6th Class Science(ବିଜ୍ଞାନ ) - ଖାଦ୍ୟର ଶ୍ରେଣୀ ବିଭାଗ All Question With Answer

↓ Question & Answer ↓

Question 1.
ଦିଆଯାଇଥ‌ିବା ଖାଦ୍ୟ ତାଲିକାରୁ କେଉଁଟି କେଉଁ ଶ୍ରେଣୀର ଖାଦ୍ୟ ଚିହ୍ନଟ କରି ସଂପୃକ୍ତ କୋଠରିରେ ଲେଖ ।

ଶ୍ଵେତସାର ପୁଷ୍ଟିସାର ସ୍ନେହସାରୀ ଭିଟାମିନ ଖଣିଜ ଲବଣା
ବରକୋଳି, ଘିଅ, ଚୂନାମାଛ, ଅଁଳା, କାଙ୍କଡ଼, ଶୁଖୁଆ, ଶାଗ, ବଡ଼ମାଛ, ମାଂସ, ଅଣ୍ଡା, ମାଣ୍ଡିଆ, ଛତୁ, ଚିନାବାଦାମ, ମୁଢ଼ି, ଛତୁଆ, ନଡ଼ିଆ, ସମୁଦ୍‌ ମାଛ, ପିଜୁଳି, କମଳା, ପାଳଙ୍ଗଶାଗ, ଗାଜର, ପାଚିଲା ଆମ୍ଭ, ମୂଳା, ଅଟା


ଉ –
ଶ୍ଵେତସାର ପୁଷ୍ଟିସାର ସ୍ନେହସାରୀ ଭିଟାମିନ ଖଣିଜ ଲବଣା ତନ୍ତୁଜାତୀୟ ଖାଦ୍ଯ
ମାଣ୍ଡିଆ,ମୁଢ଼ି ,ଛତୁଆ,ଅଟା ବଡ଼ମାଛ ,ମାଂସ ,ଛତୁ ଘିଅ,ଅଣ୍ଡା,ଚିନାବାଦାମ ,ନଡ଼ିଆ ବରକୋଳି,ଅଁଳା,କାଙ୍କଡ଼,ପିଜୁଳି,କମଳା,ପାଚିଲା ଆମ୍ବ ଚୂନାମାଛ,ଶୁଖୁଆ, ଶାଗ,ସମୁଦ୍ର ମାଛ,ପାଳଙ୍ଗ ଶାଗ ଗାଜର,ମୂଳା

🗨
Question 2.
କେଉଁଗୁଡ଼ିକ ଠିକ୍, (✓) ଚିହ୍ନ ଦେଇ ଦର୍ଶାଅ ।

(କ) ସୂର୍ଯ୍ୟ କିରଣରେ ଭିଟାମିନ୍ ‘D’ ଥାଏ ।
(ଖ) ଅଁଳାରେ ଭିଟାମିନ୍ ‘C’ ଥାଏ ।
(ଗ) ଶୁଖୁଆରେ ଅଧିକ ସ୍ନେହସାର ରହିଛି ।
(ଘ) ସୁଷମ ଖାଦ୍ୟ ଶରୀରର ଆବଶ୍ୟକତା ପୂରଣ କରେ ।
(ଙ) ରକ୍ତହୀନତା ହୋଇଥିଲେ ସମୁଦ୍ର ମାଛ ଖାଇବା ଉଚିତ ।
(ଚ) ଭିଟାମିନ୍ ‘K’ ସଜନା ଛୁଇଁରେ ମିଳେ ନାହିଁ ।
(ଛ) ଅନ୍ଧାରକଣା ଭୋଗୁଥିବା ବ୍ୟକ୍ତି ଗାଜର ଖାଇବା ଅନୁଚିତ ।
(ଜ) କ୍ଷୀରରେ ସମସ୍ତ ପ୍ରକାର ଭିଟାମିନ୍ ଥାଏ ।


ଉ –
(କ) ସୂର୍ଯ୍ୟ କିରଣରେ ଭିଟାମିନ୍ ‘D’ ଥାଏ । (✓)
(ଖ) ଅଁଳାରେ ଭିଟାମିନ୍ ‘C’ ଥାଏ । (✓)
(ଗ) ଶୁଖୁଆରେ ଅଧିକ ସ୍ନେହସାର ରହିଛି । (✗)
(ଘ) ସୁଷମ ଖାଦ୍ୟ ଶରୀରର ଆବଶ୍ୟକତା ପୂରଣ କରେ । (✓)
(ଙ) ରକ୍ତହୀନତା ହୋଇଥିଲେ ସମୁଦ୍ର ମାଛ ଖାଇବା ଉଚିତ । (✓)
(ଚ) ଭିଟାମିନ୍ ‘K’ ସଜନା ଛୁଇଁରେ ମିଳେ ନାହିଁ । (✓)
(ଛ) ଅନ୍ଧାରକଣା ଭୋଗୁଥିବା ବ୍ୟକ୍ତି ଗାଜର ଖାଇବା ଅନୁଚିତ । (✓)
(ଜ) କ୍ଷୀରରେ ସମସ୍ତ ପ୍ରକାର ଭିଟାମିନ୍ ଥାଏ । (✓)


🗨
Question 3.
ଦୁଇଟି ବା ତିନୋଟି ବାକ୍ୟରେ କାରଣ ଲେଖ ।

(କ) ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ ।
ଉ –
I)ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ନ ରହିଲେ ଝାଡ଼ା ପରିଷ୍କାର ହୁଏ ନାହିଁ ।
II)ଖାଦ୍ୟନଳୀରୁ ମଳ ବାହାର କରିବାରେ ପେଟରୁ ମଳ ଭଲ ଭାବରେ ବାହାରି ନଗଲେ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ ।
III) ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ ।

(ଖ) ଆମିଷ ଖାଉ ନଥିବା ପିଲା ଅଧ୍ଵ ପରିମାଣର କ୍ଷୀର, ଡାଲି, ବାଦାମ ଖାଇବା ଆବଶ୍ୟକ ।
ଉ –
I)ମାଛ, ମାଂସ ଓ ଅଣ୍ଡାରେ ପୁଷ୍ଟିସାର ଅଧିକ ପରିମାଣରେ ଥାଏ ।
II)ଆମିଷ ଖାଉ ନଥିବା ପିଲା ମାଛ, ମାଂସ ଓ ଅଣ୍ଡାରେ ଥିବା ପୁଷ୍ଟିସାର କ୍ଷୀର, ଡାଲି, ବାଦାମରୁ ପାଇଥାଏ ।
III)ପିଲାମାନଙ୍କ ଶରୀର ବୃଦ୍ଧି ନିମିତ୍ତ ଆମିଷ ଖାଉ ନଥୁବା ପିଲା ଅଧ୍ଵ ପରିମାଣରେ କ୍ଷୀର, ଡାଲି, ବାଦାମ. ଖାଇବା ଆବଶ୍ୟକ ।

(ଗ) ଚକ୍ରଧରକୁ ଅନ୍ଧାରରେ ଦେଖାଯାଉ ନାହିଁ ।
ଉ –

I)ଚକ୍ରଧରକୁ ଭିଟାମିନ୍ – ‘A’ ଅଭାବରୁ ଅନ୍ଧାରକଣା ରୋଗ ହୋଇଛି ।
II)ତେଣୁ ଚକ୍ରଧରକୁ ଅନ୍ଧାରରେ ଦେଖାଯାଉ ନାହିଁ ।

(ଘ) ପିଲାମାନଙ୍କର ପୁଷ୍ଟିସାର ଜାତୀୟ ଖାଦ୍ୟର ଆବଶ୍ୟକତା ବେଶୀ ।
ଉ –

I)ପୁଷ୍ଟିସାର ଜାତୀୟ ଖାଦ୍ୟ ପିଲାମାନଙ୍କର ଶରୀର ବୃଦ୍ଧିରେ ସାହାଯ୍ୟ କରେ ।
II)ପୁଷ୍ଟିସାର ଜାତୀୟ ଖାଦ୍ୟଗୁଡ଼ିକ ହେଉଛି ମାଛ, ମାଂସ, ଅଣ୍ଡା, ଡାଲି, ଛତୁ, ସୋୟାବିନ୍ ଇତ୍ୟାଦି ।

(ଙ) ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କର ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଅଧିକ ।
ଉ –

I)ପାହାଡ଼ିଆ ଅଞ୍ଚଳରେ ହେଉଥ‌ିବା ଖାଦ୍ୟ ପଦାର୍ଥରେ ଆୟୋଡ଼ିନ୍‌ର ଅଭାବ ଥାଏ ।
II)ରକ୍ତରେ ଆୟୋଡ଼ିନ ଅଭାବଯୋଗୁଁ ଗଳଗଣ୍ଡ ରୋଗ ହୁଏ ।
III) ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କର ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଥାଏ ।


🗨
Question 4.
ତଳେ ଦିଆଯାଇଥ‌ିବା ପ୍ରତ୍ୟେକ ପୋଷକ ପାଇଁ ଦୁଇଟି ଖାଦ୍ୟ ପଦାର୍ଥର ନାମ ଲେଖ ।

(କ) ପୁଷ୍ଟିସାର – ……………….. – …………………..
(ଖ) ଭିଟାମିନ୍ C. – ……………….. – ………………
(ଗ) ଖଣିଜ ଲବଣ – ……………….. – …………………..

ଉ –

(କ) ଡାଲି, ମାଛ
(ଖ) କମଳା, ପିଜୁଳି
(ଗ) ଚୂନାମାଛ, ସଜନା ଛୁଇଁ


🗨
Question 5. ଶାଗରେ କେଉଁଟି ନଥାଏ ?

(କ) ଖଣିଜ ଲବଣ (ଖ) ତନ୍ତୁ (ଗ) ଭିଟାମିନ୍ (ଘ) ସ୍ନେହସାର

ଉ –
(ଘ) ସ୍ନେହସାର


🗨
Question 6.
ଯଦି ସବୁ ଗାଈ ଓ ମଇଁଷି ଲୋପପାଇଯାଆନ୍ତି; ତାହାହେଲେ କ୍ଷୀର, ଦହି, ଘିଅ, ଛେନା ବ୍ୟତୀତ ଆଉ ଯେଉଁସବୁ ଖାଦ୍ୟ ପଦାର୍ଥ ମିଳିବ ନାହିଁ, ସେହି ମଧ୍ୟରୁ ଦୁଇଟିର ନାମ ଲେଖ ।

ଉ –
ଲହୁଣି, ରାବିଡ଼ି


🗨
Question 7.
ଗୋଟିଏ ବଦ୍ଧିଷ୍ଣୁ ଶିଶୁର ଓ ଜଣେ ବୃଦ୍ଧର ଖାଦ୍ୟର ଆବଶ୍ୟକତା ମଧ୍ୟରେ ଥ‌ିବା ପାର୍ଥକ୍ୟ ଯୁକ୍ତି ସହ ସଂକ୍ଷେପରେ ଲେଖ ।

ଉ –
ବର୍ଧିଷ୍ଣୁ ଶିଶୁର ଖାଦ୍ୟର ଆବଶ୍ୟକତା ବୃଦ୍ଧର ଖାଦ୍ୟର ଆବଶ୍ୟକତା
ଖାଦ୍ୟ ଶରୀର ବୃଦ୍ଧିରେ ସାହାଯ୍ୟ କରେ|
କାମ କରିବା ପାଇଁ ଶକ୍ତି ଯୋଗାଏ ।
ଶରୀରର ରୋଗପାଇଁ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ ।
କାମ କରିବାପାଇଁ ଶକ୍ତି ଆବଶ୍ୟକ ।
ଶରୀରର ରୋଗପାଇଁ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ ।
ଶରୀରର ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଖାଦ୍ୟ ଆବଶ୍ୟକ ।

🗨