6th Class Geography(ଭୂଗୋଳ) - Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ All Question With Answer

↓ Question & Answer ↓

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଦିଅ ।

(କ) ଭାରତର ପ୍ରାକୃତିକ ବିଭାଗଗୁଡ଼ିକର ନାମ ଲେଖ ।
Answer:

ଭାରତକୁ ଚାରିଗୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଅଛି; ଯଥା –
(୧) ଉତ୍ତରସ୍ଥ ହିମାଳୟ ପର୍ବତମାଳା
(୨) ଉତ୍ତର ଭାରତର ସମତଳ ଭୂମି
(୩) ଦକ୍ଷିଣ ଭାରତର ମାଳଭୂମି
(୪) ଉପକୂଳବର୍ତ୍ତୀ ସମତଳ ଭୂମି


(ଖ) ଭାରତର ସାତଟି ଦେଶ ସହ ସ୍ଥଳ ସୀମାରେଖା ଲାଗିରହିଛି । ସେଗୁଡ଼ିକର ନାମ ଲେଖ ।
Answer:

ଭାରତର ଯେଉଁ ସାତଟି ଦେଶ ସହ ସ୍ଥଳ ସୀମାରେଖା ଲାଗି ରହିଛି ସେଗୁଡ଼ିକ ହେଲା – ଚୀନ୍, ନେପାଳ, ଭୁଟାନ୍, ମିଆଁମାର, ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ଥାନ ।


(ଗ) ଭାରତର କେଉଁ ମୁଖ୍ୟ ନଦୀ ଦୁଇଟି ଆରବ ସାଗରରେ ପଡ଼ିଛନ୍ତି ?
Answer:

ଭାରତର ନର୍ମଦା ଓ ତାୟୀ ମୁଖ୍ୟ ନଦୀଦ୍ୱୟ ଆରବ ସାଗରରେ ପଡ଼ିଛନ୍ତି ।


(ଘ) ଗଙ୍ଗା-ବ୍ରହ୍ମପୁତ୍ର ନଦୀଦ୍ୱୟର ତ୍ରିକୋଣଭୂମିର ନାମ କ’ଣ ?
Answer:

ଗଙ୍ଗା-ବ୍ରହ୍ମପୁତ୍ର ନଦୀଦ୍ୱୟର ତ୍ରିକୋଣଭୂମିର ନାମ ହେଲା ସୁନ୍ଦରବନ ତ୍ରିକୋଣଭୂମି ।


(ଙ) ଭାର ତରେ କେତୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି ?
Answer:

ଭାରତରେ ୨୮ ଗୋଟି ରାଜ୍ୟ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।


(ଚ) ଉତ୍ତର ଭାରତ ସମତଳ ଅଞ୍ଚଳରେ ଅଧ୍ଵ ଜନସଂଖ୍ୟାର କାରଣ କ’ଣ ?
Answer:

(i) ଉତ୍ତର ଭାରତ ସମତଳ ଅଞ୍ଚଳ ଗଙ୍ଗା, ସିନ୍ଧୁ, ବ୍ରହ୍ମପୁତ୍ର ଓ ଏହାର ଉପନଦୀଗୁଡ଼ିକଦ୍ବାରା ସଞ୍ଚ ପଟୁମାଟିରେ ଗଠିତ ହୋଇଥିବାରୁ ଅଧ‌ିକ ଉର୍ବର ଓ କୃଷି ଉପଯୋଗୀ ।
(ii) ସେଥ‌ିପାଇଁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ ।


🗨
୨ । ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଦିଅ ।

(କ) ହିମାଳୟ ଅନ୍ତର୍ଗତ ଦକ୍ଷିଣତମ ପର୍ବତଶ୍ରେଣୀର ନାମ :
ସିଲିକ୍, ହିମାଦ୍ରି, ହିମାଚଳ
Answer:
ସିଲିକ୍


(ଖ) ସହ୍ୟାଦ୍ରିର ଅନ୍ୟ ନାମ :
ଆରାବଳୀ, ପଶ୍ଚିମଘାଟ, ପୂର୍ବଘାଟ

Answer:
ପଶ୍ଚିମଘାଟ


(ଗ) ପକ୍ ପ୍ରଣାଳୀ ଦୁଇ ପାର୍ଶ୍ଵରେ ଥ‌ିବା ଦେଶର ନାମ :
ଶ୍ରୀଲଙ୍କା ଓ ମାଳଦ୍ୱୀପ, ଭାରତ ଓ ଶ୍ରୀଲଙ୍କା, ଭାରତ ଓ ମାଳଦ୍ୱୀପ

Answer:
ଭାରତ ଓ ଶ୍ରୀଲଙ୍କା


(ଘ) ଆରବ ସାଗରରେ ଅବସ୍ଥିତ ଭାରତୀୟ ଦ୍ୱୀପର ନାମ :
ଆଣ୍ଡାମାନ ଓ ନିକୋବର ଦ୍ବୀପ, ମାଳଦୀପ, ଲାକ୍ଷାଦ୍ବୀପ

Answer:
ଲାକ୍ଷାଦ୍ବୀପ


(ଙ) ଭାରତର ସର୍ବପୁରାତନ ପର୍ବତଶ୍ରେଣୀ :
ଆରାବଳୀ, ବିନ୍ଧ୍ୟ, ସାତପୁରା

Answer:
ଆରାବଳୀ


🗨
୩। ଶୂନ୍ୟସ୍ଥାନ ପୂରଣ କର ।

(କ) ଭାରତର କ୍ଷେତ୍ରଫଳ ପ୍ରାୟ ________________ ବର୍ଗ କିଲୋମିଟର ।
Answer:୩.୨୮ ନିୟୁତ


(ଖ) ଉଚ୍ଚ ହିମାଳୟର ଅନ୍ୟ ନାମ ________________ ।
Answer:ହିମାଦ୍ରି


(ଗ) କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସବୁଠାରୁ ବଡ଼ ରାଜ୍ୟ ________________ ।
Answer:ରାଜସ୍ଥାନ


(ଘ) ମହାନଦୀ ____________ ରେ ପଡ଼ିଛି ।
Answer:ବଙ୍ଗୋପସାଗର


(ଙ) ଭାରତର ମଧ୍ୟଭାଗ ଦେଇ ଯାଇଥ‌ିବା ଅକ୍ଷାଂଶ ___________ ଅଟେ ।
Answer:କର୍କଟକ୍ରାନ୍ତି


🗨