6th Class Science(ବିଜ୍ଞାନ ) - ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ All Question With Answer
↓ Question & Answer ↓
କେଉଁ ଶବ୍ଦଟି ସେହି ଶ୍ରେଣୀ ପାଇଁ ଉପଯୁକ୍ତ ନୁହେଁ ଚିହ୍ନାଅ ।
(କ) ଝୋଟ, ତୁଳା, ପଲିଷ୍ଟର, ପଶ୍ଚିମ
(ଖ) ତୁଳା, ଝୋଟ, ପଶମ, ନଳିତା
(ଗ) ତୁଳା, ରେଶମ, ପଶମ, ନଡ଼ିଆକତା
ଉ –
(କ) ପଲିଷ୍ଟର
(ଖ) ନଳିତା
(ଗ) ନଡ଼ିଆକତା
ତଳେ ଦିଆଯାଇଥିବା ଶବ୍ଦଦ୍ଵୟ ମଧ୍ୟରେ ଥିବା ଗୋଟିଏ ସାମଞ୍ଜସ୍ୟ ଓ ଗୋଟିଏ ପାର୍ଥକ୍ୟ ଲେଖ ।
(କ) ରେଶମ ଓ ପଶ୍ଚିମ
(ଖ) ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ
(କ) ରେଶମ ଓ ପଶମ :
(i) ରେଶମ ଓ ପଶମ ଉଭୟ ତନ୍ତୁ ପ୍ରାଣୀଠାରୁ ମିଳିଥାଏ ।
(ii) ରେଶମ ପୋକ ତିଆରି କରୁଥିବା କୋଷାରୁ ରେଶମ ତନ୍ତୁ ବାହାରେ; କିନ୍ତୁ ପଶମ ମୁଖ୍ୟତଃ ମେଣ୍ଢା ଲୋମରୁ ମିଳିବା ସଙ୍ଗେ ସଙ୍ଗେ ଛେଳି ଓ ଚମରୀ ଗାଈ ଲୋମରୁ ମଧ୍ୟ ମିଳିଥାଏ ।
(ଖ) ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ :
(i) ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ ଉଭୟରୁ ପୋଷାକ ତିଆରି ହୁଏ ।
(ii) ତୁଳା, ଝୋଟ, ରେଶମ ଓ ପଶମ ଆଦି ପ୍ରାକୃତିକ ତନ୍ତୁ ସାଧାରଣତଃ ଉଭିଦ ଓ ପ୍ରାଣୀଙ୍କଠାରୁ ମିଳିଥାଏ; କିନ୍ତୁ ନାଇଲନ୍, ପଲିଷ୍ଟର, ଟେରିଲିନ୍ ଆଦି କୃତ୍ରିମ ତନ୍ତୁ ରାସାୟନିକ ପଦାର୍ଥରୁ ତିଆରି ହୋଇଥାଏ ।
କାରଣ କ’ ଣ ?
(କ) ପଶ୍ଚିମବଙ୍ଗରେ ଅଧୂକ ନଳିତା ଚାଷ କରାଯାଏ ।
(ଖ) ସୁରଟରେ ବହୁତ ଲୁଗାକଳ ଅଛି ।
ଉ –
(କ) ପଟୁମାଟିରେ ନଳିତା ଚାଷ କରାଯାଏ । ପଶ୍ଚିମବଙ୍ଗର ମୁଭିକା ପଟୁମାଟି ଶ୍ରେଣୀର । ତେଣୁ ପଶ୍ଚିମବଙ୍ଗରେ ଅଧ୍ଵକ ନଳିତା ଚାଷ କରାଯାଏ ।
(ଖ) ଗୁଜରାଟର କୃଷ୍ଣ କାର୍ପାସ ମୃତ୍ତିକା ଓ ଉଷ୍ମ ଜଳବାୟୁ କପାଚାଷ ପାଇଁ ଉପଯୁକ୍ତ ଅଟେ, ଫଳରେ ଗୁଜରାଟରେ ଅଧ୍ଵ କପାଚାଷ କରାଯାଏ । ତେଣୁ ସୁରଟରେ ବହୁତ ଲୁଗାକଳ ଅଛି ।
ପ୍ରତ୍ୟେକର ଦୁଇଟି ବ୍ୟବହାର ଲେଖ ।
(କ) ନଡ଼ିଆ ତନ୍ତୁ
(ଖ) ଶିମିଳି ତୁଳା
(ଗ) ଝୋଟ
ଉ –
(କ) ନଡ଼ିଆ ତନ୍ତୁ :
(i) ନଡ଼ିଆ ତନ୍ତୁରୁ ଦଉଡ଼ି, ରସି ତିଆରି ହୁଏ ।
(ii) ନଡ଼ିଆ ତନ୍ତୁରୁ ପାପୋଛ ତିଆରି ହୁଏ ।
(ଖ) ଶିମିଳି ତୁଳା :
(i) ଶିମିଳି ତୁଳାରେ ତକିଆ ତିଆରି ହୁଏ ।
(ii) ଶିମିଳି ତୁଳାରେ ରେଜେଇ ତିଆରି ହୁଏ ।
(ଗ) ଝୋଟ :
(i) ଝୋଟରୁ ଦଉଡ଼ି ଆଦି ତିଆରି ହୁଏ ।
(ii) ଝୋଟରୁ ଅଖା ବା ବସ୍ତା ତିଆରି ହୁଏ ।
ଶୂନ୍ୟସ୍ଥାନ ପୂରଣ କର ।
(କ) ଝୋଟ …………. ଗଛର ବକଳ ।
(ଖ) ଶିମିଳି ଗଛର ତୁଳା …………. ରେ ଉଡ଼ିଯାଏ ।
(ଗ) ନାଇଲନ୍ ଗୋଟିଏ …………… ତନ୍ତୁ ।
(ଘ) ରେଶମ ପୋକର ………….. ରୁ ରେଶମ ମିଳେ ।
ଉ –
(କ) ନଳିତା
(ଖ) ପବନ
(ଗ) କୃତ୍ରିମ
(ଘ) କୋଷା ।
ଶୀତଦିନେ ବ୍ୟବହାର ହେଉଥିବା ସ୍ଟ୍ରେଟର ଓ ଖରାଦିନେ ସାଧାରଣତଃ ବ୍ୟବହୃତ ହେଉଥିବା ସାର୍ଟ ଯେଉଁ ଯେଉଁ ତନ୍ତୁରେ ତିଆରି ସେମାନଙ୍କ ମଧ୍ୟରେ ଦୁଇଟି ପାର୍ଥକ୍ୟ ଲେଖ ।
ଉ –
ଶୀତଦିନେ ବ୍ୟବହାର ହେଉଥିବା ସ୍ଟ୍ରେଟର ପଶମ ତନ୍ତୁରୁ ତିଆରି ହୁଏ ଓ ଖରାଦିନେ ସାଧାରଣତଃ ବ୍ୟବହାର ହେଉଥିବା ସାର୍ଟ ତୁଳା ତନ୍ତୁରୁ ତିଆରି ହୁଏ ।
ପଶମ ଓ ତୁଳା ମଧ୍ୟରେ ପାର୍ଥକ୍ୟ
ପଶମ | ତୁଳା |
---|---|
i)ପଶମ ମୁଖ୍ୟତଃ ମେଣ୍ଢା ଲୋମରୁ ମିଳିବା ସଙ୍ଗେ ସଙ୍ଗେ ଗାଈ ଛେଳି.ଓ ଚମରୀ ଗାଭ ଲୋମରୁ ମଧ୍ଯ ମିଳିଥାଏ | ii)ପଶମ ତନ୍ତୁରେ ଶୀତଦିନେ ପିନ୍ଧୁଥ୍ବା ଗରମ ବସ୍ତ୍ର ଯଥା - ସ୍ଵେଟର, ମଫଲର, ଚଦର ଇତ୍ଯାଦି ତିଆରି କରାଯାଏ 1 |
i)କପା ଗଛର ଫଳରୁ ତୁଳା ମିଳିଥାଏ । ii)ତୁଳାରେ ଖରାଦିନେ ପିନ୍ଧୁଥ୍ବା ସୂତାର ପ୍ୟାଣ୍ଟ ସାର୍ଟ,ଲୁଗା, ଶାଢ଼ୀ ଆଦି ତିଆରି କରାଯାଏ | |