6th Class M.I.L (ଓଡ଼ିଆ - ଆମ ସାହିତ୍ୟ ) - Chapter 5 ଧୂଳି All Question With Answer
↓ Question & Answer ↓
(କ) ଧୂଳିକଣା ନିଜକୁ କ’ଣ ବୋଲି କହୁଛି ?
Answer:
ଏ ପୃଥିବୀରେ ଧୂଳିକଣା ନିଜକୁ ଖୁବ୍ ଛୋଟ ବୋଲି କହୁଛି ।
(ଖ) ଧୂଳିକୁ କେଉଁମାନଙ୍କ ପାଦ ପୀଡ଼ା ଦିଏ ?
Answer:
ଧୂଳିକୁ ସବୁ ଜୀବଜନ୍ତୁଙ୍କର ପାଦ ପୀଡ଼ା ଦିଏ ।
(ଗ) ଧୂଳି କିଭଳି ଭାବରେ ପୃଥିବୀ ଉପରେ ପଡ଼ିରହିଛି ?
Answer:
ଧୂଳି ନିର୍ବିକାର ଭାବରେ ପୃଥିବୀ ଉପରେ ପଡ଼ିରହିଛି ।
(ଘ) ବିଶ୍ଵଜୀବଙ୍କ ବିଷୟରେ ଧୂଳି କ’ଣ କହିଛି ?
Answer:
ଜଗତର ଦୁଃଖସୁଖ ସହିତ ଧୂଳିର କିଛି ସମ୍ପର୍କ ନାହିଁ । ହେଲେ ବିଶ୍ଵର ଜୀବଗଣ ତା’ରି ଦେହରେ ମିଶୁଛନ୍ତି, ଏକଥା ସେ ଜାଣିଛି ।
(ଙ) ସୃଷ୍ଟିର ଆରମ୍ଭ ଦିନରୁ ଧୂଳିକଣା କ’ଣ ଦେଖୁଛି ?
Answer:
ସୃଷ୍ଟିର ଆରମ୍ଭ ଦିନରୁ ଯେତେସବୁ ଅଭିଯାନ, ପରିବର୍ତ୍ତନ ଘଟିଛି ବା ଘଟୁଅଛି ସେସବୁକୁ ଧୂଳିକଣା ଦେଖୁଛି ।
(କ) ଧୂଳିକଣା ନିଜକୁ ଅତି ସାନ ମଣିବାର କାରଣ କ’ଣ ?
Answer:
ଏ ବିରାଟ ବିଶ୍ଵରେ ଅନ୍ୟାନ୍ୟ ଜୀବ ତୁଳନାରେ ଧୂଳିକଣାର ଆକାର ଖୁବ୍ ଛୋଟ । ବିଶାଳ ଆକାଶ ତଳେ ଥିଲାବେଳେ ତା’ର ଆକୃତି ଖୁବ୍ ନଗଣ୍ୟ ପରି ମନେହୁଏ । ତେଣୁ ସେ ନିଜକୁ ଅତି ସାନ ବୋଲି ମଣିଛି ।
(ଖ) ନିର୍ବିକାର ଭାବରେ ଧୂଳିକଣା କ’ଣ ସହେ ?
Answer:
(ଗ) କେଉଁ କଥା ଧୂଳିକଣା ଭଲଭାବେ ଜାଣେ ?
Answer:
(ଘ) ଧୂଳିକଣା କାହିଁକି ନିଜର ମଥାକୁ ଦକ୍ଷ ବୋଲି କହିଛି ?
Answer:
(କ) ……………………
ପୀଡ଼ଇ ନିତି ମତେ,
ନିର୍ବିକାର ତଥାପି ମୁହଁ
ପଡ଼ିଛି ଧରାପଥେ ।
Answer:
ଜନ୍ତୁ-ଜୀବ ସବୁରି ପାଦ
ପୀଡ଼ଇ ନିତି ମତେ,
ନିର୍ବିକାର ତଥାପି ମୁହଁ
ପଡ଼ିଛି ଧରାପଥେ ।
(ଖ) ଏତିକି ଜାଣେ ବିଶ୍ଵ ଜୀବ
…………………………..
Answer:
ଏତିକି ଜାଣେ ବିଶ୍ଵ ଜୀବ
ମିଶଇ ମୋର ବୁକେ ।
(ଗ) ସୃଷ୍ଟି ଦିନୁ ଦେଖୁଛି ବସି
…………………………
…………………………
ବିଶ୍ଵ ଅତି ସାନ ।
Answer:
ସୃଷ୍ଟି ଦିନୁ ଦେଖୁଛି ବସି
ସକଳ ଅଭିଯାନ,
ଆକାଶ ତଳେ ଧୂଳିକଣା ମୁଁ
ବିଶ୍ଵ ଅତି ସାନ ।
(କ) ‘ଜୀବନେ ମୋର ନାହିଁ ତ କେବେ କା’
ସାଥେ ଅଭିମାନ ।’
Answer:
ଜୀବନେ ମୋର ……………………. ଅଭିମାନ ।
ଶଂସିତ ପଦ୍ୟାଶଟି ନାରୀକବି ବିଦ୍ୟୁତ୍ଵପ୍ରଭା ଦେବୀଙ୍କ ରଚିତ ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ଧୂଳିକଣାର କାହା ଉପରେ କିଛି ମାନ ଅଭିମାନ ନାହିଁ ବୋଲି କବି ବର୍ଣ୍ଣନା କରିଛନ୍ତି । ଆକାଶତଳେ ଧରାପୃଷ୍ଠରେ ଧୂଳିକଣା ରହିଛି । ଏହି ବିଶ୍ଵରେ ସମସ୍ତ ପଦାର୍ଥ ତୁଳନାରେ ତାହା ଖୁବ୍ ସାନ ଅଟେ । ସେ ଏତେ ଛୋଟ ଯେ, ଅନ୍ୟ ସହିତ ନିଜକୁ ତୁଳନା କରିବାକୁ ଅବସର ପାଏ ନାହିଁ । ସେ ଜୀବନରେ କେବେ କାହା ସହିତ ମାନ ଅଭିମାନ, କଳିତ କରାଳ କରେ ନାହିଁ । ବରଂ ସେ ଏହି ବିଶ୍ଵରେ ସବୁକିଛି କଷ୍ଟକୁ ସହିନେଉଛି । ବାସ୍ତବରେ ଏହି କବିତାରେ ଧୂଳିକଣା ଯେ କେଡ଼େ ମହାନ୍ତି, ତାହା ସହଜରେ ଜାଣିହେଉଛି ।
(ଖ) ‘‘ଜନ୍ତୁ ଜୀବ ସବୁରି
ପାଦପୀଡ଼ଇ ନିତି ମତେ ।’’
Answer:
ଜନ୍ତୁ ଜୀବ ……………………………. ନିତି ମତେ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ଯୁପ୍ରଭା ଦେବୀ ଧୂଳିକଣାର ଜାବନଧାରା ସମ୍ପାର୍କରେ ଆଲୋକପାତ କରିଛନ୍ତି। ଧୂଳିକଣା ଏ ବିଶ୍ଵରେ ସବୁଠାରୁ ସାନ ଅଟେ । ତା’ର କାହା ଉପରେ ମାନ ଅଭିମାନ ନାହିଁ । ବରଂ ପ୍ରତିଦିନ ଏ ସୃଷ୍ଟିର ପ୍ରତ୍ୟେକ ଜୀବଜନ୍ତୁ ନିଜର ପାଦ ଆଘାତରେ ତାକୁ ଅହରହ ପୀଡ଼ା ଦେଇଥା’ନ୍ତି । ସେହିମାନଙ୍କର ପଦାଘାତଜନିତ ପୀଡ଼ାକୁ ସେ ନିର୍ବିକାର ଭାବରେ ସହି ନେଇଥାଏ । ଧରାପୃଷ୍ଠରେ ସେହିପରି ସବୁକୁ ସହିନେଇ ସେ ପଡ଼ି ରହିଥାଏ । ନିଜର ମୁହଁ ଖୋଲି କାହାରିକୁ କିଛି ଅଭିଯୋଗ ଶୁଣାଏ ନାହିଁ । ବରଂ ଜୀବଜନ୍ତୁମାନଙ୍କୁ ସେ ଆପଣାର ସହନଶୀଳତା ଗୁଣର ଆଦର୍ଶକୁ ଦେଖାଇ ଚାଲିଛି । ବାବସ୍ତବରେ ଧୂଳିକଣାର ଏହି ମହାନ୍ ଗୁଣ ଆମ ସମସ୍ତଙ୍କର ଧେୟ ହେବା ଉଚିତ ।
(ଗ) ‘ଜଗତେ ମୋର କି ଯାଏ ଆସେ
ଦୁଃଖେ ଅବା ସୁଖେ ।’’
Answer:
ଜଗତେ ………………………….. ଅବା ସୁଖେ ।
ଶଂସିତ ପଦ୍ୟାଶଟି ନାରୀକବି ବିଦ୍ୟୁତ୍ରପ୍ରଭା ଦେବୀଙ୍କ ରଚିତ ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ କବି ଧୂଳିକଣା ମୁହଁରେ ଏ ସୃଷ୍ଟିର ଚିରନ୍ତନ ସତ୍ୟକୁ ଉପସ୍ଥାପନ କରିଛନ୍ତି । ଧୂଳିକଣା ଖୁବ୍ ସାନ ହେଲେ ମଧ୍ୟ ନିର୍ବିକାର ଭାବରେ ସମସ୍ତଙ୍କର ପଦାଘାତଜନିତ କଷ୍ଟକୁ ସହିନିଏ । ଏ ଦୁନିଆରେ କାହାର ଦୁଃଖ-ସୁଖରେ ସେ ଆଦୌ ଭାଗୀଦାର ନଥାଏ । ବରଂ ନିର୍ବିକାର ଭାବରେ ଧରାପୃଷ୍ଠରେ ପଡ଼ିରହି ସେ ଏସବୁକୁ ଦେଖୁଥାଏ । ତେବେ ଏ ପୃଥିବୀର ଗୋଟିଏ ସତ୍ୟକୁ ସେ ମର୍ମେ ମର୍ମେ ଅନୁଭବ କରିଥାଏ । ସମଗ୍ର ବିଶ୍ଵର ଜୀବଜଗତ ନିଜକୁ ଯେତେ ବଡ଼ ବୋଲି ବିଚାର କଲେ ମଧ୍ୟ ଦିନେ ସେମାନଙ୍କର ମୃତ୍ୟୁ ହେବ । ମୃତ୍ୟୁ ହେଲାପରେ ସେମାନେ ତା’ ସହିତ ଧୂଳିହୋଇ ମିଶିଯିବେ । ତେଣୁ ଏହି ସତ୍ୟକୁ ଅନୁଭବ କରି ସେ ନିଜ ମନରେ ଦୁଃଖ ପୋଷଣ କରିନାହିଁ । ବାସ୍ତବରେ ଧୂଳିକଣା ଅନୁଭବ କରିଥିବା ଚିରନ୍ତନ ସତ୍ୟଟିର ମହତ୍ତ୍ଵ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ।
(ଘ) ‘‘ସକଳ ଚାପ ନେବାରେ ସହି
ଦକ୍ଷ ଏ ମୋ ଶିର ।’’
Answer:
ସକଳ ଚାପ ………………………… ମୋ ଶିର ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ୟୁତପ୍ରଭା ଦେବୀ ଧୂଳି କିପରି ସମସ୍ତ ଦୁଃଖଜନିତ ଚାପକୁ ସହିନେବାରେ ଦକ୍ଷ, ତାହା ବର୍ଣ୍ଣନା କରିଛନ୍ତି । ଧୂଳିକଣା ଖୁବ୍ ସାନ । ତଥାପି ସେ ସମସ୍ତଙ୍କର ପାଦର ଚାପ ସହୁଛି । କାହାର ଦୁଃଖ ସୁଖରେ ସେ ଭାଗୀଦାର ନୁହେଁ । ତା’ର ମୁହଁରୁ କଥା ବାହାରୁ ନାହିଁ । ସେ ଖୁବ୍ ଦରିଦ୍ର । ତାହାର କେହି ସାହାଭରସା ନାହାନ୍ତି । ଏସବୁ ସତ୍ତ୍ୱେ ଧୂଳିକଣା ପୃଥିବୀବାସୀଙ୍କର ସମସ୍ତ ଚାପକୁ ନିଜର ମଥାରେ ସହି ନେଉଛି, ଆଉ ରାଜରାସ୍ତାରେ ସେହିପରି ମଥାକୁ ଉନ୍ନତ କରି ପଡ଼ିରହିଛି । ନିଜେ ନିଃସ୍ଵ ହେଲେ ମଧ୍ୟ ସମସ୍ତଙ୍କର ଦୁଃଖକଷ୍ଟକୁ ଯେ ସେ ସହିପାରେ, ଏହା ସେ ମୁକ୍ତକଣ୍ଠରେ ଜଣାଇ ଦେଉଛି । ବାସ୍ତବରେ ଧୂଳିକଣାର ଏହି ଆତ୍ମବାଣୀ ବେଶ୍ ହୃଦୟସ୍ପର୍ଶୀ ଅଟେ ।
(ଙ) ‘‘ଆକାଶ ତଳେ ଧୂଳିକଣା ମୁଁ
ବିଶ୍ଵ ଅତି ସାନ।’’
Answer:
ଆକାଶ ତଳେ ……………………………… ଅତି ସାନ।
ଶଂସିତ ପଦ୍ୟାଶଟି ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ୟୁତପ୍ରଭା ଦେବୀ ଧୂଳିକଣାର କ୍ଷୁଦ୍ରତ୍ୱ ସମ୍ପର୍କରେ ସୂଚାଇଛନ୍ତି । ଏ ସୃଷ୍ଟିର ସମସ୍ତ ପଦାର୍ଥ ମଧ୍ଯରେ ଧୂଳିକଣା ଖୁବ୍ ସାନ ଓ ନଗଣ୍ୟ । ସେ ନିର୍ବିକାର ଭାବରେ ଧରାପୃଷ୍ଠରେ ପଡ଼ିରହି ଜୀବଜନ୍ତୁଙ୍କର ପାଦର ପୀଡ଼ାକୁ ସହିଚାଲିଛି । କାହାର ଦୁଃଖ ସୁଖରେ ସେ ଭାଗୀଦାର ନୁହେଁ । ବରଂ ଯେତେ ନିଃସ୍ଵ ହେଲେ ମଧ୍ୟ ସେ ସମସ୍ତ ଚାପକୁ ନିର୍ବିବାଦରେ ଆପଣାର ମଥାପାତି ସହିନେଉଛି । ସୃଷ୍ଟିର ଆରମ୍ଭରୁ ସେ ରହିଛି । ଯେତେସବୁ ପରିବତ୍ତର୍ନ ଏ ସୃଷ୍ଟିରେ ହେଉଛି, ତାହାକୁ ସେ ବସି ଦେଖୁଛି । ତଥାପି ନିଜେ ଖୁବ୍ ଛୋଟ ହେଲେ ମଧ୍ୟ ଏ ସୃଷ୍ଟିର ସର୍ବବିଧ ଲୀଳା ରହସ୍ୟକୁ ଦେଖିବାରେ ସେ ମୂକସାକ୍ଷୀ ପାଲଟିଛି ବାସ୍ତବରେ ଧୂଳିକଣାର ଭୂମିକା ଏ ସୃଷ୍ଟିରେ ଖୁବ୍ ଗୁରୁତ୍ଵପୂର୍ଣ ।
Answer:
(କ) ଜୀବନ – ପ୍ରାଣ
(ଖ) ଧରା – ବସୁଧା
(ଗ) ଜନ୍ତୁ – ପ୍ରାଣୀ
(ଘ) ନିଃସ୍ବ – ଦରିଦ୍ର
(ଙ) ଦକ୍ଷ – ସମର୍ଥ
(କ) ନିର୍ବିକାରେ ତଥାପି ମୁହିଁ ପଡ଼ିଛି ଧରାପଥେ ।
Answer:
ମୁଁ ତଥାପି ନିର୍ବିକାର ଭାବରେ ଧରାପଥରେ ପଡ଼ି ରହିଛି ।
(ଖ) ଜଗତେ ମୋର କି ଯାଏ ଆସେ ଦୁଃଖେ ଅବା ସୁଖେ ।
Answer:
ଜଗତର ଦୁଃଖ ସୁଖରେ ମୋର ବା କ’ଣ ଯାଏ ଆସେ ଅଛି ।
(ଗ) ବାକ୍ୟହୀନ ନିଃସ୍ବ ମୁହିଁ ଭରସାହୀନ ଚିର ।
Answer:
ମୁଁ ବାକ୍ୟହୀନ, ନିଃସ୍ଵ ଓ ସର୍ବଦା ଭରସାହୀନ ଅଟେ ।
(ଘ) ସକଳ ଚାପ ନେବାରେ ସହି ଦକ୍ଷ ଏ ମୋ ଶିର ।
Answer:
ମୋର ଏହି ମଥା ସବୁପ୍ରକାରର ଚାପକୁ ସହିନେବାକୁ ସମର୍ଥ ଅଟେ ।
Answer:
ଚିର – ସର୍ବଦା
ଶିର – ମୁଣ୍ଡ
ଜଗତ – ଦୁନିଆଁ
ନିଃସ୍ବ – ଯାହାର କିଛି ନାହିଁ
ଚିର – ମାର୍କୋନୀ ରେଡ଼ିଓ ଉଦ୍ଭାବନ କରି ଚିରକାଳ ପାଇଁ ଯଶ ରଖିଗଲେ ।
ଶିର- ରାଜାଙ୍କ ଶିରରେ ମୁକୁଟ ଶୋଭାପାଏ ।
ଜଗତ – ଜଗତରେ ବହୁ ପ୍ରାଣୀ ରହିଛନ୍ତି ।
ନିଃସ୍ଵ – ହରିବାବୁ ନିଃସ୍ୱ ହୋଇ କାଳ କାଟୁଛନ୍ତି ।