7th Class Geography(ଭୂଗୋଳ) - Chapter 7 ପାରିବେଶିକ ପ୍ରଭାବ ଓ ଅଧିବାସୀଙ୍କ ଜୀବନ ଜୀବିକା All Question With Answer
↓ Question & Answer ↓
(କ) ଭାରତର ଶ୍ରୀନଗର ଓ ଲଦାଖକୁ ସଂଯୁକ୍ତ କରୁଥିବା ଜାତୀୟ ରାଜପଥ ।
ଉ - ୧ ନମ୍ବର ଜାତୀୟ ରାଜପଥ
(ଖ) ପୃଥିବୀର ସର୍ବାପେକ୍ଷା ଓସାରିଆ ନଦୀ ।
ଉ - ଆମାଜନ
(ଗ) ଗଙ୍ଗାନଦୀ ମୁହାଣରେ ଥିବା ଅରଣ୍ୟ ।
ଉ - ସୁନ୍ଦରବନ
(ଘ) ଆଗ୍ରା ସହର ନିକଟରେ ପ୍ରବାହିତ ମୁଖ୍ୟ ନଦୀ ।
ଉ - ଯମୁନା
(ଙ) ମାନସ ଅଭୟାରଣ୍ୟ ଥିବା ରାଜ୍ୟ ।
ଉ - ଆସାମ
(କ) ଆନାକୋଣ୍ଡା ସାପ କେଉଁ ଦେଶର ଅରଣ୍ୟରେ ବେଶୀ ଦେଖାଯାଆନ୍ତି ?
ଉ - ଦକ୍ଷିଣ ଆମେରିକାର ଅରଣ୍ୟରେ ଆନାକୋଣ୍ଡା ସାପ ବେଶୀ ଦେଖାଯାଆନ୍ତି ।
(ଖ) ନଦୀର ଶଯ୍ୟାକୁ କେତେ ଭାଗରେ ଭାଗ କରାଯାଇଛି ? ସେଗୁଡ଼ିକୁ କ’ଣ କୁହାଯାଏ ?
ଉ - ନଦୀର ଶଯ୍ୟା ତିନିଭାଗରେ ବିଭକ୍ତ; ଯଥା-(କ) ପାର୍ବତ୍ୟ ଶଯ୍ୟା, (ଖ) ମଧ୍ୟ ଶଯ୍ୟା ଓ (ଗ) ନିମ୍ନ ଶଯ୍ୟା ।
(ଗ) ମରୂଦ୍ୟାନ କାହାକୁ କୁହାଯାଏ ?
ଉ - ମରୁଭୂମିର କେତେକ ସ୍ଥାନରେ ମରୁଝର ଦେଖାଯାଏ । ଏହି ମରୁଝର ଦେଖାଯାଉଥିବା ସ୍ଥାନରେ କଣ୍ଟାଗଛ, ଖଜୁରୀ ବୃକ୍ଷ ଦେଖାଯାଏ । ଏହାକୁ ମରୂଦ୍ୟାନ କୁହାଯାଏ ।
(ଘ) ଶୀତଳ ମରୁଭୂମି କାହାକୁ କହନ୍ତି ?
ଉ - ଯେଉଁ ଅଞ୍ଚଳର ଭୂମି ବର୍ଷସାରା ବରଫାଚ୍ଛନ୍ନ ରହେ ଓ ଚାରିଆଡ଼େ ପ୍ରବଳ ଥଣ୍ଡା, ସେଠାରେ ଗଛଲତା ବଢ଼ିପାରେ ନାହିଁ, ସେହି ଅଞ୍ଚଳକୁ ଶୀତଳ ମରୁଭୂମି କୁହାଯାଏ ।
(କ) ଆମାଜନ ଅବବାହିକାରେ ଘନ ଜନବସତି ଦେଖାଯାଏ ନାହିଁ ।
ଉ -
- ଆମାଜନ ଅବବାହିକା ବିଷୁବ ମଣ୍ଡଳୀୟ ଅଞ୍ଚଳରେ ଅବସ୍ଥିତ ।
- ବର୍ଷସାରା ପ୍ରବଳ ଖରା ଓ ବର୍ଷା ଯୋଗୁଁ ଏ ଅଞ୍ଚଳର ଜଳବାୟୁ ଅସହ୍ୟ ଓ ଅସ୍ଵାସ୍ଥ୍ୟକର । ଏଣୁ ଏହା ଘନ ଜନବସତି ପାଇଁ ଅନୁକୂଳ ନୁହେଁ ।
(ଖ) ନିରକ୍ଷୀୟ ଅଞ୍ଚଳର ଅରଣ୍ୟରେ ପରାଙ୍ଗପୁଷ୍ଟ ଲତା ଜାତୀୟ ଉଦ୍ଭିଦ ବେଶୀ ଦେଖାଯାଆନ୍ତି ।
ଉ -
- ନିରକ୍ଷୀୟ ଅଞ୍ଚଳର ଅରଣ୍ୟ ଘଞ୍ଚ, ଭୂମି ସନ୍ତସନ୍ତିଆ ଏବଂ ଭୂମି ଉପରେ ପ୍ରାୟ ଖରା ପଡ଼ି ନଥାଏ ।
- ତେଣୁ ଛାଇରେ ବଢ଼ିପାରୁଥିବା କେତେକ ଲତା ଜାତୀୟ ପରାଙ୍ଗ ପୁଷ୍ଟ ଉଦ୍ଭଦ ଅନ୍ୟ ଉଦ୍ଭଦକୁ ଆଶ୍ରା କରିା ବଢ଼ିଥାଆନ୍ତି ।
(ଗ) ନଦୀ ପାର୍ବତ୍ୟାଞ୍ଚଳରେ ପ୍ରବାହିତ ହେଉଥିବାବେଳେ ତା’ର ସ୍ରୋତ ପ୍ରଖର ଥାଏ ।
ଉ -
- ପାର୍ବତ୍ୟାଞ୍ଚଳର ଭୂମି ପଥୁରିଆ ଓ ଗଡ଼ାଣିଆ ହୋଇଥାଏ ।
- ନଦୀ ଗଡ଼ାଣିଆ ଭୂମିରେ ପ୍ରବାହିତ ହେବାବେଳେ ଏହା ସ୍ରୋତ ପ୍ରଖର ହୋଇଥାଏ ।
(ଘ) ଲାଦାଖ ଅଞ୍ଚଳରେ ପ୍ରାୟ ତୃଣଭୂମି ଦେଖାଯାଏ ନାହିଁ ।
ଉ -
- ଆମ ଦେଶର ଉତ୍ତର ଭାଗରେ ଥିବା ଲାଦାଖ ସମୁଦ୍ର ପତ୍ତନଠାରୁ ସର୍ବନିମ୍ନ ୩ କି.ମି. ଓ ସର୍ବାଧିକ ୮ କି.ମି. ଉଚ୍ଚତା ମଧ୍ଯରେ ଅବସ୍ଥିତ । ତେଣୁ ଏତେ ଉଚ୍ଚରେ ଥିବାରୁ ଏହାର ଜଳବାୟୁ ଅତ୍ୟଧିକ ଥଣ୍ଡା ଓ ଶୁଷ୍କ ।
- ବର୍ଷର ଅଧିକାଂଶ ସମୟ ବରଫ ଦ୍ଵାରା ଆଚ୍ଛାଦିତ ରହୁଥିବାରୁ ଏହି ଅଞ୍ଚଳ ବୃକ୍ଷଶୂନ୍ୟ । ତେଣୁ ଏଠାରେ ତୃଣଭୂମି ଦେଖାଯାଏ ନାହିଁ ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
|---|---|
| ଇଣ୍ଡୋନେସିଆ | ଅଭୟାରଣ୍ୟ |
| ଆହ୍ଲାବାଦ | ହାଉସା |
| ସାହାରା | କାମ୍ପୋସ୍ |
| ନାଇଜେରିଆ | ନଦୀର ସଙ୍ଗମସ୍ତଳ |
| କାଜିରଙ୍ଗା | ଉଷ୍ଣ ମରୁ |
| ବ୍ରାଜିଲ୍ | ନିରକ୍ଷୀୟ ଜଳବାୟୁ |
| ଶୀତଳ ମରୁ |
ଉ -
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
|---|---|
| ଇଣ୍ଡୋନେସିଆ | ନିରକ୍ଷୀୟ ଜଳବାୟୁ |
| ଆହ୍ଲାବାଦ | ନଦୀର ସଙ୍ଗମସ୍ତଳ |
| ସାହାରା | ଉଷ୍ଣ ମରୁ |
| ନାଇଜେରିଆ | କାମ୍ପୋସ୍ |
| କାଜିରଙ୍ଗା | ଅଭୟାରଣ୍ୟ |
| ବ୍ରାଜିଲ୍ | ହାଉସା |
(କ) କେଉଁଟିରେ ନିରକ୍ଷୀୟ ଜଳବାୟୁ ଅନୁଭୂତ ହୁଏ ନାହିଁ ?
(i) ଇଣ୍ଡୋନେସିଆ
(ii) ଗଙ୍ଗା ଅବବାହିକା
(iii) କଙ୍ଗୋ ଅବବାହିକା
(iv) ଆମାଜନ ଅବବାହିକା
ଉ -
(ii) ଗଙ୍ଗା ଅବବାହିକା
(ଖ) ପିଗ୍ମୀମାନେ କେଉଁ ଅଞ୍ଚଳର ଅଧିବାସୀ ?
(i) ବ୍ରହ୍ମପୁତ୍ର ଅବବାହିକା
(ii) ଗଙ୍ଗା ଅବବାହିକା
(iii) କଙ୍ଗୋ ଅବବାହିକା
(iv) ଆମାଜନ ଅବବାହିକା
ଉ -
(iii) କଙ୍ଗୋ ଅବବାହିକା
(ଗ) କେଉଁ ଅଞ୍ଚଳରେ ବେଦୁଇନ୍ ଜାତିର ଅଧ୍ଵବାସୀ ଦେଖାଯାଆନ୍ତି ?
(i) ଥର୍ ମରୁଭୂମି
(ii) ସାହାରା ମରୁଭୂମି
(iii) ପମ୍ପାସ
(iv) ଶୀତଳ ମରୁଭୂମି
ଉ -
(ii) ସାହାରା ମରୁଭୂମି
(ଘ) କେଉଁ ସହରଟି ଗଙ୍ଗା ଅବବାହିକାରେ ଅବସ୍ଥିତ ନୁହେଁ ?
(i) କୋଲକାତା
(ii) ଲକ୍ଷ୍ନୌ
(iii) ବାରଣାସୀ
(iv) ଗୁଆହାଟୀ
ଉ -
(iv) ଗୁଆହାଟୀ
(କ) କ୍ରାନ୍ତୀୟ ତୃଣଭୂମି ।
ଉ -
- ଉଭୟ ଗୋଲାର୍ଦ୍ଧର ୧୦ ଡିଗ୍ରୀରୁ ୨୫ ଡିଗ୍ରୀ ସମାକ୍ଷରେଖା ମଧ୍ୟରେ କ୍ରାନ୍ତୀୟ ତୃଣଭୂମି ଦେଖାଯାଏ । ଏହି ତୃଣଭୂମିରେ ଘାସଗୁଡ଼ିକର ଉଚ୍ଚତା ୩ରୁ ୪ ମିଟର ହୋଇଥାଏ ।
- ଆଫ୍ରିକାର ସୁଦାନ, ଜିମ୍ବାୱେ, ମଧ୍ୟ-ନାଇଜେରି ଆ, ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର ପଶ୍ଚିମ ପାର୍ଶ୍ଵ, ଦକ୍ଷିଣ ଆମେରିକାର ଓରିନାକୋ ନଦୀ ଅବବାହିକାର ତୃଣଭୂମି ଏହାର ଅନ୍ତର୍ଭୁକ୍ତ ।
- ସ୍ଥାନ ବି ଶେଷରେ ଏହାର ନାମକରଣ ଅଲ ଗା ହୋଇଥାଏ । ଯେପରି ଆଫ୍ରିକାରେ ସାଭାନ୍ନା, ବ୍ରାଜିଲରେ କ୍ୟାମ୍ପାସ, ଭେନେଜୁଏଲାରେ ଲିଆନୋସ ନାମରେ ପରିଚିତ ।
(ଖ) ମାସାଇ ।
ଉ -
- ମାସାଇ ଆଫ୍ରିକାର ସାଭାନ୍ନା ତୃଣଭୂମି ଅଞ୍ଚଳରେ ରହୁଥିବା ଯାଯାବର ଶ୍ରେଣୀୟ ଜନଜାତି ।
- ଏମାନେ ତାଞ୍ଜାନିଆ, କେନିଆ ଆଦି ଦେଶରେ କିଛି ସଂଖ୍ୟାରେ ଦେଖାଯାନ୍ତି ।
- ପଶୁପାଳନ କରି ଏମାନେ ଜୀବିକା ନିର୍ବାହ କରନ୍ତି ।
(ଗ) ସେମାଙ୍ଗ ।
ଉ -
- ମାଲୟେସିଆର ବିଷୁବ ମଣ୍ଡଳୀୟ ଅରଣ୍ୟରେ ସେମାଙ୍ଗ ଗୋଷ୍ଠୀର ଜନଜାତି ବାସ କରନ୍ତି ।
- ପଶୁଶିକାର, ଅରଣ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ସେମାନେ ଜୀବିକା ନିର୍ବାହ କରନ୍ତି ।
(ଘ) ସାଭାନ୍ନା ।
ଉ -
- ଆଫ୍ରିକା ମହାଦେଶରେ ଥିବା ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମିକୁ ସାରାତ୍ମା କୁହାଯାଏ ।
- ଏହି ତୃଣଭୂମି ଅଞ୍ଚଳରେ ଘାସଗୁଡ଼ିକ ପ୍ରାୟ ୩ରୁ ୪ ମିଟର ଉଚ୍ଚତା ବିଶିଷ୍ଟ ହୋଇଥାନ୍ତି ।
- ଏହି ଅଞ୍ଚଳରେ ହାତୀ, ଜେବ୍ରା, ହରିଣ, ଜିରାଫ୍, ବଣ୍ୟମହିଷ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏବଂ ସିଂହ, ବାଘ ଆଦି ମାଂସାଶୀ ପ୍ରାଣୀ ଦେଖାଯାନ୍ତି । ତେଣୁ ଏହା ପୃଥିବୀର ପ୍ରାକୃତିକ ପଶୁଶାଳା ନାମରେ ପରିଚିତ । ଏହା ଶିକାରୀମାନଙ୍କ ସ୍ଵର୍ଗ ଭାବେ ବିଖ୍ୟାତ ।
(ଙ) ପୃଥିବୀର ପ୍ରାକୃତିକ ପଶୁଶାଳା ।
ଉ -
- ଆଫ୍ରିକା ମହାଦେଶରେ ଗ୍ରୀଷ୍ମମଣ୍ଡଳୀୟ ବା କ୍ରାନ୍ତୀୟ ତୃଣଭୂମି ସାଭାନ୍ନା ଅବସ୍ଥିତ ।
- ସ୍ଵଳ୍ପ ବୃଷ୍ଟିପାତ କାରଣରୁ ଏହି ଅଞ୍ଚଳରେ ୩ରୁ ୪ ମିଟର ଉଚ୍ଚତା ବିଶିଷ୍ଟ ତୃଣ ଜନ୍ମିଥାଏ ।
- ଏହି ତୃଣଭୂମି ଅଞ୍ଚଳରେ ହାତୀ, ଜେବ୍ରା, ହରିଣ, ଜିରାଫ୍, ବନ୍ୟମହିଷ ଆଦି ତୃଣଭୋଜୀ ପ୍ରାଣୀ ବହୁଳ ସଂଖ୍ୟାରେ ଦେଖାଯାନ୍ତି ।
- ତୃଣଭୋଜୀ ପ୍ରାଣୀଙ୍କୁ ଖାଇ ବଞ୍ଚୁଥିବା ଅନେକ ମାଂସାଶୀ ପ୍ରାଣୀ, ଯଥା- ସିଂହ, ବାଘ, ଚିତାବାଘ ଆଦି ଏଠାରେ ବାସ କରନ୍ତି । ବିବିଧ ପ୍ରକାର ପ୍ରାଣୀରେ ଏହି ଅଞ୍ଚଳ ପରିପୂର୍ଣ୍ଣ ଥିବାରୁ ଏହାକୁ ପୃଥିବୀର ପ୍ରାକୃତିକ ପଶୁଶାଳା କୁହାଯାଏ ।
- ଷ୍ଟେପି ଅଞ୍ଚଳର କିରଗୀଜ୍ ନାମକ ଆଦିମ ଅଧିବାସୀମାନେ ବାସ କରନ୍ତି ।
- ସେମାନେ ଗୋରୁ, ଛେଳି, ମେଣ୍ଢା ଆଦି ପଶୁପାଳନ କରିଥା’ନ୍ତି ।
- ଦୁଗ୍ଧ ଓ ମାଂସ ପାଇଁ ପଶୁପାଳନ କରି ଏମାନେ ଜୀବିକା ନିର୍ବାହ କରନ୍ତି ।
- ଏହି ତୃଣଭୂମି ଅଞ୍ଚଳରେ ଖଣିଜ ସମ୍ପଦର ସନ୍ଧାନ ମିଳିବା ପରେ ଅଧିକାଂଶ ଅଧିବାସୀ ଏବେ ଖଣି ଅଞ୍ଚଳରେ ସ୍ଥାୟୀ ଭାବରେ ବସବାସ କରୁଛନ୍ତି ।
- କେତେକ ଅଞ୍ଚଳରେ କଳକାରଖାନାମାନ ଗଢ଼ି ଉଠିଲାଣି । ୟୁରୋପୀୟମାନଙ୍କ ସଂସ୍ପର୍ଶରେ ଆସି ଏମାନଙ୍କର ଅର୍ଥନୈତିକ ଅବସ୍ଥା ଉନ୍ନତି ହେଲାଣି ।
- ଶୀତଳ ମରୁ ଅଞ୍ଚଳର ଜଳବାୟୁ ଜନବସତି ପାଇଁ ପ୍ରତିକୂଳ । ତଥାପି ଏଠାରେ କେତେକ ଲୋକ ବାସ କରନ୍ତି ।
- ଏଠାରେ ଗ୍ରୀଷ୍ମକାଳ ସ୍ବଳ୍ପକାଳ ସ୍ଥାୟୀ ଏବଂ ଶୀତଋତୁ ଦୀର୍ଘ ଓ ଅତ୍ୟନ୍ତ କଷ୍ଟଦାୟକ ।
- ଏଠାରେ ଗ୍ରୀଷ୍ମଋତୁରେ କେତେକ ଲୋକେ ବାର୍ଲି, ଆଳୁ, ମଟର, ବିନ୍ ଆଦି ଚାଷ କରିଥାନ୍ତି । ସ୍ତ୍ରୀଲୋକମାନେ ମଧ୍ୟ ଘରକାମ ସହ ଚାଷକାମ କରନ୍ତି ।
- ଶୀତଋତୁରେ ବ୍ୟବସାୟ ବାଣିଜ୍ୟ ପାଇଁ ଏଠାକାର ଅବାସୀମାନେ ବାହାରକୁ ଯାଆନ୍ତି ।
- ଦୁଗ୍ଧ, ମାଂସ ଓ ଚମଡ଼ା ପାଇଁ ଆଦିବାସୀମାନେ ବଣ୍ୟ ଛେଳି ଓ ମେଣ୍ଢା ପାଳନ୍ତି । ଚମଡ଼ାରୁ ଗାଈ ଓ ବଣ୍ୟ ଛେଳିରୁ ଲହୁଣି ପ୍ରସ୍ତୁତ କରନ୍ତି । ଏହାର ଲୋମରୁ ଚାମର ପ୍ରସ୍ତୁତ କରନ୍ତି ।
- ମୌସୁମୀ ବାୟୁ ପ୍ରବାହରୁ ଗଙ୍ଗା-ବ୍ରହ୍ମପୁତ୍ର ଅବବାହିକାରେ ବୃଷ୍ଟିପାତ ହୁଏ । ସମୁଦ୍ରଠାରୁ ଦୂରରେ ଥିବାରୁ ଏହାର ପଶ୍ଚିମାଂଶ ମହାଦେଶୀୟ ଜଳବାୟୁ ଅନୁଭୂତ ହୁଏ ।
- ଏଠାରେ ପର୍ଣ୍ଣମୋଚୀ ଅରଣ୍ୟ ଦେଖାଯାଏ । ଶାଳ, ପିଆଶାଳ, ଅଶ୍ୱତ୍ଥ ଆଦି ଏହାର ମୁଖ୍ୟ ବୃକ୍ଷ । ସମତଳ ଅଞ୍ଚଳରେ ବାଉଁଶ ଓ ଆମ୍ବତୋଟାମାନ ଦେଖାଯାଏ ।
- ଆମ ଦେଶର ଉତ୍ତରାଞ୍ଚଳ, ସିକିମ୍ ଆଦି ରାଜ୍ୟର ଶୀତଳ ପାର୍ବତ୍ୟାଞ୍ଚଳର ସରଳବର୍ଗୀୟ ଅରଣ୍ୟରେ ପାଇନ୍, ଫିର୍, ଦେବଦାରୁ ବୃକ୍ଷ ଦେଖାଯାଏ ।
- ଏ ଅଞ୍ଚଳରେ ବାଘ, ହରିଣ, ମାଙ୍କଡ଼, ହାତୀ, ଏକଶିଙ୍ଗିଆ ଗଣ୍ଡା, ସୁନ୍ଦରବନରେ ମହାବଳ ବାଘ ଏବଂ ନଦୀ ମୁହାଣରେ କୁମ୍ଭୀର ପ୍ରଭୃତି ପ୍ରାଣୀ ଦେଖାଯାଆନ୍ତି ।
- ନଦୀମାନଙ୍କରେ ରୋହି, ଭାକୁର, ଶେଉଳ ଆଦି ମଧୁର ମାଛ ପ୍ରଚୁର ମିଳିଥାଏ । ତେଣୁ ଏ ଅଞ୍ଚଳର ଲୋକମାନଙ୍କର ପ୍ରଧାନ ଖାଦ୍ୟ ଭାତ ଓ ମାଛ ।