7th Class Geography(ଭୂଗୋଳ) - Chapter 4 Biosphere (ଜୈବମଣ୍ଡଳ) All Question With Answer
↓ Question & Answer ↓
(କ). ପ୍ରାକୃତିକ ପରିବେଶ :
Answer:
ଜଳ, ସ୍ଥଳ, ଉଭିଦ ଓ ପ୍ରାଣୀମାନଙ୍କୁ ନେଇ ଗଠିତ ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ ।
(ଖ). ଜୈବମଣ୍ଡଳ :
Answer:
ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥୁବା ତଥା ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପତଳା ସ୍ତରକୁ ଜୈବମଣ୍ଡଳ କୁହାଯାଏ ।
(ଗ). ପରିସଂସ୍ଥା :
Answer:
ଜୈବିକ ଓ ଅଜୈବିକ (ଭୂମିରୂପ, ଜଳବାୟୁ, ମୃରିକା) ଉପାଦାନ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ଯୋଗୁଁ ସୃଷ୍ଟ ପରିବେଶକୁ ପରିସଂସ୍ଥା କୁହାଯାଏ ।
(ଘ). ଜୀବାଳୀ :
Answer:
ଗୋଟିଏ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମାରେଖା ଭିତରେ ଥିବା ସମସ୍ତ ଛୋଟ ବଡ଼ ପରିସଂସ୍ଥାର ସମାହାରକୁ ଜୀବାଳୀ (Biome) କୁହାଯାଏ ।
(କ). ଖାଦ୍ୟ ଶୃଙ୍ଖଳ :
Answer:
କୌଣସି ପରିସଂସ୍ଥା ଅନ୍ତର୍ଗତ ପ୍ରତ୍ୟେକ ଜୀବ ଖାଦ୍ୟ ତଥା ଶକ୍ତି ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରିଥାଏ । ଏହାକୁ ଖାଦ୍ୟ ଶୃଙ୍ଖଳ କୁହାଯାଏ ।
(ଚ). ଖାଦ୍ୟ ଜାଲକ :
Answer:
କୌଣସି ପରିସଂସ୍ଥାରେ ଛନ୍ଦାଛନ୍ଦି ହୋଇ ରହିଥିବା ଖାଦ୍ୟଶୃଙ୍ଖଳଗୁଡ଼ିକୁ ଖାଦ୍ୟ ଜାଲକ (Food Web) କୁହାଯାଏ ।
(ଛ). ମୃତ୍ତିକା :
Answer:
ମୃତ୍ତିକା ହେଉଛି କଠିନ (ଶିଳାରେଣୁ ଓ ଜୈବିକ ପଦାର୍ଥ), ତରଳ (ଜଳ) ଓ ଗ୍ୟାସୀୟ (ଅମ୍ଳଜାନ, ଅଙ୍ଗାରକାମ୍ଳ ଓ ଉଦ୍ଜାନ ଭଳି ଗ୍ୟାସ) ପଦାର୍ଥର ସମାହାର ।
(କ). କ୍ରାନ୍ତୀୟ ତୃଣଭୂମି ଓ ନାତିଶୀତୋଷ୍ଣ ତୃଣଭୂମି
Answer:

(ଖ). ଦୋରସା ମାଟି ଓ କାଦୁଆ ମାଟି
Answer:

(ଗ). ଅବଶିଷ୍ଟ ମୃତ୍ତିକା ଓ ଅପସୃତ ମୃତ୍ତିକା
Answer:

(ଘ). ତୃଣଭୋଜୀ ପ୍ରାଣୀ ଓ ମାଂସାଶୀ ପ୍ରାଣୀ
Answer:

(ଙ). ଉତ୍ପାଦକ ଓ ଭକ୍ଷକ
Answer:

‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
---|---|
କ୍ରାନ୍ତୀୟ ଚିରହରିତ | ଶାଳ |
କ୍ରାନ୍ତୀୟ ପର୍ଣ୍ଣମୋଚୀ | ନାଗଫେଣୀ |
ଜୁଆରିଆ | ସିଡାର |
ସରଳବର୍ଗୀୟ | ମେହଗାନି |
କଣ୍ତାବୁଦା | ଲାଇକେନ୍ ସୁନ୍ଦରୀ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
---|---|
କ୍ରାନ୍ତୀୟ ଚିରହରିତ | ମେହଗାନି |
କ୍ରାନ୍ତୀୟ ପର୍ଣ୍ଣମୋଚୀ | ଶାଳ |
ଜୁଆରିଆ | ସୁନ୍ଦରୀ |
ସରଳବର୍ଗୀୟ | ସିଡାର |
କଣ୍ତାବୁଦା | ନାଗଫେଣୀ |
(କ). ମେରୁ ଅଞ୍ଚଳରେ ପ୍ରାଣୀମାନଙ୍କର ଚମଡ଼ା ଅଧ୍ବକ ଲୋମଯୁକ୍ତ ।
Answer:
- ମେରୁ ଅଞ୍ଚଳରେ ବର୍ଷର ୧୦ ମାସ ଅଧିକ ଥଣ୍ଡା ଅନୁଭୂତ ହୁଏ ।
- ପ୍ରବଳ ଶୀତରୁ ରକ୍ଷା ପାଇବା ନିମନ୍ତେ ମେରୁ ଅଞ୍ଚଳର ପ୍ରାଣୀମାନଙ୍କର ଚମଡ଼ା ଅଧିକ ଲୋମଯୁକ୍ତ । ଲୋମ ତାପର କୁପରିବାହୀ ଥିବାରୁ ଶୀତର ପ୍ରଭାବରୁ ସେମାନେ ରକ୍ଷା ପାଆନ୍ତି ।
(ଖ). ସରଳବର୍ଗୀୟ ଅରଣ୍ୟରେ ଶଙ୍କୁ ଆକାରର ବୃକ୍ଷ ଦେଖାଯାଏ ।
Answer:
- ସରଳବର୍ଗୀୟ ଅରଣ୍ୟ ଥିବା ଅଞ୍ଚଳରେ ତୁଦ୍ରାଞ୍ଚଳ ଅପେକ୍ଷା ଅଧିକ ତୁଷାରପାତ ହୋଇଥାଏ ।
- ଶଙ୍କୁ ଆକାର ବୃକ୍ଷରେ ତୁଷାରପାତ ହେଲେ ତାହା ଶୀଘ୍ର ଖସି ଭୂମିରେ ପଡ଼ିବା ସୁବିଧାଜନକ ହୋଇଥାଏ । ତେଣୁ ସରଳବର୍ଗୀୟ ଅରଣ୍ୟରେ ଶଙ୍କୁ ଆକାରର ବୃକ୍ଷ ଦେଖାଯାଏ ।
(ଗ). ଓଟକୁ ମରୁଭୂମିର ଜାହାଜ କୁହାଯାଏ ।
Answer:
- ଓଟ ଦୀର୍ଘଦିନ ଧରି ପାଣି ନ ପିଇ ବଞ୍ଚି ରହିପାରେ ଏବଂ ବାଲୁ କାରାଶି ଉପରେ ସହଜରେ ଯିବାଆସିବା କରିପାରେ ।
- ତେଣୁ ଓଟକୁ ‘ମରୁଭୂମିର ଜାହାଜ’ କୁହାଯାଏ ।
(କ). ବାଳିଆ, ପତ୍ର, ବ୍ୟାକ୍ଟେରିଆ, ଛୋଟ ମାଛ, ଜିଆ
Answer:
ପୁତ୍ର ← ଜିଆ ← ଛୋଟ ମାଛ ← ବାଳିଆ ← ବ୍ୟାକ୍ଟେରିଆ
(ଖ). ସର୍ବଭୁକ୍, ପ୍ରାଥମିକ ଭକ୍ଷକ, ଉତ୍ପାଦକ, ଦ୍ବିତୀୟକ ଭକ୍ଷକ ଉତ୍ପାଦକ
Answer:
← ପ୍ରାଥମିକ ଭକ୍ଷକ ← ଦ୍ଵିତୀୟକ ଭକ୍ଷକ← ସର୍ବରୁକ୍
(ଗ). ଘାସ, ବାଘ, ହରିଣ, ବ୍ୟାକ୍ଟେରିଆ
Answer:
ଘାସ ← ହରିଣ ← ବାଘ ← ବ୍ୟାକ୍ଟେରିଆ
(କ) ଆର୍ଜେଣ୍ଟିନାର ତୃଣଭୂମିକୁ ______ କୁହାଯାଏ । (ଡାଉନ୍ସ, ପମ୍ପାସ, ପ୍ରେରୀ, ଷ୍ଟେପ୍)
Answer:
ପମ୍ପାସ
(ଖ) ପୃଥିବୀର ପଶୁଶାଳା _______ ତୃଣଭୂମି ଅଟେ । (କାମ୍ବୋସ, ସାଭାନ୍ନା, ଲିଆନୋସ, ଷ୍ଟେପ୍)
Answer:
ସାଭାନ୍ନା
(ଗ) କ୍ରାନ୍ତୀୟ ତୃଣଭୂମି ଅଞ୍ଚଳରୁ _____ ଏକ ପ୍ରାଣୀ । (ବାଇସନ୍, ୱାଲରସ, ଗୟଳ, ଜିରାଫ୍)
Answer:
ଜିରାଫ୍
(ଘ) ପୃଥ୍ବୀର ରୁଟି ଝୁଡ଼ି ______ ତୃଣଭୂମି ଅଟେ । (ସାଭାନ୍ନା, ଲିଆନୋସ, ପମ୍ପାସ, କ୍ୟାମ୍ବୋସ)
Answer:
ପମ୍ପାସ
(ଙ) ସାଧାରଣ କଥାବାର୍ତ୍ତାର ଶବ୍ଦ _______ ଡେସିବେଲ୍ । (୨୫, ୫୫, ୧୦୦, ୧୦୫)
Answer:
୨୫
(କ). ଖାଦ୍ୟ ଶୃଙ୍ଖଳ କ’ଣ ଉଦାହରଣ ସହ ବୁଝାଅ ।
Answer:
- ପରିସଂସ୍ଥା ଅନ୍ତର୍ଗତ ପ୍ରତ୍ୟେକ ଜୀବ ଖାଦ୍ୟ ତଥା ଶକ୍ତି ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରିଥାଏ । ଏହାକୁ ଖାଦ୍ୟ ଶୃଙ୍ଖଳ କୁହାଯାଏ ।
- ଖାଦ୍ୟ ଶୃଙ୍ଖଳରେ ଥିବା ପ୍ରତ୍ୟେକ ଶ୍ରେଣୀଭୁକ୍ତ ଜୀବ ଏକ କଡ଼ି ପରି କାମ କରିଥାଏ । ଗୋଟିଏ କଡ଼ି ‘ଖାଦ୍ୟ’ ହେଲେ ଅନ୍ୟଟି ‘ଖାଦକ’ । ସେହିପରି ‘ଖାଦକ’ କଢ଼ି ଖାଦ୍ୟ ହେଲାବେଳେ ପରବର୍ତ୍ତୀ କଡ଼ି ଖାଦକ ହୁଏ ।
- ଉଦାହରଣ : ବିଭିନ୍ନ ପୋକଡୋକ ଆଦିକୁ ବେଙ୍ଗ ଖାଇଥାଏ । ବେଙ୍ଗକୁ ଛୋଟ ସାପ, ଛୋଟ ସାପକୁ ବଡ଼ ସାପ, ବଡ଼ ସାପକୁ ନେଉଳ, ନେଉଳକୁ ଛଞ୍ଚାଣ ଖାଇ ବଞ୍ଚିଥାନ୍ତି । ପ୍ରାଣୀମାନେ ମରିଗଲା ପରେ ସେଗୁଡ଼ିକୁ ବ୍ୟାକ୍ଟେରିଆ ଅପଘଟନ କରି ମାଟିରେ ମିଶାଏ ।
ପୋକଜୋକ ← ବେଙ୍ଗ ← ଛୋଟ ସାପ ← ବଡ଼ ସାପ ← ନେଉଳ ← ଛଞ୍ଚାଣ ← ବ୍ୟାକ୍ଟେରିଆ
(ଖ). ଜୈବ ଭାରସାମ୍ୟ କହିଲେ କ’ଣ ବୁଝାଯାଏ ?
Answer:
- ଖାଦ୍ୟ-ଖାଦକ ସମ୍ପର୍କ ଦୃଷ୍ଟିରୁ ଶକ୍ତି ପିରାମିଡ଼ର ପ୍ରଥମ ସ୍ତରରୁ ଚତୁର୍ଥ ସ୍ତର ଆଡ଼କୁ ଜୀବ ସଂଖ୍ୟା ହ୍ରାସ ପାଇବା ଜରୁରୀ ।
- ପ୍ରତ୍ୟେକ ସ୍ତରର ପ୍ରାଣୀମାନଙ୍କ ମଧ୍ୟରେ ସଂଖ୍ୟାଗତ ସୁସମ୍ପର୍କ ପ୍ରତିଷ୍ଠା ହୁଏ । ଏହିପରି ସଂଖ୍ଯାଗତ ସୁସମ୍ପର୍କକୁ ଜୈବ ଭାରସାମ୍ୟ କୁହାଯାଏ ।
- ଅତ୍ୟଧିକ ଜଙ୍ଗଲ ଧ୍ଵଂସ ଫଳରେ ବିଭିନ୍ନ ଶକ୍ତି ସ୍ତର ମଧ୍ଯରେ ସଂଖ୍ୟାଗତ ସୁସମ୍ପର୍କ ନଷ୍ଟ ହେଉଛି । ଫଳରେ ଅନେକ ପ୍ରଜାତିର ବୃକ୍ଷଲତା ଓ ପ୍ରାଣୀ ନିଶ୍ଚିହ୍ନ ହେବାକୁ ବସିଲେଣି । ଫଳରେ ଜୈବ ଭାରସାମ୍ୟ ନଷ୍ଟ ହେବାରେ ଲାଗିଛି ।
- ନିମ୍ନ ସ୍ତରଗୁଡ଼ିକ କ୍ଷତିଗ୍ରସ୍ତ ହେଲେ ଚତୁର୍ଥ ସ୍ତରରେ ଥିବା ମଣିଷ ନିଶ୍ଚିତଭାବେ ବିପଦଗ୍ରସ୍ତ ହେବ । ତେଣୁ ଜୈବ ଭାରସାମ୍ୟ ରକ୍ଷା ଦିଗରେ ଯବାନ ହେବା ଆବଶ୍ୟକ ।
(ଗ). କେଉଁ କାରଣଗୁଡ଼ିକ ଦ୍ଵାରା ଜଳ ଦୂଷିତ ହୁଏ ?
Answer:
ନିମ୍ନଲିଖୁତ କାରଣଗୁଡ଼ିକ ଦ୍ୱାରା ଜଳ ଦୂଷିତ ହୁଏ, ଯଥା-
- ବଡ଼ ବଡ଼ ସହରର ନର୍ଦ୍ଦମା ଜଳ, ଆବର୍ଜ ନ ।, କଳକାରଖାନାରୁ ବାହାରୁଥିବା ମଇଳା ଜଳରେ ମିଶିବା ।
- କୃଷି କ୍ଷେତ୍ରରେ ବ୍ୟବହୃତ ରାସାୟନିକ ସାର ଓ କୀଟନାଶକ ଔଷଧ ଜଳରେ ମିଶିବା ।
- ଭୂକ୍ଷୟ ଦ୍ବାରା ଜୀବଜନ୍ତୁଙ୍କର ପଚାସଢ଼ା ଶବ ଓ ଉଭିଦର ପତ୍ର ପାଣିରେ ପଡ଼ି ପଚିବା ଦ୍ଵାରା ।
- ଘରୋଇ କାର୍ଯ୍ୟ ଦ୍ଵାରା ନିର୍ଗତ ମଇଳା ଓ ଆବର୍ଜନାଯୁକ୍ତ ଜଳ ମିଶିବା ।
(ଘ). ଶକ୍ତି ପ୍ରବାହ କ’ଣ ?
- ଉଦ୍ଭଦ ଜଗତ ଉତ୍ପାଦକ ଓ ପ୍ରାଣୀମାନେ ଭକ୍ଷକ ଅଟନ୍ତି ।
- ଉଦ୍ଭିଦ ଦ୍ବାରା ମାଟିରୁ ସଂଗୃହୀତ ଖଣିଜ ଲବଣ ଓ ସୌରଶକ୍ତି ରାସାୟନିକ ଶକ୍ତିରେ ରୂପାନ୍ତରିତ ହୋଇ ରହେ ।
- ତୃଣଭୋଜୀ ପ୍ରାଣୀ ଉଭିଦର ବିଭିନ୍ନ ଅଂଶ ଖାଇବା ଦ୍ବାରା ସେମାନେ ଉଭିଦଠାରୁ କିଛି ପରିମାଣର ରାସାୟନିକ ଶକ୍ତି (ପ୍ରାୟ ଉଭିଦଠାରେ ଥିବା ଶକ୍ତିର ଏକ-ଦଶମାଂଶ) ଗ୍ରହଣ କରନ୍ତି ।
- ତୃଣଭୋଜୀ ପ୍ରାଣୀଙ୍କଠାରୁ ଏହି ଶକ୍ତି (ପ୍ରାୟ ଏକ- ଦଶମାଂଶ) ମାଂସାଶୀ ପ୍ରାଣୀ ଓ ମନୁଷ୍ୟ ପାଖକୁ ଯାଏ ।
- ପରିସଂସ୍ଥାରେ ଏହିପରି ଶକ୍ତିର ସ୍ଥାନାନ୍ତରଣକୁ ଶକ୍ତି ପ୍ରବାହ କୁହାଯାଏ । ଶକ୍ତି ପ୍ରବାହ ପ୍ରଥମ ସ୍ତରରୁ ଚତୁର୍ଥ ସ୍ତର ଆଡ଼କୁ ଏକ ନିର୍ଦ୍ଦିଷ୍ଟ ଦିଗରେ ହୁଏ ଓ ଶକ୍ତିର ପରିମାଣ ପ୍ରଥମ ସ୍ତରରୁ ଶୀର୍ଷ ସ୍ତର ଆଡ଼କୁ କ୍ରମଶଃ କମିଯାଏ ।
(ଙ). ଜଳ, ବାୟୁ ଓ ମୃରିକା ପ୍ରଦୂଷଣ ରୋକିବାପାଇଁ କି କି ପଦକ୍ଷେପମାନ ନିଆଯାଇ ପାରିବ ?
Answer:
ନିମ୍ନଲିଖ୍ଜ ପଦକ୍ଷେପ ନିଆଗଲେ ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷଣକୁ ରୋକି ହେବ, ଯଥା-
- ଜନସଂଖ୍ୟା ବୃଦ୍ଧିର ନିୟନ୍ତ୍ରଣ କରିବା ।
- ଜଳ, ଖଣିଜ ଲବଣ ଓ ଅନ୍ୟାନ୍ୟ ଖଣିଜ ଦ୍ରବ୍ୟର ନିୟନ୍ତ୍ରତ ବ୍ୟବହାର କରିବା ।
- ଜଙ୍ଗଲ କ୍ଷୟ ରୋକିବା ସହ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ କରିବା ।
- କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁକୁ ବିଭିନ୍ନ ପ୍ରକ୍ରିୟାରେ ବିଶୋଧ କରି ବାୟୁମଣ୍ଡଳକୁ ଛାଡ଼ିବା ଏବଂ ଶିଳ୍ପଜାତ ଆବର୍ଜନାର ପୁନଃଚକ୍ରଣ କରିବା ।
- ରାସାୟନିକ ସାର ଓ କୀଟନାଶକ ଔଷଧର ନିୟନ୍ତ୍ରିତ ବ୍ୟବହାର କରିବା ଏବଂ ଏହା ପରିବର୍ତ୍ତେ ଜୈବସାର ଓ ଜୈବ କୀଟନାଶକର ବ୍ୟବହାର ଉପରେ ଗୁରୁତ୍ବ ଦେବା ।
- ଯାନବାହନରେ କୋଇଲା, ପେଟ୍ରୋଲ, ଡିଜେଲ ଇନ୍ଧନ ପରିବର୍ତ୍ତେ ବିଦ୍ୟୁତ୍ଵଶକ୍ତି, ସି.ଏଚ୍.ଜି. ଗ୍ୟାସ୍ ବ୍ୟବହାର କରିବା ।
- ଜୀବଜନ୍ତୁଙ୍କ ମଳ ଓ ଅନ୍ୟାନ୍ୟ ଜୈବିକ ଆବର୍ଜନାରୁ ବାୟୋଗ୍ୟାସ୍ ଓ ଜୈବିକ ସାର ପ୍ରସ୍ତୁତ କରିବା ।
Answer:
ପ୍ରାଣୀ : ବାଇସନ୍, ମିକ୍ସ୍, କୋକିଶିଆଳି, ୱାଲର୍ସ, ଆନାକୋଣ୍ଡା, ଧଳା ଭାଲୁ, ଜେବ୍ରା, ସିଲ୍, ଆଣ୍ଟିଲୋପ୍
ଉଭିଦ : ଦେବଦାରୁ, ସିଡାର, ଅଲିଭ୍, ଫାର୍, କାକ୍ସ, ଓକ୍, ଚେଷ୍ଟନଟ୍, ଜଳପାଇ, ଶାଳ
Answer:
