7th Class Geography(ଭୂଗୋଳ) - Chapter 3 ବାରିମଣ୍ଡଳ All Question With Answer

↓ Question & Answer ↓

୧. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ ।

କ. ପୃଥିବୀର ଜଳଭାଗ ଓ ସ୍ଥଳଭାଗର କ୍ଷେତ୍ରଫଳ ଶତକଡ଼ାରେ ପ୍ରକାଶ କଲେ କେତେ ହେବ ?
Answer:
ପୃଥିବୀର ଜଳଭାଗର କ୍ଷେତ୍ରଫଳ ଶତକଡ଼ା ୭୧ ଭାଗ ଓ ସ୍ଥଳଭାଗର କ୍ଷେତ୍ରଫଳ ଶତକଡ଼ା ୨୯ ଭାଗ ।

ଖ. ପୃଥିବୀର ମଧୁର ଜଳର ମୁଖ୍ୟ ଉତ୍ସଗୁଡ଼ିକର ନାମ କ’ଣ ?
Answer:
ପୃଥିବୀର ମଧୁର ଜଳର ମୁଖ୍ୟ ଉତ୍ସଗୁଡ଼ିକର ନାମ,
ଯଥା-

  • ହିମୋଟୋପର
  • ଭୂତଳ ଜଳ
  • ମଧୁର ଜଳ ହ୍ରଦ
  • ବାୟୁମଣ୍ଡଳ ଏବଂ
  • ନଦୀ, କୂଅ, ପୋଖରୀ ।


ଗ. ଜଳଚକ୍ର କାହାକୁ କୁହାଯାଏ ?
Answer:

  • ବାଷ୍ପୀର୍ଭବନ ପ୍ରକ୍ରିୟାରେ ପୃଥ‌ିବୀପୃଷ୍ଠର ଜଳ ଜଳୀୟବାଷ୍ପ ରୂପେ ବାୟୁମଣ୍ଡଳରେ ପ୍ରବେଶ କରେ ।
  • ଏହି ଜଳୀୟବାଷ୍ପ ଘନୀଭବନ ପ୍ରକ୍ରିୟାରେ ମେଘରେ ପରିଣତ ହୁଏ ।
  • ପୁନର୍ବାର ତାହା ବର୍ଷଣ ପ୍ରକ୍ରିୟା ଦ୍ଵାରା ଭୂପୃଷ୍ଠକୁ ଫେରିଆସେ । ଜଳର ଏପ୍ରକାର ଚକ୍ରାକାର ଗତିକୁ ଜଳଚକ୍ର କୁହାଯାଏ ।

ଘ. ବାରିମଣ୍ଡଳ କାହାକୁ କୁହାଯାଏ ?
Answer:

  • ଭୂପୃଷ୍ଠରେ ଥିବା ମହାସାଗର, ସାଗର, ହ୍ରଦ, ନଦୀ, ହିମବାହ, ଭୂତଳ ଜଳ ଏବଂ ବାୟୁମଣ୍ଡଳର ଜଳୀୟବାଷ୍ପକୁ ନେଇ ବାରିମଣ୍ଡଳ ଗଠିତ ।
  • ଏହି ବାରିମଣ୍ଡଳ ସମଗ୍ର ପୃଥ‌ିବୀ କ୍ଷେତ୍ରଫଳର ପ୍ରାୟ ୭୧% ଅଧିକାର କରିଛି ।

ଙ. ପୃଥିବୀର ମହାସାଗରଗୁଡ଼ିକର ନାମ କ’ଣ ?
Answer:

  • ପୃଥ‌ିବୀରେ ମୁଖ୍ୟ ୪ ଗୋଟି ମହାସାଗର ରହିଛି, ଯଥା- ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍ ମହାସାଗର, ଭାରତ ମହାସାଗର ଓ ଉତ୍ତର ବା ସୁମେରୁ ମହାସାଗର ।
  • ଏହାବ୍ୟତୀତ ଦକ୍ଷିଣ ମହାସାଗର ବା କୁ ମେରୁ ମହାସାଗରକୁ ମହାସାଗର ଭାବେ ଉଲ୍ଲେଖ କରାଯାଇଛି ।

ଚ. ମହାସାଗର ତଳ କ’ଣ ?
Answer:

  • ମହୀଢାଲୁର ନିମ୍ନ ଅଂଶରୁ ସମୁଦ୍ର ତଳର ବିସ୍ତୃତ ଶଯ୍ୟାକୁ ମହାସାଗର ସମତଳ କୁହାଯାଏ ।
  • ଏଠାରେ ଭୂମିର ଢାଲୁ ଅତି ନଗଣ୍ୟ, ମାତ୍ର ସଂପୂର୍ଣ୍ଣ ସମତଳ ନୁହେଁ ।
  • ଏଠାରେ ମହାସାଗର ଖାତ, ନିମଜ୍ଜିତ ପର୍ବତଶ୍ରେଣୀ ଆଦି ଦେଖାଯାଏ ।
  • ମହାସାଗର ତଳରେ ସାମୁଦ୍ରିକ ଉଭିଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ଜମାହୋଇ କୋମଳ ପଙ୍କ ବିଶିଷ୍ଟ ସିନ୍ଧୁମଳ ସୃଷ୍ଟି ହୋଇଥାଏ ।

ଛ. ସମୁଦ୍ର ତରଙ୍ଗ କାହାକୁ କୁହାଯାଏ ?
Answer:

  • ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠରେ ଜଳର ଭାଙ୍ଗ ପଡ଼ିଯାଏ । ଏହାକୁ ତରଙ୍ଗ କୁହାଯାଏ ।
  • ସମୁଦ୍ରକୂଳରେ ତରଙ୍ଗର ଗତି ଆଗକୁ ଓ ପଛକୁ ହୋଇଥ‌ିବାବେଳେ ସମୁଦ୍ର ବକ୍ଷରେ ଏହାର ଗତି ଉର୍ଷକୁ ଓ ନିମ୍ନକୁ ହୋଇଥାଏ ।

ଜ. ଜୁଆର କ’ଣ ?
Answer:

  • ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆକର୍ଷଣ ଯୋଗୁଁ ପୃଥ‌ିବୀର ଜଳଭାଗ ଅଧ‌ିକ ଆକର୍ଷିତ ହୋଇଥାଏ। ଫଳରେ ମହାସାଗର ଜଳସ୍ତର ସାମୟିକ ଭାବେ ଫୁଲିଉଠେ । ଏହାକୁ ଜୁଆର କୁହାଯାଏ।
  • ଅର୍ଥାତ୍ ସମୁଦ୍ର ଜଳର ନିୟମିତ ଉତ୍‌ଥାନକୁ ଜୁଆର କୁହାଯାଏ।
  • ପୃଥ‌ିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥାନକୁ ନେଇ ଜୁଆରକୁ ଗୁରୁ ଜୁଆର, ଲଘୁ ଜୁଆର, ପ୍ରତ୍ୟକ୍ଷ ଜୁଆର ଓ ପରୋକ୍ଷ ଜୁଆର ନାମରେ ନାମିତ କରାଯାଇଛି ।

ଖ. ସାମୁଦ୍ରିକ ସ୍ରୋତ କାହାକୁ କୁହାଯାଏ ?
Answer:

ଭୂପୃଷ୍ଠରେ ବାୟୁ ପ୍ରବାହ ଭଳି ବିଭିନ୍ନ କାରଣରୁ ସମୁଦ୍ର ଜଳ ଗତିଶୀଳ ହୋଇଥାଏ। ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥ‌ିବା ଏହି ଜଳପ୍ରବାହକୁ ସାମୁଦ୍ରିକ ସ୍ରୋତ କୁହାଯାଏ।


🗨
୨. କାରଣ ଦର୍ଶାଅ।

(କ). ପୂର୍ଣିମା ତିଥିରେ ଗୁରୁ ଜୁଆର ହୋଇଥାଏ ।
Answer:

  • ପୂର୍ଣ୍ଣିମା ତିଥିରେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ପ୍ରାୟ ଏକ ସରଳରେଖାରେ ଅବସ୍ଥାନ କରିଥାନ୍ତି ।
  • ସେହିଦିନ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀର ଅବସ୍ଥାନ ହୋଇଥାଏ । ତେଣୁ ପୃଥିବୀର ଉଭୟ ପାର୍ଶ୍ଵରେ ଚନ୍ଦ୍ର ଓ ସୂର୍ଯ୍ୟର ଆକର୍ଷଣ ଯୋଗୁ ଉଚ୍ଚ ଜୁଆର ହୋଇଥାଏ ।

(ଖ). ଅଷ୍ଟମୀ ତିଥିରେ ଲଘୁ ଜୁଆର ସଂଗଠିତ ହୋଇଥାଏ ।
Answer:

  • ଅଷ୍ଟମୀ ତିଥିରେ ଚନ୍ଦ୍ର ଓ ସୂର୍ଯ୍ୟ ପୃଥିବୀକୁ କେନ୍ଦ୍ରକରି ପ୍ରାୟ ସମକୋଣରେ ଅବସ୍ଥାନ କରନ୍ତି ।
  • ଉଭୟଙ୍କର ଆକର୍ଷଣ ପରସ୍ପର ବିରୋଧୀ ହୋଇଥାଏ । ଫଳରେ ଜୁଆରର ଉଚ୍ଚତା ଅଧିକ ନ ହୋଇ କମ୍ ହୋଇଥାଏ ।

(ଗ). ଡଗରବ୍ୟାକ୍ ଏକ ପ୍ରସିଦ୍ଧ ମାଛଧରା କେନ୍ଦ୍ର।
Answer:

  • ଡଶରବ୍ୟାଙ୍କ୍ ନିକଟରେ ଉଷ୍ମ ସାମୁଦ୍ରିକ ସ୍ରୋତ ଓ ଶୀତଳ ସାମୁଦ୍ରିକ ସ୍ରୋତର ମିଳନ ଘଟିଥୁବାରୁ ସେଠାରେ ପ୍ଲାନ ଜାତୀୟ ଉଦ୍ଭିଦ ପ୍ରଚୁର ପରିମାଣରେ ଜମାହୁଏ ।
  • ଏହା ମାଛମାନଙ୍କର ପ୍ରକୃଷ୍ଟ ଖାଦ୍ୟ ହୋଇଥିବାରୁ ଏହା ପ୍ରସିଦ୍ଧ ମାଛଧରା କେନ୍ଦ୍ର ହୋଇପାରିଛି ।

(ଘ). ପୃଥିବୀର ସାମୁଦ୍ରିକ ବାଣିଜ୍ୟର ଅଧିକାଂଶ ଭାଗ ଆଟ୍‌ଲାଣ୍ଟିକ୍ ମହାସାଗର ଦେଇ ହୋଇଥାଏ ।
Answer:

  • ଆଟ୍‌ଲାଣ୍ଟିକ ମହାସାଗରର ଉଭୟ ପାର୍ଶ୍ଵରେ ଇଉରୋପ ଓ ଉତ୍ତର ଆମେରିକା ଭଳି ସମୃଦ୍ଧିଶାଳୀ ମହାଦେଶ ଅବସ୍ଥିତ ।
  • ଏହି ମହାସାଗରର ଉପକୂଳ ଦନ୍ତୁରିତ ଥିବାରୁ ଏଠାରେ ଅନେକ ପ୍ରାକୃତିକ ପୋତାଶ୍ରୟ ଓ ବନ୍ଦରମାନ ଗଢ଼ିଉଠିଛି । ତେଣୁ ଏହି ମହାସାଗର ଦେଇ ଅନେକ ବାଣିଜ୍ୟ କାରବାର ହୋଇଥାଏ ।

🗨
୩. ସଂକ୍ଷିପ୍ତ ଟିପ୍ପଣୀ ଲେଖ ।

(କ).ସିନ୍ଧୁମଳ :
Answer:

  • ମହାସାଗର ସମତଳରେ ଭୂପୃଷ୍ଠରୁ କ୍ଷୟପ୍ରାପ୍ତ ଅତି ସୂକ୍ଷ୍ମ ଶିଳାରେଣୁ, ଆଗ୍ନେୟ ଭସ୍ମ ପ୍ରଭୃତି ପଦାର୍ଥ ଭାସିଯାଇ ଜମାହୁଏ।
  • ଏହାବ୍ୟତୀତ ବିଭିନ୍ନ ସାମୁଦ୍ରିକ ଉଦ୍ଭଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ମହାସାଗର ତଳ ଅଂଶରେ ଜମାହୋଇ ଏକପ୍ରକାର କୋମଳ ପଙ୍କ ସୃଷ୍ଟି କରେ। ଏହାକୁ ସିନ୍ଧୁମଳ କୁହାଯାଏ।

(ଖ). ମହୀଜାଲୁ :
Answer:

  • ମହୀସୋପାନର ଶେଷଭାଗରୁ ଭୂମି ଅଧିକ ଢାଲୁ ହୋଇଯାଇ ଗଭୀର ସମୁଦ୍ର ଆଡ଼କୁ ଲମ୍ବିଯାଇଥାଏ।
  • ସମୁଦ୍ର ତଳର ଏହି ଅଧୁକ ଗଡ଼ାଣିଆ ଅଞ୍ଚଳକୁ ମହୀଢାଲୁ କୁହାଯାଏ।

(ଗ). ସୁନାମି :
Answer:

  • ବେଳେବେଳେ ମହାସାଗର ନିମ୍ନସ୍ଥ ଭୂଭାଗ ଅଭ୍ୟନ୍ତରରେ ଭୂମିକମ୍ପ ସୃଷ୍ଟି ହେଲେ ସମୁଦ୍ର ଜଳରାଶିରେ କମ୍ପନ ସୃଷ୍ଟି ହୁଏ। ଫଳରେ ବିରାଟ ବିରାଟ ତରଙ୍ଗମାନ ସୃଷ୍ଟି ହୁଏ।
  • ଏପରିଭାବେ ସୃଷ୍ଟି ହେଉଥିବା ବିରାଟ ସାମୁଦ୍ରିକ ତରଙ୍ଗକୁ ଜାପାନୀ ଭାଷାରେ ସୁନାମି (Tsunami) କୁହାଯାଏ।
  • ସୁନାମି ତରଙ୍ଗର ଉଚ୍ଚତା ପ୍ରାୟ ୧୫ ମିଟର। ଭୂମିକମ୍ପର ତୀବ୍ରତା ଅଧିକ ହେଲେ ଏହାର ଉଚ୍ଚତା ୧୫୦ ମିଟର ପର୍ଯ୍ୟନ୍ତ ହୋଇଥାଏ ଓ ଘଣ୍ଟାକୁ ୭୦୦ କି.ମି. ବେଗରେ ଉପକୂଳ ଅଞ୍ଚଳ ଆଡ଼କୁ ମାଡ଼ିଆସେ।

(ଘ). ପରୋକ୍ଷ ଜୁଆର :
Answer:
(i) ଆବର୍ତ୍ତନ ସମୟରେ ଚନ୍ଦ୍ରର ସମ୍ମୁଖୀନ ହେଉଥ‌ିବା ପୃଥିବୀର ମହାସାଗର ଜଳରାଶିରେ ଚନ୍ଦ୍ରର ଆକର୍ଷଣ ଯୋଗୁ ପ୍ରତ୍ୟକ୍ଷ ଜୁଆର ହୋଇଥାଏ ।
(ii) ଏହି ସମୟରେ ପ୍ରତ୍ୟକ୍ଷ ଜୁଆର ହେଉଥିବା ମହାସାଗର ଅଂଶର ବିପରୀତ ପାର୍ଶ୍ଵରେ ଚନ୍ଦ୍ରର ଆକର୍ଷଣ ନ ଥାଏ । ମାତ୍ର ଭୂପୃଷ୍ଠର କଠିନ ଅଂଶ କିଛି ମାତ୍ର ଚନ୍ଦ୍ର ଆଡ଼କୁ ଆକର୍ଷିତ ହୁଏ । ଫଳରେ ଜଳଭାଗ ଓ କଠିନ ଭୂଭାଗ ମଧ୍ୟରେ ସୃଷ୍ଟ ଶୂନ୍ୟସ୍ଥାନକୁ ପୂରଣ ପାଇଁ ଭୂପୃଷ୍ଠର ଅନ୍ୟ ଅଞ୍ଚଳର ଜଳରାଶି ସେ ସ୍ଥାନକୁ ପ୍ରବାହ ହୋଇଥାଏ । ସେଠାରେ ସମୁଦ୍ର ଜଳ ସ୍ତ୍ରୀତ ହୋଇ ପରୋକ୍ଷ ଜୁଆର ସୃଷ୍ଟି ହୁଏ ।

(ଙ). ଇଉରୋପର ଉଷ୍ମ କମ୍ବଳ :
Answer:

  • ଇଉରୋପର ପଶ୍ଚିମ ଉପକୂଳରେ ଉଷ୍ମ ଆଟ୍‌ଲାଣ୍ଟିକ୍ ଉପସାଗରୀୟ ଧୀର ସ୍ରୋତ ପ୍ରବାହିତ ।
  • ଏହି ସ୍ରୋତର ଉଷ୍ମତା ପ୍ରଭାବରେ ଇଉରୋପର ପଶ୍ଚିମ ଉପକୂଳର ବନ୍ଦରଗୁଡ଼ିକ ବରଫମୁକ୍ତ ରହେ । ତେଣୁ ଏହି ଉଷ୍ମ ସାମୁଦ୍ରିକ ସ୍ରୋତକୁ ‘ଇଉରୋପର ଉଷ୍ମ କମ୍ବଳ’ କୁହାଯାଏ ।

(ଚ). ପ୍ରବାଳ ବନ୍ଧ :
Answer:

  • କ୍ରାନ୍ତୀମଣ୍ଡଳୀୟ ସମୁଦ୍ରରେ ପ୍ରାୟ ୨୧° ସେଲ୍‌ସିୟସ୍‌ ଅଧିକ ତାପମାତ୍ରା ଥ‌ିବା ଜଳରେ ଅଧିକ ସଂଖ୍ୟକ ପ୍ରବାଳ ବାସ କରନ୍ତି ।
  • ସେହି ପ୍ରବାଳମାନଙ୍କ ମୃତ ଶରୀର ଜମିଯାଇ ପ୍ରବାଳ ସ୍ତୂପ ସୃଷ୍ଟି ହୁଏ ।
  • ପାଖାପାଖୁ ପ୍ରବାଳ ସ୍ତୂପ ପରସ୍ପର ସଂଲଗ୍ନ ହେଲେ ପ୍ରବାଳ ବନ୍ଧ ସୃଷ୍ଟି ହୁଏ ।
  • ଅଷ୍ଟ୍ରେଲିଆ ମହାଦେଶର ପୂର୍ବ ଉପକୂଳର ଅନତିଦୂରରେ ‘ଗ୍ରେଟ୍ ବ୍ୟାରିଅର୍ ରିଫ୍’ ନାମକ ଏକ ବୃହତ୍ ପ୍ରବାଳ ବନ୍ଧ ରହିଛି ।

(ଛ). ଆଟୋଲ :
Answer:

  • ସମୁଦ୍ରର କେତେକ ସ୍ଥାନରେ ବୃତ୍ତାକାର ଖଣ୍ଡିତ ପ୍ରବାଳ ଘେରିବନ୍ଧ ସୃଷ୍ଟି ହୋଇଥାଏ ।
  • ଏହାକୁ ଆଟୋଲ୍ କୁହାଯାଏ ।

(ଜ). ପ୍ଲାକ୍‌ଟିନ୍ :
Answer:

  • ପ୍ଲାକ୍‌ଟିନ୍ ଏକ ସାମୁଦ୍ରିକ ଶୈବାଳ ଜାତୀୟ ଉଦ୍ଭିଦ ।
  • ଏହା ମାଛମାନଙ୍କର ଏକ ପ୍ରକୃଷ୍ଟ ଖାଦ୍ୟ ।
  • ଶୀତଳ ସାମୁଦ୍ରିକ ସ୍ରୋତ ଓ ଉଷ୍ମ ସ୍ରୋତର ମିଳନସ୍ଥଳୀରେ ପ୍ରଚୁର ପରିମାଣରେ ପ୍ଲାସ୍ଟେଟନ୍‌ ଜାତୀୟ ଉଦ୍ଭଦ ଜନ୍ମେ । ତେଣୁ ସେଠାରେ ପ୍ରସିଦ୍ଧ ମାଛଧରା କେନ୍ଦ୍ର ଗଢ଼ିଉଠିଛି ।

🗨
୪. ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ପୃଥିବୀର ସାଗରଗୁଡ଼ିକ ମଧ୍ୟରୁ ______ ସବୁଠାରୁ ବଡ଼। (ଲୋହିତ ସାଗର, ବେରଂ ସାଗର, ଦକ୍ଷିଣ ଚୀନ୍ ସାଗର, ଭୂମଧ୍ୟ ସାଗର)
Answer:
ଦକ୍ଷିଣ ଚୀନ୍ ସାଗର

(ଖ) ପୃଥିବୀର ଗଭୀରତ ମ ସାମୁଦ୍ରିକ ଖାତ ________ ମହାସାଗରରେ ଅବସ୍ଥିତ । (ପ୍ରଶାନ୍ତ, ଆଟ୍‌ଲାଷ୍ଟିକ୍, ଭାରତ, ସୁମେରୁ)
Answer:
ପ୍ରଶାନ୍ତ

(ଗ) ପୃଥିବୀରେ ଉପଲବ୍‌ଧ ମଧୁର ଜଳର ସର୍ବାଧ‌ିକ ଭାଗ _______ ଠାରେ ରହିଅଛି । (ଭୂତଳ ଜଳ, ନଦୀ, ହିମଟୋପର, ବାୟୁମଣ୍ଡଳ)
Answer:
ହିମଟୋପର

(ଘ) ଜଳ ଦିବସ _______ ତାରିଖରେ ପାଳିତ ହୁଏ । (ସେପ୍ଟେମ୍ବର ୨୩, ମାର୍ଚ୍ଚ ୨୨, ଅକ୍ଟୋବର ୨୪, ନଭେମ୍ବର ୧୫)
Answer:
ମାର୍ଚ୍ଚ ମାସ ୨୨


🗨
୫. ସ୍ତମ୍ଭ ମିଳନ କର

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପ୍ରବାଳ ଘେରିବନ୍ଧ ସବୁଠାରୁ ବଡ଼ ହ୍ରଦ
କାସ୍ପିୟାନ ସାଗର ତୀବ୍ର ଭୂ-କମ୍ପଜନିତ ତରଙ୍ଗ
ଜୁଆର ଆଟଲ
ସାମୂଦ୍ରିକ ସ୍ରୋତ ସମୁଦ୍ର ଜଳର ସାମୟିକ ଉତ୍ଥାନ ପତନ
ସୁନାମି କ ନିର୍ଵିଷ୍ଟ ଗତି ପଥରେ ପ୍ରବାହିତ ହେଉଥିବା ସାମୁଦ୍ରିକ ଜଳରାଶି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପ୍ରବାଳ ଘେରିବନ୍ଧ ଆଟଲ
କାସ୍ପିୟାନ ସାଗର ସବୁଠାରୁ ବଡ଼ ହ୍ରଦ
ଜୁଆର ସମୁଦ୍ର ଜଳର ସାମୟିକ ଉତ୍ଥାନ ପତନ
ସାମୂଦ୍ରିକ ସ୍ରୋତ ଏକ ନିର୍ଦ୍ଧିଷ୍ଟ ଗତି ପଥରେ ପ୍ରବାହିତ ହେଉଥିବା ସାମୁଦ୍ରିକ ଜଳରାଶି
ସୁନାମି ତୀବ୍ର ଭୂ-କମ୍ପଜନିତ ତରଙ୍ଗ

🗨
୬. ସମୁଦ୍ରରେ ଜୁଆର ଓ ଭଟ୍ଟା କିପରି ସଂଘଟିତ ହୁଏ ଚିତ୍ର ସାହାଯ୍ୟରେ ବୁଝାଇ ଲେଖ ।

Answer:

  • ସୂର୍ଯ୍ୟ ଓ ଚନ୍ଦ୍ର ଉଭୟଙ୍କର ମହାକର୍ଷଣ ଶକ୍ତି ଜୁଆର ସୃଷ୍ଟି କରିବାର କାରଣ ଅଟେ । ମୁଖ୍ୟତଃ ଚନ୍ଦ୍ରର ଆକର୍ଷଣ ଫଳରେ ଜୁଆର ହୁଏ । ଏହା ସହ ପୃଥିବୀର ଗତି ଏଥରେ ସାହାଯ୍ୟ କରିଥାଏ ।
  • ଆବର୍ତ୍ତନ ସମୟରେ ପୃଥିବୀର ଯେଉଁ ଅଂଶ ଚନ୍ଦ୍ରର ସମ୍ମୁଖୀନ ହୁଏ ସେଠାରେ ଥ‌ିବା ଜଳରାଶି ଚନ୍ଦ୍ରର ଆକର୍ଷଣ ଯୋଗୁଁ ଫୁଲି ଉଠେ । ଫଳରେ ପ୍ରତ୍ୟକ୍ଷ ଜୁଆର ହୋଇଥାଏ ।
  • ସେହି ସମୟରେ ଏହାର ଠିକ୍ ବିପରୀତ ଦିଗରେ ଅବସ୍ଥିତ ଜଳରାଶି ଉପରେ ଚନ୍ଦ୍ରର ଆକର୍ଷଣ ନ ଥାଏ, ମାତ୍ର ଭୂପୃଷ୍ଠର କଠିନ ଅଂଶ କିଛି ମାତ୍ରାରେ ଚନ୍ଦ୍ରଦ୍ୱାରା ଆକର୍ଷିତ ହେବା ଫଳରେ ଜଳଭାଗ ଓ କଠିନ ଭୂଭାଗ ମଧ୍ୟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୁଏ ।
  • ଏହି ଶୂନ୍ୟସ୍ଥାନକୁ ପୂରଣ କରିବାପାଇଁ ଭୂପୃଷ୍ଠର ଅନ୍ୟ ଅଞ୍ଚଳରୁ ଜଳରାଶି ସେଠାକୁ ପ୍ରବାହିତ ହୁଏ । ଫଳରେ ସମୁଦ୍ରଜଳ ଫୁଲିଉଠି ପରୋକ୍ଷ ଜୁଆର ହୁଏ ।
  • ପ୍ରତ୍ୟକ୍ଷ ଓ ପରୋକ୍ଷ ଜୁଆର ମଧ୍ୟବର୍ତ୍ତୀ ଅଂଶରେ ଥିବା ” ସାଗର ଓ ମହାସାଗରର ଜଳପତ୍ତନ ହ୍ରାସ ପାଇ ଭଟ୍ଟା ସୃଷ୍ଟି ହୁଏ ।

🗨
୭. ସାଗର ଓ ମହାସାଗରର ଗୁରୁତ୍ବ ଉଦାହରଣ ସହ ବୁଝାଅ ।

Answer:

  1. ସାଗର ଓ ମହାସାଗର ଅମାପ ସମ୍ପଦର ଗନ୍ତାଘର । ତେଣୁ ଏହାକୁ ‘ରନ୍ଧାକର’ କୁହାଯାଏ । ସମୁଦ୍ରରୁ ଆମର ଖାଇବାଲୁଣ (ସୋଡ଼ିୟମ୍‌ କ୍ଲୋରାଇଡ୍) ସଂଗ୍ରହ କରାଯାଏ ।
  2. ସାମୁଦ୍ରିକ’ ମାଛ କୋଟି କୋଟି ଲୋକଙ୍କର ଖାଦ୍ୟ ଆବଶ୍ୟକତା ପୂରଣ କରେ । ସମୁଦ୍ରରୁ ମୂଲ୍ୟବାନ ଶଙ୍ଖ, ପୋହଳା, ମୋତି ଆଦି ପଦାର୍ଥ ମିଳିଥାଏ ।
  3. ଅଲିଭ୍ ରିଡ଼ଲେ କଇଁଛ ତଥା ଅନ୍ୟାନ୍ୟ ସାମୁଦ୍ରିକ ଜୀବ ନାନାଦି ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ ।
  4. ସାମୁଦ୍ରିକ ଜୀବ ଗୁଡ଼ିକର ସଂଗ୍ରହ, ସେଗୁଡ଼ିକ ର ପ୍ରକ୍ରିୟାକରଣ ଓ ଉପଯୁକ୍ତ ବିନି ଯୋଗ ଆଦି କାର୍ଯ୍ୟ କରି ବହୁତ ଲୋକ ଜୀବିକା ନିର୍ବାହ କରିଥାନ୍ତି ।
  5. ବୈଜ୍ଞାନିକ ପଦ୍ଧତିରେ ସମୁଦ୍ର ଗର୍ଭସ୍ଥ ଅନେକ ମୂଲ୍ୟବାନ ଧାତବ ଖଣିଜ ଓ ଖଣିଜତୈଳ ଆହରଣ କରାଯାଏ ।

🗨