10th Class Physical Science (ଭୌତିକ ବିଜ୍ଞାନ) - Chapter 1 ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ All Question With Answer

↓ Question & Answer ↓

Question 1.

ନିମ୍ନରେ ଦର୍ଶାଯାଇଥ‌ିବା ରାସାୟନିକ ପ୍ରତିକ୍ରିୟା ସମ୍ବନ୍ଧରେ କେଉଁ ଉକ୍ତିଗୁଡ଼ିକ ଠିକ୍ ନୁହେଁ ?
2PbO (s) + C(s) → 2Pb(s) + CO2 (g)
(a) ଲେଡ୍ (Pb) ବିଜାରିତ ହେଉଛି ।
(b) କାର୍ବନ୍ ଡାଇଅକ୍‌ସାଇଡ୍ (CO2) ଜାରିତ ହେଉଛି
(c) କାର୍ବନ୍ (C) ଜାରିତ ହେଉଛି
(d) ଲେଡ୍ ଅକ୍‌ସାଇଡ୍ (PbO) ବିଚ୍ଚାରିତ ହେଉଛି
(i) (a) ଓ (b)
(ii) (a) ଓ (c)
(iii) (a), (b) ଓ (c)
(iv) ସମସ୍ତ ରକ୍ତ୍ରି
Answer:

(i) (a) ଓ (b)


🗨
Question 2.

Fe2O3 + 2Al → Al2O3 + 2Fe
ଉପରେ ଦିଆଯାଇଥ‌ିବା ରାସାୟନିକ ପ୍ରତିକ୍ରିୟାଟି ଏକ
(a) ସଂଶ୍ଳେଷଣ ପ୍ରତିକ୍ରିୟା
(b) ଦ୍ଵୈତ ବିସ୍ଥାପନ ପ୍ରତିକ୍ରିୟା
(c) ବିଘଟନ ପ୍ରତିକ୍ରିୟ
(d) ବିସ୍ଥାପନ ପ୍ରତିକ୍ରିୟା
Answer:
(d) ବିସ୍ଥାପନ ପ୍ରତିକ୍ରିୟା


🗨
Question 3.

ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍‌କୁ ଲୁହାଗୁଣ୍ଡରେ ମିଶାଇଲେ କ’ଣ ଘଟେ ? ଠିକ୍ ଉତ୍ତରରେ ଟିକ୍ (✓ ) ଚିହ୍ନ ଦିଅ
(a) ହାଇଡ୍ରୋଜେନ୍ ଗ୍ୟାସ୍ ଓ ଆଇରନ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।
(b) ହାଇଡ୍ରୋଜେନ୍ ଗ୍ୟାସ୍ ଓ ଆଇରନ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।
(c) କ୍ଲୋରିନ୍ ଗ୍ୟାସ୍ ଓ ଆଇରନ୍ ହାଇଡ୍ରିକସାଇଡ୍ ଉତ୍ପନ୍ନ ହୁଏ ।
(d) ଲୌହ ଲବଣ ଓ ଜଳ ଉତ୍ପନ୍ନ ହୁଏ ।
Answer:

(a) ହାଇଡ୍ରୋଜେନ୍ ଗ୍ୟାସ୍ ଓ ଆଇରନ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।


🗨
Question 4.
ଏକ ସମତୁଲ ରାସାୟନିକ ସମୀକରଣ କ’ଣ ? ରାସାୟନିକ ସମୀକରଣଗୁଡ଼ିକ କାହିଁକି ସମତୁଲ ହେବା ଉଚିତ ?

Answer:
ସମତୁଲ ରାସାୟନିକ ସମୀକରଣ
(i) ଯେଉଁ ରାସାୟନିକ ସମୀକରଣରେ ବାମପାର୍ଶ୍ଵରେ ଥିବା ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟା, ଦକ୍ଷିଣ ପାର୍ଶ୍ଵରେ ଥ‌ିବା ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟା ସହ ସମାନ ହୋଇଥାଏ, ତାହାକୁ ସମତୁଲ ରାସାୟନିକ
(ii)ଡାଲଟନ୍‌ଙ୍କ ପରମାଣୁ ତତ୍ତ୍ବ ଅନୁସାରେ ରାସାୟନିକ ପ୍ରତିକ୍ରିୟା ସମୟରେ ପରମାଣୁଗୁଡ଼ିକର ସୃଷ୍ଟି ହୁଏ ନାହିଁ କିମ୍ବା ବିନାଶ ଘଟେ ନାହିଁ । ଏକ ଅସମତୁଲ ସମୀକରଣରେ ଉଭୟ ପାର୍ଶ୍ଵର ପରମାଣୁଗୁଡ଼ିକର ମୋଟ ବସ୍ତୁତ୍ଵ
(iii) ବସ୍ତୁତ୍ୱ ସଂରକ୍ଷଣ ନିୟମ ଅନୁସାରେ କୌଣସି ଏକ ରାସାୟନିକ ସମୀକରଣ ଉତ୍ପାଦରେ ଥ‌ିବା ମୌଳିକଗୁଡ଼ିକର ମୋଟ ବସ୍ତୁତ୍ଵ ପ୍ରତିକାରକରେ ଥ‌ିବା ମୌଳିକଗୁଡ଼ିକର ମୋଟ ବସ୍ତୁତ୍ବ ସହିତ ନିଶ୍ଚୟ ସମାନ ରହିବ । ମୌଳିକର ମୋଟ ବସ୍ତୁତ୍ଵ ଏହାର ପରମାଣୁ ସଂଖ୍ୟା ଉପରେ ନିର୍ଭର କରୁଥିବାରୁ ରାସାୟନିକ ସମୀକରଣକୁ ସମତୁଲ କରିବାକୁ ପଡ଼ିଥାଏ ।


🗨
Question 5.
ନିମ୍ନଲିଖ ଉକ୍ତିଗୁଡ଼ିକୁ ରାସାୟନିକ ସମୀକରଣରେ ଲେଖୁ ସେଗୁଡ଼ିକ ସମତୁଲ କର ।

ନିମ୍ନଲିଖ ଉକ୍ତିଗୁଡ଼ିକୁ ରାସାୟନିକ ସମୀକରଣରେ ଲେଖୁ ସେଗୁଡ଼ିକ ସମତୁଲ କର ।
(a) ହାଇଡ୍ରୋଜେନ୍ ଗ୍ୟାସ୍ ନାଇଟ୍ରୋଜେନ୍ ସହିତ ମିଳିତ ହେଲେ ଏମୋନିଆ ହୁଏ ।
ଉ : H2 + N2 – NH2 : ସୂଚକ ସମୀକରଣ
3H2(g) + N2(g) → 2NH3 (g) : ସମତୁଲ ସମୀକରଣ

(b) ହାଇଡ୍ରୋଜେନ୍ ସଲ୍‌ଫାଇଡ୍ ଗ୍ୟାସ୍ ବାୟୁରେ ଜଳିଲେ ଜଳ ଓ ସଲ୍‌ଫର୍ ଡାଇଅକ୍‌ସାଇଡ୍ ହୁଏ ।
ଉ : H2S + O2 → SO2 + H2O : ଅସମତୁଲ ସମୀକରଣ
2H2S (g) + 3O2(g) ) → 2SO2 (g) + 2H2O : ସମତୁଲ ସମୀକରଣ

(C) ବେରିୟମ୍ କ୍ଲୋରାଇଡ୍ ଓ ଏଲୁମିନିୟମ୍ ସଲ୍‌ଫେଟ୍ ଦ୍ରବଣର ରାସାୟନିକ ପ୍ରତିକ୍ରିୟା ହେଲେ ବେରିୟମ୍ ସଲ୍‌ଫେଟ୍‌ର ଅବକ୍ଷେପ ଏବଂ ଏଲୁମିନିୟମ୍ କ୍ଲୋରାଇଡ୍ ଦ୍ରବଣ ମିଳେ ।
ଉ : BaCl2 + Al2 (SO4)3 → BaSO4 + AICI3 : ଅସମତୁଲ ସମୀକରଣ
3BaCl2 (aq) + Al2 (SO4)3 → 3BaSO4 (s) + 2AICI3 (aq) : ସମତୁଲ ସମୀକରଣ

(d) ପୋଟାସିୟମ୍ ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରି ପୋଟାସିୟମ୍ ହାଇଡ୍ରକ୍‌ସାଇଡ୍ ଓ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରେ ।
ଉ : K + H2O → KOH + H2 : ଅସମତୁଲ ସମୀକରଣ
2K(s) + 2H2O (l) → 2KOH (l) + H2 (g) : ସମତୁଲ ସମୀକରଣ


🗨
Question 6.
ନିମ୍ନଲିଖ ରାସାୟନିକ ସମୀକରଣଗୁଡ଼ିକୁ ସମତୁଲ କର ।


(a) HNO3 + Ca(OH)2 → Ca(NO3)2 + H2O
ଉ : 2HNO3 + Ca(OH)2 → Ca (NO3)2 + H2O

(b) NaOH + H2SO4 → Na2SO4 + H2O
ଉ : 2NaOH + H2SO4 → Na2SO4 + 2H2O


(c) NaCl + AgNO2 → AgCl + NaNO3
ଉ : NaCl + AgNO2 → AgCl + NaNO3

(d) BaCl2 + H2SO4 → BaSO4 + HCI
ଉ : BaCl2 + H2SO4 → BaSO4 + 2HCI


🗨
Question 7.
ନିମ୍ନଲିଖ ରାସାୟନିକ ପ୍ରତିକ୍ରିୟାଗୁଡ଼ିକ ପାଇଁ ସମତୁଲ ରାସାୟନିକ ସମୀକରଣ ଲେଖ ।

(a) କ୍ୟାଲସିୟମ୍ ହାଇଟ୍ରକ୍‌ସାଇଡ୍ + କାର୍ବନ୍ ଡାଇଅକ୍‌ସାଇଡ୍ → କ୍ୟାଲ୍‌ସିୟମ୍ କାର୍ବୋନେଟ୍ + ଜଳ
ଊ : Ca (OH)2 + CO2 → CaCO3 + H2O

(b) ଜିଙ୍କ୍ + ସିଲଭର୍‌ ନାଇଟ୍ରେଟ୍ – → ଜିଙ୍କ୍ ନାଇଟ୍ରେଟ୍ + ସିଲ୍‌ଭର୍
ଊ : Zn + 2AgNO3 → Zn(NO3)2 + 2Ag

(C) ଏଲୁମିନିୟମ୍ + କପର୍ କ୍ଲୋରାଇଡ୍ → ଏଲୁମିନିୟମ୍ କ୍ଲୋରାଇଡ୍ + କପର
ଊ : 2Al + 3CuCl2 → 2AlCl3 + 3Cu

(d) ବେରିୟମ୍ କ୍ଲୋରାଇଡ୍ + ପୋଟାସିୟମ୍ ସଲଫେଟ୍ → ବେରିୟମ ସଲ୍‌ଫେଟ୍ + ପୋଟାସିୟମ୍ କ୍ଲୋରାଇଡ୍
ଉ : BaCl2 + K2SO4 → BaSO4 + 2KCI


🗨
Question 8.
ନିମ୍ନଲିଖିତ ରାସାୟନିକ ପ୍ରତିକ୍ରିୟା ଗୁଡିକ ପାଇଁ ସମତୁଲ ରାସାୟନିକ ସମୀକରଣ ଲେଖ ଏବଂ ସେଗୁଡିକ କେଉଁ ପ୍ରକାରର ରାସାୟନିକ ପ୍ରତିକ୍ରିୟା ସୂଚାଅ ।

(a) ଆଇରନ୍‌ ସଲ୍‌ଫାଇଡ୍‌ (କଠିନ) + ସଲ୍‌ଫ୍ୟୁରିକ୍ ଏସିଡ୍ (ଜଳୀୟ) → ଆଇରନ୍ ସଲ୍‌ଫେଟ୍ (ଜଳୀୟ) + ହାଇଡ୍ରୋଜେନ୍ ସଲ୍‌ଫାଇଡ୍ (ଗ୍ୟାସ୍)
ଉ : FeS (s) + H2SO4 (ag) → FeSO4 (aq) + H2S (g) (ଦ୍ୱୈତ ବିସ୍ଥାପନ ପ୍ରତିକ୍ରିୟା)

(b) ଜିଙ୍କ୍ କାର୍ବୋନେଟ୍ (କଠିନ) → ଜିଙ୍କ୍ ଅକସାଇଡ୍ (କଠିନ) + କାର୍ବନ୍ ଡାଇଅକ୍‌ସାଇଡ୍ (ଗ୍ୟାସ୍)
ଉ : ZnCO3 (s) → ZnO(s) + CO2 (g) (ଦ୍ୱୈତ ବିସ୍ଥାପନ ପ୍ରତିକ୍ରିୟା)

(c) ହାଇଡ୍ରୋଜେନ୍ (ଗ୍ୟାସ୍) + କ୍ଲୋରିନ୍ (ଗ୍ୟାସ୍) → ହାଇଡ୍ରୋଜେନ କ୍ଲୋରାଇଡ୍ (ଗ୍ୟାସ୍)
ଉ : H2(g) + Cl2 (g) → 2HCl (g) (ସଂଶ୍ଳେଷଣ ପ୍ରତିକ୍ରିୟା)

(d) ମ୍ୟାଗ୍‌ନେସିୟମ (କଠିନ) + ହାଇଡ୍ରୋକ୍ଲୋରିକ୍ ଏସିଡ୍ (ଜଳୀୟ) → ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍ (ଜଳୀୟ) + ହାଇଡ୍ରୋଜେନ୍ (ଗ୍ୟାସ୍)
ଉ : Mg (s) + 2HCl (aq) → MgCl2 (aq) + H2(g) (ବିଘଟନ ପ୍ରତିକ୍ରିୟା)


🗨
Question 9.
ତାପଉତ୍ପାଦୀ ଓ ତାପଶୋଷୀ ରାସାୟନିକ ପ୍ରତିକ୍ରିୟା କହିଲେ କ’ଣ ବୁଝ ? ଉଦାହରଣ ଦିଅ ।

Answer:
ତାପଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା : ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଉତ୍ପାଦ ଉତ୍ପନ୍ନ ହେବା ସଙ୍ଗେ
ସଙ୍ଗେ ତାପ ନିର୍ଗତ ହୋଇଥାଏ, ତାହାକୁ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ:
(i) କ୍ୟାଲସିୟମ୍ ଅକ୍‌ସାଇଡ୍‌ର ଜଳ ସହିତ ତୀବ୍ର ପ୍ରତିକ୍ରିୟା ଘଟି ପ୍ରଚୁର ପରିମାଣର ତାପ ନିର୍ଗତ ହେବା ସଙ୍ଗେ
CaO(s) + H2O(l) → Ca(OH)2 (aq)
(କଲିଚୂନ)(ଶମିତ ଚୂନ)

(ii) ପ୍ରାକୃତିକ ଗ୍ୟାସ୍‌ର ଦହନ ଫଳରେ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପ ସୃଷ୍ଟି ହେବା ସହିତ ପ୍ରଚୁର ତାପଶକ୍ତି ନିର୍ଗତ ହୋଇଥାଏ ।
CH4(g) + 2O2(g) → CO2(g) + 2H2O (g)

(iii) ଶ୍ଵାସକ୍ରିୟା ବା ଶ୍ୱସନ ପ୍ରକ୍ରିୟା ମଧ୍ୟ ଏକ ତାପ ଉତ୍ପାଦୀ ପ୍ରତିକ୍ରିୟା ଅଟେ । ପରିପାକ ପ୍ରକ୍ରିୟାରେ ଖାଦ୍ୟ ସରଳତର ପଦାର୍ଥରେ ପରିଣତ ହୁଏ । ଭାତ, ରୁଟି, ଆଳୁ ଇତ୍ୟାଦି ଶ୍ଵେତସାର ଜାତୀୟ ଖାଦ୍ୟରୁ ରୁ କୋଜ୍ (C6H12O6) ସୃଷ୍ଟି ହୁଏ । ଗ୍ଲ କୋଜ୍ ଆମ ଶରୀରର ଜୀବକୋଷ ମଧ୍ୟରେ ଥ‌ିବା ଅକ୍‌ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରେ ଏବଂ ଶରୀରକୁ ଶକ୍ତି ଯୋଗାଇଥାଏ ।
C6H12O6 (aq) + 6O2(aq) → 6CO2(aq) + 6H2O(l) + energy

ତାପଶୋଷୀ ପ୍ରତିକ୍ରିୟା: ଯେଉଁ ରାସାୟନିକ ପ୍ରତିକ୍ରିୟାରେ ତାପଶକ୍ତି ଶୋଷିତ ହୋଇଥାଏ, ତାହାକୁ ତାପଶୋଷୀ ବା ତାପଗ୍ରାହୀ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ:
ବେରିୟମ୍ ହାଇଡ୍ରୋକ୍‌ସାଇଡ୍ ସହିତ ଏମୋନିୟମ୍ କ୍ଲୋରାଇଡ୍ ମିଶିଲେ, ତାପଶକ୍ତି ଶୋଷିତ ହୋଇଥାଏ ଏବଂ ଅନ୍ୟାନ୍ୟ ଯୌଗିକମାନ ସୃଷ୍ଟି ହୁଏ ।
Ba (OH)2 + 2 NH4Cl → 2NH4OH + BaCl2


🗨
Question 10.
ଶ୍ଵାସକ୍ରିୟାକୁ କାହିଁକି ଏକ ତାପଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ଭାବରେ ଧରାଯାଇଥାଏ ? ବୁଝାଅ ।

Answer:
(i) ଶ୍ଵାସକ୍ରିୟା ମାଧ୍ୟମରେ ଆମ ଶରୀରର ଜୀବକୋଷଗୁଡ଼ିକ ମଧ୍ୟରେ ସଞ୍ଚିତ ଥିବା ଅକ୍‌ସିଜେନ୍ (02) ସହିତ ରକ୍ତରେ ଥ‌ିବା ଗ୍ଲୁକୋଜର ରାସାୟନିକ ପ୍ରତିକ୍ରିୟା ଘଟି ଅଙ୍ଗାରକାମ୍ଳ ଓ ତାପଶକ୍ତି ଉତ୍ପନ୍ନ ହୋଇଥାଏ ।

(ii) ଏହା ଆମ ଶରୀରକୁ କାର୍ଯ୍ୟକାରୀ ଶକ୍ତି ଯୋଗାଇଥାଏ । ତେଣୁ ଶ୍ଵାସକ୍ରିୟାକୁ ଏକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ଭାବରେ ଧରାଯାଇଥାଏ ।
C6H12O6(aq) + 6O2 (aq) → 6CO2(aq) + 6H2O (l) + energy


🗨
Question 11.
ବିଘଟନ ପ୍ରତିକ୍ରିୟାକୁ କାହିଁକି ସଂଶ୍ଳେଷଣ ପ୍ରତିକ୍ରିୟାର ବିପରୀତ ବୋଲି କୁହାଯାଏ ? ଏହି ଦୁଇଟି ରାସାୟନିକ ପ୍ରତିକ୍ରିୟା ପାଇଁ ରାସାୟନିକ ସମୀକରଣ ଲେଖ ।

Answer:
(i) ସଂଶ୍ଳେଷଣ ପ୍ରତିକ୍ରିୟାରେ ଦୁଇ ବା ଅଧ୍ଵ ମୌଳିକ କିମ୍ବା ଯୌଗିକ ସଂଯୁକ୍ତ ହୋଇ ଏକ ନୂତନ ଯୌଗିକ ଉତ୍ପନ୍ନ ହୁଏ ।
(ii) କିନ୍ତୁ ବିଘଟନ ପ୍ରତିକ୍ରିୟାରେ ଗୋଟିଏ ଯୌଗିକ ବିଘଟିତ ହୋଇ ଏକାଧ୍ଵ ସରଳତର ମୌଳିକ କିମ୍ବା ଯୌଗିକ ସୃଷ୍ଟି କରନ୍ତି । ତେଣୁ ବିଘଟନ ପ୍ରତିକ୍ରିୟାକୁ ସଂଶ୍ଳେଷଣ ପ୍ରତିକ୍ରିୟାର ବିପରୀତ ବୋଲି କୁହାଯାଇଥାଏ । ସଂଶ୍ଳେଷଣ ପ୍ରତିକ୍ରିୟା: ସଂଶ୍ଳେଷଣ ପ୍ରତିକ୍ରିୟା : 2H2(g) + O2(g) → 2H2O (l)
ବିଘଟନ ପ୍ରତିକ୍ରିୟା : CaCO3 (s) → CaO(s) + CO2(g)


🗨
Question 12.
ତାପ, ଆଲୋକ କିମ୍ବା ବିଦ୍ୟୁତ୍ ଶକ୍ତି ପ୍ରୟୋଗ ଦ୍ବାରା ସମ୍ପାଦିତ ହେଉଥ‌ିବା ପ୍ରତ୍ୟେକ ବିଘଟନ ପ୍ରତିକ୍ରିୟା ପାଇଁ ରାସାୟନିକ ସମୀକରଣ ଲେଖ ।

Answer:
(i) ତାପ ପ୍ରୟୋଗ ଦ୍ଵାରା ଘଟୁଥ‌ିବା ବିଘଟନ ପ୍ରତିକ୍ରିୟା:
କ୍ୟାଲସିୟମ୍ କାର୍ବୋନେଟ୍‌କୁ ଉତ୍ତପ୍ତ କଲେ ଏହା ବିଘଟିତ ହୋଇ କ୍ୟାଲ୍‌ସିୟମ୍ ଅକ୍‌ସାଇଡ଼ ଓ କାର୍ବନ
ଡାଇଅକ୍‌ସାଇଡ଼ର ଉତ୍ପନ୍ନ କରେ ।


(ii) ସିଲଭର୍ କ୍ଲୋରାଇଡ଼ ସୂର୍ଯ୍ୟାଲୋକ ଉପସ୍ଥିତିରେ ବିଘଟିତ ହୋଇ ସିଲଭର୍ ଓ କ୍ଲୋରିନ୍‌ ଗ୍ୟାସ୍‌ ଉତ୍ପନ୍ନ କରେ ।

(iii) ବିଦ୍ୟୁତ୍ ଶକ୍ତି ପ୍ରୟୋଗଦ୍ଵାରା ଘଟୁଥ‌ିବା ବିଘଟନ ପ୍ରତିକ୍ରିୟା:
ବିଦ୍ୟୁତ୍ ଶକ୍ତି ପ୍ରୟୋଗଦ୍ଵାରା ଜଳ ବିଘଟିତ ହୋଇ ଉଦ୍‌ଜାନ ଗ୍ୟାସ୍ ଓ ଅମ୍ଳଜାନ ଗ୍ୟାସ୍ ଉତ୍ପନ୍ନ କରେ ।


🗨
Question 13.
ବିସ୍ଥାପନ ଓ ଦ୍ଵୈତ ବିସ୍ଥାପନ ପ୍ରତିକ୍ରିୟା ମଧ୍ୟରେ ପାର୍ଥକ୍ୟ କ’ଣ ? ଏହି ଦୁଇ ରାସାୟନିକ ପ୍ରତିକ୍ରିୟା ପାଇଁ

Answer:
ବିସ୍ଥାପନ ପ୍ରତିକ୍ରିୟାରେ ଗୋଟିଏ ମୌଳିକ କୌଣସି ଏକ ଯୌଗିକର ମୌଳିକକୁ ଅପସାରଣ କରେ ।
Zn(s) + CuSO4 (aq) → ZnSO4 (aq) + Cu(s)
Fe(s) + Cu SO4 (aq) → FeSO4(aq) + Fe (s)
ଦ୍ୱୈତ ବିସ୍ଥାପନ ପ୍ରତିକ୍ରିୟାରେ ପ୍ରତିକାରକ ଦୁଇଟି ମଧ୍ଯରେ ଆୟନ ବିନିମୟ ଘଟିଥାଏ ।
AgNO3(aq) + NaCl (aq) → AgCl (s)↓ + NaNO3(aq)
BaCl2(aq) + Na2SO4(aq) → BaSO4(s) ↓ + 2NaCl (aq)


🗨
Question 14.
ସିଲ୍‌ଭର୍ ଶୋଧନରେ, କପର୍ ଧାତୁ ଦ୍ବାରା ସିଲ୍‌ଭର୍‌ ନାଇଟ୍ରେଟ୍ ଦ୍ରବଣରୁ ସିଲ୍କଭରକୁ ଅପସାରଣ କରି ସିଲ୍‌ଭର୍ ନିଷ୍କାସନ କରାଯାଏ । ଏହା ସହିତ ସମ୍ପୃକ୍ତ ରାସାୟନିକ ପ୍ରତିକ୍ରିୟାଟିକୁ ଲେଖ ।

Answer:
କପର ଓ ସିଲ୍‌ଭର୍‌ ନାଇଟ୍ରେଟ୍ ଦ୍ରବଣ ମଧ୍ୟରେ ପ୍ରତିକ୍ରିୟା ଘଟିଲେ କପର ନାଇଟ୍ରେଟ୍ ଓ ଧାତବ ସିଲ୍‌ଭର୍‌ ସୃଷ୍ଟିହୁଏ ।
Cu(s) + 2AgNO3(aq) → Cu(NO3)2(aq) + 2Ag (s) ↓
କପର + ସିଲଭର ନାଇଟ୍ରେଟ୍ → କପର ନାଇଟ୍ରେଟ୍ + ସିଲଭର


🗨
Question 15. ଅବକ୍ଷେପଣ ପ୍ରତିକ୍ରିୟା କହିଲେ କଣ ବୁଝ ? ଉଦାହରଣ ଦେଇ ବୁଝାଅ ।

Answer:
ଅବକ୍ଷେପଣ ପ୍ରତିକ୍ରିୟା :
ଅଧିକାଂଶ ଦ୍ଵୈତ ବିସ୍ଥାପନ ପ୍ରତିକ୍ରିୟାରେ ଜଳୀୟ ଦ୍ରବଣରେ ଦୁଇଟି ଆୟନିୟ ଯୌଗିକ ମଧ୍ୟରେ ପ୍ରତିକ୍ରିୟା ଘଟି ଏକ ଅଦ୍ରବଣୀୟ ଉତ୍ପାଦନ ସୃଷ୍ଟି କରିଥାଏ । ଏହାକୁ ଅବକ୍ଷେପ କୁହାଯାଏ ।
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଏକ ଅଦ୍ରବଣୀୟ ଉତ୍ପାଦ ବା ଅବକ୍ଷେପ ସୃଷ୍ଟି ହୁଏ, ତାହାକୁ ଅବକ୍ଷେପଣ ପ୍ରତିକ୍ରିୟା (Precipitation reaction) କୁହାଯାଏ ।
ଉଦାହରଣ:
ସୋଡ଼ିୟମ୍‌ ସଲଫେଟ୍ ସହିତ ବେରିୟମ୍ କ୍ଲୋରାଇଡ୍ ଦ୍ରବଣ ମିଶିଲେ ଏକ ଧଳା ଅଦ୍ରବଣୀୟ ପଦାର୍ଥ ସୃଷ୍ଟି ହୋଇଥାଏ । ଏହି ପଦାର୍ଥଟି ହେଉଛି ବେରିୟମ ସଲ୍‌ଫେଟ୍ । ଉତ୍ପନ୍ନ ହୋଇଥିବା ଏହି ଅଦ୍ରବଣୀୟ ପଦାର୍ଥକୁ ଅବକ୍ଷେପ କହନ୍ତି ।


🗨
Question 16. ଅକ୍‌ସିଜେନ୍ ଗ୍ରହଣ ଓ ଅକ୍‌ସିଜେନ୍‌ ପରିହାର ଦୃଷ୍ଟିରୁ ନିମ୍ନଲିଖତ ରାସାୟନିକ ପ୍ରତିକ୍ରିୟା ଦୁଇଟିକୁ ବୁଝାଅ । ପ୍ରତ୍ୟେକ ପାଇଁ ଦୁଇଟି ଲେଖାଏଁ ଉଦାହରଣ ଦିଅ । (a) ଜାରଣ, (b) ବିଜାରଣ

Answer:
ଜାରଣ (Oxidation) : ଯେଉଁ ପ୍ରତିକ୍ରିୟାରେ ପ୍ରତିକାରକ ଅକ୍‌ସିଜେନ୍ ଗ୍ରହଣ କରେ କିମ୍ବା ହାଇଡ୍ରୋଜେନ୍ ହରାଏ ତାହାକୁ ଜାରଣ କୁହାଯାଏ ।
କପର ସହିତ ଅକ୍‌ସିଜେନର ରାସାୟନିକ ସଂଯୋଗ ଘଟି କପର ଅକ୍‌ସାଇଡ୍ ଉତ୍ପନ୍ନ ହୋଇଥାଏ ।
ଉଦାହରଣ:
(i) କପର ସହିତ ଅକ୍‌ସିଜେନର ରାସାୟନିକ ସଂଯୋଗ ଘଟି କପର ଅକ୍‌ସାଇଡ୍ ଉତ୍ପନ୍ନ ହୋଇଥାଏ ।
ଏଠାରେ କପର ରାସାୟନିକ ପ୍ରତିକ୍ରିୟାରେ ଅକ୍ସିଜେନ୍ ଗ୍ରହଣ କରିଥାଏ ।

(ii) ମ୍ୟାଗ୍ନେସିୟମ୍ ପାତ ବାୟୁରେ ଉଜ୍ଜ୍ଵଳ ଭାବରେ ଜଳି ଏକ ଧଳା ପଦାର୍ଥ, ମ୍ୟାଗ୍ନେସିୟମ୍ ଅକ୍‌ସାଇଡ୍ ସୃଷ୍ଟି କରେ ।


(b) ବିଜାରଣ (Reduction): ଯେଉଁ ପ୍ରତିକ୍ରିୟାରେ ପ୍ରତିକାରକ ଅକ୍‌ସିଜେନ୍ ହରାଏ କିମ୍ବା ହାଇଡ୍ରୋଜେନ୍ ଗ୍ରହଣ କରେ ତାହାକୁ ବିଜାରଣ କୁହାଯାଏ ।
ଉଦାହରଣ:
(i) ହାଇଡ୍ରୋଜେନ୍ ଗ୍ୟାସ୍‌କୁ ଉତ୍ତପ୍ତ କପର ଅକ୍‌ସାଇଡ୍ ଉପରେ ପ୍ରବାହିତ କଲେ, କପର ଅକସାଇଡ୍ ରାସାୟନିକ ପ୍ରତିକ୍ରିୟା ସମୟରେ ବିଜାରିତ ହୋଇ ଅକ୍‌ସିଜେନ ହରାଇଥାଏ ।

(ii) ଜିଙ୍କ୍ ଅକ୍‌ସାଇଡ୍‌ର କାର୍ବନ ସହିତ ରାସାୟନିକ ପ୍ରତିକ୍ରିୟା ବେଳେ ଜିଙ୍ଗ୍ ଅକ୍‌ସାଇଡ୍ , ଅକ୍‌ସିଜେନ୍ ହରାଇଥାଏ ।
ZnO + C → Zn + CO


🗨
Question 17. ଏକ ଉଜ୍ଜଳ ବାଦାମୀ ବର୍ଷର ମୌଳିକ ‘X’କୁ ଗରମ କଲେ କଳା ହୋଇଯାଏ । ମୌଳିକ ‘X’ ଏବଂ ସୃଷ୍ଟି ହୋଇଥ‌ିବା କଳା ଯୌଗିକର ନାମ ଲେଖ ।

Answer:
ଏକ ଉଜ୍ଜ୍ବଳ ବାଦାମୀ ବର୍ଷର ମୌଳିକ ‘X’କୁ ଗରମ କଲେ କଳା ହୋଇଯାଏ । ମୌଳିକ ‘X’ ର ନାମ କପର ଏବଂ ସୃଷ୍ଟି ହୋଇଥିବା କଳା ଯୌଗିକର ନାମ କପର (II) ଅକ୍‌ସାଇଡ୍ ।
2Cu + O2 → 2CuO


🗨
Question 18. ଲୌହ ନିର୍ମିତ ପଦାର୍ଥଗୁଡ଼ିକ ଉପରେ ଆମେ କାହିଁକି ରଙ୍ଗ ଲଗାଇଥାଉ ?

Answer:
(i) ଲୌହ ନିର୍ମିତ ପଦାର୍ଥ ଯଦି କିଛି ଦିନ ପାଇଁ ବାହାରେ ପଡ଼ିରହେ ତେବେ ତା’ଉପରେ ଏକ ଲୋହିତ-ବାଦାମୀ
ରଙ୍ଗର ପ୍ରଲେପ ମାଡ଼ିଯାଏ । ଏହି ପ୍ରାକୃତିକ ପ୍ରକ୍ରିୟାକୁ ‘ଲୁହାରେ କଳଙ୍କି ଲାଗିବା’’ କୁହାଯାଏ ।

(ii) ଲୁହା ବାୟୁମଣ୍ଡଳର ଜଳୀୟବାଷ୍ପ ସହ ରାସାୟନିକ ପ୍ରତିକ୍ରିୟା କରି ଲୌହ ଅକ୍‌ସାଇଡ୍ ସୃଷ୍ଟି କରେ । ଏହି ଧାତବ ଅକ୍‌ସାଇଡ୍ ଲୁହା ଉପରେ ଏକ ଲୋହିତ ବାଦାମୀ ରଙ୍ଗର ପ୍ରଲେପ ସୃଷ୍ଟି କରିଥାଏ । ଏହା ଫଳରେ ଲୌହ ନିର୍ମିତ ପଦାର୍ଥର ଧୀରେ ଧୀରେ କ୍ଷୟ ଘଟିଥାଏ ଏବଂ ଲୁହା ତା’ର ଦୀପ୍ତି ହରାଇଥାଏ ।

(iii) ତେଣୁ ଲୌହ ନିର୍ମିତ ପଦାର୍ଥଟି ବାୟୁମଣ୍ଡଳରେ ଜଳୀୟବାଷ୍ପ ସଂସ୍ପର୍ଶରେ ନ ଆସିବା ପାଇଁ ତା’ଉପରେ ରଙ୍ଗର ପ୍ରଲେପ ଦିଆଯାଇଥାଏ ।
ତୈଳ ଓ ଚର୍ବିଯୁକ୍ତ ଖାଦ୍ୟସାମଗ୍ରୀ ଥ‌ିବା ଡବା ମଧ୍ୟରେ ନାଇଟ୍ରୋଜେନ୍ ଗ୍ୟାସ୍ କାହିଁକି ପ୍ରବେଶ କରାଯାଇଥାଏ ?


🗨
Question 19. ତୈଳ ଓ ଚର୍ବିଯୁକ୍ତ ଖାଦ୍ୟ ସାମଗ୍ରୀ ଡବା ମଧ୍ୟରେ ଥିବା ବାୟୁ ସଂସ୍ପର୍ଶରେ ଆସି ଜାରିତ ହୋଇଥାଏ ଏବଂ ସେଥୁରୁ ରହଣିଆ ଗନ୍ଧ ବାହାରିଥାଏ ।

Answer:
(i) ତୈଳ ଓ ଚର୍ବିଯୁକ୍ତ ଖାଦ୍ୟ ସାମଗ୍ରୀ ଡବା ମଧ୍ୟରେ ଥ‌ିବା ବାୟୁ ସଂସ୍ପର୍ଶରେ ଆସି ଜାରିତ ହୋଇଥାଏ ଏବ ସେଥୁରୁ ରହଣିଆ ଗନ୍ଧ ବାହାରିଥାଏ । ତେଣୁ ଜାରଣକୁ ପ୍ରତିହତ କରିବା ପାଇଁ ଖାଦ୍ୟ ସାମଗ୍ରୀ ଥ‌ିବା ଡବ ମଧ୍ୟରେ ବାୟୁ ବଦଳରେ ନାଇଟ୍ରୋଜେନ ଗ୍ୟାସ୍ ବ୍ୟବହାର କରାଯାଇଥାଏ । ଏହାଫଳରେ ଖାଦ୍ୟ ସାମଗ୍ରୀ ବହୁତ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରହିଥାଏ ।
(ii) ଏହାଫଳରେ ଖାଦ୍ୟ ସାମଗ୍ରୀ ବହୁତ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରହିଥାଏ ।


🗨
Question 20. ପ୍ରତ୍ୟେକ ପାଇଁ ଉଦାହରଣ ଦେଇ ନିମ୍ନଲିଖତ ପ୍ରତିକ୍ରିୟାକୁ ବୁଝାଅ ।

ସଂକ୍ଷାରଣ (Corrosion):
(i) ଏକ ଲୌହ ନିର୍ମିତ ଦ୍ରବ୍ୟ ନୂତନ ଅବସ୍ଥାରେ ଉଜ୍ଜ୍ଵଳ ଓ ମସୃଣ ହୋଇଥାଏ । କିନ୍ତୁ ଏହା କିଛି ଦିନ ବାହାରେ ପଡ଼ିରହିଲେ, ଏହା ଉପରେ ଏକ ଲୋହିତ-ବାଦାମୀ ରଙ୍ଗର ପ୍ରଲେପ ମାଡ଼ିଯାଏ । ଏହି ପ୍ରାକୃତିକ ‘‘ ପ୍ରକ୍ରିୟାକୁ ‘‘ଲୁହାରେ କଳଙ୍କି ଲାଗିବା’’ କୁହାଯାଏ ।

(ii) ଯେତେବେଳେ ଏକ ଧାତୁ ତାକୁ ଘେରି ରହିଥ‌ିବା ଉପାଦାନ ଗୁଡ଼ିକ (ଯଥା – ଜଳୀୟବାଷ୍ପ, ଅମ୍ଳ ଇତ୍ୟାଦି) ସହିତ ରାସାୟନିକ ପ୍ରତିକ୍ରିୟା କରେ, ସେତେବେଳେ ଧାତୁଟିର ଧୀରେ ଧୀରେ କ୍ଷୟ ଘଟିଥାଏ । ଧାତୁର ଏହି କ୍ଷୟ ହେବା ପ୍ରକ୍ରିୟାକୁ ସଂକ୍ଷାରଣ ବା କ୍ରମକ୍ଷୟ କୁହାଯାଏ ।

(iii) ସିଲ୍‌ ଭର ଉପରେ ପଡୁଥିବା କଳା ଆସ୍ତରଣ ଓ କପର ଉପରେ ପଡୁଥିବା ସବୁଜ ଆସ୍ତରଣ ହେଉଛି ସଂକ୍ଷାରଣର ଉଦାହରଣ ।

(iv) ସଂକ୍ଷାରଣ ହେତୁ ମଟରଗାଡ଼ି, ପୋଲ, ଲୁହାବାଡ଼, ଜାହାଜ ଏବଂ ଧାତୁ ନିର୍ମିତ ସମସ୍ତ ବସ୍ତୁ ବିଶେଷକରି ଲୌହ ନିର୍ମିତ ବସ୍ତୁଗୁଡ଼ିକର କ୍ଷୟ ଘଟିଥାଏ !


(b) ରହୁଣିଆ ଅବସ୍ଥା (Rancidity):
(i) ବହୁତ ଦିନ ଧରି ରହିଯାଇଥ‌ିବା ଚର୍ବି ଏବଂ ତେଲ ବାୟୁ ସଂସ୍ପର୍ଶରେ ଆସି ଜାରିତ ହୋଇଥାଏ । ଏହାଫଳରେ ତା’ର ଗନ୍ଧ ଓ ସ୍ବାଦ ବଦଳିଯାଇଥାଏ । ତହିଁରୁ ରହଣିଆ ଗନ୍ଧ ବାହାରୁଛି ବୋଲି କୁହାଯାଏ । ଏହାକୁ ପଦାର୍ଥର ସଢ଼ା ଅବସ୍ଥା କୁହାଯାଏ ।

(ii) ଯେଉଁ ପଦାର୍ଥ ଜାରଣକୁ ନିରୋଧ କରେ ତାକୁ ପ୍ରତିଜାରକ (Antioxidant) କହନ୍ତି । ଖାଦ୍ୟ ସାମଗ୍ରୀରେ ସାଧାରଣତଃ ପ୍ରତିଜାରକକୁ ମିଶାଇ ସେଗୁଡ଼ିକୁ ବହୁଦିନ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇଥାଏ ।

(iii) ବାୟୁରୋଧୀ ପାତ୍ରରେ ଖାଦ୍ୟପଦାର୍ଥ ରଖେଲେ ଜାରଣ ପ୍ରକ୍ରିୟା ମନ୍ଥର ହୁଏ । ଏହାଫଳରେ ସେଗୁଡ଼ିକର ସଂରକ୍ଷଣ ସହଜ ହୋଇଥାଏ । ଜାରଣକୁ ପ୍ରତିହତ କରିବାପାଇଁ ନାଇଟ୍ରୋଜେନ୍ ଗ୍ୟାସ୍‌କୁ ମଧ୍ୟ ଖାଦ୍ୟ ମଧ୍ୟରେ ପୁରାଯାଇଥାଏ ।


🗨