6th Class Science(ବିଜ୍ଞାନ ) - ପରିସ୍ଥାନ All Question With Answer
↓ Question & Answer ↓
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।
(କ) ପରିସ୍ଥାନ କାହାକୁ କୁହାଯାଏ ?
ଉ –
(i) ଉଦ୍ଭିଦ ଓ ପ୍ରାଣୀମାନଙ୍କର ବାସସ୍ଥାନ ଓ ତା’ର ଚତୁଃପାର୍ଶ୍ୱକୁ ପରିସ୍ଥାନ କୁହାଯାଏ ।
(ii) ପରିସ୍ଥାନ ହେଉଛି ପରିବେଶର ଏକ ଅଂଶବିଶେଷ ।
(ଖ) ଉଭିଦର ଉପଯୋଜନ କାହିଁକି ଆବଶ୍ୟକ ?
ଉ –
ପରିବେଶର ପରିବର୍ତ୍ତନ ହେଲେ ସେଥିରେ ତିଷ୍ଠିରହିବାପାଇଁ ଉଭିଦର ଉପଯୋଜନ ଆବଶ୍ୟକ ହୋଇଥାଏ ।
(ଗ) ତିନୋଟି ଅଜୈବିକ କାରକର ନାମ ଲେଖ ।
ଉ –
ଜଳ, ବାୟୁ ଓ ଆଲୋକ ତିନୋଟି ଅଜୈବିକ କାରକ ।
(କ) ମାଛକୁ ପାଣିରୁ କାଢ଼ିଆଣିଲେ ସେ ମରିଯାଏ ।
ଉ –
(i) ଆମେ ଫୁସ୍ଫୁସ୍ ସାହାଯ୍ୟରେ ଶ୍ଵାସକ୍ରିୟା କଲାପରି ମାଛମାନେ ଗାଲିସି ସାହାଯ୍ୟରେ ଶ୍ଵାସକ୍ରିୟା କରନ୍ତି ।
(ii) ଜଳରେ ଦ୍ରବୀଭୂତ ହୋଇଥିବା ଅମ୍ଳଜାନର କିଛି ଅଂଶ ମାଛ ଶ୍ଵାସକ୍ରିୟାରେ ଗ୍ରହଣ କରି ବଞ୍ଚେ । ମାଛକୁ ପାଣିରୁ କାଢ଼ିଆଣିଲେ ସେ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରି ନପାରି ମରିଯାଏ ।
(ଖ) ଘୋଡ଼ା ମରୁଭୂମିରେ ରହିବା ସମ୍ଭବ ନୁହେଁ ।
ଉ –
(i) ଘୋଡ଼ାର ପାଦଦ୍ଵୟ ମରୁବାଲିରେ ଚାଲିବାରେ ସହାୟକ ହୁଏ ନାହିଁ ଏବଂ ଖାଦ୍ୟଭାବ ସମୟରେ ତା’ର
(ii) ଘୋଡ଼ାର ଶରୀର ମରୁଭୂମିରେ ରହିବାପାଇଁ ଉପଯୋଜିତ ହୁଏ ନାହିଁ । ତେଣୁ ଘୋଡ଼ା ମରୁଭୂମିରେ
(ଗ) କଲରା ଗଛ ସିଧା ଛିଡ଼ାହୋଇ ରହିପାରେ ନାହିଁ ।
ଉ –
(i) କଲରା ଏକ ଲତାଜାତୀୟ ଦୁର୍ବଳ ଉଭିଦ ଓ ଏହାର କାଣ୍ଡ ସରୁ ଓ ନରମ ।
(ii) କଲରା କାଣ୍ଡ ଦୁର୍ବଳ ହୋଇଥିବାରୁ ସେ ଅନ୍ୟର ସହାୟତାରେ ବଢ଼େ । ସେଥିପାଇଁ କଲରା ଗଛର କାଣ୍ଡ ଅଗରେ ଆକର୍ଷୀ ଥାଏ । ତେଣୁ କଲରା ଗଛ ସିଧା ଛିଡ଼ାହୋଇ ରହିପାରେ ନାହିଁ ।
କେଉଁଟି ଠିକ୍ (✓) ଚିହ୍ନଦ୍ୱାରା ଦର୍ଶାଅ ।
(କ) କାକୁଡ଼ି ଲତାର ଆକର୍ଷୀ ଏହାକୁ ମାଡ଼ିବାରେ ସାହାଯ୍ୟ କରେ । (ଖ) ମାଛର ଲାଞ୍ଜ ଦିଗ ପରିବର୍ତ୍ତନରେ ସାହାଯ୍ୟ କରେ । (ଗ) ଖଜୁରୀ ଏକ ମରୁଜ ଉଦ୍ଭଦ । (ଘ) ଓଟ ଏକ ଜଳଜ ଉଦ୍ଭିଦ ।
ଉ –
(କ) ✓
(ଖ) ✓
(ଗ) ✓
(ଘ) (✗)