6th Class Geography(ଭୂଗୋଳ) - Chapter 1 ପୃଥିବୀ ଓ ସୌର ଜଗତ All Question With Answer

↓ Question & Answer ↓

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଲେଖ ।

(କ) ସୌରଜଗତ କହିଲେ କ’ଣ ବୁଝ ?
Answer:

ସୂର୍ଯ୍ୟଙ୍କଠାରୁ ଉତ୍ପନ୍ନ ହୋଇ ଶୂନ୍ୟରେ ଘୂରିବୁଲୁଥିବା ଆଠଟି ଗ୍ରହ, ତିନୋଟି ବାମନ ଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲ୍‌କା ଓ ଧୂମକେତୁକୁ ନେଇ ସୂର୍ଯ୍ୟ ସହିତ ଗଠିତ ହୋଇଥ‌ିବା ପରିବାରକୁ ସୌର ଜଗତ କୁହାଯାଏ।

(ଖ) ଦୂରତା କ୍ରମରେ ସୌର ଜଗତରେ ଗ୍ରହଗୁଡ଼ିକର ନାମ ଲେଖ।
Answer:

ଦୂରତା କ୍ରମରେ ସୌର ଜଗତରେ ଥ‌ିବା ଗ୍ରହଗୁଡ଼ିକର ନାମ ହେଲା – ବୁଧ, ଶୁକ୍ର, ପୃଥ‌ିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ ଓ ନେପ୍‌ଚ୍ୟୁନ୍।

(ଗ) ପୃଥ‌ିବୀକୁ କାହିଁକି ଅଦ୍ବିତୀୟ ଗ୍ରହ କୁହାଯାଏ ?
Answer:

ପୃଥ‌ିବୀକୁ ଏକ ଅଦ୍ବିତୀୟ ଗ୍ରହ କୁହାଯାଏ, କାରଣ :
(i) ପୃଥ‌ିବୀ ପୃଷ୍ଠରେ ଅଧ‌ିକ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ।
(ii) ଏଥିରେ ବାୟୁ, ଜଳ ଓ ଅନ୍ୟାନ୍ୟ ଉପାଦାନ ରହିଥ‌ିବାରୁ ଏହା ପୃଷ୍ଠରେ ଜୀବଜଗତର ସୃଷ୍ଟି ହୋଇପାରିଛି ଓ ଏହା ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ବୃକ୍ଷଲତାମାନଙ୍କର ଆଶ୍ରୟସ୍ଥଳୀ ହୋଇପାରିଛି।


(ଘ) ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ଦେଖୁ କାହିଁକି ?
Answer:

(i) ଚନ୍ଦ୍ର ନିଜ ଅକ୍ଷ ଚାରିପଟେ ଘୂରିବା ପାଇଁ ଏବଂ ପୃଥ‌ିବୀ ଚାରିପାଖରେ ପରିକ୍ରମଣ କରିବା ପାଇଁ ପ୍ରାୟ ୨୭ଦିନ ୮ ଘଣ୍ଟା ସମୟ ନେଇଥାଏ।
(ii) ତେଣୁ ଏହାର ଆବର୍ତ୍ତନ ଓ ପରିକ୍ରମଣ ସମୟ ପ୍ରାୟ ସମାନ ହୋଇଥିବାରୁ ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ଦେଖୁଥାଉ।

(ଙ) ବିଶ୍ୱବ୍ରହ୍ମାଣ୍ଡ କାହାକୁ ନେଇ ଗଠିତ ?
Answer:

ଅନେକ ଛାୟାପଥ, ନୀହାରିକା ବା ନକ୍ଷତ୍ରପୁଞ୍ଜ, ତାରକା ବା ନକ୍ଷତ୍ର, ଗ୍ରହ, ଗ୍ରହାଣୁପୁଞ୍ଜ, ଉପଗ୍ରହ, ଉଲ୍‌କା, ଧୂମକେତୁ ଇତ୍ୟାଦିକୁ ନେଇ ବିଶ୍ବବ୍ରହ୍ମାଣ୍ଡ ଗଠିତ ହୋଇଛି।

(ଚ) ଉପଗ୍ରହ କାହାକୁ କୁହାଯାଏ ?
Answer:

(i) ନିଜସ୍ଵ ଆଲୋକ ନଥିବା, ସ୍ଥିର ଆଲୋକ ଦେଉଥ‌ିବା ଯେଉଁ ଜ୍ୟୋତିଷଗୁଡ଼ିକ କୌଣସି ଗ୍ରହ ଚାରିପଟେ ପରିକ୍ରମଣ କରୁଥା’ନ୍ତି, ସେଗୁଡ଼ିକୁ ଉପଗ୍ରହ କୁହାଯାଏ।
(ii) ଚନ୍ଦ୍ର ପୃଥ‌ିବୀର ଏକ ଉପଗ୍ରହ।


(ଛ) ସପ୍ତର୍ଷି ମଣ୍ଡଳ ସାହାଯ୍ୟରେ ତୁମେ ଧ୍ରୁବତାରାର ଅବସ୍ଥାନ କିପରି ନିର୍ଣ୍ଣୟ କରିବ ?
Answer:

ସପ୍ତର୍ଷିମଣ୍ଡଳ ମଧ୍ୟରୁ ପୁଲହ ଓ କ୍ରତୁ ନକ୍ଷତ୍ର ଦୁଇଟିକୁ ଏକ କାଳ୍ପନିକ ରେଖାରେ ଯୋଗକରି ବ୍ରତ ଦିଗରେ ଉତ୍ତରକୁ ବଢ଼ାଇଲେ ତାହା ଯେଉଁ ଉଜ୍ଜ୍ଵଳ ତାରକା ପାଖରେ ପହଞ୍ଚି, ତାହାହିଁ ହେଉଛି ଧ୍ରୁବତାରା।

(ଜ) ଚନ୍ଦ୍ର ପୃଷ୍ଠ କେଉଁ କେଉଁ ପଦାର୍ଥରେ ଗଠିତ ?
Answer:

ଚନ୍ଦ୍ରପୃଷ୍ଠ ଅନେକ ଶିଳା, ସୁପ୍ତ ଆଗ୍ନେୟଗିରି, ଗହ୍ଵର, ପର୍ବତ ଓ ଧୂସର ବର୍ଷର ବିସ୍ତୀର୍ଣ୍ଣ ବାଲୁକାରାଶିକୁ ନେଇ ଗଠିତ।

(ଝ) ଗ୍ରହାଣୁପୁଞ୍ଜ କାହାକୁ କୁହାଯାଏ ?
Answer:

(i) ସୌରଜଗତର ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ଯରେ ରହିଥ‌ିବା ଅସଂଖ୍ୟ ଛୋଟ ଛୋଟ ଉଜ୍ଜ୍ବଳ ପିଣ୍ଡ ଯେଉଁଗୁଡ଼ିକ ନିଜ ନିଜର କକ୍ଷ ପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରିଥା’ନ୍ତି, ସେଗୁଡ଼ିକୁ ଗ୍ରହାଣୁପୁଞ୍ଜ କୁହାଯାଏ।
(ii) ଏଗୁଡ଼ିକ ଏକ ବୃହତ୍ ଗ୍ରହର ବିଭାଜନଜନିତ ଭଗ୍ନ ଅଂଶ ସମୂହ ବୋଲି ଜଣାପଡ଼ିଛି ।


(ଞ) ଛାୟାପଥ କହିଲେ କ’ଣ ବୁଝ ?
Answer:

(i) ଶୀତଦିନେ ଆକାଶରେ ଉତ୍ତର ଦକ୍ଷିଣ ଭାବରେ ରହି ଧଳା ଦିଶୁଥ‌ିବା ଏକ ବିସ୍ତୃତ ଆଲୋକପଥ ଦେଖାଯାଏ, ଯାହା ଅସଂଖ୍ୟ ନକ୍ଷତ୍ର ପୁଞ୍ଜ ବା ନୀହାରିକାକୁ ନେଇ ଗଠିତ।
(ii) ତାହାକୁ ଛାୟାପଥ କୁହାଯାଏ।


🗨
୨। ଶୂନ୍ୟସ୍ଥାନ ପୂରଣ କର।

(କ) ଉଲ୍‌କା ___________ ରେ ଗଠିତ।
Answer:

ଧୂମକେତୁର ସଲଫାଇଡ୍।

(ଖ) ଆମ ସୌର ଜଗତ _____________ ଛାୟାପଥରେ ଅବସ୍ଥିତ।
Answer:

(ଖ) ଆକାଶ ଗଙ୍ଗା

(ଗ) ଦୂରତା ଅନୁସାରେ __________ ଗ୍ରହ ସୂର୍ଯ୍ୟଙ୍କର ନିକଟତମ।
Answer:

ବୁଧ


(ଘ) ପୃଥ‌ିବୀର ___________ ଟି ପ୍ରାକୃତିକ ଉପଗ୍ରହ ରହିଅଛି।
Answer:

(ଙ) ମହାକାଶ ବିଜ୍ଞାନୀମାନେ ____________ ଗ୍ରହକୁ ସୌଜଗତରୁ ବାଦ୍ ଦେଇଛନ୍ତି।
Answer:

ପ୍ଲା ଟୋ


🗨
୩। ନିମ୍ନଲିଖ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଭକ୍ତି ପାଖରେ √ ଚିହ୍ନ ଦିଅ।
(କ) ନକ୍ଷତ୍ରମାନଙ୍କର ନିଜର ଆଲୋକ ଓ ଉତ୍ତାପ ରହିଅଛି।
(ଖ) ଗ୍ରହମାନଙ୍କର କକ୍ଷପଥ ସଂପୂର୍ଣ୍ଣ ବୃତ୍ତାକାର।
(ଗ) ଗ୍ରହମାନେ ସୂର୍ଯ୍ୟ ଚତୁଃପାର୍ଶ୍ବରେ ପରିକ୍ରମଣ କରିଥାଆନ୍ତି।
(ଘ) ୟୁରେନ୍ସ ଗ୍ରହର ପରିକ୍ରମଣ ସମୟ ୪୮ ବର୍ଷ।
(ଙ) କୃତ୍ରିମ ଉପଗ୍ରହଗୁଡ଼ିକୁ ପୃଥ‌ିବୀ ତଥା ଅନ୍ୟ ଗ୍ରହଗୁଡ଼ିକୁ ପରିକ୍ରମଣ କରନ୍ତି।

Answers
(କ) (√)
(ଖ) (×)
(ଗ) (√)
(ଘ) (×)
(ଙ) (√)


🗨
୪। ନିମ୍ନଲିଖତ ପ୍ରତ୍ୟେକ ଯୋଡ଼ା ମଧ୍ଯରେ ପାର୍ଥକ୍ୟ ନିରୂପଣ କର।

(କ) ଗ୍ରହ ଓ ନକ୍ଷତ୍ର Answer:

ଗ୍ରହ ନକ୍ଷତ୍ର
(୧) ଗ୍ରହଗୁଡ଼ିକର ନିଜର ଆଲୋକ ଓ ଉତ୍ତାପ ନଥାଏ।
(୨) ଏଗୁଡ଼ିକ ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇ  ସ୍ଥିର ଆଲୋକ ଦେଇଥା’ନ୍ତି।
(୩) ଗ୍ରହଗୁଡ଼ିକ ସୂର୍ଯ୍ୟଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ଦୂରତାରେ ରହିଥା’ନ୍ତି।
(୧) ନକ୍ଷତ୍ରଗୁଡ଼ିକର ନିଜର ଆଲୋକ ଓ ଉତ୍ତାପ ଥାଏ।
(୨) ଏଗୁଡ଼ିକର ନିଜର ଆଲୋକ ଥିବାରୁ ସର୍ବଦା ମିଞ୍ଜି ମିଞ୍ଜି ଭାବରେ ଦେଖାଯାଆନ୍ତି।
(୩) ନକ୍ଷତ୍ରଗୁଡ଼ିକ ମଧ୍ୟରେ ସେପରି ନିର୍ଦ୍ଦିଷ୍ଟ ଦୂରତା ନ ଥାଏ।


(ଖ) ପ୍ରାକୃତିକ ଉପଗ୍ରହ ଓ କୃତ୍ରିମ ଉପଗ୍ରହ Answer:

ପ୍ରାକୃତିକ ଉପଗ୍ରହ କୃତ୍ରିମ ଉପଗ୍ରହ
(୧) ପ୍ରାକୃତିକ ଉପଗ୍ରହଗୁଡ଼ିକ ସୂର୍ଯ୍ୟଙ୍କଠାରୁ ଉତ୍ପତ୍ତି ହୋଇଥାଏ। (୧) କୃତ୍ରିମ ଉପଗ୍ରହଗୁଡ଼ିକ ମନୁଷ୍ୟଦ୍ଵାରା ତିଆରି ହୋଇଥାଏ।
(୨) ଏହି ଉପଗ୍ରହଗୁଡ଼ିକ ସର୍ବଦା ନିଜ ଅକ୍ଷ ଚାରିପଟେ ଆବର୍ତ୍ତନ ଓ ଗ୍ରହ ଚାରିପାଖରେ ପରିକ୍ରମଣ କରିବା ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରିଥା’ନ୍ତି । ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରିଥା’ନ୍ତି। (୨) କୃତ୍ରିମ ଉପଗ୍ରହଗୁଡ଼ିକୁ ବିଶ୍ବବ୍ରହ୍ମାଣ୍ଡ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ରକେଟ୍ ସାହାଯ୍ୟରେ ପ୍ରେରଣ କରାଯାଇ ପୃଥ‌ିବୀପୃଷ୍ଠରୁ ଉର୍ଦ୍ଧ୍ବରେ ନିଜସ୍ଵ କକ୍ଷ ପଥରେ ସ୍ଥାପିତ କରାଯାଇଥାଏ।
(୩) ପ୍ରାକୃତିକ ଉପଗ୍ରହଗୁଡ଼ିକର ଆବର୍ତ୍ତନ ଓ ପରିକ୍ରମଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହୋଇଥାଏ। (୩) ଏମାନଙ୍କର ନିର୍ଦ୍ଦିଷ୍ଟ ଆବର୍ତ୍ତନ ଓ ପରିକ୍ରମଣ ସମୟ ନଥାଏ।
(୪) ଚନ୍ଦ୍ର ପୃଥ‌ିବୀର ଏକ ପ୍ରାକୃତିକ ଉପଗ୍ରହ। (୪) INSAT, IRS ଇତ୍ୟାଦି କୃତ୍ରିମ ଉପଗ୍ରହ।


(ଗ) ନକ୍ଷତ୍ର ଓ ନୀହାରିକା Answer:

ନକ୍ଷତ୍ର ନୀହାରିକା
(୧) ରାତ୍ରିରେ ମିଞ୍ଜି ମିଞ୍ଜି ଦେଖାଯାଉଥ‌ିବା ମହାଜାଗତିକ ପିଣ୍ଡଗୁଡ଼ିକୁ ନକ୍ଷତ୍ର କୁହାଯାଏ।
(୨) ସୂର୍ଯ୍ୟ ଏକ ନକ୍ଷତ୍ର।
(୧) ନକ୍ଷତ୍ର ମାନଙ୍କର ବା ନକ୍ଷତ୍ରପୁଞ୍ଜର ସମଷ୍ଟିକୁ ନୀହାରିକା କୁହାଯାଏ।
(୨) ନୀହାରିକାରୁ ଅସଂଖ୍ୟ ସୂର୍ଯ୍ୟ ସୃଷ୍ଟି ହୋଇପାରେ।

🗨