6th Class Science(ବିଜ୍ଞାନ ) - ଖାଦ୍ୟ ପଦାର୍ଥର ପରିଷ୍କରଣ All Question With Answer
↓ Question & Answer ↓
(କ) ହରଡ଼ ଡାଲିରେ ସୁଜି ମିଶି ଯାଇଥିଲେ
(ଖ) ଚାଉଳରେ କୁଣ୍ଡା ଥିଲେ
(ଗ) ଅଟାରେ ଚୋକଡ଼ ଥିଲେ
(ଘ) ଉଖୁଡ଼ାରେ ଧାନ ଚୋପା ଲାଗିଥିଲେ
(ଙ) ଗୋଲମରିଚ ସହିତ ପାଚିଲା ଅମୃତଭଣ୍ଡା ମଞ୍ଜି ମିଶିଥିଲେ
ଉ –
(କ) ହରଡ଼ ଡାଲିରେ ସୁଜି ମିଶିଯାଇଥିଲେ, ଏହାକୁ ଏକ ଚାଲୁଣିରେ ଚଲାଇଦେଲେ ଚାଲୁଣିରେ ଥିବା କଣାରେ ସୁଜିଗୁଡ଼ିକ ତଳକୁ ଗଳିପଡ଼ିବ । ଚାଲୁଣିରେ ହରଡ଼ ଡ଼ାଲି ରହିଯିବ ।
(ଖ) ଚାଉଳରେ କୁଣ୍ଡା ଥିଲେ, ଏହାକୁ କୁଲା ସାହାଯ୍ୟରେ ପାଛୁଡ଼ିଦେଲେ ଏଥିରେ ରହିଥିବା କୁଣ୍ଡା ଅଲଗା ହୋଇଯିବ । ଅନ୍ୟ ଏକ ଉପାୟରେ ଚାଉଳକୁ କୁଲାରେ ଧରି ଉପରୁ ତଳକୁ ଧୀରେ ଧୀରେ ଢାଳିଲେ ପବନ ଦ୍ଵାରା ହାଲୁକା କୁଣ୍ଡା ଚାଉଳଠାରୁ ଅଲଗା ହୋଇଯିବ ।
(ଗ) ଅଟାରେ ଚୋକଡ଼ ଥିଲେ, ଏହାକୁ ଅଟାଚଲା ଚାଲୁଣିରେ ଚଲାଇଦେଲେ ଚାଲୁଣିର କଣାରେ ଅଟା ତଳକୁ ଗଳିପଡ଼ିବ । ଚାଲୁଣିରେ ଚୋକଡ଼ ରହିଯିବ ।
(ଘ) ଉଖୁଡ଼ାରେ ଧାନ ଚୋପା ଲାଗିଥିଲେ, ଏହାକୁ ଖଇଚଲା ଚାଲୁଣିରେ ଚଲାଇଦେଲେ ଚାଲୁଣିର କଣାରେ ଧାନ ଚୋପା ଗଳିପଡ଼ିବ ଓ ଚାଲୁଣିରେ ଉଖୁଡ଼ା ରହିଯିବ ।
(ଙ) ଗୋଲମରିଚ ସହିତ ମିଶିଯାଇଥିବା ଅମୃତଭଣ୍ଡା ମଞ୍ଜି ନେଇ ସେଥୁରେ ଜଳ ମିଶାଅ । ଅମୃତଭଣ୍ଡା ମଞ୍ଜି ଜଳରେ ଭାସିବ ଏବଂ ଗୋଲମରିଚ ଜଳରେ ବୁଡ଼ିଯିବ । ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳି ଅମୃତଭଣ୍ଡା
(କ) ପାଛୁଡ଼ିବା ଓ ଉଡ଼ାଇବା
(ଖ) ଧାନ ବାଡେଇବା ଓ ବେଙ୍ଗଳା ପକାଇବା
(ଗ) ଅବକ୍ଷେପଣ ଓ ପରିସ୍ରବଣ
ଉ –
(କ) ପାଛୁଡ଼ିବା ଓ ଉଡ଼ାଇବା
ପାଛୁଡ଼ିବା | ଉଡ଼ାଇବା |
---|---|
i)ପାଛୁଡ଼ିବା ପ୍ରଣାଳୀରେ ହାଲୁକା ପଦାର୍ଥ ଓଜନିଆ ପଦାର୍ଥଠାରୁ ଅଲଗା ହୋଇଥାଏ । ii)ଚାଉଳକୁ ପାଛୁଡ଼ିଦେଲେ ଏଥ୍ରେ ରହିଥ୍ବା କୁଣ୍ଡା ଅଲଗା ହୋଇଯାଏ । |
i) ଭଡ଼ାଇବା ପ୍ରଣାଳୀରେ ପବନ ବା ବିଦ୍ୟୁତ୍ବ ପଙ୍ଖା ସାହାଯ୍ୟରେ ହାଲୁକା ପଦାର୍ଥ ଓଜନିଆ ପଦାର୍ଥଠାରୁ ଅଲଗା କରାଯାଏ । ii)ଭଡ଼ାଇବା ପ୍ରଣାଳୀରେ ଚାଉଳକୁ କୁଲାରେ ଧରି ଧୀରେ ଧୀରେ ଢାଳିଲେ ପବନ ଦ୍ଵାରା ହାଲୁକା କୁଣ୍ଡା,କାଠି ଓ ପତ୍ର ଅଲଗା ହୋଇଥାଏ । |
(ଖ) ଧାନ ବାଡେଇବା ଓ ବେଙ୍ଗଳା ପକାଇବା
ଧାନ ବାଡେଇବା | ବେଙ୍ଗଳା ପକାଇବା |
---|---|
i)ଧାନ ନଡ଼ାରେ ରହିଥ୍ଲେ ତାକୁ ଭାଡ଼ି ବା ଘୋଡ଼ିଆ ସାହାଯ୍ୟରେ ବାଡ଼େଇ ଅମଳ କରାଯାଏ । ii)ଧାନ ବାଡ଼େଇବା କାର୍ଯ୍ୟ ବ୍ୟକ୍ତି ଦ୍ଵାରା ହୋଇଥାଏ । |
i)ଧାନ ପେଣ୍ଡା କଟା ହୋଇ ଆସିଥ୍ଲେ ବେଙ୍ଗଳା ସାହାଯ୍ୟରେ ଧାନ ଅମଳ କରାଯାଏ । ii) ବଳଦ ବା ମଇଁଷି ସାହାଯ୍ୟରେ ଧାନ ବେଙ୍ଗଳା ପକାଯାଏ । |
(ଗ) ଅବକ୍ଷେପଣ ଓ ପରିସ୍ରବଣ
ଅବକ୍ଷେପଣ | ପରିସ୍ରବଣ |
---|---|
i)ଜଳ ସହିତ ମିଶି ରହିଥ୍ବା ଅଦ୍ରବଣୀୟ କଠିନ ଓଜନିଆ ପଦାର୍ଥକୁ ଅବକ୍ଷେପଣ ପ୍ରଣାଳୀରେ ପୃଥକ୍ କରାଯାଏ , ii)ତଳେ କଠିନ, ଓଜନି ଆ ପଦାର୍ଥ ବସିଯିବା।କୁ ଅବକ୍ଷେପଣ କୁହାଯାଏ । iii) ସୋରିଷକୁ ଅବକ୍ଷେପଣ ପ୍ରଣାଳୀରେ ପରିଷ୍କାର କରାଯାଏ । |
i)ତରଳ ପଦାର୍ଥରେ ଥ୍ବା ଅଦ୍ରବଣୀୟ କଠିନ ପଦାର୍ଥକୁ ପରିସ୍ରବଣ ପ୍ରଣାଳୀରେ ପୃଥକ୍ କରାଯାଏ । ii)କନା, ଜାଲି ବା ଫିଲ୍ ଟର ପେପର୍ ସାହାଯ୍ୟରେ ଛାଣିବାକୁ ପରିସ୍ରବଣ କୁହାଯାଏ । iii)ପରି ସ୍ରବଣ ପ୍ରଣାଳୀରେ ଛେନାରୁ ପାଣି ଅଲଗା କରାଯାଏ । |
କେଉଁ ପ୍ରଣାଳୀ ପାଇଁ ଆବଶ୍ୟକ ?
(କ) କୁଲା
(ଖ) ଚାଲୁଣି
(ଗ) ଫିଲ୍ଟର୍ ପେପର୍
(କ) କୁଲା – ପାଛୁଡ଼ିବା ଓ ଉଡ଼େଇବା ପ୍ରଣାଳୀ ପାଇଁ କୁଲା ଆବଶ୍ୟକ ।
(ଖ) ଚାଲୁଣି – ଚଲେଇବା ପ୍ରଣାଳୀ ପାଇଁ ଚାଲୁଣି ଆବଶ୍ୟକ ।
(ଗ) ଫିଲ୍ଟର୍ ପେପର୍ – ପରିସ୍ରବଣ ପ୍ରଣାଳୀ ପାଇଁ ଫିଲ୍ଟର୍ ପେପର୍ ଆବଶ୍ୟକ ।
(କ) କୁଣ୍ଡାମିଶା ଚାଉଳକୁ ପାଛୁଡ଼ି ପରିଷ୍କାର କରାଯାଏ ।
(ଖ) ରାନ୍ଧିବା ପୂର୍ବରୁ ଚାଉଳକୁ ଭଲ ଭାବରେ ଧୁଆଯାଏ ।
(ଗ) ବେସନ ଓ ମଇଦାର ମିଶ୍ରଣକୁ ଚାଲୁଣିଦ୍ଵାରା ପୃଥକ୍ କରାଯାଇପାରିବ ନାହିଁ ।
(ଘ) ସୋରିଷକୁ ପରିସ୍ରବଣ ପ୍ରଣାଳୀରେ ପରିସ୍କାର କରାଯାଇପାରେ ନାହିଁ ।
ଉ –
(କ) ପାଛୁଡ଼ିବା ପ୍ରଣାଳୀରେ ହାଲୁକା ପଦାର୍ଥ ଓଜନିଆ ପଦାର୍ଥଠାରୁ ଅଲଗା ହୋଇଥାଏ । କୁଣ୍ଡାମିଶା ଚାଉଳକୁ କୁଲା ସାହାଯ୍ୟରେ ପାଛୁଡ଼ିଦେଲେ ସେଥୁରୁ ହାଲୁକା କୁଣ୍ଡା ଅଲଗା ହୋଇ ପରିଷ୍କାର ଚାଉଳ ମିଳେ ।
(ଖ) ଚାଉଳକୁ ପାତ୍ରରେ ପୂରାଇ ଧୋଇଲେ ସେଥିରେ ଥିବା ହାଲୁକା କୁଣ୍ଡା ଜଳରେ ଭାସିବ ଓ ଚାଉଳ ପାତ୍ରରେ ବସିଯିବ । ଧୀରେ ଧୀରେ ଉପର ଜଳ ସହିତ କୁଣ୍ଡାକୁ ବାହାର କରିଦେଲେ ପରିଷ୍କାର ଚାଉଳ ମିଳିବ । ତେଣୁ ରାନ୍ଧିବା ପୂର୍ବରୁ ଚାଉଳକୁ ଭଲ ଭାବରେ ଧୁଆଯାଏ ।
(ଗ) ବେସନ ଓ ମଇଦାକୁ ଚାଲୁଣିରେ ରଖ୍ ଚଲାଇଦେଲେ ଉଭୟର ଆକାର ସମାନ ହୋଇଥିବାରୁ ଉଭୟ ଚାଲୁଣିର କଣାରେ ତଳକୁ ଗଳିପଡ଼ିବେ । ତେଣୁ ବେସନ ଓ ମଇଦାର ମିଶ୍ରଣକୁ ଚାଲୁଣିଦ୍ଵାରା ପୃଥକ୍ କରାଯାଇପାରିବ ନାହିଁ ।
(ଘ) ପରିସ୍ରବଣ ପ୍ରଣାଳୀ ଦ୍ବାରା ତରଳ ପଦାର୍ଥରେ ରହିଥିବା ଅଦ୍ରବଣୀୟ କଠିନ ପଦାର୍ଥକୁ ତରଳ ପଦାର୍ଥରୁ ପୃଥକ୍ କରାଯାଇଥାଏ । ସୋରିଷରେ ଅଦ୍ରବଣୀୟ ହାଲୁକା କାଠି କୁଟା ମିଶିଥିବାରୁ ଏହାକୁ ପରିସ୍ରବଣ ପ୍ରଣାଳୀରେ ପରିଷ୍କାର କରାଯାଇପାରିବ ନାହିଁ ।
ଉ –
(i) ଗୋଟା ବିରି, ସୋରିଷ ଓ ବୁଟ ମିଶିଯାଇଥଲେ, ପ୍ରଥମେ ହାତରେ ବାଛି ବୁଟଗୁଡ଼ିକୁ ଅଲଗା କରାଯାଇଥାଏ ।
(ii) ଏହାପରେ ଏକ ଚାଲୁଣିରେ ଗୋଟା ବିରି ଓ ସୋରିଷକୁ ନେଇ ଚଲାଇଲେ ଚାଲୁଣିର କଣାରେ ସୋରିଷ ତଳକୁ ଗଳିପଡ଼ିବ ଏବଂ ଚାଲୁଣିରେ ବିରି ରହିଯିବ ।