7th Class Geography(ଭୂଗୋଳ) - Chapter 1.1 Our environment (ଆମ ପରିବେଶ) All Question With Answer
↓ Question & Answer ↓
(କ).ପରିସଂସ୍ଥା କ’ଣ ?
Answer:
- କୌଣସି ପରିବେଶରେ ରହିଥିବା ସମସ୍ତ ଜୀବଙ୍କ ମଧ୍ୟରେ ନିର୍ଭରଶୀଳତା ତଥା ସେମାନଙ୍କ ପରିବେଶ ଅନ୍ତର୍ଗତ ଭୌତିକ ଓ ରାସାୟନିକ ଉପାଦାନ ମଧ୍ଯରେ ଅନ୍ତଃସମ୍ବନ୍ଧରୁ ପରିସଂସ୍ଥା ଗଢ଼ିଉଠେ । ଅର୍ଥାତ୍ ପ୍ରାଣୀ, ଉଭିଦ ଓ ମନୁଷ୍ୟଙ୍କର ପରସ୍ପର ସହିତ ତଥା ସେମାନଙ୍କ ପରିବେଶ ସହିତ ଗଢ଼ିଉଠିଥୁବା ନିବିଡ଼ ସମ୍ପର୍କ ତଥା ନିର୍ଭରଶୀଳତାରୁ ପରିସଂସ୍ଥା ସୃଷ୍ଟି ହୁଏ ।
- ଉଦାହରଣ : ରାଜସ୍ଥାନର ମରୁଅଞ୍ଚଳ ବାଲିରେ ପୂର୍ଣ୍ଣ । ସେଠାରେ ବର୍ଷା କମ୍ ହେଉଥିବାରୁ ଛୋଟ ଛୋଟ କଣ୍ଟାବୁଦା, ଖଜୁରି ଗଛ, ଓଟ, ବିଭିନ୍ନ ସରୀସୃପ ଓ ଅନ୍ୟାନ୍ୟ କୀଟପତଙ୍ଗ ଦେଖାଯାନ୍ତି । ଏଗୁଡ଼ିକୁ ନେଇ ମରୁଭୂମି ପରିସଂସ୍ଥା ଗଠିତ ।
- ସେହିପରି ଜଙ୍ଗଲ ପରିସଂସ୍ଥା, ନଦୀ ପରିସଂସ୍ଥା, ପର୍ବତ ପରିସଂସ୍ଥା, ପୁଷ୍କରିଣୀ ପରିସଂସ୍ଥା ଗଢ଼ିଉଠେ ।
(ଖ). ପ୍ରାକୃତିକ ପରିବେଶ କହିଲେ କ’ଣ ବୁଝାଏ ?
Answer:
- ଭୌତିକ ପରିବେଶ ଓ ଜୈବିକ ପରିବେଶକୁ ନେଇ ପ୍ରାକୃତିକ ପରିବେଶ ସୃଷ୍ଟି ହୋଇଥାଏ ।
- ନିର୍ଜୀବ ପଦାର୍ଥ, ଯଥା – ସ୍ଥଳ, ଜଳ ଏବଂ ବାୟୁକୁ ନେଇ ଭୌତିକ ପରିବେଶ ଏବଂ ସମସ୍ତ ଜୀବ, ଯଥା- ପ୍ରାଣୀ ଓ ଉଭିଦ ଜଗତକୁ ନେଇ ଜୈବିକ ପରିବେଶ – ଏ ସମସ୍ତ ପ୍ରାକୃତିକ ପରିବେଶର ଗୋଟିଏ ଗୋଟିଏ ଅଙ୍ଗ ବା ଉପାଦାନ ।
(ଗ). ପରିବେଶର ମୁଖ୍ୟ ଅଂଶଗୁଡ଼ିକ କ’ଣ ?
Answer:
ପରିବେଶର ମୁଖ୍ୟ ଅଂଶଗୁଡ଼ିକ ଦୁଇ ଭାଗରେ ବିରକ୍ତ, ଯଥା- ପ୍ରାକୃତିକ ଉପାଦାନ ଓ ମାନବକୃତ ଉପାଦାନ । ପ୍ରାକୃତିକ ଉପାଦାନଗୁଡ଼ିକ ହେଉଛି- ଅଶ୍ମମଣ୍ଡଳ, ବାରିମଣ୍ଡଳ, ବାୟୁମଣ୍ଡଳ, ଜୈବମଣ୍ଡଳ ଏବଂ ବାସଗୃହ, ରାସ୍ତାଘାଟ, କେନାଲ, କଳକାରଖାନା, ଯାନବାହନ ଆଦି ମାନବକୃତ ଉପାଦାନ ।
(ଘ). ଅଶୁମଣ୍ଡଳ କ’ଣ ?
Answer:
(ଙ). ଜୈବିକ ପରିବେଶର ଦୁଇଟି ମୁଖ୍ୟ ଅଂଶ କ’ଣ ?
Answer:
ଜୈବିକ ପରିବେଶର ଦୁଇଟି ମୁଖ୍ୟ ଅଂଶ ହେଉଛି-
- ପ୍ରାଣୀ ଜଗତ ଓ
- ଉଭିଦ ଜଗତ ।
(ଚ). ଜୈବମଣ୍ଡଳ କାହାକୁ କୁହାଯାଏ ?
Answer:
- ଅଶ୍ଵ ମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥିବା ତଥା ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପତଳା ତଥା ସଂକୀର୍ଣ୍ଣ ସ୍ତରକୁ ଜୈବମଣ୍ଡଳ କୁହାଯାଏ ।
- ଏହା ଉଭୟ ପ୍ରାଣୀ ଓ ଉଭିଦକୁ ନେଇ ଗଠିତ ।
(କ). କେଉଁଟି ଗୋଟିଏ ପ୍ରାକୃତିକ ପରିସଂସ୍ଥା ନୁହେଁ ?
(କ) ମରୁଭୂମି (ଖ) ଆକ୍ରାରିୟମ୍ (ଗ) ଜଙ୍ଗଲ
Answer:
(ଖ) ଆକ୍ୱାରିୟମ୍
(ଖ). କେଉଁଟି ମାନବୀୟ ପରିବେଶର ଏକ ଅଙ୍ଗ ନୁହେଁ ?
(କ) ଭୂମି (ଖ) ଧର୍ମ (ଗ) ସଂପ୍ରଦାୟ
Answer:
(କ) ଭୂମି
(ଗ). କେଉଁଟି ଏକ ମାନବକୃତ ପରିବେଶ ?
(କ) ପର୍ବତ (ଖ) ସମୁଦ୍ର (ଗ) ରାସ୍ତା
Answer:
(ଗ) ରାସ୍ତା
(ଘ). କେଉଁଟି ପରିବେଶ ନିମନ୍ତେ ବିପଦ ?
(କ) ବଢ଼ୁଥିବା ଉଦ୍ଭଦ
(ଖ) ବଢୁଥିବା ଜନସଂଖ୍ୟା
(ଗ) ବଢ଼ୁଥିବା ଶସ୍ୟ
Answer:
(ଖ) ବଢ଼ୁଥିବା ଜନସଂଖ୍ୟା
ଙ. ସ୍ତମ୍ଭ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରି ଲେଖ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
---|---|
(i) ଜୈବମଣ୍ଡଳ | (କ) ପୂଥବୀକୁ ଘେରି ରହିଥିବା ଗ୍ୟାସୀୟ ସ୍ତର |
(ii) ବାୟୁମଣ୍ଡଳ | (ଖ) ଜଳରାଶି |
(iii) ବାରି ମଣ୍ଡଳ | (ଗ) ଆମର ପରିବେଷ୍ଟନୀ |
(iv) ପରିବେଶ | (ଘ) ଜଳ, ସ୍ଥଳ, ବାୟୁ ମଧ୍ୟରେ ପାରସ୍ପରିକ ସମ୍ପର୍କ ଥବା ପତଳା ସ୍ତର |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
---|---|
(i) ଜୈବମଣ୍ଡଳ | (ଘ) ଜଳ, ସ୍ଥଳ, ବାୟୁ ମଧ୍ୟରେ ପାରସ୍ପରିକ ସମ୍ପର୍କ ଥବା ପତଳା ସ୍ତର |
(ii) ବାୟୁମଣ୍ଡଳ | (କ) ପୂଥବୀକୁ ଘେରି ରହିଥିବା ଗ୍ୟାସୀୟ ସ୍ତର |
(iii) ବାରି ମଣ୍ଡଳ | (ଖ) ଜଳରାଶି |
(iv) ପରିବେଶ | (ଗ) ଆମର ପରିବେଷ୍ଟନୀ |
(କ). ମଣିଷ ପରିବେଶରେ ପରିବର୍ତ୍ତନ ଆଣିଥାଏ ।
Answer:
- ମନୁଷ୍ୟ ତା’ର ଆବଶ୍ୟକତା ମେଣ୍ଟାଇବା ପାଇଁ ପ୍ରାକୃତିକ ପରିବେଶ ଉପରେ ନିର୍ଭର କରିଥାଏ । ଫଳରେ ପରିବେଶରେ ପରିବର୍ତ୍ତନ ହୁଏ ।
- ସେ କୃଷି ପାଇଁ ଭୂମି କର୍ଷଣ କରେ । ଜଳସେଚନ ବ୍ୟବସ୍ଥା ପାଇଁ କେନାଲ, ପୁଷ୍କରିଣୀ ଖନନ କରେ । ପରିବହନ ପାଇଁ ଜଙ୍ଗଲ କାଟି ରାସ୍ତା, ପୋଲ ନିର୍ମାଣ କରେ । ଜଙ୍ଗଲ କାଟି ଶିଳ୍ପ କାରଖାନା ସ୍ଥାପନ କରେ । ଫଳରେ ପରିବେଶରେ ପରିବର୍ତ୍ତନ ଘଟିଥାଏ ।
(ଖ). ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ ।
Answer:
- ଜୈବମଣ୍ଡଳରେ ପ୍ରାଣୀ ଓ ଉଦ୍ଭିଦ ସେମାନଙ୍କ ଜୀବନ ଧାରଣ ପାଇଁ ପରସ୍ପର ଉପରେ ନିର୍ଭରଶୀଳ ।
- ଉଦ୍ଭିଦ ନିଜେ ନିଜର ଖାଦ୍ୟ ପ୍ରସ୍ତୁତ କରେ; ପ୍ରାଣୀମାନଙ୍କ ଖାଦ୍ୟ ତଥା ଅନ୍ୟ କେତେକ ଆବଶ୍ୟକତାକୁ ଉଭିଦ ପୂରଣ କରେ ।
- ପ୍ରାଣୀମାନଙ୍କର ବର୍ଜ୍ୟ ପଦାର୍ଥ ବା ମୃତ ଅବଶେଷଗୁଡ଼ିକ ମୃତ୍ତିକାର ଉର୍ବରତା ବଢ଼ାଏ, ଯାହାଫଳରେ ଉଭିଦର ବୃଦ୍ଧି ପାଇଁ ସାହାଯ୍ୟ କରେ ।
(ଗ). ମଣିଷ ପ୍ରକୃତିର ବିନା ସହାୟତାରେ ଚଳିପାରେ ନାହିଁ ।
Answer:
- ପ୍ରକୃତି ଦ୍ଵାରା ସୃଷ୍ଟି ହୋଇଥିବା ଭୂମି, ଜଳ, ବାୟୁ, ଉଭିଦ, ଜୀବଜନ୍ତୁ ଆଦିକୁ ନେଇ ପ୍ରାକୃତିକ ପରିବେଶ ।
- ପରିବେଶ ହିଁ ମଣିଷର ଜୀବନ ଧାରଣ ନିମନ୍ତେ ମୌଳିକ ଆଧାର ଯୋଗାଇଥାଏ । ଶ୍ଵାସକ୍ରିୟା ପାଇଁ ପବନ, ପିଇବା, ସ୍ନାନ ଓ ସଫାସୁତରା ପାଇଁ ପାଣି, ଖାଇବା ପାଇଁ ଖାଦ୍ୟ ଏବଂ ଘର ପାଇଁ ଭୂମି ପ୍ରକୃତି ଯୋଗାଇଥାଏ । ତେଣୁ ପ୍ରକୃତିର ବିନା ସହାୟତାରେ ମଣିଷ ଚଳିପାରିବ ନାହିଁ ।