6th Class Geography(ଭୂଗୋଳ) - Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା All Question With Answer
↓ Question & Answer ↓
୧। (କ) ପୃଥବୀରେ କେତୋଟି ତାପମଣ୍ଡଳ ଅଛି ଏବଂ ସେଗୁଡ଼ିକର ନାମ କ’ଣ ?
Answer:
(i) ପୃଥିବୀରେ ତିନିଗୋଟି ତାପମଣ୍ଡଳ ଅଛି।
(ii) ସେଗୁଡ଼ିକର ନାମ ହେଲା – ଗ୍ରୀଷ୍ମମଣ୍ଡଳ, ନାତିଶୀତୋଷ୍ଣ ମଣ୍ଡଳ ଓ ହିମମଣ୍ଡଳ।
(ଖ) ହିମମଣ୍ଡଳର ଉତ୍ତାପ ସବୁଠାରୁ କମ୍ କାହିଁକି ?
Answer:
(i) ହିମମଣ୍ଡଳ ଉଭୟ ଗୋଲାର୍ଦ୍ଧରେ ମେରୁବୃତ୍ତ ଏବଂ ମେରୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ପଡ଼ିଥାଏ।
(ii) ଫଳରେ ଏହି ଅଞ୍ଚଳଦ୍ୱୟ କମ୍ ସୂର୍ଯ୍ୟତାପ ଓ ସୂର୍ଯ୍ୟାଲୋକ ପାଇଥାଏ ଏବଂ ସର୍ବଦା ବରଫାଚ୍ଛନ୍ନ ରହିଥାଏ। ତେଣୁ ହିମମଣ୍ଡଳର ଉତ୍ତାପ ସବୁଠାରୁ କମ୍ ହୋଇଥାଏ।
(ଗ) ସମାକ୍ଷରେଖା ଓ ଦ୍ରାଘିମାରେଖା କହିଲେ କ’ଣ ବୁଝ ?
Answer:
(i) ଗ୍ଲୋବ୍ ଉପରେ କେତେକ ବୃତ୍ତାକାର ରେଖା ପୂର୍ବ-ପଶ୍ଚିମ ଦିଗରେ ପରସ୍ପର ସମାନ୍ତରାଳ ଭାବରେ ଅଙ୍କିତ ହୋଇଛି। ଏଗୁଡ଼ିକୁ ସମାକ୍ଷରେଖା କୁହାଯାଏ।
(ii) ଗ୍ଲୋବ ଉପରେ କିଛି ଅଦ୍ଧବୃତ୍ତାକାର ରେଖା ଉତ୍ତର-ଦକ୍ଷିଣ ଭାବେ ଉତ୍ତରମେରୁଠାରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି । ଏଗୁଡ଼ିକୁ ଦ୍ରାଘିମା ରେଖା ବା ମଧ୍ଯନ୍ଦିନ ରେଖା କୁହାଯାଏ।
(ଘ) ଲଣ୍ଡନରେ ଦିନ ୧୨ ଘଣ୍ଟା ସମୟରେ ଦିଲ୍ଲୀରେ ସନ୍ଧ୍ୟା ୫ ଘଣ୍ଟା ୩୦ ମିନିଟ୍ କାହିଁକି ହୋଇଥାଏ ?
Answer:
ଗ୍ରୀନିଟ୍ ସମୟ ହେଉଛି ଇଂଲଣ୍ଡର ପ୍ରମାଣ ସମୟ । ଆମ ଦେଶର ପ୍ରମାଣ ଦ୍ରାଘିମା ହେଉଛି ୮୨ ଡିଗ୍ରୀ ୩୦ ମିନିଟ୍ ପୂର୍ବ । ଅର୍ଥାତ୍ ମୂଳ ଦ୍ରାଘିମାଠାରୁ ୮୨ ଡିଗ୍ରୀ ୩୦ ମିନିଟ୍ ପୂର୍ବ । ଏକ ଡିଗ୍ରୀ ଦ୍ରାଘିମାର ବ୍ୟବଧାନକୁ ୪ ମିନିଟ୍ ହିସାବରେ ଆମ ସମୟ ଗ୍ରୀନିଟ୍ ବା ଇଂଲଣ୍ଡଠାରୁ ୫ଘ, ୩୦ ମିନିଟ୍ ଆଗୁଆ ହୋଇଥାଏ । ତେଣୁ ଲଣ୍ଡନରେ ଦିନ ୧୨ ଘଣ୍ଟା ୩୦ ମିନିଟ୍ ସମୟ ହୋଇଥାଏ।
(କ) ମୂଳ ଦ୍ରାଘିମାରେଖା କେତେ ଡିଗ୍ରୀ?
(କ)୯୦°
(ଖ) ୦°
(ଗ) ୬୦°
(ଘ) ୧୮୦°
Answer:
(ଖ) ୦° ✓
(ଖ) ଗ୍ରୀଷ୍ମମଣ୍ଡଳ ମଝିରେ ନିମ୍ନଲିଖ୍ କେଉଁଟି ଅଛି?
(କ) କର୍କଟକ୍ରାନ୍ତି
(ଖ) ବିଷୁବରେଖା
(ଗ) ମକର କ୍ରାନ୍ତି
(ଘ) କ୍ରମେରୁବୃତ୍ତ
Answer:
(ଖ) ବିଷୁବରେଖା ✓
(ଗ) ସର୍ବମୋଟ ଦ୍ରାଘିମା ରେଖା କେତୋଟି ରହିଛି?
(କ) ୩୬୦
(ଖ) ୧୮୦
(ଗ) ୯୦
(ଘ) ୨୪୦
Answer:
(କ) ୩୬୦ ✓
(ଘ) କୁମେରୁ ବୃତ୍ତର ଅବସ୍ଥିତି?
(କ) ଉତ୍ତର ଗୋଲାର୍ଦ୍ଧ
(ଖ) ଦକ୍ଷିଣ ଗୋଲାର୍ଦ୍ଧ
(ଗ) ପୂର୍ବ ଗୋଲାର୍ଦ୍ଧ>
(ଘ) ପଶ୍ଚିମ ଗୋଲାର୍ଦ୍ଧ
Answer:
(ଖ) ଦକ୍ଷିଣ ଗୋଲାର୍ଦ୍ଧ ✓
Answer:
ମୁଖ୍ୟ ସାତଗୋଟି ସମାକ୍ଷରେଖା ହେଲା—
୦ ଅକ୍ଷାଂଶ, ୫° ଉତ୍ତର ଓ ଦକ୍ଷିଣ ଅକ୍ଷାଂଶ,

.
