10th Class M.I.L (ଓଡ଼ିଆ - ସାହିତ୍ୟି ସିନ୍ଧୁ ) - ୧- ବନ୍ଦେ ଉତ୍କଳ ଜନନୀ All Question With Answer
↓ Question & Answer ↓
ପୟୋଧ, ତଟିନୀ, ସମୀର, ଭୂଧର, ଉଟଜ, ଅରି
Answer:
ଶବ୍ଦ | ପ୍ରତିଶବ୍ଦ |
ପୟୋଧି | ସମୁଦ୍ର, ସାଗର |
ସମାର | ପବନ, ବାୟୁ |
ଉଟଜ | କୁଟାର କୁଡ଼ିଆ |
ଭଗିନା | ନଦୀ, ସଗିତ |
ଭୂଧର | ପର୍ବତ, ଅଚଳ |
ଅରି | ଶତ୍ରୁ, ଅରାତି, ବୈରା |
ଶୁଭ୍ର, ଘନ, ସୁନ୍ଦର, ପବିତ୍ର, ପୁଣ୍ୟ, ଦର୍ପିତ
Answer:
ଶବ୍ଦ | ବିପରୀତାର୍ଥବୋଧକ ଶବ୍ଦ |
ଶୁଭ୍ର | ମଳିନ |
ପୂର୍ବର | ଅସୁନ୍ଦର |
ପୁଣ୍ୟ | ପାପ |
ଘନ | ତରଳ |
ପବିତ୍ର | ଅପବିତ୍ର |
ବର୍ଷତ | ବିନୀତ |
ବିଧୌତ, ସୁଶୋଭିତ, ରାଜିତ, କଳକଳ, ଜ୍ଞାନବିଜ୍ଞାନ, ଭଟଜ
Answer:
ବିଧୌତ – ଜ୍ୟୋତ୍ସ୍ନା ବିଧୌତ ରାତ୍ରି ଭାବୁକକୁ ବିମୋହିତ କରେ।
ସୁଶୋଭିତ – ରାମଚନ୍ଦ୍ରଙ୍କ ସୁଶୋଭିତ ରୂପ ଦେଖ୍ ମୁନିମାନେ ବିମୋହିତ ହୋଇଥିଲେ।
ରାଜିତ – ଆଶ୍ରମରେ ପୁଷ୍ପରାଜିତ ଦୃଶ୍ୟ ଚିତ୍ତ ହରଣ କରେ ।
କଳକଳ – ଚିଲିକାରେ ପକ୍ଷୀମାନଙ୍କର କଳକଳ ଶବ୍ଦ ଶୁଣାଯାଏ ।
ଜ୍ଞାନବିଜ୍ଞାନ – ବର୍ତ୍ତମାନ ଓଡ଼ିଶା ଜ୍ଞାନବିଜ୍ଞାନରେ ଯଥେଷ୍ଟ ଆଗେଇ ଗଲାଣି ।
ଉଟଇ – ଘନ ଅରଣ୍ୟରେ ମୁନିମାନେ ଉଟଜ ତିଆରି କରି ରହୁଥିଲେ।
Answer:
ଧ୍ଵନ୍ୟାତ୍ମକ ଯୁଗ୍ମଶବ୍ଦ – ଧଡ଼ଧଡ଼, ଫଡ଼ଫଡ଼, ଘଡ଼ଘଡ଼, ମଡ଼ମଡ଼, ଖରଖର, ଝରଝର।
Answer:
(କ) ପୂତ ପୟୋଧ ବିଧୌତ ଶରୀରା
(ଗ) ଶୁଭ୍ରତଟିନୀ କୂଳ – ଶୀକର, ସମୀରା
(ଙ) ନୀଳ ଭୂଧରମାଳା ସାଜେ ତରଙ୍ଗେ
(ଛ) ସୁନ୍ଦର ଶାଳି ସୁଶୋଭିତ କ୍ଷେତ୍ରା,
(ଝ) ଯୋଗୀ ଋଷିଗଣ ଉଟଜ ପବିତ୍ରା ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
(ଖ) ତାଳତମାଳ ସୁଶୋଭିତ, ତୀରା
(ଚ) କଳକଳ ମୁଖରିତ ଚାରୁ ବିହଙ୍ଗେ।
(ଜ) ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
(ଞ) ସୁନ୍ଦର ମନ୍ଦିର ମଣ୍ଡିତ ଦେଶ
Question ୭।
ଚାରୁହାସମୟୀ ଚାରୁଭାଷମୟୀ କାହାକୁ କୁହାଯାଇଛି?
Answer:
ଉତ୍କଳ ଜନନୀକୁ ଚାରୁହାସମୟୀ ଚାରୁଭାଷମୟୀ ବୋଲି କୁହାଯାଇଛି । ଚାରୁହାସମୟୀ କହିବାଦ୍ୱାରା ଉତ୍କଳର ଗୌରବମୟ ଅବସ୍ଥାକୁ ସୂଚାଇ ଦିଆଯାଇଛି । କାରଣ ସନ୍ତାନମାନଙ୍କର ଗୌରବରେ ଜନନୀ ମୁଖରେ ମଧୁର ହସ ଖେଳିଥାଏ । ପୁନଶ୍ଚ ଓଡ଼ିଆ ଭାଷାର ମୁହୂତା ଓ ମଧୁରତା ହେତୁ ଉତ୍କଳ ଜନନୀକୁ ଚାରୁଭାଷମୟୀ ବୋଲି କୁହାଯାଇଛି ।
Question ୮।
ଉତ୍କଳ ଜନନୀକୁ କିଏ ଧୋଇ ଦେଇଛି ?
Answer:
ପୂତ ମହୋଦଧୂ ଉତ୍କଳ ଜନନୀକୁ ଧୋଇ ଦେଉଛି ।
Question ୯।
ସମୁଦ୍ରକୂଳ କେଉଁ କେଉଁ ବୃକ୍ଷଦ୍ବାରା ସୁଶୋଭିତ ?
Answer:
ସମୁଦ୍ରକୂଳ ତାଳ ଓ ତମାଳ ବୃକ୍ଷଦ୍ଵାରା ସୁଶୋଭିତ ।
Question ୧୦ ।
ଉତ୍କଳର ଆକାଶ କାହାର କଳରବରେ ମୁଖରିତ ?
Answer:
ଉତ୍କଳର ଆକାଶ ସୁନ୍ଦର ସ୍ବନ କରୁଥିବା ବିହଙ୍ଗମାନଙ୍କ କଳରବରେ ମୁଖରିତ ।
Question ୧୧ ।
ପର୍ବତମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ କିଭଳି ଭାବେ ଶୋଭାପାଇଛି ?
Answer:
ପର୍ବତାମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ ତରଙ୍ଗାକାରରେ ସଜ୍ଜିତ ହେଲାଭଳି ଶୋଭାପାଉଛି ।
Question ୧୨ ।
କେଉଁମାନଙ୍କ କୁଟୀରଦ୍ଵାରା ଉତ୍କଳ ପବିତ୍ର ହୋଇଛି ?
Answer:
ଯୋଗୀ ଓ ଋଷିମାନଙ୍କ କୁଟୀରଦ୍ଵାରା ଉତ୍କଳ ପବିତ୍ର ହୋଇଛି। ‘
Question ୧୩ ।
ଶ୍ରେଷ୍ଠ କବିମାନେ କାହାର କୀର୍ତ୍ତି ବନ୍ଦନା କରୁଛନ୍ତି ?
Answer:
ଶ୍ରେଷ୍ଠ କବିମାନେ ଉତ୍କଳ ଜନନୀଙ୍କର କୀର୍ତ୍ତି ବନ୍ଦନା କରୁଛନ୍ତି । ଫଳରେ ଉତ୍କଳ ଜନନୀଙ୍କର କୀର୍ତ୍ତି ସାରା ପୃଥିବୀରେ ଖ୍ୟାତି ଲାଭ କରିଛି
Question ୧୪ ।
ପୂତ-ପୟୋଧ-ବିଧୌତ-ଶରୀରା,
ପୂତ-ପାୟୋଧ…….ସୁଶୋଭିତ ତାରା
Answer:
ଉକ୍ତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’’ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି । ଏଠାରେ କବି ପ୍ରିୟ ଜନ୍ମଭୂମି ‘ଉତ୍କଳ ଜନନୀଭାବନା’ ର ଭୌଗୋଳିକ ସ୍ଥିତି ବା ବାହ୍ୟ ଶୋଭାର ବର୍ଣ୍ଣନା ଦେଇଛନ୍ତି ଆମର ଜନ୍ମଭୂମି ଉତ୍କଳର ପୂର୍ବ ଦିଗର ସୀମା ବଙ୍ଗୋପସାଗର ଦ୍ଵାରା ବେଷ୍ଟିତ । ଏହି ବଙ୍ଗୋପସାଗରକୁ ପୁରାଣ ଶାସ୍ତ୍ରକାରମାନେ ପବିତ୍ର ମହୋଦଧୂ ଭାବେ ପରିଚିତ କରାଇଛନ୍ତି । କବିଙ୍କ ମତରେ ସେହି ମହୋଦଧୂର ପବିତ୍ର ଜଳ ଉତ୍କଳ ଜନନୀର ଶରୀରକୁ ବିଧୌତ କରୁଛି ।
ମହୋଦଧୂର ପବିତ୍ର ଜଳଦ୍ଵାରା ଉତ୍କଳ ଜନନୀର ଶରୀର ବିଧୌତ ହେବାଦ୍ଵାରା ସେ‘ ସଦା ପବିତ୍ର ହେଉଛି । ପୁନଶ୍ଚ ଏହାର ତଟଦେଶରେ ଶୋଭାପାଇଥାଏ ମାଳମାଳ ତାଳ ଓ ତମାଳ ବୃକ୍ଷ । ସେହି ବୃକ୍ଷର ସବୁଜିମାରେ ଉତ୍କଳ ଜନନୀ ଅପୂର୍ବ ଶ୍ରୀ ଧାରଣ କରିଥାଏ । ଏଠାରେ କବି ଉତ୍କଳର ଭୌଗୋଳିକ ସ୍ଥିତିକୁ କାବ୍ୟକ ରୂପ ଦେଇଛନ୍ତି । କବିଙ୍କର ଏଭଳି ପରିକଳ୍ପନା ହୃଦୟସ୍ପର୍ଶୀ ହୋଇଛି । ଏଭଳି ବର୍ଣ୍ଣନାରେ କବିଙ୍କର ଜାତୀୟତାବୋଧ ମଧ୍ଯ ପ୍ରକାଶିତ ହୋଇଛି ।
Question ୧୫ ।
ଘନଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
Answer:
ଘନଘନ ………………………. ସାଜେ ତରଇେଁ
ଶସିତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ୍ର ମହାପାତ୍ରଙ୍କ ଦେଶାସରୋଧକ ସଙ୍ଗୀତ ବିନ୍ଦେ ଉତ୍କଳ ଜନନା ରୁ ଗୃହାତ ହୋଇଛି । ଏଥିରେ କବି ଉତ୍କଳ ଜନନୀଙ୍କର ଅରଣ୍ୟ ଓ ପର୍ବତମାଳାର ଶୋଭାକୁ ଛନ୍ଦାୟିତ ଭାବରେ ପରିପ୍ରକାଶ କରିଛନ୍ତି । ଆମ ଉତ୍କଳ ପ୍ରଦେଶ ଉପକୂଳ ପ୍ରାକୃତିକ ପରିବେଶରେ ସୁଶୋଭିତ । ଏହାର ବିସ୍ତୀର୍ଣ୍ଣ ଅଞ୍ଚଳ ନିଘଞ୍ଚ ଅରଣ୍ୟାନୀଦ୍ଵାରା ଆଚ୍ଛାଦିତ । ଏହି ବନଭୂମି ଶାଳ, ପିଆଶାଳ, ଅସନ, କୁରୁମ, ଶିଶୁ, କେନ୍ଦୁ, ଆମ୍ବ, ଚାକୁଣ୍ଡା, ବର, ଓସ୍ତ, ଗମ୍ଭାରି, ନିମ ଆଦି ଦ୍ରୁମଦ୍ୱାରା ପରିପୂର୍ଣ୍ଣ । ପୁନଶ୍ଚ ଏହି ବନରେ ବାସକରନ୍ତି ବାଘ, ଭାଲୁ, ହାତୀ, ହରିଣ, ଝିଙ୍କ, ଠେକୁଆ, ସମ୍ବର, କୁଟୁରା ଆଦି ପ୍ରାଣୀମାନେ ।
ନାନାଜାତିର ପଶୁ ସାଙ୍ଗକୁ ମୟୂର, କୋଇଲି, କେଚିଳାଖାଇ, ଶୁଆ, ସାରୀ ଆଦି ପକ୍ଷୀମାନେ ମଧ୍ୟ କରନ୍ତି ବହଳ ଗଛ ସାଙ୍ଗକୁ ପଶୁପକ୍ଷୀଙ୍କର ଲୀଳାଖେଳା ଦର୍ଶକକୁ ବିମୋହିତ କରେ । ଉତ୍କଳର ସ୍ଥାନେ ସ୍ଥାନେ ଦେଖାଦିଏ’ ସବୁଜବୃକ୍ଷ । ଆଚ୍ଛାଦିତ ଢଙ୍ଗ ପର୍ବତମାଳା । ସେହି ପର୍ବତମାଳା ଦୂରରୁ ମନୋରମ ଦେଖାଯାଏ । ଛୋଟବଡ଼ ପାହାଡ଼ଗୁଡ଼ିକ ପାଖକୁ ପାଖ ସଜେଇ ହେଲାଭଳି ରହିଥା’ନ୍ତି । ସମୁଦ୍ର ମଧ୍ୟରେ ଉତ୍ତାଳ ତରଙ୍ଗ ଯେପରି ଦେଖାଯାଏ, ଏହି ନୀଳ ପର୍ବତଗୁଡ଼ିକ ସେହିପରି ଦେଖାଯା’ନ୍ତି । କବି ଉତ୍କଳର ଶୋଭାକୁ ଯଥାର୍ଥ ଭାବରେ ବର୍ଣ୍ଣନା କରିବାକୁ ଯାଇ ଏହାର ଅତି ଘଞ୍ଚ ବନପ୍ରଦେଶ ଓ ପର୍ବତମାଳାର, ରୂପକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । କରିଙ୍କର ଉପସ୍ଥାପନା କ। ବ୍ୟାକଚ ଓ ମନୋଜ୍ଞ ହୋଇପାରିଛି।
Question ୧୬ ।
ସୁନ୍ଦରଶାଳି – ମୁଶୋଭିତ – କ୍ଷେତ୍ରା
ଞ୍ଜାନବିଜ୍ଞାନ – ପ୍ରଦର୍ଶିତ – ନେତ୍ରା
Answer:
ସୁନ୍ଦରଶାଳି …………………. ପ୍ରଦର୍ଶିତ ନେତ୍ରା
ଉକ୍ତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି । ଏଠାରେ କବି ପ୍ରିୟ ଜନ୍ମଭୂମି ଉତ୍କଳ ଶସ୍ୟଶୋଭିତ ସୁନ୍ଦର କ୍ଷେତ୍ର ଏବଂ ଜ୍ଞାନବିଜ୍ଞାନରେ ମହିମାନ୍ବିତ ହୋଇଥିବା କଥା ଉଲ୍ଲେଖ କରିଛନ୍ତି ।
ଓଡ଼ିଆପୁଅର ମୂଳ ଖାଦ୍ୟ ହେଉଛି ଭାତ । କୃଷକ ପଖାଳ କଂସାରେ ତା’ର ଉଦର ପୂରଣ କରେ । କାରଣ ଧାନ ହେଉଛି ଉତ୍କଳର ପ୍ରଧାନ ଫସଲ । ଏଠାରେ ଦିଗସ୍ତବିସ୍ତାରି ଶସ୍ୟକ୍ଷେତ୍ର ଦେଖାଯାଏ । ଶରତ ଋତୁରେ ଚାରିଆଡ଼େ ଧାନକ୍ଷେତ୍ରର ସବୁଜିମା ନୟନ ମନକୁ ହରଣ କରିନିଏ । ପୁଣି ସେହି ସବୁଜକ୍ଷେତ୍ର ଶୀତଋତୁରେ ସୁବର୍ଷବର୍ଷ ଧାରଣ କରି କେବଳ କୃଷକକୁ ହିଁକି ଯେକୌଣସି ଦର୍ଶକକୁ ପ୍ରାଣଭରା ଆନନ୍ଦ ଦିଏ । କବି ଏଠାରେ ଏକ ବିଶେଷଧରଣର ଶାଳିଧାନ କଥା ସୂଚାଇ ଅଛନ୍ତି। କୂଳ ଭୂମିର ସନ୍ତାନମାନେ ଜ୍ଞାନ ଓ ବିଜ୍ଞାନରେ ଅଧିକ ପାରଙ୍ଗମ । ଏହାକୁ ବୁଝାଇବାକୁ ଯାଇ କବି କହିଛନ୍ତି, ଉତ୍କଳ ଜନନୀଙ୍କ ନତ୍ରରୁ ପ୍ରକାଶିତ ହେଉଛି ଜ୍ଞାନାଲୋକ ଓ ବିଜ୍ଞାନର ଅପୂର୍ବ ଜ୍ୟୋତି I କବିଙ୍କର ଏଭଳି କହିବାର ଉଦ୍ଦେଶ୍ୟ ହେଉଛି, ଏହି ପବିତ୍ର ଉତ୍କଳ ମାଟିରେ ଜନ୍ମ ନେଇଛନ୍ତି ଅନେକ ଜ୍ଞାନୀ ଓ ବିଜ୍ଞାନୀ । ସେମାନେ ଜ୍ଞାନ ଓ ବିଜ୍ଞାନ ବଳରେ କାଳଜୟୀ କୃତିତ୍ଵ ହାସଲ କରିଛନ୍ତି। କବିଙ୍କର ଏଭଳି ବର୍ଣ୍ଣନା ଉତ୍କଳ ଜନନୀ ପାଇଁ ଯଥାର୍ଥ ମନେହୁଏ।
Question ୧୭ ।
ଉତ୍କଳ ଶୂରବର-ଦର୍ପିତ ଗେହା,
ଅରିକୂଳ – ଶୋଣିତ – ଚର୍ଚ୍ଚିତ – ଦେହା,
Answer:
ଉତ୍କଳ ଶ୍ଵରବର ……………….. ଚର୍ଚିତ ଦେହା
ଶଂସିତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ଦେଶାତ୍ମବୋଧକ କବିତାରୁ ଗୃହୀତ ହୋଇଛି । ଏଠାରେ କବି ଉତ୍କଳ ଜନନୀକୁ ବୀରପ୍ରସବିନୀ ଗୌରବରେ ଗୌରବାନ୍ବିତ କରିବାକୁ ଚାହିଁଛନ୍ତି । ଉତ୍କଳ ହେଉଛି ବୀରମାଟି । ଏଠାରେ ଜନ୍ମ ନେଇଛନ୍ତି ଶୌର୍ଯ୍ୟବନ୍ତ ଓ ବୀର୍ଯ୍ୟବନ୍ତ ବୀରମାନେ । ସେମାନଙ୍କର ବୀରତ୍ଵ ଓ ଗରିମା ସମଗ୍ର ଭାରତବର୍ଷରେ ପରିଚିତ ଓ ପ୍ରଚାରିତ । ତେଣୁ କବି ଉତ୍କଳଭୂମିକୁ ବୀରଶ୍ରେଷ୍ଠମାନଙ୍କର ଗୃହ ବୋଲି କହିଛନ୍ତି । ସେହି ବୀରମାନଙ୍କୁ ନେଇ ସେ ଗୌରବବିମଣ୍ଡିତା । ଅସଂଖ୍ୟ ଶତ୍ରୁଙ୍କୁ ସେହି ବୀରସନ୍ତାନଗଣ ବିନାଶ କରିଛନ୍ତି । ଯେଉଁମାନେ ମ୍ଭର ସହିତ ଶତ୍ରୁମାନଙ୍କୁ ସମ୍ମୁଖୀନ ହୋଇଛନ୍ତି ଏବଂ ସେମାନଙ୍କୁ ବିନାଶ କରିଛନ୍ତି । ଏଠାରେ କବି ଉତ୍କଳର ଐତିହ୍ୟ ସୂଚିତ କରି, ଉତ୍କଳବାସୀଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବାକୁ ଚାହିଁଛନ୍ତି ।
Answer:
ଟ୍ୟକାର, ଗାଳ୍ପିକ, ପ୍ରାବନ୍ଧିକ ଓ ପତ୍ରିକା ସମ୍ପାଦକ । ବ୍ୟଙ୍ଗକବି ଭାବରେ ଓଡ଼ିଆ ସାହିତ୍ୟରେ ସେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ସେ ସ୍ଵଚ୍ଛଳ ଜମିଦାର ପରିବାରର ଦାୟଦ ହୋଇ ଉଚ୍ଚଶିକ୍ଷା ଲାଭ କରିଥିଲେ ବି ଆଜୀବନ ରୋଗବ୍ୟାଧ ତାଙ୍କ
‘ତିଷ୍ଠ ହେବା କାରଣରୁ ନିଜକୁ ଅତି ଅସହାୟ ମନେକରିଥିଲେ । ତଥାପି ଜୀବନସାରା ସାହିତ୍ୟ ସାଧନରେ ନିଜକୁ ସେ ହଜାଇ ଦେବାକୁ ଚାହିଁଥିଲେ । ତାଙ୍କଦ୍ୱାରା ରଚିତ ‘ଜାତୀୟ ସଙ୍ଗୀତ’, ‘ଜୀବନ ସଙ୍ଗୀତ’, ‘ଚଟକ ଚନ୍ଦ୍ରହାସ ଚମ୍ପୂ’ ତାଙ୍କ କବି ପ୍ରତିଭାର `ଳିଷ୍ଠ ସ୍ଵାକ୍ଷର । ‘ସେ ‘ଶରଦ୍ରାସ’, ‘କଣ୍ଠ’, ‘କାଳୀୟ ଦଳନ’ ପ୍ରଭୃତି ଅନେକ ପୌରାଣିକ ନାଟକ ରଚନା କରିଥିଲେ ।
କଥାକାର ଭାବରେ ‘କଣାମାମୁ’ ଉପନ୍ୟାସ ଓ ‘ବୁଢ଼ାଶଙ୍ଖାରି’ ଭଳି ଗଳ୍ପ ତାଙ୍କ ପ୍ରତିଭାର ଯଥାର୍ଥ ପ୍ରମାଣ । ତାଙ୍କର ଦେଶାତ୍ମବୋଧକ କବିତାଗୁଚ୍ଛ ‘ଜାତୀୟ ସଙ୍ଗୀତ’ର ପ୍ରଥମ କବିତା ‘ବନ୍ଦେ ଉତ୍କଳ ଜନନୀ’ । ସଂଗ୍ରାମୀ ପରିବାରର ଦାୟାଦ ଭାବରେ ସେ ମାତୃଭୂମିକୁ ଅତ୍ୟନ୍ତ ଭଲ ପାଉଥିଲେ । ତାଙ୍କ ଦୃଷ୍ଟିରେ ତାଙ୍କର ମାତୃଭୂମି ଅନନ୍ୟା ଓ ଅତୁଳନୀୟା । ଉତ୍କଳ ଜନନୀର ବିମୋହିତ ଛବିକୁ ସେ ସ୍ବଚକ୍ଷୁରେ ଦେଖୁଛନ୍ତି । ତାଙ୍କ ମାନସପଟରେ ଭାସିଉଠିଛି, ମାତୃଭୂମିର ଅନିନ୍ଦ୍ୟ ରୂପ । ଉତ୍କଳ ଜନନୀର ଭୁବନମୋହିନୀ ରୂପଶୋଭା, ହୃଦୟସ୍ପର୍ଶୀ ଭୌଗୋଳିକ ସ୍ଥିତି କବିଙ୍କ ମନରେ ସୃଷ୍ଟି କରିଛି ଉଚ୍ଚାଟିତ ଭାବ । ତାଙ୍କର ସେହି ଭାବକୁ ପ୍ରୀତି ଅର୍ଘ୍ୟଭାବରେ ସେ ଜଣାଇ ଦେଇଛନ୍ତି ।
କବିଙ୍କ ଦୃଷ୍ଟିରେ ଉତ୍କଳ ହେଉଛି ଚାରୁହାସ୍ୟମୟୀ ଅର୍ଥାତ୍ ଉତ୍କଳ ଜନନୀର ହସ ଖୁବ୍ ସୁନ୍ଦର । ତାଙ୍କର ବାଣୀ ମଧ୍ୟ ମଧୁର । ପବିତ୍ର ପୟୋଧ ତାଙ୍କର ଶରୀରକୁ ସଦାବିଧୌତ କରି ପବିତ୍ରୀକୃତ କରିଛି । ସାଗରର ତୀରେ ତୀରେ ଲମ୍ବିଯାଇଛି ତାଳ ଓ ତମାଳ ଭଳି ସୁଦୃଶ୍ୟ ବୃକ୍ଷଶ୍ରେଣୀ । କେତେ କେତେ ସୁନିର୍ମଳ ସ୍ରୋତସ୍ଵିନୀ ପ୍ରବାହିତ ହେଉଛନ୍ତି ଉତ୍କଳ ଜନନୀ ଶରୀରରେ । ସେହି ତଟିନୀର ତରଙ୍ଗାୟିତ ଜଳରୁ ବାଷ୍ପ ଗ୍ରହଣ କରି ସମୀରଣ ହୋଇଛି ସୁଶୀତଳ । ଉତ୍କଳର ଏହି ପ୍ରାକୃତିକ ଶୋଭା ଦେଖାଇ । କବି ଲେଖୁଛନ୍ତି –
‘ପୂତ-ପୟୋଧ-ବିଧୌତ-ଶରୀରା,
ତାକତମାଳ – ସୁଶୋଭିତ – ତାରା
ଶୁଭ୍ର – ତଟିନା – ତ୍କଳ – ଶାଙ୍କର – ସମାରା
ଜନନୀ, ଜନନୀ, ଜନନୀ ।’’
ଉତ୍କଳ ଜନନୀ ଧାରଣ କରିଛି ଘନଘନ ବନରାଜି । ଘଞ୍ଚ ଅରଣ୍ୟରେ ସେ ସବୁଜଶ୍ରୀ ଧାରଣ କରିଛି । ସ୍ଥାନେ ସ୍ଥାନେ ରହିଛି ତରଙ୍ଗାୟିତ ନୀଳ ଭୂଧରମାଳା । ସୁନ୍ଦର ପକ୍ଷୀମାନଙ୍କର କାକଳି ବା କଳଧ୍ଵନିରୂପକ ସଙ୍ଗୀତରେ ଭୂଭାଗ ହେଉଛି ମୁଖରିତ । ଦିଗନ୍ତବିସ୍ତାରି ଶାଳିଧାନର କ୍ଷେତରେ ସୁଶୋଭିତ ଜନନୀ ଅନ୍ନପୂର୍ଣ୍ଣା ସଦୃଶ ଖାଦ୍ୟର ଭଣ୍ଡାର ଖୋଲିଦେଇଛି । ତା’କୋଳରେ ଜୀବନଧାରଣ କରିଥିବା ସନ୍ତାନମାନଙ୍କର ଉଦର ପ୍ରତିପୋଷଣର ସେ ହୋଇଛି କାରଣ । ଜନନୀର ଉନ୍ନୀଳିତ ନେତ୍ରରେ ରହିଛି ଜ୍ଞାନ ଓ ବିଜ୍ଞାନର ଦୃଷ୍ଟିଭଙ୍ଗୀ । ଏଠାରେ ରହିଛନ୍ତି ଊଟଜବାସୀ ଯୋଗୀଋଷି । ସେମାନଙ୍କ କଣ୍ଠରୁ ସ୍ଫୁରିତ ବେଦଧ୍ଵନିରେ ଏ ମାଟି ହୋଇଛି ପବିତ୍ର ।
ଉତ୍କଳ ହେଉଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାଳିନୀ । ସେହି ମନ୍ଦିର ଗାତ୍ରରେ ଉତ୍କଳର ଶିଳ୍ପୀମାନଙ୍କର ବୈଶିଷ୍ଟ୍ୟ ପ୍ରତିଫଳିତ ପାବନ ତୀର୍ଥଭୂମିରେ ଉତ୍କଳ ପରିପୂର୍ଣ୍ଣ । ଉତ୍କଳରେ ବହୁ ଶୂରବୀର ଜନ୍ମ ନେଇଛନ୍ତି । ସେମାନେ ଶତ୍ରୁକୁ ପଦାନତ କରି ଉତ୍କଳ ମାଟିକୁ କରିଛନ୍ତି ଗୌରବ ବିମଣ୍ଡିତା । ସମଗ୍ର ବିଶ୍ବରେ ଉତ୍କଳ ବୀରମାନଙ୍କ ଶୌର୍ଯ୍ୟର ରହିଛି ପ୍ରମାଣ କବିଙ୍କ ଭାଷାରେ –
‘ଉତ୍କଳ ଶୂରବର-ଦର୍ପିତ ଗେହା,
ଅଟିକୁଳ – ଶୋଣିତ – ଚର୍ଚିତ – ଦେହା
ବିଶ୍ୱଭୂମଣ୍ଡଳ – କୃତବର – ସ୍ନେହା
ଜନନୀ, ଜନନୀ, ଜନନୀ ।’’
ଉତ୍କଳ ଜନନୀ ଜନ୍ମ ଦେଇଛ ଅନେକ କାଳଜୟୀ କବିଙ୍କୁ । ସେହି କବିମାନେ ଜନନୀର ସୁଯୋଗ୍ୟ ସନ୍ତାନ ଭାବରେ ମାତୃଭୂମିର ବନ୍ଦନା ଗାନ କରିଛନ୍ତି । ତାଙ୍କର ସେହି କବିକୃତି ହୋଇଛି ଅନିନ୍ଦ୍ୟ କୀର୍ତି । ତାଙ୍କୁ ଦେହରେ ଧାରଣ କରି ଉତ୍କଳ ଜନନୀ ହୋଇଛି ଧନ୍ୟା, ପୂଣ୍ୟା ଓ ଚରଶରଣା । କବିତାଟିରେ କବି ଉତ୍କଳ ଜନନୀର ଅନିନ୍ଦ୍ୟ ରୂପଶୋଭା, ଐତିହ୍ୟ ଓ ଐଶ୍ବର୍ଯ୍ୟକୁ ଯଥାର୍ଥଭାବରେ ବର୍ଣ୍ଣନା କରିଛନ୍ତି ।
Answer:
‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ସେ ତାଙ୍କର ସାରସ୍ବତ ସୃଷ୍ଟିରେ ଉତ୍କଳ ଜାତୀୟ ଜୀବନ, ସାମାଜିକ ରୀତିନୀତି ଓ ସାଂସ୍କୃତିକ ଅପରୂପକୁ ଯଥାର୍ଥ ଭାବରେ ଦେଖାଇଛନ୍ତି । ନିଜର କାନ୍ତକୋମଳ ବଜାୟ ରଖୁଛନ୍ତି । ତାଙ୍କଦ୍ୱାରା ରଚିତ ‘ଜୀବନ ସଙ୍ଗୀତ’ରେ କବି ନିଜର ଦାର୍ଶନିକ ଓ ଭାସ୍ତିକ ଭାବକୁ ଉପସ୍ଥାପନ କରିଛନ୍ତି । କବି ଜନ୍ମଭୂମି ପ୍ରତି ତାଙ୍କ ହୃଦୟରେ ରହିଥିବା ଅନାବିଳ ଭାବକୁ ଦେଖାଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ସେହି କବିତାଗୁଛ ପ୍ରଥମ କବିତା ଏବଂ କବିତାର ଛତ୍ରେ ଛତ୍ରେ କବି ଏହି ଉତ୍କଳ ଜନନୀର ବିଶେଷତ୍ଵକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କର ‘ଜାତୀୟ ସଙ୍ଗାତ’ କବିତାଗୁଚ୍ଛରେ ୩୩ଟି ମାତୃଭୂମି ପ୍ରଙ୍ଗସାମ୍ନାକ କବିତା ରହିଛି। ସବୁଥିରେ ଜନ୍ମଭୂମିର ଚନ୍ଦନା ଗାନ କରି କବି ଜନ୍ମଭୂମି ପ୍ରତି ତାଙ୍କ ହୃଦୟରେ ରହିଥିବା ଅନାବିଳ ଭାବକୁ ଦେଖାଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ସେହି କବିତାଗୁଛର ପ୍ରଥମ କବିତା ଏବଂ କବିତାର ଛତ୍ରେ ଛତ୍ରେ କବି ଏହି ଉତ୍କଳ ଜନନୀର ବିଶେଷତ୍ଵକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ।
ଜନନୀ ଜନ୍ମଦିଏ, ମାତ୍ର ଜନ୍ମଭୂମି ସନ୍ତାନର ବଞ୍ଚିବାର କାରଣ ହୁଏ । ଜନନୀ ସ୍ଵଳ୍ପକାଳ ପାଇଁ ସନ୍ତାନକୁ କ୍ଷୀର ଦେଇଁ ଅପତ୍ୟ ସ୍ନେହରେ ଲାଳନ ପାଳନ କରେ; ମାତ୍ର ମାତୃଭୂମି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସନ୍ତାନକୁ ତା’ର କୋଳରେ ଧରିରଖେ । ଜନ୍ମଭୂମିର ମାଟି, ପାଣି, ପବନରେ ସେ ବର୍ଜିତ ହୁଏ, ପରିପୁଷ୍ଟ ହୁଏ । ତୁଳନାତ୍ମକ ଭାବରେ ଦେଖୁଲେ ମାତାଠାରୁ ମାତୃଭୂମିନ୍ ମହତ୍ତ୍ଵ ଅଧିକ । ମାତାଠାରୁ ମାତୃଭୂମି ଗରୀୟସୀ । କବିଙ୍କ ମନରେ ମାତୃଭୂମି ପ୍ରତି ଏହି ଭାବ ବଳବତ୍ତର ହୋଇଛି । ତାଙ୍କର ବିଚାରରେ ମାତୃଭୂମି ତା’କୋଳରେ ଜନ୍ମନେଇ ବଢ଼ିଥିବା ସନ୍ତାନମାନଙ୍କ ପାଇଁ କେତେ ଯେ ମହାନ୍, ତାହା ପ୍ରକାଶ କରି ହେବ ନାହିଁ । ତେଣୁ କବିତାରେ କବି ମାତୃଭୂମିର ବନ୍ଦନା ଗାନକରି ତାହାର ଅସାମାନ୍ୟତାକୁ ସୂଚାଇ ଅଛନ୍ତି ।
କବି ମାତୃଭୂମିର ପ୍ରଶଂସା ଗାନ କରି କହିଛନ୍ତି, ଉତ୍କଳ ଜନନୀ ହେଉଛି ଚାରୁହାସ୍ୟମୟୀ । ତା’ର ନଭ, ଜଳ, ସ୍ଥଳରେ ହସ ହସ ମନୋମୁଗ୍ଧକର ଭାବ ଦେଖିବାକୁ ମିଳେ । ସେହି ହସ ହସ ଦୃଶ୍ୟକୁ ଦେଖୁ ଦର୍ଶକ ମନରେ ଅପାର ଆନନ୍ଦ ସୃଷ୍ଟି ହୁଏ । ସେ ମଧ୍ଯ ଚାରୁ ଭାଷମୟୀ । ତାହାର ଭାଷା ଅତ୍ୟନ୍ତ ମଧୁର । ସେହି ଭାଷା ଶ୍ରୋତା ମନରେ ଅମୃତମୟ ଭାବ ସୃଷ୍ଟି କରେ । ଉତ୍କଳର ଗାତ୍ର ହେଉଛି ପବିତ୍ର । ସେହି ପବିତ୍ର ଗାତ୍ରକୁ ଆହୁରି ପବିତ୍ର କରେ ମହୋଦଧୂର ଜଳରାଶି । ତାହାର ସାଗର ତୀରରେ ଶୋଭାପାଉଛି ତାଳ ତମାଳ ବୃକ୍ଷରାଜି । ଉତ୍କଳ ଭୂମିରେ ପ୍ରବାହିତ ହେଉଛି ନିର୍ମଳ ସ୍ରୋତ ବିଶିଷ୍ଟ ସ୍ରୋତସ୍ଵିନୀ । ସେହି ସ୍ରୋତସ୍ବିନୀ ଜଳକୁ ସ୍ପର୍ଶକରି ପ୍ରବାହିତ ହେଉଥିବା ମୃଦୁସମୀର ଶୀତଳତାର ସ୍ପର୍ଶ ଦେଇଥାଏ । ଶୀତଳ ସମୀରରେ ପ୍ରାଣ ଶୀତଳ ହେଲାଭଳି ଅନୁଭବ ହୁଏ ।
କବିଙ୍କ ମାତୃଭୂମିର ଅଙ୍ଗେ ଅଙ୍ଗେ ଭରିରହିଛି ନିଘଞ୍ଚ ବନରାଜି । ନୀଳ ପର୍ବତମାଳା ସମତଳଭୂମି ଉପରେ ଏପରି ଭାବରେ ଦଣ୍ଡାୟମାନ ହୋଇଛି, ଯାହାକୁ ଦେଖିଲେ ସମୁଦ୍ରର ଜଳରାଶି ଉପରେ ଉତ୍ତ ନୀଳ ତରଙ୍ଗର ଭ୍ରମ ସୃଷ୍ଟି ହେଉଛି । ସେଥିରେ ପୁଣି ସୁନ୍ଦର ସୁନ୍ଦର ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ମୁଖରିତ ହେଉଛି । କବିଙ୍କ ଭାଷାରେ-
ଘନଘନ ବନଭୂମି ରାଜିତ ଅଙ୍ଗେ,
ନ।ଳ ଭୂଧରମାଳା ସାଜେ ତରଙ୍ଗେ ,
କଳଳକ ମୁଖରିତ ଚାରୁ ଗିହଙ୍ଗେ,
ଜନନୀ, ଜନନୀ, ଜନନୀ ।’’
ଜନ୍ମଭୂମିର ପ୍ରଶଂସା ଗାନକରି କବି କହିଛନ୍ତି, ଦିଗନ୍ତବିସ୍ତାରି କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଉତ୍କଳ ଜନନୀ ଜ୍ଞାନବିଜ୍ଞାନ ନେତ୍ର ବିଶିଷ୍ଟ । ଅନେକ କୃତୀ ସନ୍ତାନଙ୍କର ସେ ଜନ୍ମଦାତ୍ରୀ । ସେଥିରେ ପୁଣି ରହିଛି ଯୋଗୀ ଋଷିଙ୍କର ଉଟଜ । ସେହି ଯୋଗୀ ଋଷିଙ୍କର ମନ୍ତ୍ରଧ୍ଵନିରେ ପରିବେଶ ହୋଇଛି ମୁଗ୍ଧ । ଉତ୍କଳଭୂମିର ବହୁସ୍ଥାନରେ ରହିଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର । ସୂକ୍ଷ୍ମ କଳାସମୂହଦ୍ଵାରା ସେଗୁଡ଼ିକ ସୁଶୋଭିତ । ଏହିଭୂମି ପୁଣ୍ୟତୀର୍ଥ ସମୂହରେ ପରିପୂର୍ଣ୍ଣ ।
ଉତ୍କଳ ଶୂରବୀରମାନଙ୍କ ଭୂଖଣ୍ଡ ଭାବରେ ସାରା ବିଶ୍ବରେ ପରିଚିତ । ଶତ୍ରୁକୁଳର ରକ୍ତରେ ଏହା ରଞ୍ଜିତ । ଏଥିରେ ଜନ୍ମ ନଇଛନ୍ତି ଅନେକ ଯଶସ୍ବୀ କବି । ଯାହାଫଳରେ ଉତ୍କଳ ଜନନୀ ହୋଇଛି ଧନ୍ୟା, ପୁଣ୍ୟା ଓ ଚିରଶରଣ୍ୟା । କବି ଏଠାରେ ନିଜର ମାତୃଭୂମି ମହନୀୟତା ବଖାଣି ବସିବା ସହିତ ତାହାର ଜୟଗାନ ଓ ବନ୍ଦନା କରିବାକୁ ପ୍ରକାରାନ୍ତରେ ପ୍ରେରଣା ଦେଇଛନ୍ତି କବିଙ୍କର ଏଭଳି ଚିନ୍ତାଧାରା, ତାଙ୍କର ଜନ୍ମଭୂମି ପ୍ରୀତିର ପରିଚୟ ଦେଇଥାଏ
Answer:
କବି ସଦାସର୍ବଦା ନିଜର ମାଟି ଓ ମାତୃଭୂମି ପ୍ରତି ଅନୁରାଗୀ । ସାହିତ୍ୟ ସମାଜର ମୁକୁର । ସମାଜକୁ ଉପେକ୍ଷା କରି ସେ ସାହିତ୍ୟ ସୃଷ୍ଟି କରିପାରେନା । ପରିବେଶ, ପରିସର ଓ ପ୍ରକୃତି ତା’ ଚିନ୍ତା-ରାଜ୍ୟକୁ ସଦା ଆବୋରି ବସିଛି । ଫଳରେ ସମାନଙ୍କୁ ନେଇ ଚିନ୍ତାକରିବା ତା’ ପକ୍ଷରେ ସ୍ବାଭାବିକ ହୋଇପଡ଼େ । ଜନ୍ମଭୂମିର ରୂପ ତା’ପାଇଁ ହୁଏ ମନୋରମ ଭାବବିମୁଗ୍ଧ କାରକ । ମାତୃଭୂମି ପ୍ରତି ରହିଥିବା ଗଭୀର ଆନ୍ତରିକତା ଓ ମମତାବୋଧକୁ ସେ ଯଥାର୍ଥଭାବେ ସଂଯୋଜିତ କରିବସେ କବିତା ଆକାରରେ । ମାତୃଭୂମି, ଜନ୍ମମାଟି ତା’ର ଐତିହ୍ୟ ଓ ଅନାଗତ ଭବିଷ୍ୟତ ସ୍ରଷ୍ଟା ମାନସର ମସୃଣ ଫଳକରେ ପ୍ରତିବିମ୍ବିତ ହୁଏ । ଫଳସ୍ବରୂପ ମାଟିର କଥା, ଜାତିର କଥାକୁ ସେ କେବଳ ଚିନ୍ତା କରେ ନାହିଁ ବରଂ ସେ ଜାତିର ଅତୀତ ଭବିଷ୍ୟତକୁ ନିରୀକ୍ଷଣ କରେ । ତା’କୁ ନେଇ ସେ ସୃଷ୍ଟିକରେ ଜାତୀୟତାବାଦୀ କବିତା ।
‘ବନ୍ଦେ ଉତ୍କଳ ଜନନୀ’ର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ଉତ୍କଳର ଅତୀତ ଓ ତତ୍କାଳୀନ ସ୍ଥିତିକୁ ସେ ଭଲଭାବରେ ଅନୁଭବ କରିଥିଲେ । ପୁନଶ୍ଚ ତତ୍କାଳୀନ ରାଜନୈତିକ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ ସେ ମୟରେ ଭାଷାଭିତ୍ତିକ ଉତ୍କଳି ପ୍ରଦେଶ ଗଠନ କରି ବାପାଇଁ ଉତ୍କଳ ସମ୍ମିଳନା ମାଧ୍ୟମରେ ଉତ୍କଳୀୟଙ୍କ ମନରେ ଜାତୀୟ ତ।ବୋଧ ସୃଷ୍ଟି କରିବାକୁ ଚାହିଁଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ୧୯୧୨ ମସିହାରେ ଏହି କବିତାଟିକୁ ରଚନା କରି ଉତ୍କଳ ସମ୍ମିଳନୀ ଧୂବେଶନରେ ଗାନ କରାଇବାର ଯୋଜନା କରିଥିଲେ । ଏହି କବିତା ଗାନପରେ କବିତାର ସମୟୋପଯୋଗୀ ଉପସ୍ଥାପନା ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଏହାର ବିଶେଷତାକୁ ଅନୁଭବ କରି ପରବର୍ତ୍ତୀ ସମୟରେ ୨୦୨୦ ମସିହାରେ ଓଡ଼ିଶା ସରକାର ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଥିଲେ ।
କବିତାର ପ୍ରଥମ ପର୍ଯ୍ୟାୟରେ କବି ନିଜ ମାତୃଭୂମିର ବିଶେଷତାକୁ ବିଶେଷ ଭାବରେ ଦେଖାଇଛନ୍ତି । ତାଙ୍କ ବିଚାରରେ ଉତ୍କଳ ହେଉଛି ଚାରୁ ହାସମୟୀ ଓ ଚାରୁ ଭାଷମୟୀ । ଅର୍ଥାତ୍ ଏହାର ପ୍ରାକୃତିକ ଶୋଭା, ଐତିହ୍ୟ ଯେପରି ସମସ୍ତଙ୍କ ମନରେ ଉଲ୍ଲସିତ, ଉତ୍ଫୁଲ୍ଲିତ ଭାବ ସୃଷ୍ଟିକରେ । ଏହାକୁ ଯେକୌଣସି ଦୃଷ୍ଟିରୁ ଦେଖିଲେ ମନରେ ପୂରିଯାଏ ହସର ଉଲ୍ଲାସ । ମାତୃଭୂମିର ପ୍ରାକୃତିକ ରୂପ ଯେପରି ହସର କାରଣ ହୋଇଯାଏ । ପୁନଶ୍ଚ ଏହାର ଭାଷା ମଧ୍ୟ ଅତ୍ୟନ୍ତ ମଧୁର । କବି ଜନନୀକୁ ଏହିଭଳି ସମ୍ବୋଧନ କରି ନିଜର ମାତୃଭୂମିମନସ୍କ ବିଚାରବୋଧକୁ ସୂଚାଇ ଦେଇଛନ୍ତି ।
ଉତ୍କଳ ହେଉଛି ପବିତ୍ର ଭୂଖଣ୍ଡ । ପବିତ୍ର ମହୋଦଧୂ ଏହାକୁ ସଦାସର୍ବଦା ବିଧୌତ କରୁଛି । ତା’ର ତୀରବର୍ତ୍ତୀ ଅଞ୍ଚ ତାଳ ତମାଳ ବୃକ୍ଷରାଜିରେ ସୁଶୋଭିତ । ତା’ଦେହରେ ପ୍ରବାହିତ ହେଉଛି ନିର୍ମଳ ଜଳ ବିଶିଷ୍ଟ ସ୍ରୋତସ୍ଵିନୀ । ସେହି ନଦୀଜଳ ସ୍ପର୍ଶରେ ମୃଦୁ ସମୀରଣ ହେଉଛି ସୁଶୀତଳ । ଏହି ମାଟିରେ ରହିଛି ଘନବନାନୀ ଓ ତରଙ୍ଗାୟିତ ଶୋଭା ଧାରଣ କରିଥିବା ନୀ ଭୂଧରମାଳା । ପୁନଶ୍ଚ ଏହାର ବିସ୍ତୃତ କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଜ୍ଞାନ ଓ ବିଜ୍ଞାନଦ୍ୱାରା ସମୁଜ୍ଜ୍ବଳ ନେତ୍ର ବିଶିଷ୍ଟ ଅନେକ କୃତି ସନ୍ତାନ ଏଥିରେ ଜନ୍ମ ନେଇଛନ୍ତି । ଯୋଗୀ ଋଷିଙ୍କର ଯୋଗସାଧନା ଓ ମନ୍ତ୍ରଧ୍ଵନି ଏହି ମାଟିକୁ କରିଛି ମନ୍ତ୍ରମୁଗ୍ଧ କବି ଏହାକୁ ବିଚାର କରି ଲେଖିଛନ୍ତି –
ସୁନ୍ଦରଶାଳି – ସୁଗୋଭିତି – କ୍ଷେତ୍ରା,
ଞ୍ଜାନବିଜ୍ଞାନ – ପ୍ରଦର୍ଶିତ – ନେତ୍ରା,
ଯୋଗାରଷିଗଣ – ଭାଟଜ – ପରିତ୍ରା,
ଜନନୀ, ଜନନୀ, ଜନନୀ ।’’