6th Class Geography(ଭୂଗୋଳ) - Chapter 5 ପୃଥିବୀର ମଣ୍ଡଳସମୂହ All Question With Answer
↓ Question & Answer ↓
(କ) ପୃଥିବୀକୁ କେତୋଟି ମଣ୍ଡଳରେ ବିଭକ୍ତ କରାଯାଇଛି ଓ ସେଗୁଡ଼ିକ କ’ଣ କ’ଣ ?
Answer:
ପୃଥିବୀକୁ ଚାରିଗୋଟି ମଣ୍ଡଳରେ ବିଭକ୍ତ କରାଯାଇଅଛି । ସେଗୁଡ଼ିକ ହେଲା – ଅଶ୍ମମଣ୍ଡଳ, ବାୟୁମଣ୍ଡଳ, ଚାରିମଣ୍ଡଳ ଓ ଭୌରମଣ୍ଡଳ।
(ଖ) ପୃଥିବୀର କେଉଁ କେଉଁ ମହାଦେଶ ସମ୍ପୂର୍ଣ୍ଣଭାବେ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ?
Answer:
ପୃଥିବୀର ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ମହାଦେଶ ଦ୍ଵୟ ସମ୍ପୂର୍ଣ୍ଣଭାବେ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ।
(ଗ) ପୃଥିବୀରେ ମହାଦେଶଗୁଡ଼ିକର ସଂଖ୍ୟା କେତେ ? ସେଗୁଡ଼ିକର ନାମ ଲେଖ।
Answer:
ପୃଥିବୀରେ ସାତଗୋଟି ମହାଦେଶ ରହିଛି । ସେଗୁଡ଼ିକ ହେଲା – ଏସିଆ, ଇଉରୋପ, ଉତ୍ତର
ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ।
(ଘ) ଭୂପୃଷ୍ଠରୁ କ୍ରମ ଅନୁସାରେ ବାୟୁମଣ୍ଡଳର ବିଭିନ୍ନ ସ୍ତରର ନାମ ଲେଖ।
Answer:
ଭୂପୃଷ୍ଠରୁ କ୍ରମ ଅନୁସାରେ ବାୟୁମଣ୍ଡଳର ବିଭିନ୍ନ ସ୍ତରଗୁଡ଼ିକର ନାମ ହେଲା – ଟ୍ରପୋସ୍ପିଅର, ଷ୍ଟ୍ରାଟୋସ୍ପିଅର, ମେସୋସ୍ପିଅର, ଥର୍ମୋସ୍ପିଅର, ଏକ୍ସୋସ୍ପିଅର।
(କ) ପୃଥିବୀକୁ ‘ନୀଳଗ୍ରହ’ କୁହାଯାଏ।
Answer:
ପୃଥିବୀରେ ତିନି-ଚତୁର୍ଥାଂଶ ଜଳଭାଗଦ୍ବାରା ଆଚ୍ଛାଦିତ। ତେଣୁ ଏହାକୁ ନୀଳଗ୍ରହ କୁହାଯାଏ।
(ଖ) ପୃଥିବୀର ଉତ୍ତର ଗୋଲାର୍ଷକୁ ‘ସ୍ଥଳ ଗୋଲାର୍ଦ୍ଧ’ କୁହାଯାଏ।
Answer:
ପୃଥିବୀର ଅଧିକାଂଶ ସ୍ଥଳଭାଗ ଉତ୍ତର ଗୋଲାର୍ଦ୍ଧରେ ରହିଥିବାରୁ ଏହାକୁ ସ୍ଥଳ ଗୋଲାର୍ଦ୍ଧ କୁହାଯାଏ।
(ଗ) ଜୀବମାନଙ୍କ ପାଇଁ ଜୈବମଣ୍ଡଳ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ।
Answer:
ପୃଥିବୀ ପୃଷ୍ଠରେ ଏହି ମଣ୍ଡଳଟି ସବୁଠାରୁ ଛୋଟ ମାତ୍ର ଗୁରୁତ୍ଵପୂର୍ଣ୍ଣ । ପୃଥିବୀ ପୃଷ୍ଠରେ ଥିବା ଜୀବଜନ୍ତୁ, ବୃକ୍ଷଲତା ଆଦିକୁ ନେଇ ଗଠିତ ଏହି ମଣ୍ଡଳଟି ଜୀବଜଗତର ଧାରଣ ଓ ପୋଷଣ କର୍ତ୍ତା । ଭୂପୃଷ୍ଠର ମୃତ୍ତିକା, ଜଳ ଓ ବାୟୁ ଦ୍ବାରା ଜୈବମଣ୍ଡଳଟି ପରିପୁଷ୍ଟ । ମନୁଷ୍ୟ ଏହି ଜୈବମଣ୍ଡଳରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।
(ଘ) ଆଟ୍ଲାଣ୍ଟିକ୍ ମହାସାଗର ତଟ ଦେଶରେ ଅନେକ ପୋତାଶ୍ରୟ ରହିଛି ।
Answer:
ଏହି ଆଟ୍ଲାଣ୍ଟିକ୍ ମହାସାଗରର ତଟଦେଶ ଅତ୍ୟନ୍ତ ଦନ୍ତୁରିତ ହୋଇଥିବାରୁ ଏହାର ତଟଦେଶରେ ଅଧ୍ୟା ପ୍ରାକୃତିକ ପୋତାଶ୍ରୟ ଓ ବନ୍ଦର ଦେଖାଯାଏ । ଏହା ବାଣିଜ୍ୟ କାରବାରରେ ସହାୟକ ହୋଇଥାଏ।
(କ) ପୃଥିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା କେତେ ?
(୧) ୮୮୪୮ ମିଟର
(୨) ୮୮୮୪ ମିଟର
(୩) ୮୪୮୮ ମିଟର
(୪) ୮୮୮୮ ମିଟର
Answer:
(୧) ୮୮୪୮ ମିଟର
(ଖ) ପୃଥିବୀ ପୃଷ୍ଠରେ ଉପଲବ୍ଧ ଜଳର ପରିମାଣ କେତେ ?
(୧) ୦.୩ ଭାଗ
(୨) ୦.୦୩ ଭାଗ
(୩) ୩ ଭାଗ
(୪) ୦.୦୦୩ ଭାଗ
Answer:
(୨) ୦.୦୩ ଭାଗ
(ଗ) ଭୂ-ପୃଷ୍ଠରେ ଥିବା ସ୍ଥଳଭାଗର ପରିମାଣ କେତେ ?
(୧) ୩ /୪
(୨) ୧/୩
(୩) ୨/୩
(୪)୧/୨
Answer:
୧/୪ (ପୁସ୍ତକସ୍ଥ ପ୍ରଶ୍ନପତ୍ରରେ ତ୍ରୁଟି ଅଛି ।)
(ଘ) ବାୟୁମଣ୍ଡଳରେ କେଉଁ ବାଷ୍ପର ପରିମାଣ ଅଧିକ ହେଲେ ଭୂଗୋଲକୀୟ ତାପମାତ୍ରାରେ କ୍ରମଶଃ ବୃଦ୍ଧି ଘଟିଥାଏ ?
(୧) ଅମ୍ଳଜାନ
(୨) ଅଙ୍ଗାରକାମ୍ଳ
(୩) ଆର୍ଗନ୍
(୪) ଯବକ୍ଷାରଜାନ
Answer:
(୨) ଅଙ୍ଗାରକାମ୍ଳ
(କ) ପୃଥିବୀର ଗଭୀରତମ ଖାତ ____________ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ।
Answer:
ମାରିଆନା
(ଖ) ଗୋଟିଏ ଦେଶ ନାମରେ ନାମିତ ମହାସାଗରଟିର ନାମ ____________।
Answer:
ଭାରତ ମହାସାଗର
(ଗ) ପୃଥିବୀର ବୃହତ୍ତମ ମହାସାଗର _____________ ଅଟେ।
Answer:
ପ୍ରଶାନ୍ତ ମହାସାଗର
(ଘ) ପୃଥିବୀର ଉଚ୍ଚତମ ଶୃଙ୍ଗ __________ ଅଟେ।
Answer:
ଏଭେରେଷ୍ଟ
(କ) ଜଳୀୟ ଗ୍ରହ
Answer:
ପୃଥିବୀରେ ଶତକଡ଼ା ୭୧ ଭାଗ ଜଳ ରହିଥିବାରୁ ଏହାକୁ ଜଳୀୟ ଗ୍ରହ କୁହାଯାଏ।
(ଖ) ଜୈବମଣ୍ଡଳ
Answer:
ବଡ଼ ବଡ଼ ପ୍ରାଣୀଠାରୁ ଆରମ୍ଭ କରି ଅତି କ୍ଷୁଦ୍ର ଏକକୋଷୀ ପ୍ରାଣୀ,ବିରାଟ ଦ୍ରୁମଠାରୁ ଆରମ୍ଭ କରି କ୍ଷୁଦ୍ର ଗୁଳ୍ମଲତା ପର୍ଯ୍ୟନ୍ତ ଉଭିଦସମୂହ ଏହି ଜୈବମଣ୍ଡଳରେ ଅନ୍ତର୍ଭୁକ୍ତ। ଏହି ମଣ୍ଡଳଟି ଜୀବଜଗତରେ ଧାରଣ ଓ ପୋଷଣ କର୍ତ୍ତା ଭୂପୃଷ୍ଠର ଜଳ, ମୃତ୍ତିକା ଓ ବାୟୁଦ୍ୱାରା ଏହା ପରିପୁଷ୍ଟ। ମନୁଷ୍ୟ ଏହି ଜୈବମଣ୍ଡଳର ମୁଖ୍ୟ ଭୂମିକା ଗ୍ରହଣ କରିଛି।
(ଗ) ପରିସଂସ୍ଥା
Answer:
ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜଳବାୟୁ, ମୃତ୍ତିକା ଏବଂ ସେହି ଅଞ୍ଚଳରେ ରହୁଥିବା ଜୀବଗୋଷ୍ଠୀ ( ପ୍ରାଣୀ ଓ ଉଦ୍ଭିଦମାନଙ୍କୁ) ନେଇ ଯେଉଁ ପରିବେଶ ସୃଷ୍ଟି ହୁଏ, ତାହାକୁ ପରିସଂସ୍ଥା କୁହାଯାଏ।
(ଘ) ଅଶ୍ମମଣ୍ଡଳ
Answer:
ପୃଥିବୀର ଅଶ୍ମମଣ୍ଡଳଟି ଭୂତ୍ଵକର ବିଭିନ୍ନ ଶିଳା ଓ ମୃତ୍ତିକା ସ୍ତରକୁ ନେଇ ଗଠିତ। ଭୂପୃଷ୍ଠରେ ଥିବା ବିଭିନ୍ନ ପ୍ରାଣୀ ଓ ଉଭିଦମାନଙ୍କ ଜୀବନଧାରଣ ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ଏହି ଶିଳା ଓ ମୃତ୍ତିକାରୁ ହିଁ ମିଳିଥାଏ। ଏହି ମଣ୍ଡଳଟି ପୃଥିବୀର ସାତୋଟି ମହାଦେଶ ଓ ସମୁଦ୍ର ତଳକୁ ନେଇ ଗଠିତ।