6th Class M.I.L (ଓଡ଼ିଆ - ଆମ ସାହିତ୍ୟ ) - Chapter 6 ବନବାଣୀ All Question With Answer

↓ Question & Answer ↓

Question ୧। ଉତ୍ତର କୁହ ।

(କ) ପୁରାତନ ଭାରତର ଛାତ୍ରମାନେ କେଉଁ ସ୍ଥାନରେ ରହି ଶିକ୍ଷାଲାଭ କରୁଥିଲେ ?
Answer:

ପୁରାତନ ଭାରତରେ ଛାତ୍ରମାନେ ଅରଣ୍ୟରେ ଆର୍ଯ୍ୟଋଷିମାନଙ୍କ ଚରଣତଳେ ବସି ଶିକ୍ଷାଲାଭ କରୁଥିଲେ ।

(ଖ) କେଉଁମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ?
Answer:

ଭାରତୀୟ ଯୋଗୀ ଋଷିମାନଙ୍କର ପବିତ୍ର ସୂତି ଏବେ ମଧ୍ୟ ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ।

(ଗ) ରାଜା ମହାରାଜାମାନେ ଜୀବନରେ କାହାର ଆଶ୍ରୟ ନେଇ ନିଜକୁ କୃତାର୍ଥ ମଣୁଥିଲେ ?
Answer:

ରାଜା ମହାରାଜାମାନେ ଜୀବନର ଶେଷ ଦଶାରେ ‘ମୁନିବନ ତରୁଛାୟା’ର ଆଶ୍ରୟ ନେଇ ନିଜକୁ କୃତାର୍ଥ ମଣୁଥିଲେ ।


(ଘ) ଭାରତର କେଉଁ ପ୍ରାଚୀନ କାବ୍ୟ, ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି ?
Answer:

ପ୍ରାଚୀନ ନାଟକ ‘ଶକୁନ୍ତଳା’, ‘ଉତ୍ତର ରାମଚରିତ’ ଓ କାବ୍ୟ ‘କୁମାର ସମ୍ଭବ’ ରେ ଅରଣ୍ୟର କଥା କୁହାଯାଇଛିା


🗨
Question ୨।
ପଠିତ ପ୍ରବନ୍ଧରୁ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜି ଲେଖ ।

(କ) ଭାରତୀୟ ଭାବୁକମାନେ କାହିଁକି ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସ ବୋଲି ଗ୍ରହଣ କରିଛନ୍ତି ?
Answer:

ଦୃଷ୍ଟିରେ ପ୍ରକୃତି ନିର୍ଜୀବ ଓ ଜଡ଼ ନୁହେଁ । ବରଂ ତାହା ଏକ ମହାଶକ୍ତି ରୂପେ ବିଦ୍ୟମାନ ହୋଇ ପ୍ରତି ମୁହୂର୍ଭରେ ପ୍ରେରଣା ଦେଉଥିଲା । ଏହା ସଙ୍ଗେ ସେମାନଙ୍କର ପ୍ରକୃତି ସହିତ ଘନିଷ୍ଠ ମିଳନ ଘଟୁଥିବାରୁ ସେମାନେ ବିଶ୍ଵପ୍ରାଣରେ ନିଜ ପ୍ରାଣ ଏବଂ ନିଜ ପ୍ରାଣରେ ବିଶ୍ଵପ୍ରାଣକୁ ଅନୁଭବ କରି ପାରୁଥିଲେ ।

(ଖ) ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ କାହିଁକି ଅରଣ୍ୟରେ ସମୟ ଅତିବାହିତ କରୁଥିଲେ ?
Answer:

ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷଗଣ ସଂସାର କ୍ଷେତ୍ରରେ ସମାଜର ନେତୃତ୍ଵ ନେବା ପୂର୍ବରୁ ଜୀବନର ସଂଯମ ଓ ସାଧନା ପାଇଁ ଅରଣ୍ୟ ମଧ୍ୟରେ ଦୀର୍ଘକାଳ ଅତିବାହିତ କରୁଥିଲେ । ଏଭଳି ଅବସ୍ଥାରେ ନ ପଡ଼ିଲେ ଜୀବନର ବାସ୍ତବିକତା ସମ୍ବନ୍ଧରେ ମନୁଷ୍ୟର ଯଥାର୍ଥ ଜ୍ଞାନ ଜନ୍ମିବ ନାହିଁ । ତେଣୁ ସେମାନେ ଅରଣ୍ୟରେ ଦୀର୍ଘ ସମୟ ଅତିବାହିତ କରୁଥିଲେ ।

(ଗ) ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନପ୍ରଦେଶ କିପରି ବଦଳିଛି ?
Answer:

ସଭ୍ୟତାର ପରିବର୍ତ୍ତନ ଯୋଗୁଁ ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଏବେ ଆଉ ଋଷି ଆଶ୍ରମ ଦେଖିବାକୁ ମିଳୁନାହିଁ କିମ୍ବା ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ ହେଉନାହିଁ ।

(ଗ) ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନପ୍ରଦେଶ କିପରି ବଦଳିଛି ?
Answer:

ସଭ୍ୟତାର ପରିବର୍ତ୍ତନ ଯୋଗୁଁ ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଏବେ ଆଉ ଋଷି ଆଶ୍ରମ ଦେଖିବାକୁ ମିଳୁନାହିଁ କିମ୍ବା ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ ହେଉନାହିଁ । ଆଜି ପୂର୍ବକାଳର ଋଷି ଆଶ୍ରମ ନଥିଲେ ଓ ଶିଷ୍ୟଗଣଙ୍କ ବେଦ ଧ୍ଵନିରେ ବନପ୍ରଦେଶ ମୁଖରିତ ହେଉ ନ ଥିଲେ ମଧ୍ୟ ସେହି ସହସ୍ର ସହସ୍ର ବର୍ଷ ପୂର୍ବର ସ୍ମୃତି ଏବେ ମଧ୍ୟ ଭାରତୀୟଙ୍କ ମନରୁ ଲୋପ ପାଇ ଯାଇନାହିଁ । ବନବାଣୀ ହିଁ ଏ ଦେଶର ସଭ୍ୟତାର ବିଶେଷତ୍ଵ । ଏହା ଭାରତୀୟଙ୍କ ହୃଦୟରେ ସର୍ବଦା ଚିରଜାଜ୍ୱଲ୍ୟ ହୋଇ ରହିଛି । ତେଣୁ ବନବାଣୀକୁ ଭାରତର ବାଣୀ ବୋଲି କୁହାଯାଇଛି ।

(ଘ) ବନବାଣୀକୁ କାହିଁକି ‘ଭାରତର ବାଣୀ’ ବୋଲି କୁହାଯାଇଛି ?
Answer:

ଆଜି ପୂର୍ବକାଳର ଋଷି ଆଶ୍ରମ ନଥିଲେ ଓ ଶିଷ୍ୟଗଣଙ୍କ ବେଦ ଧ୍ଵନିରେ ବନପ୍ରଦେଶ ମୁଖରିତ ହେଉ ନ ଥିଲେ ମଧ୍ୟ ସେହି ସହସ୍ର ସହସ୍ର ବର୍ଷ ପୂର୍ବର ସ୍ମୃତି ଏବେ ମଧ୍ୟ ଭାରତୀୟଙ୍କ ମନରୁ ଲୋପ ପାଇ ଯାଇନାହିଁ । ଏ ଦେଶର ସଭ୍ୟତାର ବିଶେଷତ୍ଵ। ଏହା ଭାରତୀୟଙ୍କ ହୃଦୟରେ ସର୍ବଦା ଚିରଜାଜ୍ୱଲ୍ୟ ହୋଇ ରହିଛି । ତେଣୁ ବନବାଣୀକୁ ଭାରତର ବାଣୀ ବୋଲି କୁହାଯାଇଛି ।


🗨
Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।

(କ) ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ, ତାହା ଏକ ମହାଶକ୍ତି ।
Answer:

ପ୍ରକୃତି ସେମାନଙ୍କ ……………………….. ମହାଶକ୍ତି ।
ଶଂସିତ ଗଦ୍ୟାଶଟି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଲିଖିତ ‘ବନବାଣୀ’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଭାରତୀୟ ଭାବୁକଙ୍କ ଦୃଷ୍ଟିରେ ପ୍ରକୃତି କିପରି ମହାଶକ୍ତି ଭାବରେ ପରିଚିତ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତି । ଶାନ୍ତ କୋମଳ ଅରଣ୍ୟରେ ଭାରତର ସଭ୍ୟତା ଓ ସଂସ୍କୃତିର ବିକାଶ ଘଟିଥିଲା। ଏହି ଅରଣ୍ୟ ଥିଲା ମୁନିଋଷିଙ୍କର ସାଧନାର ପୀଠସ୍ଥଳୀ ଓ ରାଜା, ମହାରାଜାମାନଙ୍କର ଶେଷ ଜୀବନର ଆଶ୍ରୟସ୍ଥଳୀ । ଏହି ବନପ୍ରଦେଶର ଚିତ୍ର ଭାରତର କାବ୍ୟ, ନାଟକ, ପୁରାଣାଦିରେ ଚିତ୍ରିତ ହୋଇଛି ।

ସେଥ‌ିରେ ବର୍ଣ୍ଣିତ ଘଟଣା ସକଳ କବିଙ୍କର ପୂର୍ଣପ୍ରାଣତା ପ୍ରକାଶର ମାଧ୍ୟମ ହୋଇଛି । ଏହି ଅରଣ୍ୟ ପ୍ରକୃତି ଭାରତୀୟ ଭାବୁକମାନଙ୍କର ପ୍ରେରଣାର ମୂଳ କାରଣ ଭାବରେ ଗୃହୀତ । ପ୍ରକୃତି ସେମାନଙ୍କ ଦୃଷ୍ଟିରେ ନିର୍ଜୀବ ବା ଜଡ଼ ନୁହେଁ, ବରଂ ଏକ ମହାଶକ୍ତି । ପ୍ରକୃତି ସହିତ ଘନିଷ୍ଠ ମିଳନଦ୍ବାରା ସେମାନେ ବିଶ୍ଵପ୍ରାଣରେ ନିଜ ପ୍ରାଣ ଓ ନିଜ ପ୍ରାଣରେ ବିଶ୍ଵପ୍ରାଣକୁ ଅନୁଭବ କରିପାରୁଥିଲେ । ଏପରି ମହାନ୍ ଅନୁଭୂତି ପ୍ରଦାନ କରୁଥିବା ପ୍ରକୃତି କେବେହେଲେ ନିର୍ଜୀବ ବା ଜଡ଼ ହୋଇ ନ ପାରେ । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।

(ଖ) ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି ।
Answer:

ଭାରତର ସଭ୍ୟତା …………………………… ପରିବର୍ତ୍ତିତ ହୋଇଛି ।
ଉଦ୍ଧୃତାଂଶଟି ପଠିତ ସାହିତ୍ୟ ବହିର ‘ବନବାଣୀ’ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ଲେଖକ ପଣ୍ଡିତ ଗୋପବନ୍ଧୁ ଦାସ ବାହ୍ୟ ପ୍ରଭାବରେ ଭାରତୀୟ ସଭ୍ୟତା ଓ ଚିନ୍ତାର ଗତି କିପରି ପରିବର୍ତ୍ତିତ ହୋଇଛି, ତାହା ଉପରେ ଆଲୋକପାତ କରିଛନ୍ତି । ଦିନେ ବନ ଥିଲା ସମସ୍ତ ପ୍ରଗତିର ମୂଳଉତ୍ସ, ଭାରତୀୟ ଭାବୁକମାନଙ୍କର ପ୍ରେରଣାର ମୂଳ ନିଦାନ । ମହାକାବ୍ୟ ବର୍ଣ୍ଣିତ ମହାପୁରୁଷମାନଙ୍କର ସଂଯମ ତଥା ସାଧନାର ପରୀକ୍ଷାଗାର ଥିଲା ଏହି ଅରଣ୍ୟ । ଅରଣ୍ୟର ତରୁଲତାଗଣ ଭାବୁକ କାନରେ ନୀରବ ବାଣୀ ଶୁଣାଇ ଅନୁପ୍ରେରିତ କରୁଥିଲେ । ବନସ୍ପତିର ମାହାତ୍ମ୍ୟକୁ ସେମାନେ ମର୍ମେ ମର୍ମେ ଅନୁଭବ କରୁଥିଲେ ।

ହେଲେ ଆଜି ସେସବୁ ବାହାର ସଭ୍ୟତାର ପ୍ରଭାବରେ ପରିବର୍ତ୍ତିତ ହୋଇଯାଇଛି । ପୂର୍ବରୁ ସେ ଋଷି ଆଶ୍ରମ ନାହିଁ । ସେଠାରୁ ଆଉ ବେଦଧ୍ଵନି ଶୁଣାଯାଉନାହିଁ । ଏସବୁ ପ୍ରଭାବ ସତ୍ତ୍ଵେ ଏହି ଅରଣ୍ୟର ପବିତ୍ର ସ୍ମୃତି ଭାରତବାସୀଙ୍କ ହୃଦୟରୁ ସଂପୂର୍ଣ୍ଣ ଲୋପ ପାଇଯାଇ ନାହିଁ, ବରଂ ଏହି ବନବାଣୀ ଭାରତରବାଣୀ ପାଲଟି ଯାଇଛି । ସମୟ ସ୍ରୋତରେ ପ୍ରତ୍ୟେକ ସଭ୍ୟତାର ପରିବର୍ତ୍ତନ ଘଟିଛି । ହେଲେ ସେହି ସ୍ରୋତରେ ସଂପୂର୍ଣ୍ଣ ଭାସିଯାଇ ଦେଶ ସଭ୍ୟତାର ବିଶେଷତ୍ଵକୁ ହରାଇବା ଅନୁଚିତା ବାସ୍ତବରେ ଲେଖକଙ୍କର ଏହି ଉକ୍ତି ବେଶ୍ ହୃଦୟସ୍ପର୍ଶୀ ତଥା ସମୟୋପଯୋଗୀ ହୋଇପାରିଛି ।


🗨
Question ୪।
ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନଜାତୀୟ ଶବ୍ଦ ମିଶି ରହିଛି । ଭିନ୍ନଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ ।
(କ) ଯୋଗୀ, ମୁନି, ଋଷି, ରୋଗୀ
(ଖ) ପ୍ରୌଢ଼, ନାଗରିକ, ବାଳକ, ଯୁବକ
(ଗ) ବନ, ଉପବନ, ଅରଣ୍ୟ, ପର୍ବତ
(ଘ) କାବ୍ୟ, କିମ୍ବଦନ୍ତୀ, ନାଟକ, ପୁରାଣ
(ଙ) ତରୁ, ବିହଙ୍ଗ, ଦ୍ରୁମ, ମହାଦ୍ରୁମ

Answer:
(କ) ଯୋଗୀ
(ଖ) ନାଗରିକ
(ଗ) ପର୍ବତ
(ଘ) କିମ୍ବଦନ୍ତୀ
(ଙ) ବିହଙ୍ଗ


🗨
Question ୫।
ତଳେ ‘କ’ ଓ ‘ଖ’ ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ପରସ୍ପର ସମ୍ପର୍କ ଥ‌ିବା ଶବ୍ଦକୁ ଯୋଡ଼ି ବାକ୍ୟ କର।

‘କ’ ‘ଖ’
ଅବଶ୍ୟ କ୍ଷେତ୍ର
ତରୁ ସ୍ରୋତ
ଚିନ୍ତ୍ରା ପାଠ
କାର୍ଯ୍ୟ ପ୍ରଦେଶ
ସାଧନା ଛାୟା

Answer:
ଅରଣ୍ୟପ୍ରଦେଶ, ତରୁଛାୟା, ଚିନ୍ତାସ୍ରୋତ, କାର୍ଯ୍ୟକ୍ଷେତ୍ର, ସାଧନାପୀଠ
ଅରଣ୍ୟପ୍ରଦେଶର – ଅରଣ୍ୟପ୍ରଦେଶର ଦୃଶ୍ୟ ଖୁବ୍ ମନୋରମ ।
ତରୁଛାୟା – ତରୁଛାୟା ତଳେ ବସି ଋଷି ବେଦପାଠ କରୁଛନ୍ତି ।
ଚିନ୍ତ୍ରାସ୍ରୋତ – ମନ ମଧ୍ୟରେ ଅଜସ୍ର ଚିନ୍ତାସ୍ରୋତ ଖେଳିଗଲା ।
କାର୍ଯ୍ୟକ୍ଷେତ୍ର – ରାମବାବୁ ନିଜର କାର୍ଯ୍ୟକ୍ଷେତ୍ରରେ ବେଶ୍ ନାଁ କରିଛନ୍ତି ।
ସାଧନାପାଠ – ଜଗନ୍ନାଥ ଦାସଙ୍କ ସାଧନାପୀଠ ଭାବରେ ବଡ଼ଓଡ଼ିଆ ମଠ ସୁପରିଚିତ ।


🗨
Question ୬ ।
ବନ୍ଧନୀରୁ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରି ପାଠଟିକୁ ପୂର୍ଣ୍ଣ ଭାବରେ ଲେଖ ।
ମହାଭାରତରେ ପଞ୍ଚୁପାଣ୍ଡବଙ୍କୁ ମଧ୍ୟ ରାଜ୍ୟଲାଭ ପୂର୍ବରୁ …………. ବନବାସରେ ଏହିପରି ଦୀର୍ଘ ………… ମଧ୍ୟଦେଇ ଯିବାକୁ ପଡ଼ିଅଛି । କେଜାଣି, ଅରଣ୍ୟର ତରୁଲତାଶ୍ରେଣୀ ଭାରତୀୟ ………….. କାନରେ କି …………. ବାଣୀ କହୁଥିଲେ । (ଅଜ୍ଞାତ, ନୀରବ, ଭାବୁକ, ସାଧନା)

Answer:
ମହାଭାରତରେ ପଞ୍ଚୁପାଣ୍ଡବଙ୍କୁ ମଧ୍ୟ ରାଜ୍ୟଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟଦେଇ ଯିବାକୁ ପଡ଼ିଅଛି । କେଜାଣି, ଅରଣ୍ୟର ତରୁଲତାଶ୍ରେଣୀ ଭାରତୀୟ ଭାବୁକ କାନରେ କି ନୀରବ ବାଣୀ କହୁଥିଲେ ।


🗨
Question ୭।
ତଳ କୋଠରିମାନଙ୍କରେ କେତୋଟି ଅକ୍ଷର ଦିଆଯାଇଛି । ପ୍ରତିଧାଡ଼ିରୁ ଅକ୍ଷରମାନଙ୍କୁ ନେଇ କେତୋଟି ଦୁଇ ଓ ତିନି ଅକ୍ଷରବିଶିଷ୍ଟ ଶବ୍ଦ ତିଆରି କର ।

ସା
ସ୍ୱ
ଭ୍ୟ
ମ୍ପ ର୍କ
ର୍ଶ

Answer:
ସାଧବ, ବନ, ସାଧନ, ବସା, ଧବ ସ୍ୱର, ନଗର, ନର, ଗର, ସ୍ଵନ ରସ, ସଭ୍ୟ, ମର,ସର, ସମ, ଅର୍କ, ସମ୍ପର୍କ ଦର୍ଶନ, ମନ, ଦମ, ଦମନ,


🗨
Question ୮।
ପ୍ରତି ବାକ୍ୟର କିଛି ଅଂଶ ‘କ’ ସ୍ତମ୍ଭରେ ଓ କିଛି ଅଂଶ ‘ଖ’ ସ୍ତମ୍ଭରେ ଦିଆଯାଇଅଛି । ଦୁଇ ସ୍ତମ୍ଭରେ ପରସ୍ପର ସମ୍ପର୍କ ଥ‌ିବା ବାକ୍ୟାଶକୁ ଏକାଠି ମିଳାଇ ଲେଖ ।

‘କ’ ‘ଖ’
ପ୍ରକୃତି ସେମାନଙ୍କ ନିକଟରେ ଭାରତର ବାଣୀ
ବନ ବାଣୀ ହିଁ ବନପ୍ରଦେଶ ମୁଖରିତ ହେଉନାହିଁ
ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ପ୍ରାଣରେ ଅନୁଭବ କରୁଥିଲେ
ବନସ୍ପତିର ମାହାତ୍ମ୍ୟ ସାଧନାପୀଠ ଥିଲା
ଅରଣ୍ୟ ହିଁ ସେମାନଙ୍କର ନିର୍ଜୀବ ଏବଂ ଜଡ଼ ନୁହେଁ

Answer:
(୧) ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ ।
(୨) ବନବାଣୀ ହିଁ ଭାରତର ବାଣୀ ।
(୩) ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ ହେଉନାହିଁ ।
(୪) ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଅନୁଭବ କରୁଥିଲେ ।
(୫) ଅରଣ୍ୟ ହିଁ ସେମାନଙ୍କର ସାଧନାପୀଠ ଥିଲା ।


🗨
Question ୯।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକ ମଧ୍ୟରୁ ନିର୍ଭୁଲ ଶବ୍ଦଗୁଡ଼ିକୁ ବାଛି ଲେଖ ।

(କ) ଜାତିୟ, ଜାତୀୟ, ଯାତୀୟ
(ଖ) ବିଶେଷ, ବିଷେଶ, ବିସେଷ
(ଗ) ବାଲ୍ମିକୀ, ବାଲ୍ମୀକି, ବାଲ୍ମୀକି
(ଘ) ନୀର୍ଜିବ, ନିର୍ଜିବ, ନିର୍ଜୀବ

Answer:
(କ) ଜାତାୟ
(ଖ) ବିଶେଷ
(ଗ) ବାଲ୍ମ।କି
(ଘ) ନିର୍ଜାବ


🗨
କଠିନ ଶବ୍ଦ।ର୍ଥ:

ଅରଣ୍ୟ – ବଣ।
ପାଶ୍ଚାତ୍ୟ – ବିଦେଶ (ଆମ ଦେଶର ପଶ୍ଚିମରେ ଥ‌ିବା ଦେଶ ) ।
ଆବହମାନ – ଚିରପ୍ରଚଳିତ ।
ଅଦ୍ୟାପି – ଏବେ ମଧ୍ୟ ।
ମୂଳଭିତ୍ତି – ମୂଳଦୁଆ ।
ବିଦ୍ୟମାନ – ରହିଛି ।
ଆବିର୍ଭାବ – ପ୍ରକାଶ ।
ଅଧୃଷ୍ଠାନ – ଅବସ୍ଥିତି ।
ଚରଣତଳେ – ପାଦତଳେ ।
ଏମନ୍ତ – ଏପରି ।
ଶେଷ ଦଶା – ଶେଷ ଭାଗ ।
କୃତାର୍ଥ – ଧନ୍ୟ, ଚରିତାର୍ଥ ।
ଗୌରବ – ଉତ୍କର୍ଷ ।
ପ୍ରକଟିତ – ପ୍ରକାଶିତ ।
ଘଟଣାସକଳ – ଘଟଣାସବୁ ।
ସନ୍ନିବେଶ – ଯୋଡ଼ିବା, ଏକାଠି କରିବା ।
ନିଦାନ – ମୂଳ କାରଣ ।
ଜଡ଼- ଯାହାର ଜୀବନ ନାହିଁ ।
ଆଲେଖ୍ୟ – ଚିତ୍ର ।
ଦୁର୍ବିପାକ – ଦୁର୍ଯୋଗ, ବିପତ୍ତି ।
ନିରୁଦ୍ଦେଶ୍ୟ – ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନଥ‌ିବା ।
ଅଜ୍ଞାତ – ଅଜଣା ।
ଭାବୁକ – ଯେ ଭାବନା କରେ ।
ସନସନ – ଗଛର ପତ୍ର ପବନରେ ହଲିବାର ଶବ୍ଦ ।
ବିହଙ୍ଗକୁଳ – ପକ୍ଷୀସମୂହ ।
କୋଳାହଳ – ଘୋ ଘୋ ଶବ୍ଦ ।
ବନସ୍ପତି – ବୃକ୍ଷ ।
ବାହ୍ୟିକ – ବାହାରର ।
ମାହାତ୍ମ୍ୟ – ମହତ୍ତ୍ବ, ଗୌରବ, ମହିମା।
ମୁଖରିତ – ଧ୍ଵନିତ ।
ବିଲୁପ୍ତ – ସଂପୂର୍ଣ୍ଣ ଲୋପ ।
ବିଲୟ – ବିଲୋପ ।
ପୁନରୁଦ୍ଧାର – ଆଉଥରେ ଉଦ୍ଧାର ।
ଜାଗିଅଛି – ଚେଇଁ ଉଠିଛି ।


🗨