7th Class History(ଇତିହାସ ) - Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ All Question With Answer
↓ Question & Answer ↓
(କ) ଭକ୍ତି ଓ ସୁଫି ଧର୍ମ ପ୍ରଚାର ହେବାର କାରଣଗୁଡ଼ିକ କ’ଣ ?
Answer:
- ମଧ୍ୟଯୁଗରେ ଇସଲାମ୍ ଧର୍ମ ଓ ହିନ୍ଦୁ ଧର୍ମର ପରସ୍ପର ଉପରେ ପ୍ରଭାବ ପଡ଼ିଥିଲା ଓ ଉଭୟ ଧର୍ମରେ ଥିବା ଅନ୍ଧବିଶ୍ଵାସ, କୁସଂସ୍କାର ଆଦିକୁ ହିନ୍ଦୁ ଓ ମୁସଲମାନ ସନ୍ଥମାନେ ଦୂର କରିବାପାଇଁ ଚେଷ୍ଟା କରିଥିଲେ ।
- ଭକ୍ତ ଧର୍ମର ସନ୍ଥମାନେ ଭକ୍ତିକୁ ମୁଖ୍ୟ ଆଧାର କରି ଏହା ସାହାଯ୍ୟରେ ଈଶ୍ବରଙ୍କୁ ଆରାଧନା କରିବାପାଇଁ ଉପଦେଶ ଦେଇଥିଲେ ।
- ଭକ୍ତି ଓ ସୁଫି ଧର୍ମର ସନ୍ଥମାନେ ଆଞ୍ଚଳିକ ଭାଷାରେ ସେମାନଙ୍କ ଧର୍ମବାଣୀକୁ ପ୍ରଚାର କରୁଥିବାରୁ ତାହା ଲୋକମାନଙ୍କର ଉପରେ ପ୍ରଭାବ ପକାଉଥିଲା ।
- ଉଭୟ ସଂପ୍ରଦାୟର ସନ୍ଥମାନେ ଜାତିପ୍ରଥାକୁ ବିରୋଧ କରୁଥିଲେ ଓ ସରଳ ଜୀବନଯାପନ ପାଇଁ ଉପଦେଶ ଦେଇଥିଲେ । ତେଣୁ ଭକ୍ତି ଓ ସୁଫି ଧର୍ମ ପ୍ରଚାରିତ ହେବାରେ ଲାଗିଲା ।
(ଖ) ଭକ୍ତି ଆନ୍ଦୋଳନର ସାରକଥାଗୁଡ଼ିକ କ’ଣ ?
Answer:
- ଭକ୍ତ ଧର୍ମ ଆନ୍ଦୋଳନର ସନ୍ଥମାନେ ସରଳ ଏବଂ ନିରାଡ଼ମ୍ବର ଧର୍ମ ଉପାସନା ଉପରେ ଗୁରୁତ୍ବ ଦେଉଥିଲେ ।
- ସେମାନେ ଭକ୍ତିକୁ ମୁଖ୍ୟ ଆଧାର କରି ଏହା ସାହାଯ୍ୟରେ ଈଶ୍ୱରଙ୍କୁ ଆରାଧନା କରିବାପାଇଁ ଉପଦେଶ ଦେଉଥିଲେ ।
- ଭକ୍ତି ଆନ୍ଦୋଳନର ଧର୍ମଗୁରୁମାନେ ସମାଜରେ ଥି ଜାତିପ୍ରଥାକୁ ନିନ୍ଦା କରୁଥିଲେ ।
- ସେମାନେ ସ୍ତ୍ରୀ-ପୁରୁଷ ଭେଦଭାବରେ ବିଶ୍ଵାସ କରୁନଥିଲେ ।
- ସେମାନେ ଜାତି-ଧର୍ମ-ବର୍ଣ୍ଣ-ଗୋଷ୍ଠୀ ନିର୍ବିଶେଷରେ ସମସ୍ତେ ଏକ ଈଶ୍ଵରଙ୍କ ସନ୍ତାନ ବୋଲି ବିଚାର କରୁଥିଲେ ।
(ଗ) ଭକ୍ତିଧର୍ମର ପ୍ରଚାରକମାନଙ୍କ ନାମ ଲେଖ ।
Answer:
ଭକ୍ତିଧର୍ମର ପ୍ରଚାରକମାନଙ୍କ ମଧ୍ୟରେ କବୀର, ନାନକ ଏବଂ ଶ୍ରୀଚୈତନ୍ୟ ପ୍ରସିଦ୍ଧ ଥିଲେ । ଏମାନଙ୍କ ବ୍ୟତୀତ ସନ୍ଥ ଜ୍ଞାନେଶ୍ଵର, ନାମଦେବ, ମୀରାବାଇ, ସୁରଦାସ ଏବଂ ତୁକାରାମ ଭକ୍ତିଧର୍ମର ପ୍ରଚାରକ ଥିଲେ ।
(ଘ) ସୁଫିଧର୍ମ କେଉଁମାନେ ପ୍ରଚାର କରିଥିଲେ ?
Answer:
ସୁଫିଧର୍ମ ନିଜାମୁଦ୍ଦିନ୍ ଅଉଲିୟା, ଖୁଜା ମୋଇନୁଦ୍ଦିନ୍ ଚିସ୍ତି, ବାବା ଫରିଦ୍, ଶାହା ଆଲାମ ବୁଖାରୀ ଓ ଶେଖ ସିଆଉଦ୍ଦିନ୍ ଓ ବାହାଉଦ୍ଦିନ୍ ଜାକାରିଆ ଆଦି ସୁଫି ସନ୍ଥମାନେ ପ୍ରଚାର କରିଥିଲେ ।
(ଡ) ଭକ୍ତି ଓ ସୁଫି ଧର୍ମ ପ୍ରଚାରର ଫଳାଫଳ କ’ଣ ଥିଲା ?
Answer:
- ଭକ୍ତି ଓ ସୁଫି ଧର୍ମ ଆନ୍ଦୋଳନ ଉଭୟ ହିନ୍ଦୁ ଏବଂ ମୁସଲମାନମାନଙ୍କୁ ପରସ୍ପରର ନିକଟବର୍ତ୍ତୀ କରାଇବାରେ ସହାୟକ ହୋଇଥିଲା ।
- ଏହା ଏକ ନୂତନ ଭାରତୀୟ ସଂସ୍କୃତି ବିକଶିତ କରାଇବାରେ ସହାୟକ ହୋଇଥିଲା ।
- କବୀର ଓ ନାନକ ଆଦି ଧର୍ମଗୁରୁମାନେ ସମାଜରେ ଥିବା ଜାତିପ୍ରଥାକୁ ନିନ୍ଦା କରିଥିଲେ ।
- ନାରୀ ଜଣେ ପୁରୁଷଠାରୁ ହୀନ ନୁହେଁ ବୋଲି ସେମାନେ ବିବେଚନା କରିଥିଲେ ।
- ଭକ୍ତି ଆନ୍ଦୋଳନ ଫଳରେ ହିନ୍ଦୁମାନେ ମୁସଲମାନଙ୍କ ପୀରଙ୍କୁ ଉପାସନା କରୁଥିବାବେଳେ ମୁସଲମାନମାନେ ହିନ୍ଦୁଦେବତା ନାରାୟଣଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିଥିଲେ ।
- ଏହି ଭକ୍ତି ଆନ୍ଦୋଳନ ଭାରତରେ ଏକତା ପ୍ରତିଷ୍ଠା କରିବା ଦିଗରେ ସହାୟକ ହୋଇଥିଲା ।
(ଚ) ମଧ୍ୟଯୁଗରେ ଆଞ୍ଚଳିକ ଭାଷା ଓ ସାହିତ୍ୟର ବିକାଶ କାହିଁକି ହୋଇଥିଲା ?
Answer:
- ଭକ୍ତି ଧର୍ମର ସନ୍ଥମାନେ ସେମାନଙ୍କ ଧର୍ମବାଣୀକୁ ଆଞ୍ଚଳିକ ଭାଷାରେ ପ୍ରଚାର କରୁଥିଲେ ।
- ତେଣୁ ମଧ୍ୟଯୁଗରେ ଆଞ୍ଚଳିକ ଭାଷାରେ ଅନେକଗୁଡ଼ିଏ ସାହିତ୍ୟ ରଚନା ସମ୍ଭବପର ହୋଇଥିଲା ।
- ତେଲୁଗୁ, ତାମିଲ, କନ୍ନଡ଼, ଗୁଜରାଟୀ, ହିନ୍ଦୀ, ମରାଠୀ, ବଙ୍ଗଳା, ଓଡ଼ିଆ ଓ ପଞ୍ଜାବୀ ଭାଷାରେ ଲିଖ୍ ଭକ୍ତି ସଙ୍ଗୀତଗୁଡ଼ିକ ବିଶେଷ ଜନାଦୃତ ହୋଇଥିଲା ।
- ଏହି ସମୟରେ ବଙ୍ଗଳାର ନସରତ୍ ଶାହା ମହାଭାରତ ଓ ରାମାୟଣକୁ ବଙ୍ଗଳା ଭାଷାରେ ଅନୂଦିତ କରିଥିଲେ । ହିନ୍ଦୀଭାଷାରେ ମାଲିକ୍ ମହମ୍ମଦ ଜୟସୀ, ‘ପଦ୍ମାବତ୍’ ଓ ତୁଳସୀଦାସ ‘ରାମଚରିତ ମାନସ’ ରଚନା କରିଥିଲେ ।
- ଏହି ସମୟରେ ଓଡ଼ିଆ ଭାଷାରେ ଜଗନ୍ନାଥ ଦାସଙ୍କ ‘ଭାଗବତ’ ଓ ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ ଲୋକପ୍ରିୟ ହୋଇଥିଲା । ହିନ୍ଦୀ ଭାଷାରେ କବୀରଙ୍କ ରଚିତ ‘ଦୋହା’, ଶ୍ରୀଚୈତନ୍ୟଙ୍କ ବଙ୍ଗଳା ଭାଷାରେ କୀର୍ତ୍ତନ, ନାନକଙ୍କ ପଞ୍ଜାବୀ ଭାଷାରେ ଏବଂ ସନ୍ଥ ଜ୍ଞାନେଶ୍ଵର ଓ ନାମଦେବଙ୍କ ମରାଠୀ ଭାଷାରେ ଧର୍ମପ୍ରଚାର ଆଞ୍ଚଳିକ ଭାଷା ଓ ସାହିତ୍ୟର ବିକାଶରେ ସହାୟକ ହୋଇଥିଲା ।
(ଛ) ଚିତ୍ରକଳାର ବିକାଶ ମଧ୍ୟଯୁଗରେ କିପରି ହୋଇଥିଲା ?
Answer:
- ମଧ୍ୟଯୁଗରେ ରାଜବାଟୀକୁ ସୁନ୍ଦର କରିବାପାଇଁ କାନ୍ଥରେ ବଡ଼ ବଡ଼ ସୁନ୍ଦର ଚିତ୍ରମାନ ଅଙ୍କନ କରାଯାଉଥିଲା ।
- ସେ ସମୟରେ ବହିକୁ ସୁନ୍ଦର କରିବାପାଇଁ ବହୁ କ୍ଷୁଦ୍ର ଚିତ୍ରମାନ ରଙ୍ଗଦ୍ଵାରା କରାଯାଉଥିଲା । ଅନେକ ସମୟରେ ରାଜାମାନଙ୍କ ଚିତ୍ରକୁ ରଙ୍ଗ ଦିଆଯାଇ ଆକର୍ଷଣୀୟ କରାଯାଉଥିଲା ।
- ଆକବର ଏକ ତତ୍ସରଖାନା ନିର୍ମାଣ କରିଥିଲେ ଓ ସେଠାରେ ୧୭ ଜଣ ଦକ୍ଷ ଚିତ୍ରକରଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କ ମଧ୍ୟରେ ଜସ୍ୱନ୍ତ ଓ ବସନି ମୁଖ୍ୟ ଥିଲେ ।
- ଏହି ଚିତ୍ରକରମାନେ ଭାରତୀୟ ଓ ପାରସିକ କଳାର ସମ୍ମିଶ୍ରଣରେ ଏକ ନୂଆ ଚିତ୍ରକଳା ଶୈଳୀର ବିକାଶ ଘଟାଇଥିଲେ ।
- ଅନ୍ୟାନ୍ୟ ମୋଗଲ ଶାସକ ଓ ଦାକ୍ଷିଣାତ୍ୟର ପ୍ରାଦେଶିକ ରାଜାମାନଙ୍କ ପୃଷ୍ଠପୋଷକତାରେ ମଧ୍ଯ ଚିତ୍ରକଳାର ଅନେକ ଉନ୍ନତି ସାଧ୍ୟ ହୋଇଥିଲା ।
(ଜ) ସଙ୍ଗୀତ କଳାର, ବିକାଶ ପାଇଁ ମଧ୍ୟଯୁଗରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଲେଖ ।
Answer:
- ମଧ୍ୟଯୁଗର ରାଜା ଓ ସାମନ୍ତମାନଙ୍କ ପୃଷ୍ଠପୋଷକତାରେ ସଙ୍ଗୀତକଳାର ଉନ୍ନତି ହୋଇଥିଲା ।
- ସୁଫି ଓ ଭକ୍ତି ଧର୍ମର ପ୍ରଚାରକମାନେ ସଙ୍ଗୀତ ସମାବେଶମାନ ଆୟୋଜନ କରି ଭକ୍ତି ସଙ୍ଗୀତଗୁଡ଼ିକୁ ଜନପ୍ରିୟ କରିଥିଲେ ।
- ଭାରତୀୟ ଓ ପାର୍ସୀ ସଙ୍ଗୀତ ମିଳନରେ ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ସଙ୍ଗୀତର ଉନ୍ନତି ହୋଇଥିଲା । ସଙ୍ଗୀତଜ୍ଞ ଅମୀର ଖୁସ୍ରୁ ସୀତାର ଯନ୍ତ୍ର ନିର୍ମାଣ କରିଥିଲେ । ସେ ପର୍ସିଆ-ଆରବୀୟ ସଙ୍ଗୀତ ଲୋକମାନଙ୍କ ନିକଟରେ ପହଞ୍ଚାଇ ଥୁଲେ । ସେ ସମୟରେ ତବଲା ଓ ସାରଙ୍ଗୀ ବାଦ୍ୟଯନ୍ତ୍ର ଲୋକମାନଙ୍କ ପାଖରେ ବେଶ୍
- ଫିରୋଜ ଶାହା ତୁଗ୍ଲକ୍ଙ୍କ ସମୟରେ ପାରସିକ ଭାଷାରେ ‘ରାଗଦର୍ପଣ’ ଅନୁବାଦ ହୋଇଥିଲା । ଏହାଛଡ଼ା ଆକବରଙ୍କ ଦରବାରର ସଙ୍ଗୀତଜ୍ଞ ତାନ୍ସେନ୍ ହିନ୍ଦୁସ୍ଥାନୀ ସଙ୍ଗୀତକୁ ଲୋକପ୍ରିୟ କରାଇଥିଲେ ।
- ରାଜା ମାନସିଂହଙ୍କ ପୃଷ୍ଠପୋଷକତାରେ ସଙ୍ଗୀତର ବିଭିନ୍ନ ରାଗଗୁଡ଼ିକ ‘ମାନ କୌତୂହଳ’ ପୁସ୍ତକରେ ଲିପିବଦ୍ଧ ହୋଇଥିଲା । ପାରସିକ-ଆରବିକ ସଙ୍ଗୀତକଳା ବିଜୟନଗର ରାଜ୍ୟର ସଙ୍ଗୀତକୁ ମଧ୍ୟ ପ୍ରଭାବିତ କରିଥିଲା ।
(କ) କବୀର କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
(ବନାରସ, କାନପୁର, ଲକ୍ଷ୍ନୌ, ଆହ୍ଲାବାଦ)
Answer:
ବନାରସ
(ଖ) ଶିଙ୍ଖଧର୍ମ କିଏ ପ୍ରତିଷ୍ଠା କରିଥିଲେ ?
(କବୀର, ଗୁରୁ ନାନକ, ଗୋବିନ୍ଦ ସିଂ, ତୁକାରାମ)
Answer:
ଗୁରୁ ନାନକ
(ଗ) ଶ୍ରୀଚୈତନ୍ୟଙ୍କ ପ୍ରଧାନ ଶିଷ୍ୟ କିଏ ଥିଲେ ?
(ଗୋପ ଦାସ, ମଧୁ ଦାସ, ହରି ଦାସ, ଗୋବିନ୍ଦ ଦାସ)
Answer:
ହରି ଦାସ
(ଘ) ନାମଦେବ କେଉଁ ରାଜ୍ୟର ଧର୍ମ ପ୍ରଚାରକ ଥିଲେ ?
(ଗୁଜରାଟ, ମହାରାଷ୍ଟ୍ର, କେରଳ, ତାମିଲନାଡୁ)
Answer:
ମହାରାଷ୍ଟ୍ର
(ଙ) ନିଜାମୁଦ୍ଦିନ୍ ଅଭଲିୟା କେଉଁଠାରେ ରହୁଥିଲେ ?
(ଗିୟାସପୁର, ଦିଲ୍ଲୀ, ଗୁରୁଗାଁ, ମଥୁରା)
Answer:
ଗିୟାସପୁର
(ଚ) ମହାଭାରତ ଓ ରାମାୟଣକୁ କିଏ ବଙ୍ଗଳା ଭାଷାରେ ଅନୁବାଦ କରିଥିଲେ ?
(ନସରତ୍ ଶାହ, ମହମ୍ମଦ ଶାହ, ଅହମ୍ମଦ ଶାହ, ହରିହର ଶାହ)
Answer:
ମହମ୍ମଦ ଶାହ
(ଛ) ଆମୁକ୍ତ ମାଲ୍ୟଦା କେଉଁ ଭାଷାରେ ଲେଖାଯାଇଥିଲା ?
(ତାମିଲ, ତେଲୁଗୁ, ବଙ୍ଗଳା, ମାଲାୟାଲାମ)
Answer:
ତେଲୁଗୁ
(ଜ) ‘ତସବୀରଖାନା’ କିଏ ନିର୍ମାଣ କରିଥିଲେ ?
(ଜାହାଙ୍ଗୀର, ଶାହାଜାହାନ, ଆକବର, ବାବର)
Answer:
ଆକବର
(ଝ) ରାଗଦର୍ପଣ କେଉଁ ସୁଲତାନଙ୍କ ସମୟରେ ଲେଖାଯାଇଥିଲା ?
(ବଲବନ୍, ବାବର, ମହମ୍ମଦ ତୁଗ୍ଲକ୍, ଫିରୋଜଶାହା ତୁଗ୍ଲକ୍)
Answer:
ଫିରୋଜଶାହା ତୁଗ୍ଲକ୍
(କ) କବୀର, ଗୁରୁ ନାନକ, ଶାହଆଲାମ୍ ବୁଖାରୀ, ଜ୍ଞାନେଶ୍ଵର
(ଖ) ବୀଜକ, ଗୁରୁଗ୍ରନ୍ଥ ସାହେବ, ଚୈତନ୍ୟ ଚରିତାମୃତ, ବାବା ଫରିଦ
(ଗ) ପଦ୍ମାବତୀ, ହିନ୍ଦୀ, ତେଲୁଗୁ, ପଞ୍ଜାବୀ
(ଘ) ତବଲା, ଢୋଲକ, ହାରମୋନିୟମ, ମୃଦଙ୍ଗ
Answer: