7th Class Geography(ଭୂଗୋଳ) - Chapter 2 Atmosphere (ବାୟୁମଣ୍ଡଳ) All Question With Answer
↓ Question & Answer ↓
Answer:
- ବାୟୁମଣ୍ଡଳର ତାପମାତ୍ରାକୁ ଭିଭିକରି ବାୟୁମଣ୍ଡଳକୁ ପାଞ୍ଚଗୋଟି ସ୍ତରରେ ବିଭକ୍ତ କରାଯାଇଛି; ଯଥା- ଟ୍ରପୋସ୍ଟିଅର୍, ଷ୍ଟ୍ରାଟୋସ୍ପିଅର୍, ମେସୋସ୍ପିଅର୍, ଥର୍ମୋସ୍ପିଅର୍ ଏବଂ ଏକ୍ସୋସ୍ପିଅର୍।
- ଟ୍ରପୋସ୍ପିଅର୍ : ଏହା ବାୟୁମଣ୍ଡଳର ସର୍ବନିମ୍ନ ସ୍ତର । ଏହାର ହାରାହାରି ଉଚ୍ଚତା ୧୨ କିଲୋମିଟର । ମେରୁ ଅଞ୍ଚଳରେ ଏହାର ଉଚ୍ଚତା ପ୍ରାୟ ୮ କିଲୋମିଟର ଏବଂ ବିଷୁବ ଅଞ୍ଚଳରେ ପ୍ରାୟ ୧୬ କିଲୋମିଟର । ଏହି ସ୍ତରରେ ବୃଷ୍ଟିପାତ, ତୁଷାରପାତ, କୁହୁଡ଼ି, କୁଆପଥର ଆଦି ଜଳବାୟୁ ଓ ପାଣିପାଗ ସମ୍ବନ୍ଧୀୟ ଘଟଣାବଳୀ ଘଟିଥାଏ ।
- ଷ୍ଟ୍ରାଟୋସ୍ପିଅର୍ : ଟ୍ରପୋସ୍ପିଅର୍ ଉପରକୁ ଅବସ୍ଥିତ ଏହି ସ୍ତରଟି ପ୍ରାୟ ୫୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି । ଏହାର ନିମାଂଶରେ ଓଜୋନ୍ ଗ୍ୟାସ୍ ରହିଛି । ଏଠାରେ ଧୂଳିକଣା ଓ ଜଳୀୟବାଷ୍ପ ନ ଥିବାରୁ ଜଳବାୟୁ ସମ୍ବନ୍ଧୀୟ ଘଟଣା ସଂଗଠିତ ହୁଏ ନାହିଁ । ବିମାନ ଚଳାଚଳ ପାଇଁ ଏହି ସ୍ତରଟି ଅନୁକୂଳ ।
- ମେସୋସ୍ପିଅର୍ : ମେସୋସ୍ପିଅର୍ ଉପରକୁ ପ୍ରାୟ ୮୦ କି.ମି. ଉଚ୍ଚତା ବ୍ୟାପୀ ଥିବା ଏହି ସ୍ତରରେ ଉଚ୍ଚତା ବୃଦ୍ଧି ସହ ତାପମାତ୍ରା ହ୍ରାସ ପାଇଥାଏ ।
- ଥର୍ମୋସ୍ଟି ଅର୍ : ମେସୋସ୍ପିଅର୍ ଉପରକୁ ପ୍ରାୟ ୮୦ କି.ମି.ଠାରୁ ବାୟୁମଣ୍ଡଳ ଶେଷ ପର୍ଯ୍ୟନ୍ତ ଏହି ସ୍ତର ପରିବ୍ୟାପ୍ତ । ଏହି ସ୍ତରରେ ଉଚ୍ଚତା ବୃଦ୍ଧି ସହ ତାପମାତ୍ରା ଅଧୁକ ବୃଦ୍ଧି ପାଏ । ଏହାର ନିମାଂଶ ପ୍ରାୟ ୮୦ କି.ମି.ରୁ ୪୦୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ସ୍ତରରେ ଘନୀଭୂତ ଆୟନ କଣିକା ଥିବାରୁ ଏହାକୁ ଆୟୋନୋସ୍ପିଅର୍ କୁହାଯାଏ ।
- ଏକ୍ସୋସ୍ପିଅର୍ : ହିଲିୟମ୍ ଓ ଉଦ୍ଜାନ ଭଳି ହାଲୁକା ଗ୍ୟାସ୍ ଥିବା ଏହି ପତଳା ସ୍ତରଟି ବାୟୁମଣ୍ଡଳର ବାହ୍ୟ ସ୍ତର ।
Answer:
- ଜଳବାୟୁର ନିୟାମକଗୁଡ଼ିକ ହେଲା- କୌଣସି ସ୍ଥାନର ଅକ୍ଷାଂଶ, ସମୁଦ୍ର ପତ୍ତନରୁ ଉଚ୍ଚତା, ଜଳ ଓ ସ୍ଥଳଭାଗର ବଣ୍ଟନ, ସାମୁଦ୍ରିକ ସ୍ରୋତ, ପବନର ଦିଗ ଓ ଉଭିଦ ।
- ଏଥୁମଧ୍ୟରୁ ଦୁଇଟି ନିୟାମକ ସମ୍ପର୍କରେ ଆଲୋଚନା
କରାଗଲା :
(a) ଅକ୍ଷାଂଶ ; କୌଣସି ସ୍ଥାନର ଅକ୍ଷାଂଶ ଉପରେ ସେହି ସ୍ଥାନର ସୌରରଶ୍ମି ସଂଗ୍ରହର ପରିମାଣ ନିର୍ଭର କରେ । ନିମ୍ନ ଅକ୍ଷାଂଶରେ ଅର୍ଥାତ୍ ବିଷୁବ ଅଞ୍ଚଳରେ ସୂର୍ଯ୍ୟରଶ୍ମି ଲମ୍ବ ବା ସଳଖ ଭାବରେ ପଡୁଥିବାରୁ ତାପମାତ୍ରା ଅଧିକ ହୁଏ । ସେହିପରି ଅକ୍ଷାଂଶ ବୃଦ୍ଧି ସହ ସୌରତାପର ପରିମାଣ କମି କମି ଯାଏ । ଭୁଚ୍ଚ ଅକ୍ଷାଂଶରେ ସୂର୍ଯ୍ୟକିରଣ ତୀର୍ଯ୍ୟକ୍ ଭାବରେ ପଡ଼ୁଥିବାରୁ ତାପମାତ୍ରା କମ୍ ହୁଏ ।
(b) ସମୁଦ୍ର ପତ୍ତନଠାରୁ ଉଚ୍ଚତା ; ସମୁଦ୍ର ପତ୍ତନରେ ବାୟୁର ତାପମାତ୍ରା ଅଧିକ ଥାଏ । ଉଚ୍ଚତା ବୃଦ୍ଧି ହେଲେ ତାପମାତ୍ରା ହ୍ରାସ ପାଏ । ସେହିପରି ସମୁଦ୍ର ପତ୍ତନରେ ବାୟୁର ଘନତା ଅଧିକ ଥିବାରୁ ବାୟୁଚାପ ଅଧିକ । ଉଚ୍ଚତା ବୃଦ୍ଧି ସହ ବାୟୁଚାପ ହ୍ରାସ ପାଏ ।
Answer:
- ପୃଥିବୀପୃଷ୍ଠରେ ୩ ଗୋଟି ଲଘୁଚାପ ବଳୟ ଓ ୪ ଗୋଟି ଗୁରୁଚାପ ବଳୟ ସ୍ଥାୟୀଭାବରେ ରହିଛି ।
- ବିଷୁବମଣ୍ଡଳ ସୂର୍ଯ୍ୟକିରଣରୁ ଅଧିକ ଉତ୍ତାପ ପାଉଥିବା ହେତୁ ଏଠାରେ ଲଘୁଚାପ ସୃଷ୍ଟି ହୁଏ, ତେଣୁ ଏଠାରେ ନିରକ୍ଷୀୟ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏଠାରେ ବାୟୁ ସର୍ବଦା ତଳୁ ଉପର ଆଡ଼କୁ ଗତି କରିଥାଏ ।

- ବିଷୁବ ଅଞ୍ଚଳରୁ ଉତ୍ତପ୍ତ ବାୟୁ ଉପରକୁ ଉଠି ଉଭୟ ମେରୁ ଆଡ଼କୁ ପ୍ରବାହିତ ହୋଇଥାଏ । ଉପର ସ୍ତରରେ ଏହି ବାୟୁ କ୍ରାନ୍ତୀୟ ଅଞ୍ଚଳରେ ପହଞ୍ଚିବାବେଳକୁ ଥଣ୍ଡା ହୋଇ ଉଭୟ ଗୋଲାର୍ଦ୍ଧର ୨୫°ରୁ ୩୫° ସମାକ୍ଷରେଖା ମଧ୍ଯରେ ନିମ୍ନଗାମୀ ହୁଏ । ତେଣୁ ଏଠାରେ ଉପକ୍ରାନ୍ତୀୟ ଗୁରୁଚାପ ବଳୟ ସୃଷ୍ଟି ହୋଇଛି ।
- ଉଭୟ ଗୋଲାର୍ଦ୍ଧର ୬୦°ରୁ ୭୦° ସମାକ୍ଷରେଖା ମଧ୍ଯରେ ସୃଷ୍ଟି ହେଉଥିବା ଚାପବଳୟକୁ ଉପମେରୁ ଲଘୁଚାପ ବଳୟ କୁହାଯାଏ । ଦୁଇ ମେରୁବୃତ୍ତ ନିକଟରେ ପୃଥିବୀର ଆବର୍ତ୍ତନ ବେଗ ଅଧିକ ଥିବା ହେତୁ ଏହି ଅଞ୍ଚଳର ବାୟୁ କ୍ରାନ୍ତୀୟ ଅଞ୍ଚଳକୁ ବିକ୍ଷିପ୍ତ ହେଉଥିବାରୁ ବାୟୁ ପତଳା ହୋଇ ଲଘୁଚାପ ବଳୟ ସୃଷ୍ଟି ହୋଇଛି ।
- ସେହିପରି ଉଭୟ ମେରୁ ଅଞ୍ଚଳର ବାୟୁ ଶୀତଳ ଓ- ଓଜନିଆ ହେତୁ ଏହି ଅଞ୍ଚଳରେ ବାୟୁର ଚାପ ଅଧିକ ହୁଏ । ତେଣୁ ଉଭୟ ମେରୁ ଅଞ୍ଚଳରେ ମେରୁମଣ୍ଡଳୀୟ ଗୁରୁଚାପ ବଳୟ ସୃଷ୍ଟି ହୋଇଛି ।
Answer:
ବାୟୁପ୍ରବାହକୁ ମୁଖ୍ୟତଃ ଚାରିଶ୍ରେଣୀରେ ବିଭକ୍ତ କରାଯାଏ; ଯଥା- ନିୟତ ବାୟୁ ପ୍ରବାହ, ସାମୟିକ ବାୟୁ ପ୍ରବାହ, ସ୍ଥାନୀୟ ବାୟୁପ୍ରବାହ ଓ ଆକସ୍ମିକ ବାୟୁପ୍ରବାହ । ନିୟତ ବାୟୁପ୍ରବାହ ଏକ ସ୍ଥାୟୀ ବାୟୁପ୍ରବାହ ଅଟେ ।
- ପୃଥିବୀର ସ୍ଥାୟୀ ଗୁରୁଚାପ ବଳୟରୁ ସ୍ଥାୟୀ ଲଘୁଚାପ ବଳୟକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ବହୁଥିବା ବାୟୁକୁ ନିୟତ ବାୟୁ କୁହାଯାଏ । ଆୟନ ବାୟୁ, ପଶ୍ଚିମା ବାୟୁ ଓ ମେରୁ ବାୟୁ ଏହି ବାୟୁର ଅନ୍ତର୍ଗତ ।
- ଉପକ୍ରାନ୍ତୀୟ ‘ଗୁରୁଚାପ ବଳୟରୁ ନିରକ୍ଷୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁକୁ ଆୟନ ବାୟୁ କୁହାଯାଏ ।
- ଉତ୍ତର ଗୋଲାର୍ଦ୍ଧରେ ଏହା ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ-ପୂର୍ବ ଦିଗରୁ ପ୍ରବାହିତ ହେଉଥିବାରୁ ଏହାର ନାମ ଯଥାକ୍ରମେ ଉତ୍ତର-ପୂର୍ବ ଆୟନ ବାୟୁ ଓ ଦକ୍ଷିଣ-ପୂର୍ବ ଆୟନ ବାୟୁ ଅଟେ ।
- ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ଉପମେରୁ ଲଘୁଚାପ ବଳୟକୁ ପ୍ରବାହିତ ହେଉଥିବା ବାୟୁକୁ ପଶ୍ଚିମାବାୟୁ କୁହାଯାଏ । ଏହି ବାୟୁ ଉତ୍ତର ଗୋଲାର୍ଦ୍ଧରେ ଦକ୍ଷିଣ- ପଶ୍ଚିମ କୋଣରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଉତ୍ତର – ପଶ୍ଚିମ କୋଣରୁ ବହେ । ଏହାର ଦିଗ ଓ ବେଗ ପରିବର୍ତ୍ତନଶୀଳ ଥିବାରୁ ଏହାକୁ ପରିବର୍ତ୍ତନଶୀଳ ପଶ୍ଚିମାବାୟୁ କୁହାଯାଏ ।
- ଉଭୟ ଗୋଲାର୍ଦ୍ଧରେ ମେରୁମଣ୍ଡଳୀୟ ଗୁରୁଚାପ ଅଞ୍ଚଳରୁ ଉପମେରୁ ଲଘୁଚାପ ବଳୟକୁ ପ୍ରବାହିତ ମେରୁବାୟୁ ଉତ୍ତର ଗୋଲାର୍ଦ୍ଧରେ ଉତ୍ତର-ପୂର୍ବ ଦିଗରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ-ପୂର୍ବ ଦିଗରୁ ପ୍ରବାହିତ ହୁଏ ।
Answer:
ମେଘରେ ଥିବା ଜଳକଣା ଘନୀଭୂତ ହୋଇ ଜଳ ଆକାରରେ ଭୂପୃଷ୍ଠରେ ପଡ଼ିବାକୁ ବୃଷ୍ଟିପାତ କୁହାଯାଏ ।
ବୃଷ୍ଟିପାତ ତିନି ପ୍ରକାରର, ଯଥା- ପରିଚଳନ ବୃଷ୍ଟିପାତ, ଶୈଳୋତ୍ରକ୍ଷେପ ବୃଷ୍ଟିପାତ ଏବଂ ବାତାବର୍ଷ ବୃଷ୍ଟିପାତ ।
ପରିଚଳନ ବୃଷ୍ଟିପାତ : ସୂର୍ଯ୍ୟରଶ୍ମି ଦ୍ଵାରା ଭୂପୃଷ୍ଠ ଉତ୍ତପ୍ତ ହେଲେ ଭୂପୃଷ୍ଠ ସହ ଲାଗିରହିଥିବା ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠେ ଏବଂ ପରିଚଳନ ବାୟୁପ୍ରବାହ ସୃଷ୍ଟି ହୁଏ । ଏହି ବାୟୁରେ ଜଳୀୟବାଷ୍ପ ଥିଲେ ଏହା ଆକାଶରେ ବହୁ ଉଚ୍ଚରେ ମେଘ ସୃଷ୍ଟିକରି ସଙ୍ଗେ ସଙ୍ଗେ ପ୍ରବଳ ବର୍ଷା ‘କରାଯାଏ । ପରିଚଳନ ବାୟୁସ୍ରୋତ ଫଳରେ ଏହି ବର୍ଷା ହେଉଥିବାରୁ ଏହାକୁ ପରିଚଳନ ବୃଷ୍ଟିପାତ କୁହାଯାଏ।
ଶୈଳୋକ୍ଷେପ ବୃଷ୍ଟିପାତ : ଜଳୀୟବାଷ୍ପପୂର୍ଣ୍ଣ ବାୟୁ କୌଣସି ଉଚ୍ଚଭୂମି କିମ୍ବା ପର୍ବତରେ ବାଧାପାଇ ଉପରକୁ ଉଠେ । ଉପରକୁ ଉଠିଯିବା ଫଳରେ ତାହା ଶୀତଳ ହୋଇ ପରିପୃକ୍ତ ହୁଏ। ଏହାର କ୍ଷୁଦ୍ର ଜଳକଣାସବୁ ଜଳବିନ୍ଦୁରେ ପରିଣତ ହୋଇ ବୃଷ୍ଟି ଆକାରରେ ପଡ଼େ । ଏହାକୁ ଶୈଳୋତ୍କ୍ଷେପ ବୃଷ୍ଟିପାତ କୁହାଯାଏ । ପର୍ବତର ପ୍ରତିବାତ ପାର୍ଶ୍ଵରେ ପ୍ରବଳ ବୃଷ୍ଟିପାତ ହୁଏ, ମାତ୍ର ଅନୁବାତ ପାର୍ଶ୍ଵରେ କମ୍ ବୃଷ୍ଟିପାତ ହୋଇଥାଏ।
ବାତାବର୍ଷ ଜନିତ ବୃଷ୍ଟିପାତ ; କ୍ରାନ୍ତିମଣ୍ଡଳ ଅନ୍ତର୍ଗତ ସମୁଦ୍ର ଉପରେ ବାୟୁଚାପ ହ୍ରାସ ପାଇବା ଫଳରେ ସୃଷ୍ଟି ହୋଇଥୁବା ଲଘୁଚାପ କେନ୍ଦ୍ର ଆଡ଼କୁ ବାୟୁ ପ୍ରବାହିତ ହୁଏ । ଏହି ବାୟୁ ଘୂରି ଘୂରି ଉପରକୁ ଉଠିଯାଏ ଓ ଏଥିରେ ଥିବା ଜଳୀୟବାଷ୍ପ ଘନୀଭୂତ ହୋଇ ପ୍ରବଳ ବର୍ଷା କରାଏ।
‘କ’ସ୍ତମ୍ଭ | ‘ଖ’ସ୍ତମ୍ଭ |
---|---|
ଚିନୁକ୍ | ପଶ୍ଚିମବଙ୍ଗ |
ଲୁ | ଦକ୍ଷିଣପୂର୍ବ ଏସିଆ |
ମେରୁବାୟୁ | ରାଜସ୍ଥାନ |
ମୌସୁମୀ | ଆଣ୍ଟାର୍କଟିକା |
କାଳବୈଶାଖୀ | ଆଣ୍ଡିଜ୍ ପର୍ବତମାଳା |
ରକିପର୍ବତମାଳା |
Answer:
‘କ’ସ୍ତମ୍ଭ | ‘ଖ’ସ୍ତମ୍ଭ |
---|---|
ଚିନୁକ୍ | ରକି ପର୍ବତମାଳା |
ଲୁ | ରାଜସ୍ଥାନ |
ମେରୁବାୟୁ | ଆଣ୍ଟାର୍କଟିକା |
ମୌସୁମୀ | ଦକ୍ଷିଣ-ପୂର୍ବ ଏସିଆ |
କାଳବୈଶାଖୀ | ପଶ୍ଚିମବଙ୍ଗ |
Answer:
ଆୟନୋକ୍ସି ଅର୍ :
- ଥର୍ମୋସ୍ଟି ଅର୍ର ନିମାଂଶକୁ ଆୟନୋସ୍ଟିଅର୍ କୁହାଯାଏ, କାରଣ ଏହି ସ୍ତରରେ ଆୟନ କଣିକାଗୁଡ଼ିକ ଘନୀଭୂତ ହୋଇ ରହିଥାନ୍ତି । ଏହା ପ୍ରାୟ ୮୦ କି.ମି.ରୁ ୪୦୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ।
- ଏହି ସ୍ତର ଯୋଗୁ ଦୂର ସ୍ଥାନକୁ ବେତାର ତରଙ୍ଗ ପ୍ରସାରଣ ସମ୍ଭବ ହୋଇଥାଏ ।
ବାଣିଜ୍ୟ ବାୟୁ :
- ଆୟନ ବାୟୁକୁ ବାଣିଜ୍ୟ ବାୟୁ କୁହାଯାଏ । କାରଣ ପୂର୍ବେ ପାଲଟଣା ବୋଇତରେ ବାଣିଜ୍ୟ କାରବାରରେ ଏହା ସହାୟକ ହେଉଥିବାରୁ ଏହାର ନାମକରଣ ବାଣିଜ୍ୟ ବାୟୁ ହୋଇଅଛି ।
- ଏହି ବାୟୁ ଉତ୍ତର ଗୋଲାର୍ଦ୍ଧରେ ଉତ୍ତର-ପୂର୍ବ ଦିଗରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ-ପୂର୍ବ ଦିଗରୁ ପ୍ରବାହିତ ହୁଏ ।
ପ୍ରତୀପ ବାତାବର୍ଷ :
- କୌଣସି ସ୍ଥାନରେ ବାୟୁଚାପ ହଠାତ୍ ବୃଦ୍ଧି ପାଇ ଗୁରୁଚାପ କେନ୍ଦ୍ର ସୃଷ୍ଟି ହୁଏ। ଏହି ଗୁରୁଚାପ କେନ୍ଦ୍ରରୁ ବାୟୁ ଧୀରେ ଧୀରେ ଚାରିପାଖରେ ଥିବା ଅଳ୍ପ ଚାପ ଅଞ୍ଚଳ ଆଡ଼କୁ ପ୍ରବାହିତ ହୁଏ।
- ଉତ୍ତର ଗୋଲାର୍ଦ୍ଧରେ ଏହି ବାୟୁ ଡାହାଣକୁ ବାଙ୍କିଯାଇ ଘଣ୍ଟାକଣ୍ଟାର ଘୂର୍ଶନ ଦିଗରେ (ଦକ୍ଷିଣାବର୍ଷ) ଓ ଦକ୍ଷିଣ ଗୋଲାର୍ଦ୍ଧରେ ବାମକୁ ବାଙ୍କିଯାଇ ଘଣ୍ଟାକଣ୍ଟାର ବିପରୀତ ଦିଗରେ (ବାମାବର୍ତ୍ତ) ପ୍ରବାହିତ ହୁଏ।
- ପ୍ରତୀପ ବାତାବର୍ଷ ଯୋଗୁ ପାଗ ଶୁଖୁଲା ରହେ ଓ ଆକାଶ ମେଘମୁକ୍ତ ଥାଏ।
ସୌରାଭିତାପ :
- ଭୂପୃଷ୍ଠରେ ସଂଗୃହୀତ ସୌରରଶ୍ମିର ପରିମାଣକୁ ସୌରାଭିତାପ କୁହାଯାଏ।
- ସୌରାଭିତାପର ପରିମାଣ ବିଷୁବରେଖାଠାରୁ ମେରୁ ଆଡ଼କୁ କ୍ରମଶଃ ହ୍ରାସ ପାଇଥାଏ । ମାତ୍ର ଋତୁଭେଦରେ ଏହି ପରିମାଣରେ ବ୍ୟତିକ୍ରମ ଦେଖାଯାଏ।
କୁହୁଡ଼ି :
- ଶୀତକାଳରେ ବାୟୁର ତାପମାତ୍ରା ଶିଶିରାଙ୍କ ତଳକୁ ଖସିଆସିଲେ ଏଥିରେ ଥିବା ଜଳୀୟବାଷ୍ପ ଘନୀଭୂତ ହୁଏ। ବାୟୁରେ ଭାସମାନ ଅବସ୍ଥାରେ ଥିବା ଧୂଳିକଣାକୁ ଆଶ୍ରୟ କରି ଏଗୁଡ଼ିକ ଭୂପୃଷ୍ଠର ଅଳ୍ପ ଉଚ୍ଚତାରେ ଭାସିବୁଲେ। ଏହାକୁ କୁହୁଡ଼ି କୁହାଯାଏ।
- କୁହୁଡ଼ିର ସୃଷ୍ଟିକୁ ଭିଭିକରି ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଏ; ଯଥା- ବିକିରଣ କୁହୁଡ଼ି ଓ ଅଭିବହନ କୁହୁଡ଼ି। ଭୂପୃଷ୍ଠର ତାପ ବିକିରଣରୁ ସୃଷ୍ଟି ହେଉଥିବା କୁହୁଡ଼ିକୁ ବିକିରଣ କୁହୁଡ଼ି ଏବଂ ଶୀତଳ ବାୟୁ ଓ ଉଷ୍ଣ ଆର୍ଦ୍ର ବାୟୁର ମିଶ୍ରଣରେ ସୃଷ୍ଟି ହେଉଥିବା କୁହୁଡ଼ିକୁ ଅଭିବହନ କୁହୁଡ଼ି କୁହାଯାଏ । କୁହୁଡ଼ି ଅତି ପତଳା ହେଲେ ଏହାକୁ ମିଷ୍ଟ୍ କୁହାଯାଏ।
(କ). ଷ୍ଟ୍ରାଟୋସ୍ପିଅର୍ ବିମାନ ଚଳାଚଳ ପାଇଁ ଅନୁକୂଳ ।
Answer:
- ଷ୍ଟ୍ରାଟୋସ୍ଟି ଅର୍ ସ୍ତରରେ ଧୂଳିକଣା ଓ ଜଳୀୟବାଷ୍ପ ନ ଥାଏ । ତେଣୁ ମେଘ ବା ଜଳବାୟୁ ସମ୍ବନ୍ଧୀୟ ଘଟଣା ଏଠାରେ ସଂଗଠିତ ହୁଏ ନାହିଁ ।
- ସେଥିପାଇଁ ବିମାନ ଚଳାଚଳ ପାଇଁ ଏହା ଏକ ଅନୁକୂଳ ସ୍ତର ।
(ଖ). ଶୀତରାତିରେ କୁହୁଡ଼ି ସୃଷ୍ଟି ହୁଏ ।
Answer:
- କୁହୁଡ଼ି ସୃଷ୍ଟି ପାଇଁ ଲମ୍ବା ଶୀତରାତି, ନିର୍ମଳ ଆକାଶ ଓ ଧୀର ବାୟୁପ୍ରବାହ ଆବଶ୍ୟକ । ତେଣୁ ଶୀତରାତିରେ ଦିନ ଭାଗ ଛୋଟ ଓ ରାତ୍ରି ଭାଗ ଅଧିକ ଥାଏ । ଶୀତଋତୁରେ ଆକାଶ ପ୍ରାୟତଃ ନିର୍ମଳ ଥାଏ, ଫଳରେ ପୃଥିବୀପୃଷ୍ଠ ଶୀଘ୍ର ତାପ ବିକିରଣ କରି ଥଣ୍ଡା ହୁଏ ।
- ସେତେବେଳେ ଶୀତଳ ଭୂପୃଷ୍ଠକୁ ଲାଗିଥିବା ବାୟୁ ଥଣ୍ଡା ହୁଏ ଓ ଶିଶିରାଙ୍କ ତଳକୁ ତାପମାତ୍ରା ଖସିଲେ ଏଥିରେ ଥିବା ଜଳୀୟବାଷ୍ପ ଘନୀଭୂତ ହୁଏ । ଏହା ବାୟୁରେ ଥିବା ଭାସମାନ ଧୂଳିକଣାକୁ ଆଶ୍ରୟ କରି କୁହୁଡ଼ି ରୂପରେ ପରିବର୍ଜିତ ହୁଏ ।
(ଗ). ପଶ୍ଚିମଘାଟ ପର୍ବତମାଳାର ପୂର୍ବ ପାର୍ଶ୍ଵରେ କମ୍ ବୃଷ୍ଟି ହୁଏ ।
Answer:
- ପଶ୍ଚିମଘାଟ ପର୍ବତମାଳା ଉତ୍ତର-ଦକ୍ଷିଣ ହୋଇ ଭାରତର ପଶ୍ଚିମ ଉପକୂଳରେ ବିସ୍ତୃତ । ସମୁଦ୍ରରୁ ପ୍ରବାହିତ ଜଳୀୟବାଷ୍ପପୂର୍ବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏହାର ପଶ୍ଚିମ ପାର୍ଶ୍ଵରେ ବାଧା ପାଇ ବୃଷ୍ଟିପାତ କରାଏ ।
- ଏହା ଉପରକୁ ଉଠି ଏହି ପର୍ବତମାଳାର ପ୍ରତିବାତ ପାର୍ଶ୍ୱ ଅର୍ଥାତ୍ ପୂର୍ବ ପାର୍ଶ୍ବକୁ ନିମ୍ନଗାମୀ ହେବାଫଳରେ ଅଳ୍ପ ବୃଷ୍ଟି କରାଏ । ତେଣୁ ପଶ୍ଚିମଘାଟ ପର୍ବତମାଳାର ପୂର୍ବ ପାର୍ଶ୍ଵରେ କମ୍ ବୃଷ୍ଟି ହୁଏ ।
(ଘ). ନିରକ୍ଷ ଲଘୁଚାପ ବଳୟକୁ ନିରକ୍ଷ ଶାନ୍ତ ବଳୟ କୁହାଯାଏ ।
Answer:
- ନିରକ୍ଷ ଲଘୁଚାପ ବଳୟରେ ବର୍ଷସାରା ସଳଖ ସୂର୍ଯ୍ୟକିରଣ ପଡ଼ୁଥିବାରୁ ତାପମାତ୍ରା ଅଧିକ ରହେ ଓ ବାୟୁଚାପ ହ୍ରାସ ପାଏ ।
- ତେଣୁ ଏଠାରେ ବାୟୁମଣ୍ଡଳ ଶାନ୍ତ ଓ ଚଳନଶୂନ୍ୟ ଥିବାରୁ ଏହାକୁ ନିରକ୍ଷ ଶାନ୍ତ ବଳୟ କୁହାଯାଏ ।
(ଙ). ପୁରୀ ସହରରେ ବେଶୀ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ ।
Answer:
- ଜଳ ଓ ସ୍ଥଳଭାଗର ବଣ୍ଟନ କୌଣସି ଅଞ୍ଚଳର ଜଳବାୟୁକୁ ପ୍ରଭାବିତ କରିଥାଏ ।
- ସମୁଦ୍ର ଧୀରେ ଧୀରେ ଉତ୍ତପ୍ତ ଓ ବିଳମ୍ବରେ ଥଣ୍ଡା ହୁଏ । ପୁରୀ ସମୁଦ୍ରକୂଳବର୍ତ୍ତୀ ସହର ହୋଇଥିବାରୁ ଏଠାରେ ସାମୁଦ୍ରିକ ପ୍ରଭାବ ଅନୁଭୂତ ହୁଏ । ତେଣୁ ପୁରୀରେ ଖରାଦିନେ ବେଶୀ ଗରମ ବା ଶୀତଦିନେ ବେଶି ଥଣ୍ଡା ଅନୁଭୂତ ହୁଏ ନାହିଁ ।
(କ) ହାଲୁକା ଗ୍ୟାସ୍ମାନ _______ ସ୍ତରରେ ମହଜୁଦ ରହିଛି ।
Answer:
ଏକ୍ସୋସ୍ପିଅର
(ଖ) ସୌରାଭିତାପର ପରିମାଣ ପୃଥିବୀର ______ ଅଞ୍ଚଳରେ ସର୍ବାଧିକ ।
Answer:
ବିଷୁବ
(ଗ) ଗତିଶୀଳ ବାୟୁକୁ ________ କୁହାଯାଏ ।
Answer:
ପବନ
(ଘ) ‘ଗର୍ଜନଶୀଳ ଚାଳିଶା’ _____ ଗୋଲାର୍ଦ୍ଧରେ ଉପଲବ୍ଧ ।
Answer:
ଦକ୍ଷିଣ
(ଙ) ବୃକ୍ଷଲତାଦି _________ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ବାଷ୍ପ ଛାଡ଼ିଥାନ୍ତି ।
Answer:
ବାଷ୍ପମୋଚନ
(ଚ) ତାପମାତ୍ରାର ଦୈନିକ ହ୍ରାସବୃଦ୍ଧିକୁ _______ କୁହାଯାଏ ।
Answer:
ଦୈନିକ ତାପମାତ୍ରା
(କ) ଅତି ଉଚ୍ଚ ପର୍ବତଶ୍ରେଣୀରେ ହେଉଥିବା ବୃଷ୍ଟିପାତ ।
Answer:
ଶୈଳୋତ୍କ୍ଷେପ ବୃଷ୍ଟିପାତ
(ଖ) ବିଷୁବ ଅଞ୍ଚଳରେ ପ୍ରତ୍ୟହ ଅପରାହ୍ନରେ ହେଉଥିବା ବୃଷ୍ଟିପାତ ।
Answer:
ପରିଚଳନ ବୃଷ୍ଟିପାତ
(ଗ) ଘନୀଭବନର ବିପରୀତ କ୍ରିୟା ।
Answer:
ବାଷ୍ପୀଭବନ
(ଘ) ଦକ୍ଷିଣ-ପୂର୍ବ ଏସିଆରେ ପ୍ରବାହିତ ସାମୟିକ ବାୟୁ ।
Answer:
ମୌସୁମୀବାୟୁ
(ଙ) ସୌରଶକ୍ତି ସଂଗ୍ରହଣ ଓ ବିତରଣ ।
Answer:
ତାପବଜେଟ୍