6th Class Geography(ଭୂଗୋଳ) - Chapter 6 ପୃଥିବୀର ମହାଦେଶ (d) ଦକ୍ଷିଣ ଆମେରିକା All Question With Answer

↓ Question & Answer ↓

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଦିଅ।

(କ) ଉଦାହରଣ ସହ ‘ଯୋଜକ’ର ପରିଭାଷା ଲେଖ।
Answer:

ଯୋଜକ ହେଉଛି ଏକ ସଂକୀର୍ଣ୍ଣ ସ୍ଥଳଭାଗ ଯେଉଁଟି ଦୁଇଟି ବୃହତ୍ ସ୍ଥଳଭାଗକୁ ଯୋଗ କରେ।
ଉଦାହରଣସ୍ୱରୂପ, ଦକ୍ଷିଣ ଆମେରିକା ସହିତ ଉତ୍ତର ଆମେରିକା ପାନାମା ଯୋଜକଦ୍ୱାରା ସଂଯୁକ୍ତ ଥିଲା।


(ଖ) ଦକ୍ଷିଣ ଆମେରିକାର ବେଶୀ ଭାଗ କେଉଁ ଗୋଲାର୍ଦ୍ଧରେ ରହିଅଛି ?
Answer:

ଦକ୍ଷିଣ ଆମେରିକାର ବେଶୀ ଭାଗ ଦକ୍ଷିଣ ଗୋଲାର୍ଦ୍ଧରେ ରହିଅଛି।


(ଗ) ଆଣ୍ଡିଜ୍ ପର୍ବତମାଳା ଦକ୍ଷିଣ ଆମେରିକାର କେଉଁ ଦିଗରେ ଅବସ୍ଥିତ?
Answer:

ଆଣ୍ଡିଜ୍ ପର୍ବତମାଳା ଦକ୍ଷିଣ ଆମେରିକାର ପଶ୍ଚିମ ଦିଗରେ ଅବସ୍ଥିତ।


(ଘ) କେଉଁ ନଦୀ ପୃଥ‌ିବୀର ସବୁଠାରୁ ବଡ଼ ନଦୀ ?
Answer:

ଦକ୍ଷିଣ ଆମେରିକାରେ ପ୍ରବାହିତ ଆମାଜନ ନଦୀ ପୃଥ‌ିବୀର ସବୁଠାରୁ ବଡ଼ ନଦୀ।


(ଙ) ଦକ୍ଷିଣ ଆମେରିକାରେ ପ୍ରବାହିତ ୪ଟି ନଦୀର ନାମ ଲେଖ।
Answer:

ଦକ୍ଷିଣ ଆମେରିକାରେ ପ୍ରବାହିତ ୪ଟି ନଦୀର ନାମ ହେଲା – ଆମାଜନ, ଓରିନୋକୋ, ପାରାନା – ପାରାଗୁଏ ଓ ଉରୁଗୁଏ।


(ଚ) ଆର୍ଜେଣ୍ଟିନାର ନାତିଶୀତୋଷ୍ଣ ତୃଣଭୂମିର ନାମ କ’ଣ ?
Answer:

ଆର୍ଜେଣ୍ଟିନାର ନାତିଶୀତୋଷ୍ଣ ତୃଣଭୂମିର ନାମ ପମ୍ପାସ୍।


(ଛ) ଦକ୍ଷିଣ ଆମେରିକାର ବିଷୁବ ମଣ୍ଡଳୀୟ ଅରଣ୍ୟକୁ କ’ଣ କୁହାଯାଏ ?
Answer:

ଦକ୍ଷିଣ ଆମେରିକାର ବିଷୁବମଣ୍ଡଳୀୟ ଚିରହରିତ୍‌ ଅରଣ୍ୟକୁ ସେଲ୍‌ଭା କୁହାଯାଏ।

(ଜ) ଦକ୍ଷିଣ ଆମେରିକାର ୪ଟି ବଡ଼ ବଡ଼ ସହରର ନାମ ଲେଖ।
Answer:

ଦକ୍ଷିଣ ଆମେରିକାର ୪ଟି ବଡ଼ ବଡ଼ ସହରର ନାମ ହେଲା – ବ୍ରାସିଲିଆ, ବୁଏନ୍ସଏୟାରିସ୍, ସାଣ୍ଟିଆଗୋ, ସାଓପାଓଲା।


(ଝ) ଦକ୍ଷିଣ ଆମେରିକାର ନାତିଶୀତୋଷ୍ଣ ମରୁଭୂମିକୁ କ’ଣ କୁହାଯାଏ ?
Answer:

ଦକ୍ଷିଣ ଆମେରିକାର ନାତିଶୀତୋଷ୍ଣ ମରୁଭୂମିକୁ ପାଟାଗୋନିଆ କୁହାଯାଏ।


🗨
୨। କାରଣ ଦର୍ଶାଅ :

(କ) ଦକ୍ଷିଣ ଆମେରିକାର ଅଧୁକାଂଶ ଅଞ୍ଚଳରେ ଜଳବାୟୁ ଉଷ୍ଣ।
Answer:

ଦକ୍ଷିଣ ଆମେରିକାର ବିଷୁବ ବୃତ୍ତ ଏବଂ ମକର କ୍ରାନ୍ତି ମଧ୍ୟରେ ଅଧିକାଂଶ ଅଞ୍ଚଳ ଅବସ୍ଥିତ ଥ‌ିବାରୁ ଏସବୁ ଅଞ୍ଚଳର ଜଳବାୟୁ ଉଷ୍ଣ ହୋଇଥାଏ।


(ଖ) ଦକ୍ଷିଣ ଆମେରିକାର ଦକ୍ଷିଣ ପ୍ରାନ୍ତରେ ଅଧ୍ଵ ଥଣ୍ଡା ପଡ଼େ ।
Answer:

ଦକ୍ଷିଣ ଆମେରିକାର ଦକ୍ଷିଣ ପ୍ରାନ୍ତ କୁମେରୁ ବୃତ୍ତର ନିକଟବର୍ତ୍ତୀ ହୋଇଥିବାରୁ ସେଠାରେ ଅତ୍ୟଧିକ ଥଣ୍ଡା ପଡ଼େ।


(ଗ) ଆମାଜନ୍ ଉପତ୍ୟକାରେ ଚିରହରିତ୍‌ ଅରଣ୍ୟ ଦେଖାଯାଏ।
Answer:

ଆମାଜନ୍ ନଦୀ ଉପତ୍ୟକା ଅଞ୍ଚଳରେ ବର୍ଷସାରା ପ୍ରଚୁର ବୃଷ୍ଟିପାତ ହେଉଥିବାରୁ ସେଠାରେ ଚିରହରିତ୍‌ ଅରଣ୍ୟ ଦେଖାଯାଏ।


🗨
୩। ଦକ୍ଷିଣ ଆମେରିକାରେ ଦେଖାଯାଉଥ‌ିବା ବନ୍ୟପ୍ରାଣୀଗୁଡ଼ିକର ଏକ ବିବରଣୀ ପ୍ରଦାନ କର।

Answer:
(୧) ଦକ୍ଷିଣ ଆମେରିକାର ସେଲ୍‌ଭା ଅରଣ୍ୟରେ ବିଭିନ୍ନ ପ୍ରକାର ସରୀସୃପ, ମାଙ୍କଡ଼, ଜାଗୁଆର ଓ ପୁମା ପରି ହିଂସ୍ର ଜନ୍ତୁ ଏବଂ ବଜ୍ରକାପ୍ତା ଓ ଅନେକ ଜାତିର ପକ୍ଷୀ ବାସ କରନ୍ତି।
(୨) କାସ ତୃଣଭୂମିରେ ବଜ୍ରକାପ୍ତା, ବଣଘୁଷୁରୀ, ହରିଣ ଓ ପୁମା ଆଦି ବନ୍ୟପ୍ରାଣୀ ବାସ କରନ୍ତି।
(୩) ପାଟାଗୋନିଆରେ ବିଭିନ୍ନ ପ୍ରଜାତିର ମୂଷା, ଏଣ୍ଡୁଅ, ସାପ ଇତ୍ୟାଦି ଦେଖାଯାଆନ୍ତି। ଦକ୍ଷିଣ ଆମେରିକାରେ ଲାମା, ଆଲପ୍‌, ଭିକୁନା ପ୍ରଭୃତି ଲୋମଶ ଜନ୍ତୁ ବାସ କରନ୍ତି। ଆଣ୍ଟିଜ୍‌ର ଉଚ୍ଚ ଶୃଙ୍ଗମାନଙ୍କରେ ଶାଗୁଣା ଜାତୀୟ ପକ୍ଷୀ କଣ୍ଡର ବାସ କରନ୍ତି।
(୫) ଏହି ମହାଦେଶରେ ଦେଖାଯାଉଥ‌ିବା ରିଆପକ୍ଷୀ ଉଡ଼ିପାରେ ନାହିଁ। ଜାଗୁଆର ହେଉଛି ଦକ୍ଷିଣ ଆମେରିକାର ଚିତାବାଘ ଯିଏ ଗଛ ଚଢ଼ିପାରେ ଓ ପାଣିରେ ପହଁରିପାରେ। ପୁମା ଦକ୍ଷିଣ ଆମେରିକାର ଏକ ବଡ଼ ହିଂସ୍ର ଓ ବଳବାନ୍ ପ୍ରାଣୀ। ଏଠାରେ ବାସ କରୁଥିବା ଆର୍ମାଡ଼ିଲେ ନାମକ ଦନ୍ତହୀନ ପ୍ରାଣୀର ଜିଭ ଓ ମୁହଁ ଲମ୍ବା ଏବଂ ଏହା କୀଟପତଙ୍ଗ ଓ ଜନ୍ଦା ପ୍ରଭୃତି ଖାଇ ବଞ୍ଚେ।


🗨
୪। କେଉଁ କେଉଁ ସଂପ୍ରଦାୟର ଲୋକେ ଦକ୍ଷିଣ ଆମେରିକାର ଅଧ୍ବବାସୀ ?

Answer:
ଲୋହିତ ଭାରତୀୟ, ନିଗ୍ରୋ ଓ ୟୁରୋପୀୟ (ପର୍ତ୍ତୁଗୀଜ୍, ସ୍ପେନୀୟ) ଆଦି ସମ୍ପ୍ରଦାୟର ଲୋକେ ଦକ୍ଷିଣ ଆମେରିକାର ଅଧ୍ୟାବାସୀ।


🗨