6th Class Science(ବିଜ୍ଞାନ ) - ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ All Question With Answer

↓ Question & Answer ↓

Question 1.
ନିମ୍ନଲିଖୂତ ପରିବର୍ତ୍ତନଗୁଡ଼ିକ ଭିତରୁ କେଉଁଟି ପ୍ରତ୍ୟାବର୍ତୀ ଓ କେଉଁଟି ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଲେଖ ।
(କ) ଫୁଲରୁ ଫଳ ହେବା
(ଖ) ଲାଜକୁଳୀ ପତ୍ର ଆଘାତପାଇ ନଇଁଯିବା
(ଗ) ଲୁହାରେ କଳଙ୍କି ଲାଗିବା
(ଘ) ଲୁହାଖଣ୍ଡକୁ ଚୁମ୍ବକରେ ପରିଣତ କରିବା

ଉତ୍ତର –
(କ) ଅପ୍ରତ୍ୟାବର୍ତ୍ତୀ
(ଖ) ପ୍ରତ୍ୟାବର୍ତ୍ତୀ
(ଗ) ଅପ୍ରତ୍ୟାବର୍ତ୍ତୀ
(ଘ) ପ୍ରତ୍ୟାବର୍ତ୍ତୀ


🗨
Question 2.
ନିମ୍ନୋକ୍ତ ପ୍ରକ୍ରିୟା ମଧ୍ୟରୁ କେଉଁଟି ଅସ୍ଥାୟୀ, ପ୍ରତ୍ୟାବର୍ତ୍ତୀ, ଭୌତିକ ବା ରାସାୟନିକ ପ୍ରକ୍ରିୟା ଲେଖ ।
(କ) କିରୋସିନ୍‌ ଦହନ
(ଖ) କଳଙ୍କି ଲାଗି ଲୁହାକଣ୍ଟାର ବସ୍ତୁତ୍ଵରେ ବୃଦ୍ଧି
(ଗ) ବେଶୀ ବେଶୀ ଲୁଣ ଜଳରେ ଦ୍ରବୀଭୂତ କରାଇ ସଂତୃପ୍ତ ଦ୍ରବଣ ତିଆରି କରିବା ପ୍ରକ୍ରିୟା
(ଘ) ବୁଟକୁ ପାଣିରେ ବତୁରାଇ ଫୁଲାଇବା
(ଙ) ଚୁମ୍ବକ ଦଣ୍ଡକୁ ଗରମ କରିବା

ଉତ୍ତର –
(କ) ରାସାୟନିକ
(ଖ) ରାସାୟନିକ
(ଗ) ଭୌତିକ
(ଘ) ପ୍ରତ୍ୟାବର୍ତ୍ତୀ
(ଙ) ଅସ୍ଥାୟୀ


🗨
Question 3.
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଲେଖ ।

(କ) ଲୁହାକଣ୍ଟାକୁ ଉତ୍ତପ୍ତ କରି ଲାଲ କରିବା କେଉଁ ପ୍ରକାର ପରିବର୍ତ୍ତନ ?
ଉତ୍ତର –
ଲୁହାକଣ୍ଟାକୁ ଉତ୍ତପ୍ତ କରି ଲାଲ କରିବା ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।

(ଖ) ଗୋଟିଏ ରାସାୟନିକ ପରିବର୍ତ୍ତନ ଘଟିଲା ବୋଲି ଜାଣିବା କିପରି ?

ଉତ୍ତର –
(i) ତୁତିଆକୁ ଅଧ‌ିକ ଉତ୍ତପ୍ରକଲେ ଶେଷରେ ଏକ କଳା ରଙ୍ଗର କଠିନ ପଦାର୍ଥ ପରୀକ୍ଷା ନଳୀର ତଳେ ରହିଯିବ । ଏହି ନୂତନ ପଦାର୍ଥର ରାସାୟନିକ ନାମ କପର ଅକ୍‌ସାଇଡ୍ । ଏଥୁରୁ ଆଉ ତୁତିଆ ପ୍ରସ୍ତୁତ ହୋଇ ପାରିବ ନାହିଁ । ତେଣୁ ଏହି ପରିବର୍ତ୍ତନଟି ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ।
(ii) ଏହି ପରିବର୍ତ୍ତନଗୁଡ଼ିକର ଶେଷରେ ମିଳୁଥ‌ିବା ଉତ୍ପାଦଗୁଡ଼ିକ ଗୋଟିଏ ଗୋଟିଏ ନୂତନ ପଦାର୍ଥ । ତେଣୁ ଏହି ପରିବର୍ତ୍ତନରେ ରାସାୟନିକ ପରିବର୍ତ୍ତନ ଘଟିଲା ବୋଲି ଜାଣିବା ।


(ଗ) ମିଶ୍ରିକୁ ଜଳରେ ମିଳାଇ ସର୍ବତ ପ୍ରସ୍ତୁତ କରିବା କେଉଁ ପ୍ରକାର ପରିବର୍ତ୍ତନ ?
ଉତ୍ତର –
ମିଶ୍ରିକୁ ଜଳରେ ମିଳାଇ ସର୍ବତ ପ୍ରସ୍ତୁତ କରିବା ଏକ ଭୌତିକ ପରିବର୍ତ୍ତନ ।


🗨
Question 4.
ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

(କ) ତୁତିଆ ଜଳରେ ଦ୍ରବୀଭୂତ ହୁଏ । ଏହା ତା’ର କି ପ୍ରକାର ଗୁଣ ?
ଉତ୍ତର –
ତୁତିଆ ଜଳରେ ଦ୍ରବୀଭୂତ ହୁଏ । ଏହା ତା’ର ଦ୍ରବଣୀୟତା ଗୁଣ ।

(ଖ) ଅତି ସଂତୃପ୍ତ ଦ୍ରବଣ କ’ଣ ?
ଉତ୍ତର –
(i) ସଂତୃପ୍ତ ଦ୍ରବଣକୁ ଗରମକଲେ, ତାହା ଆଉକିଛି ଅଧ‌ିକ ଦ୍ରାବକୁ ଦ୍ରବୀଭୂତ କରିଥାଏ । ଏହିପରିଭାବେ ଯେଉଁ ଦ୍ରବଣ ପ୍ରସ୍ତୁତ ହୁଏ ତାକୁ ଅତି ସଂତୃପ୍ତ ଦ୍ରବଣ କୁହାଯାଏ ।
(ii) ଲୁଣ ପାଣିରେ ତିଆରି ହୋଇଥ‌ିବା ସଂତୃପ୍ତ ଦ୍ରବଣକୁ ଗରମକଲେ ଦ୍ରବୀଭୂତ ନ ହୋଇ ରହିଯାଇଥ ଲୁଣ ମିଳାଇ ଯାଉଛି । ଆଉ ଲୁଣ ମିଶାଇଲେ ହୁଏତ ତାହା ଦ୍ରବୀଭୂତ ହେବ ନାହିଁ । ଏହି ଦ୍ରବଣକୁ ଅଦି
ସଂତୃପ୍ତ ଦ୍ରବଣ କୁହାଯାଏ ।

(ଗ) ତାପର ପରିବର୍ତ୍ତନରେ ଦ୍ରବଣ କି ପ୍ରକାର ପ୍ରଭାବିତ ହୁଏ ?
ଉତ୍ତର –
ଏହା ସବୁପ୍ରକାର ଦ୍ରାବ କ୍ଷେତ୍ରରେ ସତ୍ୟ ନୁହେଁ ।


🗨
Question 5.
ଜଳରେ ଦ୍ରବୀଭୂତ ନ ହେଉଥ‌ିବା ଚାରିଗୋଟି ପଦାର୍ଥର ନାମ ଲେଖ ।

ଉତ୍ତର –
ବାଲି
କାଚଗୁଣ୍ଡ
ଚକ୍‌ଗୁଣ୍ଡ
ଇଟାଗୁଣ୍ଡ ଆଦି ଜଳରେ ଦ୍ରବୀଭୂତ ହୁଏ ନାହିଁ ।


🗨
Question 6.
କାରଣ ଦର୍ଶାଅ ।

(କ) କ୍ଷୀର ଛିଣ୍ଡି ଛେନା ହେବା ଏକ ରାସାୟନିକ ପରିବର୍ତ୍ତନ ।
ଉତ୍ତର –
କ୍ଷୀର ଛିଣ୍ଡି ଛେନା ହେବା ଏକ ରାସାୟନିକ ପରିବର୍ତ୍ତନ; କାରଣ କ୍ଷୀରରୁ ଛେନା ହେବା ଏକ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ । ଛେନାକୁ ଆଉ କ୍ଷୀରରେ ପରିଣତ କରିହେବ ନାହିଁ । ତେଣୁ ଏହି ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନଟି ରାସାୟନିକ ପରିବର୍ତ୍ତନ ଅଟେ ।

(ଖ) ଲୁଣକୁ ଗୁଣ୍ଡ କରିବା ଏକ ରାସାୟନିକ ପରିବର୍ତ୍ତନ ନୁହେଁ ।
ଉତ୍ତର –
ଲୁଣକୁ ଗୁଣ୍ଡ କରିବା ଏକ ରାସାୟନିକ ପରିବର୍ତ୍ତନ ନୁହେଁ; କାରଣ ଏହା ଏକ ଭୌତିକ ପରିବର୍ତ୍ତନ । ଲୁଣକୁ ଗୁଣ୍ଡ କଲେ ସେହି ଲୁଣ ଗୁଣ୍ଡରେ ପରିଣତ ହୁଏ । ଏଠାରେ ଲୁଣର ଯେଉଁ ପରିବର୍ତ୍ତନ ଘଟିଲା ତାହା ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ । ଏହି ପରିବର୍ତ୍ତନରେ କୌଣସି ନୂତନ ଉତ୍ପାଦ ସୃଷ୍ଟି ହୋଇ ନାହିଁ । ତେଣୁ ଏହା ଏକ ରାସାୟନିକ ପରିବର୍ତ୍ତନ ନୁହେଁ ।


🗨
Question 7. ପାର୍ଥକ୍ୟ ଦର୍ଶାଅ ।

(କ) ଭୌତିକ ପରିବର୍ତ୍ତନ ଓ ରାସାୟନିକ ପରିବର୍ତ୍ତନ
ଉ –


(ଖ) ସଂତୃପ୍ତ ଦ୍ରବଣ ଓ ଅସଂତୃପ୍ତ ଦ୍ରବଣ
ଉ –


🗨