6th Class Geography(ଭୂଗୋଳ) - Chapter 6 ପୃଥିବୀର ମହାଦେଶ (c) ଉତ୍ତର ଆମେରିକା All Question With Answer

↓ Question & Answer ↓

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଦିଅ।

(କ) ଉତ୍ତର ଆମେରିକାକୁ କେଉଁ କେଉଁ ପ୍ରାକୃତିକ ବିଭାଗରେ ବିଭାଜିତ କରାଯାଇଅଛି ?
Answer:

ଉତ୍ତର ଆମେରିକାକୁ ଚାରିଗୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି; ଯଥା
(i) ପଶ୍ଚିମ ଉପକୂଳରେ ପ୍ରଶାନ୍ତ ମହାସାଗର ସହ ସମାନ୍ତରାଳ ଭାବରେ ରକି ପର୍ବତଶ୍ରେଣୀ
(ii) ପୂର୍ବ ଉପକୂଳରେ ଆଟ୍‌ଲାଣ୍ଟିକ୍ ମହାସାଗର କୂଳରେ ଆପେଲେସିଆନ୍ ପର୍ବତଶ୍ରେଣୀ
(iii) କେନ୍ଦ୍ରଭାଗରେ ବୃହତ୍ ସମତଳଭୂମି
(iv) ଉତ୍ତର ପୂର୍ବ ଭାଗରେ କାନାଡ଼ା ମାଳଭୂମି।


(ଖ) ଏହି ମହାଦେଶରେ ପ୍ରବାହିତ ଚାରିଗୋଟି ନଦୀର ନାମ ଲେଖ।
Answer:

ଏହି ମହାଦେଶରେ ପ୍ରବାହିତ ଚାରିଗୋଟି ନଦୀର ନାମ ହେଲା – ମିଶୋରୀ, ମିସିସିପି, ସେଣ୍ଟଲରେନ୍ସ ଓ କଲମ୍ବିଆ।


(ଗ) ଉତ୍ତର ଆମେରିକାର ମେରୁ ନିକଟବର୍ତ୍ତୀ ଅଞ୍ଚଳରେ କି ପ୍ରକାର ଉଭିଦ ଦେଖାଯାଏ?
Answer:

ଉତ୍ତର ଆମେରିକାର ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ହିମାଙ୍କ ଊର୍ଷରେ ମାତ୍ର ୧୦° ସେଲ୍‌ସିୟସ୍ ମଧ୍ୟରେ ରହୁଥ‌ିବାରୁ ଏଠାରେ କୌଣସି ପ୍ରକାର ବୃକ୍ଷ ଦେଖାଯାଏ ନାହିଁ ।


(ଘ) ଟାଇଗା ଅଞ୍ଚଳରେ ଦେଖାଯାଉଥ‌ିବା ବନ୍ୟପ୍ରାଣୀ ଦୁଇଟିର ନାମ ଲେଖ।
Answer:

ଟାଇଗା ଅଞ୍ଚଳରେ ଦେଖାଯାଉଥ‌ିବା ବନ୍ୟପ୍ରାଣୀ ଦୁଇଟିର ନାମ ହେଲା ବିଭର ଓ ଧଳା କୋକିଶିଆଳି।


(ଙ) ଉତ୍ତର ଆମେରିକାରେ ଅବସ୍ଥିତ ୪ଟି ଦେଶର ନାମ ଲେଖ।
Answer:

ଉତ୍ତର ଆମେରିକାରେ ଅବସ୍ଥିତ ୪ଟି ଦେଶର ନାମ ହେଲା – କାନାଡ଼ା, ଯୁକ୍ତରାଷ୍ଟ୍ର ଆମେରିକା, ମେକ୍ସିକୋ, ନିକାରାଗୁଆ।


🗨
୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

(କ) ଉତ୍ତର ଆମେରିକାରେ ଥିବା ତୃଣଭୂମିକୁ ________ କୁହାଯାଏ।
(ଡାଉନ୍ସ, ଷ୍ଟେପ୍, ପ୍ରେରୀ, ପମ୍ପାସ)
Answer:
ପ୍ରେରୀ


(ଖ) ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀର ନାମ _____________ ଅଟେ।
(ଚିକାଗୋ, ୱାଶିଙ୍ଗଟନ୍ ଡି.ସି., ନିଉୟର୍କ, ଲଞ୍ଜେଲସ୍ )
Answer:
ୱାଶିଙ୍ଗଟନ ଡି.ସି.


(ଗ) ଉତ୍ତର ଆମେରିକାର ପଶ୍ଚିମରେ ___________ ମହାସାଗର ଅଛି।
(ପ୍ରଶାନ୍ତ, ଭାରତ, ଆଟ୍‌ଲାଣ୍ଟିକ୍, ସୁମେରୁ)
Answer:
ପ୍ରଶାନ୍ତ


(ଘ) କ୍ଷେତ୍ରଫଳ ଦୃଷ୍ଟିରୁ ଉତ୍ତର ଆମେରିକା ପୃଥ‌ିବୀର ____________ ବୃହତ୍ତମ ମହାଦେଶ ।
(ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ)
Answer:
ତୃତୀୟ


(ଙ) ଉତ୍ତର ଆମେରିକାର ବୃହତ୍ ଗୋପାଳନ କେନ୍ଦ୍ରକୁ ____________________ କୁହାଯାଏ ।
(ପ୍ରେରୀ, ବ୍ୟାଞ୍ଚ, କ୍ୟାମ୍ବୋସ୍, ହାନୋସ )
Answer:
ଚ୍ୟାଞ୍ଚ୍


🗨