6th Class Science(ବିଜ୍ଞାନ ) - ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ All Question With Answer

↓ Question & Answer ↓

Question 1.
ଧାନ ଓ କଦଳୀପତ୍ର ବ୍ୟତୀତ ଅନ୍ୟ ଯେଉଁ ପତ୍ରରେ ସମାନ୍ତରାଳ ଶିରା ବିନ୍ୟାସ ରହିଛି ସେଥୁରୁ ଦୁଇଟିର ଚିତ୍ର ଅଙ୍କନ କର ।

ଉ –

ପିଆଜ, ରସୁଣ, ରଜନୀଗନ୍ଧା, ଅଦା, ହଳଦୀ, ଗହମ, ବାର୍ଲି ବାଉଁଶ ମକା ଆଦି ଗଛର ପତ୍ରରେ ସମାନ୍ତରାଳ ଶିରାବିନ୍ୟାସ ଦେଖାଯାଏ ।


🗨
Question 2.
ମୂଳର ଗଠନ ଓ କାର୍ଯ୍ୟଗୁଡ଼ିକ ଚିତ୍ର ସହ ବର୍ଣ୍ଣନା କର ।

ଉ –
ମୂଳର ଗଠନ :

କେତେକ ଉଭିଦର ପ୍ରଧାନମୂଳ ଥାଏ । ପ୍ରଧାନମୂଳରୁ ଶାଖାମୂଳ ଓ ସେଥୁରୁ ପ୍ରଶାଖା ମୂଳ ବାହାରି ମାଟିଭିତରେ ବଢ଼ିଥାଏ ଓ ଏହା ମାଟିର ବହୁତଳକୁ ଯାଇ ମାଟିକୁ ଜାବୁଡ଼ିଧରେ ।
ମୂଳର ଅଗ୍ରଭାଗରେ ଅତି କ୍ଷୁଦ୍ର ମୂଳତ୍ରାଣ ଟୋପି ପରି ରହିଥାଏ । ଏହା ମୂଳକୁ ମାଟି ସହ ଘଷି ହୋଇ କ୍ଷୟ ହେବାରୁ ରକ୍ଷାକରେ ।
ମୂଳତ୍ରାଣ ପଛକୁ କୋଷ ବିଭାଜନ ଓ ତା’ପରେ ଥ‌ିବା ବର୍ଷନଶୀଳ ଅଂଶ ମୂଳକୁ ବୃଦ୍ଧିରେ ସାହାଯ୍ୟ କରେ ।
ବର୍ଦ୍ଦନଶୀଳ ଅଂଶର ପଛରେ ଥ‌ିବା ମୂଳରୁ ଗୁଡ଼ିଏ ମୂଳଲୋମ ବାହାରିଥାଏ । ଏହି ମୂଳଲୋମ ହିଁ ଜଳ ଶୋଷଣ କରିବାରେ ସାହାଯ୍ୟ କରେ ।
ପ୍ରତ୍ୟେକ ଶାଖା ଓ ପ୍ରଶାଖା ମୂଳରେ ମଧ୍ଯ କୋଷ ବିଭାଜନ ଅଂଶ, ବର୍ଦ୍ଦନଶୀଳ ଅଂଶ, ମୂଳଲୋମ ଅଂଶ ରହିଥାଏ ।

ମୂଳର କାର୍ଯ୍ୟ :

ମୂଳ ଉଦ୍ଭଦକୁ ମାଟିସହ ଜାବୁଡ଼ି ଧରିରଖୁଥାଏ, ଫଳରେ ଗଛଟି ମାଟି ଉପରେ ଦୃଢ଼ ଭାବରେ ଠିଆହୋଇରହେ ।
ଗଛର ମୂଳ ମାଟିରେ ଥ‌ିବା ଜଳ ଓ ଖଣିଜ ଲବଣକୁ ଶୋଷଣ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
ରୂପାନ୍ତରିତ ମୂଳଗୁଡ଼ିକ ଖାଦ୍ୟ ସଞ୍ଚୟ କରି ରଖୁ ସହ କାଣ୍ଡକୁ ଆଶ୍ରା ମଧ୍ୟ ଦେଇଥାଏ ।


🗨
Question 3.
କାଣ୍ଡ କେତେ ପ୍ରକାରର ଏବଂ ଏହା ଉଦ୍ଭଦର କେଉଁ କେଉଁ କାର୍ଯ୍ୟ କରିଥାଏ, ବର୍ଣ୍ଣନା କର ।

ଉ –
କାଣ୍ଡ :

(i) ଗଠନଦୃଷ୍ଟିରୁ କାଣ୍ଡଗୁଡ଼ିକ ଦୁଇପ୍ରକାରର ଅଟନ୍ତି, ଯଥା – ସବଳ କାଣ୍ଡ ଓ ଦୁର୍ବଳ କାଣ୍ଡ ।
(ii) ଆମ୍ବ, ପଣସ, ପିଜୁଳି, ବାଉଁଶ, ବାଇଗଣ ଆଦି ସବଳ କାଣ୍ଡ ଏବଂ କଖାରୁ, ପୋଇ, କଲରା, ଲାଉ ଆଦି ଦୁର୍ବଳ କାଣ୍ଡ ।


କାଣ୍ଡର କାର୍ଯ୍ୟ :

କାଣ୍ଡ ଉଭିଦର ବିଭିନ୍ନ ଅଂଶକୁ ଧରି ରଖିବା ସହ ସେଗୁଡ଼ିକୁ ସୂର୍ଯ୍ୟାଲୋକ ପାଇବାରେ ସାହାଯ୍ୟ କରିଥାଏ ।
କାଣ୍ଡ ମୂଳ ସାହାଯ୍ୟରେ ଶୋଷିତ ଜଳ ଓ ଖଣିଜ ଲବଣକୁ ପରିବହନ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
କାଣ୍ଡ ମଧ୍ଯ ପତ୍ରଦ୍ୱାରା ପ୍ରସ୍ତୁତ ଖାଦ୍ୟ ପରିବହନ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
ମାଟିତଳେ ଥବା ପିଆଜ, ଆଳୁ, ଓଲୁଅ ଆଦି ରୂପାନ୍ତରିତ କାଣ୍ଡ ଖାଦ୍ୟ ସଞ୍ଚୟ କରି ରଖା’ନ୍ତି ।


🗨
Question 4. ଦୁଇଟି ମୌଳିକ ଓ ଦୁଇଟି ଯୌଗିକ ପତ୍ରର ନାମ ଲେଖ ।

ଉ –


ଆମ୍ବ, ପଣସର ପତ୍ର ମୌଳିକ ପତ୍ର ।
ନିମ୍ବ, ଶିମ୍ବର ପତ୍ର ଯୌଗିକ ପତ୍ର ।


🗨
Question 5.
ଯେଉଁ ଗଛର ମୂଳ ଗୁଚ୍ଛମୂଳ ହୋଇଥାଏ, ତାହାର ଶିରାବିନ୍ୟାସ କିପରି ହେବାର ସମ୍ଭାବନା ଥାଏ । ପର୍ଯ୍ୟବେକ୍ଷଣ କରି ଲେଖ ।

ଉ –

ଯେଉଁ ଗଛର ମୂଳ ଗୁଚ୍ଛମୂଳ ହୋଇଥାଏ, ତାହାର ସମାନ୍ତରାଳ ଶିରାବିନ୍ୟାସ ହେବାର ସମ୍ଭାବନା ଥାଏ ।
ଉଦାହରଣ – ଧାନ, କଦଳୀ ଇତ୍ୟାଦି ।


🗨