7th Class Geography(ଭୂଗୋଳ) - Chapter 6 ମାନବୀୟ ପରିବେଶ – ଜନବସତି, ପରିବହନ ଓ ଯୋଗାଯୋଗ All Question With Answer

↓ Question & Answer ↓

୧. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ ।

(କ). ଜନବସତି କହିଲେ କ’ଣ ବୁଝାଯାଏ ?
Answer:

  • ମନୁଷ୍ୟ ଯେଉଁଠାରେ ନିଜ ଘର ନିର୍ମାଣ କରି ବାସ କରେ ତାହାକୁ ଜନବସତି କୁହାଯାଏ । ଜଳର ସୁଲଭତା ଏବଂ ଉର୍ବର ମୃତ୍ତିକା ଥ‌ିବା ନଦୀ ଉପତ୍ୟକା ଅଞ୍ଚଳମାନଙ୍କରେ ଅନେକ ଜନବସତି ସ୍ଥାପିତ ହୋଇଥାଏ ।
  • ଜନବସତିଗୁଡ଼ିକ ସ୍ଥାୟୀ ଜନବସତି ବା ଅସ୍ଥାୟୀ ଜନବସତି ହୋଇପାରେ । ଯେଉଁ ଜନବସତିଗୁଡ଼ିକରେ ମନୁଷ୍ୟ ସ୍ଵଳ୍ପ ଅବଧୂ ବାସ କରେ ସେଗୁଡ଼ିକ ଅସ୍ଥାୟୀ ଜନବସତି । ସାଧାରଣତଃ ପାର୍ବତ୍ୟ ଓ ମରୁଭୂମି ଅଞ୍ଚଳ, ତୁନ୍ଦ୍ରାଞ୍ଚଳ ଓ ଘଞ୍ଚ ଅରଣ୍ୟାଞ୍ଚଳରେ ଅସ୍ଥାୟୀ ଜନବସତି ଦେଖାଯାଏ ।
  • । ମାତ୍ର ଅନୁକୂଳ ପ୍ରାକୃତିକ ପରିବେଶ ଓ ଜଳବାୟୁ, ଜଳର ସୁଲଭତା, ଭର୍ବର କୃଷିଭୂମି, ବ୍ୟବସାୟ, ବାଣିଜ୍ୟ, ସେବାକେନ୍ଦ୍ରମାନଙ୍କରେ ସ୍ଥାୟୀ ଜନବସତି ଗଢ଼ିଉଠେ । ସେହିପରି ଜନବସତି ଗ୍ରାମ୍ୟ ଜନବସତି ଓ ନଗର ଜନବସତି ଭାବେ ଶ୍ରେଣୀଭୁକ୍ତ ।
  • କୃଷି ଉପରେ ନିର୍ଭର କରି ସ୍ଥାପିତ ହୋଇଥିବା ଜନବସତିକୁ ଗ୍ରାମ୍ୟ ଜନବସତି କୁହାଯାଏ । ସେହିପରି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଉତ୍ପାଦନ ଶୈଳୀରେ ପରିବର୍ତ୍ତନ ଘଟିଲା ।
  • ବିଭିନ୍ନ ନଦୀ ଉପତ୍ୟକାମାନଙ୍କରେ ଏହାକୁ କେନ୍ଦ୍ରକରି ଉତ୍ପାଦନ କେନ୍ଦ୍ର, ବିଭିନ୍ନ ବାଣିଜ୍ୟ ଓ ବ୍ୟବସାୟ କେନ୍ଦ୍ର, ସେବାକେନ୍ଦ୍ର ଆଦି ଜନବସତି ଗଢ଼ିଉଠିଲା, ଯାହାକୁ ସହର/ନଗର ଜନବସତି କୁହାଯାଏ ।

(ଖ). ଉତ୍ତର ଭାରତ ସମତଳ ଭୂମିରେ ଅଧିକ ଜନସଂଖ୍ୟା ଦେଖାଯିବାର କାରଣ କ’ଣ ?
Answer:

  • ଉତ୍ତର ଭାରତ ସମତଳ ଭୂମି ଚିରସ୍ରୋତା ଗଙ୍ଗାନଦୀ ଓ ତା’ର ଉପନଦୀମାନଙ୍କ ଦ୍ଵାରା ଆନୀତ ଉର୍ବର ପଟୁମାଟିରେ ସମୃଦ୍ଧ । ଏହା କୃଷିକାର୍ଯ୍ୟ ପାଇଁ ଉତ୍କୃଷ୍ଟ ।
  • ଏତଦ୍‌ବ୍ୟତୀତ ଜଳ ସୁଲଭତା, ଅନୁକୂଳ ଜଳବାୟୁ ଓ ପରିବେଶ, ଉପଯୁକ୍ତ ଭୂମି ଜନବସତି ଗଢ଼ିଉଠିବା ପାଇଁ ସହାୟକ ହୋଇଛି । ତେଣୁ ଏହି ସମତଳ ଭୂମିରେ ଅଧିକ ଜନସଂଖ୍ୟା ଦେଖାଯାଏ ।

(ଗ). ପରିବହନର ମୁଖ୍ୟ ମାଧ୍ୟମଗୁଡ଼ିକର ନାମ କ’ଣ ?
Answer:

  • ମୁଖ୍ୟତଃ ତିନି ପ୍ରକାରର ପରିବହନ ବ୍ୟବସ୍ଥା ରହିଛି, ଯଥା- ସ୍ଥଳ ପରିବହନ, ଜଳ ପରିବହନ ଓ ଆକାଶ ପରିବହନ । ପ୍ରତ୍ୟେକ ପରିବହନର ମାଧ୍ୟମଗୁଡ଼ିକ ଭିନ୍ନ ଭିନ୍ନ ।
  • ସ୍ଥଳ ପରିବହନ ପାଇଁ ସଡ଼କପଥ ଓ ରେଳପଥ ମୁଖ୍ୟ ମାଧ୍ଯମ ।
  • ଜଳ ପରିବହନ ମୁଖ୍ୟତଃ ଆଭ୍ୟନ୍ତରୀଣ ଜଳପଥ ଓ ସମୁଦ୍ରପଥ ଦେଇ ହୋଇଥାଏ ।
  • ଆକାଶପଥରେ ଆକାଶ ପରିବହନ ହୋଇଥାଏ ।

(ଘ). ଗ୍ରାମାଞ୍ଚଳର ଲୋକମାନେ କେଉଁ କେଉଁ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ?
Answer:
ଗ୍ରାମାଞ୍ଚଳର ଲୋକମାନେ କୃଷି, ମତ୍ସ୍ୟଚାଷ, ପଶୁଶିକାର, ଅରଣ୍ୟଜାତ ଦ୍ରବ୍ୟ ସଂଗ୍ରହ, ବିଭିନ୍ନ କୁଟୀରଶିଳ୍ପ ଏବଂ କ୍ଷୁଦ୍ର ବ୍ୟବସାୟରେ ନିୟୋଜିତ ହୋଇ ଜୀବନଯାପନ କରିଥାନ୍ତି ।

(ଙ). ଗଣମାଧ୍ଯମ କହିଲେ ‘କ’ଣ ବୁଝ ?

  • ଯେଉଁ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ଅଧିକାଂଶ ଲୋକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ତଥା ମତର ବିନିମୟ ହୋଇଥାଏ, ସେଗୁଡ଼ିକ ଗଣମାଧ୍ୟମ ରୂପେ ପରିଚିତ ।
  • ଉଦାହରଣ ସ୍ଵରୂପ : ରେଡ଼ିଓ, ସମ୍ବାଦପତ୍ର, ଟେଲିଭିଜନ ଓ ଇଣ୍ଟରନେଟ୍ ଭଳି ଦୃଶ୍ୟ-ଶ୍ରାବ୍ୟ ମାଧ୍ଯମ, ସେଲ୍‌ଫୋନ୍ ବା ମୋବାଇଲ୍ ଫୋନ୍, ଓୟାରଲେସ୍, ଫାକ୍‌, ଟେଲେକ୍‌ସ, ଟେଲିଫୋନ୍ ଓ ଟେଲିଗ୍ରାଫ୍ ଆଦି ଗଣମାଧ୍ଯମ ଅନ୍ତର୍ଭୁକ୍ତ ।

(ଚ). ରେଳ ପରିବହନର କି କି ଉପକାରିତା ରହିଛି ?
Answer:
ରେଳ ପରିବହନର ନିମ୍ନଲିଖୁତ ଉପକାରିତାମାନ ରହିଛି :

  • ଦୂର ସ୍ଥାନମାନଙ୍କୁ ଅଧ‌ିକ ଓଜନ ବିଶିଷ୍ଟ ପଣ୍ୟଦ୍ରବ୍ୟ ଓ କଞ୍ଚାମାଲର ପରିବହନ ହୋଇଥାଏ ।
  • ଅଧିକ ସଂଖ୍ୟକ ଯାତ୍ରୀ ଗମନାଗମନର ସୁବି ଧା ଦ୍ରୁତଗତିରେ ହୋଇଥାଏ ।
  • ଏହା ଅପେକ୍ଷାକୃତ ଶସ୍ତା ପରିବହନ ।
  • ବିଭିନ୍ନ ଅଞ୍ଚଳ ମଧ୍ୟରେ ଭାବଗତ ଆଦାନ ପ୍ରଦାନ ତଥା ସୁସମ୍ପର୍କ ପ୍ରତିଷ୍ଠା ହୁଏ ।
  • ଦୁର୍ଭିକ୍ଷ, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିପନ୍ନ ’ ଲୋକଙ୍କୁ ରିଲିଫ୍ ଖାଦ୍ୟସାମଗ୍ରୀ, ଜଳ, ପୋଷାକ, ଔଷଧପତ୍ର ପରିବହନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ ।

(ଛ). ଯୋଗାଯୋଗ କହିଲେ କ’ଣ ବୁଝ ?
Answer:

  • ନିକଟରେ ନ ଥିବା ଲୋକଙ୍କ ପାଖକୁ ନ ଯାଇ ଯେଉଁ ଯେଉଁ ମାଧ୍ଯମ ସାହାଯ୍ୟରେ ଲୋକେ ପରସ୍ପରର ‘ଖବର ଅନ୍ତର ବା ଭାବର ଆଦାନ ପ୍ରଦାନ କରିଥାନ୍ତି କିମ୍ବା ବିଭିନ୍ନ ତଥ୍ୟ ସମ୍ବନ୍ଧରେ ଜାଣିବାକୁ ପାଉଥାନ୍ତି, ତାହାକୁ ଯୋଗାଯୋଗ କୁହାଯାଏ ।
  • ଡାକସେବା, ଟେଲିଗ୍ରାଫ୍ ଓ ଟେଲିଫୋନ୍ ଭଳି ଦୂରସଞ୍ଚାର ବ୍ୟବସ୍ଥା, ରେଡ଼ିଓ, ଟେଲେକ୍ସ, ଟେଲିଭିଜନ୍, ଓୟାରଲେସ୍, ଫାକ୍‌ସ, ସେଲୁଲାର ବା ମୋବାଇଲ ଫୋନ୍, ଇଣ୍ଟରନେଟ୍ ଏବଂ ବିଭିନ୍ନ ସମ୍ବାଦପତ୍ର ଆଦି ଯୋଗାଯୋଗର ମାଧ୍ୟମ ।

🗨
୨. ଠିକ୍ ଉତ୍ତରଟି ଲେଖ ।

(i). କେଉଁଟି ଯୋଗାଯୋଗର ଏକ ମାଧ୍ୟମ ନୁହେଁ ?
(କ) ଟେଲିଫୋନ୍
(ଖ) ବହି
(ଗ) ଟେବୁଲ
Answer:
ଟେବୁଲ

(ii). କେଉଁ ପ୍ରକାର ସଡ଼କ ଭୂମିତଳେ ନିର୍ମାଣ କରାଯାଇଥାଏ ?
(କ) ଫ୍ଲାଇଓଭର
(ଖ) ଭୂତଳ ସଡ଼କ
(ଗ) ଜାତୀୟ ରାଜପଥ
Answer:
ଭୂତଳ ସଡ଼କ

(iii). କେଉଁ ଯାନ ପରିବେଶ ପ୍ରଦୂଷଣ କରେ ନାହିଁ ?
(କ) ସାଇକେଲ
(ଖ) ବସ୍
(ଗ) ଉଡ଼ାଜାହାଜ
Answer:
ସାଇକେଲ

(iv). ଗୋଟିଏ ଦ୍ଵୀପକୁ ଯିବାପାଇଁ କେଉଁ ପରିବହନ ମାଧ୍ୟମଟି ଉପଯୁକ୍ତ ?
(କ) ଜାହାଜ
(ଖ) ରେଳ
(ଗ) କାର୍
Answer:
ଜାହାଜ

(v). କାହାଦ୍ଵାରା ଆମେ ଘରେ ବସି ରଥଯାତ୍ରା ଦେଖିପାରିବା ?
(କ) ବାଇନାକୁଲାର
(ଖ) ଦୂରଦର୍ଶନ
(ଗ) ବେତାଙ୍ଗ
Answer:
ଦୂରଦର୍ଶନ


🗨
୩. କାରଣ ଦର୍ଶାଅ ।

(କ). ପାହାଡ଼ିଆ ଅଞ୍ଚଳରେ ବିକ୍ଷିପ୍ତ ଜନବସତି ଦେଖାଯାଏ ।
Answer:

  • ପାହାଡ଼ିଆ ଅଞ୍ଚଳରେ ଲୋକମାନେ ମୁଖ୍ୟତଃ ପଶୁପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି ।
  • ଏହି ଅଞ୍ଚଳ ଜନବସତି ପାଇଁ ପ୍ରତିକୂଳ । ତେଣୁ ଏଠାରେ ବିକ୍ଷିପ୍ତ ଜନବସତି ଦେଖାଯାଏ ।

(ଖ). ଆଜିକାଲି ପୃଥିବୀ ଗୋଟିଏ ବଡ଼ ଗ୍ରାମରେ ପରିଣତ ହୋଇପାରିଛି ।
Answer:

  • ଆଜିକାଲି ପୃଥ‌ିବୀରେ ଯୋଗାଯୋଗ କ୍ଷେତ୍ରରେ ଇଣ୍ଟରନେଟ୍, ସେଲ୍‌ ଫୋନ୍‌, ଓୟାରଲେସ୍, ଫା, ଟେଲେକ୍ସ ବ୍ୟବସ୍ଥା ମାଧ୍ୟମରେ ଅଳ୍ପ ସେକେଣ୍ଡ ମଧ୍ୟରେ ପୃଥ‌ିବୀର ଯେକୌଣସି ସ୍ଥାନକୁ ଖବର ପଠାଯାଇ ପାରୁଛି ।
  • ସେଲୁ ଲାର ଫୋନ୍‌ ଏବଂ ଇଣ୍ଟରନେଟ୍‌ରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପୃଥିବୀରେ ଥିବା ଲୋକମାନଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ସହ ସେମାନଙ୍କୁ ମଧ୍ୟ ଦେଖୁହେଉଛି ।
  • ପୃଥ‌ିବୀର ବିଭିନ୍ନ କୋଣ ଓ ଅନୁକୋଣରେ ଥିବା ଲୋକମାନଙ୍କ ମଧ୍ୟରେ ମୁହୂର୍ଭକ ମଧ୍ୟରେ କଥାବାର୍ତ୍ତା ଓ ଭାବ ବିନିମୟ ହୋଇପାରୁଥିବା ହେତୁ ଆମ ପୃଥ‌ିବୀ ଏକ ବିରାଟ ଗ୍ରାମରେ ପରିଣତ ହୋଇପାରିଛି ।

🗨
୪. ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଇଣ୍ଟରନେଟ୍‌ ଆଭ୍ୟନ୍ତରୀଣ ଜଳପଥ
କେନାଲ ପରିବହନ କେନ୍ଦ୍ରୀଭୂତଭାବେ ଗଠିତ ବାସଗୃହ
ସହରାଞ୍ଚଳ ଯୋଗାଯୋଗର ଏକ ମାଧ୍ୟମ
ଘନଜନବସତି ବହୁମୁଖୀ କାର୍ଯ୍ୟ ଥୁବା ଅଞ୍ଚଳ

Answer:
‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଇଣ୍ଟରନେଟ୍‌ ଯୋଗାଯୋଗର ଏକ ମାଧ୍ୟମ
କେନାଲ ପରିବହନ ଆଭ୍ୟନ୍ତରୀଣ ଜଳପଥ
ସହରାଞ୍ଚଳ ବହୁମୁଖୀ କାର୍ଯ୍ୟ ଥୁବା ଅଞ୍ଚଳ
ଘନଜନବସତି କେନ୍ଦ୍ରୀଭୂତଭାବେ ଗଠିତ ବାସଗୃହ

🗨
୫. ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ପରିସ୍ଥିତିରେ ତୁମେ କେଉଁ ଯୋଗାଯୋଗ ମାଧ୍ୟମର ବ୍ୟବହାର କରିପାରିବ ?

(କ). ତୁମ ଜେଜେବାପାଙ୍କ ଦେହ ହଠାତ୍ ଖରାପ ହୋଇଗଲେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାପାଇଁ ।
Answer:
ଡାକ୍ତରଙ୍କ ସହିତ ଟେଲିଫୋନ୍ ବା ସେଲୁଲାର ବା ମୋବାଇଲ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବୁ ।

(ଖ). ତୁମ ମା’ ତାଙ୍କର ପୁରୁଣା ଘରକୁ ବିକିବାକୁ ଚାହୁଁଥିଲେ ଅନ୍ୟମାନଙ୍କୁ ଖବର ଜଣାଇବା ପାଇଁ ।
Answer:
ସମ୍ବାଦପତ୍ର ମାଧ୍ୟମରେ ବିଜ୍ଞାପନ ଜରିଆରେ ଜଣାଇବୁ ।

(ଗ). ତୁମ ମାମୁଙ୍କ ବାହାଘରରେ ଯୋଗଦେବା ପାଇଁ ତୁମେ ଦୁଇଦିନ ସ୍କୁଲରୁ ଅନୁପସ୍ଥିତ ରହିବାକୁ – ଶିକ୍ଷକଙ୍କୁ ଜଣାଇବା ପାଇଁ ।
Answer:
ଦରଖାସ୍ତ ମାଧ୍ୟମରେ ଡାକଦ୍ୱାରା ଜଣାଇବୁ ।

(ଘ). ବାପାଙ୍କ ସହ ନ୍ୟୁୟର୍କ ବୁଲିବାକୁ ଯାଇଥିବା ସାଙ୍ଗ ସହ ପ୍ରତିଦିନ ସମ୍ପର୍କ ରଖୁବା ପାଇଁ ।
Answer:
ଟେଲିଫୋନ୍‌ ବା ମୋବାଇଲ (ସେକୁଲାର) ଫୋନ୍ ଓ ଇଣ୍ଟରନେଟ୍‌ରେ ଭିଡିଓ କନ୍‌ଫରେନ୍‌ସିଂ ମାଧମରେ ସମ୍ପର୍କ ରଖୁ ।


🗨