7th Class Geography(ଭୂଗୋଳ) - Chapter 5 ବ୍ୟାବହାରିକ ଭୂଗୋଳ All Question With Answer
↓ Question & Answer ↓
(କ). ବ୍ୟାବହାରିକ ଭୂଗୋଳ କହିଲେ କ’ଣ ବୁଝାଏ ?
Answer:
- ଭୂଗୋଳଲବ୍ଧ ଜ୍ଞାନକୁ ମଣିଷର ଦୈନନ୍ଦିନ କାର୍ଯ୍ୟକଳାପରେ ପ୍ରୟୋଗ କରିବାର ପଦ୍ଧତିକୁ ବ୍ୟାବହାରିକ ଭୂଗୋଳ କୁହାଯାଏ ।
- ଭୂଗୋଳ ଏକ କ୍ଷେତ୍ର ବିଜ୍ଞାନ ହୋଇଥିବାରୁ ଏଥିରେ ବିଭିନ୍ନ ସ୍ଥାନ ବା ଅଞ୍ଚଳ ସମ୍ବନ୍ଧରେ ପ୍ରତ୍ୟକ୍ଷ ନିରୀକ୍ଷଣ ବା ଅଧ୍ୟୟନର ଆବଶ୍ୟକତା ଥାଏ । ଭୌଗୋଳିକ ତଥ୍ୟ ସଂଗ୍ରହ ପାଇଁ ବିଭିନ୍ନ ବୈଜ୍ଞାନିକ ଯନ୍ତ୍ରପାତି ବା ପରିମାପକ ଯନ୍ତ୍ର ବ୍ୟବହାର କରାଯାଏ ।
- ଏହି ଯନ୍ତ୍ର ଦ୍ଵାରା ପାଣିପାଗ ଓ ଜଳବାୟୁକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକର ମାତ୍ରା ବା ପରିମାଣ ସମ୍ପର୍କରେ ଜାଣିହୁଏ ।
(ଖ). କେଉଁ ଯନ୍ତ୍ର ସାହାଯ୍ୟରେ ବାୟୁ ତାପମାତ୍ରାର ନିରବଚ୍ଛିନ୍ନ ରେକର୍ଡ଼ ସମ୍ଭବ ?
Answer:
ଥର୍ମୋଗ୍ରାଫ୍ ଯନ୍ତ୍ର ସାହାଯ୍ୟରେ ବାୟୁ ତାପମାତ୍ରାର ନିରବଚ୍ଛିନ୍ନ ରେକର୍ଡ଼ ସମ୍ଭବ ।
(ଗ). କେଉଁ ଚାପମାନ ଯନ୍ତ୍ରର ବହୁଳ ବ୍ୟବହାର କରାଯାଏ ଓ କାହିଁକି ?
Answer:
ଆନି ରଏଡ୍ ଚାପମାନ ଯନ୍ତ୍ରର ବହୁଳ ବ୍ୟବହାର କରାଯାଏ । କାରଣ ଏହା ଆକାରରେ ଛୋଟ ଓ ନେବା ଆଣିବା ପାଇଁ ସହଜ ।
(ଘ). ଆପେକ୍ଷିକ ଆର୍ଦ୍ରତା କ’ଣ ?
Answer:
- ବାୟୁ କୌଣସି ନିର୍ଦ୍ଦିଷ୍ଟ ପରିମାଣର ଜଳୀୟବାଷ୍ପ ଧରି ରଖୂପାରେ । ତେବେ ବାୟୁରେ ପ୍ରକୃତପକ୍ଷେ ଜଳୀୟବାଷ୍ପ କମ୍ ବେଶୀ ଥାଇପାରେ ।
- ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ବାୟୁରେ ଥିବା ଜଳୀୟବାଷ୍ପର ପରିମାଣ ତଥା ସେହି ତାପମାତ୍ରାରେ ବାୟୁର ଜଳୀୟବାଷ୍ପ ଧାରଣ କ୍ଷମତାର ଅନୁପାତକୁ ଶତାଂଶରେ ପ୍ରକାଶ କରିବାକୁ ବାୟୁର ଆପେକ୍ଷିକ ଆର୍ଦ୍ରତା କୁହାଯାଏ ।
(ଙ). ପବନର ବେଗ ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ ?
Answer:
ପବନର ବେଗ ମାପିବା ପାଇଁ ପବନ ବେଗମାପକ ଯନ୍ତ୍ର ବା ଆନିମୋମିଟର ବ୍ୟବହାର କରାଯାଏ ।
(ଚ). ପାଗର ଭାବୀ ସୂଚନା କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
- ଆମର ନିତିଦିନିଆ ଜୀବନକୁ ପାଣିପାଗ ବିଶେଷଭାବେ ପ୍ରଭାବିତ କରିଥାଏ ।
- କୃଷିକାର୍ଯ୍ୟ, ସମୁଦ୍ରରେ ମାଛଧରା, ଜଳ, ସ୍ଥଳ ତଥା ଆକାଶପଥରେ ଯାତାୟାତ ଅନୁକୂଳ ପାଣିପାଗ ଉପରେ ନିର୍ଭର କରେ ।
- ବନ୍ୟା, ବାତ୍ୟା ଓ ଅନାବୃଷ୍ଟି ଆଦିର ପ୍ରାକ୍-ସୂଚନା ଆମକୁ ଅନେକ ସମ୍ଭାବ୍ୟ ବିପଦରୁ ସାହାଯ୍ୟ କରେ । ତେଣୁ ପାଗର ଭାବୀ ସୂଚନା ଗୁରୁତ୍ଵପୂର୍ଣ୍ଣ ।
(ଛ). ସ୍ଵଳ୍ପକାଳୀନ ଭାବୀ ସୂଚନାର ଆବଶ୍ୟକତା କ’ଣ ?
Answer:
- ସ୍ଵଳ୍ପକାଳୀନ ଭାବୀ ସୂଚନାରୁ ଝଡ଼ବାତ୍ୟା, ଅତ୍ୟଧିକ ବୃଷ୍ଟିପାତ, ହିମପାତ, ଶିଶିରପାତ, ବାଲୁକା ଓ ଧୂଳିଝଡ଼ ଇତ୍ୟାଦି ସମ୍ବନ୍ଧୀୟ ତଥ୍ୟ ମିଳେ ।
- ଏହା ତିନିଦିନ ବା ୭୨ ଘଣ୍ଟା ପାଇଁ ପ୍ରତିଦିନ ଦୁଇଥର ଲେଖାଏଁ ଦିଆଯାଇଥାଏ ।
(ଜ). ଦୀର୍ଘକାଳୀନ ଭାବୀ ସୂଚନା କିପରି ସୂଚିତ ହୋଇଥାଏ ?
Answer:
- ବିଭିନ୍ନ ବୈଜ୍ଞାନିକ ପଦ୍ଧତି ତଥା ଗାଣିତିକ ସୂତ୍ର ବ୍ୟବହାର କରି ଦୀର୍ଘକାଳୀନ ଭାବୀ ସୂଚନା ଦିଆଯାଏ ।
- ଏପରିକି ଆମ ରାଜ୍ୟରେ ପ୍ରଚଳିତ ପଞ୍ଜିକାରେ ଗ୍ରହ- ନକ୍ଷତ୍ର ଆଦିର ଅବସ୍ଥିତି ତଥା ସମ୍ବନ୍ଧକୁ ବିଚାରକୁ ନେଇ ଦୀର୍ଘକାଳୀନ ପାଗର ଭାବୀ ସୂଚନା ଦିଆଯାଇଥାଏ ।
(ଝ). ସମୋଳରେଖା କ’ଣ ?
Answer:
- ସମୁଦ୍ର ପତ୍ତନରୁ ସମାନ ଉଚ୍ଚତାରେ ଥିବା ସ୍ଥାନଗୁଡ଼ିକୁ ମାନଚିତ୍ରରେ ଯୋଗ କରୁଥିବା ରେଖାକୁ ସମୋଚ୍ଚରେଖା କୁହାଯାଏ ।
- ଏହି ରେଖାଗୁଡ଼ିକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଟଣାଯାଇଥାଏ ।
(କ). ହାଇଗ୍ଲୋମିଟର ଓ ଆନିମୋମିଟର
Answer:
(ଖ). ଦୈନିକ ଭାବୀ ସୂଚନା ଓ ସ୍ଵଳ୍ପକାଳୀନ ଭାବୀ ସୂଚନା
Answer:
(କ). ପାରଦ ତାପମାନ ଯନ୍ତ୍ର :
Answer:
- ପାରଦ ତାପମାନ ଯନ୍ତ୍ରରେ ବାୟୁର ତାପମାତ୍ରା ନିଶ୍ଚୟ କରାଯାଏ । ଏହା ଡିଗ୍ରୀ ଏକକରେ ପ୍ରକାଶ କରାଯାଏ ।
- ସାଧାରଣତଃ ତିନି ପ୍ରକାରର ତାପମାନ ଯନ୍ତ୍ର ବ୍ୟବହୃତ ହୋଇଥାଏ; ଯଥା – (୧) ସେଲ୍ସିୟସ୍ ତାପମାନ ଯନ୍ତ୍ର, (୨) ଫାରେନ୍ହିଟ୍ ତାପମାନ ଯନ୍ତ୍ର ଏବଂ (୩) ରିଉମାର୍ ତାପମାନ ଯନ୍ତ୍ର ।
- ଆମ ଦେଶରେ ସେଲ୍ସିୟସ୍ ତାପମାନ ଯନ୍ତ୍ର ବ୍ୟବହୃତ ହୁଏ । ଦିନରାତି ୨୪ ଘଣ୍ଟା ମଧ୍ୟରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଜାଣିବାପାଇଁ ‘U’ ଆକାର ବିଶିଷ୍ଟ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାନ ଯନ୍ତ୍ର ବ୍ୟବହାର କରାଯାଏ ।
(ଖ). ବୃଷ୍ଟିମାପକ ଯନ୍ତ୍ର :
Answer:
- ବୃଷ୍ଟିମାପକ ଯନ୍ତ୍ର ବା ରେନ୍ଗଗଳ୍ପରେ ବୃଷ୍ଟିପାତର ପରିମାଣ ନିରୂପଣ କରାଯାଏ ।
- ଏହି ଯନ୍ତ୍ରଟି ୧୨.୫ ସେ.ମି.ରୁ ୨୦ ସେ.ମି. ବ୍ୟାସବିଶିଷ୍ଟ ଏକ ତମ୍ବା ସିଲିଣ୍ଡର ଓ ଏଥରେ ସେହି ସମାନ ବ୍ୟାସବିଶିଷ୍ଟ ଏକ ତମ୍ବା କାହାଳୀର ନିମ୍ନଭାଗ ଏକ କାଚଜାର୍ ବା ତମ୍ବାପାତ୍ର ମଧ୍ୟକୁ ପ୍ରବେଶ କରିଥାଏ ।
- ସମୁଦାୟ ସିଲିଣ୍ଡରକୁ ଅନ୍ୟ ଏକ ଟିଣ ଖୋଳ ଦ୍ଵାରା ଆବୃତ କରି ରଖାଯାଇଥାଏ ।
- ସାଧାର ଣତଃ ଖୋଲାପଡ଼ିଆରେ ଏହି ଯନ୍ତ୍ରକୁ ରଖାଯାଇଥାଏ । ଏହାର ନିଘାଂଶ ମାଟିତଳେ ଓ ଉପର ଅଂଶଟି ମାଟି ଉପରୁ ପ୍ରାୟ ୩୦ ସେ.ମି. ଉଚ୍ଚତାରେ ରହିଥାଏ ।
- ବୃଷ୍ଟିପାତ ପରିମାଣକୁ ଅନ୍ୟ ଏକ ମାପପାତ୍ର ଦ୍ବାରା ମାପ କରାଯାଏ । ଏଥିରେ ଥିବା ଇଞ୍ଚ ବା ମିଲିମିଟର ମାପ ଦାଗରୁ ବର୍ଷାର ପରିମାଣ ନିର୍ଣ୍ଣୟ କରାଯାଏ ।
(ଗ). ରଙ୍ଗ ପରସ୍ତ୍ରୀକରଣ :
Answer:
- ଭୂପୃଷ୍ଠର ବିଭିନ୍ନ ଉଚ୍ଚ ନୀଚ ଭୂମିରୂପକୁ ଦର୍ଶାଇବା ପାଇଁ ରଙ୍ଗ ପରସ୍ତୀକରଣ ପ୍ରଣାଳୀ ବହୁଳ ଭାବରେ ଆଦୃତ ହୋଇଛି । ଏହି ପ୍ରଣାଳୀରେ ରଙ୍ଗର ଘନତ୍ବରେ ହ୍ରାସବୃଦ୍ଧିଦ୍ୱାରା ବିଭିନ୍ନ ଭୂମି ରୂପର ପ୍ରଦର୍ଶନ କରାଯାଇଥାଏ ।
- ମାନଚିତ୍ରରେ ଉଚ୍ଚ ଅଞ୍ଚଳକୁ ଗାଢ଼ ରଙ୍ଗ ଓ ନିମ୍ନ ଭୂମିଗୁଡ଼ିକୁ ଅପେକ୍ଷାକୃତ ହାଲୁକା ରଙ୍ଗ ଦିଆଯାଇଥାଏ ।
- ସେହିପରି ସମୁଦ୍ରର ଗଭୀରତା ଦର୍ଶାଇବା ପାଇଁ ଅଳ୍ପ ଗଭୀରତା ବିଶିଷ୍ଟ ସମୁଦ୍ର ଅଞ୍ଚଳକୁ ହାଲୁକା ନୀଳରଙ୍ଗ ଓ ଗଭୀର ସମୁଦ୍ରକୁ ଗାଢ଼ ନୀଳରଙ୍ଗ ବ୍ୟବହାର କରାଯାଏ ।
- ଏହି ପଦ୍ଧତିରେ ସ୍ଥାନର ପ୍ରକୃତ ଉଚ୍ଚତା ତଥା କ୍ରମ ନିମ୍ନତା ସଠିକ୍ଭାବେ ଦର୍ଶାଇ ହୁଏ ନାହିଁ ।
(କ) ୨୪ ଘଣ୍ଟା ମଧ୍ୟରେ ବାୟୁର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଜାଣିବାପାଇଁ ବ୍ୟବହୃତ ତାପମାନ ଯନ୍ତ୍ର ଇଂରାଜୀ ଅକ୍ଷର ______ ଆକୃତି ବିଶିଷ୍ଟ । (V, U, W, X)
Answer:
U
(ଖ) ସମୁଦ୍ର ପତ୍ତନରେ ବାୟୁଚାପ _______ ସେଣ୍ଟିମିଟର ପାରଦ ସ୍ତମ୍ଭର ଉଚ୍ଚତା ସଙ୍ଗେ ସମତା ରକ୍ଷା କରେ । (୭୦, ୭୬, ୮୦, ୮୬)
Answer:
୭୬
(ଗ) ହାଇଡ୍ରୋମିଟର ଯନ୍ତ୍ର ବାୟୁର ________ ମାପିବାରେ ସାହାଯ୍ୟ କରେ । (ଦିଗ, ବେଗ, ଆର୍ଦ୍ରତା, ଶୁଷ୍କତା)
Answer:
ଆର୍ଦ୍ରତା