6th Class Geography(ଭୂଗୋଳ) - Chapter 3 ମାନଚିତ୍ର ଅଧ୍ୟୟନ All Question With Answer
↓ Question & Answer ↓
Answer:
(i) ଭୂଗୋଲକ ପୃଥିବୀର ଏକ ପ୍ରତିରୂପ। ଏଥୁରୁ ପୃଥିବୀର ବିଭିନ୍ନ ମହାଦେଶ, ମହାସାଗରର ଅବସ୍ଥିତି, ଆକାର, ଆକୃତି ସମ୍ବନ୍ଧରେ ଧାରଣା କରିହୁଏ। ମାତ୍ର ବିଶାଳ ପୃଥିବୀ ତୁଳନାରେ ଏହା ଅନେକ ଛୋଟ। ଫଳରେ ଛୋଟ ଛୋଟ ସ୍ଥାନଗୁଡ଼ିକର ସବିଶେଷ ତଥ୍ୟ ଏଥୁରୁ ମିଳି ନଥାଏ।
(ii) ଛୋଟ ତଥା ବଡ଼ ଅଞ୍ଚଳ ପାଇଁ ବିଭିନ୍ନ ମାନର ମାନଚିତ୍ର ପ୍ରସ୍ତୁତ କରାଯାଇଥାଏ। ମାନଚିତ୍ରରେ ସମଗ୍ର ପୃଥିବୀ ଅଥବା ଏହାର ଅଂଶକୁ ଏକ ସମତଳ କାଗଜ ଉପରେ ଏକ ନିର୍ଦ୍ଦିଷ୍ଟ ମାନରେ ଦର୍ଶାଯାଇଥାଏ। ତେଣୁ ଭୂଗୋଲକ ଅପେକ୍ଷା ମାନଚିତ୍ର ଅଧୂକ ଉପଯୋଗୀ ହୋଇଥାଏ। ଫଳରେ ମାନଚିତ୍ରରୁ ବିଭିନ୍ନ ଅଞ୍ଚଳର ସବିଶେଷ ତଥ୍ୟ ମିଳିଥାଏ । ପୁନଶ୍ଚ ଏହାକୁ ଯେକୌଣସି ସ୍ଥାନକୁ ସହଜରେ ନେଇହୁଏ।
Answer:
ପୃଥିବୀ ପୃଷ୍ଠର ଦୁଇଟି ସ୍ଥାନର ପ୍ରକୃତ ଦୂରତା ଏବଂ ମାନଚିତ୍ର ଉପରେ ଥିବା ସ୍ଥାନ ଦୁଇଟିର ଦୂରତାର ଅନୁପାତକୁ ମାନ କୁହାଯାଏ।
Answer:
ମାନଚିତ୍ରର ଉପରିଭାଗ ଉତ୍ତର ଦିଗ ଓ ନିମ୍ନଭାଗ ଦକ୍ଷିଣ ଦିଗ ଅଟେ । ମାନଚିତ୍ର ଆଡ଼କୁ ମୁହଁ କରି ଛିଡ଼ା ହେଲେ ଡାହାଣ ହାତ ଆଡ଼କୁ ପୂର୍ବ ଦିଗ ଏବଂ ବାମହାତ ଆଡ଼କୁ ପଶ୍ଚିମ ଦିଗ ହୋଇଥାଏ । ସୁତରାଂ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ହେଉଛି ମାନଚିତ୍ରର ଚାରୋଟି ମୁଖ୍ୟ ଦିଗ । ଏହି ମୁଖ୍ୟ ଦିଗଗୁଡ଼ିକର ଆଉ ଚାରୋଟି ମଧ୍ୟବର୍ତ୍ତୀ ଦିଗ ରହିଛି । ସେଗୁଡ଼ିକ ହେଲା ଉତ୍ତର-ପୂର୍ବ (ଐଶାନ୍ୟ), ଦକ୍ଷିଣ-ପୂର୍ବ (ଅଗ୍ନି), ଦକ୍ଷିଣ-ପଶ୍ଚିମ (ନୈଋତ) ଏବଂ ଉତ୍ତର-ପଶ୍ଚିମ (ବାୟୁ) । ଯେକୌଣସି ସ୍ଥାନର ସଠିକ୍ ଅବସ୍ଥିତି ଦର୍ଶାଇବା ପାଇଁ ଏହି ମଧ୍ୟବର୍ତ୍ତୀ ଦିଗଗୁଡ଼ିକ ଯଥେଷ୍ଟ ସାହାଯ୍ୟ କରିଥାଆନ୍ତି।
Answer:
ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ ହେଲା— ଦୂରତା, ଦିଗ ଓ ସଙ୍କେତ।
Answer:
ବୃହତ୍ତମାନବିଶିଷ୍ଟ ମାନଚିତ୍ରରେ ଛୋଟ ଅଞ୍ଚଳ ତଥା ସହର, ନଗର, ଗ୍ରାମ ଆଦି ଦର୍ଶାଯାଇଥାଏ। ଏଥୁରେ ବିଭିନ୍ନ ସ୍ଥାନର ସବିଶେଷ ବିବରଣୀ ମିଳିଥାଏ।
Answer:
ମାନଚିତ୍ରରେ ଘର, ରାସ୍ତା, ମନ୍ଦିର, ପୋଲ, ବୃକ୍ଷ ଆଦିର ଆକାର ଓ ଆକୃତି ସଠିକ୍ ଭାବେ ଦର୍ଶାଇବା ସମ୍ଭବ ନୁହେଁ। ଏଗୁଡ଼ିକୁ ଅକ୍ଷର, ଛାୟାଚିତ୍ର, ଚିତ୍ର, ରଙ୍ଗ, ରେଖା ଆଦି ସଙ୍କେତଦ୍ୱାରା ମାନଚିତ୍ରରେ ଦର୍ଶାଇ ଦିଆଯାଇଥାଏ । ଭିନ୍ନ ଭିନ୍ନ ବିଷୟକୁ ଭିନ୍ନ ଭିନ୍ନ ସଙ୍କେତ ମାଧ୍ୟମରେ ଦର୍ଶାଇବା ମାନଚିତ୍ରର ବିଶେଷତ୍ଵ।
‘କ’ ସ୍ତମ୍ଭରେ | ‘ଖ’ ସ୍ତମ୍ଭରେ |
---|---|
ହଳଦିଆ ରଙ୍ଗ | ସମତଳ ଭୂମି |
ନୀଳରଙ୍ଗ | ପର୍ବତମାଳା |
ବାଦାମୀ ରଙ୍ଗ | ଜଳରାଶି |
ସବୁଜ ରଙ୍ଗ | ମାଳଭୂମି |
ମରୁଭୂମି |
Answer:
‘କ’ ସ୍ତମ୍ଭରେ | ‘ଖ’ ସ୍ତମ୍ଭରେ |
---|---|
ହଳଦିଆ ରଙ୍ଗ | ମାଳଭୂମି |
ନୀଳରଙ୍ଗ | ଜଳରାଶି |
ବାଦାମୀ ରଙ୍ଗ | ପର୍ବତମାଳା |
ସବୁଜ ରଙ୍ଗ | ସମତଳ ଭୂମି |
ମରୁଭୂମି |
(କ) କମ୍ପାସ୍ ଯନ୍ତ୍ର କେଉଁଥିପାଇଁ ବ୍ୟବହାର କରାଯାଏ?
(i) ସଙ୍କେତ
(ii) ଦିଗ
(iii) ଦୂରତା
Answer:
(ii) ଦିଗ
(ଖ) କେଉଁ ମାନଚିତ୍ରରେ ଦେଶ ଦେଶ ମଧ୍ୟରେ ଥିବା ସୀମା ଦର୍ଶାଯାଇଥାଏ?
(i) ରାଜନୀତିକ
(ii) ପ୍ରାକୃତିକ
(iii) ତଥ୍ୟଭିଭିକ
Answer:
ରାଜନୀତିକ
(ଗ) କେଉଁଥିରେ ମାନ ବ୍ୟବହାର କରାଯାଇଥାଏ ?
(i) ରେଖାଚିତ୍ର
(ii) ମାନଚିତ୍ର
(iii) ସଙ୍କେତ
Answer:
(i) ମାନଚିତ୍ର