6th Class Mathematics(ଗଣିତ ) - Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.3 All Question With Answer

↓ Question & Answer ↓

Question 1.

ଉଦାହରଣରେ ଦେଖାଯାଇଥିବା ପରି ପ୍ରତ୍ୟେକ ଧାଡ଼ିରେ ମଝିଘରେ ଥିବା ସଂଖ୍ୟାର ପୂର୍ବବର୍ତ୍ତା ଓ ପରବର୍ତ୍ତୀ ସଂଖ୍ୟା ଲେଖ ।

ପୂର୍ବବର୍ତ୍ତା ସଂଖ୍ୟା ସଂଖ୍ୟା ପରବର୍ତ୍ତୀ ସଂଖ୍ୟା
9999 10,000 10,001
10090
29999
586452
358610
555555
708000
999999

ସମାଧାନ:
ପୂର୍ବବର୍ତ୍ତା ସଂଖ୍ୟା ସଂଖ୍ୟା ପରବର୍ତ୍ତୀ ସଂଖ୍ୟା
9999 10,000 10,001
10089 10090 10091
29998 29999 30000
586451 586452 586453
358609 358610 358611
555554 555555 555556
707999 708000 708001
999998 999999 1000000

🗨
Question 2.

(କ) କୌଣସି ସଂଖ୍ୟାର ଠିକ୍ ପରବର୍ତ୍ତୀ ସଂଖ୍ୟା ଓ ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରେ ଅନ୍ତର କେତେ?
ସମାଧାନ:

କୌଣସି ସଂଖ୍ୟାର ଠିକ୍ ପରବର୍ତ୍ତୀ ସଂଖ୍ୟା ଓ ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରେ ଅନ୍ତର 2 ।

(ଖ) କୌଣସି ଯୁଗ୍ମ ସଂଖ୍ୟାର ଠିକ୍ ପରବର୍ତ୍ତୀ ଓ ଠିକ୍ ପୂର୍ବବର୍ତୀ ସଂଖ୍ୟା ଯୁଗ୍ମ ସଂଖ୍ୟା ହେବେ କି? ଗୋଟିଏ ଉଦାହରଣ ନେଇ ପରୀକ୍ଷା କର ।
ସମାଧାନ:

କୌଣସି ଯୁଗ୍ମ ସଂଖ୍ୟାର ଠିକ୍ ପରବର୍ତ୍ତୀ ଓ ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା ଏକ ଯୁଗ୍ମ ସଂଖ୍ୟା ହେବେ ନାହିଁ ।
ଉଦାହରଣ – ମନେକର 4 ଏକ ଯୁଗ୍ମ ସଂଖ୍ୟା ।
4 ର ପୂର୍ବବର୍ତ୍ତୀ ସଂଖ୍ୟା = 3, ଏକ ଯୁଗ୍ମ ସଂଖ୍ୟା ନାହିଁ ।
ସେହିପରି 4 ର ପରବର୍ତ୍ତୀ ସଂଖ୍ୟା = 5, ଏକ ଯୁଗ୍ମ ସଂଖ୍ୟା ନୁହେଁ ।

(ଗ) ଏକ କୋଟିର ଠିକ୍ ପୂର୍ବବର୍ତ୍ତୀ ଓ ଠିକ୍ ପରବର୍ତ୍ତୀ ସଂଖ୍ୟା ଲେଖ ।
ସମାଧାନ:

ଏକ କୋଟିର ଠିକ୍ ପରବର୍ତ୍ତୀ ସଂଖ୍ୟା = 10000000 – 1 = 9999999
ଏବଂ ଠିକ୍ ପରବର୍ତ୍ତୀ ସଂଖ୍ୟା = 10000000 + 1 = 10000001

(ଘ) ତୁମ ମନରୁ ପାଞ୍ଚଟି ଆଠ ଅଙ୍କବିଶିଷ୍ଟ ସଂଖ୍ୟା ଲେଖ । ପ୍ରତ୍ୟେକ ସଂଖ୍ୟାର ଠିକ୍ ପୂର୍ବବର୍ତ୍ତୀ ଓ ଠିକ୍ ପରବର୍ତ୍ତୀ ସଂଖ୍ୟା ଲେଖ ।
ସମାଧାନ:

ଅଙ୍କବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା – 23405317, 18905563, 45632970, 38754021, 98765028 ।
(i) 23405317 ର ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା = 23405316 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା= 23405318 ।
(ii) 18905563 ର ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା= 18905562 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 18905564 ।
(iii) 45632970 ର ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା = 45632969 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 45632971 ।
(iv) 38754021ର ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା = 38754020 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 38754022 ।
(v) 98765028 ର ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା = 98765027 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 98765029 ।


🗨
Question 3.
ଗୋଟିଏ ତିନିଅଙ୍କ ବିଶିଷ୍ଟ ସଂଖ୍ୟା ନିଅ। ସେହି ସଂଖ୍ୟାର ଠିକ୍ ପରବର୍ତ୍ତୀ ଓ ଠିକ୍ ପୂର୍ବବର୍ତୀ ସଂଖ୍ୟା ନିର୍ଣ୍ଣୟ କର । ଠିକ୍ ପୂର୍ବବର୍ତୀ ଓ ଠିକ୍ ପରବର୍ତ୍ତୀ ସଂଖ୍ୟାକୁ ଯୋଗ କରି ଯୋଗଫଳକୁ ଦୁଇରେ ଭାଗ କର । କ’ଣ ପାଇଲ? ଆଉ ଗୋଟିଏ ଛଅ ଅଙ୍କ ବିଶିଷ୍ଟ ସଂଖ୍ୟା ନେଇ ଠିକ୍ ଏହି ଭଳି କାର୍ଯ୍ୟ କର ।

ସମାଧାନ:
ତିନିଅଙ୍କ ବିଶିଷ୍ଟ ଏକ ସଂଖ୍ୟା ହେଲା 845
845 ର ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା = 844 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 846
ସଂଖ୍ୟାଦ୍ୱୟର ଯୋଗଫଳ = 844 + 846 = 1690 ।
ଯୋଗଫଳକୁ 2 ଦ୍ବାରା ଭାଗ କଲେ ହେବ = 1690 ÷ 2 = 845
∴ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସଂଖ୍ୟାଦ୍ୱୟର ଯୋଗଫଳକୁ 2ରେ ଭାଗକଲେ ମଧ୍ୟବର୍ତ୍ତୀ ସଂଖ୍ୟାଟି ମିଳେ ।
ଛଅଅଙ୍କ ବିଶିଷ୍ଟ ଅନ୍ୟ ଏକ ସଂଖ୍ୟା ହେଲା – 234573 ।
234573 ର ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା = 234572 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 234574
ସଂଖ୍ୟାଦ୍ୱୟର ଯୋଗଫଳ = 234572 + 234574 = 469146
ଯୋଗଫଳକୁ ଦୁଇଭାଗ କଲେ ହେବ = 469146 ÷ 2 = 234573
∴ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସଂଖ୍ୟାଦ୍ୱୟର ଯୋଗଫଳକୁ ଦୁଇରେ ଭାଗକଲେ ମଧ୍ୟବର୍ତ୍ତୀ ସଂଖ୍ୟାଟି ମିଳେ ।


🗨