6th Class M.I.L (ଓଡ଼ିଆ - ଆମ ସାହିତ୍ୟ ) - Chapter 7 ମୋ ଜୀବନର ଅଭୁଲା କଥା All Question With Answer
↓ Question & Answer ↓
ଉତ୍ତର କୁହ ।
(କ) ଲେଖକ ଚତୁର୍ଥ ଶ୍ରେଣୀରେ ପଢୁଥିବାବେଳେ ଦେଶର ଅବସ୍ଥା କିପରି ଥିଲା ?
Answer:
ଲେଖକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବାବେଳେ ମହାତ୍ମା ଗାନ୍ଧିଙ୍କର ସ୍ଵାଧୀନତା ଆନ୍ଦୋଳନର ଆହ୍ଵାନ ସାରା ଦେଶରେ ବ୍ୟାପି ଯାଇଥିଲା ।
(ଖ) ୧୯୨୧ ମସିହାରେ ଭାରତରେ ହୋଇଥିବା ଆନ୍ଦୋଳନର ନାମ କ’ଣ୍ ?
Answer:
୧୯୨୧ ମସିହାରେ ଭାରତରେ ହୋଇଥିବା ଆନ୍ଦୋଳନର ନାମ ଅସହଯୋଗ ଆନ୍ଦୋଳନ ।Math textbooks
(ଗ) ମହାତ୍ମା ଗାନ୍ଧି ପାରଳାଖେମୁଣ୍ଡି ଆସି କ’ଣ କଲେ ?
Answer:
ମହାତ୍ମା ଗାନ୍ଧି ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସି ସଭା କଲେ ଓ ସେହି ସଭାରେ ଜାତୀୟତାର ବୀଜ ଲୋକମାନଙ୍କ ହୃଦୟରେ ରୋପଣ କରିଦେଲେ ।
(ଘ) ଛାତ୍ରମାନେ ଗାନ୍ଧିଜୀଙ୍କୁ କିପରି ସୁରକ୍ଷା ଦେଇଥିଲେ ?
Answer:
ଛାତ୍ରମାନେ ଚକ୍ରାକାରରେ ଘେର କରି ହାତକୁ ହାତ ଛନ୍ଦି ମଝିରେ ମହାତ୍ମାଙ୍କୁ ରଖ୍ ଜନଗହଳି ମଧ୍ୟରେ ମଞ୍ଚ ଉପରକୁ ନେବାକୁ ଚେଷ୍ଟା କଲେ ।
(ଙ) ଗାନ୍ଧିଜୀ ଲେଖକଙ୍କୁ କ’ଣ କହିଥିଲେ ?
Answer:
ଜନତାର ଚାପକୁ ସମ୍ଭାଳି ନପାରି ଲେଖକ ମହାତ୍ମାଙ୍କର ପିଠି ଆଡ଼କୁ ଠେଲି ହୋଇଯାଇଥିଲେ । ଗାନ୍ଧିଜୀ ଏପରି ଅବସ୍ଥାରେ ତାଙ୍କ ଆଡ଼କୁ ଚାହିଁ ଟିକେ ହସିଦେଇ ହିନ୍ଦୀରେ କହିଥିଲେ, ‘ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ?’’
ଉତ୍ତର ଲେଖ ।
(କ) ଲେଖକ କାହାକୁ ନିଜର ପିତାମହୀ ଓ କାହାକୁ ଜନନୀ ବୋଲି କହିଛନ୍ତି ?
Answer:
ଲେଖକ ଭାରତମାତାକୁ ନିଜର ପିତାମହୀ ଓ ଉତ୍କଳକୁ ଜନନୀ ବୋଲି କହିଛନ୍ତି ।
(ଖ) ଗରିବ ବାଳକଟିର ବେଶଭୂଷା କିପରି ଥୁଲା ?
Answer:
ଗରିବ ବାଳକଟି ଛିଣ୍ଡାଲୁଗା ଖଣ୍ଡେ ପିନ୍ଧିଥିଲା । ମଇଳା ବୁକୁଚାଟିଏ ହାତରେ ଧରିଥିଲା । ତା’ର ବର୍ଷ ଗୋରା । ସେ ସୁସ୍ଥସବଳ ଥିଲା । ମାତ୍ର ବହୁତଦିନ ଧରି ନ ଖାଇଥିବାରୁ ତା’ର ମୁହଁ ଶୁଖୁଲା
(ଗ) ଲେଖକ ପିଲାଟିକୁ କିପରି ସାହାଯ୍ୟ କଲେ ?
Answer:
ଲେଖକ ପିଲାଟି ସହ କଥାବାର୍ତ୍ତାରୁ ଜାଣିଲେ ଯେ ତା’ର ପଢ଼ିବାର ଆଗ୍ରହ ଅଛି । ତେଣୁ ଲେଖକ ତା’ର ବହିପତ୍ର, ଜାମା – ଲୁଗା, ଖାଇବା ପିଇବା, ଦରମା ପାଇଁ ସ୍କଲାରସିପ୍ର ବ୍ୟବସ୍ଥା କରି ପିଲାଟିର ପାଠ ପଢ଼ିବାର ବନ୍ଦୋବସ୍ତ କରିଦେଇଥିଲେ ।
(ଘ) ଉକ୍ତ ପିଲାଟି ସହ ଲେଖକଙ୍କର ପୁଣି କେଉଁ ପରିସ୍ଥିତିରେ ସାକ୍ଷାତ୍ ହେଲା ?
Answer:
୧୯୪୩ ମସିହାରେ ଲେଖକ ପୁରୀରୁ ପାରଳାଖେମୁଣ୍ଡି ଫେରୁଥିଲେ । ଖୋର୍ଦ୍ଧା ଷ୍ଟେସନରେ ସେ ମାନ୍ଦ୍ରାଜ ମେଲ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ଗୋଟିଏ ସ୍ବତନ୍ତ୍ର ମିଲିଟାରୀ ଗାଡ଼ି ମାନ୍ଦ୍ରାଜରୁ ଆସି ଖୋର୍ଦ୍ଧାରେ ପହଞ୍ଚିଲା । ପ୍ଲାଟଫର୍ମରେ ଛିଡ଼ା ହୋଇଥିବାବେଳେ ସେହି ପିଲାଟି ନିଜେ ସେହି ଗାଡ଼ିର ସ୍ବତନ୍ତ୍ର ବଗିରୁ ଓହ୍ଲାଇ ଆସି ଲେଖକଙ୍କୁ ନମସ୍କାର କଲା । ଏହିପରି ଭାବରେ ଲେଖକଙ୍କର ସେହି ପିଲାଟି ସହ ସାକ୍ଷାତ୍ ହେଲା ।
(ଙ) ମିଲିଟାରୀ ପୋଷାକ ପିନ୍ଧିଥିବା ସେଇ ଯୁବକଙ୍କର ନାଆଁ କ’ଣ ?
Answer:
ମିଲିଟାରୀ ପୋଷାକ ପିନ୍ଧିଥିବା ସେହି ଯୁବକଙ୍କର ନାମ ବ୍ରହ୍ମଚାରୀ ମୁଇଁ ।
କେଉଁ ପ୍ରସଙ୍ଗରେ କୁହାଯାଇଛି ?
(କ) ‘ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ?
Answer:
ଯେତେବେଳେ ଲେଖକ ଜନତାର ଭିଡ଼ ମଧ୍ଯରେ ଚାପିହୋଇ ସମ୍ଭାଳି ନ ପାରି ମହାତ୍ମାଙ୍କ ପିଠି ଆଡ଼କୁ ଠେଲି ହୋଇଗଲେ, ସେହି ସମୟରେ ଗାନ୍ଧିଜୀ ଲେଖକଙ୍କୁ ଏକଥା କହିଥିଲେ ।
(ଖ) ‘‘ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ । ତୁମର ଜ୍ଞାନ ପରିପକ୍ଵ ହେଲେ ଦେଶ ପାଇଁ କର୍ମ କରିବାକୁ ଶକ୍ତି ପାଇବ ।”
Answer:
ମହାତ୍ମା ଗାନ୍ଧିଙ୍କ ଭାଷଣରେ ପ୍ରଭାବିତ ହୋଇ ଲେଖକ ଯେତେବେଳେ ସ୍କୁଲରୁ ନିଜର ନାମକୁ କାଟି ରାଜନୀତିରେ ମାତିଲେ, ସେହି ପ୍ରସଙ୍ଗରେ ତାଙ୍କର ନାନା ତାଙ୍କୁ ସେହି ବାଟରୁ ଓହରିଯିବାକୁ ପରାମର୍ଶ ଦେଇ ଏକଥା କହିଥିଲେ ।
(ଗ) ‘ସୁବିଧା ଓ ପାରିପାର୍ଶ୍ଵକ ଅବସ୍ଥା ହିଁ ମନୁଷ୍ୟକୁ ଉଚ୍ଚ କିମ୍ବା ନୀଚ କରିଥାଏ ।’’
Answer:
ଲେଖକଙ୍କ ଉଦ୍ୟମ ବଳରେ ଭିକାରି ବ୍ରହ୍ମଚାରୀ ମୁଇଁ ସେନାବାହିନୀର ଲେଫ୍ଟନାଣ୍ଟ୍ ହୋଇପାରିଥିଲା । ଲେଖକଙ୍କ ଉଦ୍ୟମ ଓ ନିଙ ଭାଗ୍ୟ ବଳରେ ପିଲାଟି ଏତେ ଉଚ୍ଚକୁ ଉଠିପାରିଲା । ଏହାକୁ ଲକ୍ଷ୍ୟକରି ଲେଖକ ଏହିକଥା କହିଛନ୍ତି ।
ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ ।
ବକ୍ତୃତା, ମହାତ୍ମା, ବୀଜ, ଅଧ୍ୟବସାୟ, ପରିପକ୍ବ
Answer:
ବକ୍ତୃତା – ହରି ସଭାରେ ବକ୍ତୃତା ଦେଲା ।
ମହାମ୍ବା – ଗୋପବନ୍ଧୁ ଓଡ଼ିଶାବାସୀଙ୍କ ପାଇଁ ଜଣେ ମହାତ୍ମା ଥିଲେ ।
ବାଜ – ପିଲାଟି ବୀଜ ରୋପଣ କରୁଛି ।
ଅଧ୍ୟବସାୟ – କଠିନ ଅଧ୍ୟବସାୟର ଫଳ ବ୍ୟର୍ଥ ହୁଏ ନାର୍ହି।
ପରିପକ୍ବ – ଜ୍ଞାନ ପରିପକ୍ଵ ହେଲେ କର୍ମ କରିବାର ଶକ୍ତି ମିଳେ ।
ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(କ) ଅସହଯୋଗ ଆନ୍ଦୋଳନ ସମୟରେ ଲେଖକ କିପରି ସ୍ଵାଧୀନତା ସଂଗ୍ରାମ ସହିତ ସଂଶ୍ଳିଷ୍ଟ ଥିଲେ ?
Answer:
୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ ଦେଶବ୍ୟାପି ଚାଲିଥିଲା । ସେହି ବର୍ଷ ମହାତ୍ମା ଗାନ୍ଧି ପାରଳାଖେମୁଣ୍ଡି ଆସିଥିଲେ । ମାତ୍ର ତାଙ୍କୁ ସଭା କରିବାକୁ ସ୍ଥାନ ମିଳି ନ ଥିଲା । ଲେଖକ ଓ ଅନ୍ୟ ଛାତ୍ରମାନେ ପୁରୁଣା ମାର୍କେଟ ପଡ଼ିଆରେ ଜୋର୍ କରି ସଭା କରିବାକୁ ସ୍ଥିର କଲେ । ଗାନ୍ଧିଜୀଙ୍କୁ ଲୋକଙ୍କ ଗହଳିରୁ ରକ୍ଷାକରି ସଭାମଞ୍ଚକୁ ନେବାର ଦାୟିତ୍ଵ ଲେଖକ ଅନ୍ୟ ଛାତ୍ରମାନଙ୍କ ସହିତ ଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧିଙ୍କ ଭାଷଣରେ ଲେଖକ ବେଶ୍ ପ୍ରଭାବିତ ହୋଇଥିଲେ । ଫଳରେ ସଭାରୁ ଫେରି ସ୍କୁଲରୁ ନିଜର ନାମ କାଟି ରାଜନୀତିରେ ମାତିଥିଲେ । ପିତାଙ୍କ ହସ୍ତକ୍ଷେପ ଯୋଗୁଁ ସେ ସେଥୁରୁ ନିବୃତ୍ତ ହେଲେ । ବହୁ ଚିନ୍ତାକରି ସେ ମଧୁବାବୁ, ଗୋପବନ୍ଧୁଙ୍କ ଆଦର୍ଶ ଅନୁସରଣ କରି ଉତ୍କଳ ଜନନୀର ସେବା ଜନ୍ମଭୂମିର ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ଭାବରେ ସେ ଗ୍ରହଣ କଲେ । ଜନ୍ମଭୂମିର ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ଭାବରେ ସେ ଗ୍ରହଣ କଲେ ।
(ଖ) ‘ବ୍ରହ୍ମଚାରୀ ମୁଇଁ’ର ଭବିଷ୍ୟତ ଗଠନରେ ଲେଖକ କିପରି ସହାୟକ ହେଲେ ?
Answer:
କୌଣସି ଏକ ଦିନ ଲେଖକ ନିଜର ସାଙ୍ଗମାନଙ୍କ ସହ ଘରର ବାରଣ୍ଡାରେ ବସି ଗପ କରୁଥିଲେ । ଏତିକିବେଳେ ଜଣେ ଭିକାରି ବାଳକ ତାଙ୍କ ପାଖକୁ ଭିକ୍ଷା ପାଇବା ଆଶାରେ ଆସିଲା । ପିଲାଟି ଛିଣ୍ଡା ଲୁଗା ପିନ୍ଧିଥିଲା ଓ ଅନାହାରକ୍ଳିଷ୍ଟ ଥିଲା । ଲେଖକ ତା’ର ପରିଚୟ ବୁଝିଲେ । ସାହାଯ୍ୟ କଲେ ସେ ପାଠ ପଢ଼ିବ କି ନାହିଁ ବୋଲି ତାକୁ ପଚାରିଲେ । ତା’ର ପଢ଼ିବାରେ ଆଗ୍ରହ ଥିବା ଜାଣିପାରି ସାଙ୍ଗମାନଙ୍କଠାରୁ ଚାନ୍ଦାକରି ପିଲାଟିକୁ ପଢ଼ାଇବାକୁ ସ୍ଥିର କଲେ । ତାକୁ ତାଙ୍କର ସାଙ୍ଗମାନେ ବହିପତ୍ର ଓ ଜାମାଲୁଗା ଦେଲେ । ଲେଖକ ତା’ର ଖୁଆପିଆ ଓ ପାଠପଢ଼ା ପାଇଁ ସ୍କଲାର୍ସିପ୍ ବ୍ୟବସ୍ଥା କରାଇଦେଲେ। ବାପାଙ୍କୁ କହି ତା’ପାଇଁ ଗୋଟିଏ ଅବୈତନିକ ସ୍ଥାନ ଯୋଗାଡ଼ କରିଦେଲେ । ଏହିଭଳି ଭାବରେ ଲେଖକ ବ୍ରହ୍ମଚାରୀ ମୁଇଁର ଭବିଷ୍ୟତ ଗଠନରେ ସହାୟକ ହେଲେ ।
(ଗ) ପିଲାଟିର ଲେଖକଙ୍କ ପ୍ରତି ଥିବା କୃତଜ୍ଞତା କିପରି ପ୍ରମାଣିତ ହେଲା ?
Answer:
ପୁରୀରୁ ପାରଳାଖେମୁଣ୍ଡି ଯିବା ବାଟରେ ଖୋର୍ଦ୍ଧା ଷ୍ଟେସନ୍ରେ ମାନ୍ଦ୍ରାଜ ମେଲ୍କୁ ଅପେକ୍ଷା କରି ଲେଖକ ସେଠାରେ ଥିବା ପ୍ଲାଟଫର୍ମରେ ଠିଆ ହୋଇଥିଲେ । ଏତିକିବେଳେ ଏକ ସ୍ଵତନ୍ତ୍ର ମିଲିଟାରୀ ଗାଡ଼ି ମାନ୍ଦ୍ରାଜରୁ ଆସି ଖୋର୍ଦ୍ଧା ଷ୍ଟେସନ୍ରେ ପହିଞ୍ଚିଲା। ସେହି ଗାଡ଼ିରୁ ଏକ ସ୍ଵତନ୍ତ୍ର ବଗିରୁ ଓହ୍ଲାଇପଡ଼ି ମିଲିଟାରୀ ପୋଷାକ ପିନ୍ଧା ଜଣେ ଉଚ୍ଚ କର୍ମଚାରୀ ଲେଖକଙ୍କୁ ନମସ୍କାର କଲା ଏବଂ ସେ ବ୍ରହ୍ମଚାରୀ ମୁଇଁ ବୋଲି ନିଜର ପରିଚୟ ଦେଲା । ଲେଖକଙ୍କର କରୁଣାରୁ ସେ ଯେ ଆଜି ସେହି ଲେଫ୍ଟନାଣ୍ଡ୍ ପଦବୀରେ ନିଯୁକ୍ତ ହୋଇପାରିଛି, ତାହା ମଧ୍ୟ ଲେଖକଙ୍କୁ ଜଣାଇଥିଲା । ଏହି କଥାରୁ ପିଲାଟିର ଲେଖକଙ୍କ ପ୍ରତି ଥିବା କୃତଜ୍ଞତା ପ୍ରମାଣିତ ହୋଇ ପାରିଥିଲା ।
Answer:
ବିଶେଷ ପରିଚୟ ନିର୍ବାଚନ ଆମୋଦ ପୁଲକ ବିଶେଷଣ ପରିଚିତ ନିର୍ବାଚିତ ଆମୋଦିତ ପୁଲକିତ
ଲିଙ୍ଗ ପରିବର୍ତ୍ତନ କରି ଲେଖ ।
ପିତାମହୀ, ଜନନୀ, ଛାତ୍ର, ମହାରାଜା, ପିତା, ଭିକାରି
Answer:
ପିତାମହୀ – ପିତାମହ
ଜନନୀ – ଜନକ
ଛାତ୍ର – ଛାତ୍ରୀ
ମହାରାଜା – ମହାରାଣୀ
ପିତା – ମାତା
ଭିକାରି – ଭିକାରୁଣୀ
ଏକଥା କିଏ କାହାକୁ କହିଛନ୍ତି ?
(କ) ‘ତୁମ ଜ୍ଞାନ ପରିପକ୍ବ ହେଲେ ଦେଶପାଇଁ କାମ କରିବାକୁ ଶକ୍ତି ପାଇବ ।’’
Answer:
ଏକଥା ଲେଖକଙ୍କର ନନା ଲେଖକଙ୍କୁ କହିଥିଲେ ।
(ଖ) ‘‘ମୋର କେହି ନାହାନ୍ତି । ବୁଢ଼ୀ ମା’ ଥିଲେ, ମରିଗଲେ ।’’
Answer:
ଏକଥା ବ୍ରହ୍ମଚାରୀ ମୁଇଁ (ଭିକାରି ବାଳକ) ଲେଖକଙ୍କୁ କହିଛି ।
(ଗ) ‘‘ଆପଣଙ୍କ କରୁଣାରୁ ମୁଁ ଆଜି ଏହି ଲେଫ୍ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇପାରିଛି ।??
Answer:
ଏକଥା ବ୍ରହ୍ମଚାରୀ ମୁଇଁ ଲେଖକଙ୍କୁ କହିଛି ।
ଉପଯୁକ୍ତ ବିରାମଚିହ୍ନ ଦେଇ ତଳଲିଖୂତ ଗଦ୍ୟାଶଟିକୁ ଲେଖ । ସେ ମୋ ଆଡ଼େ ଚାହିଁ ସ୍ମିତହାସ୍ୟ କରି ହିନ୍ଦୀରେ କହିଲେ ଆରେ ପିଲା ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ ମୋତେ ସମ୍ଭଜିବୁ କିପରି।
Answer:
ସେ ମୋ ଆଡ଼େ ଚାହିଁ ସ୍ମିତହାସ୍ୟ କରି ହିନ୍ଦୀରେ କହିଲେ, ‘ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ମୋତେ ସମ୍ଭାଳିବୁ କିପରି ?’’
ଆହ୍ବାନ – ଡାକରା ।
ବକ୍ତା – ଯିଏ କହିପାରେ ।
ଚକ୍ରାକାର – ଗୋଲାକାର ।
ସ୍ମିତହାସ୍ୟ – ଅଳ୍ପ ହସି ।
ନୀତିଦୀର୍ଘ – ଯାହା ବେଶି ବଡ଼ ନୁହେଁ ।
ବୀଜ – ମଞ୍ଜି ।
ରୋପଣ – ପୋତିବା ।
ଅଙ୍କୁରିତ – ମଞ୍ଜିରୁ ଗଛ ହେବା ।
ନନା – ବାପା ।
ସହ୍ୟ – ସହିବାର ଯୋଗ୍ୟ ।
ପନ୍ଥା – ବାଟ ।
ନିବୃତ୍ତ କଲେ – ଅଟକାଇଲେ ।
ପରିପକ୍ବ – ପୂର୍ଣ୍ଣରୂପେ ପରିଣତିପ୍ରାପ୍ତ ।
ଲଙ୍ଘନ – କାଟିବା ।
ବଳିଷ୍ଠ – ସର୍ବାଧ୍ଵ ବଳୁଆ ।
ଉତ୍କଳ ସମ୍ମିଳନୀ – ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ରିତ କରି ଗଢ଼ି ତୋଳିବାପାଇଁ ଗଠିତ ହୋଇଥିବା ସଭାର ନାମ ।
ପିତାମହ – ଜେଜେମାଆ ।
ବୁକୁଚା – ଗଣ୍ଠିଲି ।
ଗୌରବର୍ଷ – ଗୋରା ରଙ୍ଗର ।
ଅନାହାରକ୍ଳିଷ୍ଟ – କିଛିଦିନ ଧରି ଖାଇନାହିଁ ।
ଶୁଷ୍କ – ଶୁଖିଲା ।
ଅନାଥ – ଯାହାର କେହି ନାହିଁ ।
ସ୍କଲାରସିପ୍ର – ବୃତ୍ତି ।
ମହାରାଜା – ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ।
ଅନୁଗ୍ରହ – ଦୟା ।
ମେଧାବୀ – ବୁଦ୍ଧିମାନ୍ ।
ଅବୈତନିକ – ଯେଉଁଥିରେ ଦରମା ଦେବାକୁ ପଡ଼େ ନାହିଁ ।
ଅଧ୍ୟବସାୟ – ଅବିରାମ ପରିଶ୍ରମ ।
ଭାର – ଦାୟିତ୍ଵ ।
ଅନୁଗତ – ଆଶ୍ରିତ ।
ସ୍ପେଶାଲ – ସ୍ଵତନ୍ତ୍ର ।
ମଣ୍ଡିତ – ପିନ୍ଧିଥିବା ।
ହ୍ୟାଟ୍ – ଟୋପି ।
ମହନ୍ତ – ମଠର ମୁଖ୍ୟ ।