7th Class Geography(ଭୂଗୋଳ) - Chapter 1.2 The interior of the Earth (ପୃଥିବୀର ଅଭ୍ୟନ୍ତର)(ଶିଳା ଓ ଖଣିଜ) All Question With Answer

↓ Question & Answer ↓

୧. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(i). ପୃଥ‌ିବୀ କେଉଁ ତିନୋଟି ସ୍ତର ଦ୍ଵାରା ଗଠିତ ?
Answer:
ପୃଥ‌ିବୀ ଭୂତ୍ଵକ୍‌, ମଣ୍ଟାଲ୍ ବା ମଧ୍ଯମଣ୍ଡଳ ଏବଂ କୋର୍ ବା କେନ୍ଦ୍ରମଣ୍ଡଳ – ଏହି ତିନୋଟି ସ୍ତରଦ୍ଵାରା ଗଠିତ ।

(ii). ଶିଳା କ’ଣ ?
Answer:
ଖଣିଜ ପଦାର୍ଥର ମିଶ୍ରଣରେ ଶିଳା ସୃଷ୍ଟି ହୋଇଥାଏ । ଶିଳାଗୁଡ଼ିକର ରଙ୍ଗ, ଆକାର ଓ ଗଠନ ଭିନ୍ନ ଭିନ୍ନ ହୋଇଥାଏ ।

(iii). ତିନୋଟି ପ୍ରକାର ଶିଳାର ନାମ ଲେଖ ।
Answer:
ତିନିପ୍ରକାର ଶିଳାର ନାମ :

  • ଆଗ୍ନେୟ ଶିଳା,
  • ସ୍ତରୀଭୂତ ବା ଅବକ୍ଷିପ୍ତ ଶିଳା ଓ
  • ରୂପାନ୍ତରିତ ଶିଳା ।

(iv). ନିଃସ୍ରବଳ ଆଗ୍ନେୟ ଶିଳା କିପରି ସୃଷ୍ଟି ହୁଏ ?
Answer:

  • ଭୂତ୍ଵକ୍ ତଳେ ଥିବା ଉତ୍ତପ୍ତ ତଥା ତରଳ ମାତ୍ମା ଜ୍ଵାଳାମୁଖୀ ଦେଇ ଭୂପୃଷ୍ଠରେ ଲାଭା ଆକାରରେ ଜମା ହୁଏ ।
  • ଏହା ଶୀଘ୍ର ଶୀତଳ ଓ କଠିନ ହୋଇ ନିଃସ୍ରବଜ ଆଗ୍ନେୟ ଶିଳାରେ ପରିଣତ ହୁଏ ।

(v). ଶିଳାଚକ୍ର କହିଲେ କ’ଣ ବୁଝ ?
Answer:
ପ୍ରତ୍ୟେକ ଶିଳା ଅନୁକୂଳ ପରିସ୍ଥିତିରେ ଅନ୍ୟ ଏକ ଶିଳାରେ ପରିଣତ ହୁଏ । ଏହି ପରିବର୍ତ୍ତନ ଏକ ନିୟମିତ ଧାରାରେ ହୋଇଥାଏ । ଏହାକୁ ଶିଳାଚକ୍ର କୁହାଯାଏ ।

ଉଦାହରଣ : ଆଗ୍ନେୟ ଶିଳା ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇ ଅବକ୍ଷିପ୍ତ ଶିଳାରେ ପରିଣତ ହୁଏ । ସେହିପରି ରୂପାନ୍ତରିତ ଶିଳା ଅତ୍ୟଧିକ ତାପ ପ୍ରଭାବରେ ଅର୍ବତରଳ ମାଗ୍ନାରେ ଓ ମାଗ୍ନା ପୁନଶ୍ଚ ଶୀତଳ ଓ କଠିନ ହୋଇ ଆଗ୍ନେୟ ଶିଳାରେ ପରିଣତ ହୁଏ ।


(vi). ଶିଳାର କି କି ବ୍ୟବହାର ରହିଛି ?
Answer:

  • ରାସ୍ତା, ଗୃହ ତଥା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ଶିଳାକୁ ବ୍ୟବହାର କରାଯାଏ ।
  • ଗୋଲି ବା ବାଲିଗରଡ଼ା ବ୍ୟବହାର କରି ପିଲାମାନେ ବିଭିନ୍ନ ଖେଳ ଖେଳିଥାନ୍ତି ।


(vii). ରୂପାନ୍ତରିତ ଶିଳା କ’ଣ ?
Answer:

  • ଭୂତ୍ଵକ୍ ଅଭ୍ୟନ୍ତରରେ ଅତ୍ୟଧିକ ତାପ ଓ ଚାପ ପ୍ରଭାବରେ କେତେକ ଆଗ୍ନେୟ ଶିଳା ଓ ଅବକ୍ଷିପ୍ତ ଶିଳା ରାଶି ନୂତନ ଶିଳାରେ ପରିଣତ ହୋଇଥାନ୍ତି । ଏହାକୁ ରୂପାନ୍ତରିତ ଶିଳା କୁହାଯାଏ ।
  • କର୍ଦ୍ଦମ ଶିଳା ରୂପାନ୍ତରିତ ହୋଇ ପ୍ଲେଟ୍‌ରେ ଓ ଚୂନପଥର ମାର୍ବଲରେ ପରିଣତ ହୋଇଥାଏ ।

🗨
୨. ଠିକ୍ ଉତ୍ତରଟି ବାଛି ଲେଖ ।

(i). ଅଵତରଳ ମାଗ୍ନାରୁ କେଉଁ ଶିଳା ସୃଷ୍ଟି ହୋଇଥାଏ ?
(କ) ଆଗ୍ନେୟ
(ଖ) ଅବକ୍ଷିପ୍ତ
(ଗ) ରୂପାନ୍ତରିତ
Answer:
(କ) ଆଗ୍ନେୟ ଉତ୍ତର

(ii). ପୃଥ‌ିବୀର ଗଭୀରତମ ସ୍ତରକୁ କ’ଣ କୁହାଯାଏ ?
(କ) ଭୂତ୍ଵକ୍
(ଖ) ମାଷ୍ଟଲ୍
(ଗ) କୋର୍
Answer:
(ଗ) କୋର୍ ସ୍ତର ?

(iii). ସୁନା, ପେଟ୍ରୋଲିୟମ୍ ଓ କୋଇଲା କ’ଣ ?
(କ) ଶିଳା
(ଖ) ଖଣିଜ
(ଗ) ଜୀବାଶ୍ମ
Answer:
(ଖ) ଖଣିଜ

(iv). କେଉଁଟି ଜୀବାଶ୍ମ ଥିବା ଶିଳା ?
(କ) ଅବକ୍ଷିପ୍ତ
(ଖ) ରୂପାନ୍ତରିତ
(ଗ) ଆଗ୍ନେୟ
Answer:
(କ) ଅବକ୍ଷିପ୍ତ

(v). କେଉଁ ସ୍ତରଟି ପୃଥ‌ିବୀର ସବୁଠାରୁ ପତଳା
(କ) ଭୂତ୍ଵକ୍
(ଖ) ମାଣ୍ଡଲ୍
(ଗ) କୋର୍
Answer:
(କ) ଭୂତ୍ବକ୍


🗨
୩. ସ୍ତମ୍ଭ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) କୋର୍ (କ) ସ୍ଲେଟରେ ପରିଣତ ହୁଏ ।
(ii) ଖଣିଜଦ୍ରବ୍ୟ (ଖ) ରାସ୍ତା ଓ ଗୃହ ନିର୍ମାଣରେ ବ୍ୟବହୃତ ହୁଏ।
(iii) ଶିଳା (ଗ) ସିଲିକନ୍‌ ଓ ଆଲୁମିନାରେ ଗଠିତ |
(iv) କର୍ଦ୍ଦମ (ଘ) ନିର୍ଦ୍ଦିଷ୍ଟ ରାସାୟନିକ ଗଠନ ଥାଏ ।
(v) ସିଆଲ୍ (ଙ) ସବୁଠାରୁ ଗଭୀରତମ ସ୍ତର ।

Answer:
‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) କୋର୍ (ଙ) ସବୁଠାରୁ ଗଭୀରତମ ସ୍ତର ।
(ii) ଖଣିଜଦ୍ରବ୍ୟ (ଘ) ନିର୍ଦ୍ଦିଷ୍ଟ ରାସାୟନିକ ଗଠନ ଥାଏ ।
(iii) ଶିଳା (ଖ) ରାସ୍ତା ଓ ଗୃହ ନିର୍ମାଣରେ ବ୍ୟବହୃତ ହୁଏ।
(iv) କର୍ଦ୍ଦମ (କ) ସ୍ଲେଟରେ ପରିଣତ ହୁଏ ।
(v) ସିଆଲ୍ (ଗ) ସିଲିକନ୍‌ ଓ ଆଲୁମିନାରେ ଗଠିତ |

🗨