6th Class Geography(ଭୂଗୋଳ) - Chapter 6 ପୃଥିବୀର ମହାଦେଶ (f) ଇଉରୋପ All Question With Answer

↓ Question & Answer ↓

୧। ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।

(କ) ଇଉରୋପର ପ୍ରଧାନ ପ୍ରାକୃତିକ ବିଭାଗଗୁଡ଼ିକର ନାମ ଲେଖ।
Answer:

ଇଉରୋପକୁ ତିନୋଟି ପ୍ରଧାନ ପ୍ରାକୃତି ବିଭାଗରେ ବିଭକ୍ତ କରାଯାଇଛି । ଯଥା –
(i) ଉତ୍ତର-ପଶ୍ଚିମ ଭାଗର ମାଳଭୂମି
(ii) ମଧ୍ୟଭାଗର ସମତଳଭୂମି
(iii) ଦକ୍ଷିଣ ଭାଗର ଭଙ୍ଗିଳ ପର୍ବତଶ୍ରେଣୀ ଓ ମାଳଭୂମି


(ଖ) ଇଉରୋପକୁ କାହିଁକି ଏକ ଉପଦ୍ଵୀପ କୁହାଯାଏ ?
Answer:

ଇଉରୋପ ମହାଦେଶର ଉତ୍ତରରେ ସୁମେରୁ ମହାସାଗର, ଦକ୍ଷିଣରେ ଭୂମଧ୍ଯସାଗର ଏବଂ ପଶ୍ଚିମରେ ଆଟ୍‌ଲାଣ୍ଟିକ୍ ମହାସାଗର ଅବସ୍ଥିତ । ତେଣୁ ଏହି ମହାଦେଶ ତିନିପଟେ ଜଳରାଶିଦ୍ୱାରା ପରିବେଷ୍ଟିତ ହୋଇଥିବାରୁ ଏହାକୁ ଉପଦ୍ବୀପ କୁହାଯାଏ ।


(ଗ) କେଉଁ ପର୍ବତଶ୍ରେଣୀ ଏହି ମହାଦେଶକୁ ଏସିଆଠାରୁ ଅଲଗା କରୁଛି ?
Answer:

ୟୁରାଲ ପର୍ବତଶ୍ରେଣୀ ଇଉରୋପ ମହାଦେଶକୁ ଏସିଆଠାରୁ ଅଲଗା କରୁଛି।

(ଘ) ରାଇନ୍ ନଦୀ କେଉଁ ଜଳରାଶିରେ ପଡ଼ିଅଛି ?
Answer:

ରାଇନ୍ ନଦୀ ଉତ୍ତର ସାଗରରେ ପଡ଼ିଅଛି।

(ଙ) ଟାଇଗା ଅରଣ୍ୟର ଦୁଇଟି ପ୍ରାକୃତିକ ଉଦ୍ଭଦର ନାମ ଲେଖ।
Answer:

ଟାଇଗା ଅରଣ୍ୟର ଦୁଇଟି ପ୍ରାକୃତିକ ଉଦ୍ଭଦ ହେଲା ଓକ୍ ଓ ପାଇନ୍।


(ଚ) ତୁନ୍ଦ୍ରା ଅଞ୍ଚଳରେ ରହୁଥ‌ିବା ଚାରୋଟି ବନ୍ୟପ୍ରାଣୀଙ୍କର ନାମ ଲେଖ।
Answer:

ତୁନ୍ଦ୍ରା ଅଞ୍ଚଳରେ ରହୁଥ‌ିବା ଚାରୋଟି ବନ୍ୟପ୍ରାଣୀ ହେଲେ ବଲ୍‌ଗାହରିଣ, ଧଳାଭାଲୁ, ସିଲ୍ ଓ ୱାଲ୍‌ରସ୍।


(ଛ) ପୃଥ‌ିବୀର ସବୁଠାରୁ ସାନ ଦେଶର ନାମ କ’ଣ ?
Answer:

ଇଉରୋପ ମହାଦେଶ ଅନ୍ତର୍ଗତ ଭାଟିକାନ ସିଟି ପୃଥ‌ିବୀର ସବୁଠାରୁ ସାନ ଦେଶ।

(ଜ) ଟାଇଗାର ୪ଟି ପ୍ରଧାନ ବନ୍ୟଜନ୍ତୁଗୁଡ଼ିକର ନାମ ଲେଖ।
Answer:

ଟାଇଗାର ୪ଟି ପ୍ରଧାନ ବନ୍ୟଜନ୍ତୁଙ୍କର ନାମ ହେଲା ଲିଙ୍କସ୍, ଧଳା କୋକିଶିଆଳୀ, ମିଙ୍କ୍ ଓ ୱାଲ୍‌ରସ୍।


(ଝ) କେଉଁ ଦେଶ ଉଭୟ ଏସିଆ ଓ ଇଉରୋପ ମହାଦେଶରେ ଅବସ୍ଥିତ ?
Answer:

ରୁଷିଆ ଦେଶ ଉଭୟ ଏସିଆ ଓ ଇଉରୋପ ମହାଦେଶ ମଧ୍ୟରେ ଅବସ୍ଥିତ।


(ଞ) ଇଉରୋପର ଅଧ୍ବବାସୀମାନେ କେଉଁ କେଉଁ କ୍ଷେତ୍ରରେ କାମ କରି ଜୀବିକାର୍ଜନ କରିଥା’ନ୍ତି?
Answer:

(i) ଇଉରୋପ ମହାଦେଶର ଅସ୍ଵାସୀମାନେ ଶିଳ୍ପ, ବାଣିଜ୍ୟ, ଖଣିକାର୍ଯ୍ୟ, ଗମନାଗମନ, ଶିକ୍ଷା, ଚିକିତ୍ସା କ୍ଷେତ୍ରରେ କାମ କରି ନିଜର ଜୀବିକାର୍ଜନ କରିଥା’ନ୍ତି।
(ii) କେତେକ ଲୋକ କୃଷିକାର୍ଯ୍ୟରେ ନିୟୋଜିତ ହୋଇଥା’ନ୍ତି । ଚାଷକାର୍ଯ୍ୟ ପ୍ରାୟତଃ ମେସିନ୍‌ ସହାଯ୍ୟରେ କରାଯାଏ।


🗨
୨। କାରଣ ଦର୍ଶାଅ :

(କ) ଇଉରୋପର ମଧ୍ୟଭାଗରେ ସାମୁଦ୍ରିକ ପ୍ରଭାବ କମ୍ ପଡ଼େ।
Answer:

ଇଉରୋପର ମଧ୍ୟଭାଗ ସମୁଦ୍ରଠାରୁ ଦୂରରେ ଥ‌ିବାରୁ ସେଠାରେ ସାମୁଦ୍ରିକ ପ୍ରଭାବ କମ୍ ପଡ଼େ।


(ଖ) ଇଉରୋପର ପୂର୍ବଭାଗରେ ତୃଣ ଓ ଗୁଳ୍ମ ଜନ୍ମେ।
Answer:

ଇଉରୋପର ପୂର୍ବଭାଗରେ କମ୍ ବର୍ଷା ହେଉଥ‌ିବାରୁ ସେଠାରେ ତୃଣ ଓ ଗୁଳ୍ମ ଜନ୍ମେ।


🗨
୩। ଇଉରୋପର ଜୀବଜନ୍ତୁ ସମ୍ବନ୍ଧରେ ଏକ ବିବରଣୀ ପ୍ରସ୍ତୁତ କର।

Answer:
(i) ବଲ୍‌ଗାହରିଣ, ଧଳାଭାଲୁ, ସିଲ୍, ୱାଲ୍‌ରସ୍ ଇତ୍ୟାଦି ପ୍ରାଣୀ ଇଉରୋପର ତୁନ୍ଦ୍ରା ଅଞ୍ଚଳରେ ଦେଖାଯାଆନ୍ତି।
(ii) ଲିଙ୍କସ୍‌, ମିକ୍, ଏରମିନ୍, ଧଳା କୋକିଶାଆଳୀ ଇତ୍ୟାଦି ପ୍ରାଣୀ ଇଉରୋପର ଟାଇଗା ଅଞ୍ଚଳରେ ଦେଖାଯାଆନ୍ତି।


🗨
୪। ପାର୍ଥକ୍ୟ ଦର୍ଶାଅ। ତୁନ୍ଦ୍ରା ଏବଂ ଟାଇଗା

ତୁନ୍ଦ୍ରା ଟାଇଗା
(୧) ଇଉରୋପର ଉତ୍ତରାଞ୍ଚଳ ମେରୁ ନିକଟବର୍ତ୍ତୀ ହୋଇଥିବାରୁ ତାହାକୁ ତୁନ୍ଦ୍ରାଞ୍ଚଳ କୁହାଯାଏ।
(୨) ଏଠାରେ ଲାଇକେନ୍ ଜାତୀୟ ଶୈବାଳ ଓ ହିମଗୁଳ୍ମ ଆଦି ତୁନ୍ଦ୍ରା ଉଭିଦ ଜନ୍ମେ।
(୩) ବଲ୍ଗାହରିଣ, ଧଳାଭାଲୁ, ସିଲ୍, ୱାଲ୍ରସ୍ ଇତ୍ୟାଦି ତୁନ୍ଦ୍ରାଞ୍ଚଳର ମୁଖ୍ୟ ପ୍ରାଣୀ।
(୧) ତୁନ୍ଦ୍ରାଞ୍ଚଳର ଦକ୍ଷିଣରେ ଟାଇଗା ଅଞ୍ଚଳ ଅବସ୍ଥିତ।
(୨) ଏହି ଅଞ୍ଚଳରେ ଓକ୍, ପାଇନ୍, ସ୍ପୃଶ୍ ଓ ଫିର୍ ଇତ୍ୟାଦି ପ୍ରାକୃତିକ ଉଦ୍ଭଦ ଦେଖାଯାଆନ୍ତି।
(୩) ଲିଙ୍କସ୍, ମିକ୍ସ୍, ଏରମିନ୍, ଧଳା କୋକିଶିଆଳୀ ଇତ୍ୟାଦି ଟାଇଗା ଅଞ୍ଚଳର ମୁଖ୍ୟ ପ୍ରାଣୀ।

🗨