7th Class Geography(ଭୂଗୋଳ) - Chapter 1.3 The interior of the Earth (ପୃଥିବୀର ଅଭ୍ୟନ୍ତର)(ଭୂମିରୂପ) All Question With Answer
↓ Question & Answer ↓
(କ). ମହାଦେଶୀୟ ସ୍ଵଞ୍ଚଳନ କ’ଣ ?
Answer:
- ମହାଦେଶୀୟ ସଞ୍ଚଳନ ଏକ ଅତି ଧୀର ତଥା ନିରବଚ୍ଛିନ୍ନ ପ୍ରକ୍ରିୟା ।
- ଭୂବିଜ୍ଞାନୀମାନଙ୍କ ମତରେ, ଅଶ୍ଵମଣ୍ଡଳ କେତେଗୁଡ଼ିଏ ବିଶାଳ ପ୍ଲେଟ୍ ବା ପଟଳରେ ବିଭକ୍ତ ।
- ଏଗୁଡ଼ିକ ବର୍ଷକୁ ପ୍ରାୟ ପାଞ୍ଚ ସେଣ୍ଟିମିଟର ବା ତା’ଠାରୁ କମ୍ ବେଗରେ ଗତି କରିଥାନ୍ତି । କାରଣ ଏଗୁଡ଼ିକ ଗତିଶୀଳ ମାଗ୍ନା ବା ଅର୍ବତରଳ ଶିଳା ଉପରେ ଅବସ୍ଥିତ ଥିବାରୁ ଏହି ପଟଳଗୁଡ଼ିକର ଗତି ସମ୍ଭବ ହୋଇଛି ।
- ଫଳରେ ଜଳଭାଗ ଓ ସ୍ଥଳଭାଗ ଅନବରତ ସ୍ଥାନ ପରିବର୍ତ୍ତନ କରିବାରେ ଲାଗିଛନ୍ତି ।
(ଖ). ପ୍ଲେଟ୍ ବା ପଟଳ ଗତିର କାରଣ କ’ଣ ?
Answer:
- ଭୂବିଜ୍ଞାନୀଙ୍କ ମତରେ, ଅଶ୍ମମଣ୍ଡଳ କେତେଗୁଡ଼ିଏ ବିଶାଳ ପ୍ଲେଟ ବା ପଟଳରେ ବିଭକ୍ତ ।
- ଏହି ପଟଳଗୁଡ଼ିକର ନିଘାଂଶରେ ଥିବା ଅର୍ବତରଳ ଶିଳା ବା ମାଙ୍ଗା ଗତି ଶୀଳ । ତେଣୁ ଏହି ପ୍ଲେଟ (ପଟଳ)ଗୁଡ଼ିକର ଗତି ସମ୍ଭବ ହୋଇଛି ।
(ଗ). ସ୍ଥାନୀୟଭାବେ ଭୂମିକମ୍ପର ପୂର୍ବାନୁମାନ କିପରି କରାଯାଏ ?
Answer:
- ସାଧାରଣଭାବେ ପଶୁପକ୍ଷୀମାନଙ୍କର ବ୍ୟାବହାରିକ – ପରିବର୍ତ୍ତନକୁ ଲକ୍ଷ୍ୟ କରି ସ୍ଥାନୀୟଭାବେ ଭୂମିକମ୍ପର ପୂର୍ବାନୁମାନ କରାଯାଇଥାଏ ।
- ଭୂମିକମ୍ପ ହେବା ପୂର୍ବରୁ ପୁଷ୍କରିଣୀରେ ମାଛ ଆନ୍ଦୋଳିତ ହୋଇଥାନ୍ତି, ସାପ ଗାତରୁ ପଦାକୁ ବାହାରି ଆସନ୍ତା ଏବଂ ଗାଈଗୋରୁମାନେ ହଠାତ୍ ବୋବାଳି ଛାଡ଼ିଥାନ୍ତି ।
(ଘ). ସ୍ତରଚ୍ୟୁତି କାହାକୁ କୁହାଯାଏ ?
Answer:
- କେତେକ ଆଭ୍ୟନ୍ତରୀଣ ଶକ୍ତି ପ୍ରଭାବରେ ଶିଳାସ୍ତର ଉଭୟ ଦିଗରେ ଟାଣି ହୋଇଯାଇ କ୍ରମେ ଫାଟ ସୃଷ୍ଟି ହୁଏ ।
- ଫାଟର ଉଭୟ ପାର୍ଶ୍ଵରେ ଥିବା ଶିଳାସ୍ତରରେ ଚଳନ ହୋଇ ଏହାର କୌଣସି ଅଂଶ ଉପର ବା ତଳକୁ ଚାଲିଯାଏ ।
- ଫଳରେ ବିଭିନ୍ନ ଶିଳାସ୍ତର ମଧ୍ଯରେ ତାଳମେଳ ରହେ ନାହିଁ । ଏହାକୁ ସ୍ତରଚ୍ୟୁତି କୁହାଯାଏ ।
(ଙ). ଉଦାହରଣ ସହ ବିଭିନ୍ନ ପ୍ରକାର ପର୍ବତର ନାମ ଲେଖ ।
Answer:

(ଚ). ମାଳଭୂମି କାହାକୁ କୁହାଯାଏ ?
Answer:
- ସମୁଦ୍ର ପତ୍ତନରୁ ପ୍ରାୟ ୪୦୦ ମିଟର ବା ଅଧିକ ଉଚ୍ଚତାରେ ଅବସ୍ଥିତ ସମପ୍ରାୟ ଭୂମିକୁ ମାଳଭୂମି କୁହାଯାଏ ।
- ସମତଳ ଭୂମିରୁ ଏଗୁଡ଼ିକ ତୀଖଭାବେ ଉଠିଥାଆନ୍ତି । ତେଣୁ ମାଳଭୂମିଗୁଡ଼ିକର ପାର୍ଶ୍ୱ ଅଧିକ ଢାଲୁ ବିଶିଷ୍ଟ ।
- ଏକ ବିସ୍ତୀର୍ଣ୍ଣ ଟେବୁଲ ଭଳି ଦେଖାଯାଉ ଥିବାରୁ ମାଳଭୂମିକୁ ଟେବୁଲଲାଣ୍ଡ ମଧ୍ଯ କୁହାଯାଏ ।
(ଛ). ସମାନୀକରଣ ପ୍ରକ୍ରିୟା କ’ଣ ?
Answer:
- ଭୂପୃଷ୍ଠରେ କାର୍ଯ୍ୟ କରୁଥିବା ବାହ୍ୟ ଶକ୍ତିଗୁଡ଼ିକ (ପବନ, ନଦୀ, ହିମବାହ, ଭୂତଳ ଜଳ, ସାମୁଦ୍ରିକ ତରଙ୍ଗ) ଉଚ୍ଚଭୂମିକୁ କ୍ଷୟ କରିବା ସହ କ୍ଷୟଜାତ ପଦାର୍ଥକୁ ନିମ୍ନଭୂମିରେ ଜମା କରିଥାନ୍ତି ।
- ତେଣୁ ଭୂପୃଷ୍ଠ ସମପ୍ରାୟ ଭୂମିରେ ପରିଣତ ହୋଇଥାଏ । ଏହି ପ୍ରକ୍ରିୟାକୁ ସମାନୀକରଣ ପ୍ରକ୍ରିୟା କୁହାଯାଏ ।
(ଜ). ଅଶ୍ଵଖୁରାକୃତି ହ୍ରଦ କିପରି ସୃଷ୍ଟି ହୁଏ ?
Answer:
ସମତଳଶଯ୍ୟାରେ ନଦୀସ୍ରୋତ ଧୀର ହେବାଦ୍ଵାରା ନଦୀବାଙ୍କ ସୃଷ୍ଟି ହୁଏ । ନଦୀବାଙ୍କର ଗୋଟିଏ ପାର୍ଶ୍ଵରେ ନଦୀଜଳ ଦ୍ୱାରା ବାଡ଼େଇ ହେବାଦ୍ଵାରା କ୍ଷୟ ହୁଏ । ଏହାର

ଠିକ୍ ବିପରୀତ ପାର୍ଶ୍ଵରେ ବାଲି, ପଟୁ ଆଦି ଜମାହୋଇ ରହେ । ଧୀରେ ଧୀରେ ନଦୀବାଙ୍କର ଉଭୟ ମୁଣ୍ଡ ପରସ୍ପରର ନିକଟବର୍ତ୍ତୀ ହୋଇଥାଏ ।
ବନ୍ୟା ସମୟରେ ନଦୀ ବୁଲାଣି ପଥ ପରିତ୍ୟାଗ କରି ସିଧାସଳଖ ପ୍ରବାହିତ ହୁଏ; ଫଳରେ ନଦୀବାଙ୍କଟି ଏକ କ୍ଷୁଦ୍ର ଅଗଭୀର ହ୍ରଦ ଆକାରରେ ରହିଯାଏ । ଏହାକୁ ଅଶ୍ଵଖୁରାକୃତି ହ୍ରଦ କୁହାଯାଏ ।
(ଝ). ଗ୍ରାବରେଖା କ’ଣ ?
Answer:
- ହିମବାହ ବୋହି ଆଣୁଥିବା ଭିନ୍ନ ଭିନ୍ନ ଆକୃତିର ଶିଳାଖଣ୍ଡକୁ ଏହାର ପାର୍ଶ୍ଵ ତଥା ଅଗ୍ରଭାଗରେ ଜମା କରିଥାଏ । ଏହାକୁ ଗ୍ରାବ କୁହାଯାଏ ।
- ଏହି ଗ୍ରାବ ହିମବାହର ପାର୍ଶ୍ଵରେ ରେଖା ସଦୃଶ ଲମ୍ବି ରହିଥିବାରୁ ଏଗୁଡ଼ିକୁ ଗ୍ରାବରେଖା କୁହାଯାଏ ।
(ଙ). ବାଲୁକାସ୍ତୂପ କିପରି ସୃଷ୍ଟି ହୁଏ ?
Answer:
ମରୁଭୂମିରେ ପବନଦ୍ୱାରା ପରିବାହିତ ହୋଇ ଅପେକ୍ଷାକୃତ ବଡ଼ ବଡ଼ ବାଲୁକାରାଶି ମରୁଭୂମି ଭିତରେ ଛୋଟ ଛୋଟ ପାହାଡ଼ ଆକାରରେ ଜମା ହୁଏ । ଏହାକୁ ବାଲୁକା ସ୍ତୂପ କୁହାଯାଏ ।
(i). କେଉଁଟି ଏକ ଦ୍ଵିତୀୟଶ୍ରେଣୀ ଭୂମିରୂପ ?
(କ) ଜଳପ୍ରପାତ
(ଗ) ମହାସାଗର
(ଖ) ମହୀସୋପାନ
Answer:
(ଖ) ମହୀସୋପାନ
(ii). କେଉଁଟି ପୃଥିବୀର ତ୍ଵରିତ ଚଳନ ଯୋଗୁଁ ହୋଇଥାଏ ?
(କ) ଅଗ୍ନି ଉଦ୍ଗିରଣ
(ଖ) ପର୍ବତ ଗଠନ
(ଗ) ମହାଦେଶୀୟ ସଞ୍ଚଳନ
Answer:
(କ) ଅଗ୍ନି ଉଦ୍ଗିରଣ
(iii). କେଉଁ ନଦୀଟି ଏକ ଗ୍ରସ୍ତ ଉପତ୍ୟକା ଦେଇ ପ୍ରବାହିତ ହେଉଛି ?
(କ) ମହାନଦୀ
(ଗ) କାବେରୀ
(ଖ) ନର୍ମଦା
Answer:
(ଖ) ନର୍ମଦା
(iv). ଉତ୍ତର ଆମେରିକା କେଉଁ ପୁରାତନ ଭୂଖଣ୍ଡର ଅଂଶ ଥିଲା ?
(କ) ପାନ୍ଥାଲାସା
(ଗ) ଆଙ୍ଗାରାଲାଣ୍ଡ
(ଖ) ଗଣ୍ଡୱାନାଲାଣ୍ଡ
Answer:
(ଗ) ଆଙ୍ଗାରାଲାଣ୍ଡ
(v). ଭୂମିକମ୍ପ ଉତ୍ପରିସ୍ଥଳକୁ କ’ଣ କୁହାଯାଏ ?
(କ) ଉପକେନ୍ଦ୍ର
(ଗ) ଗ୍ରସ୍ତ ଉପତ୍ୟକା
(ଖ) ଭୂକମ୍ପ କେନ୍ଦ୍ର
Answer:
(ଖ) ଭୂକମ୍ପ କେନ୍ଦ୍ର
(vi). ଅଶ୍ବଖୁରାକୃତି ହ୍ରଦ କେଉଁଠି ଦେଖାଯାଏ ?
(କ) ନଦୀ ଉପତ୍ୟକା
(ଗ) ମରୁଭୂମି
(ଖ) ପାର୍ବତ୍ୟଭୂମି
Answer:
(କ) ନଦୀ ଉପତ୍ୟକା
(vii). ଛତୁଶିଳା କାହାଦ୍ଵାରା ସୃଷ୍ଟି ହୁଏ ?
(କ) ନଦୀ
(ଗ) ହିମବାହ
(ଖ) ପବନ
Answer:
(ଖ) ପବନ
(viii). କେଉଁଟି ସାମୁଦ୍ରିକ ତରଙ୍ଗ ଦ୍ବାରା ସୃଷ୍ଟି ହୁଏ ?
(କ) ବେଳାଭୂମି
(ଗ) ତ୍ରିକୋଣଭୂମି
(ଖ) ପ୍ଳାବନଭୂମି
Answer:
(କ) ବେଳାଭୂମି
(ix). ପଟୁବ୍ୟଜନ ପାହାଡ଼ର କେଉଁ ଅଂଶରେ ସୃଷ୍ଟି ହୁଏ ?
(କ) ଶୀର୍ଷଦେଶ
(ଗ) ପାଦଦେଶ
(ଖ) ମଧ୍ୟଅଂଶ
Answer:
(ଗ) ପାଦଦେଶ
(x). ଚୂନପଥର ଅଞ୍ଚଳର ଭୂପୃଷ୍ଠସ୍ଥ ଶୁଷ୍କ ନଦୀ ଉପତ୍ୟକାକୁ କ’ଣ କୁହାଯାଏ ?
(କ) ଅଦୃଶ୍ୟ ଉପତ୍ୟକା
(ଖ) ‘U’ ଉପତ୍ୟକା
(ଗ) ‘V’ ଉପତ୍ୟକା
Answer:
(କ) ଅଦୃଶ୍ୟ
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
---|---|
(i) ହିମବାହ | (କ) ଉପକୂଳ |
(ii) ତ୍ରିକୋଣଭୂମି | (ଖ) ବରଫସ୍ରୋତ |
(iii) ବେଳାଭୂମି | (ଗ) ଭୂତଳଜଳ |
(iv) ବାଲୁକାସ୍ତୁପ | (ଘ) ନଦୀ |
(v) ଜଳପ୍ରପାତ | (ଙ) ମରୁଭୁମି |
(vi) ଉଭାଲା | (ଚ) କଠିନ ଶିଳା |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
---|---|
(i) ହିମବାହ | (କ) ବରଫସ୍ରୋତ |
(ii) ତ୍ରିକୋଣଭୂମି | (ଖ) ନଦୀ |
(iii) ବେଳାଭୂମି | (ଗ) ଉପକୂଳ |
(iv) ବାଲୁକାସ୍ତୁପ | (ଘ) ମରୁଭୁମି |
(v) ଜଳପ୍ରପାତ | (ଙ) କଠିନ ଶିଳା |
(vi) ଉଭାଲା | (ଚ) ଭୂତଳଜଳ |
i. ସମତଳ ଶଯ୍ୟାରେ ନଦୀବାଙ୍କ ସୃଷ୍ଟି ହୁଏ ।
Answer:
- ସମତଳ ଶଯ୍ୟାରେ ନଦୀସ୍ରୋତ ଧୀର ହୁଏ ।
- ସାମାନ୍ୟ ବାଧା ପାଇଲେ ନଦୀ ଗତି ପରିବର୍ତ୍ତନ କରି ଅଙ୍କାବଙ୍କା ପଥରେ ପ୍ରବାହିତ ହେଲେ ନଦୀବାଙ୍କ ସୃଷ୍ଟି ହୁଏ ।
ii. କେତେକ ଶିଳା ଛତୁ ଆକୃତିର ।
Answer:
- ମରୁଭୂମିରେ ପବନର ବେଗ ଅଧିକ ହୋଇଥାଏ । ପବନ ସହ ବାଲି ଓ ଶିଳାରେଣୁ ମିଶି ଏହାର କ୍ଷୟଶକ୍ତି ବଢ଼ାଇଥାଏ ।
- ଭୂପୃଷ୍ଠରୁ ଅଳ୍ପ ଉଚ୍ଚତାରେ ପବନ ଅଧିକ କ୍ଷୟ କରିଥାଏ । ଉଚ୍ଚତା ବଢ଼ିବା ସହ ବାଲିର ପରିମାଣ କମ୍ ରହୁଥିବାରୁ କ୍ଷୟଶକ୍ତି କମିଯାଏ ।
- ଫଳରେ ମରୁଭୂମିମାନଙ୍କରେ ଛତୁ ଆକୃତିର ଭୂମିରୂପ ସୃଷ୍ଟି ହୋଇଥାଏ ଯାହାର ଆଧାର ଭୂମି ଓ ଉପର ଅଂଶ ପ୍ରଶସ୍ଥ ଓ ମଝି ଅଂଶ ସରୁ ଥାଏ । ।
iii. ସାମୁଦ୍ରିକ ଗୁମ୍ଫା ଷ୍ଟମ୍ପ୍ରେ ପରିଣତ ହୁଏ ।
Answer:
- ସମୁଦ୍ର ଭିତରକୁ ଲମ୍ବିଥୁବା ପାହାଡ଼ ତରଙ୍ଗ ଦ୍ଵାରା କ୍ଷୟିତ ହୋଇ ଉଭୟ ପାର୍ଶ୍ବରେ ଗୁମ୍ଫାରେ ପରିଣତ ହୁଏ । ପରେ ଗୁମ୍ଫା । ପରସ୍ପର ସହ ମିଶି ସାମୁଦ୍ରିକ ତୋରଣ ସୃଷ୍ଟିକରେ ।
- ପରେ ଏହାର ଉପର ଅଂଶ କ୍ଷୟ ହୋଇ ଷ୍ଟାକ୍ ଓ ଏହା ଅଧୁକ କ୍ଷୟ ହୋଇ ଷ୍ଟମରେ ପରିଣତ ହୁଏ, ଯାହା ସମୁଦ୍ର ଭିତରେ ପ୍ରାଚୀର ପରି ରହିଥାଏ ।
iv. ଭୂମିକମ୍ପ ଯୋଗୁଁ କୋଠାଘର ଭାଙ୍ଗିଯାଏ ।
Answer:
- ଆଭ୍ୟନ୍ତରୀଣ ଶକ୍ତି ପ୍ରଭାବରେ ହଠାତ୍ ଭୂଚଳନ ହୋଇ ଭୂମିକମ୍ପ ହୋଇଥାଏ । ଭୂକମ୍ପ କେନ୍ଦ୍ରରୁ ବିପୁଳ ପରିମାଣର ଶକ୍ତି ତରଙ୍ଗ ଆକାରରେ ଚତୁର୍ଦ୍ଦିଗକୁ ଗତି କରେ ।
- ଭୂପୃଷ୍ଠର ଉପକେନ୍ଦ୍ରଠାରେ ଭୂକମ୍ପ ଜନିତ କ୍ଷୟକ୍ଷତି ସର୍ବାଧିକ ହୋଇଥାଏ । ୬,୦ ରିଚର ମାନର ଭୂମିକମ୍ପ କ୍ଷେତ୍ରରେ କୋଠାଘର ଭାଙ୍ଗିଯାଏ ।
v. ସ୍ତରଚ୍ୟୁତି ଯୋଗୁଁ ଗ୍ରସ୍ତ ଉପତ୍ୟକା ସୃଷ୍ଟି ହୁଏ ।
Answer:
- ଆଭ୍ୟନ୍ତରୀଣ ଶକ୍ତି ପ୍ରଭାବରେ ଶିଳାସ୍ତର ମଧ୍ଯରେ ସ୍ତରଚ୍ଯୁତି ହୋଇଥାଏ ।
- ବେଳେବେଳେ ଦୁଇଟି ସ୍ତରଚ୍ଯୁତିର ମଧ୍ୟବର୍ତୀ ଅଂଶ ଦବିଯାଇ ଗ୍ରସ୍ତ ଉପତ୍ୟକା ସୃଷ୍ଟି ହୋଇଥାଏ ।