6th Class Mathematics(ଗଣିତ ) - Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.5 All Question With Answer

↓ Question & Answer ↓

Question 1.
ପୁସ୍ତକମେଳାରେ ପାଞ୍ଚଦିନରେ କେତେ ଟଙ୍କାର ବହି ବିକ୍ରି ହୋଇଥିଲା, ତାହା ନିମ୍ନରେ ଦିଆଯାଇଛି ।
ପ୍ରଥମ ଦିନ 47, 22, 780 ଟଙ୍କା
ଦ୍ୱିତୀୟ ଦିନ 41, 01, 524 ଟଙ୍କା
ଦ୍ୱିତୀୟ ଦିନ 72, 24, 218 ଟଙ୍କା
ଚତୁର୍ଥ ଦିନ 76, 55, 320 ଟଙ୍କା
ପଞ୍ଚମ ଦିନ 92, 70, 148 ଟଙ୍କା

(କ) କେଉଁ ଦିନ ସବୁଠାରୁ ଅଧିକ ମୂଲ୍ୟର ଓ କେଉଁ ଦିନ ସବୁଠାରୁ କମ୍ ମୂଲ୍ୟର ବହି ବିକ୍ରି ହୋଇଥିଲା?
ସମାଧାନ:

ପଞ୍ଚମ ଦିନ ସବୁଠାରୁ ଅଧ‌ିକ ମୂଲ୍ୟର ଓ ଦ୍ବିତୀୟ ଦିନ ସବୁଠାରୁ କମ୍ ମୂଲ୍ୟର ବହି ବ୍ରିକି ହୋଇଥିଲା ।

(ଖ) ଚତୁର୍ଥ ଦିନ ତୁଳନାରେ ପଞ୍ଚମଦିନ କେତେ ଟଙ୍କାର ଅଧିକ ବହି ବିକ୍ରି ହୋଇଥୁଲା?
ସମାଧାନ:

ଚତୁର୍ଥ ଦିନ ବିକ୍ରି ହୋଇଥିଲା = 76,55,320 ଟଙ୍କା, ପଞ୍ଚମ ଦିନ ବିକ୍ରି ହୋଇଥିଲା = 92,70,148 ଟଙ୍କା
∴ ଚତୁର୍ଥ ଦିନ ତୁଳନାରେ ପଞ୍ଚମ ଦିନ ବ୍ରିକ୍ରି ହୋଇଥିଲା
= 92,70,148 61 ଟଙ୍କା – 76,55,320 ଟଙ୍କା = 16,14,828 ଟଙ୍କା

(ଗ) ପୁସ୍ତକମେଳାରେ ମୋଟ କେତେ ଟଙ୍କା ମୂଲ୍ୟର ବହି ବିକ୍ରି ହୋଇଥିଲା?
ସମାଧାନ:

ପ୍ରଥମ ଦିନ ବିକ୍ରି ହୋଇଥିଲା = 47,22,780 ଟଙ୍କା, ଦ୍ବିତୀୟ ଦିନ ବିକ୍ରି ହୋଇଥିଲା = 41,01,524 ଟଙ୍କା
ତୃତୀୟ ଦିନ ବିକ୍ରି ହୋଇଥିଲା = 72,24,218 ଟଙ୍କା, ଚତୁର୍ଥ ଦିନ ବିକ୍ରି ହୋଇଥିଲା = 76, 55,320 ଟଙ୍କା
ପଞ୍ଚମ ଦିନ ବିକ୍ରି ହୋଇଥିଲା = 92,70,148 ଟଙ୍କା
ମୋଟ ବିକ୍ରି ହୋଇଥିଲା = 47,22,780 ଟଙ୍କା + 41,01,524 ଟଙ୍କା+ 72,24,218 ଟଙ୍କା+ 76,55,320 ଟଙ୍କା + 92,70,148 ଟଙ୍କା = 3,29,73,990 ଟଙ୍କା

(ଘ) ପ୍ରଥମ ଓ ଶେଷ ଦିନ ମଧ୍ୟରୁ କେଉଁଦିନ କମ୍ ଟଙ୍କାର ବହି ବିକ୍ରି ହୋଇଥିଲା ଓ କେତେ କମ୍ ଟଙ୍କାର ବହି ବିକ୍ରି ହୋଇଥିଲା?
ସମାଧାନ:

ପ୍ରଥମ ଦିନ ବିକ୍ରି ହୋଇଥିଲା = 47,22,780 ଟଙ୍କା, ଶେଷ ଦିନ ବିକ୍ରି ହୋଇଥିଲା = 92,70,148 ଟଙ୍କା
ପ୍ରଥମ ଦିନ ଶେଷଦିନଠାରୁ କମ୍ ବିକ୍ରି ହୋଇଥିଲା = 92,70,148 – 47,22,780 = 45,47,368 ଟଙ୍କା
∴ ପ୍ରଥମ ଦିନ 45,47,368 ଟଙ୍କାର ବହି ବିକ୍ରି ହୋଇଥିଲା ।


🗨
Question 2.
ଗୋଟିଏ ଲୋକସଭା ନିର୍ବାଚନରେ ଜଣେ ବିଜୟୀ ପ୍ରାର୍ଥୀ 5,45,200 ଟି ଭୋଟପାଇ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀଙ୍କୁ 1,78,298 ଭୋଟ୍‌ରେ
ହରାଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କେତେ ଖଣ୍ଡ ଭୋଟ ପାଇଥିଲେ?

ସମାଧାନ:
ବିଜୟୀ ପ୍ରାର୍ଥୀ ପାଇଥିବା ଭୋଟ୍ ସଂଖ୍ୟା = 5,45,200
ସେ ନିକଟତମ ପ୍ରତିଦ୍ଵନ୍ଦୀଙ୍କୁ ହରାଇଥିବା ଭୋଟସଂଖ୍ୟା = 1,78,298
∴ ପ୍ରତିଦ୍ଵନ୍ଦୀ ପାଇଥିବା ଭୋଟ ସଂଖ୍ୟା = 5,45,200 – 1,78,298 = 3,66,902 ଟଙ୍କା


🗨
Question 3.
ମହେଶକୁ 22721 ରେ 18 ଗୁଣିବାକୁ କୁହାଯାଇଥିଲା । କିନ୍ତୁ ସେ ଭୁଲ୍‌ରେ 22721 ରେ 81 ଗୁଣିଦେଲା । ସେ ପାଇଥ‌ିବା ଉତ୍ତର, ପ୍ରକୃତ ଉତ୍ତରଠାରୁ କେତେ ଅଧ୍ଵ ବା କମ୍ ହେବ?

ସମାଧାନ:
ପ୍ରକୃତ ଉତ୍ତର= 22721 × 18 = 408978,
ଭୁଲ୍‌ରେ ପାଇଥ‌ିବା ଉତ୍ତର = 22721 × 81 = 1840401
1840401 – 408978 = 1431423
∴ ମହେଶ ପାଇଥ‌ିବା ଉତ୍ତର, ପ୍ରକୃତ ଉତ୍ତରଠାରୁ 1431423 ଅଧିକ ।


🗨
Question 4.
ଗୋଟିଏ କଣ୍ଟା ତିଆରି କାରଖାନାରେ ଦିନକୁ 62,736 ଟି କଣ୍ଟା ଉତ୍ପାଦନ କରାଯାଏ ।

(କ) ସେହି କାରଖାନାରେ ଗୋଟିଏ ସପ୍ତାହରେ କେତୋଟି କଣ୍ଟା ଉତ୍ପାଦନ କରାହେବ (ପ୍ରତି ସପ୍ତାହରେ କେବଳ ରବିବାର ଦିନ କାରଖାନା ବନ୍ଦ ରହେ)?
ସମାଧାନ:

ଗୋଟିଏ କଣ୍ଟା ତିଆରି କାରଖାନାରେ ଦିନକୁ 62,736 ଟି କଣ୍ଟା ଉତ୍ପାଦନ କରାଯାଏ ।
ରବିବାର ଦିନ ବ୍ୟତୀତ ସପ୍ତାହର ଅନ୍ୟ 6 ଦିନରେ କଣ୍ଟା ତିଆରି ହେବ = 62,736 × 6 = 3,76,416

(ଖ) ଜୁଲାଇ ମାସରେ ସେହି କାରଖାନାରେ କେତୋଟି କଣ୍ଟା ତିଆରି ହେବ ( ଯଦି ସେହି ମାସରେ ଋରୋଟି ରବିବାର ଥାଏ)?
ସମାଧାନ:

ଜୁଲାଇ ମାସର ଦିନ ସଂଖ୍ୟା = 31 ଦିନ
ଜୁଲାଇ ମାସରେ 4 ଟି ରବିବାର ପଡ଼ିଥିଲେ 31 – 4 = 27 ଦିନ କାମ ହୋଇଛି ।
କାରଖାନାରେ ଦିନକୁ 62,736 ଟି କଣ୍ଟା ଉତ୍ପାଦନ କରାଯାଏ ।
27 ଦିନରେ ଉତ୍ପାଦନ କରାଯିବ = 62,736 × 27 = 16,93,872 ଟି କଣ୍ଟା
ଜୁଲାଇ ମାସରେ 16,93,872 ଟି କଣ୍ଟା ତିଆରି ହେବ ।

(ଗ) 24ଟି କଣ୍ଟାକୁ ଗୋଟିଏ ପ୍ୟାକେଟ୍‌ରେ ଭର୍ତ୍ତି କରାଯାଇ ବିକ୍ରି ପାଇଁ ବାହାରକୁ ପଠାଯାଉଥିଲା । ତେବେ ଗୋଟିଏ ସପ୍ତାହରେ ଉତ୍ପାଦନ ହୋଇଥିବା କଣ୍ଟାଗୁଡିକୁ କେତୋଟି ପ୍ୟାକେଟ୍ କରାଯିବ?
ସମାଧାନ:

ଏକ ସପ୍ତାହର କାରଖାନାରେ ତିଆରି ହୋଇଥିବା କଣ୍ଟା ସଂଖ୍ୟା = 3,76,416
24 ଟି କଣ୍ଟାକୁ ଗୋଟିଏ ପ୍ୟାକେଟ୍‌ରେ ଭର୍ତ୍ତି କରାଯାଏ ।
3,76,416 ଟି କଣ୍ଟା ରହିବ = 3,76,416 ÷ 24 = 15,684 ଟି ପ୍ୟାକେଟ୍‌ରେ
∴ ଗୋଟିଏ ସପ୍ତାହରେ ଉତ୍ପାଦନ ହୋଇଥ‌ିବା କଣ୍ଟାଗୁଡ଼ିକୁ 15,684 ଟି ପ୍ୟାକେଟ୍ କରାଯିବ ।


🗨