6th Class M.I.L (ଓଡ଼ିଆ - ଆମ ସାହିତ୍ୟ ) - Chapter 1 ବର୍ଷା All Question With Answer

↓ Question & Answer ↓

Question ୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର କୁହ ।

(କ) ବର୍ଷରେ କେତୋଟି ଋତୁ ଆସେ ?
Answer: ବର୍ଷରେ ଛଅଟି ଋତୁ ଆସେ ।
(ଖ) ଗ୍ରୀଷ୍ମଋତୁ ପରେ କେଉଁ ଋତୁ ଆସେ ?
Answer: ଗ୍ରୀଷ୍ମଋତୁ ପରେ ବର୍ଷାଋତୁ ଆସେ ।
(ଗ ) ମେଘମାନେ କେଉଁଠି ମିଳିତ ହୁଅନ୍ତି ?
Answer: ମେଘମାନେ ଶୂନ୍ୟପଥରେ ବା ଆକାଶରେ ମିଳିତ ହୁଅନ୍ତି ।
(ଘ) ପୃଥ‌ିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠମାସ ଉତ୍ତପ୍ତ ଥିଲା ।
Answer: ପୃଥ‌ିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠମାସ ଉତ୍ତପ୍ତ ଥିଲା ।
(ଙ) ଖଦ୍ୟୋତ କେତେବେଳେ ଉଡ଼ିବୁଲେ ?
Answer: ଖଦ୍ୟୋତ ସନ୍ଧ୍ୟା ସମୟରେ ଉଡ଼ିବୁଲେ ।


🗨
Question ୨। ଉତ୍ତର ଲେଖ ।

(କ) ମେଘମାଳ କିପରି ଭାବରେ ଜଳ ବର୍ଷା କଲେ ?
Answer: ମହାଶୂନ୍ୟରେ ମେଘମାନେ ବିଜୁଳି ଓ ଘଡ଼ଘଡ଼ି ଶବ୍ଦସହ ମିଳିତ ହେଲେ । ପରେ ପରେ ଭୀଷଣ ଶବ୍ଦକରି ମେଘମାଳ ଜଳ ବର୍ଷା କଲେ ।
(ଖ ) ‘ଗର୍ଜନ୍ତି ଆବୋରିଣ ପାଣି’- ଏଠାରେ କିଏ ଗର୍ଜିବା କଥା କୁହାଯାଇଛି ?
Answer: ‘ଗର୍ଜନ୍ତି ଆବୋରିଣ ପାଣି ’- ଏଠାରେ ବେଙ୍ଗ ଗର୍ଜିବା କଥା କବି କହିଛନ୍ତି । ବର୍ଷାର ଗର୍ଜନ ଶୁଣି ବେଙ୍ଗମାନେ ଜଳାଶୟର ଚତୁଃପାର୍ଶ୍ଵରେ ମିଳିତ ହୋଇ ଗର୍ଜନ ବା ରାବ କରନ୍ତି ।
(ଗ) ଏହି କବିତାରେ କାହାକୁ ରାଜା ବୋଲି କୁହାଯାଇଛି ?
Answer: ଏହି କବିତାରେ ପୃଥ‌ିବୀ (ମହୀ)କୁ ରାଜା ବୋଲି କୁହାଯାଇଛି ।
(ଘ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି ?
Answer: ବର୍ଷାଋତୁରେ ପୃଥ‌ିବୀ ଶସ୍ୟ-ସମ୍ପଦରେ ଭରପୂର ହୋଇଯାଏ । ବର୍ଷାଋତୁର ଜଳଦାନ ଫଳରେ ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ଉତ୍ପନ୍ନ ହୁଏ । ପ୍ରାଣୀ ଓ ଉଦ୍ଭିଦ ଜଗତର ଜଳକଷ୍ଟ, ଖାଦ୍ୟାଭାବ ଦୂର ହୁଏ । ତେଣୁ କବି ବର୍ଷାଋତୁକୁ ସମସ୍ତ ଋତୁଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି କହିଛନ୍ତି ।
(ଙ) ମୟୂର କାହାକୁ ଚାହିଁ ନୃତ୍ୟ କରେ ?
Answer: ମୟୂର ଗିରି ଶିଖରରେ ଥ‌ିବା ମେଘକୁ ଚାହିଁ ନୃତ୍ୟ କରେ ।


🗨
Question ୩। ସରଳ ଭାଷାରେ ବୁଝାଇ ଲେଖ ।

(କ) ମହୀ ମଣ୍ଡଳ ଦୁଃଖ ଚାହିଁ
ଜଳ ଛାଡ଼ିଲା ତୋଷ ହୋଇ ॥
Answer:

ମହୀ ମଣ୍ଡଳ ………………….. ତୋଷ ହୋଇ
ଉଦ୍ଧୃତାଂଶଟି କବି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’ କବିତାରୁ ଆନୀତ । ପୃଥ‌ିବୀର ଦୁଃଖ ଦେଖ୍ ମେଘ କିପରି ଜଳଦାନ କରେ, ତାହା ଏଠାରେ ବର୍ଣ୍ଣିତ । ପ୍ରଚଣ୍ଡ ସୂର୍ଯ୍ୟତାପରେ ପୃଥ‌ିବୀ ଆଠମାସ ଧରି ସନ୍ତାପିତ ହୋଇଥାଏ । ଗ୍ରୀଷ୍ମଋତୁ ପରେ ବର୍ଷାଋତୁ ଆସେ । ଏହି ଋତୁ ଜଳଦାନ କରି ପୃଥ‌ିବୀକୁ ଶସ୍ୟଶ୍ୟାମଳା କରେ; ତେଣୁ ଜୀବଜଗତ ଛ’ଋତୁ ମଧ୍ୟରେ ବର୍ଷାଋତୁକୁ ଶ୍ରେଷ୍ଠ ବୋଲି କହିଥା’ନ୍ତି । ଶୂନ୍ୟ ଆକାଶ ବ୍ୟାପି ମେଘମାଳ ଚାରିଆଡ଼େ ଘୋଟିଯାଏ। ଆଠମାସ ଧରି ପ୍ରଖର ସୂର୍ଯ୍ୟତାପରେ ଭୂପୃଷ୍ଠର ସମସ୍ତ ଜଳ ରାଶି ବାଷ୍ପୀଭୂତ ହୋଇ ପୃଥ‌ିବୀ ଶୁଷ୍କ ହୋଇଯାଇଥାଏ । ବର୍ଷା କାଳର ଆଗମନରେ ସୂର୍ଯ୍ୟତାପର ପ୍ରଖରତା କମ୍ ହୋଇଯାଏ ଓ ପୃଥ‌ିବୀବାସୀଙ୍କ କଷ୍ଟ ନାଶ ହୁଏ । ପୃଥ‌ିବୀର ଦୁଃଖ ଦେଖ୍ ମେଘ କରୁଣାପୂର୍ଣ୍ଣ ହୃଦୟରେ ଜଳଦାନ କରେ । ଘୋର ଗର୍ଜନ କରି ମେଘମାଳା ଜଳ ବର୍ଷିଥା’ନ୍ତି । କବି ମଧୁସୂଦନ ଲେଖୁଛନ୍ତି –

‘‘ବାନ୍ଧବ ଅଟେ ତରୁଲତା ଜୀବର ।
ପ୍ରକାଶଇ କରୁଣା ସେ ନିରନ୍ତର ।।”
(ଖ) ଅଳପ ନଦୀଏ ପୂରିଲେ

ଲହରି ମତେ ଉଛୁଳିଲେ ।।
Answer:

ଅଳପ ନଦୀଏ …………………… ଉଛୁଳିଲେ ।।
ଉଦ୍ଧୃତାଂଶଟି କବି ଜଗନ୍ନାଥ ଦାସଙ୍କ ଲିଖ୍ ‘ବର୍ଷା’ କବିତାରୁ ଉଦ୍ଧୃତ । ଏଠାରେ କବି ବର୍ଷାକାଳରେ କ୍ଷୁଦ୍ର କ୍ଷୁଦ୍ର ନଦୀର ଅବସ୍ଥା ସମ୍ପର୍କରେ ଆଲୋକପାତ କରିଛନ୍ତି । ବର୍ଷାଋତୁ ଆସିବାମାତ୍ରେ ଚାରିଆଡ଼େ ଅନବରତ ବର୍ଷା ହୋଇଥାଏ । ବର୍ଷାଜଳ ଲାଭକରି ପ୍ରାଣୀଜଗତ ଆନନ୍ଦିତ ହୋଇଥା’ନ୍ତି । ଜୁଳୁଜୁଳିଆ ପୋକମାନେ ସନ୍ଧ୍ୟାବେଳେ ଉଡ଼ିବୁଲନ୍ତି । ମେଘର ଗୁରୁଗମ୍ଭୀର ଗର୍ଜନ ଶୁଣି ବେଙ୍ଗମାନେ ଜଳାଶୟ ଚାରିପାଖରେ ବେଢ଼ିଯାଇ ଗର୍ଜନ କରନ୍ତି । ଛୋଟ ଛୋଟ ନଦୀ ଜଳରେ ପୂର୍ଣ୍ଣଗର୍ଭା ହୋଇଉଠନ୍ତି । ସେସବୁ ନଦୀରେ ହଠାତ୍ ବନ୍ୟା ଦେଖାଦିଏ । ଲହରି ସହିତ ଛୋଟ ଛୋଟ ନଦୀଗୁଡ଼ିକ ଉଛୁଳି ଉଠି ଦୁଇକୂଳକୁ ଛୁଇଁଥା’ନ୍ତି।

(ଗ) ଛତୁ ଯେ ଛତ୍ର ପ୍ରାୟ ହୋଇ
ରାଜାର ପ୍ରାୟ ଦିଶେ ମହୀ ॥
Answer:

ଛତୁ ଯେ …………………. ଦିଶେ ମଦୀ ।।
ଶଂସିତ ପଦ୍ୟାଶଟି କବି ଜଗନ୍ନାଥ ଦାସଙ୍କ ଲିଖ୍ ‘ବର୍ଷା’ କବିତାରୁ ଉଦ୍ଧୃତ । ଏଠାରେ କବି ପୃଥ‌ିବୀକୁ ରାଜା ସହିତ କିପରି ତୁଳନା କରିଛନ୍ତି, ତାହା ବର୍ଣ୍ଣିତ ହୋଇଛି । ବର୍ଷାଋତୁର ଆଗମନରେ ପୃଥ‌ିବୀ ଶସ୍ୟଶ୍ୟାମଳା ହୋଇଉଠେ । ପୃଥ‌ିବୀ ପୃଷ୍ଠରେ ବିଭିନ୍ନ ଶସ୍ୟରାଶି ଭରପୂର ହୋଇଯାଏ । ଶସ୍ୟରେ ଭରପୂର କ୍ଷେତକୁ ଦେଖ୍ ମଣିଷ ଚିତ୍ତରେ ପୁଲକ ଜାତ ହୁଏ । ଏହି ଋତୁରେ ଚାରିଆଡ଼େ ଛତୁଗୁଡ଼ିକ ଫୁଟି ଉଠି ଛତା ପ୍ରାୟ ଦେଖାଯା’ନ୍ତି । ରାଜାଙ୍କର ମସ୍ତକରେ ପାଟଛତା ଶୋଭା ପାଇଲା ପରି ପୃଥ‌ିବୀ ରାଜାଙ୍କର ମସ୍ତକରେ ଛତୁଗୁଡ଼ିକ ପାଟଛତା ପରି ଶୋଭା ପାଇଥାଏ । ଏସବୁ ଦୃଶ୍ୟ ଦେଖି ସମସ୍ତେ ଆନନ୍ଦରେ ଆତ୍ମହରା ହୋଇଉଠନ୍ତି । ବାସ୍ତବରେ କବିଙ୍କର ଏହି କାବ୍ୟକ ତୁଳନା ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି ।


🗨
Question ୪।ନିମ୍ନଲିଖ ପଦ୍ୟାଶରେ ଖାଲିଥିବା ସ୍ଥାନକୁ ବହି ଦେଖୁ ପୂରଣ କର ।

(କ) ପ୍ରାଣୀ ଜୀବନ ………………….. ଚିତ୍ତରେ ବରଷି ॥
Answer:
ପ୍ରାଣୀ ଜୀବନ ଶସ୍ୟରାଶି
କରୁଣା ଚିତ୍ତରେ ବରଷି ॥

(ଖ) …………….. ଶସ୍ୟରାଶି
ଏଣେ ………… ମହୀ ……….॥

Answer:
ନାନା ପ୍ରକାରେ ଶସ୍ୟରାଶି
ଏଣେ ପୂରିତ ମହୀ ଦିଶି ॥


🗨
Question ୫। ଏହି କବିତାରେ ‘ସୂର୍ଯ୍ୟ’ ଓ ‘ପୃଥ‌ିବୀ’ ଶବ୍ଦ ପାଇଁ ଅନ୍ୟ ଯେଉଁ ଶବ୍ଦଗୁଡ଼ିକ ବ୍ୟବହାର କରାଯାଇଛି, ତାହାକୁ ଲେଖ ।

Answer:
ସୂର୍ଯ୍ୟ – ରବି
ପୃଥ‌ିବୀ – ମଞ୍ଚପୁର, ମହୀ


🗨
Question ୬। ‘ବରଷା’ ଶବ୍ଦର ଗଦ୍ୟରୂପ ‘ବର୍ଷା’, ସେହିପରି ନିମ୍ନଲିଖତ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ । ଶବଦ, ଗରଜି, ବରଷି, ଗ୍ରୀଷମ, ତପତ, ଅଳପ |

Answer:
ପଦ୍ୟ ରୂପ ଗଦ୍ୟରୂପପଦ୍ୟ ରୂପ ଗଦ୍ୟରୂପ
ଶବଦ-ଶବ୍ଦଗ୍ରୀଷମ-ଗ୍ରୀଷ୍ମ
ଗରଜି-ଗର୍ଜିତପତ-ତପ୍ତ
ବରଷି-ବର୍ଷିଅଳପ-ଅଳ୍ପ


🗨
Question ୭|
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ସୂଚାଉଥ‌ିବା ଶବ୍ଦକୁ ବନ୍ଧନୀ ମଧ୍ଯରୁ ବାଛି ଲେଖ ।
ମଞ୍ଚପୁର (ସ୍ଵର୍ଗପୁର, ପାତାଳପୁର, ମର୍ତ୍ତ୍ୟପୁର)
ଭୁଞ୍ଜନ୍ତି (ଭୋଜନ କରନ୍ତି, ଭୋଗ କରନ୍ତି, ଭରଣ କରନ୍ତି)
ମଣ୍ଡୁକ (ସାପ, ବେଙ୍ଗ, ମୟୂର)
ନିଶାମୁଖ (ସକାଳ, ସନ୍ଧ୍ୟାବେଳ, ରାତି)

Answer:
ମଞ୍ଚପୁର – ମର୍ତ୍ତ୍ୟପୁର
ଭୁଞ୍ଜନ୍ତି – ଭରଣ କରନ୍ତ
ମଣ୍ଡୁକ – ବେଙ୍ଗ
ନିଶାମୁଖ – ସନ୍ଧ୍ୟାବେଳ


🗨
Question ୮।
‘ଆଠ’କୁ ଯେପରି ‘ଅଷ୍ଟ’ କୁହାଯାଏ, ସେହିପରି ନିମ୍ନଲିଖତ ଶବ୍ଦଗୁଡ଼ିକୁ କ’ଣ କୁହାଯିବ ଲେଖ ।
ନଅ, ସାତ, ଛଅ, ଏଗାର

Answer:
ନଅ – ନବ
ସାତ-ସପ୍ତ
ଛଅ-ଷଷ୍ଠ
ଏଗାର – ଏକାଦଶ


🗨
Question ୯।
ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକ ଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନ ଜାତୀୟ ଶବ୍ଦ ମିଶି ରହିଛି । ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ ।
(କ) ବର୍ଷା, ବିଜୁଳି, ଗିରିଶିଖ, ପବନ
(ଖ) ମଣ୍ଡୁକ, ମୟୂର, ଛତୁ, ଖଦ୍ୟୋତ

Answer:
(କ) ଗିରିଶିଖ
(ଖ) ଛତୁ ।


🗨
Question ୯।
ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକ ଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନ ଜାତୀୟ ଶବ୍ଦ ମିଶି ରହିଛି । ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ ।
(କ) ବର୍ଷା, ବିଜୁଳି, ଗିରିଶିଖ, ପବନ
(ଖ) ମୟୂକ, ମୟୂର, ଛତୁ, ଖଦ୍ୟୋତ

Answer:
(କ) ଗିରିଶିଖ
(ଖ) ଛତୁ ।


🗨
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Question ୧।
ସଂକ୍ଷେପରେ ଉତ୍ତର ଦିଅ ।

(କ) ତପସ୍ଵୀ କେତେବେଳେ ସୁଖୀ ହୁଅନ୍ତି ?
Answer:
ଅଭୀଷ୍ଟ ଫଳପ୍ରାପ୍ତି ଉଦ୍ଦେଶ୍ୟରେ ତପସ୍ବୀ କଠୋର ତପସ୍ୟା କରି ଚାଲିଥାଆନ୍ତି । ଦୀର୍ଘଦିନର ତପସ୍ୟା ପରେ ସେ ଯେତେବେଳେ ନିଜର ଅଭୀଷ୍ଟ ଫଳ ଲାଭ କରନ୍ତି, ସେତେବେଳେ ବେଶ୍ ଆତ୍ମସନ୍ତୋଷ ଲାଭ କରି ସୁଖୀ ହୁଅନ୍ତି।
(ଖ) ଏହି କବିତାରେ କେଉଁ କେଉଁ ପ୍ରାଣୀମାନଙ୍କର ବର୍ଣ୍ଣନା କରାଯାଇଛି ସେମାନଙ୍କ ନାମ ଉଲ୍ଲେଖ କର ।
Answer:

ଏହି କବିତାରେ ଖଦ୍ୟୋତ, କୀଟ, ମଣ୍ଡୁକ, ମୟୂର ଆଦି ପ୍ରାଣୀମାନଙ୍କର ବର୍ଣ୍ଣନା କରାଯାଇଛି ।
(ଗ) ‘ତାପିତ ଥିଲା ଅଷ୍ଟମାସେ’ – ଏପରି କାହିଁକି କୁହାଯାଇଛି ?
Answer:

ଦୀର୍ଘ ଆଠମାସ ଧରି ସୂର୍ଯ୍ୟଙ୍କର ପ୍ରଚଣ୍ଡ କିରଣରେ ଏ ଧରାପୃଷ୍ଠ ଉତ୍ତପ୍ତ ହୋଇଥିଲା । ପ୍ରାଣୀକୂଳ ବହୁ କଷ୍ଟ ଭୋଗ କରୁଥିଲେ । ତେଣୁ ଏପରି କୁହାଯାଇଛି ।
(ଘ) କାହାର ଦୁଃଖ ଦେଖ୍ କିଏ ଜଳଦାନ କଲା ?
Answer:

ଗ୍ରୀଷ୍ମତାପରେ ସନ୍ତାପିତ ହେଉଥ‌ିବା ପୃଥ‌ିବୀର ଦୁଃଖକୁ ଦେଖ୍ ମେଘମାଳ ଜଳଦାନ କଲା ।
(ଙ) କବି ପୃଥ‌ିବୀକୁ ରାଜାଭାବେ କଳ୍ପନା କରିବାରେ କି ଯଥାର୍ଥତା ରହିଛି ?
Answer:

ବର୍ଷାଋତୁରେ ରାସ୍ତାଘାଟ, ଖୋଲାପଡ଼ିଆ ଚାରିଆଡ଼େ ଛତୁଗୁଡ଼ିକ ଛତା ପରି ଫୁଟିଥାଏ । ରାଜାଙ୍କ ମସ୍ତକରେ ପାଟଛତା ଶୋଭା ପାଇଲା ଭଳି ପୃଥ‌ିବୀ ରାଜାଙ୍କର ମସ୍ତକରେ ଛତୁଗୁଡ଼ିକ ଛତା ପରି ଶୋଭା ପାଉଥାଏ ବୋଲି କବି କଳ୍ପନା କରିଛନ୍ତି । ଏ ତୁଳନାତ୍ମକ ବର୍ଣ୍ଣନାଟି ଅତି ଚମତ୍କାର ଓ ଏହାର ଯଥାର୍ଥତ ମଧ୍ୟ ରହିଛି ।


🗨
Question ୨।
ସଂକ୍ଷେପରେ ଉତ୍ତର ଦିଅ ।

(କ) ‘ବର୍ଷା’ କବିତାରେ କାହାକୁ କାହିଁକି ରାଜା ବୋଲି କୁହାଯାଇଛି ?
Answer:

‘ବର୍ଷା’ କବିତାରେ ପୃଥ‌ିବୀକୁ ରାଜା ବୋଲି କୁହାଯାଇଛି । କାରଣ ବର୍ଷାଋତୁରେ ଛତୁ ଫୁଟି ପୃଥ‌ିବୀ ରୂପକ ରାଜାଙ୍କର ଛତ୍ର ଭଳି ଦେଖାଯାଏ ।
(ଖ) ବର୍ଷାକାଳରେ ଆକାଶରେ କ’ଣ ସବୁ ଦେଖାଯାଏ ?
Answer:

ବର୍ଷାକାଳରେ ଆକାଶରେ କଳାମେଘ ଭାସୁଥିବାର ଦେଖାଯାଏ । ମେଘ ଫାଙ୍କରେ ବିଜୁଳି ଚମକେ ଓ ଘଡ଼ଘଡ଼ିର ଶବ୍ଦ ଶୁଣିବାକୁ ମିଳେ ।
(ଗ) ମେଘମାଳା କିପରି ଭାବରେ ଜଳ ବର୍ଷା କଲେ ?
Answer:

ମହାଶୂନ୍ୟରେ ମେଘମାନେ ବିଜୁଳି ଓ ଘଡ଼ଘଡ଼ି ଶବ୍ଦ ସହ ମିଳିତ ହେଲେ । ପରେ ପରେ ଭୀଷଣ ଶବ୍ଦ କରି ମେଘମାଳ ଜଳ ବର୍ଷା କଲେ ।
(ଘ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କୁହାଯାଏ କାହିଁକି ?
Answer:

ବର୍ଷାଋତୁର ଜଳଦାନରେ ପୃଥ‌ିବୀ ଶସ୍ୟଶ୍ୟାମଳା ହୁଏ । ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ଉତ୍ପନ୍ନ ହୁଏ । ବର୍ଷାଋତୁ କୁହାଯାଏ । ବର୍ଷ।ରତୁ ଯୋଗୁଁ ଜୀବଜଗତର ଖାଦ୍ୟାଭାବ ଓ ଜଳାଭାବ କଷ୍ଟ ଦୂର ହେଉଥିବାରୁ ଏହାକୁ ସକଳ ଋତୁଙ୍କର ସାର ବୋଲି କହାଯାଏ ।
(ଙ) ବର୍ଷାକାଳରେ ଖଦ୍ୟୋତ କ’ଣ କରେ ?
Answer:

ବର୍ଷାକାଳୀନ ସନ୍ଧ୍ୟାରେ ଖଦ୍ୟୋତ (ଜୁଳୁଜୁଳିଆ ପୋକ) ବିଭିନ୍ନ ଆଡ଼େ ଉଡ଼ିବୁଲେ । ସେମାନଙ୍କ ମିଞ୍ଜିମିଞ୍ଜି ଆଲୁଅରେ ମେଘୁଆ ସନ୍ଧ୍ୟା ସୁନ୍ଦର ଦେଖାଯାଏ ।


🗨
Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।

(କ) ‘‘ପ୍ରାଣୀ ଜୀବନ ଜଳରାଶି
କରୁଣା ଚିତ୍ତରେ ବରଷି ॥”
Answer:
‘‘ପ୍ରାଣୀ ଜୀବନ ……………. ବରଷି ॥”
ଉକ୍ତ ପଦ୍ଯାଂଶଟି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’ ପଦ୍ୟରୁ ଆସିଅଛି । ଏଠାରେ ଜଳ ସହିତ ପ୍ରାଣୀ ଜୀବନର ସମ୍ପର୍କକୁ କବି ସୁନ୍ଦରଭାବେ ବର୍ଣ୍ଣନା କରିଛନ୍ତି । ବର୍ଷାକାଳ ଆସିଲେ ପୃଥବୀର ଦୁଃଖ ଦୂର ହୁଏ । ଆଠମାସ ଧରି ସୂର୍ଯ୍ୟ ତାପରେ ଶୁଖୁଲା ପଡ଼ିଥିବା ମାଟିରେ ବର୍ଷାଜଳ ପଡ଼ି ତାକୁ ଉର୍ବର କରେ । ଫଳରେ ପୃଥ‌ିବୀ ଶସ୍ୟଶ୍ୟାମଳା ହୁଏ । ମେଘମାଳ ଘୋର ଗର୍ଜନ କରି ଜଳ ବର୍ଷା କରନ୍ତି । ପ୍ରାଣୀର ଜୀବନ ହେଉଛି ଜଳ । ଜଳ ବିନା ଜୀବନ ଧାରଣ ସମ୍ଭବ ନୁହେଁ । ତେଣୁ ବର୍ଷାଋତୁ କରୁଣାପୂର୍ଣ୍ଣ ହୃଦୟରେ ଜଳ ବର୍ଷାକରି ପ୍ରାଣୀର ଜୀବନରୁ ଦୁଃଖ ସନ୍ତାପ ଦୂର କରିଥାଏ । ଏହି ବର୍ଣ୍ଣନାରେ ଜଳ ସହ ଜୀବନର ନିବିଡ଼ ସମ୍ପର୍କ ଥ‌ିବାର ସୂଚନା ଦିଆଯାଇଛି ।
(ଖ) ‘‘ତପସ୍ୟା ଫଳ ଯେହ୍ଲେ ପାଇ
‘‘ଭୁଞ୍ଜନ୍ତି ଅତି ସୁଖୀ ହୋଇ ॥’’
Answer:
‘‘ତପସ୍ୟା ଫଳ ………… ସୁଖୀ ହୋଇ ॥’’
ଉକ୍ତ ପଦ୍ଯାଂଶଟି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’କବିତାରୁ ଆସିଅଛି। ଏଠାରେ କବି ପୃଥ‌ିବୀକୁ ଜଣେ ତପସ୍ବୀ ଏବଂ ବର୍ଷାଜଳକୁ ତପସ୍ୟାର ଫଳ ସ୍ଵରୂପ ବର୍ଣ୍ଣନା କରିଛନ୍ତି । ଆଠମାସ ଧରି ପୃଥ‌ିବୀ ଶୁଷ୍କ ଥାଏ । ବର୍ଷାଜଳ ପାଇ ତା’ର ଦୁଃଖ ଦୂର ହୁଏ । ପ୍ରାଣୀ, ଉଭିଦ ସମସ୍ତେ ସନ୍ତୋଷ ଲାଭ କରନ୍ତି । ତପସ୍ବୀଜନ ଯେପରି କଷ୍ଟ ସହି ତପସ୍ୟା କରେ ଏବଂ ଦୀର୍ଘଦିନର ତପସ୍ୟା ପରେ ବାଞ୍ଛିତ ଫଳ ପାଇ ସନ୍ତୁଷ୍ଟ ହୁଏ, ପୃଥ‌ିବୀ ସେହିପରି କଷ୍ଟ ସହି ଜଳ ପାଇଲା ପରେ ସନ୍ତୁଷ୍ଟ ହୁଏ ।
ଏଠାରେ କବିଙ୍କର ତୂଳନାତ୍ମକ ବର୍ଣ୍ଣନାଟି ଯଥାର୍ଥ ଅଟେ । ଏଠାରେ କବିଙ୍କର ତୁଳନାତ୍ମକ ବର୍ଣ୍ଣନାଟି ଯଥାର୍ଥ ଅଟେ।
((ଗ) ‘‘ଜଳ ପାଇଲା ତୋଷଚିତ୍ତେ
ତପଷ୍ଟୀଚ୍ଚନଙ୍କ ର ମତେ ॥’’
Answer:
‘‘ଜଳ ପାଇଲା ………………….. ମତେ ॥’’
ଉକ୍ତ ପଦ୍ଯାଂଶଟି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’ ପଦ୍ୟରୁ ଆସିଅଛି। ଏଠାରେ କବି ପୃଥ‌ିବୀର ଜଳପ୍ରାପ୍ତିକୁ ତପସ୍ଵୀମାନଙ୍କର ତପସ୍ୟାର ଫଳପ୍ରାପ୍ତି ସହ ତୁଳନା କରିଛନ୍ତି । ଦୀର୍ଘ ଆଠମାସ ଧରି ପୃଥ‌ିବୀ ପ୍ରଚଣ୍ଡ ସୂର୍ଯ୍ୟକିରଣରେ ସନ୍ତାପିତ ହୋଇ ଶୁଷ୍କ ବା ରସଶୂନ୍ୟ ହୋଇଯାଇଥିଲା ବର୍ଷାଋତୁ ଆସିବାରୁ ଜଳଧାରା ପୃଥ‌ିବୀରେ ପଡ଼ି ପୃଥ‌ିବୀକୁ ବେଶ୍ ସନ୍ତୋଷ ପ୍ରଦାନ କଲା । ଏହି କଥାକୁ କବି ଏକ ପାର୍ଥିବ ଘଟଣା ସହ ତୁଳନା କରିଛନ୍ତି । ତପସ୍ଵୀମାନେ ବିଭୁ ସାନ୍ତଧ୍ୟ ଲାଭ ପାଇଁ କଠୋର ତପସ୍ୟା କରିଥା’ନ୍ତି । ଯେତେବେଳେ ତାଙ୍କର ତପସ୍ୟା ସାର୍ଥକ ହୁଏ ଓ ଅଭୀଷ୍ଟ ଫଳ ଲାଭ ହୁଏ, ସେତେବେଳେ ସେମାନେ ଆତ୍ମସନ୍ତୋଷ ଲାଭ କରି ସୁଖୀ ହୁଅନ୍ତି । ଏଠାରେ କବି ପୃଥ‌ିବୀକୁ ତପସ୍ଵୀ ଜନ ଏବଂ ଦୀର୍ଘ ଆଠମାସ ଧରି ପୃଥ‌ିବୀ ଭୋଗ କରୁଥିବା ରୌଦ୍ରତାପ ଜନିତ ସନ୍ତାପ ଓ ଜଳକଷ୍ଟକୁ ତା’ର କଠୋର ତପସ୍ୟା ସହ ତୁଳିତ କରିଛନ୍ତି । ମେଘମାଳାର ବାରିଦାନ ରୂପକ ଅଭୀଷ୍ଟ ଫଳପ୍ରାପ୍ତିରେ ପୃଥ‌ିବୀ ସୁଖୀ ହୁଏ ବୋଲି କବି କହିଛନ୍ତି । ବାସ୍ତବରେ କବିଙ୍କର ବର୍ଣ୍ଣନା ବେଶ ଭାବଗର୍ଭକ ହୋଇଛି।


🗨
Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ବର୍ଷା ଆଗମନରେ ପ୍ରକୃତିରେ କି କି ପରିବର୍ତ୍ତନ ପରିଲକ୍ଷିତ ହୁଏ ?
Answer:

ଋତୁଚକ୍ରର ଆବର୍ତ୍ତନ କ୍ରମେ ନିଦାଘ ଗ୍ରୀଷ୍ମକାଳ ଶେଷ ହେବାପରେ ବର୍ଷାଋତୁ ଧରାପୃଷ୍ଠକୁ ଆସେ । ଏହି ଋତୁର ଆଗମନରେ ପୃଥ‌ିବୀ ସବୁଜଶ୍ରୀ ଧାରଣ କରେ । ଶୁଷ୍କ ବୃକ୍ଷଲତା ସବୁଜ ପତ୍ରମଣ୍ଡିତ ହୋଇ ସୁନ୍ଦରତା ପ୍ରକାଶ କରନ୍ତି । ନୀଳାକାଶରେ ମାଳ ମାଳ କଳା ବଉଦ ଭାସି ବୁଲେ । ବିଜୁଳିର ଚମକ ଓ ଘଡ଼ଘଡ଼ିର ବଜ୍ରନାଦରେ ପୃଥ‌ିବୀ ପ୍ରକମ୍ପିତ ହୁଏ । ବର୍ଷା ହେବା ଫଳରେ ଶୁଷ୍କ ଜଳାଶୟ ଜଳପୂର୍ଣ ହୁଏ । ନୀରସ ପୃଥ‌ିବୀ ସରସତାରେ ଭରିଯାଏ । ପୃଥବୀ ଶସ୍ୟ ସମ୍ପଦରେ ମଣ୍ଡିତ ହୁଏ ।
(ଖ) ‘ବର୍ଷା’ କବିତାରେ କାହାକୁ ଓ କାହିଁକି ରାଜା ବୋଲି କୁହାଯାଇଛି ?
Answer:

‘ବର୍ଷା’ କବିତାରେ ଭକ୍ତକବି ଜଗନ୍ନାଥ ଦାସ ପୃଥ‌ିବୀକୁ ରାଜା ସହ ତୁଳନା କରିଛନ୍ତି । ଅଭିଷେକ ଉତ୍ସବ ପରେ ରାଜାଙ୍କ ମସ୍ତକ ଉପରେ ପାଟଛତା ବା ରାଜଛତ୍ର ଶୋଭାପାଏ । ବର୍ଷାକାଳରେ ପୃଥ‌ିବୀରେ ରାସ୍ତାର ଦୁଇ ପାର୍ଶ୍ବରେ ଓ ଖୋଲା ପଡ଼ିଆ ଆଦିରେ ଛତୁ ଫୁଟେ । ଛତୁଗୁଡ଼ିକ ଆକାରରେ ଛତା ସଦୃଶ ଦେଖାଯା’ନ୍ତି । କବି ଏଠାରେ ଛତୁଗୁଡ଼ିକୁ ରାଜଛତ୍ର ସହିତ ତୁଳନା ପୃଥ‌ିବୀରୂପକ ରାଜାର ଶିରରେ ରାଜଛତ୍ର ଭଳି ଶୋଭା ପ୍ରଦାନ କରିଛନ୍ତି । କରିଛନ୍ତି । କବି ବର୍ଣ୍ଣନା କରିଛନ୍ତି ଯେ ଛତୁଗୁଡ଼ିକ ପାଉଛି । କବି ପୃଥ‌ିବୀକୁ ଯଥାର୍ଥରେ ରାଜାର ସମ୍ମାନ ପୃଦନା କରିଛନ୍ତି ।
(ଗ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କାହିଁକି କୁହାଯାଇଛି ?
Answer:

ବର୍ଷା ଜଳ ଦାନ କରେ । ଜଳ ହିଁ ଜୀବନ । ଜଳ ବିନା ପ୍ରାଣୀ ବା ଉଭିଦ କେହି ଜୀବନ ଧାରଣ କରିପାରିବେ ନାହିଁ । ନିଦାଘର ପ୍ରଚଣ୍ଡ ତେଜରେ ପୃଥ‌ିବୀ ଶୁଷ୍କ, ରୁକ୍ଷ, ନୀରସ ଓ ଶ୍ରୀହୀନ ହୋଇଯାଏ । ବର୍ଷାର ଆଗମନକୁ ସମସ୍ତ ପ୍ରାଣୀଜଗତ ସତୃଷ୍ଣ ନୟନରେ ଚାହିଁ ରହିଥାଆନ୍ତି । ବର୍ଷାଋତୁ ଅମୃତ ତୁଲ୍ୟ ଜଳଧାରା ଅଜାଡ଼ି ଦେଇ ପୃଥ‌ିବୀରେ ପାଦ ଥାପେ । ଶୁଷ୍କ ନଦୀ, ନାଳ, ପୁଷ୍କରିଣୀ ଇତ୍ୟାଦି ଜଳାଶୟ ପୂର୍ଣ୍ଣଗର୍ଭା ହୋଇଯା’ନ୍ତି । ବୃକ୍ଷଲତା ସବୁଜପତ୍ର ଧାରଣ କରି ପୃଥ‌ିବୀର ଶୋଭାକୁ ବହୁଗୁଣିତ କରନ୍ତି । କୃଷିକ୍ଷେତ୍ର ଶସ୍ୟସମ୍ଭାରରେ ପୂରି ଉଠେ । ବର୍ଷାଋତୁ ଜଳଦାନ କରି ଜୀବଜଗତର ଜୀବନରକ୍ଷା କରିବା ସହ ଶସ୍ୟ ଉପୁଜାଇବାରେ ସହାୟକ ହୋଇଥାଏ । ତେଣୁ ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କୁହାଯାଏ ।


🗨
କଠିନ ଶବ୍ଦାର୍ଥ :

ଏମନ୍ତେ – ଏହିପରି ।
କାଳ – ସମୟ, ମୃତ୍ୟୁ ।
ପ୍ରକାଶିଲା – ପ୍ରକାଶ ଲାଭ କଲା, ଦେଖାଗଲା ।
ସାର – ଶ୍ରେଷ୍ଠ ।
ସମ୍ପଦ – ଧନ, ବିଭବ, ସମ୍ପତ୍ତି, ଐଶ୍ବର୍ଯ୍ୟ ।
ମଞ୍ଚପୁର – ମର୍ତ୍ତ୍ୟମଣ୍ଡଳ, ପୃଥ‌ିବୀ ।
ତୋଷ – ସନ୍ତୁଷ୍ଟ ।
ରାଶି – ସମୂହ, ସବୁ।
କରୁଣା ଚିତ୍ତ – ଦୟାଳୁ ହୃଦୟ ।
ରବି ତେଜ – ପ୍ରଖର ସୂର୍ଯ୍ୟକିରଣ ।
ତପସ୍ଵୀ – ସନ୍ନ୍ୟାସୀ ।
ଭୁଞ୍ଜନ୍ତି – ଭୋଗ କରନ୍ତି ।
ଯେହ୍ନେ – ଯେପରି ।
ଖଦ୍ୟୋତ – ଜୁଳୁଜୁଳିଆ ପୋକ ।
କୀଟ – ପୋକ ।
ନିଶା – ରାତି ।
ନିଶାମୁଖ ସନ୍ଧ୍ୟା ।
ମଣ୍ଡୁକ – ବେଙ୍ଗ, ଭେକ ।
ଛତ୍ର – ଛତା ।
ମହୀ – ପୃଥ‌ିବୀ ।
ଗିରି – ପର୍ବତ ।
ଶିଖ – ଶିଖର ।
ହ୍ବନ୍ତି – ହୁଅନ୍ତି ।


🗨