9th Class Life Science (ଜୀବ ବିଜ୍ଞାନ) - ପ୍ରଥମ ଅଧ୍ୟାୟ - ଜୈବ ବିବିଧତା All Question With Answer

↓ Question & Answer ↓

Q-1. ଉଦ୍ଭିଦର ବିଭକ୍ତିକରଣ ଓ ପ୍ରାଣୀର ବିଭକ୍ତିକରଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ |

ଉଦ୍ଭିଦର ବିଭକ୍ତିକରଣ ପ୍ରାଣୀର ବିଭକ୍ତିକରଣ
-ଫୁଲଫଳ ଧାରଣ କରୁ ନଥିବା ଉଭିଦ ବା ଅପୁଷ୍ପକ ଉଦ୍ଭିଦ । ଏମାନଙ୍କୁ କ୍ରିପ୍ଟୋଗାମ୍ କୁହାଯାଏ । ଏମାନେ ତିନିଭାଗରେ ବିଭକ୍ତ; ଯଥା – ଥାଲୋଫାଇଟା, ବ୍ରାଇଓଫାଇଟା ଓ ଟେରିଡ଼ୋଫାଇଟା । - ଫୁଲଫଳ ଧାରଣ କରୁଥିବା ଉଦ୍ଭିଦ ବା ସପୁଷ୍ପକ ଉଦ୍ଭିଦ । ଏମାନଙ୍କୁ ଫାନେରୋଗାମ୍ କୁହାଯାଏ । ଏମାନେ ଦୁଇଭାଗରେ ବିଭକ୍ତ; ଯଥା— ଜିମ୍‌ନୋସ୍କର୍ମ ( ନଗ୍ନବୀଜୀ) ଓ ଆଞ୍ଜିଓସ୍କର୍ମ (ଆବୃତବୀଜୀ) । ଆବୃତବୀଜୀ ଦୁଇଭାଗରେ. ବିଭକ୍ତ ; ଯଥା ଏକବୀଜପତ୍ରୀ ଓ ଦ୍ବିବୀଜପତ୍ରୀ । - ମେରୁଦଣ୍ଡବିହୀନ ପ୍ରାଣୀ ବା ଅମେରୁଦଣ୍ଡୀୟ ପ୍ରାଣୀ । ଏମାନେ ଆଠଭାଗରେ ବିଭକ୍ତ; ଯଥା - ପୋରି ଫେରା, ସିଲେନ୍ ଟେରାଟା, ପ୍ଲାଟିହେଲମି ନ୍ ଥେସ୍, ନିମାଟୋହେଲମିନ୍ ଥେସ୍, ଏନିଲିଡ଼ା଼, ଆର୍‌ ଥ୍ରୋପଡ଼ା, ମୋଲୁସ୍କା, ଏକାଇନୋଡର୍ମାଟା । - ମେରୁଦଣ୍ଡ ଥିବା ପ୍ରାଣୀ ବା ମେରୁଦଣ୍ଡୀୟ ପ୍ରାଣୀ । ଏମାନେ ଛଅଭାଗରେ ବିଭକ୍ତ; ଯଥା- ସାଇକ୍ଲୋଷ୍ଟୋମାଟା, ପାଇସେସ୍, ଆମ୍ପିବିଆ, ରେପ୍‌ଟିଲିଆ, ଏଭସ୍ ଓ ମାମାଲିଆ ।।

🗨
Q-1.ଜୀବମାନଙ୍କୁ ଶ୍ରେଣୀଭୁକ୍ତ କରିବାଦ୍ୱାରା କ’ଣ ଉପକାରମିଳେ ?

ଜୀବମାନଙ୍କୁ ଶ୍ରେଣୀବିଭାଗ କରିବା ଦ୍ଵାରା ନିମ୍ନଲିତ ଉପକାରମାନ ମିଳିଥାଏ, ଯଥା –
- ବିଭିନ୍ନ ଜାତିର ଜୀବମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ଓ ପାର୍ଥକ୍ୟକୁ ତୁଳନା କରିବା ସମ୍ଭବ ହୁଏ।
- ବିଭିନ୍ନ ପ୍ରକାର ଜୀବଙ୍କୁ ଚିହ୍ନିବା ସମ୍ଭବ ହୋଇଥାଏ।
- ଜୈବ ବିବିଧତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହଜ
- ଜୀବମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ସମ୍ବନ୍ଧରେ ଜାଣିହୁଏ।
- ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଜୀବମାନଙ୍କ ବିସ୍ତାର ସମ୍ବନ୍ଧରେ ଜ୍ଞାନ ବଢ଼େ।
- ଜୀବଗୋଷ୍ଠୀ ମଧ୍ୟରେ ରହିଥ‌ିବା ସେମାନଙ୍କର ଆକାର, ବ୍ୟବହାର ବା ପ୍ରକୃତି, ଶାରୀରିକ ଗଠନ କିମ୍ବା କାର୍ଯ୍ୟଧାରାରେ ସମାନତା ସମ୍ବନ୍ଧରେ ଜାଣିବା ସମ୍ଭବ ହୋଇଥାଏ।
- ପରିବେଶ ବିଜ୍ଞାନ, କୃଷି ବିଜ୍ଞାନ, ଜନସ୍ୱାସ୍ଥ୍ୟ ବିଜ୍ଞାନ ସମ୍ବନ୍ଧୀୟ ଅଧ୍ୟୟନ, ଗବେଷଣା ଓ ପରିଚାଳନା ଇତ୍ୟାଦି ସମ୍ଭବ ହୋଇଥାଏ।


🗨
Q-2. ଏକ ଶ୍ରେଣୀବିଭାଗରେ କିପରି ଦୁଇଟି ସ୍ତରର ଚିହ୍ନଟ କରିବାପାଇଁ ଲକ୍ଷଣ ବାଛିପାରିବା ଲେଖ ।

ଉ :
– ଜୀବଜଗତର ଶ୍ରେଣୀବିଭାଗ କଲାବେଳେ ଜୀବଗୋଷ୍ଠୀ ମଧ୍ୟରେ ରହିଥ‌ିବା ସେମାନଙ୍କର ଆକାର, ବ୍ୟବହାର ବା ପ୍ରକୃତି, ଶାରୀରିକ ଗଠନ କିମ୍ବା କାର୍ଯ୍ୟଧାରାରେ ସମାନତା ଅଥବା ପୃଥକ୍ ଗୁଣଗୁଡ଼ିକୁ ହିଁ ସେମାନଙ୍କର ଲକ୍ଷଣରୂପେ ବିବେଚନା କରାଯାଏ ।
- ଶ୍ରେଣୀ ବିଭାଜନବେଳେ ଗୋଟିଏ ସ୍ତରର ପ୍ରାଣୀ ବା ଉଦ୍ଭିଦ ତା’ ତଳ ସ୍ତରର ପ୍ରାଣୀ ବା ଉଦ୍ଭିଦ ର ଲକ୍ଷଣଗୁଡ଼ିକଦ୍ୱାରା ପ୍ରଭାବିତ
ହୋଇଥାଏ ଓ କେତେକ ସମାନତା ବଜାୟ ରଖିଥାଏ ।
- ଦୁଇଟି ସ୍ତରର ଚିହ୍ନଟ କରିବାପାଇଁ କୋଷର ପ୍ରକୃତିଠାରୁ ଆରମ୍ଭ କରି ବିଭିନ୍ନ ଜୀବ ମଧ୍ଯରେ ଥିବା ସାମଞ୍ଜସ୍ୟପୂର୍ଣ୍ଣ ଲକ୍ଷଣ ଓ ଆନ୍ତଃସମ୍ବନ୍ଧିତ ଲକ୍ଷଣଗୁଡ଼ି କୁ ବାଛି ବାକୁ ପଡ଼େ । ଏହି ସାମଞ୍ଜସ୍ୟପୂର୍ଣ୍ଣ ଲକ୍ଷଣ ଓ ଆନ୍ତଃସମ୍ବନ୍ଧିତ ଲକ୍ଷଣଦ୍ଵାରା ଦୁଇଟି ସ୍ତରର ଚିହ୍ନଟ କରିବା ସହିତ ଶ୍ରେଣୀବିଭାଗ କରାଯାଇପାରେ ।


🗨
Q-3. ପାଞ୍ଚଜଗତ ଶ୍ରେଣୀବିଭାଗର ଜୀବମାନଙ୍କୁ କିପରି ଗୋଷ୍ଠୀଭୁକ୍ତ କରାଯାଏ, ତାହାର ଧାରା ବର୍ତ୍ତନା କର ।

Ans:
ପାଞ୍ଚଜଗତ ବିଶିଷ୍ଟ ଶ୍ରେଣୀବିଭାଗ କୋଷର ଗଠନ, ପୋଷଣର ଉତ୍ସ ଓ ଖାଦ୍ୟଗ୍ରହଣ ପ୍ରଣାଳୀ ତଥା ଜୀବ ଶରୀରର ସଂଗଠନ ଉପରେ ଆଧାରିତ ।

- ପାଞ୍ଚଜଗତ ବିଶିଷ୍ଟ ଶ୍ରେଣୀବିଭାଗର ଜୀବମାନଙ୍କ ମଧ୍ୟରେ କିଏ ପ୍ରାକ୍ ନ୍ୟଷ୍ଟୀୟ (ପ୍ରୋକରି ଓଟ୍) ଓ କିଏ ସୁନ୍ୟଷ୍ଟୀୟ (ଇଉକରିଓଟସ୍) ଚିହ୍ନଟ କରାଯାଏ ।
- ପ୍ରାକ୍‌ନ୍ୟଷ୍ଟୀୟ ହୋଇଥିଲେ କେବଳ ଏକକୋଷୀୟ ; କିନ୍ତୁ ସୁନ୍ୟଷ୍ଟୀୟ ହୋଇଥିଲେ ଏକକୋଷୀୟ ଓ ବହୁକୋଷୀୟ ଉଭୟ ପ୍ରକାରର ହୋଇଥା’ନ୍ତି ।
- ବହୁକୋଷୀୟ ହୋଇଥିଲେ କେଉଁମାନଙ୍କର କୋଷଭିତ୍ତିଥାଏ ଓ କେଉଁମାନେ କୋଷଭିତ୍ତି ବିହୀନ ନିର୍ଣ୍ଣୟ କରାଯାଏ ।
- କୋଷଭିତ୍ତି ବିଶିଷ୍ଟ ହେଲେ ଉଦ୍ଭିଦ ଶ୍ରେଣୀୟ ଓ କୋଷଭିତ୍ତିବିହୀନ ହେଲେ ପ୍ରାଣୀ ଶ୍ରେଣୀୟ ହୋଇଥା’ନ୍ତି ।
- କୋଷଭିତ୍ତିବିଶିଷ୍ଟ ଜୀବ; ଅର୍ଥାତ୍ ଉଦ୍ଭିଦ ମଧ୍ଯରୁ କେଉଁମାନେ ଆଲୋକଶ୍ଳେଷଣ କରି ପାରନ୍ତି ନାହିଁ ଓ କେଉଁ ମାନେ

- ଆଲୋକଶ୍ଳେଷଣ କରି ପାରନ୍ତି ତାହା ନିର୍ଦ୍ଧାରଣ କରି ଆଲୋକଶ୍ଳେଷଣ କରିପାରୁ ନଥିବା ଉଦ୍ଭିଦଙ୍କୁ ଫଞ୍ଜାଇ ଓ ଆଲୋକଶ୍ଳେଷଣ କରି ପାରୁଥିବା ଉଦ୍ଭିଦଙ୍କୁ ପ୍ଲାଣ୍ଟି ଗୋଷ୍ଠୀଭୁକ୍ତ କରାଯାଏ ।


🗨
Q-4. ପ୍ଲାଣ୍ଟି (Plantae) ର ମୁଖ୍ୟ ବିଭାଗଗୁଡ଼ିକ କ’ଣ ?

ଉ: ପ୍ଲାଣ୍ଟିର ମୁଖ୍ୟ ବିଭାଗ ହେଲା –
1. କ୍ରିପ୍ଟୋଗାମ୍ ( ଅପୁଷ୍ପକ ଉଦ୍ଭିଦ) –
(କ) ଥାଲୋଫାଇଟା,
(ଖ) ବ୍ରାଇଓଫାଇଟା,
(ଗ) ଟେରିଡ଼ୋଫାଇଟା
2. ଫାନେରୋଗାମ୍ (ସପୁଷ୍ପକ ଉଦ୍ଭିଦ) –
(କ) ଜିମ୍‌ନୋସ୍କର୍ମ (ନଗ୍ନବୀଜୀ)
(ଖ) ଆଞ୍ଜିଓସ୍ପର୍ମ (ଆବୃତବୀଜୀ)
ଆବୃତବୀଜୀ ଦୁଇଭାଗରେ ବିଭକ୍ତ;
ଯଥା – ଏକବୀଜପତ୍ରୀ ଓ ଦ୍ଵିବୀଜପତ୍ରୀ ।


🗨
Q-6. ଭଟିବ୍ରାଟା ପ୍ରାଣୀମାନଙ୍କ ଶ୍ରେଣୀବିଭାଗ ଲେଖ ।

ସମସ୍ତ ମେରୁଦଣ୍ଡୀ ପ୍ରାଣୀ ଏହି ଉପପର୍ବ ଅନ୍ତର୍ଭୁକ୍ତ । ଏହି ଉପପର୍ବର ପ୍ରାଣୀ ମାନଙ୍କୁ ଛଅଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି ।

(a) ସାଇକ୍ଲୋଷ୍ଟୋମାଟା : ଏମାନଙ୍କୁ ଆଦିମ ମେରୁଦଣ୍ଡୀ ପ୍ରାଣୀ କୁହାଯାଏ ।
ଉଦାହରଣ : ପେଟ୍ରୋମାଇଜନ୍, ମିକ୍‌ସିନ୍।
(b) ପାଇସେସ୍ : ସାଧାରଣ ମାଛ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ ।
ଉଦାହରଣ : ମଗର ମାଛ, ରୋହୀ, ମିରିକାଳି, ଇଲିସି,ଶେଉଳ, ହିପୋକେମ୍ପସ୍ ଇତ୍ୟାଦି ।
(c) ଆମ୍ପିବିଆ : ଉଭୟଚର ପ୍ରାଣୀମାନେ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ ।
ଉଦାହରଣ : ବେଙ୍ଗ, ସାଲମେଣ୍ଡର ଇତ୍ୟାଦି ।
(d) ରେପ୍‌ଟିଲିଆ : ସମସ୍ତ ସରୀସୃପ ଜାତୀୟ ପ୍ରାଣୀ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ ।
ଉଦାହରଣ : କଇଁଛ, କୁମ୍ଭୀର, ଝିଟିପିଟି, ସାପ ଇତ୍ୟାଦି ।
(e) ଏଭସ୍ : ପକ୍ଷୀମାନେ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ ।
ଉଦାହରଣ : କୁକୁଡ଼ା, କାଉ, ପାରା, ଶୁଆ, ଚିଲ, ଓଟପକ୍ଷୀ, ପେଙ୍ଗୁଇନ୍ ଇତ୍ୟାଦି ।
(f) ମାମାଲିଆ : ସମସ୍ତ ସ୍ତନ୍ୟପାୟୀ ପ୍ରାଣୀ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ ।
ଉଦାହରଣ : ଗାଈ, ମଇଁଷି, ଛେଳି, ମେଣ୍ଢା, ବାଦୁଡ଼ି, ତିମି, ମାଙ୍କଡ଼, ମଣିଷ, ଠେକୁଆ, ମୂଷା ଇତ୍ୟାଦି ।


🗨
Q-7. କେଉଁ ପ୍ରାଣୀମାନଙ୍କ ଦ୍ଵିପାର୍ଶ୍ଵ ପ୍ରତିସାମ୍ୟ (Bilateral Symmetry) ରହିଅଛି ତା’ର ତାଲିକା କର ।

ଉ : – ପ୍ଲାଟି ହେଲମିନ୍‌ଥେସ୍ ପର୍ବର ପ୍ରାଣୀମାନଙ୍କୁ ଚେପ୍‌ଟା କୃମି କୁହାଯାଏ । ଏମାନଙ୍କର ଶରୀରରେ ଦ୍ଵିପାର୍ଶ୍ଵ ପ୍ରତିସାମ୍ୟ
ରହିଅଛି । ଏମାନଙ୍କର ଉଦାହରଣ ହେଲା ଯକୃତ କୃମି, ଫିତା କୃମି, ପ୍ଲାନାରିଆ ।ଏହା ବ୍ୟତୀତ ସମସ୍ତ ମେରୁଦଣ୍ଡ ପ୍ରାଣୀମାନଙ୍କଠାରେ ମଧ୍ୟ ଦ୍ଵିପାର୍ଶ୍ଵ ପ୍ରତିସାମ୍ୟ ଦେଖାଯାଇଥାଏ।


🗨
Q-8. ନିମ୍ନ ପ୍ରଶ୍ନରେ ଥିବା ଚାରିଗୋଟି ଉତ୍ତରମଧ୍ଯରୁ ସଠିକ୍ ଉତ୍ତରଟି ବାଛି ଲେଖ ।

(କ) ଶ୍ରେଣୀବିଭାଗ ବିଜ୍ଞାନ (Taxonomy) ର ଜନକ କିଏ ?
(i) କାର୍ଲ ଲିନିୟସ୍ (ii) ଚାର୍ଲସ ଡାରଉଇନ୍
(iii) ଏଷ୍ଟ ହ୍ୟାକେଲ (iv) କାର୍ଲଉନ୍


(ଖ) କେଉଁ ଗୋଷ୍ଠୀରେ ସର୍ବାଧୂକ ପ୍ରାଣୀ ଅନ୍ତର୍ଭୁକ୍ତ ?
(i) ମୋଲୁସ୍କା
(ii) ଏନିଲିଡ଼ା
(iii) ଆର୍‌ଥ୍ରୋପଡ଼ା (iv) ନିମାଟୋଡ଼ା


(ଗ) ମନୁଷ୍ୟର ବୈଜ୍ଞାନିକ ନାମର ଜିନସ୍‌ଟି କ'ଣ?
(i) ହୋମୋ
(ii) ମ୍ୟାନ୍
(iii) ସାପିଏନ୍
(iv) ଇରେକ୍ଟସ


(ଘ) ମଟର ଗଛର ବୈଜ୍ଞାନିକ ନାମର ସ୍ପିସିସ୍‌ଟି କ'ଣ ?
(i) ପାଇସମ୍
(ii) ଓରାଇଜା
(iii) ଭାଇଭାକ୍ସ
(iv) ସାଟିଭମ୍


(ଙ) କେଉଁଟି ପ୍ଲାଣ୍ଟିର ଅନ୍ତର୍ଭୁକ୍ତ ?
(i) ଆଞ୍ଜିଓସର୍ମ
(ii) ଏକାଇନୋଡ଼ର୍ମାଟା
(iii) ହୁକ୍‌କ୍ୱାର୍ମ
(iv) ପୋରିଫେରା

ଉତ୍ତର
(କ) କାର୍ଲ ଲିନିୟସ୍ (ଖ) ଆରଥ୍ରୋପଡ଼ା (ଗ) ହୋମୋ
(ଘ) ସାଟିଭମ୍ (ଙ) ଆଞ୍ଜିଓସର୍ମ


🗨
Q-10. ବିଲୁପ୍ତ ଜାତି କହିଲେ କ’ଣ ବୁଝ ?

Ans:
ବିଲୁପ୍ତ ଜାତିର ଜୀବମାନେ ସାଧାରଣତଃ 50 ବର୍ଷ ହେବ ପୃଥ‌ିବୀ ପୃଷ୍ଠରେ ଆଉ ଦେଖାଯାଉ ନାହାନ୍ତି । ଭାରତର ଚିତାବାଘ, ଟାସ୍‌ମାନିଆନ୍ ଉଲଫ୍, ପାହାଡ଼ି ଛେଳି, ମେରୁ ଅଞ୍ଚଳର ବାଘ, ଭାରତ ମହାସାଗରରେ ମରିସସ୍ ଦ୍ବୀପରେ ଦେଖାଯାଉଥିବା ପକ୍ଷୀ ଡୋଡୋ, ବକ୍ରଦନ୍ତ ଯୁକ୍ତ ଲୋମଶ ହାତୀ ଏହି ପରି ଅନେକ ଜୀବ ଆଜିକାଲି ବିଲୁପ୍ତଜାତିର ଲୋପ ପାଇଗଲେଣି |


🗨
Q-11. କମଣ୍ଡଳୁ ଗଛ କିପରି ଖାଦ୍ୟ ସଂଗ୍ରହ କରେ ?

Ans:
କମଣ୍ଡଳୁ ଗଛ ଏକ କୁଣ୍ଡଳୀ ପରି ହୋଇଥାଏ। ଏହା ଉପର ଅଂଶ ସବୁବେଳେ ଖୋଲା ରହିଥାଏ । କୌଣସି କୀଟ ପତଙ୍ଗ
ଆଦି ଭିତରକୁ ପଶିଗଲେ ଏହାର ଉପର ଅଂଶଟି ସାଧାରଣତଃ ବନ୍ଦ ହୋଇଯାଏ। ଏହାପରେ କମଣ୍ଡଳୁ ବୃକ୍ଷ ଉକ୍ତ କୀଟକୁ ନିଜର ଖାଦ୍ୟ ରୂପେ ଗ୍ରହଣ କରିଥାଏ। ଏହାକୁ ମାଂସାଶୀ ଉଦ୍ଭିଦ ମଧ୍ଯ କୁହାଯାଇଥାଏ । କମଣ୍ଡଳୁ ବୃକ୍ଷ ଏହପରି ନିଜର ଖାଦ୍ୟ ସଂଗ୍ରହ କରିଥାଏ।


🗨
Q-12. ଅସୁରକ୍ଷିତ ଓ ଦୁର୍ଲଭ ଜାତିର ଜୀବଙ୍କ ମଧ୍ୟରେ ମୌଳିକପାର୍ଥକ୍ୟ ଦର୍ଶାଅ ।

ଉ : - ଅସୁରକ୍ଷିତ ଜାତିର ଜୀବମାନଙ୍କ ଶିକାର ଓ ବ୍ୟବହାର ଅଧିକ ହେଉଥିବାରୁ ଏବଂ ଏମାନଙ୍କର ସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ‌ଥୁବାରୁ ଏମାନେ ଅସୁରକ୍ଷିତ। ଏହି ଜୀବମାନେ ଦିନକୁ ଦିନ ବିଲୁପ୍ତ ହେବାରେ ଲାଗିଲେଣି। ଏମାନେ ହେଲେ ସରୀସୃପ, ତୃଣଭୋଜୀ ପ୍ରାଣୀ ତଥା ଔଷଧୀୟ ଜାତୀୟ ଗୁଳ୍ମ ଉଦ୍ଭିଦ ।


- ଦୁର୍ଲଭ ଜାତିର ଜୀବମାନେ ପୃଥ‌ିବୀ ପୃଷ୍ଠରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଥା'ନ୍ତି । ଏମାନଙ୍କର ବଂଶ ବୃଦ୍ଧି ଦ୍ରୁତ ଗତିରେ ହୋଇନଥାଏ।ତେଣୁ ଏମାନଙ୍କର ସଂରକ୍ଷଣର ନିହାତି ଆବଶ୍ୟକତା ଅଛି। ଏମାନେ ହେଲେ ଆସାମର ମାନସ ଜାତୀୟ ଉଦ୍ୟାନରେ ଦେଖାଯାଉଥ‌ିବା ସୁବର୍ଣ୍ଣ ମର୍କଟ।


🗨