6th Class M.I.L (ଓଡ଼ିଆ - ଆମ ସାହିତ୍ୟ ) - Chapter 2 ପ୍ରଭାତ ଅବକାଶ All Question With Answer

↓ Question & Answer ↓

Question ୧।
ଉତ୍ତର କୁହ |

(କ) ସକାଳ ହେବାରୁ କେଉଁ କେଉଁ ପକ୍ଷୀ ରାବିଲେ ?
Answer:

ସକାଳ ହେବାରୁ ଶୁଆ, କାଉ, କୋଇଲି ଓ କୁକୁଡ଼ା ଆଦି ପକ୍ଷୀମାନେ ରାବିଲେ ।
(ଖ) ମାତା ଯଶୋବନ୍ତୀ ଶ୍ରୀକୃଷ୍ଣଙ୍କୁ କେଉଁସବୁ ଖାଦ୍ୟ ଖୁଆଇବେ ବୋଲି କହିଛନ୍ତି ?
Answer:

ମାତା ଯଶୋବନ୍ତୀ ଶ୍ରୀକୃଷ୍ଣଙ୍କୁ କଦଳୀ, ଲହୁଣୀ ମିଶ୍ରିତ ପେଡ଼ା, ରାବିଡ଼ି ଏବଂ ଖଣ୍ଡ ଓ ସର ପ୍ରଭୃତି ଖୁଆଇବେ ବୋଲି କହିଛନ୍ତି ।
(ଗ ) ଶ୍ରୀକୃଷ୍ଣ କେଉଁ କାରଣରୁ ପଥଶ୍ରମ ପାଇ ଅଧ‌ିକ ସମୟ ଶୋଇଯାଇଛନ୍ତି ?
Answer:

ଶ୍ରୀକୃଷ୍ଣ ଗତକାଲି ବାଛୁରୀ ଚରାଇବାକୁ ଯାଇ ପଥଶ୍ରମ ପାଇ ଶରୀରରେ ଦୁର୍ବଳତା ଅନୁଭବ କରିଛନ୍ତି । ତେଣୁ ଅଳସରେ ଅଧିକ ସମୟ ଶୋଇଯାଇଛନ୍ତି ବୋଲି ଯଶୋଦା ଭାବିଛନ୍ତି ।
(ଘ) କେଉଁମାନେ ସିଂହଦ୍ଵାର ନିକଟରେ ଥାଇ ଶ୍ରୀକୃଷ୍ଣଙ୍କୁ ଡାକୁଛନ୍ତି ?
Answer:

ଗୋପାଳ ବାଳକମାନେ ସିଂହଦ୍ଵାର ନିକଟରେ ଥାଇ ଶ୍ରୀକୃଷ୍ଣଙ୍କୁ ଡାକୁଛନ୍ତି ।


🗨
Question ୨।
ଉତ୍ତର ଲେଖ ।

(କ) କେଉଁ କେଉଁ ପକ୍ଷୀ ଶ୍ରୀକୃଷ୍ଣଙ୍କୁ ରାତି ପାହିଯିବାର ସୂଚନା ଦେଉଛନ୍ତି ?
Answer:

ମନ୍ଦିରରେ ଶୁଆ, ଗଛରେ କାଉ ଓ କୋଇଲି ଏବଂ କୁକୁଡ଼ା ଭଳି ପକ୍ଷୀମାନେ ଶ୍ରୀକୃଷ୍ଣଙ୍କୁ ରାତି ପାହିଯିବାର ସୂଚନା ଦେଉଛନ୍ତି ।
(ଖ) ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା’ ଯଶୋଦା କ’ଣ କରିବେ କହୁଛନ୍ତି ?
ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମାଆ ଯଶୋଦା ଝରିରେ ରଖୁଥ‌ିବା ସୁଗନ୍ଧଯୁକ୍ତ ଜଳରେ ତାଙ୍କର ଶ୍ରୀମୁଖକୁ ଧୋଇଦେବେ । ତା’ପରେ ତାଙ୍କୁ କଦଳୀ, ଲହୁଣୀ ମିଶ୍ରିତ ଗୋଟିକା, ଅଧାମ, ଖଣ୍ଡ ଏବଂ ସର ପ୍ରଭୃତି ଖୁଆଇବେ ବୋଲି କହୁଛନ୍ତି ।
(ଗ) ଶ୍ରୀକୃଷ୍ଣ କାହିଁକି ଏତେବେଳ ପର୍ଯ୍ୟନ୍ତ ଶୋଇଛନ୍ତି ବୋଲି ମାତା ଯଶୋଦା ଭାବୁଛନ୍ତି ?
Answer:

ଶ୍ରୀକୃଷ୍ଣ ଗତକାଲି ବାଛୁରୀ ଚରାଇବାକୁ ବନକୁ ଯାଇଥିଲେ । ବାଛୁରୀ ପଛେ ପଛେ ବୁଲି ପଥଶ୍ରମ ହେତୁ ତାଙ୍କ ଦେହ ଦୁର୍ବଳ ହୋଇପଡ଼ିଥିବ । ତେଣୁ ଆଳସ୍ୟ ହେତୁ ଶ୍ରୀକୃଷ୍ଣ ଏତେବେଳଯାଏ ଶୋଇଛନ୍ତି ବୋଲି ମାଆ ଯଶୋଦା ମନେ ମନେ ଭାବୁଛନ୍ତି ।
(ଘ) ଏହି କବିତାଟିରେ ଯଶୋଦାଙ୍କର ମାତୃସ୍ନେହ କିପରି ଫୁଟି ଉଠିଛି ?
Answer:

ମାଆ ଯଶୋଦା ଶ୍ରୀକୃଷ୍ଣଙ୍କର ଉଠିବାରେ ବିଳମ୍ବ ହେବାର ଦେଖ୍ ଖୁବ୍ ଶ୍ରଦ୍ଧାରେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଛନ୍ତି । ଉଠିବାମାତ୍ରେ ସୁଗନ୍ଧଯୁକ୍ତ ଜଳରେ ମୁହଁ ଧୁଆଇ ସ୍ବାଦିଷ୍ଟ ଖାଦ୍ୟ ଖୁଆଇବାର ଲୋଭ ଦେଖାଉଛନ୍ତି । ଏପରିକି ଗୋଚାରଣ ନିମିତ୍ତ ଯିବାବେଳେ ଦଧୂ ଅନ୍ନ ସଙ୍ଗରେ ନେବା କଥା ମଧ୍ୟ କହୁଛନ୍ତି । ତତ୍‌ସହିତ ଶ୍ରୀକୃଷ୍ଣଙ୍କର ଶାରୀରିକ ପରିଶ୍ରମ କଥା ମନେପକାଇ ନିଜେ ଯଶୋଦା ଚିନ୍ତିତ ହେଉଛନ୍ତି । ଏହିପରି ଭାବେ ଉକ୍ତ କବିତାରେ ଯଶୋଦାଙ୍କର ଅନାବିଳ ମାତୃସ୍ନେହର ଚିତ୍ର ଫୁଟି ଉଠିଛି ।
(ଙ‍) ଗୋପାଳ ବାଳକମାନେ କ’ଣ କହି ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଉଛନ୍ତି ?
Answer:

ପ୍ରତିଦିନ ଗୋପାଳ ବାଳକମାନଙ୍କ ସହ ଶ୍ରୀକୃଷ୍ଣ ଗାଈ ଚରାଇବାକୁ ବଣକୁ ଯାଆନ୍ତି । ସେଦିନ ସୂର୍ଯ୍ୟୋଦୟ ହୋଇ ସାରିଥିଲେ ମଧ୍ୟ ଶ୍ରୀକୃଷ୍ଣ ଉଠିନଥିବାରୁ ସାଥୀ ଗୋପାଳ ବାଳକମାନେ ତାଙ୍କୁ ‘ଅଚ୍ୟୁତ ତୁ କେତେ ନିଦରେ ଶୋଇଛୁ’ ବୋଲି କହି ନିଜରୁ ଉଠାଇବାକୁ ଚେଷ୍ଟା କରିଛନ୍ତି ।


🗨
Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।

(କ) ଅମୃତ ପାଣି କଦଳୀ, ଲବଶା ସଙ୍ଗତେ ଗୋଳି
ଅଧାମ ଗୋଟିକା ପୁଳି, ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ ।
Answer:

‘‘ଅମୃତ ପାଣି ……………………………………. ସର ହେ ।”
ଶଂସିତ ପଦ୍ୟାଶଟି ଭକ୍ତକବି ବନମାଳୀ ଦାସଙ୍କ ରଚିତ ‘ପ୍ରଭାତ ଅବକାଶ’ କବିତାରୁ ସଂଗୃହୀତ । ଏଠାରେ ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଦ୍ରାରୁ ଉଠିଲା ପରେ ଯେଉଁସବୁ ସ୍ଵାଦିଷ୍ଟ ଦ୍ରବ୍ୟ ଭୋଜନ କରାଇବେ ବୋଲି କହିଛନ୍ତି, ସେ ସମ୍ପର୍କରେ ଆଲୋକପାତ କରାଯାଇଛି । ରାତି ପାହିଲାଣି, ଅଥଚ ଶ୍ରୀକୃଷ୍ଣ ନିଦ୍ରା ତ୍ୟାଗ କରିନାହାନ୍ତି । ତେଣୁ ତାଙ୍କୁ ଜଣାଇ ଦେବାପାଇଁ ମାଆ କହୁଛନ୍ତି ହେ ବଂଶୀଧର ! ମନ୍ଦିରରେ ଶୁଆ, ଗଛରେ କାଉ, କୋଇଲି ଓ କୁକୁଡ଼ାମାନେ ବାରମ୍ବାର ଡାକିଲେଣି । ତୁମେ ଶୀଘ୍ର ଉଠିଯାଅ । ତୁମେ ଉଠିଲେ ଝରିରେ ରଖୁଥ‌ିବା ସୁଗନ୍ଧଯୁକ୍ତ ଜଳରେ ମୁଁ ତୁମର ମୁହଁ ଧୋଇଦେବି । ତା’ପରେ ତୁମ ପାଇଁ ଅମୃତତୁଲ୍ୟ ଯେଉଁସବୁ ଖାଦ୍ୟ ପଦାର୍ଥ ରଖୁଛି, ତାହା ମଧ୍ୟ ଖୁଆଇବି । କଦଳୀ, ଲହୁଣୀ ମିଶ୍ରିତ ପେଡ଼ା, ସରପୁଳି ସହିତ ଖଣ୍ଡ ଓ ସର ମଧ୍ୟ ଖୁଆଇବି । ଯେଉଁସବୁ ଖାଦ୍ୟ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଅଟେ, ତାହାକୁ ଖୁଆଇବାର ଲୋଭ ମାଆ ଯଶୋଦା ଦେଖାଇଛନ୍ତି । ବାସ୍ତବରେ ମାଆ ଯଶୋଦା ପୁତ୍ରସ୍ନେହରେ ଆବଦ୍ଧ ହୋଇ ଯେଉଁପରି ସ୍ନେହପୂର୍ଣ ଅନ୍ୟତ୍ର ବିରଳ ।

(ଖ) ବାଛୁରୀ ଚରାଇ ଯାଇ, କାଲି ପଥଶ୍ରମ ପାଇ
ଅଳସରେ ଅଛୁ ଶୋଇ, ଅଶକତ ହୁଏ କି ଶରୀର ହେ ।
Answer:

‘‘ବାଛୁରା ……………………………………… ଶରୀର ହେ ।”
ଶଂସିତ ପଦ୍ୟାଶଟି ଭକ୍ତକବି ବନମାଳୀ ଦାସଙ୍କ ରଚିତ ‘ପ୍ରଭାତ ଅବକାଶ’ କବିତାରୁ ସଂଗୃହୀତ । ଏଠାରେ ଶ୍ରୀକୃଷ୍ଣଙ୍କ ଉଠିବାରେ ବିଳମ୍ବର କାରଣ ସମ୍ପର୍କରେ ମାଆ ଯଶୋଦାଙ୍କ ମନରେ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ତାହା ବର୍ଣ୍ଣିତ ହୋଇଛି । ଦିନେ ଶ୍ରୀକୃଷ୍ଣଙ୍କର ଉଠିବାରେ ବିଳମ୍ବ ହୋଇଛି । ମାଆ ନିଜ ଆଦରର ପୁତ୍ର ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଇବାପାଇଁ ଉଦ୍ୟମ କରୁଛନ୍ତି । ସେ କହିଛନ୍ତି ଯେ ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ମୁଖରିତ ହେଲାଣି । ଏପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରୁନାହିଁ ! ତେଣୁ ମାଆ ତାଙ୍କୁ ଲୋଭଗ୍ରସ୍ତ କରାଉଛନ୍ତି । ବିଭିନ୍ନ ପ୍ରକାରର ସ୍ଵାଦିଷ୍ଟ ଖାଦ୍ୟ ଖୁଆଇବାର ଲୋଭ ଦେଖାଉଛନ୍ତି । ଏପରିକି ଡେରି ହେଲେ ଗାଈମାନଙ୍କୁ ଗୋଠକୁ ନେଇଯିବାରେ ବିଳମ୍ବ ହେବ ବୋଲି ମଧ୍ୟ ସେ କହିଛନ୍ତି । ତଥାପି ମାଆର ମନ ବୁଝିନାହିଁ । ତେଣୁ ସେ ଭାବୁଛନ୍ତି, ଗତକାଲି ବାଛୁରୀ ଚରାଇବାକୁ ଯାଇ ପୁଅ ପଥଶ୍ରମ ହେତୁ ଖୁବ୍ ଦୁର୍ବଳ ହୋଇପଡ଼ିଛି । ତେଣୁ ଶରୀରରେ ଦୁର୍ବଳତା ହେତୁ ଅଳସୁଆ ହୋଇ ସେ ଶୋଇପଡ଼ିଛି ! ସେଥ‌ିପାଇଁ ବୋଧହୁଏ ତା’ ର ଉଠିବାରେ ବିଳମ୍ବ ହେଉଛି । ବାସ୍ତବରେ ପୁତ୍ରବତ୍ସଳା ଜନନୀ ଯଶୋଦାଙ୍କର ଅନାବିଳ ପୁତ୍ର ସ୍ନେହର ପଟାନ୍ତର ନାହିଁ ।


🗨
Question ୪। ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଇବାପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି । ଯେଉଁ ପଦଟିରୁ ଏହାର ସୂଚନା ମିଳୁଛି, ସେହି ପଦଟି ଲେଖ ।

Answer:
‘ସିଂହଦ୍ଵାରେ ଗୋପସୁତ, ଡାକନ୍ତି ଉଠ ଅଚ୍ୟୁତ
କେତେ ନିଦ୍ରାଯାଉ ତୁ ତ, ଆକାଶେ ଉଦୟ ଦିନକର ହେ ।’’


🗨
Question ୫। ଶ୍ରୀକୃଷ୍ଣଙ୍କୁ କିଏ, କେଉଁ ନାମ ଧରି ଡାକିଛନ୍ତି, ସେହି ନାମଗୁଡ଼ିକ ଲେଖ ।

Answer:

କିଏ ଡାକିଛନ୍ତି କେଉଁ ନାମରେ
ଯଶୋଦା ବଂଶୀଧର, ବନମାଳୀ,ରାମ, ବାସୁଦେବ
ଗୋପସ୍ତୁତ ଅଚ୍ୟୁତ
କବି ବନମାଳୀ ଚକ୍ରଧର


🗨
Question ୬।
ବଂଶୀ ଧରନ୍ତି ଯେ, ସେ ‘ବଂଶୀଧର’; ଏହିଭଳି ଆଉ କେତୋଟି ଶବ୍ଦ ଲେଖ ।

Answer:
ଚକ୍ର ଧରନ୍ତି ଯେ – ଚକ୍ରଧର
ଧରନ୍ତି ଯେ – ଧନୁର୍ଦ୍ଧର
ଶ୍ରୀ ଧରନ୍ତି ଯେ – ଶ୍ରୀଧର
ଭୂ ଧରନ୍ତି ଯେ – ଭୂଧର


🗨
Question ୭।
ଅସଜଡ଼ା ପଦକୁ ସଜାଡ଼ି ଲେଖ ।

(କ) ବାସୁଦେବ ଉଛୁର ଗୋ-ଗୋଷ୍ଠି ହେବ ରାମ ଉଠ ।
Answer:

ଉଠ ରାମ ବାସୁଦେବ, ଗୋ-ଗୋଷ୍ଠୀ ଉଛୁର ହେବ।
(ଖ) ଆହାର ନଦୀକୂଳେ ଦଧି ସାଥେ ଅନ୍ନ ନେବ କରିବ ହେ ।
Answer:

ଦଧି ଅନ୍ନ ସାଥେ ନେବ, ନଦୀକୂଳେ କରିବ ଆହାର ହେ।


🗨
କଠିନ ଶବ୍ଦାର୍ଥ :-

ନିଶି – ରାତି ।
ବଂଶୀଧର – ଶ୍ରୀକୃଷ୍ଣ ।
ଶୁକ – ଶୁଆ ।
କାକ – କାଉ ।
ପିକ – କୋଇଲି ।
କୁକ୍କୁଟ – କୁକୁଡ଼ା
ପରଖର – ଖୁବ୍ ଜୋର୍‌ରେ ।
ଯଶୋବନ୍ତୀ – ଯଶୋଦା ।
ଭାଳି – ଚିନ୍ତିତ ହୋଇ ।
ପଖାଳି – ଧୋଇଦେବି ।
ଝରି – ନଳୀଯୁକ୍ତ ଜଳପାତ୍ର ।
ବାସ ନୀର – ସୁଗନ୍ଧିତ ଜଳ ।
ଲବଣୀ – ଲହୁଣୀ ।
ଅଧାମ – ରାବିଡ଼ି ।
ଗୋଟିକା – ପେଡ଼ା ।
ପୁଳି- ପିଠା (ଏଠାରେ ସରପୁଳି) ।
ଖଣ୍ଡ – କନ୍ଦ।
ଭୁଞ୍ଜାଇବି – ଖୁଆଇବି ।
ଗୋ-ଗୋଷ୍ଠ – ଗାଈଗୋଠ ।
ଉଛୁର – ବିଳମ୍ବ ।
ଦଧୂ ଅନ୍ନ -ଦ ହି ଭାତ ।
ଆହାର -ଭୋଜନ ।
ଅଶକତ – ଦୁର୍ବଳ ।
ଗୋପସ୍ତୁତ – ଗୋପାଳ ବାଳକ ।
ଦିନକର – ସୂର୍ଯ୍ୟ ।
ଚରଣ – ପାଦ ।
କିଙ୍କର – ଚାକର ।


🗨