟୋମାକ୍ କୁହାଯାଏ ।
d)ପାଇଲୋରିକ୍ ଷ୍ଟୋମାକ୍‌ର ଶେଷ ଭାଗରେ ଥ‌ିବା ମୁଦ୍ରିକା ଆକାରର ମାଂସପେଶୀକୁ ପାଇଲୋରିକ୍ ସ୍ପିନ୍ଟର (Pyloric Sphinter) କୁହାଯାଏ । ଏହା ପାକସ୍ଥଳୀରୁ କ୍ଷୁଦ୍ରାନ୍ତ୍ର ମଧ୍ୟକୁ ଅର୍ଦ୍ଧଜୀର୍ଣ୍ଣ ଖାଦ୍ୟ ପ୍ରବେଶ କରିବାକୁ ନିୟନ୍ତ୍ରଣ କରିଥାଏ ।
e)ପାକସ୍ଥଳୀର ଭିତର ଆଚ୍ଛାଦନରେ ଅନେକଗୁଡ଼ିଏ ପାକଗ୍ରନ୍ଥି (Gastric glands) ରହିଥାଏ ।


ପାକସ୍ଥଳୀର କାର୍ଯ୍ୟ:


i)ପାକସ୍ଥଳୀର ଭିତର ଆଚ୍ଛାଦନରେ ଥିବା ପାଚକ ଗ୍ରନ୍ଥିରୁ ନିଃସୃତ ପାଚକରସରେ ପାଚକ ଏନ୍‌ଜାଇମ୍ ଓ ଲବଣାମ୍ଳ (HCI) ଥାଏ ।
ii)ଲବଣାମ୍ଳ ଏକ ଅମ୍ଳୀୟ ପରିବେଶ ସୃଷ୍ଟି କରେ, ଯାହା ପାଚକ ଏନ୍‌ଜାଇମ୍‌ଗୁଡ଼ିକର କ୍ରିୟାଶୀଳତା ପାଇଁ ଆବଶ୍ୟକ ହୋଇଥାଏ । ଏହା ଖାଦ୍ୟରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆମାନଙ୍କୁ ମାରିଦିଏ । ଏହା ମଧ୍ୟ ଖଣିଜ ଲବଣଗୁଡ଼ିକୁ ଦ୍ରବୀଭୂତ କରେ ।
iii)ଲବଣାମ୍ଳ ପେପ୍‌ସିନୋଜେନ୍‌କୁ ପେପ୍‌ସିରେ ପରିଣତ କରେ । ପେପ୍‌ସିନ୍ ପୁଷ୍ଟିସାରକୁ ଭାଙ୍ଗି ସରଳ ପ୍ରୋଟିଏଜ୍ ଓ ପେପ୍ଟୋନ୍‌ରେ ପରିଣତ କରେ ।


🗨
Question 6. ପାକନଳୀ ସହ ଜଡ଼ିତ ଗ୍ରନ୍ଥିଗୁଡ଼ିକର ନାମ ଓ କାର୍ଯ୍ୟ ଲେଖ ।

Answer:


🗨
Question 7. ସଂକ୍ଷିପ୍ତ ଉତ୍ତର ଦିଅ ।

(କ) ସହଜୀବୀୟ ପୋଷଣ ବୁଝାଅ ।
Answer:
ଦୁଇଟି ଭିନ୍ନ ଜାତିର ଜୀବ ମଧ୍ଯରେ ପୋଷଣର ଆଦାନପ୍ରଦାନକୁ ସହଜୀବୀୟ ପୋଷଣ କୁହାଯାଏ ।
ଉଦାହରଣ – I : ଆମ ଅନ୍ତ୍ରନଳୀରେ ସହଜୀବୀଭାବେ ରହୁଥ‌ିବା ଇସ୍‌ରିଚିଆ କୋଲାଇ ନାମକ ବ୍ୟାକ୍ଟେରିଆ ନିଜ ଶରୀରରେ ଭିଟାମିନ୍ (ସାୟନୋକୋବାଲାମିନ୍) ପ୍ରସ୍ତୁତ କରି ଆମକୁ ଯୋଗାଇଥାଏ । ତା’ ପରିବର୍ତ୍ତେ ଆମ ଅନ୍ତ୍ରନଳୀର ସରଳୀକୃତ ଖାଦ୍ୟ ଗ୍ରହଣ କରି ନିଜର ପ୍ରତିପାଳନ କରିଥାଏ ।
ଉଦାହରଣ – II : ଯବକ୍ଷାରଜାନ ବିବନ୍ଧନରେ ସହଜୀବୀ ବ୍ୟାକ୍ଟେରିଆର ଅବଦାନ, ସହଜୀବିତାର ଅନ୍ୟ ଏକ


(ଖ) ଆମର କେତେ ପ୍ରକାର ଓ କେତୋଟି ଦାନ୍ତ ଅଛି ?

ଆମର 4 ପ୍ରକାରର ଓ 32ଟି ଦାନ୍ତ ଅଛି ।
ଚାରି ପ୍ରକାର ଦାନ୍ତ ହେଲା : କର୍ଜନ ଦାନ୍ତ – ୫ଟି, ଶ୍ଵାନଦାନ୍ତ – 4ଟି, ଚର୍ବଣ ଦାନ୍ତ – ୫ଟି, ପେଷଣ ଦାନ୍ତ 12ଟି । ଏହିପରି ଭାବେ ତଳ ଓ ଉପର ମାଡ଼ିରେ 1ଟି ଲେଖାଏଁ 32ଟି ଦାନ୍ତ ରହିଥାଏ ।


(ଗ) ଜିଭ କେତେ ପ୍ରକାରର ସ୍ଵାଦ ବାରିପାରେ ? ଜିଭର ଅନ୍ୟ କାର୍ଯ୍ୟଗୁଡ଼ିକ କ’ଣ ? ଉ

ଜିଭ ପିତା, ଖଟା, ମିଠା, ଲୁଣିଆ ଓ ରାଗ ଆଦି ସ୍ଵାଦ ବାରିପାରେ ।
ଜିଭ ଖାଦ୍ୟକୁ ଦାନ୍ତ ନିକଟରେ ପହଞ୍ଚାଇବାରେ ଓ ଖାଦ୍ୟକୁ ଗିଳିବାରେ ସାହାଯ୍ୟ କରେ ।


(ଘ) ପାକସ୍ଥଳୀରେ ଖାଦ୍ୟର ପରିଣତି ଲେଖ ।
ଉ-

ପାକସ୍ଥଳୀର ଭିତର ଆଚ୍ଛାଦନରେ ଅନେକ ଗ୍ରନ୍ଥି ରହିଛି । ଏହି ଗ୍ରନ୍ଥିରୁ ପାଚକ ରସ ଓ ଲବଣାମ୍ଳ (HCI) ନିଃସୃତ ହୋଇଥାଏ ।
ପାଚକ ରସରେ ଥ‌ିବା ପେପ୍‌ସିନ୍ ଏନ୍‌ଜାଇମ୍ ଅମ୍ଳୀୟ ପରିବେଶରେ ପୁଷ୍ଟିସାର ଜାତୀୟ ଖାଦ୍ୟକୁ ସରଳ ପ୍ରୋଟିଓଜ୍ ଓ ପେପ୍‌ଟୋନ୍‌ରେ ପରିଣତ କରିଥାଏ ।
ଲବଣାମ୍ଳ ଖାଦ୍ୟରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ଆଦିକୁ ମଧ୍ୟ ମାରିଦିଏ ।


(ଙ) ପାକସ୍ଥଳୀରୁ ଖାଦ୍ୟମଣ୍ଡ କେଉଁଠାକୁ ଯାଏ ? ଖାଦ୍ୟର ଅବଶୋଷଣ ପରେ ଅବଶିଷ୍ଟ ଖାଦ୍ୟର ପରିଣତି ଲେଖ
ଊ-

ପାକସ୍ଥଳୀରୁ ଖାଦ୍ୟମଣ୍ଡ କ୍ଷୁଦ୍ରାନ୍ତର ପ୍ରଥମ ଅଂଶ ଗ୍ରହଣୀ ମଧ୍ୟକୁ ଯାଏ । ଏଠାରେ ସ୍ନେହସାର ଖାଦ୍ୟର ଅବଦ୍ରବୀକରଣ ହୋଇଯାଏ ଓ ଖାଦ୍ୟ ଦ୍ରବ୍ୟ ସାମାନ୍ୟ କ୍ଷାରୀୟ ହୋଇଥାଏ ।
ଖାଦ୍ୟର ଅବଶେଷଣ ପରେ ଅବଶିଷ୍ଟ ଖାଦ୍ୟ ବୃହଦନ୍ତକୁ ଯାଏ । ସେଠାରେ ଖାଦ୍ୟମଣ୍ଡରେ ଥ‌ିବା ବଳକା
ଅଜୀର୍ଣ୍ଣ ଖାଦ୍ୟ ମଳରେ ପରିଣତ ହୋଇଥାଏ । ମଳ ମଳାଶୟରେ କିଛି ସମୟ ରହିବା ପରେ ମଳଦ୍ଵାର ଦେଇ ନିଷ୍କାସିତ ହୁଏ ।


(ଚ) ‘ଆଲୋକ ପ୍ରକ୍ରିୟା’ ବୁଝାଅ ।
ଭ-

ଆଲୋକ ପ୍ରକ୍ରିୟା ପାଇଁ କ୍ଲୋରୋଫିଲ୍, ଜଳ ଓ ଆଲୋକ ଆବଶ୍ୟକ ।
କ୍ଲୋରୋଫିଲ୍ ଅଣୁଗୁଡ଼ିକ ଦୃଶ୍ୟମାନ ଆଲୋକ ରଶ୍ମି (Visible rays)କୁ ଶୋଷଣ କରି ଶକ୍ତିପ୍ରବାହ ଜରିଆରେ ଏକ କ୍ଲୋରୋଫିଲ୍ ଅଣୁକୁ ଅଧ‌ିକ ଶକ୍ତି ସମ୍ପନ୍ନ କରି ଏଥିରେ ଉତ୍ତେଜନା ସୃଷ୍ଟି କରିଥା’ନ୍ତି ।
ଏହି ଉତ୍ତେଜିତ କ୍ଲୋରୋଫିଲ୍‌ରୁ ଏକ ଇଲେକ୍‌ଟ୍ରମ୍ ବାହାରି ଥାଇଲାକଏଡ୍ ଝିଲ୍ଲୀରେ ପ୍ରବାହ କରିବାଦ୍ୱାରା ଥାଇଲାକଏଡ୍ ଭିତରକୁ ଉଦ୍‌ଜାନ ଆୟନ୍ ପ୍ରବାହିତ ହୋଇଥାଏ ।
ପରିଶେଷରେ ଏହା ଏକ ନିମ୍ନଶକ୍ତି ସଂପନ୍ନ ଜାରିତ ନିକୋଟିନାମାଇଡ୍ ଆଡେନାଇନ୍ ଡାଇନିଉକ୍ଲିଓଟାଇଡ୍ ଫସ୍‌ଫେଟ୍ ନାମକ ଏକ ସହକାରକରେ ପହଞ୍ଚି ଏହାକୁ ବିଜାରିତ କରିଥାଏ ।
(ଛ) ଆଲୋକଶ୍ଳେଷଣରେ ରୁବିସ୍କୋର ଭୂମିକା ବୁଝାଅ ।


କେଲ୍‌ଭିନ୍‌ ଚକ୍ର, ରୁବିସ୍କୋରୁ ଆରମ୍ଭ ହୋଇ ପରିଶେଷରେ ସେହିଠାରେ ହିଁ ସମାପ୍ତ ହୋଇଥାଏ ।
ଫଳତଃ କେବଳ ଅଙ୍ଗାରକାମ୍ଳ ଏହି ପ୍ରକ୍ରିୟାଦ୍ଵାରା ଶର୍କରାରେ ପରିଣତ ହୋଇଥାଏ ।
ପ୍ରତ୍ୟେକ ରୁବିସ୍କୋ ଅଣୁ ଗୋଟିଏ ଲେଖାଏଁ CO2 ଅଣୁ ଗ୍ରହଣ କରି ପରେ ବିଭାଜିତ ହୋଇଥାଏ ଓ ଦୁଇଟି ଫସ୍ଫୋଗ୍ଲିସରିକ୍ ଏସିଡ୍ (PGA) ପ୍ରସ୍ତୁତ କରିଥାଏ ।
ଏହିପରି ଟି ରୁବିସ୍କୋ ସହିତ ଚୈ CO2 ମିଶି ରୁବିସ୍କୋ ସାହାଯ୍ୟରେ 12ଟି PGAରେ ପରିଣତ ହୋଇଥା’ନ୍ତି ।
ଏଥୁମଧ୍ୟରୁ ଦୁଇଟି PGA ଗୋଟିଏ ବ୍ଲ କୋଜ ଅଣୁ ପ୍ରସ୍ତୁତ କରିଥା’ନ୍ତି ଓ ଅବଶିଷ୍ଟ 10ଟି PGAର ପୁନଶ୍ଚ କ୍ରଣ ଘଟି ଟି ରୁବିସ୍କୋ ଅଣୁ ଜାତ ହୋଇଥାଏ ।


🗨
Question 8. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

(କ) ଜିଭର କାର୍ଯ୍ୟ କ’ଣ ?
ଉ - ସ୍ଵାଦ ବାରିବା ସହ ଖାଦ୍ୟକୁ ଦାନ୍ତ ନିକଟରେ ପହଞ୍ଚାଇବା, କଥା କହିବାରେ ସହାୟତା କରିବା ଜିଭର କାର୍ଯ୍ୟ ଅଟେ ।


(ଖ) ମଣିଷ ମାଢ଼ିରେ କେଉଁ ପ୍ରକାର ଦାନ୍ତ ରହିଛି ?
ଉ - ମଣିଷର ମାଢ଼ିରେ, କର୍ଜନ, ଛେଦକ ବା ଶ୍ଵାନ, ଚର୍ବଣ ଓ ପେଷଣ ଆଦି ଦାନ୍ତ ରହିଛି ।


(ଗ) ପିତ୍ତର କାର୍ଯ୍ୟ କ’ଣ ?
ଉ - ଖାଦ୍ୟର ଅମ୍ଳତ୍ୱ ଦୂର କରିବା ସହିତ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ କରାଇବାରେ ସାହାଯ୍ୟ କରେ ।


(ଘ) ବୃହଦନ୍ତ୍ରରେ କ’ଣ ଅବଶୋଷଣ ହୋଇଥାଏ ?
ଉ -ଵୃହଦନ୍ତ୍ର ରେ ଖାଦ୍ୟ ମଣ୍ଡଦ ଥିବା ବଳକା ଜଳ ଓ ଜୀର୍ଣ୍ଣ ହୋଇ ନଥିବା ଖାଦ୍ୟ ଅଂଶ ପୁନଃଶୋଷିତ ହୋଇଥାଏ


(ଙ) ପାଚକ ରସରେ କେଉଁ ପ୍ରକାର ଏନ୍‌ଜାଇମ୍ ରହିଛି ?
ଉ- ପାଚକ ରସରେ ପେପ୍‌ସିନ୍ ଓ ଲାଇପେଜ୍ ଏନ୍‌ଜାଇମ୍ ରହିଛି ।


(ଚ) ଆଲୋକ ପ୍ରକ୍ରିୟାରେ କ’ଣ ଉତ୍ପନ୍ନ ହୁଏ ?
ଉ- ଆଲୋକ ପ୍ରକ୍ରିୟାରେ ଆଲୋକ ଶକ୍ତିଦ୍ଵାରା ଜଳର ଆଲୋକ ବିଶ୍ଳେଷଣ ଘଟି NADPH ଓ ATP ଗଠିତ ହେବା ସହ ଅମ୍ଳଜାନ ମୁକ୍ତ ହୁଏ ।


(ଛ) ଆଲୋକଶ୍ଳେଷଣ ଶକ୍ତି କ’ଣ ?
ଉ- NADPH ଓ ATP ଉଭୟ ମିଶି ଆଲୋକଶ୍ଳେଷଣ ଶକ୍ତି ଗଠନ କରନ୍ତି ।


🗨
Question 9. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

(କ) ଅନ୍ଧକାର ପ୍ରକ୍ରିୟାରେ ଗୋଟିଏ ଗ୍ଲୁକୋଜ ପ୍ରସ୍ତୁତ କରିବା ପାଇଁ କେତୋଟି CO2ର ଆବଶ୍ୟ କତା ପଡ଼ିଥାଏ ?
ଭ-6 ଟି


(ଖ) ଥାଇଲାକଏଡ଼୍ ଝିଲ୍ଲୀରେ ପ୍ରବାହିତ ହେଉଥ‌ିବା ଇଲେକ୍‌ଟ୍ରିକ୍‌ ପରିଶେଷରେ କେଉଁଠାରେ ପହଞ୍ଚିଥାଏ ?
ଭ-ଥାଇଲାକଏଡ୍ ଝିଲ୍ଲୀରେ ପ୍ରବାହିତ ଇଲେକ୍‌ଟ୍ରନ୍ ବାହକ ଅଣୁ ମାଧ୍ୟମରେ ଗ୍ରାହକ ଅଣୁ ପାଖରେ ପହଞ୍ଚେ ।


(ଗ) ଟାୟାଲିନ୍ ଏନ୍‌ଜାଇମ୍ କେଉଁଥ୍ରେ ରହିଥାଏ ?
ଭ-ଲାକରେ


(ଘ) ଆମ ଶରୀରର କେଉଁଟି ଏକ ମିଶ୍ରିତ ଗ୍ରନ୍ଥି ଅଟେ ?
ଭ-ଅଗ୍ନ୍ୟାଶୟ


🗨
Question 10. ଶୂନ୍ୟସ୍ଥାନ ପୂରଣ କର ।

(କ) ପାକସ୍ଥଳୀର ଉପର ଅଂଶକୁ କାର୍ଡ଼ିଆକ୍‌ ଷ୍ଟୋମାକ୍‌ ଓ ତଳ ଅଂଶକୁ _______ କୁହାଯାଏ |


(ଖ) ମଳାଙ୍ଗ, ନିରମୁଁଳୀ ଆଦି ______ ଉଭିଦ ଅଟନ୍ତି |


(ଗ) ଲାଳରେ ______ ନାମକ ଏନ୍‌ଜାଇମ୍‌ ଥାଏ।


(ଘ) ଖାଦ୍ୟ ଓ ପବନକୁ ଯେ ଯାହା ବାଟରେ ଚାଳନ କରିବା ପାଇଁ ଗ୍ରସନୀରେ ରହିଛି _______|


(ଙ) ପିତ୍ତ ସ୍ଵେହସାର ଜାତୀୟ ଖାଦ୍ୟର ____ କରାଇଥାଏ |


(ଚ) ଜଳର ଆଲୋକ ବିଶ୍ଳେଷଣ ଥାଇଲାକଏଡର _______ ରେ ହୁଏ ।


Answer:


🗨
Question 11. ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ / ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ।

(କ) ପିତ୍ତରେ ରହିଥ‌ିବା ଟାୟାଲିନ୍ ସ୍ନେହସାର ଜାତୀୟ ଖାଦ୍ୟର ଅବଦୁବୀକରଣ କରାଏ ।
ଉ- ପିତ୍ତରେ ରହିଥ‌ିବା ପିତ୍ତଲବଣ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ କରାଏ ।


(ଖ) ମଣିଷର ପ୍ରତି ମାଢ଼ିରେ ୨ଟି କର୍ଜନ ଦାନ୍ତ ରହିଛି ।
ଉ- ମଣିଷର ପ୍ରତି ମାଢ଼ିରେ ୪ଟି କର୍ତନ ଦାନ୍ତ ରହିଛି ।


(ଗ) ଯେଉଁ ପରଭୋଜୀ, ମୃତ, ଗଳିତ, ପଚାସଢ଼ା ଉଦ୍ଭଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟିସାଧନ କରିଥା’ନ୍ତି ସେମାନଙ୍କୁ ପରଜୀବୀ କୁହାଯାଏ ।
ଉ- ଯେଉଁ ପରଭୋଜୀ, ମୃତ, ଗଳିତ, ପଚାସଢ଼ା ଉଦ୍ଭଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟିସାଧନ କରିଥା’ନ୍ତି ସେମାନଙ୍କୁ ମୃତୋପଜୀବୀ କୁହାଯାଏ ।


(ଘ) ପ୍ଲାସ୍‌ମୋଡ଼ିୟମ୍ ଏକ ବାହ୍ୟପରଜୀବୀ ।
ଉ- ପ୍ଲାସ୍‌ମୋଡ଼ିୟମ୍ ଅନ୍ତଃପରଜୀବୀ ।


🗨