6th Class Geography(ଭୂଗୋଳ) - Chapter 6 ପୃଥିବୀର ମହାଦେଶ (b) ଆଫ୍ରିକା All Question With Answer

↓ Question & Answer ↓

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ ।

(କ) ଆଫ୍ରିକା ମହାଦେଶର ଉତ୍ତର ପଶ୍ଚିମ ଭାଗରେ କେଉଁ ପର୍ବତ ଅବସ୍ଥିତ ?
Answer:

ଆଫ୍ରିକା ମହାଦେଶର ଉତ୍ତର ପଶ୍ଚିମ ଭାଗରେ ଆଟ୍‌ଲାସ ପର୍ବତମାଳା ଅବସ୍ଥିତ।


(ଖ) ଆଫ୍ରିକା ମହାଦେଶରେ ପ୍ରବାହିତ ଦୁଇଟି ନଦୀର ନାମ ଲେଖ।
Answer:

ଆଫ୍ରିକା ମହାଦେଶରେ ପ୍ରବାହିତ ଦୁଇଟି ନଦୀର ନାମ ହେଲା – ନୀଳନଦୀ ଓ ଜାଇରେ।


(ଗ) ପୃଥ‌ିବୀର ବୃହତ୍ତମ ମରୁଭୂମିର ନାମ କ’ଣ ?
Answer:

ପୃଥ‌ିବୀର ବୃହତ୍ତମ ମରୁଭୂମିର ନାମ ହେଲା ସାହାରା।


(ଘ) କେଉଁମାନେ ଆଫ୍ରିକାର ମୂଳ ଅଧିବାସୀ ?
Answer:

ନିଟ୍ରୋମାନେ ଆଫ୍ରିକାର ମୂଳ ଅଧିବାସୀ।


(ଇ) ପୃଥ‌ିବୀର ଦୀର୍ଘତମ ନଦୀର ନାମ ଲେଖ। ଏହା କେଉଁ ସାଗରରେ ପଡ଼ିଅଛି ?
Answer:

ପୃଥ‌ିବୀର ଦୀର୍ଘତମ ନଦୀର ନାମ ହେଲା ନୀଳନଦୀ। ଏହା ଭୂମଧ୍ୟ ସାଗରରେ ପଡ଼ିଅଛି।


(ଚ) ମରୁଦ୍ୟାନ କେଉଁଠି ଦେଖାଯାଏ ?
Answer:

ମରୁଭୂମିରେ ଯେଉଁଠି ଝରଣା ରହିଥାଏ ସେହିଠାରେ ହିଁ ମରୂଦ୍ୟାନ ଦେଖାଯାଏ।


(ଛ) ପିରାମିଡ୍ କେଉଁ ଦେଶରେ ଦେଖିବାକୁ ମିଳେ ?
Answer:

ମିଶର ଦେଶରେ ପିରାମିଡ୍ ଦେଖିବାକୁ ମିଳେ।


🗨
୨। ଆଫ୍ରିକାର ଅଧ୍ୟାବାସୀଙ୍କର ପ୍ରଧାନ ଜୀବିକାଗୁଡ଼ିକ କ’ଣ କ’ଣ ବର୍ଣ୍ଣନା କର।

Answer:
(i) ନୀଳନଦୀର ଉପତ୍ୟକା ଏବଂ ତା’ର ତ୍ରିକୋଣଭୂମି ଅଞ୍ଚଳରେ ମୁଭିକା ଉର୍ବର ଓ ଜଳସେଚନର ସୁବିଧା ଥ‌ିବା ଯୋଗୁଁ ଲୋକମାନେ କୃଷିକାର୍ଯ୍ୟ ଓ ଗୋପାଳନ କରି ଜୀବିକା ନିର୍ବାହ କରନ୍ତି।
(ii) ଭୂମଧ୍ଯସାଗର ତୀରବର୍ତ୍ତୀ ଅଞ୍ଚଳର ଲୋକେ ଅଙ୍ଗୁର,କମଳାଲେମ୍ବୁ ଇତ୍ୟାଦି ଫଳଚାଷ କରି ଜୀବିକା ନିର୍ବାହ କରନ୍ତି।
(iii) ତୃଣଭୂମିମାନଙ୍କରେ ଗୋରୁ, ମେଷ ଇତ୍ୟାଦି ପଶୁପାଳନ କରାଯାଏ।
(iv) ସୁନା, ହୀରା ଇତ୍ୟାଦି ଖଣି; ରବର, ଫଳ ଆଦି କୃଷି; ଶିଳ୍ପ, ବାଣିଜ୍ୟ, ଗମନାଗମନ ଆଦି କ୍ଷେତ୍ରରେ ଅନେକ ଲୋକ ନିଯୁକ୍ତି ପାଇ ଜୀବିକା ନିର୍ବାହ କରନ୍ତି।


🗨