6th Class Science(ବିଜ୍ଞାନ ) - ଜୀବ ଓ ନିର୍ଜୀବ All Question With Answer

↓ Question & Answer ↓

Question 1.
ପଥର ଖଣ୍ଡ ଓ ବିଲେଇ ମଧ୍ୟରେ ଥ‌ିବା ତିନୋଟି ପାର୍ଥକ୍ୟ ଲେଖ ।

ଉ-
(i) ପଥର ଖଣ୍ଡ ଗୋଟେ ନିର୍ଜୀବ ବସ୍ତୁ; ମାତ୍ର ବିଲେଇ ଜୀବ ଅଟେ ।
(ii) ପଥର ଖାଦ୍ୟ, ଜଳ, ବାୟୁ ଆବଶ୍ୟକ କରେ ନାହିଁ; ମାତ୍ର ବିଲେଇର ଖାଦ୍ୟ, ଜଳ, ବାୟୁ ଆବଶ୍ୟକ ହୁଏ ।
(iii) ପଥର ଗୋଟିଏ ସ୍ଥାନରେ ପଡ଼ିରହିଥ‌ିବାବେଳେ, ବିଲେଇ ଚାରିଆଡ଼େ ଗତି କରିପାରେ ।


🗨
Question 2.
କୁକୁର ଓ ଆମ୍ବଗଛ ମଧ୍ୟରେ ଦୁଇଟି ସାମଞ୍ଜସ୍ୟ ଓ ଦୁଇଟି ପାର୍ଥକ୍ୟ ଲେଖ ।

ଉ –


🗨
Question 3.
ଜୀବ ପରିବେଶ ସହ କିପରି ପ୍ରତିକ୍ରିୟା କରେ ତୁମର ଅନୁଭୂତିରୁ ତିନୋଟି ଉଦାହରଣ ଦେଇ ବୁଝାଅ ।

ଉ –
(i) ଗୋଟିଏ ଛୋଟିଆ ଗଛ ଉପରେ ମାଟି ହାଣ୍ଡିଟିଏ ଘୋଡ଼ାଇଦେଇ, ହାଣ୍ଡିରେ ଗୋଟିଏ କଣା କଲେ, ଗଛଟି କଣାଦେଇ ବାହାରକୁ ବାହାରିବ । ଗଛ ଆଲୋକ ପାଇବାପାଇଁ ଏଭଳି ପ୍ରତିକ୍ରିୟା ପ୍ରକାଶ କରେ ।
(ii) ଖାଲିପାଦରେ ଗଲାବେଳେ ଯଦି କଣ୍ଟା ଉପରେ ଆମ ପାଦ ପଡ଼ିଯାଏ; ତେବେ ପାଦ ଆପଣାଛାଏଁ ଉପରକୁ ଉଠିଯାଏ । ଏଭଳି ପାରିପାର୍ଶ୍ବକ ପରିବର୍ତ୍ତନରେ ଆମ ଶରୀର ପ୍ରତିକ୍ରିୟା ଦେଖାଇଥାଏ ।


(iii) ଆମେ ସୁଆଦିଆ ଖାଦ୍ୟ ବିଷୟରେ ଭାବିଲାବେଳକୁ ପାଟିରୁ ଲାଳ ବାହାରିଆସେ । ଏହିସବୁ ପାରିପାର୍ଶ୍ବକ ପରିବର୍ତ୍ତନରେ ଆମ ଶରୀର ପ୍ରତିକ୍ରିୟା ପ୍ରକାଶ କରିଥାଏ ।


🗨
Question 4.
ନିଆଁ ଜୀବ କି ? ତୁମ ଉତ୍ତରର ଯଥାର୍ଥତା ବୁଝାଅ ।

ଉ –
ନିଆଁ ଜୀବ ନୁହେଁ । କାରଣ ନିଆଁର ବଂଶବୃଦ୍ଧି, ଖାଦ୍ୟଗ୍ରହଣ, ରେଚନ ଆଦି ହୁଏ ନାହିଁ । ତେଣୁ ତାର ଜୀବନ ନାହିଁ । ଏହା ଜୀବ ନୁହେଁ ।


🗨
Question 5.
ଶିଉଳି ଜୀବ କି ନିର୍ଜୀବ ଯୁକ୍ତିଦ୍ଵାରା ବୁଝାଅ ?

ଉ –
ଶିଉଳି ଜୀବ । କାରଣ ଏହାର ବୃଦ୍ଧି, ଖାଦ୍ୟ ଗ୍ରହଣ, ଶ୍ଵାସକ୍ରିୟା, ରେଚନ, ବଂଶବୃଦ୍ଧି ଇତ୍ୟାଦି ହୋଇଥାଏ । ତେଣୁ ଏହା ଜୀବ ।


🗨